Old/New Testament
ପ୍ରଧାନ ବାଦ୍ୟକର ନିମନ୍ତେ “ଶୂଷନ୍-ଏଦୁତ୍” ସ୍ୱରରେ ଶିକ୍ଷାର୍ଥକ ଦାଉଦଙ୍କର ମିକ୍ତାମ୍। ଅରାମନହରିୟମ ଓ ଅରାମ-ସୋବା ସଙ୍ଗରେ ଯୁଦ୍ଧ କରିବା ବେଳେ ଓ ଯୋୟାବ ଫେରି ଲବଣ ଉପତ୍ୟକାରେ ଇଦୋମୀୟ 12,000 ଲୋକଙ୍କୁ ବଧ କରିବା ସମୟରେ ରଚିତ।
60 ପରମେଶ୍ୱର, ତୁମ୍ଭେ ଆମ୍ଭମାନଙ୍କୁ ପ୍ରତ୍ୟାଖ୍ୟାନ କରି ପରାଜିତ କରିଅଛ।
ତୁମ୍ଭେ ଆମ୍ଭମାନଙ୍କ ସହିତ ରାଗିଛ।
କିନ୍ତୁ ଦୟାକରି ତୁମ୍ଭେ ଆମ୍ଭମାନଙ୍କୁ ପୁନଃସ୍ଥାପନ କର।
2 ତୁମ୍ଭେ ଧରଣୀକୁ କମ୍ପିତ କରିଅଛ ଏବଂ ତାକୁ ଦୁଇ ଭାଗରେ ବିଦୀର୍ଣ୍ଣ କରିଛ।
ଏହାର ଫାଟକକୁ ମରାମତି କର,
କାରଣ ଏହାର ପତନ ହେଉଅଛି।
3 ତୁମ୍ଭେ ଆପଣା ଲୋକମାନଙ୍କୁ ବହୁତ ସମସ୍ୟା ଦେଇଛ।
ଆମ୍ଭେ ମଦ୍ୟପ ପରି ଟଳମଳ ହେଉଛୁ ଓ ପଡ଼ୁଛୁ।
4 ତୁମ୍ଭକୁ ଉପାସନା କରୁଥିବା ଲୋକଙ୍କୁ ତୁମ୍ଭେ ସତର୍କ କରିବା ପାଇଁ ପତାକା ଉଠାଇଲ।
ଯାହା ଫଳରେ ସେମାନେ ନିଜକୁ ତାଙ୍କର ଶତ୍ରୁମାନଙ୍କଠାରୁ ରକ୍ଷା କରି ପାରିବେ।
5 ଯେପରି ତୁମ୍ଭର ମହାଶକ୍ତି ବଳରେ ଆମ୍ଭକୁ ଉଦ୍ଧାର କର! ମୋର ପ୍ରାର୍ଥନାର ଉତ୍ତର ଦିଅ।
ତୁମ୍ଭେ ଶ୍ରଦ୍ଧା କରୁଥିବା ଆପଣାର ଲୋକଙ୍କୁ ରକ୍ଷାକର।
6 ପରମେଶ୍ୱର ତାଙ୍କ ମନ୍ଦିରରେ [a] କହିଲେ,
“ମୁଁ ଯୁଦ୍ଧରେ ଜିତିବି ଏବଂ ଜୟଲାଭ ବିଷୟରେ ବହୁତ ଖୁସୀ ହେବି।
ତା’ପରେ ମୁଁ ଏହି ଭୂମିକୁ ମୋର ଲୋକମାନଙ୍କ ମଧ୍ୟରେ ବାଣ୍ଟିଦେବି।
ମୁଁ ଶିଖିମ ଓ ସୁକ୍କୋତ ଉପତ୍ୟକାକୁ ସେମାନଙ୍କୁ ଦେଇଦେବି।
7 ଗିଲିୟଦ ଓ ମନଃଶି ମୋର ହେବେ।
ଇଫ୍ରୟିମ ମୋର ଶିରସ୍ତ୍ରାଣ ହେବ।
ଯିହୁଦା ମୋର ରାଜଦଣ୍ଡ ହେବ।
8 ମୋୟାବ ମୋର ପାଦ ଧୋଇବା ପାଇଁ ପ୍ରକ୍ଷାଳନ ପାତ୍ର।
ଇଦୋମ ମୋର ପାଦୁକା ବହନ କରିବ।
ମୁଁ ପଲେଷ୍ଟୀୟମାନଙ୍କୁ ପରାସ୍ତ କରିବି।
ତୁମ୍ଭେ ବିଜୟ ସକାଶେ ଜୟଧ୍ୱନି କର।”
9-10 କିଏ ମୋତେ ସେହି ଦୃଢ଼ ନଗର ଭିତରକୁ ଆଣିବ?
କିଏ ମୋତେ ଇଦୋମ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ଆଗେଇ ନେବ?
ପରମେଶ୍ୱର, ତୁମ୍ଭେ ନୁହଁ କି?
କିନ୍ତୁ ତୁମ୍ଭେ ଆମ୍ଭକୁ ପ୍ରତ୍ୟାଖ୍ୟାନ କରିଛ।
ପରମେଶ୍ୱର, ତୁମ୍ଭେ ଆଉ ଦିନ ତମାମ ଆମ୍ଭର ଶତ୍ରୁମାନଙ୍କ ସହିତ ଯାଅ ନାହିଁ।
11 ହେ ପରମେଶ୍ୱର, ଶତ୍ରୁମାନଙ୍କୁ ପରାସ୍ତ କରିବାରେ ଆମ୍ଭକୁ ସହାୟ ହୁଅ।
ଲୋକମାନେ ଆମ୍ଭମାନଙ୍କୁ ସାହାଯ୍ୟ କରି ପାରିବେ ନାହିଁ।
12 ପରମେଶ୍ୱର ହିଁ ଆମ୍ଭକୁ ଶକ୍ତିଶାଳୀ କରି ପାରିବେ।
କେବଳ ସେ ଆମ୍ଭର ଶତ୍ରୁମାନଙ୍କୁ ପଦଦଳନ କରି ପାରିବେ।
ପ୍ରଧାନ ବାଦ୍ୟକର ନିମନ୍ତେ ତାରଯୁକ୍ତ ଯନ୍ତ୍ରରେ ଦାଉଦଙ୍କର ଏକ ଗୀତ।
61 ପରମେଶ୍ୱର, ସାହାଯ୍ୟ ପାଇଁ ମୋର କ୍ରନ୍ଦନ ଶୁଣ।
ମୋର ପ୍ରାର୍ଥନାରେ ମନୋଯୋଗ କର।
2 ମୁଁ ଯେତେବେଳେ ଭୟଭୀତ ହୁଏ,
ପୃଥିବୀର ଶେଷ ପ୍ରାନ୍ତରୁ ମୁଁ ତୁମ୍ଭକୁ ଡାକେ।
ତୁମ୍ଭେ ମୋତେ ଉଚ୍ଚସ୍ଥାନରେ ଥିବା
ନିରାପଦ ସ୍ଥାନକୁ ନେଇଯାଅ।
3 ତୁମ୍ଭେ ମୋର ନିରାପଦ ଆଶ୍ରୟସ୍ଥଳୀ!
ମୋର ଶତ୍ରୁମାନଙ୍କ କବଳରୁ ରକ୍ଷା କରୁଥିବା ତୁମ୍ଭେ ହିଁ ମୋର ଉଚ୍ଚ ଦୁର୍ଗ।
4 ମୁଁ ଚିରଦିନ ତୁମ୍ଭ ତମ୍ବୁରେ ବାସ କରିବାକୁ ଗ୍ଭହେଁ।
ମୁଁ ତୁମ୍ଭ ପକ୍ଷର ଛାୟାରେ ଆଶ୍ରୟ ନେବି।
5 ହେ ପରମେଶ୍ୱର, ତୁମ୍ଭେ ଶୁଣିଛ ମୁଁ ତୁମ୍ଭକୁ କ’ଣ ଦେବା ପାଇଁ ପ୍ରତିଜ୍ଞା କରିଛି।
ଯେଉଁମାନେ ତୁମ୍ଭକୁ ସମ୍ମାନ କରନ୍ତି, ସେମାନଙ୍କୁ ସର୍ବଦା ତୁମ୍ଭେ ଯାହା ଦିଅ, ତାହା ତୁମ୍ଭେ ମୋତେ ଦେଲ।
6 ତୁମ୍ଭେ ରାଜାଙ୍କୁ ଦୀର୍ଘ ଜୀବନ ପ୍ରଦାନ କର।
ତାଙ୍କୁ ଚିରଦିନ ପାଇଁ ବଞ୍ଚିବାକୁ ଦିଅ।
7 ସେ ପରମେଶ୍ୱରଙ୍କ ଆଶୀର୍ବାଦରେ ଚିରଦିନ ବାସ କରିବେ।
ଆପଣାର ସତ୍ୟତା ଓ ସ୍ନେହପୂର୍ଣ୍ଣ କରୁଣାନୁସାରେ ତାଙ୍କୁ ରକ୍ଷା କର।
8 ଏବଂ ମୁଁ ସର୍ବଦା ତୁମ୍ଭ ନାମର ପ୍ରଶଂସା ଗାନ କରିବି
ଓ ପ୍ରତ୍ୟେକ ଦିନ, ମୁଁ ମୋର ପ୍ରତିଜ୍ଞା ପାଳନ କରିବି।
ପ୍ରଧାନ ବାଦ୍ୟକର ପାଇଁ ଯିଦୁଥୂନର ରୀତିନୁସାରେ ଦାଉଦଙ୍କର ଗୀତ।
62 ହଁ, ମୋର ହୃଦୟ ଶାନ୍ତ ଭାବରେ ପରମେଶ୍ୱରଙ୍କ ଅପେକ୍ଷା କରେ।
ମୋର ପରିତ୍ରାଣ ତାଙ୍କଠାରୁ ଆସେ।
2 ହଁ, ପରମେଶ୍ୱର ମୋର ଶୈଳ ଯିଏ ମୋତେ ନିରାପଦ ରଖନ୍ତି।
ପରମେଶ୍ୱର ହେଉଛନ୍ତି ଉଚ୍ଚ ପର୍ବତରେ ଥିବା ମୋର ଦୁର୍ଗ।
ମୁଁ ଧ୍ୱଂସରୁ ନିରାପଦ ରହିବି।
3 କେତେକାଳ ପର୍ଯ୍ୟନ୍ତ ତୁମ୍ଭେମାନେ ମୋତେ ଆକ୍ରମଣ କରିବ
ଓ ହତ୍ୟା କରିବାକୁ ଚେଷ୍ଟା କରିବ?
ମୁଁ ଗୋଟିଏ ନଇଁ ପଡ଼ିଥିବା କାନ୍ଥ ଓ ଟଳମଳ ପ୍ରାଚୀର ତୁଲ୍ୟ।
ମୁଁ ଜଣେ ଉଚ୍ଚ ପଦାଧିକାରୀ ତଥାପି ଲୋକମାନେ ମୋତେ ହତ୍ୟା କରିବାକୁ ଚେଷ୍ଟା କରୁଛନ୍ତି।
4 ମୋର ପ୍ରଭାବଶାଳୀ ପଦବୀ ସଂପନ୍ନ ବ୍ୟକ୍ତିମାନେ
ମୋତେ ତଳକୁ ଆଣିବା ପାଇଁ ଯୋଜନା କରନ୍ତି।
ସେମାନେ ମୋ’ ବିଷୟରେ ମିଥ୍ୟା କଥା କହି ଆନନ୍ଦିତ ହୁଅନ୍ତି।
ସେମାନେ ସର୍ବସାଧାରଣରେ ମୋର ବିଷୟରେ ଭଲ କହନ୍ତି,
କିନ୍ତୁ ଅନ୍ତରରେ ଅଭିଶାପ ଦିଅନ୍ତି।
5 ହେ ମୋର ପ୍ରାଣ, ସତରେ ଶାନ୍ତ ଭାବରେ ପରମେଶ୍ୱରଙ୍କୁ ଅପେକ୍ଷା କର।
କାରଣ ତାଙ୍କଠାରୁ ମୋର ଆଶା ଆସେ।
6 ହଁ, ସତରେ ପରମେଶ୍ୱର ହେଉଛନ୍ତି ମୋର ଶୈଳ, ଯିଏକି ମୋତେ ସୁରକ୍ଷିତ ରଖନ୍ତି।
ପରମେଶ୍ୱର ହେଉଛନ୍ତି ଉଚ୍ଚତମ ପର୍ବତରେ ଥିବା ମୋର ଦୁର୍ଗ।
ମୁଁ ଧ୍ୱଂସରୁ ନିରାପଦ ରହିବି।
7 ମୋର ଗୌରବ ଓ ବିଜୟ ପରମେଶ୍ୱରଙ୍କଠାରୁ ଆସେ।
ପରମେଶ୍ୱର ହିଁ ମୋର ନିରାପଦ ସ୍ଥାନ, ସେ ମୋର ଦୃଢ଼ ଦୁର୍ଗ।
8 ହେ ଲୋକମାନେ! ସବୁକାଳେ ପରମେଶ୍ୱରଙ୍କଠାରେ ନିର୍ଭର କର।
ପରମେଶ୍ୱରଙ୍କଠାରେ ତୁମ୍ଭର ଅସୁବିଧା କଥା ଭାଙ୍ଗି କୁହ।
ପରମେଶ୍ୱର ହେଉଛନ୍ତି ଆମ୍ଭର ନିରାପଦ ଆଶ୍ରୟସ୍ଥଳ।
9 ପ୍ରକୃତରେ, ଲୋକମାନେ ସାହାଯ୍ୟ କରି ପାରିବେ ନାହିଁ।
ତୁମ୍ଭେ ସେମାନଙ୍କ ଉପରେ ଭରସା କରି ପାରିବ ନାହିଁ।
ଯେତେବେଳେ ସେମାନେ ନିକିତିରେ ଓଜନ ହୁଅନ୍ତି,
ସେମାନଙ୍କ ସମସ୍ତଙ୍କୁ ଏକାଠି ପକାଇଲେ ପବନଠାରୁ ହାଲୁକା ହୁଅନ୍ତି।
10 ଦୌରାତ୍ମ୍ୟରେ ଭରସା କର ନାହିଁ।
ଗ୍ଭେରି କରି ଲାଭ କରିବାର ଚିନ୍ତା କର ନାହିଁ,
ଏବଂ ଯଦି ତୁମ୍ଭେ ଧନୀ ହେଲେ
ତୁମ୍ଭର ଧନ ତୁମ୍ଭକୁ ସାହାଯ୍ୟ କରିବ ବୋଲି ଆଶା କର ନାହିଁ।
11 ପରମେଶ୍ୱର ଏହା କହିଛନ୍ତି, ଏବଂ ମୁଁ ଏକରୁ ବହୁତ ଥର ଶୁଣିଛି:
“ପରମେଶ୍ୱର ବଳବାନ୍ ଅଟନ୍ତି।”
12 ହେ ମୋର ପ୍ରଭୁ, ତୁମ୍ଭର ପ୍ରେମ ହିଁ ପ୍ରକୃତ।
ତୁମ୍ଭେ ପ୍ରତ୍ୟେକ ମନୁଷ୍ୟକୁ ତାଙ୍କର ନିଜର କର୍ମାନୁସାରେ ଫଳ ଦେଉଅଛ।
ପରମେଶ୍ୱରଙ୍କ ପ୍ରତି ଧାର୍ମିକ
5 ଆମ୍ଭର ବିଶ୍ୱାସ ହେତୁ ଆମ୍ଭକୁ ପରମେଶ୍ୱରଙ୍କଠାରେ ଧାର୍ମିକ କରାଯାଇଛି। ସେଥିପାଇଁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ୟମରେ ପରମେଶ୍ୱରଙ୍କ ସହିତ ଆମ୍ଭେ ଶାନ୍ତିରେ ଅଛୁ। ବିଶ୍ୱାସ ଦ୍ୱାରା ଖ୍ରୀଷ୍ଟ ଆମ୍ଭକୁ ପରମେଶ୍ୱରଙ୍କ ଅନୁଗ୍ରହର ଅଧୀନ କଲେ। 2 ଏବେ ଆମ୍ଭେ ଏହି ଅନୁଗ୍ରହରେ ରହିଛୁ ଓ ଆମ୍ଭେ ପରମେଶ୍ୱରଙ୍କ ଏହି ମହିମାରେ ଭାଗୀଦର ହୋଇଥିବା ଆଶାରେ ଆନନ୍ଦିତ। 3 ଆମ୍ଭେମାନେ ଆମ୍ଭର କ୍ଳେଶଗୁଡ଼ିକ ଥାଇ ମଧ୍ୟ ଆନନ୍ଦିତ। ଆମ୍ଭେ ଏହି କଷ୍ଟଗୁଡ଼ିକ ପାଇଁ କାହିଁକି ଆନନ୍ଦିତ? କାରଣ ଆମ୍ଭେ ଜାଣୁ ଯେ ଏହି କଷ୍ଟଗୁଡ଼ିକ ଆମ୍ଭକୁ ଅଧିକ ଧୈର୍ଯ୍ୟବାନ କରାଏ। 4 ଏହି ଧୈର୍ଯ୍ୟ ପ୍ରମାଣ କରେ ଯେ, ଆମ୍ଭେ ବଳବାନ ଓ ଏହି ପ୍ରମାଣ ଆମ୍ଭକୁ ଭରସା ପ୍ରଦାନ କରେ। 5 ଏହି ଭରସା ଆମ୍ଭକୁ କେବେ ହେଲେ ନିରାଶ କରିବ ନାହିଁ। କ’ଣ ପାଇଁ? କାରଣ ପରମେଶ୍ୱର ଆମ୍ଭର ହୃଦୟଗୁଡ଼ିକୁ ପୂର୍ଣ୍ଣ କରିବା ପାଇଁ ତାହାଙ୍କର ପ୍ରେମ ଢାଳି ଦେଲେ। ପରମେଶ୍ୱର ପବିତ୍ରଆତ୍ମା ମାଧ୍ୟମରେ ତାହାଙ୍କର ପ୍ରେମ ଦେଇଛନ୍ତି। ପରମେଶ୍ୱରଙ୍କ ତରଫରୁ ଆମ୍ଭ ପାଇଁ ପବିତ୍ରଆତ୍ମା ଅନୁଗ୍ରହ ଦାନ ଭାବରେ ଆସିଥିଲେ।
6 ଆମ୍ଭେ ଅଧାର୍ମିକ ଥିବା ବେଳେ ଖ୍ରୀଷ୍ଟ ଆମ୍ଭ ପାଇଁ ମରି ଥିଲେ। ଆମ୍ଭେ ପରମେଶ୍ୱରଙ୍କ ବିରୁଦ୍ଧରେ ଜୀବନଯାପନ କରୁଥିଲୁ, ତଥାପି ଯଥାର୍ଥ ସମୟରେ ଖ୍ରୀଷ୍ଟ ଆମ୍ଭ ପାଇଁ ମରିଥିଲେ। 7 ଅନ୍ୟ ଲୋକ ଯେତେ ଭଲ ହେଲେ ମଧ୍ୟ, ଖୁବ୍ କମ୍ ଲୋକ ଅନ୍ୟକୁ ବଞ୍ଚାଇବା ପାଇଁ ମୃତ୍ୟୁ ବରଣ କରିବେ। ଯଦି ଲୋକଟି ଧାର୍ମିକ ହୋଇ ଥାଏ, ତେବେ ତା’ ନିମନ୍ତେ କିଏ ଜଣେ ମୃତ୍ୟୁ ବରଣ କରିବା ପାଇଁ ସାହସ କରିବ। 8 କିନ୍ତୁ ଆମ୍ଭେ ସମସ୍ତେ ପାପୀ ଥିବା ସମୟରେ ସୁଦ୍ଧା ଖ୍ରୀଷ୍ଟ ଆମ୍ଭ ପାଇଁ ମୃତ୍ୟୁ ବରଣ କଲେ। ଏହା ଦ୍ୱାରା ପରମେଶ୍ୱର ପ୍ରମାଣିତ କଲେ ଯେ, ସେ ଆମ୍ଭକୁ ବହୁତ ପ୍ରେମ କରନ୍ତି।
9 ଆମ୍ଭେ ଖ୍ରୀଷ୍ଟଙ୍କର ରକ୍ତ ଦ୍ୱାରା ପରମେଶ୍ୱରଙ୍କ ପ୍ରତି ଧାର୍ମିକ ହୋଇଛୁ। ସେଥିପାଇଁ ଖ୍ରୀଷ୍ଟଙ୍କ ମାଧ୍ୟମରେ ଆମ୍ଭେ ପରମେଶ୍ୱରଙ୍କର କ୍ରୋଧରୁ ନିଶ୍ଚିତ ଭାବେ ରକ୍ଷା ପାଇବା। 10 ମୋ’ କହିବା ଅର୍ଥ ଯେ ଆମ୍ଭେ ପରମେଶ୍ୱରଙ୍କର ଶତ୍ରୁ ହୋଇଥିଲେ ମଧ୍ୟ, ସେ ନିଜ ପୁତ୍ରଙ୍କ ମୃତ୍ୟୁ ଦ୍ୱାରା ଆମ୍ଭ ସହିତ ବନ୍ଧୁତା ସ୍ଥାପନ କରିଛନ୍ତି। ସେଥିପାଇଁ ଏବେ ଯେହେତୁ ଆମ୍ଭେ ପରମେଶ୍ୱରଙ୍କର ମିତ୍ର, ପରମେଶ୍ୱର ତାଙ୍କ ପୁତ୍ରଙ୍କ ଜୀବନ ମାଧ୍ୟମରେ ଆମ୍ଭକୁ ନିଶ୍ଚିତ ଭାବରେ ରକ୍ଷା କରିବେ। 11 ଆମ୍ଭେ ଯେ କେବଳ ରକ୍ଷା ପାଇବୁ ତା’ ନୁହେଁ, ବରଂ ଏବେ ଆମ୍ଭେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ୟମରେ ପରମେଶ୍ୱରଙ୍କଠାରେ ମଧ୍ୟ ଅତ୍ୟଧିକ ଆନନ୍ଦିତ ହେତୁ କେବଳ ଯୀଶୁଙ୍କ ପାଇଁ ଆମ୍ଭେ ଆଜି ପରମେଶ୍ୱରଙ୍କ ମିତ୍ର ଅଟୁ।
ଆଦମ ଓ ଯୀଶୁ
12 ଜଣେ ଲୋକ ଆଦମ ପାଇଁ ଜଗତକୁ ପାପ ଆସିଲା। ପାପ ଦ୍ୱାରା ମୃତ୍ୟୁ ଆସିଲା। ସେଥିପାଇଁ ସମସ୍ତେ ନିଶ୍ଚୟ ମରିବେ, କାରଣ ସମସ୍ତେ ପାପ କରିଛନ୍ତି। 13 ମୋଶା ବ୍ୟବସ୍ଥା ଦେବା ପୂର୍ବରୁ ପାପ ସଂସାରରେ ଥିଲା। କିନ୍ତୁ ପରମେଶ୍ୱର, ବ୍ୟବସ୍ଥା ନ ଥିବା କାରଣରୁ ଲୋକମାନଙ୍କୁ ପାପରେ ପାପୀ ମାନି ନ ଥିଲେ। 14 କିନ୍ତୁ ଆଦମଙ୍କ ସମୟରୁ ମୋଶାଙ୍କ ସମୟ ସୁଦ୍ଧା, ପ୍ରତ୍ୟେକ ଲୋକକୁ ମରିବାକୁ ପଡ଼ିଲା। ପରମେଶ୍ୱରଙ୍କର ଆଦେଶ ଅମାନ୍ୟ କରି ପାପ କରିଥିବା ହେତୁ ଆଦମ ମଲା। କିନ୍ତୁ, ଯେଉଁ ଲୋକମାନେ ଆଦମ ଭଳି ପାପ କରି ନ ଥିଲେ, ସେମାନଙ୍କୁ ମଧ୍ୟ ମରିବାକୁ ହେଲା।
ଭବିଷ୍ୟତରେ ଯେଉଁ ଜଣଙ୍କର (ଖ୍ରୀଷ୍ଟଙ୍କର) ଆସିବା କଥା, କେତେକାଂଶରେ ସେ ଆଦମଙ୍କ ଭଳି। 15 କିନ୍ତୁ ପରମେଶ୍ୱରଙ୍କ ଅନୁଗ୍ରହଦାନ ଆଦମର ପାପ ପରି ନୁହେଁ। ଜଣେ ଲୋକର ପାପ କାରଣରୁ ଅନେକ ଲୋକ ମୃତ୍ୟୁ ବରଣ କଲେ। କିନ୍ତୁ ପରମେଶ୍ୱରଙ୍କଠାରୁ ଲୋକେ ଯେଉଁ ଅନୁଗ୍ରହ ପାଇଲେ, ତାହା ବହୁତ ଅଧିକ ଥିଲା। ଅନେକ ଲୋକ ଜଣେ ଲୋକର ଅନୁଗ୍ରହ ହେତୁ ଜୀବନରୂପେ ଅନୁଗ୍ରହଦାନ ପାଇଲେ। 16 ଆଦମ ଥରେ ପାପ କଲା ପରେ ସେ ଦୋଷୀ ବୋଲି ସାବ୍ୟସ୍ତ ହେଲା। କିନ୍ତୁ ପରମେଶ୍ୱରଙ୍କର ଅନୁଗ୍ରହଦାନ ଏହାଠାରୁ ଭିନ୍ନ ଅଟେ। ଅନେକ ପାପ ପରେ ପରମେଶ୍ୱରଙ୍କର ଅନୁଗ୍ରହଦାନ ଆସିଲା। ଓ ଏହି ଅନୁଗ୍ରହଦାନ ଲୋକଙ୍କୁ ପରମେଶ୍ୱରଙ୍କ ପ୍ରତି ଧାର୍ମିକ କରାଇଲା। 17 ଜଣେ ଲୋକ ପାପ କଲା, ସେଥିପାଇଁ ସେ ଜଣକ ଲାଗି, ମୃତ୍ୟୁ ସମସ୍ତଙ୍କ ଉପରେ ରାଜତ୍ୱ କଲା। କିନ୍ତୁ ଏବେ କିଛି ଲୋକ ପରମେଶ୍ୱରଙ୍କ ପୂର୍ଣ୍ଣ ଦୟା ଓ ତାହାଙ୍କର ‘ଧାର୍ମିକ’ ହେବା ଭଳି ବିରାଟ ଅନୁଗ୍ରହଦାନକୁ ମଧ୍ୟ ଗ୍ରହଣ କରନ୍ତି। ଏହା ନିଶ୍ଚିତ ଯେ ସେ ଲୋକମାନେ ପ୍ରକୃତ ଜୀବନ ପ୍ରାପ୍ତ କରିବେ, ଓ ସେହି ଲୋକମାନେ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଶାସନ କରିବେ।
18 ଅତଏବ ଯେପରି ଆଦମର ଗୋଟିଏ ପାପ ସମସ୍ତ ଲୋକଙ୍କୁ ମୃତ୍ୟୁରେ ଦଣ୍ଡିତ କଲା, ସେହିଭଳି ଯୀଶୁ ଖ୍ରୀଷ୍ଟ କରିଥିବା ଗୋଟିଏ ଧାର୍ମିକ କାମ ସମସ୍ତ ଲୋକଙ୍କୁ ପରମେଶ୍ୱରଙ୍କ ପ୍ରତି ଧାର୍ମିକ କରି ରଖିବ। ଓ ତାହା ସେହି ଲୋକମାନଙ୍କ ପାଇଁ ପ୍ରକୃତ ଜୀବନ ଆଣି ଦେବ। 19 ଜଣେ ଲୋକ ପରମେଶ୍ୱରଙ୍କୁ ଅବଜ୍ଞା କଲା ଓ ଅନେକ ଲୋକ ପାପୀ ହୋଇ ଗଲେ। କିନ୍ତୁ ସେହିପରି ଜଣେ ଲୋକ ପରମେଶ୍ୱରଙ୍କୁ ମାନିଲା ଓ ଅନେକ ଲୋକ ଧାର୍ମିକ ହୋଇଯିବେ। 20 ଲୋକମାନେ ଅଧିକ ପାପ କରିବା ପାଇଁ ବ୍ୟବସ୍ଥା ଆସିଲା, କିନ୍ତୁ ଯେତେବେଳେ ଲୋକେ ଅଧିକ ପାପ କଲେ, ପରମେଶ୍ୱର ସେମାନଙ୍କୁ ପ୍ରଚୁର ମାତ୍ରାରେ ତାହାଙ୍କ ଅନୁଗ୍ରହ ପ୍ରଦାନ କଲେ। 21 ଆମ୍ଭମାନଙ୍କୁ ଶାସନ କରିବା ପାଇଁ ପାପ ଥରେ ମୃତ୍ୟୁକୁ ବ୍ୟବହାର କଲା। କିନ୍ତୁ ପରମେଶ୍ୱର ନିଜର ଅଧିକ ଅନୁଗ୍ରହ ପ୍ରଦାନ କଲେ ଯାହାଦ୍ୱାରା ଅନୁଗ୍ରହ ଶାସନ କଲା ଓ ଲୋକେ ପରମେଶ୍ୱରଙ୍କ ପ୍ରତି ଧାର୍ମିକ ହୋଇ ରହିଲେ। ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଏହା ଅନନ୍ତ ଜୀବନ ଆଣିଲା।
2010 by World Bible Translation Center