Print Page Options
Previous Prev Day Next DayNext

Old/New Testament

Each day includes a passage from both the Old Testament and New Testament.
Duration: 365 days
Oriya Bible: Easy-to-Read Version (ERV-OR)
Version
ଗୀତସଂହିତା 146-147

146 ସଦାପ୍ରଭୁଙ୍କର ପ୍ରଶଂସା କର!
    ମୁଁ ନିଜକୁ କହେ, ସଦାପ୍ରଭୁଙ୍କର ପ୍ରଶଂସା କର।
ମୁଁ ଜୀବନସାରା ସଦାପ୍ରଭୁଙ୍କର ପ୍ରଶଂସା କରିବି।
    ମୁଁ ଜୀବନସାରା ମୋର ପରମେଶ୍ୱରଙ୍କର ପ୍ରଶଂସାର ଗୀତ ଗାଇବି।
ସାହାଯ୍ୟ ପାଇଁ ଅଧିପତିମାନଙ୍କ ଉପରେ ନିର୍ଭର ରଖ ନାହିଁ।
    ଲୋକମାନଙ୍କ ପ୍ରତି ଭରସା କର ନାହିଁ।
    କାରଣ ଲୋକମାନେ ତୁମ୍ଭକୁ ରକ୍ଷା କରି ପାରିବେ ନାହିଁ।
ଲୋକମାନେ ମରନ୍ତି ଓ କବର ନିଅନ୍ତି।
    ଆଉ ସେହି ଦିନ, ସେମାନଙ୍କର ଯୋଜନା ସବୁ ମଧ୍ୟ ମରିଯାଏ।
କିନ୍ତୁ ସେହିମାନେ ଭାଗ୍ୟବାନ୍ ଯେଉଁମାନଙ୍କର ଯାକୁବର ପରମେଶ୍ୱର ଅଛନ୍ତି, ସେହିମାନଙ୍କୁ ସାହାଯ୍ୟ କରିବା ପାଇଁ,
    ସେହିମାନେ ସେମାନଙ୍କର ପରମେଶ୍ୱର ସଦାପ୍ରଭୁଙ୍କ ଉପରେ ନିର୍ଭର କରନ୍ତି।
ସଦାପ୍ରଭୁ ସ୍ୱର୍ଗ, ପୃଥିବୀ, ସମୁଦ୍ର
    ଏବଂ ଏଥିରେ ଥିବା ପ୍ରତ୍ୟେକ ବସ୍ତୁ ମଧ୍ୟ ତିଆରି କଲେ।
ସେ ସର୍ବଦା ବିଶ୍ୱସ୍ତ ଅଟନ୍ତି।
ସଦାପ୍ରଭୁ ଉପଦ୍ରବ ଗ୍ରସ୍ତ ଲୋକ ପକ୍ଷରେ ଯାହା ନ୍ୟାୟ ତାହା କରନ୍ତି।
    ସେ କ୍ଷୁଧାର୍ତ୍ତମାନଙ୍କୁ ଖାଦ୍ୟ ଦିଅନ୍ତି।
ସଦାପ୍ରଭୁ ବନ୍ଦୀଗଣଙ୍କୁ ମୁକ୍ତ କରନ୍ତି।
    ସଦାପ୍ରଭୁ ଆମ୍ଭମାନଙ୍କୁ ଦୃଷ୍ଟି ପ୍ରଦାନ କରନ୍ତି।
ସଦାପ୍ରଭୁ ବିପଦରେ ପଡ଼ୁଥିବା ଲୋକମାନଙ୍କୁ ଉଠାନ୍ତି।
    ସଦାପ୍ରଭୁ ଧାର୍ମିକମାନଙ୍କୁ ପ୍ରେମ କରନ୍ତି।
ସଦାପ୍ରଭୁ ଆମ୍ଭ ଦେଶରେ ରହୁଥିବା ବିଦେଶୀମାନଙ୍କୁ ରକ୍ଷା କରନ୍ତି।
    ସେ ପିତୃହୀନ ଓ ବିଧବାଙ୍କର ଯତ୍ନ ନିଅନ୍ତି,
    ମାତ୍ର ସେ ଦୁଷ୍ଟମାନଙ୍କୁ ଧ୍ୱଂସ କରନ୍ତି।
10 ସଦାପ୍ରଭୁ ଚିରକାଳ ରାଜ୍ୟ କରିବେ।
    ହେ ସିୟୋନ, ତୁମ୍ଭର ପରମେଶ୍ୱର ସଦାସର୍ବଦା ରାଜ୍ୟ କରିବେ।

ସଦାପ୍ରଭୁଙ୍କର ପ୍ରଶଂସା କର।

147 ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର!
    କାରଣ ଆମ୍ଭର ପରମେଶ୍ୱରଙ୍କର ଉଦ୍ଦେଶ୍ୟରେ ପ୍ରଶଂସା ଗାନ କରିବା ଉତ୍ତମ!
    ପରମେଶ୍ୱରଙ୍କୁ ପ୍ରଶଂସା କରିବା କେତେ ଉତ୍ତମ ଓ ମାନୋହର ଅଟେ।
ସଦାପ୍ରଭୁ ହେଉଛନ୍ତି ଜଣେ ଯିଏ ଯିରୁଶାଲମକୁ ପୁନଃନିର୍ମାଣ କରନ୍ତି।
    ସେ ହିଁ ଜଣେ ଇସ୍ରାଏଲର ନିର୍ବାସିତମାନଙ୍କୁ ଏକତ୍ରିତ କରନ୍ତି।
ସେ ସେମାନଙ୍କର ଭଗ୍ନ ହୃଦୟକୁ ସୁସ୍ଥ କରନ୍ତି
    ଓ ସେମାନଙ୍କ କ୍ଷତରେ ପଟି ବାନ୍ଧନ୍ତି।
ସେ ତାରାଗଣଙ୍କୁ ଗଣନା କରନ୍ତି।
    ସେ ପ୍ରତ୍ୟେକଙ୍କର ଗୋଟି ଗୋଟି କରି ନାମ ଧରି ଡାକନ୍ତି।
ଆମ୍ଭର ପ୍ରଭୁ ଅତି ମହାନ ଏବଂ ଶକ୍ତିମାନ।
    ତାଙ୍କର ବୁଝାମଣା ଅସୀମ।
ସଦାପ୍ରଭୁ ନମ୍ର ଲୋକମାନଙ୍କ ସପକ୍ଷରେ ଥା’ନ୍ତି।
    ଏବଂ ସେ ଦୁଷ୍ଟମାନଙ୍କୁ ବିଚଳିତ କରନ୍ତି।
ସଦାପ୍ରଭୁଙ୍କୁ ଗୀତରେ ଧନ୍ୟବାଦ ଦିଅ।
    ବୀଣାଯନ୍ତ୍ରରେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ପ୍ରଶଂସା କର।
ପରମେଶ୍ୱର ଆକାଶକୁ ମୋଟା ମେଘମାଳାରେ ଆଚ୍ଛନ୍ନ କରନ୍ତି।
    ସେ ପୃଥିବୀ ନିମନ୍ତେ ବୃଷ୍ଟି ପ୍ରସ୍ତୁତ କରନ୍ତି।
    ସେ ପର୍ବତଗଣରେ ତୃଣ ଉତ୍ପାଦନ କରନ୍ତି।
ପରମେଶ୍ୱର ପଶୁମାନଙ୍କୁ ଆହାର ଦିଅନ୍ତି।
    ସେ ପକ୍ଷୀ ଶାବକମାନଙ୍କୁ ମଧ୍ୟ ଆହାର ଦିଅନ୍ତି, ଯାହା ପାଇଁ ସେମାନେ ଚିତ୍କାର କରନ୍ତି।
10 ଯୁଦ୍ଧ ଅଶ୍ୱର ଓ ପରାକ୍ରମୀ ସୈନ୍ୟ
    ତାଙ୍କୁ ଖୁସୀ କରି ପାରନ୍ତି ନାହିଁ।
11 ଯେଉଁ ଲୋକମାନେ ତାଙ୍କୁ ଭୟ କରନ୍ତି ଓ ବିଶ୍ୱସ୍ତ ପ୍ରେମରେ ଭରସା ରଖନ୍ତି,
    ସେ ସେମାନଙ୍କ ଉପରେ ସନ୍ତୁଷ୍ଟ ହୁଅନ୍ତି।
12 ହେ ଯିରୁଶାଲମ, ସଦାପ୍ରଭୁଙ୍କର ପ୍ରଶଂସା କର।
    ହେ ସିୟୋନ, ତୁମ୍ଭ ପରମେଶ୍ୱରଙ୍କର ପ୍ରଶଂସା କର!
13 ହେ ଯିରୁଶାଲମ, ପରମେଶ୍ୱର ତୁମ୍ଭ ଫାଟକକୁ ଦୃଢ଼ କରିଛନ୍ତି,
    ଏବଂ ସେ ତୁମ୍ଭ ସହରର ଲୋକମାନଙ୍କୁ ଆଶୀର୍ବାଦ କରିଛନ୍ତି।
14 ସେ ତୁମ୍ଭ ଦେଶକୁ ଧନଧାନ୍ୟରେ ପୂର୍ଣ୍ଣ କରନ୍ତି,
    ଯେଉଁଥିପାଇଁ ତୁମ୍ଭମାନଙ୍କର ଖାଇବା ପାଇଁ ଯଥେଷ୍ଟ ଖାଦ୍ୟ ଅଛି।
15 ପରମେଶ୍ୱର ପୃଥିବୀକୁ ଆପଣା ଆଦେଶ ଦିଅନ୍ତି।
    ତାଙ୍କର ବାକ୍ୟସବୁ ଅତିଶୀଘ୍ର ପାଳନ କରାଯାଏ।
16 ପରମେଶ୍ୱର ପୃଥିବୀ ଧଳା ପଶମ ତୁଲ୍ୟ ହେବାଯାଏ ହିମପାତ କରନ୍ତି।
    ସେ ଧୂଳିପରି ପୃଥିବୀରେ ତାହା ବିକ୍ଷିପ୍ତ କରନ୍ତି।
17 ପରମେଶ୍ୱର ପଥର ପରି ଆକାଶରୁ ଖଣ୍ଡ ଖଣ୍ଡ ବରଫ ପକାନ୍ତି,
    ତାଙ୍କ ପଠାଯାଇଥିବା ଶୀତ ଆଗରେ କେହି ଠିଆ ହୋଇ ପାରିବେ ନାହିଁ।
18 ଏହା ପରେ ସେ ଗୋଟିଏ ଆଦେଶରେ ବରଫଗୁଡ଼ିକ ତରଳାଇ ପକାନ୍ତି,
    ଏବଂ ତାଙ୍କ ଆଜ୍ଞାରେ ପବନ ବହିଲେ ଜଳସ୍ରୋତ ବହେ।

19 ପରମେଶ୍ୱର ଯାକୁବକୁ ଆପଣା ଆଦେଶ ଦେଲେ,
    ପରମେଶ୍ୱର ଇସ୍ରାଏଲ ପ୍ରତି ଆପଣା ବ୍ୟବସ୍ଥା ଓ ବିଧି ପ୍ରକାଶ କଲେ!
20 ପରମେଶ୍ୱର କୌଣସି ଦେଶ ପାଇଁ କେବେ ଏହିପରି କରି ନାହାନ୍ତି।
    ସେ ତାଙ୍କର ନିୟମସବୁ ଅନ୍ୟ ଲୋକମାନଙ୍କୁ ଶିଖାଇ ନାହାନ୍ତି।

ସଦାପ୍ରଭୁଙ୍କର ପ୍ରଶଂସା କର।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 15:1-28

ଖ୍ରୀଷ୍ଟଙ୍କର ସୁସମାଗ୍ଭର

15 ଭାଇ ଓ ଭଉଣୀମାନେ ମୁଁ ତୁମ୍ଭମାନଙ୍କୁ ପୂର୍ବରୁ ମନେ ପକାଇ ଦେବାକୁ ଇଚ୍ଛା କରେ। ତୁମ୍ଭେମାନେ ଏହାକୁ ଗ୍ରହଣ କରିଥିଲ, ଓ ଏବେ ସୁଦ୍ଧା ଦୃଢ଼ ଭାବରେ ଧରି ରଖିଛ। ତୁମ୍ଭେମାନେ ଏହି ସୁସମାଗ୍ଭର ଦ୍ୱାରା ପରିତ୍ରାଣ ପାଇଛ। କିନ୍ତୁ ମୋ’ କହିଥିବା କଥାଗୁଡ଼ିକୁ ତୁମ୍ଭେମାନେ ବିଶ୍ୱାସ କରି ଗ୍ଭଲିବା ଉଚିତ୍। ନଚେତ୍ ତୁମ୍ଭେ ବ୍ୟର୍ଥରେ ବିଶ୍ୱାସୀ ହୋଇଥିଲ।

ମୁଁ ପାଇଥିବା ଶିକ୍ଷା ତୁମ୍ଭମାନଙ୍କୁ ଦେଲି। ଏହି ପ୍ରଧାନ ଶିକ୍ଷା ମୁଁ ତୁମ୍ଭମାନଙ୍କୁ ପ୍ରଦାନ କରିଥିଲି ଯେ, ଯୀଶୁ ଖ୍ରୀଷ୍ଟ ଶାସ୍ତ୍ର ଅନୁସାରେ ଆମ୍ଭର ପାପ ପାଇଁ ମଲେ। ଯୀଶୁ ଖ୍ରୀଷ୍ଟଙ୍କୁ କବର ଦିଆ ହେଲା ଓ ତୃତୀୟ ଦିନରେ ସେ ମୃତ୍ୟୁରୁ ଉଠିଲେ। ସେ କେଫାଙ୍କୁ ଓ ତା’ପରେ ବାରଜଣ ପ୍ରେରିତଙ୍କୁ ଦେଖା ଦେଲେ। ତା’ପରେ ସେ ଏକା ଥରକେ 500ରୁ ଅଧିକ ଭାଇମାନଙ୍କୁ ଦେଖାଦେଇଥିଲେ। ତାହାଙ୍କ ମଧ୍ୟରୁ ଅଧିକାଂଶ ଲୋକ ଆଜି ମଧ୍ୟ ଜୀବିତ। କିନ୍ତୁ କେତେକ ମରି ଯାଇଛନ୍ତି। ତା’ପରେ ଖ୍ରୀଷ୍ଟ ଯାକୁବ ଓ ପରେ ସମସ୍ତ ପ୍ରେରିତମାନଙ୍କୁ ଆଉଥରେ ଦେଖା ଦେଲେ। ଯଥା ସମୟ ପୂର୍ବରୁ ଜନ୍ମ ହୋଇଥିବା ଶିଶୁଟିଏ ଭଳି ଯେ ମୁଁ, ସେ ମୋତେ ସର୍ବ ଶେଷରେ ଦେଖା ଦେଲେ।

ମୁଁ ସମସ୍ତ ପ୍ରେରିତମାନଙ୍କ ମଧ୍ୟରେ ସବୁଠାରୁ କ୍ଷୁଦ୍ରତମ। ଏପରିକି ମୋର ପ୍ରେରିତ ବୋଲି ଡକା ଯିବାର ଯୋଗ୍ୟତା ମଧ୍ୟ ନାହିଁ, କାରଣ ମୁଁ ପୂର୍ବରୁ ପରମେଶ୍ୱରଙ୍କ ମଣ୍ଡଳୀକୁ ତାଡ଼ନା କରିଛି। 10 କିନ୍ତୁ ପରମେଶ୍ୱରଙ୍କ ଅନୁଗ୍ରହ ହେତୁ ମୁଁ ଆଜି ଏହା ହୋଇପାରିଛି। ମୋ’ ପ୍ରତି ତାହାଙ୍କ ଅନୁଗ୍ରହ ବିଫଳ ହୋଇ ନାହିଁ। ମୁଁ ଅନ୍ୟ ସମସ୍ତ ପ୍ରେରିତଙ୍କ ତୁଳନାରେ କଠୋର ପରିଶ୍ରମ କରିଛି। ମୁଁ ପ୍ରକୃତରେ ଯେ ଅଧିକ ପରିଶ୍ରମ କରିଅଛି, ତାହା ନୁହେଁ କିନ୍ତୁ ପରମେଶ୍ୱରଙ୍କ ଅନୁଗ୍ରହ ହେତୁ ଏହା କରିପାରିଛି। 11 ମୁଁ ତୁମ୍ଭକୁ ପ୍ରଗ୍ଭର କରେ ବା ଅନ୍ୟମାନେ ପ୍ରଗ୍ଭର କରନ୍ତି, ସେଥିରେ କିଛି ଯାଏ ଆସେ ନାହିଁ, କାରଣ ଆମ୍ଭେ ସମସ୍ତେ ସମାନ ବିଷୟ ପ୍ରଗ୍ଭର କରିଥାଉ। ଆଉ ଏହି ପ୍ରକାରେ ତୁମ୍ଭେମାନେ ବିଶ୍ୱାସୀ ହୋଇଅଛ।

ଆମ୍ଭେ ମୃତ୍ୟୁରୁ ପୁନର୍ଜୀବିତ ହେବା

12 ଯୀଶୁ ଖ୍ରୀଷ୍ଟ ମୃତ୍ୟୁରୁ ଉ‌ତ୍‌‌ଥିତ ହୋଇଥିଲେ, ଏହା ପ୍ରଗ୍ଭରିତ ହୋଇଛି, ତା’ହେଲେ ତୁମ୍ଭମାନଙ୍କ ମଧ୍ୟରୁ କେତେଜଣ କାହିଁକି କୁହନ୍ତି ଯେ, ଲୋକେ ମୃତ୍ୟୁରୁ ଉ‌ତ୍‌‌ଥିତ ହୋଇପାରିବେ ନାହିଁ। 13 ଯଦି ଲୋକମାନେ ମୃତ୍ୟୁରୁ ଉ‌ତ୍‌‌ଥିତ ହେବେ ନାହିଁ, ତା’ହେଲେ ଖ୍ରୀଷ୍ଟ ମଧ୍ୟ ମୃତ୍ୟୁରୁ ଉ‌ତ୍‌‌ଥିତ ହୋଇ ନାହାନ୍ତି, 14 ଯଦି ଖ୍ରୀଷ୍ଟ ମୃତ୍ୟୁରୁ ଉ‌ତ୍‌‌ଥିତ ହୋଇ ନାହାନ୍ତି, ତା’ହେଲେ ଆମ୍ଭର ଶିକ୍ଷାଦାନ ଓ ତୁମ୍ଭମାନଙ୍କର ବିଶ୍ୱାସର କିଛି ମୂଲ୍ୟ ନାହିଁ। 15 ଆମ୍ଭେ ମଧ୍ୟ ପରମେଶ୍ୱରଙ୍କ ବିଷୟରେ ମିଛ କହିଥିବା ଅପରାଧରେ ଅପରାଧୀ। କାରଣ ଆମ୍ଭେ ପରମେଶ୍ୱରଙ୍କ ବିଷୟରେ ପ୍ରଗ୍ଭର କରିଛୁ ଯେ, ସେ ଯୀଶୁଙ୍କୁ ମୃତ୍ୟୁରୁ ଉଠାଇଛନ୍ତି। ଯଦି ମୃତମାନେ ଉ‌ତ୍‌‌ଥିତ ନ ହୁଅନ୍ତି, ତା’ହେଲେ ପରମେଶ୍ୱର ମଧ୍ୟ ଖ୍ରୀଷ୍ଟଙ୍କୁ ମୃତ୍ୟୁରୁ ଉଠାଇ ନାହାନ୍ତି। 16 ଯଦି ମୃତମାନେ ଉ‌ତ୍‌‌ଥିତ ହୁଅନ୍ତି ନାହିଁ, ତା’ହେଲେ ଯୀଶୁ ଖ୍ରୀଷ୍ଟ ମଧ୍ୟ ଉ‌ତ୍‌‌ଥିତ ହୋଇ ନାହାନ୍ତି। 17 ଯଦି ଖ୍ରୀଷ୍ଟ ମୃତ୍ୟୁରୁ ଉଠି ନାହାନ୍ତି, ତା’ହେଲେ ତୁମ୍ଭ ବିଶ୍ୱାସର କିଛି ମୂଲ୍ୟ ନାହିଁ। ତୁମ୍ଭେମାନେ ଏ ପର୍ଯ୍ୟନ୍ତ ନିଜ ନିଜ ପାପରେ ଅଛ। 18 ପୁଣି ଖ୍ରୀଷ୍ଟଙ୍କଠାରେ ଥାଉ ଯେଉଁମାନେ ମରିଛନ୍ତି, ସେମାନେ ମଧ୍ୟ ବିନଷ୍ଟ ହୋଇ ଯାଇ ଅଛନ୍ତି। 19 ଯଦି ଖ୍ରୀଷ୍ଟଙ୍କଠାରେ ଆମ୍ଭର ଭରସା କେବଳ ଏହି ସଂସାରର ଜୀବନ ପାଇଁ, ତା’ହେଲେ ଅନ୍ୟ ସମସ୍ତ ଲୋକଙ୍କ ତୁଳନାରେ ଆମ୍ଭେ ଅଧିକ ହତଭାଗ୍ୟ।

20 କିନ୍ତୁ ବାସ୍ତବ କଥା ଏହି ଯେ, ଖ୍ରୀଷ୍ଟଙ୍କୁ ମୃତ୍ୟୁରୁ ଉ‌ତ୍‌‌ଥିତ କରାଯାଇଛି। ସେ ହେଉଛନ୍ତି ମୃତ ବିଶ୍ୱାସୀମାନଙ୍କ ମଧ୍ୟରୁ ଉ‌ତ୍‌‌ଥିତ ପ୍ରଥମ ଫଳ ସ୍ୱରୂପ। 21 ଜଣେ ମନୁଷ୍ୟ ହେତୁ ଲୋକମାନଙ୍କ ପାଖକୁ ମୃତ୍ୟୁ ଆସିଲା। କିନ୍ତୁ ଜଣେ ମନୁଷ୍ୟ ଦ୍ୱାରା ମଧ୍ୟ ମୃତ୍ୟୁର ପୁନରୁ‌ତ୍‌‌ଥାନ ହେଲା। 22 ଆଦମ ଯୋଗୁଁ ସମସ୍ତ ଲୋକ ମୃତ୍ୟୁ ଭୋଗ କରନ୍ତି, ସେହିଭଳି ଖ୍ରୀଷ୍ଟଙ୍କ ଯୋଗୁଁ ସମସ୍ତ ଲୋକଙ୍କୁ ପୁନର୍ଜୀବିତ ହେବେ। 23 କିନ୍ତୁ ପ୍ରତ୍ୟେକ ଲୋକ କ୍ରମାନୁସାରେ ପୁନଃ ଜୀବିତ ହେବେ। ପ୍ରଥମ ଫଳ ସ୍ୱରୂପ ଖ୍ରୀଷ୍ଟ ତା’ପରେ ଖ୍ରୀଷ୍ଟଙ୍କ ଆଗମନ ସମୟରେ ତାହାଙ୍କ ଆଶ୍ରିତମାନେ ପୁନରୁ‌ତ୍‌‌ଥିତ ହେବେ। 24 ତା’ପରେ ଯୁଗାନ୍ତ ହେବ। ସମସ୍ତ ଶାସକ, କ୍ଷମତା ଓ ଶକ୍ତିଗୁଡ଼ିକୁ ଲୋପ କରିବା ପରେ ଖ୍ରୀଷ୍ଟ ପିତା ପରମେଶ୍ୱରଙ୍କ ରାଜତ୍ୱ ସମର୍ପଣ କରିବେ।

25 କିନ୍ତୁ ଯେତେ ଦିନ ପର୍ଯ୍ୟନ୍ତ ପରମେଶ୍ୱର ସମସ୍ତ ଶତ୍ରୁଙ୍କୁ ଖ୍ରୀଷ୍ଟଙ୍କ ପଦତଳେ ନ ରଖିଛନ୍ତି, ସେତେଦିନ ପର୍ଯ୍ୟନ୍ତ ଖ୍ରୀଷ୍ଟ ରାଜତ୍ୱ କରିବେ। 26 ଶେଷ ଶତ୍ରୁ ଭାବରେ ମୃତ୍ୟୁକୁ ଲୋପ କରାଯିବ। 27 ଶାସ୍ତ୍ର କୁହେ: “ପରମେଶ୍ୱର ସମସ୍ତ ବିଷୟକୁ ତାହାଙ୍କର ପାଦତଳେ ରଖିଛନ୍ତି।” [a] ଯେତେବେଳେ ଏହା କୁହେ ଯେ, ସେ “ସମସ୍ତ ବିଷୟ” ତାହାଙ୍କ ପାଦତଳେ ବଶୀଭୂତ କଲେ ଏଥିରୁ ସ୍ପଷ୍ଟ ଜଣାପଡ଼େ ଯେ, ପରମେଶ୍ୱର ନିଜେ ପ୍ରତ୍ୟେକ ବିଷୟକୁ ଖ୍ରୀଷ୍ଟଙ୍କର ବଶୀଭୂତ କଲେ ଓ ସେ ସେହିସବୁରେ ପରମେଶ୍ୱର ଅନ୍ତର୍ଗତ ନୁହନ୍ତି। 28 ସମସ୍ତ ଖ୍ରୀଷ୍ଟଙ୍କ ବଶୀଭୂତ ହେଲା ଉତ୍ତାରେ ତାଙ୍କ ପୁତ୍ର ଖ୍ରୀଷ୍ଟ ମଧ୍ୟ ପରମେଶ୍ୱରଙ୍କ ବଶୀଭୂତ ହେବେ। ଯେଉଁ ପରମେଶ୍ୱର ପ୍ରତ୍ୟେକ ବିଷୟକୁ ଖ୍ରୀଷ୍ଟଙ୍କ ବଶୀଭୂତ କଲେ, ସେହି ଖ୍ରୀଷ୍ଟ ପରମେଶ୍ୱରଙ୍କ ବଶୀଭୂତ ହେବେ ଓ ଏହିଭଳି ପ୍ରତ୍ୟେକ ବିଷୟ ଉପରେ ପରମେଶ୍ୱର ଶାସନ ପ୍ରତିଷ୍ଠିତ କରିବେ।

Oriya Bible: Easy-to-Read Version (ERV-OR)

2010 by World Bible Translation Center