Old/New Testament
ଦାଉଦଙ୍କର ଏକ ଗୀତ, ସେ ଯିହୁଦା ମରୁଭୂମିରେ ଥିବା ବେଳେ ରଚିତ।
63 ହେ ପରମେଶ୍ୱର, ତୁମ୍ଭେ ମୋର ପରମେଶ୍ୱର।
ମୁଁ ତୁମ୍ଭକୁ ବହୁତ ଗ୍ଭହୁଁଛି।
ମୋର ସମସ୍ତ ପ୍ରାଣ ତୁମ୍ଭ ପାଇଁ
ଶୁଷ୍କ ଭୂମି ତୁଲ୍ୟ ତୃଷାର୍ତ୍ତ।
2 ହଁ, ମୁଁ ତୁମ୍ଭକୁ ପବିତ୍ର ମନ୍ଦିରରେ ଦେଖିଅଛି।
ମୁଁ ତୁମ୍ଭର ପରାକ୍ରମ ଓ ଗୌରବ ଦେଖିଅଛି।
3 ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଜୀବନ ଅପେକ୍ଷା ଉତ୍ତମ।
ମୋର ଓଷ୍ଠାଧର ତୁମ୍ଭର ପ୍ରଶଂସା ଗାନ କରେ।
4 ହଁ, ମୁଁ ଜୀବନସାରା ତୁମ୍ଭର ପ୍ରଶଂସା କରିବି।
ମୁଁ ତୁମ୍ଭର ନାମ ଡାକି ପ୍ରାର୍ଥନା କରିବା ସମୟରେ ମୋର ହସ୍ତ ଉଠାଇବି।
5 ଯେମନ୍ତ ମେଦ ଓ ମଜ୍ଜା, ସେହିପରି ମୋର ପ୍ରାଣ ପରିତୃପ୍ତ ହେବ।
ମୋ’ ଆନନ୍ଦିତ ଓଷ୍ଠାଧରରେ ତୁମ୍ଭର ପ୍ରଶଂସା କରିବି।
6 ମୁଁ ଶଯ୍ୟା ଉପରେ ଗଡ଼ୁଥିବା ସମୟରେ ତୁମ୍ଭକୁ ମନେ କରିବି।
ରାତି ସମୟରେ ମଧ୍ୟ ମୁଁ ତୁମ୍ଭ ବିଷୟରେ ଭାବିବି।
7 ପ୍ରକୃତରେ ତୁମ୍ଭେ ମୋତେ ସାହାଯ୍ୟ କଲ।
ମୁଁ ତୁମ୍ଭର ପକ୍ଷ ତଳେ ଆଶ୍ରୟ ନେଇ ଆନନ୍ଦରେ ଗାନ କରିବି।
8 ମୁଁ ତୁମ୍ଭଠାରେ ଲାଗିରହେ।
ତୁମ୍ଭର ଡାହାଣ ହସ୍ତ ମୋତେ ସମର୍ଥନ କରେ।
9 କେତେଲୋକ ମୋର ପ୍ରାଣ ନେବା ପାଇଁ ଚେଷ୍ଟା କରୁଛନ୍ତି।
କିନ୍ତୁ ସେମାନଙ୍କୁ ଧ୍ୱଂସ କରାଯିବ।
ସେମାନେ ନିଜ କବରରେ ମିଶି ଯିବେ।
10 ସେମାନଙ୍କୁ ଖଡ଼୍ଗରେ ହତ୍ୟା କରାଯିବ।
ସେମାନଙ୍କର ଶବକୁ ଜଙ୍ଗଲି ଶୃଗାଳ ଖାଇବେ।
11 କିନ୍ତୁ ରାଜା ପରମେଶ୍ୱରଙ୍କଠାରେ ଆନନ୍ଦ କରିବେ।
ଯେଉଁମାନେ ପରମେଶ୍ୱରଙ୍କ ନାମରେ ଶପଥ କରନ୍ତି, ସେମାନେ ଆନନ୍ଦିତ ହେବେ କାରଣ ମିଥ୍ୟାବାଦୀମାନଙ୍କର ମୁଖ ବନ୍ଦ ହୋଇଯିବ।
ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ।
64 ହେ ପରମେଶ୍ୱର, ମୋହର ଅଭିଯୋଗ ଶୁଣ।
ମୋ’ ଶତ୍ରୁମାନେ ମୋତେ ଭୟଭୀତ କରିଛନ୍ତି।
ସେମାନଙ୍କଠାରୁ ମୋର ଜୀବନ ରକ୍ଷା କର।
2 ମୋ’ ଶତ୍ରୁମାନଙ୍କର ଗୁପ୍ତମନ୍ତ୍ରଣାରୁ ମୋତେ ରକ୍ଷା କର।
ଦୁଷ୍ଟ ଲୋକମାନଙ୍କ ଦଳଠାରୁ ତୁମ୍ଭେ ମୋତେ ଲୁଗ୍ଭଇ ରଖ।
3 ସେମାନେ ସେମାନଙ୍କର ଜିହ୍ୱାକୁ କ୍ଷୁରପରି ଶାଣିତ କରନ୍ତି,
ସେମାନେ ସେମାନଙ୍କର ବିଷାକ୍ତ ଶବ୍ଦଗୁଡ଼ିକ ତୀର ତୁଲ୍ୟ ନିକ୍ଷେପ କରନ୍ତି।
4 ହଠାତ୍ ସେମାନଙ୍କର ଲୁଚିବା ସ୍ଥାନରୁ ସେମାନେ ସେମାନଙ୍କର ତୀରଗୁଡ଼ିକ
ଉତ୍ତମ ନିଷ୍ଠାପର ଲୋକମାନଙ୍କ ଉପରକୁ ବିନା ଭୟରେ ନିକ୍ଷେପ କରନ୍ତି।
5 ସେମାନେ ଭୁଲ୍ କରିବା ପାଇଁ ପରସ୍ପରକୁ ଉତ୍ସାହିତ କରନ୍ତି।
ସେମାନେ ଏହା କହି ଫାନ୍ଦ ବସାଇବା ବିଷୟରେ କଥାବାର୍ତ୍ତା ହୁଅନ୍ତି, “କେହି ଏଠାରେ ସେମାନଙ୍କୁ ଦେଖି ପାରିବେ ନାହିଁ।”
6 କେହି ଆମ୍ଭର ଦୋଷକୁ ଆବିଷ୍କାର କରିବେ ନାହିଁ।
ଆମ୍ଭମାନଙ୍କର ସମ୍ପୂର୍ଣ୍ଣ ଯୋଜନା ଅଛି।”
ଲୋକମାନେ ବହୁତ କୁଟିଳ ଏବଂ ବୁଝିବା ବହୁତ କଷ୍ଟ।
7 କିନ୍ତୁ ହଠାତ୍ ପରମେଶ୍ୱର ତାଙ୍କର ‘ତୀର’ ନିକ୍ଷେପ କରିବେ
ଏବଂ ଦୁଷ୍ଟମାନେ ଆଘାତ ହେବେ।
8 ସେମାନଙ୍କ ନିଜ ଜିହ୍ୱା ସେମାନଙ୍କୁ ଧ୍ୱଂସର ବିଷୟ ଆଣିବ।
ସେମାନଙ୍କୁ ଯିଏ ଦେଖିବେ ସେମାନେ ଦୁଃଖରେ ମୁଣ୍ଡ ହଲାଇବେ।
9 ତା’ହେଲେ ପ୍ରତ୍ୟେକ ବ୍ୟକ୍ତି ଭୟଭୀତ ହେବେ।
ସେମାନେ ପରମେଶ୍ୱରଙ୍କର କାର୍ଯ୍ୟ ବିଷୟରେ କହିବେ
ଏବଂ ସେ ଯାହା କରିଛନ୍ତି
ସେମାନେ ତାହା ଶିକ୍ଷା କରିବେ।
10 ଧାର୍ମିକ ଲୋକମାନେ ସଦାପ୍ରଭୁଙ୍କ ସେବାରେ ଆନନ୍ଦ କରିବେ।
ସେମାନେ ତାହାଙ୍କର ଶରଣାଗତ ହେବେ।
ପୁଣି ସମସ୍ତ ସଜ୍ଜନମାନେ, ସଦାପ୍ରଭୁଙ୍କର ପ୍ରଶଂସା କରିବେ।
ପ୍ରଧାନ ବାଦ୍ୟକର ନିମନ୍ତେ, ଦାଉଦଙ୍କର ଏକ ପ୍ରଶଂସାର ଗୀତ।
65 ହେ ସିୟୋନର ପରମେଶ୍ୱର, ତୁମ୍ଭେ ପ୍ରଶଂସିତ ହେବାର ହକ୍ଦାର।
ଆମ୍ଭେମାନେ ତୁମ୍ଭଠାରେ କରିଥିବା ପ୍ରତିଜ୍ଞା ପୂରଣ କରିବୁ।
2 ଯିଏକି ଆମ୍ଭର ପ୍ରାର୍ଥନା ଶୁଣନ୍ତି,
ସମସ୍ତ ଲୋକମାନେ ତୁମ୍ଭ ପାଖକୁ ଆସିବେ।
3 ଯେତେବେଳେ ଆମ୍ଭର ପାପ ଆମ୍ଭ ଉପରେ ଅତ୍ୟଧିକ ହୁଏ ଓ ସହି ହୁଏ ନାହିଁ,
ସେତେବେଳେ ତୁମ୍ଭେ ହିଁ ଏକ ଯିଏ ଆମ୍ଭର ପାପକୁ କ୍ଷମା କରିବ।
4 କେତେ ଭାଗ୍ୟବାନ୍ ସେମାନେ,
ଯେଉଁମାନଙ୍କୁ ତୁମ୍ଭେ ତୁମ୍ଭ ମନ୍ଦିରର ଅଗଣାରେ
ରଖିବା ପାଇଁ ମନୋନୀତ କର।
ତୁମ୍ଭ ପବିତ୍ର ମନ୍ଦିରରେ ଆମ୍ଭେ ଆଶୀର୍ବାଦର ଗୃହସହ ପରିପୂର୍ଣ୍ଣ ହେଉ।
5 ହେ ପରମେଶ୍ୱର, ଆମ୍ଭମାନଙ୍କର ରକ୍ଷାକର୍ତ୍ତା,
ତୁମ୍ଭେ ଆଶ୍ଚର୍ଯ୍ୟ କାର୍ଯ୍ୟ ମାଧ୍ୟମରେ ଉତ୍ତର ଦିଅ
ଓ ଯାହା ଯଥାର୍ଥ ତାହା କର।
ସମଗ୍ର ବିଶ୍ୱର ଲୋକମାନେ ତୁମ୍ଭଠାରେ ବିଶ୍ୱାସ ରଖନ୍ତି।
6 ପରମେଶ୍ୱର, ତୁମ୍ଭେ ମହାଶକ୍ତିର ସହ ପର୍ବତ ତିଆରି କରିଅଛ।
ତୁମ୍ଭେ ଆପଣା ଶକ୍ତିରେ ବସ୍ତ୍ରାବୃତ କରିବ।
7 ପରମେଶ୍ୱର “ଅଶାନ୍ତ ସମୁଦ୍ରକୁ” ଓ ଉତ୍ତାଳ ତରଙ୍ଗକୁ ଶାନ୍ତ କର।
ଏପରିକି ଆମ୍ଭ ଚତୁର୍ପାର୍ଶ୍ୱର ଭୟଙ୍କର ଦେଶଗୁଡ଼ିକୁ।
8 ଯେଉଁସବୁ ଅଦ୍ଭୂତ କାର୍ଯ୍ୟ ତୁମ୍ଭେ କର, ତାହା ଦେଖି ସମଗ୍ର ପୃଥିବୀର ଲୋକମାନେ ଭୟରେ ଛିଡ଼ା ହୋଇଯାଆନ୍ତି।
ତୁମ୍ଭେ ପୂର୍ବରୁ ପଶ୍ଚିମ ପର୍ଯ୍ୟନ୍ତ ସମସ୍ତ ଲୋକଙ୍କୁ ଆନନ୍ଦରେ ଗୀତ ଗାନ କରାଅ।
ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ଆମ୍ଭମାନଙ୍କୁ ଖୁସୀ କରେ।
9 ତୁମ୍ଭେ ପୃଥିବୀର ଯତ୍ନ ନିଅ।
ତୁମ୍ଭେ ପୃଥିବୀରେ ବର୍ଷା କରାଇ ଭୂମିକୁ ବହୁତ ଉର୍ବର କରାଅ।
ହେ ପରମେଶ୍ୱର, ତୁମ୍ଭେ ଝରଣାରେ ଜଳ ସୃଷ୍ଟି କର।
ତୁମ୍ଭେ ଶସ୍ୟକ୍ଷେତ୍ରମାନ ବଢ଼ାଇ ଥାଅ।
10 ତୁମ୍ଭେ କୃଷିକ୍ଷେତ୍ରକୁ ଯଥେଷ୍ଟ ପରିମାଣରେ ବୃଷ୍ଟି ପଠାଅ।
ତୁମ୍ଭେ ଲଙ୍ଗଳ ଗାରକୁ ଶୋଷିଲ।
ତୁମ୍ଭେ ପୃଥିବୀର ମାଟିକୁ ନରମ କର।
ତୁମ୍ଭେ ପୃଥିବୀରେ ଶସ୍ୟକ୍ଷେତ୍ରକୁ ବୃଦ୍ଧି କରାଅ।
11 ତୁମ୍ଭେ ପ୍ରତ୍ୟେକ ନୂତନ ବର୍ଷରେ ଉତ୍ତମ ଶସ୍ୟଅମଳ କରାଅ।
ଉତ୍ତମ ଶସ୍ୟରେ ଶଗଡ଼ ଭରିଦିଅ।
12 ମରୁଭୂମି ଓ ପର୍ବତଗୁଡ଼ିକୁ ତୁମ୍ଭେ ସବୁଜ ଘାସରେ ଆଚ୍ଛାଦିତ କର।
13 ଗ୍ଭରଣଭୂମି ସବୁ ମେଷପଲରେ ପୁରି ଉଠନ୍ତି।
ଉପତ୍ୟକା ସକଳ ଶସ୍ୟରେ ଆଚ୍ଛନ୍ନ ହୁଅନ୍ତି।
ପ୍ରତ୍ୟେକେ ଆନନ୍ଦରେ ଗୀତ ଗାଆନ୍ତି ଓ ଜୟଧ୍ୱନି କରନ୍ତି।
ପାପ ପାଇଁ ମୃତ, କିନ୍ତୁ ଖ୍ରୀଷ୍ଟଙ୍କ ପ୍ରତି ଜୀବିତ
6 ତା’ହେଲେ ତୁମ୍ଭେମାନେ ଭାବୁଛ ଯେ ଆମ୍ଭେ ସର୍ବଦା ପାପ କରି ଗ୍ଭଲି ଥିବା ଯାହା ପାଇଁ ପରମେଶ୍ୱର ଆମ୍ଭକୁ ଆହୁରି ଅଧିକ ଅନୁଗ୍ରହ ପ୍ରଦାନ କରିବେ? 2 ନା! ଆମ୍ଭେ ଆମ୍ଭର ପୁରାତନ ପାପ ପୂର୍ଣ୍ଣ ଜୀବନ ପ୍ରତି ମରିଯାଇଛୁ। ତା’ହେଲେ ଆମ୍ଭେ ଆଉ ପାପ କରି ଗ୍ଭଲିପାରିବା କି? 3 ତୁମ୍ଭେମାନେ କ’ଣ ମନେ ରଖିଛ କି ଯେତେବେଳେ ଆମ୍ଭେ ସମସ୍ତେ ବାପ୍ତିଜିତ ହେଲୁ, ସେତେବେଳେ ଯୀଶୁ ଖ୍ରୀଷ୍ଟଙ୍କର ଅଂଶ ହୋଇଗଲୁ। ଆମ୍ଭର ବାପ୍ତିଜିତ ହେବାରେ ଆମ୍ଭେ ତାହାଙ୍କର ମୃତ୍ୟୁର ମଧ୍ୟ ଭାଗୀଦାର ହେଲୁ। 4 ଅତଏବ ଆମ୍ଭେ ଯେତେବେଳେ ବାପ୍ତିଜିତ ହେଲୁ, ଆମ୍ଭେ ଯୀଶୁ ଖ୍ରୀଷ୍ଟଙ୍କ ଭିତରେ ସମାଧି ପ୍ରାପ୍ତ ହୋଇଗଲୁ ଓ ତାହାଙ୍କ ମୃତ୍ୟୁର ଭାଗୀଦାର ହେଲୁ। ଖ୍ରୀଷ୍ଟଙ୍କ ସହିତ କବରସ୍ଥ ହେବା ଦ୍ୱାରା ଆମ୍ଭେ ପୁନରୁତ୍ଥିତ ହୋଇ ନୂତନ ଜୀବନଯାପନ କରିବା। ପରମପିତାଙ୍କର ଆଶ୍ଚର୍ଯ୍ୟ ଶକ୍ତି ଦ୍ୱାରା ଯେପରି ଖ୍ରୀଷ୍ଟ ମୃତ୍ୟୁରୁ ପୁନର୍ଜୀବିତ ହେଲେ, ସେହିଭଳି ଏହା ଘଟିଲା।
5 ଖ୍ରୀଷ୍ଟ ମୃତ୍ୟୁ ବରଣ କଲେ ଓ ଆମ୍ଭେ ମଧ୍ୟ ମୃତ୍ୟୁ ଦ୍ୱାରା ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହୋଇଛୁ। ଖ୍ରୀଷ୍ଟ ମୃତ୍ୟୁରୁ ଜୀବିତ ହେବା ଭଳି ଆମ୍ଭେ ମଧ୍ୟ ମୃତ୍ୟୁରୁ ଜୀବିତ ହୋଇ ତାହାଙ୍କ ସହିତ ସଂଯୁକ୍ତ ହେବା। 6 ଆମ୍ଭେ ଜାଣୁ ଯେ, ଆମ୍ଭର ପୂର୍ବ ଜୀବନ ଖ୍ରୀଷ୍ଟଙ୍କ ସହିତ କ୍ରୁଶ ଉପରେ ତାହାଙ୍କ ସହିତ ମୃତ ହୋଇ ଯାଇଛି। ଆମ୍ଭର ପାପପୂର୍ଣ୍ଣ ଶରୀର ଆମ୍ଭ ଉପରେ ରାଜତ୍ୱ ନ କରିବା ପାଇଁ ଏପରି ଘଟିଲା। ତା’ପରେ ଆମ୍ଭେ ପାପର ଦାସ ହେବୁ ନାହିଁ। 7 ଯେଉଁ ଲୋକ ମରିଯାଇଛି, ସେ ପାପର ଦାସତ୍ୱରୁ ମୁକ୍ତ ହୋଇ ଯାଇଛି।
8 ଆମ୍ଭେ ଯଦି ଖ୍ରୀଷ୍ଟଙ୍କ ସହିତ ମୃତ୍ୟୁବରଣ କରିଛୁ, ତା’ହେଲେ ଜାଣୁ ଯେ ଆମ୍ଭେ ମଧ୍ୟ ତାହାଙ୍କ ସହିତ ଜୀବିତ ରହିବା। 9 ଖ୍ରୀଷ୍ଟ ମୃତ୍ୟୁରୁ ଉଠିଥିଲେ ଓ ଆମ୍ଭେ ଜାଣୁ ଯେ ସେ ପୁନଃ ମରିବେ ନାହିଁ। ଏବେ ମୃତ୍ୟୁର ତାଙ୍କ ଉପରେ ଆଉ କୌଣସି କର୍ତ୍ତୃତ୍ୱ ନାହିଁ। 10 ଯେତେବେଳେ ଖ୍ରୀଷ୍ଟ ମୃତ୍ୟୁ କଲେ, ସେ ପାପର ଶକ୍ତିକୁ ଥରେ ମାତ୍ର ହରାଇବା ପାଇଁ ମୃତ୍ୟୁ କଲେ, ଏହା ସବୁ ଦିନ ପାଇଁ ଯଥେଷ୍ଟ ଥିଲା। ଏବେ ସେ ଯେଉଁ ଜୀବନଯାପନ କରନ୍ତି ତାହା ପରମେଶ୍ୱରଙ୍କ ପାଇଁ କରନ୍ତି। 11 ସେହିଭଳି ତୁମ୍ଭେମାନେ ମଧ୍ୟ ପାପର ଶକ୍ତି ବିଷୟରେ ନିଜକୁ ମୃତ ବୋଲି ଭାବିବା ଉଚିତ୍। ତୁମ୍ଭେମାନେ ଖ୍ରୀଷ୍ଟ ଯୀଶୁଙ୍କ ମାଧ୍ୟମରେ ପରମେଶ୍ୱରଙ୍କ ପାଇଁ ଜୀବିତ ବୋଲି ଅନୁଭବ କର।
12 କିନ୍ତୁ ପାପ ଯେପରି ତୁମ୍ଭମାନଙ୍କର ଶରୀରକୁ ରାଜତ୍ୱ ନ କରୁ। ତୁମ୍ଭମାନଙ୍କର ପାପପୂର୍ଣ୍ଣ ସ୍ୱଭାବ ଦ୍ୱାରା ତୁମ୍ଭେମାନେ ଯେପରି ଶାସିତ ନ ହୁଅ। 13 ପାପର ସେବା କରିବା ପାଇଁ ତୁମ୍ଭମାନଙ୍କ ଶରୀରର ଅଙ୍ଗଗୁଡ଼ିକକୁ ଅନୁମତି ଦିଅ ନାହିଁ। ମନ୍ଦ କାମ କରିବା ପାଇଁ ଶରୀରକୁ ବ୍ୟବହାର କର ନାହିଁ। ତା’ ପରିବର୍ତ୍ତେ ନିଜକୁ ପରମେଶ୍ୱରଙ୍କଠାରେ ସମର୍ପଣ କର। ଯେଉଁମାନେ ମରି ଥିଲେ ଓ ଏବେ ଜୀବିତ ଅଛନ୍ତି ସେ ଲୋକଙ୍କ ଭଳି ହୁଅ। ନିଜ ଶରୀରର ଅଙ୍ଗଗୁଡ଼ିକୁ ଭଲ କାମ କରିବା ପାଇଁ ପରମେଶ୍ୱରଙ୍କଠାରେ ସମର୍ପଣ କର। 14 ପାପ ତୁମ୍ଭମାନଙ୍କର ସ୍ୱାମୀ ହେବ ନାହିଁ। କାରଣ ତୁମ୍ଭେମାନେ ବ୍ୟବସ୍ଥାର ବନ୍ଧନରେ ନୁହଁ। ତୁମ୍ଭେମାନେ ଏବେ ପରମେଶ୍ୱରଙ୍କ ଅନୁଗ୍ରହରେ ଜୀବିତ ଅଛ।
ଧାର୍ମିକତାର ଦାସ
15 ତା’ହେଲେ ଆମ୍ଭେ କ’ଣ କରିବା ଉଚିତ୍? ଆମ୍ଭେ ବ୍ୟବସ୍ଥାର ଅଧୀନ ନୋହୁଁ, କିନ୍ତୁ ଅନୁଗ୍ରହର ଅଧୀନ ବୋଲି କ’ଣ ପାପ କରି ଗ୍ଭଲିଥିବା? ଅବଶ୍ୟ ନୁହେଁ! 16 ଏହା ନିଶ୍ଚିତ ଭାବରେ ତୁମ୍ଭେମାନେ ଜାଣ ଯେ ଯେତେବେଳେ ତୁମ୍ଭେମାନେ ଦାସ ଭଳି ନିଜକୁ ସମର୍ପଣ କର, ସେତେବେଳେ ତୁମ୍ଭେମାନେ ପ୍ରକୃତରେ ସେହି ଲୋକର ଦାସ ଅଟ। ଯେଉଁ ଲୋକକୁ ତୁମ୍ଭେମାନେ ମାନିବ ସେ ହେଉଛି ତୁମ୍ଭର ମାଲିକ। ତୁମ୍ଭେମାନେ ପାପର ଗ୍ଭକର ହୋଇ ପାରିବ ବା ପରମେଶ୍ୱରଙ୍କୁ ମାନିବ। ପାପ ଆଧ୍ୟାତ୍ମିକ ମୃତ୍ୟୁ ଆଣି ଦିଏ। କିନ୍ତୁ ପରମେଶ୍ୱରଙ୍କୁ ମାନିଲେ, ପରମେଶ୍ୱରଙ୍କଠାରେ ତୁମ୍ଭେମାନେ ଧାର୍ମିକ ବୋଲି ଗଣିତ ହୁଅ। 17 ଅତୀତରେ ତୁମ୍ଭେମାନେ ପାପର ଦାସ ଥିଲ, ପାପ ତୁମ୍ଭମାନଙ୍କୁ ନିୟନ୍ତ୍ରଣ କରି ରଖିଥିଲା। କିନ୍ତୁ ପରମେଶ୍ୱରଙ୍କୁ ଧନ୍ୟବାଦ ଦିଅ, ଯେ ତୁମ୍ଭମାନଙ୍କୁ ଯାହା ଶିକ୍ଷା ଦିଆଗଲା ତାହା ତୁମ୍ଭେମାନେ ସମସ୍ତ ହୃଦୟର ସହିତ ପାଳନ କଲ। 18 ତୁମ୍ଭମାନଙ୍କୁ ପାପରୁ ମୁକ୍ତ କରାହେଲା ଓ ଏବେ ତୁମ୍ଭେମାନେ ଧାର୍ମିକତାର ଦାସ ହୋଇଛ। 19 ଲୋକେ ଜାଣିଥିବା ଗୋଟିଏ ଉଦାହରଣ ଦେଇ ମୁଁ ଏ କଥା ତୁମ୍ଭମାନଙ୍କୁ ବୁଝାଉଛି। ଏହାକୁ ବୁଝିବା କଷ୍ଟକର ହୋଇଥିବା କାରଣରୁ ମୁଁ ଏହିଭଳି ବୁଝାଉଛି। ଅତୀତରେ ତୁମ୍ଭେମାନେ ନିଜ ଶରୀରର ଅଙ୍ଗଗୁଡ଼ିକୁ ପାପର ଦାସ ହେବାକୁ ଓ ମନ୍ଦ କର୍ମରେ ନିଯୁକ୍ତ କରିଥିଲ। ଫଳ ସ୍ୱରୂପ ତୁମ୍ଭେମାନେ ପରମେଶ୍ୱରଙ୍କ ବିରୁଦ୍ଧରେ ଜୀବନଯାପନ କରୁଥିଲ। ଠିକ୍ ସେହିଭଳି ଏବେ ତୁମ୍ଭମାନଙ୍କ ଶରୀରର ଅଙ୍ଗ ଗୁଡ଼ିକୁ ଭଲ କାମ କରିବା ପାଇଁ ସମର୍ପଣ କର। ତେବେ ତୁମ୍ଭେମାନେ କେବଳ ପରମେଶ୍ୱରଙ୍କ ପାଇଁ ବଞ୍ଚିବ।
20 ଅତୀତରେ ତୁମ୍ଭେମାନେ ପାପର ଦାସ ଥିଲ ଓ ଯାହା ଉତ୍ତମ ତାହା ତୁମ୍ଭମାନଙ୍କୁ ନିୟନ୍ତ୍ରିତ କରି ନ ଥିଲା। 21 ତୁମ୍ଭେମାନେ ମନ୍ଦ କାମ କରୁଥିଲ। ଏବେ ତୁମ୍ଭେମାନେ ସେଭଳି କର୍ମ ପାଇଁ ଲଜ୍ଜିତ। ସେ କାମଗୁଡ଼ିକ କ’ଣ ତୁମ୍ଭମାନଙ୍କୁ ସାହାଯ୍ୟ କଲା? ନା, ସେ କର୍ମ ଗୁଡ଼ିକ କେବଳ ଆଧ୍ୟାତ୍ମିକ ମୃତ୍ୟୁ ଆଣିଥାଏ। 22 କିନ୍ତୁ ଏବେ ତୁମ୍ଭେମାନେ ପାପରୁ ମୁକ୍ତ। ତୁମ୍ଭେମାନେ ଏବେ ପରମେଶ୍ୱରଙ୍କର ଦାସ ଓ ଏହା କେବଳ ପରମେଶ୍ୱରଙ୍କ ପାଇଁ ତୁମ୍ଭମାନଙ୍କୁ ଜୀବନ ଆଣି ଦେବ। ତା’ପରେ ତୁମ୍ଭେମାନେ ସଦାକାଳ ପାଇଁ ଅନନ୍ତ ଜୀବନ ପାଇବ। 23 ପାପର ସ୍ୱାଭାବିକ ପରିଣତି ମୃତ୍ୟୁ। କିନ୍ତୁ ପରମେଶ୍ୱରଙ୍କ ଅନୁଗ୍ରହଦାନ ଆମ୍ଭର ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗୀତାରେ ତାହାଙ୍କ ଲୋକମାନଙ୍କୁ ଅନନ୍ତ ଜୀବନ ଦିଅନ୍ତି।
2010 by World Bible Translation Center