Print Page Options
Previous Prev Day Next DayNext

Old/New Testament

Each day includes a passage from both the Old Testament and New Testament.
Duration: 365 days
Oriya Bible: Easy-to-Read Version (ERV-OR)
Version
ଗୀତସଂହିତା 33-34

33 ହେ ଧାର୍ମିକଗଣ, ସଦାପ୍ରଭୁଙ୍କଠାରେ ଆନନ୍ଦରେ ଉଲ୍ଲସିତ ହୁଅ।
    ପରମେଶ୍ୱରଙ୍କୁ ପ୍ରଶଂସା କରିବା ସରଳ ଲୋକଙ୍କର ଶୋଭନୀୟ।
ବୀଣା ବାଦ୍ୟ କରି ସଦାପ୍ରଭୁଙ୍କୁ ଧନ୍ୟବାଦ ଦିଅ।
    ଦଶ-ତାର ବାଦ୍ୟରେ ତାଙ୍କର ପ୍ରଶଂସା ଗାନ କର।
ତାଙ୍କ ଉଦ୍ଦେଶ୍ୟରେ ଏକ ନୂତନ ଗୀତ ଶୁଣାଅ।
    ସୁନ୍ଦର ସ୍ୱରରେ ମନୋହର ବାଦ୍ୟରେ ଏକ ଗୀତ ରଚନା କର।
ପରମେଶ୍ୱରଙ୍କ ବାକ୍ୟ ସତ୍ୟ ଅଟେ।
    ତାଙ୍କର ସମସ୍ତ କାର୍ଯ୍ୟକୁ ତୁମ୍ଭେ ବିଶ୍ୱାସ କରିପାର।
ପରମେଶ୍ୱର ସବୁ ପ୍ରକାର ନ୍ୟାୟ ବିଗ୍ଭର ଓ ଉତ୍ତମ କାର୍ଯ୍ୟକୁ ଭଲ ପାଆନ୍ତି।
    ପୃଥିବୀ ସଦାପ୍ରଭୁଙ୍କ ପ୍ରକୃତ କରୁଣାରେ ପରିପୂର୍ଣ୍ଣ।
ସଦାପ୍ରଭୁ ଆଦେଶ ଦେଲେ ଓ ପୃଥିବୀ ସୃଷ୍ଟି ହେଲା।
    ପରମେଶ୍ୱରଙ୍କ ନିଶ୍ୱାସରୁ ପୃଥିବୀରେ ସବୁକିଛି ସୃଷ୍ଟି ହେଲା।
ପରମେଶ୍ୱର ସମୁଦ୍ରରୁ ଜଳ ଆଣି ଗୋଟିଏ ସ୍ଥାନରେ ଏକତ୍ରିତ କଲେ।
    ସେ ସମୁଦ୍ରକୁ ତା ସ୍ଥାନରେ ରଖି ଦେଲେ।
ଏ ପୃଥିବୀର ପ୍ରତ୍ୟେକ ବ୍ୟକ୍ତି ସଦାପ୍ରଭୁଙ୍କୁ ଭୟ ଓ ସମ୍ମାନ କରିବା ଉଚିତ୍।
    ଏ ପୃଥିବୀର ସମସ୍ତ ଲୋକ ତାଙ୍କୁ ଭୟ କରିବା ଉଚିତ୍।
କାରଣ ପରମେଶ୍ୱରଙ୍କ ଆଦେଶ ମାତ୍ରକେ ପୃଥିବୀ ସୃଷ୍ଟି ହେଲା
    ଯଦି ସେ କାହାରିକୁ ଗ୍ଭଲୁରଖିବା ପାଇଁ ଗ୍ଭହାନ୍ତି ତେବେ ଗ୍ଭଲୁରଖି ପାରିବେ।
10 ସଦାପ୍ରଭୁ ସମସ୍ତଙ୍କ ଉପଦେଶକୁ ବ୍ୟର୍ଥ କରି ପାରନ୍ତି।
    ସେ ସେମାନଙ୍କ ସମସ୍ତ ଯୋଜନାକୁ ବ୍ୟର୍ଥ କରି ପାରନ୍ତି।
11 କିନ୍ତୁ ସଦାପ୍ରଭୁଙ୍କ ଉପଦେଶ ଚିରଦିନ ମଙ୍ଗଳମୟ
    ତାଙ୍କର ସଂକଳ୍ପ ସବୁ ଚିରକାଳ ଲାଗି ବଂଶାନୁକ୍ରମେ ଥାଏ।
12 ଯେଉଁ ଲୋକମାନେ ସଦାପ୍ରଭୁଙ୍କୁ ମାନନ୍ତି ସେମାନେ ସମସ୍ତେ ଭାଗ୍ୟଶାଳୀ ଅଟନ୍ତି।
    କାରଣ ପରମେଶ୍ୱର ସେମାନଙ୍କୁ ସ୍ୱତନ୍ତ୍ର ଭାବରେ ବିବେଚନା କରନ୍ତି।
13 ସଦାପ୍ରଭୁ ସ୍ୱର୍ଗରୁ ଥାଇ ସବୁ ଲୋକଙ୍କ ଉପରେ
    ଦୃଷ୍ଟିପାତ କରନ୍ତି।
14 ସେ ତାଙ୍କର ଉଚ୍ଚ ସିଂହାସନରୁ ଏ ପୃଥିବୀରେ ବାସ କରୁଥିବା ସବୁ ଜୀବନ୍ତ ପ୍ରାଣୀଙ୍କୁ
    ନିରୀକ୍ଷଣ କରନ୍ତି।
15 ପରମେଶ୍ୱର ସମସ୍ତ ମନୁଷ୍ୟମାନଙ୍କ ହୃଦୟକୁ ତିଆରି କରିଛନ୍ତି।
    ତେଣୁ ପରମେଶ୍ୱର ଜାଣନ୍ତି ପ୍ରତ୍ୟେକ ମନୁଷ୍ୟ କ’ଣ ଚିନ୍ତା କରୁଥାଏ।
16 ଜଣେ ରାଜା ନିଜର ଶକ୍ତିଦ୍ୱାରା ସୁରକ୍ଷିତ ହୁଏ ନାହିଁ।
    ଜଣେ ଶକ୍ତିଶାଳୀ ସୈନିକ କେବଳ ତା’ର ନିଜର ବଳ ଉପରେ ନିର୍ଭର କରି ଉଦ୍ଧାର ପାଏ ନାହିଁ।
17 ଅଶ୍ୱମାନେ କେବଳ ଯୁଦ୍ଧରେ ବିଜୟୀ କରାନ୍ତି ନାହିଁ।
    ସେମାନଙ୍କର ଶକ୍ତି କେବଳ ତୁମ୍ଭକୁ ପ୍ରକୃତରେ ଉଦ୍ଧାର କରିବାକୁ ସମର୍ଥ ହେବ ନାହିଁ।
18 ଯେଉଁମାନେ ସଦାପ୍ରଭୁଙ୍କୁ ଉପାସନା କରନ୍ତି, ପରମେଶ୍ୱର ସେମାନଙ୍କର ଯତ୍ନ ନିଅନ୍ତି ଓ ସେମାନଙ୍କ ଉପରେ ଦୃଷ୍ଟି ରଖନ୍ତି।
    ଯେଉଁମାନେ ତାଙ୍କର ଉପାସନା କରନ୍ତି, ସେହିମାନେ ତାଙ୍କର ସ୍ୱର୍ଗୀୟ କରୁଣାରେ ରକ୍ଷା ପାଆନ୍ତି।
19 ପ୍ରଭୁ ସେହି ଲୋକମାନଙ୍କୁ ମୃତ୍ୟୁ ମୁଖରୁ ରକ୍ଷା କରନ୍ତି।
ସେ ସେମାନଙ୍କୁ ଶକ୍ତି ପ୍ରଦାନ କରନ୍ତି।
    ଯେତେବେଳେ ସେମାନେ ଅତ୍ୟନ୍ତ ଭୋକିଲା ଥା’ନ୍ତି।
20 ତେଣୁ ଆମ୍ଭେ ସଦାପ୍ରଭୁଙ୍କ ପାଇଁ ଅପେକ୍ଷା କରିବା।
    ସେ ଆମ୍ଭକୁ ସାହାଯ୍ୟ କରନ୍ତି ଓ ରକ୍ଷା କରନ୍ତି।
21 ପରମେଶ୍ୱର ଆମ୍ଭକୁ ଆନନ୍ଦ ପ୍ରଦାନ କରନ୍ତି।
    ଆମ୍ଭେ ପ୍ରକୃତରେ ତାଙ୍କର ସେହି ପବିତ୍ର ନାମରେ ଭରସା କରିବା।
22 ହେ ସଦାପ୍ରଭୁ, ଆମ୍ଭେ ପ୍ରକୃତରେ ତୁମ୍ଭକୁ ଉପାସନା କରୁଛୁ।
    ତେଣୁ ତୁମ୍ଭର କୃପା ଦୃଷ୍ଟି ଓ ଦୟା ଆମ୍ଭମାନଙ୍କ ପ୍ରତି ରହିଥାଉ।

ଯେତେବେଳେ ଅବିମେଲକ୍ ସାକ୍ଷାତରେ ନିଜର ଚିନ୍ତାଧାରା ଦାଉଦ ପରିବର୍ତ୍ତନ କଲେ ଓ ତାହାଦ୍ୱାରା ତଡ଼ାଖାଇ ଗ୍ଭଲିଗଲେ। ସେହି ସମୟରେ ଦାଉଦଙ୍କ ଗୀତ।

34 ମୁଁ ସର୍ବଦା ସଦାପ୍ରଭୁଙ୍କ ପ୍ରଶଂସା କରିବି।
    ତାଙ୍କର ପ୍ରଶଂସା ମୋର ଓଠରେ ସବୁବେଳେ ଲାଗିରହିବ।
ନମ୍ର ଲୋକମାନେ ଶୁଣ ଓ ଆନନ୍ଦିତ ହୁଅ।
    ମୋର ଆତ୍ମା ସଦାପ୍ରଭୁଙ୍କ ଧ୍ୟାନରେ ବ୍ୟାକୁଳ ହେଉଅଛି।
ମୋ’ ସହିତ ପରମେଶ୍ୱରଙ୍କ ମାହାତ୍ମ୍ୟ ପ୍ରକାଶ କର।
    ତାଙ୍କ ନାମର ମହିମା କୀର୍ତ୍ତନ କର।
ମୁଁ ପରମେଶ୍ୱରଙ୍କୁ ପ୍ରାର୍ଥନା କଲି।
    ସେ ମୋତେ ସମସ୍ତ ଭୟରୁ ମୁକ୍ତି ପ୍ରଦାନ କଲେ।
ପରମେଶ୍ୱରଙ୍କ ନିକଟରେ ସାହାଯ୍ୟ ପ୍ରାର୍ଥନା କର।
    ତୁମ୍ଭର ପ୍ରାର୍ଥନା ସ୍ୱୀକାର କରାଯିବ।
    ଏଥିରେ ଲଜ୍ଜିତ ହେବାର କିଛି ନାହିଁ।
ଏହି ଦୁଃଖୀ ଲୋକଟି ସଦାପ୍ରଭୁଙ୍କ ନିକଟରେ ସାହାଯ୍ୟ ପାଇଁ ପ୍ରାର୍ଥନା କଲା
    ଓ ସଦାପ୍ରଭୁ ତାହା ଶୁଣିଲେ
    ସେ ମୋତେ ମୋର ସମସ୍ତ ବିପଦରୁ ଉଦ୍ଧାର କଲେ।
ଯେଉଁମାନେ ସଦାପ୍ରଭୁଙ୍କୁ ଉପାସନା କରନ୍ତି, ସଦାପ୍ରଭୁଙ୍କ ଦୂତ ସର୍ବଦା ସେମାନଙ୍କ ପାଖରେ ଥା’ନ୍ତି,
    ସେ ସେମାନଙ୍କୁ ଉଦ୍ଧାର କରନ୍ତି।
ସଦାପ୍ରଭୁ ଯେ ମଙ୍ଗଳମୟ ଏହା ପରୀକ୍ଷା କରି ଦେଖ।
    ଯେଉଁ ବ୍ୟକ୍ତି ତାଙ୍କର ଶରଣାଗତ ସେ ତାଙ୍କୁ ସମସ୍ତ ସୁଖ ପ୍ରଦାନ କରନ୍ତି ଏବଂ ସେ ପ୍ରକୃତରେ ସୁଖୀ ହେବ।
ସଦାପ୍ରଭୁଙ୍କ ପବିତ୍ର ଭକ୍ତଗଣ ପରମେଶ୍ୱରଙ୍କ ଉପାସନା କର।
    ଯେଉଁ ଲୋକମାନେ ପରମେଶ୍ୱରଙ୍କ ଉପାସନା କରନ୍ତି, ସେମାନେ ଦରକାର କରୁଥିବା ବସ୍ତୁ ସର୍ବଦା ପାଇଥା’ନ୍ତି।
10 ଶକ୍ତିଶାଳୀ ଲୋକମାନେ ମଧ୍ୟ ଦୁର୍ବଳ ଓ ଭୋକିଲା ହେବେ।
    କିନ୍ତୁ ଯେଉଁ ଲୋକମାନେ ପରମେଶ୍ୱରଙ୍କ ସହାୟତା ପ୍ରାର୍ଥନା କରନ୍ତି, ସେମାନଙ୍କର ସବୁକିଛି ମଙ୍ଗଳ ଘଟିବ।
11 ହେ ପିଲାମାନେ, ଆସ ମୋ’ କଥା ଶୁଣ;
    କିପରି ସଦାପ୍ରଭୁଙ୍କୁ ସମ୍ମାନ କରାଯାଏ ମୁଁ ତୁମ୍ଭକୁ ଶିକ୍ଷା ଦେବି।
12 ଯଦି ଜଣେ ବ୍ୟକ୍ତି ଜୀବନକୁ ଭଲ ପାଏ
    ଏବଂ ସେ ଦୀର୍ଘ ନିରାମୟ ଜୀବନଯାପନ କରିବାକୁ ଇଚ୍ଛା କରେ।
13 ସେହି ବ୍ୟକ୍ତି ପ୍ରଥମେ ମନ୍ଦକଥା କହିବା ବନ୍ଦ କରିବା ଦରକାର
    ଓ ସେ ମିଥ୍ୟା କହିବା ଉଚିତ୍ ନୁହେଁ।
14 ମନ୍ଦକାର୍ଯ୍ୟ କରିବା ବନ୍ଦ କର।
କେବଳ ଉତ୍ତମ କାର୍ଯ୍ୟ କର।
    ଶାନ୍ତି ପାଇଁ କାର୍ଯ୍ୟ କର।
    ଶାନ୍ତି ପାଇଲା ପର୍ଯ୍ୟନ୍ତ ଶାନ୍ତି ପଛରେ ଦୌଡ଼।
15 ସଦାପ୍ରଭୁ ଉତ୍ତମ ବ୍ୟକ୍ତିମାନଙ୍କୁ ରକ୍ଷା କରନ୍ତି।
    ସେ ସେମାନଙ୍କର ପ୍ରାର୍ଥନା ଶୁଣନ୍ତି।
16 କିନ୍ତୁ ସଦାପ୍ରଭୁ ଯେଉଁମାନେ ମନ୍ଦକାର୍ଯ୍ୟ କରନ୍ତି ସେମାନଙ୍କ ବିରୁଦ୍ଧରେ ଯାଆନ୍ତି।
    ସେ ସେମାନଙ୍କୁ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ କରନ୍ତି।

17 ସଦାପ୍ରଭୁଙ୍କୁ ପ୍ରାର୍ଥନା କର ସେ ତୁମ୍ଭ ଡାକ ଶୁଣିବେ।
    ସେ ତୁମ୍ଭକୁ ତୁମ୍ଭର ସମସ୍ତ ବିପଦରୁ ଉଦ୍ଧାର କରିବେ।
18 ଯେତେବେଳେ ଲୋକଙ୍କ ଉପରେ ବିପଦ ପଡ଼େ ତା’ପରେ ସେମାନେ ଅହଂକାରୀ ପ୍ରବୃତ୍ତି ବନ୍ଦ କରନ୍ତି।
    ସଦାପ୍ରଭୁ ସେହି ଶୋଚନୀୟ, ଲୋକମାନଙ୍କ ନିକଟତର ହୁଅନ୍ତି।
    ସେ ସେମାନଙ୍କୁ ଉଦ୍ଧାର କରନ୍ତି।
19 ଧାର୍ମିକ ବ୍ୟକ୍ତିମାନଙ୍କ ଉପରେ ହୁଏତ ବହୁତ ବିପଦ ଆସିପାରେ
    କିନ୍ତୁ ସଦାପ୍ରଭୁ ସେମାନଙ୍କୁ ସେମାନଙ୍କର ପ୍ରତ୍ୟେକ ବିପଦରୁ ଉଦ୍ଧାର କରିବେ।
20 ସଦାପ୍ରଭୁ ସେମାନଙ୍କ ଶରୀରର ଅସ୍ଥିକୁ ରକ୍ଷା କରିବେ
    ଯେପରିକି ଖଣ୍ଡିଏ ହାଡ଼କୁ ଭାଙ୍ଗିବାକୁ ଦେବେ ନାହିଁ।
21 କିନ୍ତୁ ବିପଦ ସେହି ଦୁଷ୍ଟ ଲୋକମାନଙ୍କୁ ନିଶ୍ଚୟ ବିନଷ୍ଟ କରିବ।
    ଉତ୍ତମ ବ୍ୟକ୍ତିମାନଙ୍କର ଶତ୍ରୁମାନେ ସମୂଳେ ବିନାଶ ପ୍ରାପ୍ତ ଦେବେ।
22 ସଦାପ୍ରଭୁ, ସେହି ଲୋକମାନଙ୍କର ପ୍ରାଣକୁ ଉଦ୍ଧାର କରିବେ, ଯେଉଁମାନେ ତାଙ୍କୁ ଆରାଧନା କରନ୍ତି।
    ଯେଉଁ ବ୍ୟକ୍ତିମାନେ ତାଙ୍କ ଉପରେ ନିର୍ଭରଶୀଳ, ସେ କେବେହେଲେ ସେମାନଙ୍କୁ ଧ୍ୱଂସ ହେବାକୁ ଦେବେ ନାହିଁ।

ପ୍ରେରିତମାନଙ୍କ କାର୍ଯ୍ୟର ବିବରଣ 24

ପାଉଲଙ୍କ ଉପରେ ଯିହୂଦୀମାନଙ୍କର ଅଭିଯୋଗ

24 ମହାଯାଜକ ହନାନିୟ ପାଞ୍ଚ ଦିନ ପରେ କେତକ ଯିହୂଦୀୟ ନେତା ଓ ତର୍ତ୍ତୁଲ୍ଲ ନାମକ ଜଣେ ଓକିଲଙ୍କୁ ନେଇ କାଇସରୀଆରେ ପହଞ୍ଚିଲେ। ସେଠାରେ ସେମାନେ ରାଜ୍ୟପାଳଙ୍କ ସାମନାରେ ପାଉଲଙ୍କ ବିରୁଦ୍ଧରେ ଅଭିଯୋଗ କଲେ। ତେଣୁ ପାଉଲଙ୍କୁ ଡକା ହେଲା। ତର୍ତ୍ତୁଲ୍ଲ ତାହାଙ୍କ ବିରୁଦ୍ଧରେ ଅଭିଯୋଗ କରି କହିଲେ,

“ହେ ମହାମାନ୍ୟ ଫେଲୀ‌କ୍‌ସ! ଆମ୍ଭ ଲୋକମାନେ ଆପଣଙ୍କ ସକାଶେ ବହୁତ ଶାନ୍ତିରେ ଜୀବନଯାପନ କରୁଛନ୍ତି, ତେଣୁ ଆମ୍ଭେ ଆପଣଙ୍କୁ ଧନ୍ୟବାଦ ଜଣାଉଅଛୁ। ଆପଣଙ୍କ ଦୂରଦୃଷ୍ଟି ଯୋଗୁଁ ଏ ଜାତି ନିମନ୍ତେ ବହୁତ ଉନ୍ନତିକର କାର୍ଯ୍ୟ ହୋଇ ପାରୁଛି। ଏଥିପାଇଁ ଆମ୍ଭେ ସବୁ ପ୍ରକାର ଓ ସର୍ବଦା ଆପଣଙ୍କ ନିକଟରେ ଅତ୍ୟନ୍ତ କୃତଜ୍ଞ। ଏବେ ମୁଁ ଆପଣଙ୍କର ଅଧିକ ସମୟ ନଷ୍ଟ କରିବାକୁ ଇଚ୍ଛା ନ କରି, ସଂକ୍ଷେପରେ ଆମ୍ଭ କଥା କହିବି। ତେଣୁ ଆପଣ ଧୈର୍ଯ୍ୟ ଧରି ଆମ୍ଭ କଥା ଶୁଣନ୍ତୁ। ଏ ବ୍ୟକ୍ତି ଜଣେ ଗଣ୍ଡଗୋଳକାରୀ। ସେ ସାରା ପୃଥିବୀର ଯିହୂଦୀମାନଙ୍କ ମଧ୍ୟରେ ବିଦ୍ରୋହ ସୃଷ୍ଟି କରୁଛି ଓ ଆନ୍ଦୋଳନ କରିବା ପାଇଁ ମତାଉଛି। ସେ ନାଜରିତୀୟ ସମ୍ପ୍ରଦାୟର ଜଣେ ମୁଖ୍ୟ ନେତା। ଏପରିକି ସେ ମନ୍ଦିରକୁ ଅପବିତ୍ର କରିବା ପାଇଁ ମଧ୍ୟ ଚେଷ୍ଟା କରୁଥିଲା। କିନ୍ତୁ ସେତିକିବେଳେ ଆମ୍ଭେ ତାହାକୁ ଧରିନେଲୁ। [a] ଆପଣ ନିଜେ ତାକୁ ପରୀକ୍ଷା କରି ତାହାଠାରୁ ଆମ୍ଭେ ତାଙ୍କ ବିରୁଦ୍ଧରେ କରିଥିବା ସମସ୍ତ ଅଭିଯୋଗର ସତ୍ୟାସତ୍ୟ ଜାଣି ପାରିବେ।” ତା’ପରେ ସମସ୍ତ ଯିହୂଦୀମାନେ ଏହି ଅଭିଯୋଗ ସତ୍ୟ ବୋଲି କହିଲେ।

ଫେଲୀ‌କ୍‌ସ ଆଗରେ ଗଲେ ନିଜକୁ ବଞ୍ଚାଇଲେ

10 ରାଜ୍ୟପାଳ ଯେତେବେଳେ ପାଉଲଙ୍କୁ କହିବା ପାଇଁ ଆଦେଶ ଦେଲେ, ସେତେବେଳେ ପାଉଲ ଉତ୍ତର ଦେଇ କହିଲେ, “ମୁଁ ଜାଣେ ଯେ ଆପଣ ଅନେକ ବର୍ଷ ଧରି ଏ ଜାତିର ବିଗ୍ଭରକର୍ତ୍ତା ଭାବରେ କାର୍ଯ୍ୟ କରିଆସୁଛନ୍ତି। ତେଣୁ ଆପଣଙ୍କ ସମ୍ମୁଖରେ ମୁଁ ଆନନ୍ଦରେ ମୋର ପକ୍ଷସମର୍ଥନ କରୁଅଛ। 11 ଆପଣ ନିଜେ ଜାଣି ପାରିବେ ଯେ ମୁଁ କେବଳ ଉପାସନା କରିବା ପାଇଁ ମାତ୍ର ବାରଦିନ ପୂର୍ବରୁ ଯିରୁଶାଲମରେ ପହଞ୍ଚିଥିଲି। 12 ସେମାନେ ମୋତେ ମନ୍ଦିରରେ ବା କୌଣସି ସମାଜଗୃହରେ ବା ସହରରେ କାହାରି ସହ ଯୁକ୍ତିତର୍କ କରିବା ବା ଭିଡ଼ ଜମେଇବାର ଦେଖି ନାହାନ୍ତି। 13 ଏହି ଲୋକମାନେ ମୋ’ ବିରୁଦ୍ଧରେ ଯେଉଁ ଅଭିଯୋଗ କରୁଛନ୍ତି, ତାହାର ପ୍ରମାଣ ସେମାନେ ଦେଇ ପାରିବେ ନାହିଁ।

14 “କିନ୍ତୁ ମୁଁ ଗୋଟିଏ କଥା ଆପଣଙ୍କୁ କହୁଛି, ଏମାନେ ଯେଉଁମାନଙ୍କୁ ଗୋଟିଏ ‘ଦଳ’ ବୋଲି କହନ୍ତି, ସେହି ମତାନୁଯାୟୀ ମୁଁ ମୋର ପୂର୍ବପୁରୁଷମାନଙ୍କ ପରମେଶ୍ୱରଙ୍କର ଉପାସନା କରେ। କିନ୍ତୁ ମୋଶାଙ୍କ ବ୍ୟବସ୍ଥା ଯାହାସବୁ ଶିକ୍ଷା ଦିଏ, ଓ ଭାବବାଦୀ ପୁସ୍ତକରେ ଯାହାସବୁ ଲେଖାଅଛି, ସେ ସବୁ ମୁଁ ଦୃଢ଼ ରୂପେ ବିଶ୍ୱାସ କରେ। 15 ଏହି ବ୍ୟକ୍ତିମାନଙ୍କ ଭଳି, ମୁଁ ମଧ୍ୟ ପରମେଶ୍ୱରଙ୍କଠାରେ ଏହି ଭରସା ରଖିଛି ଯେ, ଉଭୟ ଉତ୍ତମ ଓ ଦୁଷ୍ଟ ଲୋକମାନଙ୍କର ମୃତ୍ୟୁରୁ ପୁନରୁ‌‌ତ୍‌‌ଥାନ ହେବ। 16 ସେଥିପାଇଁ ମୁଁ ପରମେଶ୍ୱର ଓ ଲୋକମାନଙ୍କ ପାଖରେ ଯାହା ଠିକ୍ ବୋଲି ଅନୁଭବ କରେ, ତାହା ଅନୁଯାୟୀ କାର୍ଯ୍ୟ କରିବା ପାଇଁ ସର୍ବଦା ଚେଷ୍ଟା କରେ।

17 “ମୁଁ ବହୁତ ବର୍ଷ ପର୍ଯ୍ୟନ୍ତ ଯିରୁଶାଲମରୁ ଦୂରରେ ଥିଲି। ତା’ପରେ ମୋ’ ଦରିଦ୍ର ଯିହୂଦୀମାନଙ୍କୁ ଅର୍ଥ ସାହାଯ୍ୟ ଦେବା ପାଇଁ ଓ ପରମେଶ୍ୱରଙ୍କ ପାଖରେ ଦାନ ଉତ୍ସର୍ଗ କରିବା ପାଇଁ ଯିରୁଶାଲମକୁ ଫେରିଲି। 18 ମୁଁ ମନ୍ଦିରରେ ନିଜକୁ ଶୁଚି କରିବାକୁ ଯାଇଥିଲି। ଶୁଚିକରଣ ଉତ୍ସବ ସରିଗଲାପରେ କେତେକ ଯିହୂଦୀମାନେ ସେଠାରେ ମୋତେ ଦେଖିଲେ। ମୁଁ ସେଠାରେ କୌଣସି ଗଣ୍ଡଗୋଳ ସୃଷ୍ଟି କରି ନାହିଁ କି ମୋ’ ସହିତ କୌଣସି ଲୋକ ମଧ୍ୟ ନ ଥିଲେ। 19 ସେ ସମୟରେ ଏସିଆର କେତେକ ଯିହୂଦୀ ସେଠାରେ ଥିଲେ। ଯଦି ସେମାନଙ୍କର ମୋ’ ବିରୁଦ୍ଧରେ କିଛି ଆପତ୍ତି ଥାଏ ତେବେ ସେମାନେ ଆପଣଙ୍କ ନିକଟରେ ଉପସ୍ଥିତ ହେବା ଉଚିତ୍, 20 ନଚେତ୍ ଆପଣ ଏଠାରେ ଉପସ୍ଥିତ ଥିବା ଯିହୂଦୀୟମାନଙ୍କୁ ପଗ୍ଭରନ୍ତୁ, ସେମାନଙ୍କ ପରିଷଦ ସଭାରେ, ସେମାନଙ୍କ ସମ୍ମୁଖରେ ମୁଁ ଯେତେବେଳେ ଠିଆହେଲି, ସେତେବେଳେ ସେମାନେ ମୋ’ଠାରେ କ’ଣ ସବୁ ଦୋଷ ଦେଖିଲେ? 21 ମୁଁ କେବଳ ଗୋଟିଏ କଥା ସେମାନଙ୍କ ମଧ୍ୟରେ ଠିଆ ହୋଇ ଜୋ‌ର୍‌‌ରେ କହିଥିଲି ଯେ, ‘ମୃତ୍ୟୁରୁ ଲୋକମାନଙ୍କର ପୁନରୁ‌‌ତ୍‌‌ଥାନ ହେବ ବୋଲି ବିଶ୍ୱାସ କରୁଥିବାରୁ ମୋର ଆଜି ସଭା ସମ୍ମୁଖରେ ବିଗ୍ଭର ହେଉଛି।’”

22 ଫେଲୀ‌କ୍‌ସ୍ ଖ୍ରୀଷ୍ଟଙ୍କର ମାର୍ଗ ବିଷୟରେ ଭଲ ଭାବରେ ଜାଣିଥିବାରୁ ଶୁଣାଣି ସ୍ଥଗିତ ରଖିଲେ। ସେ କହିଲେ, “ସେନାଧ୍ୟକ୍ଷ ଲୂସିୟା ଆସିବା ପରେ ମୁଁ ତୁମ୍ଭମାନଙ୍କ ବିଗ୍ଭର କରିବି।” 23 ଫେଲୀ‌କ୍‌ସ୍ ଶତସେନାପତିଙ୍କ ଜିମାରେ ପାଉଲଙ୍କୁ ରଖିବା ପାଇଁ ଆଦେଶ ଦେଲେ। ସେ ତାହାଙ୍କୁ ନଜରବନ୍ଦୀରେ ରଖି କିଛି ସ୍ୱାଧୀନତା ଦେବା ପାଇଁ ମଧ୍ୟ ଆଜ୍ଞା ଦେଲେ। ପାଉଲଙ୍କ ବନ୍ଧୁମାନେ ଯଦି ତାହାଙ୍କ ନିକଟକୁ କୌଣସି ଆବଶ୍ୟକୀୟ ଜିନିଷ ନେଇ ଆସନ୍ତି, ତେବେ ସେମାନଙ୍କୁ ବାଧା ନ ଦେବା ନିମନ୍ତେ ମଧ୍ୟ ସେ ସେହି ଶତସେନାପତିଙ୍କୁ ଆଦେଶ ଦେଲେ।

ଫେଲୀ‌କ୍‌ସ୍ ଓ ତାହାଙ୍କ ସ୍ତ୍ରୀଙ୍କ ସହିତ ପାଉଲଙ୍କର କଥା

24 କିଛି ଦିନ ପରେ ଫେଲୀ‌କ୍‌ସ୍ ତାହାଙ୍କ ସ୍ତ୍ରୀ ଦ୍ରୁସିଲ୍ଲାଙ୍କୁ ନେଇ ଆସିଲେ। ସେ ଯିହୂଦୀ ଥିଲେ। ଫେଲୀ‌କ୍‌ସ୍ ପାଉଲଙ୍କୁ ଡକାଇ ତାହାଙ୍କଠାରୁ ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ୱାସ ବିଷୟରେ ଶୁଣିଲେ। 25 କିନ୍ତୁ ପାଉଲ ଯେତେବେଳେ ଧାର୍ମିକ ଜୀବନ, ଆତ୍ମସଂଯମ ଓ ଆଗାମୀ ବିଗ୍ଭର ବିଷୟରେ କହିଲେ, ସେତେବେଳେ ଫେଲୀ‌କ୍‌ସ୍ ଭୟଭୀତ ହୋଇଗଲେ। ଫେଲୀ‌କ୍‌ସ୍ କହିଲେ, “ବର୍ତ୍ତମାନ ତୁମ୍ଭେ ଯାଅ। ମୋର ସମୟ ହେଲେ ମୁଁ ତୁମ୍ଭକୁ ଡାକିବି।” 26 କିନ୍ତୁ ଫେଲୀ‌କ୍‌ସ୍ ପାଉଲଙ୍କ ସହିତ କଥା ହେବାର ଆଉ ଗୋଟିଏ କାରଣ ଥିଲା। ସେ ଆଶା କରିଥିଲେ ଯେ ପାଉଲ ତାହାଙ୍କୁ ଟଙ୍କା ଲାଞ୍ଚ ଦେବେ। ତେଣୁ ସେ ପାଉଲଙ୍କୁ ଅନେକଥର ଡକାଇ କଥା ହେଉଥିଲେ।

27 କିନ୍ତୁ ଏହିପରି ଦୁଇ ବର୍ଷ ବିତିଗଲାପରେ ପର୍କିୟ ଫେଷ୍ଟ ରାଜ୍ୟପାଳ ହେଲେ। ଫେଲୀ‌କ୍‌ସ୍ ଆଉ ରାଜ୍ୟପାଳ ପଦରେ ରହିଲେ ନାହିଁ। ତେଣୁ ଫେଲୀ‌କ୍‌ସ୍ ଯିହୂଦୀୟମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ପାଉଲଙ୍କୁ ବନ୍ଦୀ ଅବସ୍ଥାରେ କାରାଗାରରେ ରଖି ଗ୍ଭଲିଗଲେ।

Oriya Bible: Easy-to-Read Version (ERV-OR)

2010 by World Bible Translation Center