Old/New Testament
ଧନ୍ୟବାଦାର୍ଥକ ଗୀତ।
100 ହେ ସକଳ ଦେଶ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆନନ୍ଦର ଜୟ ଗାନ କର।
2 ଆନନ୍ଦରେ ସଦାପ୍ରଭୁଙ୍କର ସେବା କର।
ଆନନ୍ଦର ଜୟ ଗାନ କରି ତାଙ୍କ ଆଗକୁ ଆସ!
3 ତୁମ୍ଭେମାନେ ଜାଣ ସଦାପ୍ରଭୁ ହିଁ ପରମେଶ୍ୱର ଅଟନ୍ତି।
ସେ ଆମ୍ଭକୁ ସୃଷ୍ଟି କରିଛନ୍ତି।
ଆମ୍ଭେ ତାଙ୍କର ଲୋକ, ଆମ୍ଭେ ତାଙ୍କର ମେଷ।
4 ଧନ୍ୟବାଦର ଗୀତ ଗାଇ ତାଙ୍କର ଦ୍ୱାରକୁ ଆସ।
ଓ ତାଙ୍କର ପ୍ରଶଂସା ଗାନ କରି ତାଙ୍କ ପବିତ୍ର ମନ୍ଦିରକୁ ଆସ।
ତାଙ୍କୁ ଧନ୍ୟବାଦ ଦିଅ ଓ ତାହାଙ୍କ ନାମର ଗୁଣଗାନ କର।
5 ସଦାପ୍ରଭୁ ଉତ୍ତମ ଅଟନ୍ତି।
ତାଙ୍କର ପ୍ରେମ ଚିରକାଳସ୍ଥାୟୀ।
ଆମ୍ଭେ ସବୁଦିନ ପାଇଁ ତାଙ୍କ ଉପରେ ଭରସା କରି ପାରିବା।
ଦାଉଦଙ୍କର ଏକ ଗୀତ।
101 ମୁଁ ବିଶ୍ୱସ୍ତତା ଓ ସ୍ୱଚ୍ଛତାର ବିଷୟରେ ଗାନ କରିବି।
ହେ ସଦାପ୍ରଭୁ, ମୁଁ ତୁମ୍ଭକୁ ପ୍ରଶଂସା କରିବି।
2 ମୁଁ ଯତ୍ନଶୀଳ ହୋଇ ସିଦ୍ଧ ପଥରେ ଜୀବନଯାପନ କରିବି।
ହେ ସଦାପ୍ରଭୁ, କେବେ ତୁମ୍ଭେ ମୋ’ ନିକଟକୁ ଆସିବ।
ମୁଁ ମୋ’ ରାଜପ୍ରାସାଦରେ ଧାର୍ମିକତା ଜୀବନଯାପନ କରିବି।
3 ମୁଁ ମୋର ସମ୍ମୁଖରେ କୌଣସି ମୂଲ୍ୟହୀନ ମୂର୍ତ୍ତି
ସ୍ଥାପନ କରିବି ନାହିଁ।
ମୁଁ ଦୁଷ୍ଟମାନଙ୍କ କର୍ମକୁ ଘୃଣା କରେ।
4 ମୁଁ ଦୁଷ୍ଟତାଠାରୁ ଦୂରରେ ରହିବି,
ମୁଁ ମନ୍ଦକାର୍ଯ୍ୟରୁ ଦୂରେଇ ରହିବି।
5 ଯେଉଁ ଲୋକ ଗୋପନରେ ଆପଣା ପଡ଼ୋଶୀର ଅପବାଦ କରେ
ମୁଁ ତାକୁ ଧ୍ୱଂସ କରିଦେବି।
ମୁଁ ଲୋକମାନଙ୍କୁ ଗର୍ବୀ ହେବାକୁ ଦେବି ନାହିଁ।
ସେମାନେ ଅନ୍ୟମାନଙ୍କଠାରୁ ଭଲ ବୋଲି ତାଙ୍କୁ ଚିନ୍ତା କରିବା ପାଇଁ ଦେବି ନାହିଁ।
6 ସମଗ୍ର ଦେଶରେ ସେହି ବିଶ୍ୱସ୍ତ ଲୋକମାନଙ୍କ ଉପରେ ଦୃଷ୍ଟି ରଖି ଭରସା କରାଯାଇପାରିବ,
ଯାହା ଫଳରେ ସେମାନେ ମୋ’ ପାଇଁ ମୋର ରାଜପ୍ରାସାଦ କାମ କରି ପାରିବେ।
କେବଳ ଶୁଦ୍ଧ ପଥରେ ଜୀବନଯାପନ କରୁଥିବା ଲୋକମାନେ ହିଁ ମୋର ସେବକ ହୋଇ ପାରିବେ।
7 ଯେଉଁମାନେ ମିଥ୍ୟା କହନ୍ତି, ସେମାନେ ମୋର ଏହି ରାଜପ୍ରାସାଦରେ ବାସ କରି ପାରିବେ ନାହିଁ।
ମିଥ୍ୟାବାଦୀମାନଙ୍କୁ ମୋ’ ନିକଟତର ହେବା ପାଇଁ ଦେବି ନାହିଁ।
8 ମୁଁ ଦୁଷ୍ଟମାନଙ୍କୁ ସଦାପ୍ରଭୁଙ୍କ ସହରରୁ ତଡ଼ିଦେବି,
ପ୍ରତ୍ୟେକ ଦିନ ମୁଁ ଅଧର୍ମାଗ୍ଭରୀ ଲୋକମାନଙ୍କୁ ବିନାଶ କରିବି।
ଅବସନ୍ନକାଳେ ସଦାପ୍ରଭୁଙ୍କ ଛାମୁରେ ଆପଣା ଦୁଃଖ ଜଣାଇବା ବେଳେ ଦୁଃଖୀ ଲୋକର ପ୍ରାର୍ଥନା।
102 ହେ ସଦାପ୍ରଭୁ, ମୋର ପ୍ରାର୍ଥନା ଶୁଣ!
ମୋର ସାହାଯ୍ୟ ପାଇଁ କରୁଥିବା ପ୍ରାର୍ଥନା ଶୁଣ।
2 ହେ ସଦାପ୍ରଭୁ, ମୋର ସଙ୍କଟ କାଳରେ ମୋର ନିକଟରୁ ବିମୁଖ ହୁଅ ନାହିଁ।
ମୋ’ ପ୍ରତି କର୍ଣ୍ଣପାତ କର।
ଯେତେବେଳେ ମୁଁ ସାହାଯ୍ୟ ପାଇଁ ପ୍ରାର୍ଥନା କରେ ଶୀଘ୍ର ମୋତେ ଉତ୍ତର ଦିଅ।
3 ମୋର ଜୀବନ ଧୂଆଁ ପରି କ୍ଷୟ ପାଉଅଛି।
ମୋର ଅସ୍ଥି ନିଆଁ ଖୁଣ୍ଟାପରି ଜଳେ।
4 ମୋର ଶକ୍ତିସବୁ ଶେଷ ହୋଇଯାଇଛି।
ମୁଁ ଯେପରି ଶୁଖିଲା ତୃଣପରି।
ଏପରିକି ମୁଁ ଖାଇବା ପାଇଁ କ୍ଷୁଧା ହରେଇଅଛି।
5 ମୋର ଦୁଃଖ ସକାଶୁ ବର୍ତ୍ତମାନ
ମୁଁ ଖାଲି ଚର୍ମ ଏବଂ ଅସ୍ଥି ହୋଇଛି।
6 ମୁଁ ମରୁଭୂମିର ଏକାକୀ ପେଗ୍ଭ ପରି,
ମୁଁ ଏକ ପେଗ୍ଭ ପରି ନିଃସଙ୍ଗ ଯିଏକି ଏକ ପୁରୁଣା ଧ୍ୱଂସିତ ପରିତ୍ୟକ୍ତ କୋଠାରେ ବାସ କରୁଛି।
7 ଛାତ ଉପରିସ୍ଥ ଏକାକୀ ଘରଚଟିଆ ପରି
ମୁଁ ଶୋଇପାରେ ନାହିଁ।
8 ମୋର ଶତ୍ରୁଗଣ ମୋତେ ସର୍ବଦା ଅପମାନିତ କରନ୍ତି।
ମୋତେ ସେମାନେ ପରିହାସ କରନ୍ତି।
9 ମୋର ଦୁଃଖ ହିଁ ଏକମାତ୍ର ଭୋଜନ।
ମୋର ପେୟଦ୍ରବ୍ୟ ଅଶ୍ରୁଜଳ ସଙ୍ଗେ ମିଶିଅଛି।
10 କାରଣ ହେ ସଦାପ୍ରଭୁ, ତୁମ୍ଭେ ମୋ’ ପ୍ରତି କୃଦ୍ଧ ହେଲ।
ତୁମ୍ଭେ ମୋତେ ଉପରକୁ ଟେକି ପୁଣି ଦୂରକୁ ଫିଙ୍ଗି ଦେଲ।
11 ମୋର ଜୀବନ ପ୍ରାୟ ଶେଷ ହୋଇଅଛି।
ମୁଁ ବର୍ତ୍ତମାନ ଏକ ଶୁଷ୍କ ଏବଂ ମଲା ଘାସ ପରି, ଶେଷ ଦିନର ଛାଇ ତୁଲ୍ୟ।
12 କିନ୍ତୁ ହେ ସଦାପ୍ରଭୁ, ତୁମ୍ଭେ ସବୁଦିନ ଶାସନ କର।
ତୁମ୍ଭର ନାମ ଚିରଦିନ ପାଇଁ ଗ୍ଭଲୁ ରହିଥିବ।
13 ତୁମ୍ଭେ ଉଠ ଓ ସିୟୋନକୁ ଦୟା କର।
ସେହି ଯଥାର୍ଥ ସମୟ ଆସିଅଛି।
ଯେତେବେଳେ ତୁମ୍ଭେ ସିୟୋନକୁ ଦୟା କରିବ।
14 ତୁମ୍ଭର ଦାସଗଣ ସିୟୋନର ଶୈଳକୁ ପ୍ରେମ କରନ୍ତି।
ସେମାନେ ଏପରିକି ସହରର ଧୂଳିକି ମଧ୍ୟ ପ୍ରେମ କରନ୍ତି।
15 ଜାତିଗୁଡ଼ିକ ସଦାପ୍ରଭୁଙ୍କ ନାମରେ ଉପାସନା କରିବେ।
ହେ ସଦାପ୍ରଭୁ, ପୃଥିବୀର ସମସ୍ତ ରାଜାଗଣ ତୁମ୍ଭର ମହିମାକୁ ଭୟ କରିବେ।
16 ସଦାପ୍ରଭୁ ସିୟୋନକୁ ପୁନ୍ନରାୟ ତିଆରି କରିବେ।
ଲୋକମାନେ ତାଙ୍କର ମହିମା ପୁନ୍ନରାୟ ଦେଖିବେ।
17 ଯେଉଁମାନେ ଗରିବ ଅବସ୍ଥାରେ ଅଛନ୍ତି, ପରମେଶ୍ୱର ସେମାନଙ୍କର ପ୍ରାର୍ଥନା ଶୁଣିବେ।
ସେ ସେମାନଙ୍କର ବିନତିକୁ ଉପେକ୍ଷା କରିବେ ନାହିଁ।
18 ଭବିଷ୍ୟତ ବଂଶଧର ପାଇଁ ଏହିକଥା ଲେଖି ରଖ ଏବଂ ଯେପରିକି ଲୋକମାନେ ଏପର୍ଯ୍ୟନ୍ତ ଜନ୍ମ ହୋଇ ନାହାନ୍ତି,
ଯେଉଁମାନେ ପରମେଶ୍ୱରଙ୍କୁ ପ୍ରଶଂସା କରିବେ।
19 ସଦାପ୍ରଭୁ ତାଙ୍କର ପବିତ୍ର ସ୍ଥାନ ଉପରୁ ତଳକୁ ଗ୍ଭହିଁବେ।
ସଦାପ୍ରଭୁ ସ୍ୱର୍ଗରୁ ପୃଥିବୀକୁ ଗ୍ଭହିଁବେ।
20 ସେ ବନ୍ଦୀମାନଙ୍କର ପ୍ରାର୍ଥନା ଗ୍ରହଣ କରିବେ।
ମୃତ୍ୟୁଦଣ୍ଡ ପାଇଥିବା ଲୋକମାନଙ୍କୁ ମୁକ୍ତ କରିବେ।
21 ଏହା ପରେ ସିୟୋନର ଲୋକମାନେ ସଦାପ୍ରଭୁଙ୍କ ବିଷୟରେ କହିବେ।
ସେମାନେ ତାଙ୍କ ନାମ ଯିରୁଶାଲମରେ ପ୍ରଶଂସା କରିବେ।
22 ସମସ୍ତ ଜାତି ଏକତ୍ରିତ ହେବେ
ଓ ସକଳ ରାଜ୍ୟ ସଦାପ୍ରଭୁଙ୍କର ସେବା ପାଇଁ ଆସିବେ।
23 ମୋର ଜୀବନର ମଝିରେ ସଦାପ୍ରଭୁ ମୋର ବଳକୁ ହ୍ରାସ କରି,
ସେ ମୋର ଆୟୁ ଊଣା କରିଛନ୍ତି।
24 ତେଣୁ ମୁଁ କହିଲି, “ମୋ’ ପରମେଶ୍ୱର ଯୁବାବସ୍ଥାରେ ମୋର ପ୍ରାଣ ନିଅ ନାହିଁ।
ତୁମ୍ଭେ ଚିରଦିନ ଆମର।
25 ବହୁଦିନ ପୂର୍ବରୁ ତୁମ୍ଭେ ପୃଥିବୀକୁ ସୃଷ୍ଟି କଲ।
ତୁମ୍ଭେ ଆକାଶକୁ ନିଜ ହସ୍ତରେ ନିର୍ମାଣ କଲ।
26 ପୃଥିବୀ ଓ ଆକାଶ ଦିନେ ଶେଷ ହେବ,
କିନ୍ତୁ ତୁମ୍ଭେ ନିତ୍ୟ ବିରାଜିତ।
ତାହା ସବୁ ବସ୍ତ୍ରପରି
ସେସବୁ ବଦଳାଇ ଦେବ।
27 କିନ୍ତୁ ତୁମ୍ଭେ ପରମେଶ୍ୱର, କେବେ ପରିବର୍ତ୍ତନ ହେବ ନାହିଁ।
ତୁମ୍ଭେ ଚିରକାଳ ରହିବ।
28 ଆମ୍ଭେମାନେ ତୁମ୍ଭର ଦାସ ଅଟୁ
ଏବଂ ଆମ୍ଭର ସନ୍ତାନମାନେ ଏଠାରେ ନିରାପଦରେ ବାସ କରିବେ।
ଏବଂ ସେମାନଙ୍କର ବଂଶଧରମାନେ ତୁମ୍ଭର ସୁରକ୍ଷାରେ ସୁରକ୍ଷିତ ରହିବେ।”
1 ପାଉଲ ଏହି ପତ୍ର ଲେଖିଛନ୍ତି। ମୁଁ ଖ୍ରୀଷ୍ଟ ଯୀଶୁଙ୍କର ଜଣେ ପ୍ରେରିତ ରୂପେ ଆହୂତ ହେଲି। ଏହା ପରମେଶ୍ୱରଙ୍କ ଇଚ୍ଛାରେ ସାଧିତ ହେଲା। ଆମ୍ଭର ଜଣେ ଭାଇ ସୋସ୍ଥିନା ମଧ୍ୟ ନମସ୍କାର ଜଣାନ୍ତି।
2 କରିନ୍ଥଠାରେ ଥିବା ପରମେଶ୍ୱରଙ୍କ ମଣ୍ଡଳୀ, ପୁଣି ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କଠାରେ ପବିତ୍ର କରାଯାଇଛନ୍ତି ସେମାନଙ୍କ ନିକଟକୁ ଏହି ପତ୍ର ଲେଖା ଯାଉଅଛି। ତୁମ୍ଭେମାନେ ଈଶ୍ୱରଙ୍କ ପବିତ୍ର ଲୋକ ହେବା ନିମନ୍ତେ ଆହୂତ ହୋଇଅଛ। ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ସର୍ବତ୍ର ଯେଉଁମାନେ ବିଶ୍ୱାସ କରନ୍ତି ଏପରି ସବୁ ଖ୍ରୀଷ୍ଟବିଶ୍ୱାସୀଙ୍କ ସହିତ ତୁମ୍ଭେମାନେ ଆହୂତ ହୋଇଅଛ।
3 ଆମ୍ଭର ପିତା ପରମେଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ଉପରେ ବର୍ତ୍ତୁ। ପାଉଲ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଲେ।
ପାଉଲ ପରମେଶ୍ୱରଙ୍କୁ ଧନ୍ୟବାଦ ଦିଅନ୍ତି
4 ଖ୍ରୀଷ୍ଟ ଯୀଶୁଙ୍କ ମାଧ୍ୟମରେ ପରମେଶ୍ୱର ତୁମ୍ଭମାନଙ୍କୁ ଯେଉଁ ଅନୁଗ୍ରହ ପ୍ରଦାନ କରିଛନ୍ତି, ସେଥିପାଇଁ ମୁଁ ତୁମ୍ଭମାନଙ୍କ ସକାଶେ ସର୍ବଦା ପରମେଶ୍ୱରଙ୍କୁ ଧନ୍ୟବାଦ ଜଣାଉଛି। 5 ଖ୍ରୀଷ୍ଟ ଯୀଶୁଙ୍କଠାରେ ତୁମ୍ଭେମାନେ ସମସ୍ତ ବିଷୟରେ ଆଶୀର୍ବାଦ ପାଇଅଛ। ତୁମ୍ଭେମାନେ ସମସ୍ତ କଥା ଓ ସମସ୍ତ ଜ୍ଞାନରେ ଖ୍ରୀଷ୍ଟ ଯୀଶୁଙ୍କ ଆଶୀର୍ବାଦରେ ପୂର୍ଣ୍ଣତା ଲାଭ କରିଛ। 6 ଖ୍ରୀଷ୍ଟଙ୍କ ବିଷୟକ ସତ୍ୟ ତୁମ୍ଭଠାରେ ପ୍ରମାଣିତ ହୋଇଛି। 7 ଅତଏବ ଯେତେବେଳେ ତୁମ୍ଭେମାନେ ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଆସିବା ପାଇଁ ଅପେକ୍ଷା କରୁଛ ସେତେବେଳେ ତୁମ୍ଭେମାନେ ତାହାଙ୍କଠାରୁ ସମସ୍ତ ଆତ୍ମିକ ଦାନ ପାଉଛ। 8 ସେ ଶେଷ ପର୍ଯ୍ୟନ୍ତ ତୁମ୍ଭମାନଙ୍କୁ ଦୃଢ଼ କରି ରଖିବେ, ଏବଂ ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆସିବା ଦିନ ତୁମ୍ଭେମାନେ ନିର୍ଦ୍ଦୋଷ ଦେଖାଯିବ। 9 ପରମେଶ୍ୱର ବିଶ୍ୱସ୍ତ ଅଟନ୍ତି। ତାହାଙ୍କ ପୁତ୍ର ଆମ୍ଭର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସହିତ ଜୀବନରେ ସହଭାଗୀ ହେବା ପାଇଁ ସେ ତୁମ୍ଭମାନଙ୍କୁ ବାଛିଛନ୍ତି।
କରିନ୍ଥୀ ମଣ୍ଡଳୀରେ ସମସ୍ୟା
10 ହେ ଭାଇ ଓ ଭଉଣୀମାନେ, ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ମୁଁ ନିବେଦନ କରେ ଯେ, ତୁମ୍ଭେମାନେ ପରସ୍ପର ସହିତ ଏକମତ ହୁଅ। ଏହା ଦ୍ୱାରା ତୁମ୍ଭମାନଙ୍କ ଭିତରେ କୌଣସି ବିଭାଜନ ହେବ ନାହିଁ। ତୁମ୍ଭମାନଙ୍କର ଚିନ୍ତାଧାରା ଓ ଲକ୍ଷ୍ୟ ସମାନ ହେବା ଦ୍ୱାରା ତୁମ୍ଭେମାନେ ସମ୍ପୂର୍ଣ୍ଣ ସଂଯୁକ୍ତ ହୁଅ।
11 ହେ ଭାଇ ଓ ଭଉଣୀମାନେ ଖ୍ଳୟୀଙ୍କ ପରିବାରର କେତେକ ଲୋକ ତୁମ୍ଭମାନଙ୍କ ବିଷୟରେ ମୋତେ କହିଛନ୍ତି ଯେ, ତୁମ୍ଭମାନଙ୍କ ଭିତରେ ପରସ୍ପର ବାଦବିବାଦ ଅଛି। 12 ମୁଁ ଏହା କହିବା ଅର୍ଥ: ତୁମ୍ଭମାନଙ୍କ ଭିତରୁ ଜଣେ କୁହେ, “ମୁଁ ପାଉଲଙ୍କର ଅନୁଗାମୀ,” ଆଉଜଣେ କୁହେ “ମୁଁ ଆପଲ୍ଲଙ୍କର ଅନୁଗାମୀ,” ଅନ୍ୟ ଜଣେ କୁହେ, “ମୁଁ କେଫାଙ୍କର ଅନୁଗାମୀ,” ଓ ଅନ୍ୟଜଣେ କୁହେ: “ମୁଁ ଖ୍ରୀଷ୍ଟଙ୍କର ଅନୁଗାମୀ!” 13 ଖ୍ରୀଷ୍ଟଙ୍କୁ ଭାଗଭାଗ କରାଯାଇ ନ ପାରେ। ପାଉଲ କ’ଣ ତୁମ୍ଭମାନଙ୍କ ପାଇଁ କ୍ରୁଶ ଉପରେ ପ୍ରାଣତ୍ୟାଗ କରିଥିଲେ କି? ନା! ତୁମ୍ଭେମାନେ କ’ଣ ପାଉଲଙ୍କ ନାମରେ ବାପ୍ତିଜିତ ହୋଇଛି? ନା! 14 ମୁଁ କ୍ରୀଷ୍ପ ଓ ଗାୟଙ୍କ ଛଡ଼ା ତୁମ୍ଭମାନଙ୍କ ମଧ୍ୟରୁ ଆଉ କାହାରିକୁ ବାପ୍ତିଜିତ ନ ଦେଇ ଥିବାରୁ ପରମେଶ୍ୱରଙ୍କୁ ଧନ୍ୟବାଦ ଦିଏ। 15 ଏଥିଲାଗି ଧନ୍ୟବାଦ ଦେଉଛି ଯେ, କେହିହେଲେ ମୋ’ ନାମରେ ତୁମ୍ଭେମାନେ ବାପ୍ତିଜିତ ପାଇଅଛି ବୋଲି କହି ପାରିବ ନାହିଁ। 16 ମୁଁ ସ୍ତିଫାନଙ୍କ ପରିବାରକୁ ମଧ୍ୟ ବାପ୍ତିଜିତ କରିଛି, କିନ୍ତୁ ଆଉ କେଉଁମାନଙ୍କୁ ବାପ୍ତିଜିତ କରିଛି, ତାହା ମନେ ପଡ଼ୁ ନାହିଁ। 17 ଖ୍ରୀଷ୍ଟ ମୋତେ ଲୋକମାନଙ୍କୁ ଡୁବନ କରିବା ଦାୟିତ୍ୱ ଦେଇ ନ ଥିଲେ। ସେ ମୋତେ ସୁସମାଗ୍ଭର ପ୍ରଗ୍ଭର କରିବା ଦାୟିତ୍ୱ ଦେଇ ଥିଲେ। କୌଣସି ପ୍ରକାର ଜାଗତିକ ଜ୍ଞାନର ପୂର୍ଣ୍ଣତାରେ ପ୍ରଭୁଙ୍କ ବାକ୍ୟ ପ୍ରଗ୍ଭର କରିବାକୁ ଖ୍ରୀଷ୍ଟ ମୋତେ ପଠାଇ ନ ଥିଲେ; ନଚେତ୍ ଯୀଶୁ ଖ୍ରୀଷ୍ଟଙ୍କ କ୍ରୁଶରେ ଥିବା ମହାଶକ୍ତି ବ୍ୟର୍ଥ ହୋଇଯିବ।
ଖ୍ରୀଷ୍ଟଙ୍କଠାରେ ଥିବା ପରମେଶ୍ୱରଙ୍କ ଶକ୍ତି ଓ ଜ୍ଞାନ
18 ଯେଉଁମାନେ ନଷ୍ଟ ହୋଇ ଯାଇଛନ୍ତି, ସେମାନଙ୍କ ଲାଗି କ୍ରୁଶର ବାର୍ତ୍ତା ସମ୍ପୂର୍ଣ୍ଣ ମୂର୍ଖତା ଅଟେ। କିନ୍ତୁ ଆମ୍ଭେ ଯେଉଁମାନେ ଉଦ୍ଧାର ପାଇଛୁ, ଆମ୍ଭ ପ୍ରତି ଏହା ପରମେଶ୍ୱରଙ୍କ ଶକ୍ତି ସ୍ୱରୂପ। 19 ଶାସ୍ତ୍ରରେ ଲେଖା ଅଛି:
“ମୁଁ ଜ୍ଞାନୀମାନଙ୍କର ଜ୍ଞାନକୁ ନଷ୍ଟ କରିଦେବି।
ବୁଦ୍ଧିମାନ ଲୋକମାନଙ୍କର ବୁଦ୍ଧିକୁ ମୂଲ୍ୟହୀନ କରିବି।” (A)
20 ଜ୍ଞାନୀ ଲୋକ କେଉଁଠାରେ ଅଛନ୍ତି? ବିଦ୍ୱାନ୍ ଲୋକ କେଉଁଠାରେ ଅଛନ୍ତି? ବର୍ତ୍ତମାନ ଯୁଗର ଦାର୍ଶନିକ କେଉଁଠାରେ ଅଛନ୍ତି? ପରମେଶ୍ୱର ଜାଗତିକ ଜ୍ଞାନକୁ ମୂର୍ଖତା ବୋଲି ଦର୍ଶାଇଛନ୍ତି। 21 ପରମେଶ୍ୱର ଆପଣା ଜ୍ଞାନରେ ଏହା ଗ୍ଭହିଁଲେ ଯେ, ଜଗତ କଦାପି ନିଜ ଜ୍ଞାନ ବଳରେ ପରମେଶ୍ୱରଙ୍କୁ ଜାଣି ପାରିବ ନାହିଁ। ତେଣୁ ଯେଉଁ ସୁସମାଗ୍ଭରକୁ ଜଗତ ମୂର୍ଖତା ବୋଲି କୁହେ, ସେହି ବାର୍ତ୍ତା ଯେଉଁମାନେ ବିଶ୍ୱାସ କରୁଛନ୍ତି, ତଦ୍ଦ୍ୱାରା ସେମାନଙ୍କୁ ଉଦ୍ଧାର କରିବାକୁ ଇଚ୍ଛା କଲେ।
22 ଯିହୂଦୀୟମାନେ ପ୍ରମାଣ ପାଇଁ ଆଶ୍ଚର୍ଯ୍ୟକର୍ମ ଦେଖିବାକୁ ଗ୍ଭହାନ୍ତି, ଓ ଗ୍ରୀକ୍ମାନେ ଜ୍ଞାନ ଗ୍ଭହାନ୍ତି। 23 କିନ୍ତୁ ଆମ୍ଭେ ପ୍ରଗ୍ଭର କରୁଛୁ: “ଖ୍ରୀଷ୍ଟ କ୍ରୁଶରେ ମୃତ୍ୟୁ ବରଣ କଲେ।” ଏ କଥା ଯିହୂଦୀମାନଙ୍କ ଲାଗି ବାଧାଜନକ ଓ ଅଣଯିହୂଦୀମାନଙ୍କ ଲାଗି ମୂର୍ଖତା ଅଟେ। 24 କିନ୍ତୁ ପରମେଶ୍ୱରଙ୍କ ଦ୍ୱାରା ଆହୂତ ଉଭୟ ଯିହୂଦୀ ଓ ଅଣଯିହୂଦୀମାନଙ୍କ ପାଇଁ ଖ୍ରୀଷ୍ଟ ପରମେଶ୍ୱରଙ୍କ ଶକ୍ତି ଓ ପରମେଶ୍ୱରଙ୍କ ଜ୍ଞାନ ସ୍ୱରୂପ ଅଟନ୍ତି। 25 ଏପରିକି ପରମେଶ୍ୱରଙ୍କ ‘ମୂର୍ଖତା’ ମନୁଷ୍ୟର ଜ୍ଞାନଠାରୁ ଅଧିକ ଶକ୍ତିଯୁକ୍ତ। ସେହିପରି ପରମେଶ୍ୱରଙ୍କ ଦୁର୍ବଳତା ମନୁଷ୍ୟର ଶକ୍ତିଠାରୁ ଅଧିକ ଶକ୍ତିଯୁକ୍ତ।
26 ଭାଇ ଓ ଭଉଣୀମାନେ! ଭାବି ଦେଖ, ଯେତେବେଳେ ପରମେଶ୍ୱର ତୁମ୍ଭମାନଙ୍କୁ ଆହ୍ୱାନ କଲେ, ସେତେବେଳେ ତୁମ୍ଭମାନଙ୍କ ମଧ୍ୟରୁ ଅଳ୍ପ କେତେକ ଜାଗତିକ ଭାବରେ ଜ୍ଞାନୀ ଥିଲ, ତୁମ୍ଭମାନଙ୍କ ମଧ୍ୟରୁ ଖୁବ୍ କମ୍ ଲୋକ ପ୍ରଭାବଶାଳୀ ଥିଲ ଏବଂ ତୁମ୍ଭମାନଙ୍କ ଭିତରୁ ଖୁବ୍ କମ୍ ଲୋକ ସମ୍ଭ୍ରାନ୍ତ ପରିବାରରୁ ଆସିଥିଲ। 27 କିନ୍ତୁ ପରମେଶ୍ୱର ଜ୍ଞାନୀମାନଙ୍କୁ ଲଜ୍ଜା ଦେବା ନିମନ୍ତେ ଜଗତର ମୂର୍ଖ ବିଷୟ ଗୁଡ଼ିକୁ ମନୋନୀତ କଲେ। ଜଗତର ବଳବାନମାନଙ୍କୁ ଲଜ୍ଜା ଦେବା ନିମନ୍ତେ ଜଗତର ଦୁର୍ବଳ ବିଷୟ ଗୁଡ଼ିକୁ ମନୋନୀତ କଲେ। 28 ପରମେଶ୍ୱର ଜଗତ ଦୃଷ୍ଟିରେ ଗୁରୁତ୍ୱପୂର୍ଣ୍ଣ ବିଷୟ ଗୁଡ଼ିକୁ ମନୋନୀତ ନ କରି ନୀଚ୍ଚ ଓ ଘୃଣ୍ୟ ବିଷୟ ଗୁଡ଼ିକ ମନୋନୀତ କଲେ। କାରଣ ପରମେଶ୍ୱର ଜଗତ ଦୃଷ୍ଟିରେ ଗୁରୁତ୍ୱପୂର୍ଣ୍ଣ ବିଷୟ ଗୁଡ଼ିକ ବିନାଶ କରିବାକୁ ଗ୍ଭହିଁଲେ। 29 ପରମେଶ୍ୱରଙ୍କର ଏପରି କରିବାର କାରଣ ହେଉଛି ଯେ, କୌଣସି ଲୋକ ଯେପରି ତାହାଙ୍କ ଆଗରେ ଗର୍ବ କରି ପାରିବ ନାହିଁ। 30 କେବଳ ପରମେଶ୍ୱର ହିଁ ତୁମ୍ଭମାନଙ୍କୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଅଂଶୀ କରାଇଛନ୍ତି। ଖ୍ରୀଷ୍ଟ ଆମ୍ଭମାନଙ୍କ ନିମନ୍ତେ ପରମେଶ୍ୱରଙ୍କ ଆଗତ ଜ୍ଞାନ। ଖ୍ରୀଷ୍ଟଙ୍କ ହେତୁ ଆମ୍ଭେ ପରମେଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ଏବଂ ଆମ୍ଭମାନଙ୍କର ପାପରୁ ମୁକ୍ତି ପାଇ ପବିତ୍ର ହୋଇଛୁ। 31 ଶାସ୍ତ୍ରରେ ଏହିପରି ଲେଖାଅଛି: “ଯଦି କାହାର ଗର୍ବ କରିବାକୁ ଥାଏ। ତା’ହେଲେ ସେ କେବଳ ପ୍ରଭୁଙ୍କଠାରେ ଗର୍ବ କରିବା ଉଚିତ୍।” [a]
2010 by World Bible Translation Center