Old/New Testament
ଏକ ଆରୋହଣ ସଙ୍ଗୀତ।
129 ମୋର ଜୀବନସାରା ବହୁ ଶତ୍ରୁ ମୋତେ ଆକ୍ରମଣ କଲେ।
ଇସ୍ରାଏଲ, ଏହାକୁ ଆଉଥରେ କୁହ।
2 ମୋ’ ଜୀବନସାରା ବହୁ ଶତ୍ରୁ ମୋତେ ଆକ୍ରମଣ କରିଛନ୍ତି।
କିନ୍ତୁ ସେମାନେ କେବେ ମୋତେ ପରାସ୍ତ କରି ପାରିଲେ ନାହିଁ।
3 ସେମାନେ ମୋ’ ପିଠିରେ ଗଭୀର କ୍ଷତ ହେବା ପର୍ଯ୍ୟନ୍ତ ଆଘାତ କରନ୍ତି।
ମୋର ପିଠି ହଳ କରା ପଡ଼ିଆ ପରି ଜଣାଗଲା।
4 କିନ୍ତୁ ସଦାପ୍ରଭୁ ଯିଏ ଯାହା ଠିକ୍ କରନ୍ତି, ସେହି ରଜ୍ଜୁ କାଟି ପକାଇଲେ
ଏବଂ ଦୁଷ୍ଟମାନଙ୍କଠାରୁ ମୁକ୍ତ କଲେ।
5 ଯେଉଁ ଲୋକମାନେ ସିୟୋନକୁ ଘୃଣା କରନ୍ତି, ସେମାନେ ଲଜ୍ଜିତ ହୁଅନ୍ତୁ।
ସେମାନେ ଅଟକି ଯାଆନ୍ତୁ ଏବଂ ଅନୁଧାବିତ ହୁଅନ୍ତୁ।
6 ସେମାନେ ଗୃହର ଛାତ ଉପରିସ୍ଥ
ତୃଣତୁଲ୍ୟ ବଢ଼ିବା ପୂର୍ବରୁ ଶୁଖି ଯାଆନ୍ତୁ।
7 ଯେପରି କଟାଳୀ ତା’ର ହେଳାପୂର୍ଣ୍ଣ କରିପାରେ ନାହିଁ।
ଏବଂ ବିଡ଼ା ବନ୍ଧନକାରୀ ଆପଣା ଅଣ୍ଟି ପୂର୍ଣ୍ଣ କରେ ନାହିଁ।
8 ତାଙ୍କ ବାଟ ଦେଇ ଯାଉଥିବା ଲୋକମାନେ କହନ୍ତି ନାହିଁ,
“ସଦାପ୍ରଭୁ ତୁମ୍ଭର ମଙ୍ଗଳ କରନ୍ତୁ!
କିଅବା ଆମ୍ଭେ ସଦାପ୍ରଭୁଙ୍କ ନାମରେ ତୁମ୍ଭକୁ ଆଶୀର୍ବାଦ କରୁଛୁ।”
ଏକ ଆରୋହଣ ଗୀତ।
130 ହେ ସଦାପ୍ରଭୁ, ମୁଁ ଘୋର ବିପତ୍ତିରେ ଅଛି।
ତେଣୁ ମୁଁ ତୁମ୍ଭକୁ ସାହାଯ୍ୟ ପାଇଁ ଡାକୁଅଛି।
2 ହେ ମୋର ପ୍ରଭୁ, ମୋର ଗୁହାରୀ ଶୁଣ।
ସାହାଯ୍ୟ ପାଇଁ ମୋର ଡାକ ଶୁଣ।
3 ହେ ସଦାପ୍ରଭୁ, ତୁମ୍ଭେ ଯଦି ସମସ୍ତ ଲୋକଙ୍କୁ ସେମାନଙ୍କର ପାପ ପାଇଁ ଦଣ୍ଡିତ କର,
ତେବେ କେହି ବଞ୍ଚିବେ ନାହିଁ।
4 ହେ ସଦାପ୍ରଭୁ, ତୁମ୍ଭେ ଲୋକମାନଙ୍କୁ କ୍ଷମା କର,
ସେଥିପାଇଁ ସେମାନେ ତୁମ୍ଭଙ୍କୁ ଡରନ୍ତି ଏବଂ ଉପାସନା କରନ୍ତି।
5 ମୁଁ ସଦାପ୍ରଭୁଙ୍କର ସାହାଯ୍ୟକୁ ଅପେକ୍ଷା କରିଛି।
ମୋର ପ୍ରାଣ ତାଙ୍କୁ ଗ୍ଭହିଁ ରହିଛି।
ମୁଁ ସଦାପ୍ରଭୁଙ୍କର ବାକ୍ୟରେ ଭରସା ରଖିଛି।
6 ମୁଁ ମୋର ପ୍ରଭୁଙ୍କ ପାଇଁ ଅପେକ୍ଷା କରେ,
ଯେପରି ଜଣେ ପ୍ରହରୀ ସକାଳ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରେ।
7 ହେ ଇସ୍ରାଏଲ, ସଦାପ୍ରଭୁଙ୍କଠାରେ ଭରସା ରଖ।
ସଦାପ୍ରଭୁ ହେଉଛନ୍ତି ଜଣେ, ଯିଏକି ବିଶ୍ୱାସୀ ଏବଂ ସତ୍ୟ ଅଟନ୍ତି।
ତାଙ୍କଠାରେ ମୁକ୍ତି କରିବାର ଶକ୍ତି ଅଛି।
8 ଏବଂ ସେ ହେଉଛନ୍ତି ଜଣେ, ଯିଏ ଇସ୍ରାଏଲକୁ ତା’ର ସମସ୍ତ ପାପରୁ ମୁକ୍ତ କରିବେ।
ଏକ ଆରୋହଣ ସଙ୍ଗୀତ।
131 ହେ ସଦାପ୍ରଭୁ, ମୁଁ ଗର୍ବୀ ବା ଅହଙ୍କାରୀ ନୁହେଁ।
ମୁଁ ଗୁରୁତ୍ୱପୂର୍ଣ୍ଣ ଜିନିଷ କରିବା ପାଇଁ ଚେଷ୍ଟା କରୁ ନାହିଁ।
ମୁଁ ମହାନ କାର୍ଯ୍ୟ କିଅବା ବହୁତ ଆଶ୍ଚର୍ଯ୍ୟ କାର୍ଯ୍ୟ କରିବା ପାଇଁ
ଆଗ୍ରହୀ ହୋଇ ନାହିଁ।
2 ମୁଁ ଶାନ୍ତ ଅଟେ, ମୋର ପ୍ରାଣ ଧୀର ଅଟେ।
ଏକ ଶିଶୁ ତା’ର ମା କୋଳରେ ଥିବାପରି
ମୋ’ ପ୍ରାଣ ଶାନ୍ତ ଓ ସୁସ୍ଥିର ଅଟେ।
3 ହେ ଇସ୍ରାଏଲ, ବର୍ତ୍ତମାନ ଏବଂ ଅନନ୍ତକାଳ ପାଇଁ
ସଦାପ୍ରଭୁଙ୍କଠାରେ ବିଶ୍ୱାସ ରଖ।
11 ମୁଁ ଯେପରି ଖ୍ରୀଷ୍ଟଙ୍କ ଅନୁସରଣ କରୁଛି, ତୁମ୍ଭେମାନେ ସେହିପରି ଅନୁସରଣ କର।
ଅଧୀନରେ ରହିବା
2 ମୁଁ ତୁମ୍ଭମାନଙ୍କର ପ୍ରଶଂସା କରୁଛି କାରଣ ତୁମ୍ଭେମାନେ ମୋତେ ସମସ୍ତ ବିଷୟରେ ମନେ ପକାଉ ଅଛ। ମୁଁ ଯେଉଁ ଉପଦେଶ ଗୁଡ଼ିକ ଦେଇଥିଲି ସେ ଗୁଡ଼ିକୁ ସ୍ମରଣରେ ରଖି ପାଳନ କରୁଛ। 3 ମୁଁ ତୁମ୍ଭମାନଙ୍କୁ ଏହା ବୁଝାଇବା ପାଇଁ ଇଚ୍ଛା କରେ: ପ୍ରତ୍ୟେକ ପୁରୁଷଲୋକର ମସ୍ତକ ହେଉଛନ୍ତି ଖ୍ରୀଷ୍ଟ, ସ୍ତ୍ରୀଲୋକର ମସ୍ତକ ହେଉଛନ୍ତି ପୁରୁଷ ଓ ଖ୍ରୀଷ୍ଟଙ୍କର ମସ୍ତକ ହେଉଛନ୍ତି ପରମେଶ୍ୱର।
4 ଯେକୌଣସି ପୁରୁଷଲୋକ ମସ୍ତକ ଆଚ୍ଛାଦନ କରି ପ୍ରାର୍ଥନା କରେ ବା ଭବିଷ୍ୟଦ୍ବାଣୀ କହେ, ସେ ନିଜ ମସ୍ତକର ଅପମାନ କରେ। 5 ପ୍ରତ୍ୟେକ ସ୍ତ୍ରୀ ମସ୍ତକ ଆଚ୍ଛାଦନ କରି ଭବିଷ୍ୟଦ୍ବାଣୀ ଓ ପ୍ରାର୍ଥନା କରିବା ଉଚିତ୍। ଯଦି କୌଣସି ସ୍ତ୍ରୀ ମସ୍ତକ ଆଚ୍ଛାଦନ ନ କରି ପ୍ରାର୍ଥନା କରେ ବା ଭବିଷ୍ୟଦ୍ବାଣୀ କହେ, ସେ ନିଜର ମସ୍ତକର ଅପମାନ କରେ। ଏହା ସେହି ସ୍ତ୍ରୀଲୋକର ମୁଣ୍ଡରେ ବାଳ ନ ଥିବା ସମାନ। 6 ଯଦି କୌଣସି ସ୍ତ୍ରୀ ମସ୍ତକ ଆଚ୍ଛାଦନ କରେ ନାହିଁ, ତା’ହେଲେ ଏହା ସେ ମସ୍ତକର କେଶ କାଟିପକାଇବା ସଙ୍ଗେ ସମାନ। ମାତ୍ର କେଶ କାଟିବା ଓ ମସ୍ତକ ମୁଣ୍ଡନ କରିବା ସ୍ତ୍ରୀ ପକ୍ଷରେ ଲଜ୍ଜାଜନକ, ତେଣୁ ସେ ମସ୍ତକ ଆଚ୍ଛାଦନ କରିବା ଉଚିତ୍।
7 କିନ୍ତୁ ଜଣେ ପୁରୁଷ ନିଜର ମସ୍ତକ ଆଚ୍ଛାଦନ କରିବା ଅନୁଚିତ୍, କାରଣ ସେ ପରମେଶ୍ୱରଙ୍କ ପ୍ରତିମୂର୍ତ୍ତିରେ ସୃଷ୍ଟି ତାହାଙ୍କର ଗୌରବ ଅଟେ। କିନ୍ତୁ ଜଣେ ସ୍ତ୍ରୀ ପୁରୁଷର ଗୌରବ ସ୍ୱରୂପ ଅଟେ। 8 ପୁରୁଷ ସ୍ତ୍ରୀଠାରୁ ଆସି ନାହିଁ। ସ୍ତ୍ରୀ ପୁରୁଷଠାରୁ ଆସିଛି। 9 ପୁରୁଷ ସ୍ତ୍ରୀ ପାଇଁ ସୃଷ୍ଟି ହୋଇ ନ ଥିଲା; ବରଂ ସ୍ତ୍ରୀ ପୁରୁଷ ପାଇଁ ସୃଷ୍ଟି ହୋଇଥିଲା। 10 ଜଣେ ସ୍ତ୍ରୀ ଅଧୀନତାର ଚିହ୍ନ ସ୍ୱରୂପେ ଆପଣା ମସ୍ତକ ଆଚ୍ଛାଦନ କରିବା ଉଚିତ୍। ସ୍ୱର୍ଗଦୂତମାନଙ୍କ ଲାଗି ମଧ୍ୟ ସେ ଏହା କରିବା ଉଚିତ୍।
11 କିନ୍ତୁ ପ୍ରଭୁଙ୍କ ଦୃଷ୍ଟିରେ, ପୁରୁଷଠାରୁ ସ୍ତ୍ରୀ ସ୍ୱତନ୍ତ୍ର ନୁହେଁ, ଓ ସ୍ତ୍ରୀଠାରୁ ପୁରୁଷ ସ୍ୱତନ୍ତ୍ର ନୁହେଁ। 12 କାରଣ, ଯେପରି ପୁରୁଷଠାରୁ ସ୍ତ୍ରୀ ଆସିଛି, ସେହିପରି ସ୍ତ୍ରୀଠାରୁ ପୁରୁଷ ଜନ୍ମ ଗ୍ରହଣ କରିଛି। ପ୍ରକୃତରେ ପ୍ରତ୍ୟେକ ବିଷୟ ପରମେଶ୍ୱରଙ୍କଠାରୁ ଆସିଛି।
13 ଜଣେ ସ୍ତ୍ରୀ ମସ୍ତକ ଆଚ୍ଛାଦନ ନ କରି ପରମେଶ୍ୱରଙ୍କୁ ପ୍ରାର୍ଥନା କରିବା କ’ଣ ଉଚିତ୍ କି? ଏହା ତୁମ୍ଭେମାନେ ନିଜେ ନିର୍ଣ୍ଣୟ କର। 14 ପ୍ରକୃତି କ’ଣ ତୁମ୍ଭକୁ ଶିକ୍ଷା ଦେଇ ନାହିଁ ଯେ, କୌଣସି ପୁରୁଷ ବଡ଼ ବଡ଼ ବାଳ ରଖିବ ଲଜ୍ଜାଜନକ କଥା? 15 କିନ୍ତୁ ଯଦି ଜଣେ ସ୍ତ୍ରୀର ଲମ୍ବା ବାଳ ଅଛି, ଏହା ତା’ ପାଇଁ ଗୌରବର ବିଷୟ। ମସ୍ତକ ଆଚ୍ଛାଦନ କରିବା ପାଇଁ ସ୍ତ୍ରୀକୁ ଦୀର୍ଘ କେଶ ପ୍ରଦାନ କରାଯାଇଛି। 16 ଯଦି କିଏ ଏହି ବିଷୟରେ ଯୁକ୍ତିତର୍କ କରିବା ପାଇଁ ଇଚ୍ଛା କରେ, ତେବେ ଆମ୍ଭେ କହିବୁ ଯେ, ଲୋକମାନଙ୍କ ଏପ୍ରକାର କାର୍ଯ୍ୟକଳାପଠାରୁ ଆମ୍ଭେ ବା ପରମେଶ୍ୱରଙ୍କ ମଣ୍ଡଳୀ ସ୍ୱୀକୃତ ଦେବ ନାହିଁ।
2010 by World Bible Translation Center