Print Page Options
Previous Prev Day Next DayNext

Old/New Testament

Each day includes a passage from both the Old Testament and New Testament.
Duration: 365 days
Oriya Bible: Easy-to-Read Version (ERV-OR)
Version
ହିତୋପଦେଶ 1-2

ଉପକ୍ରମ

ଏହି ହିତୋପଦେଶଗୁଡ଼ିକ ହେଉଛି, ଦାଉଦଙ୍କର ପୁତ୍ର ଶଲୋମନଙ୍କର। ଶଲୋମନ ଇସ୍ରାଏଲର ରାଜା ଥିଲେ। ଏହି ହିତୋପଦେଶ ଲୋକମାନଙ୍କୁ ବୁଦ୍ଧିମାନ କରିବ। ଏବଂ ସେମାନେ ଜାଣି ପାରିବେ କେଉଁ କାର୍ଯ୍ୟଟି ଠିକ୍। ଜ୍ଞାନ ଓ ଉପଦେଶ ବୁଝିବାକୁ ଏହି ବାକ୍ୟମାନ ସାହାଯ୍ୟ କରିବ। ଏହି ଉପଦେଶ ଲୋକମାନଙ୍କର ନିର୍ଦ୍ଦେଶ ଠିକ୍ ବାଟରେ କରିବ। ଏହା ଦ୍ୱାରା ଲୋକମାନେ ସଚ୍ଚୋଟତା, ସାଧୁତା ଓ ନ୍ୟାୟ ଶିକ୍ଷା କରିବେ। ଏହି ଉପଦେଶଗୁଡ଼ିକ ସେହି ଲୋକମାନଙ୍କୁ ଶିକ୍ଷା ଦେଇ ପାରିବ, ଯେଉଁମାନେ କି ଜ୍ଞାନ ଆହରଣ କରିବାକୁ ଗ୍ଭହାନ୍ତି। ଏହି ଉପଦେଶଗୁଡ଼ିକ ଯୁବା ଲୋକମାନଙ୍କୁ ଜ୍ଞାନ ଓ ଏହାକୁ କିପରି ବ୍ୟବହାର କରିବାକୁ ହୁଏ ସେମାନଙ୍କୁ ଶିକ୍ଷା ଦିଏ। ଏପରିକି ବୁଦ୍ଧିମାନ ଲୋକମାନେ ଏହି ବାକ୍ୟଗୁଡ଼ିକ ଶୁଣିବା ଉଚିତ୍। ଏଥିରୁ ସେମାନେ ବହୁଜ୍ଞାନ ଲାଭ କରିବେ। ଶିକ୍ଷିତ ଲୋକମାନେ ଏପରିକି ଅଧିକ ବୁଝାମଣା ଶକ୍ତି ପାଇବେ। ଯେଉଁ ଲୋକମାନେ, ଯିଏ କି ଏହି ହିତୋପଦେଶ ଶୁଣନ୍ତି, ଜ୍ଞାନୀଲୋକ କହି ଯାଇଥିବା କଥା ବୁଝିବାରେ ସକ୍ଷମ ହେବେ ଏବଂ ଗୁପ୍ତ ରହିଥିବା ଗଳ୍ପର ଅର୍ଥ ମଧ୍ୟ ବୁଝିପାରିବେ। ସେମାନେ ଜ୍ଞାନୀମାନଙ୍କର କହିଥିବା ହିତଜନକ ପରାମର୍ଶ ବୁଝିପାରିବେ।

ପ୍ରଥମେ ସଦାପ୍ରଭୁଙ୍କୁ ସମ୍ମାନ କରିବା ଏବଂ ସଦାପ୍ରଭୁଙ୍କ ବାକ୍ୟ ମାନି ଚଳିବା ଜଣେ ବ୍ୟକ୍ତି ଏହା ଶିକ୍ଷା କରିବା ଉଚିତ୍। ଏଥିରେ ତୁମ୍ଭର ବାସ୍ତବ ଜ୍ଞାନ ବୃଦ୍ଧି ଘଟିବ। କିନ୍ତୁ ନିର୍ବୋଧଲୋକମାନେ ଜ୍ଞାନ ଓ ଉପଦେଶକୁ ତୁଚ୍ଛ କରନ୍ତି।

ଶଲୋମନ ତାଙ୍କ ପୁତ୍ରଙ୍କୁ ଉପଦେଶ ଦେଲେ

ହେ ମୋର ପୁତ୍ର, ତୁମ୍ଭର ପିତାଙ୍କର ଉପଦେଶ ଶୁଣ, ଯେତେବେଳେ ସେ ତୁମ୍ଭକୁ ଶୃଙ୍ଖଳିତ କରନ୍ତି ଏବଂ ତୁମ୍ଭ ମାତାଙ୍କର ଉପଦେଶ ପରିତ୍ୟାଗ କର ନାହିଁ। ତୁମ୍ଭର ପିତା ଓ ମାତା, ଯାହାକିଛି ଶିକ୍ଷା ଦିଅନ୍ତି, ସେହି ବାକ୍ୟଗୁଡ଼ିକ ତୁମ୍ଭର ପାଇଁ ଆଶୀର୍ବାଦ ଫୁଲମାଳ ପରି ଅଟେ ଏବଂ ତୁମ୍ଭର ଗଳା ପାଇଁ ହାର ଅଟେ।

10 ହେ ମୋର ପୁତ୍ର, ପାପୀମାନେ ପାପକର୍ମ କରିବାକୁ ଭଲ ପାଆନ୍ତି ଏବଂ ସେହିପରି ଲୋକମାନେ ତୁମ୍ଭକୁ କୁକାର୍ଯ୍ୟ କରାଇବାକୁ ପ୍ରବର୍ତ୍ତାଇବେ। ସେମାନଙ୍କୁ ତୁମ୍ଭର ସମ୍ମତି ଦିଅ ନାହିଁ। 11 ସେହି ଲୋକମାନେ ତୁମ୍ଭକୁ କହିପାରନ୍ତି, “ଆମ୍ଭମାନଙ୍କ ସହିତ ଆସ, ଆମ୍ଭେମାନେ ରକ୍ତପାତ କରିବାକୁ ଗ୍ଭହିଁ ବସୁ। ନିର୍ଦ୍ଦୋଷମାନଙ୍କୁ ବିନା କାରଣରେ ଧରିବାକୁ ଗୁପ୍ତରେ ଲୁଚି ରହୁ। 12 ଆମ୍ଭେମାନେ ସେମାନଙ୍କୁ ହତ୍ୟା କରିବା। ଆମ୍ଭେମାନେ ସେମାନଙ୍କୁ ମୃତ୍ୟୁର ସ୍ଥାନକୁ ପଠାଇବା। ଆମ୍ଭେମାନେ ସେମାନଙ୍କୁ ବିନାଶ କରି କବରକୁ ପଠାଇବା। 13 ଆମ୍ଭେମାନେ ତହିଁରୁ ସବୁପ୍ରକାର ବହୁମୂଲ୍ୟ ଧନ ପାଇବା। ଲୁଟିତ ଦ୍ରବ୍ୟରେ ଆମ୍ଭମାନଙ୍କର ଗୃହକୁ ପରିପୂର୍ଣ୍ଣ କରିବା। 14 ତେଣୁ ଆସ ଆମ୍ଭମାନଙ୍କ ସହିତ ଯୋଗ ଦିଅ, ଏବଂ ଆମ୍ଭେ ସମସ୍ତେ ଯାହା ପାଇବା ତାହା ବାଣ୍ଟ କରିବା।”

15 ହେ ମୋର ପୁତ୍ର, ଏପରି ଲୋକମାନଙ୍କୁ ଅନୁସରଣ କର ନାହିଁ। ଏପରି ପଥରେ ତୁମ୍ଭେ ପାଦ ଦିଅ ନାହିଁ। 16 ସେହି ପାପୀ ଲୋକମାନେ ସର୍ବଦା ପାପ କରିବାକୁ ପ୍ରସ୍ତୁତ ଥା’ନ୍ତି। ସେମାନେ ସର୍ବଦା ଲୋକମାନଙ୍କୁ ହତ୍ୟା କରିବାକୁ ଗ୍ଭହାନ୍ତି।

17 ପକ୍ଷୀମାନଙ୍କୁ ଧରିବା ପାଇଁ ଲୋକମାନେ ଜାଲ ବିଛାଇ ଥା’ନ୍ତି। କିନ୍ତୁ କୌଣସି ପକ୍ଷୀ ଆଗରେ ଜାଲ ବିଛାଇବା ବ୍ୟର୍ଥ ଅଟେ। 18 ତେଣୁ ଏହି ଲୋକମାନେ ଗୁପ୍ତରେ ଛକି ବସନ୍ତି ଅନ୍ୟମାନଙ୍କୁ ହତ୍ୟା କରିବା ପାଇଁ। କିନ୍ତୁ ବାସ୍ତବରେ ସେମାନେ ନିଜ ନିଜର ପ୍ରାଣକୁ ଧରିବା ପାଇଁ ଜାଲ ବିଛାଇଥା’ନ୍ତି। 19 ସମସ୍ତ ଧନ ଲୋଭୀର ଗତି ଏହିପରି। ତାହା ଧନର ଅଧିକାରୀମାନଙ୍କର ପ୍ରାଣ ନାଶ କରେ।

ଜଣେ ଉତ୍ତମ ସ୍ତ୍ରୀର ଜ୍ଞାନ

20 ଶୁଣ! ଜ୍ଞାନ ରାସ୍ତାଗୁଡ଼ିକ ଉପରେ ଉଚ୍ଚ ସ୍ୱରରେ ଡାକେ। ସର୍ବସାଧାରଣ ଛକଗୁଡ଼ିକରେ ତା’ର ସ୍ୱର ଶୁଣାଏ। 21 ସେ ଲୋକମାନଙ୍କର ପ୍ରଧାନ ସ୍ଥାନରେ ଡାକଇ। ନଗର ଦ୍ୱାରର ପ୍ରବେଶ ସ୍ଥାନରେ, ନଗର ମଧ୍ୟରେ ଆପଣାର ବାକ୍ୟ ଉଚ୍ଚାରଣ କରି କହେ।

22 “ହେ ନିର୍ବୋଧଗଣ। କେତେକାଳ ପର୍ଯ୍ୟନ୍ତ ତୁମ୍ଭେ ନିରର୍ଥକ କାର୍ଯ୍ୟ କରିବାକୁ ଭଲ ପାଇବ? କେତେକାଳ ପର୍ଯ୍ୟନ୍ତ ନିନ୍ଦୁକ ଜ୍ଞାନକୁ ପରିହାସ କରିବ? ହେ ମୂର୍ଖମାନେ ଆଉ କେତେକାଳ ବିଦ୍ୟାକୁ ଘୃଣା କରିବ? 23 ମୋର ବାକ୍ୟକୁ ସାବଧାନର ସହିତ ଶୁଣ। ମୁଁ ତୁମ୍ଭମାନଙ୍କୁ ଜାଣିଥିବା କଥାସବୁ କହିବି। ମୁଁ ଆପଣା ବାକ୍ୟସବୁ ତୁମ୍ଭମାନଙ୍କୁ ଜଣାଇବି।

24 “କିନ୍ତୁ ତୁମ୍ଭେମାନେ ମୋର ଶିକ୍ଷା ଶୁଣିବାକୁ ନାସ୍ତି କଲ। ମୁଁ ତୁମ୍ଭକୁ ସାହାଯ୍ୟ କରିବାକୁ ଚେଷ୍ଟା କଲି। ମୁଁ ହାତ ବଢ଼ାଇଲି କିନ୍ତୁ ତୁମ୍ଭେମାନେ ମୋର ସାହାଯ୍ୟ ଗ୍ରହଣ କରିବାକୁ ମନାକଲ। 25 ତୁମ୍ଭେମାନେ ମୋର ସମସ୍ତ ବାକ୍ୟକୁ ହେୟ ଜ୍ଞାନ କଲ। ମୋର କୌଣସି ଅନୁଯୋଗକୁ ଗ୍ଭହିଁଲ ନାହିଁ। 26 ତେଣୁ ମୁଁ ତୁମ୍ଭମାନଙ୍କର ବିପଦ ବେଳେ ହସିବି। ତୁମ୍ଭମାନଙ୍କର ଅସୁବିଧା ସମୟରେ ମୁଁ ପରିହାସ କରିବି। 27 ପ୍ରଚଣ୍ଡ ଝଡ଼ପରି ତୁମ୍ଭମାନଙ୍କର ଧ୍ୱଂସ ଆସିବ। ଏହା ତୁମ୍ଭକୁ ଆଘାତ କରିବ ଏବଂ ଘୂର୍ଣ୍ଣିବାୟୁ ପରି ତୁମ୍ଭକୁ ପୋଡ଼ି ପକାଇବ। ତୁମ୍ଭମାନଙ୍କର ଅସୁବିଧା ଓ ଦୁଃଖ ତୁମ୍ଭମାନଙ୍କର ବୋଝ ହେବ।

28 “ଯେତେବେଳେ ଏହିସବୁ ଘଟିବ, ତୁମ୍ଭେମାନେ ମୋର ସାହାଯ୍ୟ ଲୋଡ଼ିବ। କିନ୍ତୁ ମୁଁ ତୁମ୍ଭକୁ ସାହାଯ୍ୟ କରିବି ନାହିଁ। ତୁମ୍ଭେମାନେ ମୋତେ ଖୋଜିବ। କିନ୍ତୁ ତୁମ୍ଭେମାନେ ମୋତେ ପାଇବ ନାହିଁ। 29 ମୁଁ ତୁମ୍ଭମାନଙ୍କୁ ସାହାଯ୍ୟ କରିବି ନାହିଁ, କାରଣ ତୁମ୍ଭେମାନେ ମୋର ଜ୍ଞାନ ଗ୍ରହଣ କଲ ନାହିଁ, ତୁମ୍ଭେମାନେ ଏହା ଘୃଣାକର। ସଦାପ୍ରଭୁଙ୍କୁ ସମ୍ମାନ ଦେବା ପାଇଁ ତୁମ୍ଭେମାନେ ନାସ୍ତି କଲ। 30 ତୁମ୍ଭେମାନେ ତୁମ୍ଭର ନିଜ ଇଚ୍ଛାରେ ବାସ କଲ, ତୁମ୍ଭେ ତୁମ୍ଭର ନିଜର ମନ୍ଦବ୍ୟବସ୍ଥାଗୁଡ଼ିକ ଅନୁସରଣ କଲ। ତେଣୁ ବର୍ତ୍ତମାନ ତୁମ୍ଭେ ନିଜ କର୍ମର ଫଳ ନିଶ୍ଚୟ ଗ୍ରହଣ କରିବ। 31 ନିର୍ବୋଧଲୋକମାନେ ନିର୍ବୋଧ ଜୀବନଶୈଳିରେ ପରିଗ୍ଭଳିତ ହୁଅନ୍ତି, ଯାହା ସେମାନଙ୍କୁ ବିନାଶ କରିବ। ନିର୍ବୋଧମାନେ କୁକର୍ମର ପ୍ରତିଫଳ ନିମନ୍ତେ ସେମାନେ ଧ୍ୱଂସ ପାଇବେ।

32 “କିନ୍ତୁ ଯେକେହି ମୋର କଥା ଶୁଣିବ, ସେ ସୁରକ୍ଷାରେ ପ୍ରବେଶ କରିବ। ତାହାର କେବେହେଲେ କୌଣସି ଦୁର୍ଭାଗ୍ୟ ନ ଥିବ। 33 ମାତ୍ର ଯେଉଁ ଲୋକ ମୋର ବାକ୍ୟ ମାନି ଚଳେ। ସେ ନିରାପଦରେ ବାସ କରିବ, ତା’ର ଅମଙ୍ଗଳ ହେବ ନାହିଁ।”

ଜ୍ଞାନ ବାକ୍ୟ ଗ୍ରହଣ କର

ହେ ମୋର ପୁତ୍ର, ମୋର ବାକ୍ୟ ଗ୍ରହଣ କର। ମୋର ନିର୍ଦ୍ଦେଶ ମନେରଖ। ଜ୍ଞାନକୁ ଶୁଣ ଏବଂ ବୁଝିବା ପାଇଁ ତୀ‌କ୍ଷ୍‌ଣ ମନ ପ୍ରୟୋଗ କର। ସୁବିବେଚନା ପ୍ରତି ଡାକ ପକାଅ। ବୁଦ୍ଧି ନିମନ୍ତେ ଉଚ୍ଚସ୍ୱର କର। ନ୍ୟାୟ ରୂପା ତୁଲ୍ୟ ଅଟେ, ତାକୁ ଖୋଜ। ପୋତାଧନ ପରି ତା’ର ଅନ୍ୱେଷଣ କର। ଯଦି ତୁମ୍ଭେ ଏପରି କର। ତେବେ ତୁମ୍ଭେ ସଦାପ୍ରଭୁଙ୍କ ବିଷୟକ ଭୟ ବୁଝିବ ଓ ପରମେଶ୍ୱରଙ୍କ ବିଷୟକ ତତ୍ତ୍ୱଜ୍ଞାନ ପାଇବ।

ଯେହେତୁ ସଦାପ୍ରଭୁ ଜ୍ଞାନ ଦିଅନ୍ତି। ତାଙ୍କ ମୁଖରୁ ଜ୍ଞାନ ଓ ବୁଦ୍ଧି ନିର୍ଗତ ହୁଏ। ସେ ସ‌ତ୍‌ଲୋକଙ୍କ ପାଇଁ ତତ୍ତ୍ୱଜ୍ଞାନ ସଞ୍ଚୟ କରନ୍ତି। ସେ ନିରୀହ ଲୋକମାନଙ୍କର ଢାଲ ସ୍ୱରୂପ ଅଟନ୍ତି। ସେ ଯେଉଁ ଲୋକମାନେ ନ୍ୟାୟ ପଥରେ ଗ୍ଭଲନ୍ତି, ସେମାନଙ୍କୁ ରକ୍ଷା କରନ୍ତି ଏବଂ ତାଙ୍କର ପବିତ୍ର ଲୋକମାନଙ୍କର ଗତି ସୁରକ୍ଷିତ କରନ୍ତି।

ତେଣୁ ତୁମ୍ଭେ ଧାର୍ମିକତା, ସୁବିଗ୍ଭର, ନ୍ୟାୟ, ଓ ମଙ୍ଗଳର ପ୍ରତ୍ୟେକ ସୁପଥ ଜାଣିବ। 10 ଜ୍ଞାନ ତୁମ୍ଭ ହୃଦୟରେ ପ୍ରବେଶ କରିବ, ବିଦ୍ୟା ତୁମ୍ଭ ପ୍ରାଣର ଆନନ୍ଦଦାୟକ ହେବ।

11 ଜ୍ଞାନ ତୁମ୍ଭକୁ ରକ୍ଷା କରିବ, ପରିଣାମଦର୍ଶୀତା ତୁମ୍ଭର ପ୍ରହରୀ ହେବ। 12 ସତର୍କତା ଓ ବୁଝାମଣା ଦୁଷ୍ଟ ଲୋକମାନଙ୍କ ପରି ଭୁଲ୍ ପଥରେ ଜୀବନଧାରଣରୁ ତୁମ୍ଭକୁ ରକ୍ଷା କରିବ, ଲୋକମାନଙ୍କଠାରୁ, ଯେଉଁମାନେ ମନ୍ଦ କଥା କହନ୍ତି। 13 ସେମାନେ ସତ୍ୟପଥ ପରିତ୍ୟାଗ କରି କୁପଥରେ ବାସ କରନ୍ତି। 14 ସେମାନେ ଆନନ୍ଦ ପାଆନ୍ତି, ଯେତେବେଳେ ସେମାନେ କୁକର୍ମ କରନ୍ତି ଏବଂ ମନ୍ଦତାକୁ ସେମାନେ ଉପଭୋଗ କରନ୍ତି। 15 ସେମାନଙ୍କର ରାସ୍ତା ମୋଡ଼ି ହେବା ଅବସ୍ଥା, ସେମାନଙ୍କର ରାସ୍ତା ବକ୍ର ଅଟେ।

16 ଜ୍ଞାନ ତୁମ୍ଭକୁ ପର ସ୍ତ୍ରୀ ଓ ଯିଏ ବ୍ୟଭିଗ୍ଭରୀ ଗ୍ଭଟୁବାଦିନୀ ଲୋକଠାରୁ ମଧ୍ୟ ରକ୍ଷା କରିବ। 17 ସେ ଯୁବାବସ୍ଥାରେ ବିବାହ କରିଥିବ। କିନ୍ତୁ ସେ ତା’ର ସ୍ୱାମୀକୁ ଛାଡ଼ି ଥିବ। ପରମେଶ୍ୱରଙ୍କଠାରେ ଶପଥ କରି ବିବାହ କରିଥିବା କଥା ସେ ଭୁଲି ଯିବ। 18 ଯେଉଁ ରାସ୍ତା ତାହାର ଘର ଆଡ଼କୁ, ତାହାର ମୃତ୍ୟୁ ଆଡ଼କୁ ଗୋଡ଼େଇବ। ତୁମ୍ଭେ ଯଦି ତାକୁ ଅନୁସରଣ କର ସେ ତୁମ୍ଭକୁ କବରଖାନାକୁ ଆଗେଇ ନେବ। 19 ସେ ନିଜେ ଏକ କବରପରି, ଯେଉଁମାନେ ତା’ର ନିକଟକୁ ଯାଆନ୍ତି ସେମାନେ ସେମାନଙ୍କର ଜୀବନ ହରାଇବେ, ସେମାନେ ଫେରି ପାରିବେ ନାହିଁ।

20 ଜ୍ଞାନୀମାନଙ୍କୁ ଅନୁସରଣ କରିବା ପାଇଁ, ଜ୍ଞାନ ତୁମ୍ଭକୁ ସାହାଯ୍ୟ କରିବ। ଉତ୍ତମ ଲୋକର ମାର୍ଗ ଅନୁସରଣ ପାଇଁ, ଜ୍ଞାନ ତୁମ୍ଭର ସହାୟ ହେବ। 21 ସରଳ ଲୋକମାନେ ଦେଶରେ ବାସ କରିବେ। ନିର୍ଦ୍ଦୋଷୀମାନେ ତହିଁରେ ରହିବେ। 22 ଦୁଷ୍ଟଗଣ ଦେଶରୁ ଉଚ୍ଛିନ୍ନ ହେବେ ଓ ବିଶ୍ୱାସଘାତକମାନେ ତହିଁରୁ ଉତ୍ପୀଡ଼ନ ହେବେ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 16

ଅନ୍ୟ ବିଶ୍ୱାସୀମାନଙ୍କ ଲାଗି ଦାନ ସଂଗ୍ରହ

16 ବର୍ତ୍ତମାନ ପରମେଶ୍ୱରଙ୍କ ଲୋକମାନଙ୍କର ସାହାଯ୍ୟ ପାଇଁ ଅର୍ଥ ସଂଗ୍ରହ ବିଷୟରେ ମୁଁ ଗାଲାତୀୟ ମଣ୍ଡଳୀକୁ ଏ ସମ୍ପର୍କ ଦେଇ ଥିବା ନିର୍ଦ୍ଦେଶମାନ ତୁମ୍ଭେମାନେ ଅବଶ୍ୟ ପାଳନ କରିବା ଉଚିତ୍। ପ୍ରତ୍ୟେକ ସପ୍ତାହର ପ୍ରଥମ ଦିନ ତୁମ୍ଭମାନଙ୍କ ମଧ୍ୟରୁ ପ୍ରତ୍ୟେକ ନିଜ ଆୟ ଅନୁଯାୟୀ ଯେତିକି ସମ୍ଭବ ନିଶ୍ଚୟ ସଞ୍ଚୟ କର। ତୁମ୍ଭେମାନେ ଏହାକୁ ଗୋଟିଏ ବିଶେଷ ସ୍ଥାନରେ ରଖି ଥାଅ। ଏପରି କଲେ, ମୁଁ ତୁମ୍ଭମାନଙ୍କ ପାଖରେ ପହଞ୍ଚିଲା ପରେ ତୁମ୍ଭମାନଙ୍କୁ ସଂଗ୍ରହ କରିବାକୁ ପଡ଼ିବ ନାହିଁ। ସେଠାରେ ପହଞ୍ଚିଲା ପରେ, ତୁମ୍ଭେମାନେ ଯେଉଁ ବ୍ୟକ୍ତିମାନଙ୍କୁ ବାଛିବ, ମୁଁ ସେମାନଙ୍କର ପରିଚୟ ପତ୍ର ସହିତ ତୁମ୍ଭମାନଙ୍କର ଦାନ ଯିରୁଶାଲମକୁ ପଠାଇ ଦେବି। ଯଦି ମୋର ମଧ୍ୟ ଯିବାର ହୁଏ ସେମାନେ ମଧ୍ୟ ମୋ’ ସହିତ ଯିବେ।

ପାଉଲଙ୍କ ଯୋଜନା

ମୋର ମାକିଦନିଆ ବାଟ ଦେଇ ଯିବା କାର୍ଯ୍ୟକ୍ରମ ଅଛି। ମାକିଦନିଆ ବାଟ ଦେଇ ଗଲା ପରେ ମୁଁ ତୁମ୍ଭମାନଙ୍କ ପାଖକୁ ଆସିବି। ସେତେବେଳେ ମୁଁ ତୁମ୍ଭମାନଙ୍କ ସହିତ କିଛି ସମୟ ଅତିବାହିତ କରିବି, ସମ୍ପୂର୍ଣ୍ଣ ବା ଶୀତକାଳ ତୁମ୍ଭମାନଙ୍କ ସହିତ ରହିବି। ତା’ପରେ, ମୋ’ ଯାତ୍ରାରେ, ମୁଁ ଯେଉଁଠାକୁ ଯିବି, ତୁମ୍ଭେମାନେ ମୋତେ ସାହାଯ୍ୟ କରି ପାରିବ। ମୁଁ ଏବେ ତୁମ୍ଭମାନଙ୍କ ସହିତ ଦେଖା କରିବାକୁ ଇଚ୍ଛା କରୁ ନାହିଁ, କାରଣ ପ୍ରଭୁ ଅନୁମତି ଦେଲେ ତୁମ୍ଭମାନଙ୍କ ସହ ଅଧିକ ସମୟ ରହିବା ପାଇଁ ଆଶା କରେ। କିନ୍ତୁ ମୁଁ ଏଫିସ ନଗରଠାରେ ପେଣ୍ଟିକଷ୍ଟ [a] ପର୍ବ ପର୍ଯ୍ୟନ୍ତ ରହିବି। କାରଣ ସେଠାରେ ଫଳପ୍ରଦ କାର୍ଯ୍ୟ ନିମନ୍ତେ ମୋ’ ପାଇଁ ଏକ ମହାନ୍ ସୁଯୋଗର ଦ୍ୱାର ଖୋଲା ହୋଇଛି। ସେଠାରେ ମୋର ଅନେକ ବିପକ୍ଷ ମଧ୍ୟ ଅଛନ୍ତି।

10 ତୀମଥି ତୁମ୍ଭମାନଙ୍କ ପାଖକୁ ଆସି ପାରନ୍ତି। ତୁମ୍ଭମାନଙ୍କ ମଧ୍ୟରେ ସେ ଯେପରି ସ୍ୱଚ୍ଛନ୍ଦରେ ରୁହନ୍ତି, ଏଥିପାଇଁ ତୁମ୍ଭେ ତାହାଙ୍କ ପ୍ରତି ମନୋଯୋଗୀ ହୁଅ। ମୋ’ ଭଳି ସେ ମଧ୍ୟ ପ୍ରଭୁଙ୍କ ପାଇଁ କାମ କରୁଛନ୍ତି। 11 ଅତଏବ ତୀମଥିଙ୍କୁ କେହି ଯେପରି ଗ୍ରହଣ କରିବାକୁ ମନା ନ କରେ। ସେ ଯେପରି ମୋ’ ପାଖରେ ଆସି ପହଞ୍ଚିବେ ଏଥିପାଇଁ ତାହାଙ୍କୁ ଶାନ୍ତି ପୂର୍ବକ ଯିବାରେ ସାହାଯ୍ୟ କର। ମୁଁ ଅନ୍ୟ ଭାଇମାନଙ୍କ ସହିତ ତାହାଙ୍କ ଫେରିବା ବାଟକୁ ଗ୍ଭହିଁ ବସିଛି।

12 ଆପଲ୍ଲ ଭାଇଙ୍କ ବିଷୟରେ ଲେଖୁଛି। ଅନ୍ୟ ଭାଇମାନଙ୍କ ସହିତ ତୁମ୍ଭମାନଙ୍କ ସହିତ ତୁମ୍ଭମାନଙ୍କ ପାଖକୁ ଯିବା ପାଇଁ ମୁଁ ତାହାକୁ ବହୁତ ଅନୁରୋଧ କଲି କିନ୍ତୁ ଏବେ ଯିବା ପାଇଁ ସେ ଆଦୌ ଗ୍ଭହୁଁ ନାହାନ୍ତି। କିନ୍ତୁ ଯେତେବେଳେ ସୁଯୋଗ ହେବ, ସେ ତୁମ୍ଭମାନଙ୍କ ପାଖକୁ ଯିବେ।

ପାଉଲଙ୍କ ପତ୍ରର ଶେଷ ଅଂଶ

13-14 ସାବଧାନ ରୁହ। ଦୃଢ଼ ଭାବେ ନିଜ ବିଶ୍ୱାସରେ ଅଟଳ ରୁହ। ସାହସୀ ହୁଅ, ବଳବାନ ହୁଅ। ପ୍ରତ୍ୟେକ କର୍ମ ପ୍ରେମରେ ସାଧିତ କର।

15 ତୁମ୍ଭେମାନେ ସ୍ତିଫାନର ପରିବାରବର୍ଗଙ୍କୁ ଜାଣିଛ। ସେମାନେ ଆଖାୟା ଦେଶର ପ୍ରଥମ ବିଶ୍ୱାସୀ ଥିଲେ। ସେମାନେ ପରମେଶ୍ୱରଙ୍କ ଲୋକମାନଙ୍କ ସେବାରେ ନିଜକୁ ସମର୍ପିତ କରିଛନ୍ତି। 16 ଭାଇ ଓ ଭଉଣୀମାନେ! ମୁଁ ତୁମ୍ଭମାନଙ୍କୁ ଅନୁରୋଧ କରୁଛି ଯେ ତୁମ୍ଭେମାନେ, ଏହି ପ୍ରକାର ଲୋକ ଓ ସେମାନଙ୍କ ସହିତ ପରମେଶ୍ୱରଙ୍କ ପାଇଁ ପରିଶ୍ରମ କରି ସେବା କରୁଥିବା ଲୋକମାନଙ୍କର ବଶୀଭୂତ ହୁଅ।

17 ମୁଁ ସ୍ତିଫାନ, ଫର୍ତ୍ତୂନାତ ଓ ଆଖାୟିକଙ୍କ ଆଗମନରେ ଆନନ୍ଦ କରୁଛି। କାରଣ ମୋ’ ପାଇଁ ଯାହା ତୁମ୍ଭେମାନେ କରି ପାରି ନାହଁ, ତାହା ସେମାନେ କରି ପାରିଲେ। 18 ସେମାନେ ମୋ’ ଆତ୍ମାକୁ ଏବଂ ତୁମ୍ଭ ଆତ୍ମାକୁ ମଧ୍ୟ ଆରାମ ପ୍ରଦାନ କରିଛନ୍ତି। ତୁମ୍ଭେମାନେ ଏଭଳି ଲୋକମାନଙ୍କୁ ସମ୍ମାନ କରିବା ଉଚିତ୍।

19 ଏସିଆର ସମସ୍ତ ମଣ୍ଡଳୀ ତୁମ୍ଭମାନଙ୍କୁ ଅଭିବାଦନ ଜଣାନ୍ତି। ଆକ୍ୱିଲା ଓ ପ୍ରୀସ୍କା ପ୍ରଭୁଙ୍କ ନାମରେ ଅନେକ ଅଭିବାଦନ ପଠାନ୍ତି। ତାହାଙ୍କ ଘରେ ମିଳିତ ହେଉଥିବା ମଣ୍ଡଳୀ ତୁମ୍ଭମାନଙ୍କୁ ମଧ୍ୟ ଅଭିବାଦନ ଜଣାଏ। 20 ସମସ୍ତ ଭାଇ ଓ ଭଉଣୀଙ୍କର ତୁମ୍ଭମାନଙ୍କୁ ନମସ୍କାର। ଯେତେବେଳେ ତୁମ୍ଭେମାନେ ଏକତ୍ର ହେଉଛ, ପରସ୍ପରକୁ ପବିତ୍ର ଚୁମ୍ବନ ଦେଇ ଅଭିବାଦନ ଜଣାଅ।

21 ମୁଁ ପାଉଲ, ନିଜ ହାତରେ ତୁମ୍ଭମାନଙ୍କୁ ନମସ୍କାର ଲେଖି ଜଣାଉଛି।

22 ଯଦି କିଏ ପ୍ରଭୁଙ୍କୁ ପ୍ରେମ କରୁ ନାହିଁ, ତାହାହେଲେ ସେ ଲୋକ ପରମେଶ୍ୱରଙ୍କଠାରୁ ବିଚ୍ଛିନ୍ନ ହୋଇ ସେ ଅନନ୍ତକାଳ ପାଇଁ ବିନଷ୍ଟ ହେବ।

ମାରାନାଥା [b] ଅର୍ଥାତ୍ ପ୍ରଭୁ ଆସୁଛନ୍ତି।

23 ପ୍ରଭୁ ଯୀଶୁଙ୍କର ଅନୁଗ୍ରହ ତୁମ୍ଭମାନଙ୍କର ସହବର୍ତ୍ତୀ ହେଉ।

24 ଖ୍ରୀଷ୍ଟ ଯୀଶୁଙ୍କଠାରେ ତୁମ୍ଭ ସମସ୍ତଙ୍କ ପ୍ରତି ମୋର ପ୍ରେମ ଭାବ ରହିଥାଉ।

Oriya Bible: Easy-to-Read Version (ERV-OR)

2010 by World Bible Translation Center