Old/New Testament
41 “ଆୟୁବ ତୁମ୍ଭେ ବନଶୀ କଣ୍ଟାରେ ଲିବିୟାଥନକୁ ଧରି ପାରିବ କି?
ତୁମ୍ଭେ ତା’ର ଜିଭକୁ ରସିରେ ବାନ୍ଧିପାରିବ କି?
2 ତୁମ୍ଭେ ତା’ ନାକରେ ରସି ପୁରାଇ ପାରିବ କି?
ତା’ର ଦାନ୍ତ ମାଢ଼ିରେ ଅଙ୍କୁଶ ପୁରାଇ ପାରିବ କି?
3 ଲିବିୟାଥନ ତୁମ୍ଭକୁ ଭିକ୍ଷା କରିବ କି ତାକୁ ମୁକୁଳାଇବା ପାଇଁ?
ସେ ତୁମ୍ଭକୁ କୋମଳ ଶବ୍ଦରେ କଥା କହିବ କି?
4 ଲିବିୟାଥନ ତୁମ୍ଭ ସହିତ ଚୁକ୍ତି କରିବ କି?
ଏବଂ ତୁମ୍ଭ ସହିତ ଚିରଦିନ ରହିବାକୁ ପ୍ରତିଜ୍ଞା କରିବ କି?
5 ତୁମ୍ଭେ ଲିବିୟାଥନ ସହିତ ଖେଳିପାରିବ କି? ତୁମ୍ଭେ ପକ୍ଷୀ ସହିତ ଖେଳିଲା ଭଳି ତା’ ସହିତ ଖେଳି ପାରିବ କି?
ତୁମ୍ଭେ ତାକୁ ଏକ ରସିରେ ବାନ୍ଧି ତୁମ୍ଭର ଦାସୀକୁ ତା’ ସହିତ ଖେଳାଇ ପାରିବ କି?
6 କୈବର୍ତ୍ତ ତୁମ୍ଭଠାରୁ ତାକୁ କିଣିବାକୁ ଚେଷ୍ଟା କରିବ କି?
ସେମାନେ ତାକୁ ଖଣ୍ଡ ଖଣ୍ଡ କରି କାଟି ତାକୁ ବ୍ୟବସାୟୀମାନଙ୍କୁ ବିକିବେ କି?
7 ତୁମ୍ଭେ ତା’ର ଚମଡ଼ା ଓ ମୁଣ୍ଡକୁ ବର୍ଚ୍ଛା ମାରିପାରିବ କି?
8 “ଆୟୁବ, ତୁମ୍ଭେ ଯଦି ଥରେ ମାତ୍ର ଲିବିୟାଥନ ଉପରେ ହାତ ରଖ,
ତୁମ୍ଭେ କେବେ ଆଉଥରେ କରିବ ନାହିଁ! ଭାବ ସେ କି ପ୍ରକାର ଯୁଦ୍ଧ ହେବ।
9 ତୁମ୍ଭେ କ’ଣ ଭାବୁଛ ତୁମ୍ଭେ ତାକୁ ପରାସ୍ତ କରି ପାରିବ?
ଭୁଲି ଯାଅ! କୌଣସି ଭରସା ନାହିଁ!
ତା’ ପ୍ରତି ଅନାଇଲେ ତୁମ୍ଭେ ଭୟଭୀତ ହେବ।
10 କୌଣସି ମନୁଷ୍ୟ ଏତେ ସାହସୀ ନୁହେଁ ଯେ
ତାକୁ ଉଠାଇବ ଓ ରଗାଇବ।
“ଏବଂ କେଉଁ ମନୁଷ୍ୟ ତା’ ବିରୁଦ୍ଧରେ ଠିଆ ମଧ୍ୟ ହୋଇ ପାରିବ ନାହିଁ।
11 କୌଣସି ଜିନିଷ ପାଇଁ ମୁଁ କାହାର ଋଣୀ ନୁହେଁ,
ସ୍ୱର୍ଗରେ ଯାହାକିଛି ଅଛି, ସେ ସବୁ ମୋର ଅଧୀନ ଅଟେ।
12 “ମୁଁ ତୁମ୍ଭକୁ ଲିବିୟାଥନର ଗୋଡ଼,
ତା’ର ବଳ ଓ ମନୋହର ଆକାର ବିଷୟରେ କିଛି କହିବି।
13 କୌଣସି ବ୍ୟକ୍ତି ତା’ର ଚର୍ମକୁ କଣା କରି ପାରିବେ ନାହିଁ।
ତା’ର ଚର୍ମ ଯୁଦ୍ଧସଜ୍ଜା ସ୍ୱରୂପ।
14 କୌଣସି ବ୍ୟକ୍ତି ତା’ର ମାଢ଼ିକୁ ଖୋଲିବାକୁ ସକ୍ଷମ ହେବ ନାହିଁ।
ତା’ର ଦାନ୍ତ ଲୋକଙ୍କୁ ଭୟଭୀତ କରେ।
15 ତା’ର ପିଠି ଧାର ଧାର ଢାଲ ପରି,
ଯାହାକି ଦୃଢ଼ ଭାବରେ ସଂଯୁକ୍ତ ହୋଇଥାଏ।
16 ସେଗୁଡ଼ିକ ଏତେ ପାଖାପାଖି ଥାଏ
ତା’ ମଧ୍ୟରେ ପବନ ମଧ୍ୟ ପଶିପାରେ ନାହିଁ।
17 ସେଗୁଡ଼ିକ ଗୋଟିଏ ଅନ୍ୟ ସହିତ ସଂଯୁକ୍ତ ଅଛି।
ସେସବୁ ଏମିତି ଏକତ୍ର ଲାଗି ରହିଛି ଯେ ତାକୁ ଅଲଗା କରାଯାଇ ପାରିବ ନାହିଁ।
18 ଯେତେବେଳେ ସେ ଛିଙ୍କେ, ସେଥିରୁ ବିଜୁଳି ସଦୃଶ ଆଲୁଅ ବାହାରେ,
ତା’ର ଚକ୍ଷୁ ପ୍ରାତଃକାଳର ଆଲୁଅ ପରି ଝଟକେ।
19 ତା’ର ମୁଖରୁ ଜ୍ୱଳନ୍ତ ଅଗ୍ନିକଣାର ମଶାଲ ବିଦ୍ୟୁତ୍ ପରିବାହକ ଦ୍ୱାରା
ଉତ୍ପନ୍ନ ଆଲୋକରେ ଝଲକ ନିଃସୃତ ହୁଏ।
20 ତା’ର ନାକରୁ ଧୂଆଁ ବାହାରେ
ସତେ ଯେମିତି ରନ୍ଧା ହାଣ୍ଡିରୁ ଜଳନ୍ତା କୁଟା ବାମ୍ଫ ବାହାରେ।
21 ତା’ର ନିଶ୍ୱାସ ଅଙ୍ଗାରକୁ ଜଳାଇ ପାରେ।
ତା’ ମୁଖରୁ ଅଗ୍ନିଶିଖା ନିର୍ଗତ ହୁଏ।
22 ତା’ର ବେକ ବହୁତ ଶକ୍ତିଶାଳୀ।
ଲୋକେ ତାକୁ ଦେଖିବା ମାତ୍ରେ ତା’ ନିକଟରୁ ଦୌଡ଼ି ପଳାଇଯା’ନ୍ତି।
23 ତା’ର ଚମଡ଼ାର କୌଣସି ସ୍ଥାନ ଦୁର୍ବଳ ନୁହେଁ,
ଏହା ଲୁହାଭଳି ଶକ୍ତ।
24 ତା’ର ହୃତପିଣ୍ଡ ପଥର ସଦୃଶ।
ଏହା ପେଷଣଶାଳାର ତଳ ପଥର ସଦୃଶ।
25 ସେ ଯେତେବେଳେ ଉଠେ, ବଳବାନ ଲୋକମାନେ ମଧ୍ୟ ଭୟଭୀତ ହୋଇଯା’ନ୍ତି।
ସେ ଯେତେବେଳେ ଲାଞ୍ଜ ବୁଲାଏ ସେମାନେ ଦୌଡ଼ି ପଳାନ୍ତି।
26 ଖଣ୍ଡା, ବର୍ଚ୍ଛା, ଏବଂ ଶୂଳ ଲିବିୟାଥନକୁ ବାଜେ, କିନ୍ତୁ କେବଳ ସେସବୁ ଡେଇଁ ପଡ଼ି ଫେରି ଆସେ।
ସେହି ଅସ୍ତ୍ର ତାହାକୁ ଟିକେ ବି ଆଘାତ କରେ ନାହିଁ।
27 ସେ ଲୁହାକୁ କୁଟା ସଦୃଶ ଭାଙ୍ଗି ପକାଏ।
ଏହା ତମ୍ବାକୁ ପଗ୍ଭକାଠ ପରି ଭାଙ୍ଗି ପକାଏ।
28 ତୀର ତାହାକୁ ଦଉଡ଼ାଇ ପାରେ ନାହିଁ।
ପଥର ଡେଇଁ ପଡ଼ି କୁଟା ପରି ଫେରି ଆସେ।
29 ଯେତେବେଳେ ଗୋଟିଏ କାଠଗଡ଼ ତାକୁ ଆଘାତ କରେ, ସେ ଅନୁଭବ କରେ ଯେପରି ଏକ କୁଟା ତା’ ଦେହରେ ଲାଗିଲା।
ସେ ଅଟ୍ଟହାସ୍ୟ କରେ ଯେତେବେଳେ ଲୋକ ତାକୁ ବର୍ଚ୍ଛା ଫିଙ୍ଗନ୍ତି।
30 ତା’ର ତଳ ପେଟର ଚମଡ଼ା ଶକ୍ତ ଭଙ୍ଗା ଖପରା ସଦୃଶ।
ସେ କାଦୁଅରେ ଘୋଷାରି ହୋଇ ଗଲାବେଳେ ବେଙ୍ଗଳାରେ ବାଡ଼େଇବା ପରି ଚିହ୍ନ ଛାଡ଼ିଯାଏ।
31 ଲେବିୟାଥନ ପାଣିକୁ ଘାଣ୍ଟେ ହାଣ୍ଡି ଜଳ ଫୁଟିବା ପରି।
ସେ ଫୋଟକା ତିଆରି କରେ, ଯେପରି ଗୋଟିଏ ହାଣ୍ଡି ରେ ତେଲ ଫୁଟେ।
32 ଲେବିୟାଥନ ଯେତେବେଳେ ତହିଁରେ ତା’ ପଛେ ପଛେ ପଥ ଛାଡ଼ିଯାଏ।
ସେ ପାଣିକୁ ଘାଣ୍ଟି ପକାଏ ଏବଂ ତା’ ପଛ ଆଡ଼େ ଧଳାଫେଣ ଛାଡ଼ିଯାଏ।
33 ପୃଥିବୀରେ ଲିବିୟାଥନ ପରି ଆଉ ଦ୍ୱିତୀୟ ଜୀବ ନାହିଁ।
ସେ ଏଭଳି ଏକ ପ୍ରାଣୀ, ଯେକି କାହାରିକୁ ଭୟ କରେ ନାହିଁ।
34 ଲେବିୟାଥନ ସବୁଠାରୁ ଗର୍ବୀ ପଶୁକୁ ବି ନୀଚ୍ଚ ଭାବରେ ଦେଖେ।
ସେସବୁ ବଣୁଆ ଜନ୍ତୁମାନଙ୍କ ଉପରେ ରାଜା ଅଟେ ଓ ମୁଁ ସେହି ଲେବିୟାଥନକୁ ସୃଷ୍ଟି କରିଛି।”
ଆୟୁବ ସଦାପ୍ରଭୁଙ୍କୁ ଉତ୍ତର ଦେଲା
42 ତା’ପରେ ଆୟୁବ ସଦାପ୍ରଭୁଙ୍କୁ ଉତ୍ତର ଦେଇ କହିଲା,
2 “ହେ ସଦାପ୍ରଭୁ ମୁଁ ଜାଣେ ଆପଣ ସବୁକିଛି କରି ପାରନ୍ତି।
ତୁମ୍ଭେ ଯାହା କର ବା କରିବାକୁ ଗ୍ଭହଁ, କେହି ତୁମ୍ଭକୁ ସେ କାମରୁ ନିବୃତ୍ତ କରାଇ ପାରିବେ ନାହିଁ।
3 ହେ ସଦାପ୍ରଭୁ, ତୁମ୍ଭେ ମୋତେ ପଗ୍ଭରିଲ, ‘କିଏ ଏହି ଜ୍ଞାନହୀନ ମଣିଷ, ଯିଏ ନିର୍ବୋଧ ଭଳି କଥା କହୁଛି?’
ହେ ସଦାପ୍ରଭୁ, ମୁଁ ସେହି ବିଷୟରେ କହିଥିଲି, ଯାହା ମୁଁ ବୁଝି ନ ଥିଲି।
ମୁଁ ସେହିସବୁ କଥା କହିଥିଲି ଯାହା ଏତେ ଆଶ୍ଚର୍ଯ୍ୟଜନକ ଯେ ତାହା ମୋ’ ବୁଝିବା ଶକ୍ତିର ବାହାରେ।
4 “ହେ ସଦାପ୍ରଭୁ, ତୁମ୍ଭେ ମୋତେ କହିଲ, ‘ଶୁଣ ଆୟୁବ, ଆମ୍ଭେ ତୁମ୍ଭକୁ କହିବା।
ଆମ୍ଭେ ତୁମ୍ଭକୁ ପ୍ରଶ୍ନ ପଗ୍ଭରିବା ଓ ତୁମ୍ଭେ ତା’ର ଉତ୍ତର ଦେବ।’
5 ହେ ସଦାପ୍ରଭୁ, ଅତୀତରେ ମୁଁ ତୁମ୍ଭ ବିଷୟରେ ଶୁଣିଥିଲି।
କିନ୍ତୁ ଆଜି ମୁଁ ସ୍ୱଚକ୍ଷୁରେ ତୁମ୍ଭକୁ ଦେଖିଲି।
6 ହେ ସଦାପ୍ରଭୁ, ମୁଁ ଫେରେଇ ନେଉଛି ଯାହା ମୁଁ କହିଥିଲି।
ହେ ସଦାପ୍ରଭୁ, ମୁଁ ବଡ଼ ଖେଦିତ
ଯେପରି ମୁଁ ଧୂଳି ଓ ପାଉଁଶ ଉପରେ ବସିଛି।
ମୁଁ ମୋର ମନ ପରିବର୍ତ୍ତନ କରିଛି।”
ସଦାପ୍ରଭୁ ଆୟୁବକୁ ତା’ର ସମ୍ପତ୍ତି ଫେରାଇ ଦେଲେ
7 ସଦାପ୍ରଭୁ ଆୟୁବ ସହିତ କଥା ଶେଷ କଲା ପରେ ସେ ତୈମନୀୟ ଇଲୀଫସ୍ ସହିତ କଥା ହେଲେ। ସଦାପ୍ରଭୁ ଇଲିଫସ୍କୁ କହିଲେ, “ଆମ୍ଭେ ତୁମ୍ଭ ଉପରେ ଓ ତୁମ୍ଭର ଦୁଇ ବନ୍ଧୁଙ୍କ ଉପରେ କ୍ରୋଧିତ। କାରଣ ତୁମ୍ଭେ ଆମ୍ଭ ବିଷୟରେ ଉଚିତ୍ କଥା କହି ନାହଁ। କିନ୍ତୁ ଆୟୁବ ଆମ୍ଭର ଆଶ୍ରିତ। ଆୟୁବ ଆମ୍ଭ ବିଷୟରେ ଉଚିତ୍ କଥା କହିଛି। 8 ତେଣୁ ବର୍ତ୍ତମାନ ଇଲୀଫସ୍ ସାତୋଟି ଷଣ୍ଢ ଓ ସାତୋଟି ମେଣ୍ଢା ନେଇ ମୋ’ ଭୃତ୍ୟ ଆୟୁବ ପାଖକୁ ଯାଅ। ତାହା ବଧ କରି ନିଜ ପାଇଁ ହୋମବଳି ପରି ଉତ୍ସର୍ଗ କର। ଆମ୍ଭ ଦାସ ଆୟୁବ ତୁମ୍ଭ ପାଇଁ ପ୍ରାର୍ଥନା କରିବ ଏବଂ ଆମ୍ଭେ ପ୍ରାର୍ଥନାର ଉତ୍ତର ଦେବା। ତା’ପରେ ଆମ୍ଭେ ତୁମ୍ଭକୁ ଦଣ୍ଡ ଦେବା ନାହିଁ, ଯାହାର ତୁମ୍ଭେ ହକଦାର। ତୁମ୍ଭେ ଦଣ୍ଡ ପାଇବା ଉଚିତ୍, କାରଣ ତୁମ୍ଭେ ଅତି ନିର୍ବୋଧ। ତୁମ୍ଭେ ଆମ୍ଭ ବିଷୟରେ ଉଚିତ୍ କଥା କହି ନାହଁ। କିନ୍ତୁ ଆମ୍ଭର ଭୃତ୍ୟ ଆୟୁବ ଆମ୍ଭ ବିଷୟରେ ଉଚିତ୍ କଥା କହିଛି।”
9 ତେଣୁ ତୈମନୀୟ ଇଲୀଫସ୍, ଶୂହୀୟ ବିଲଦଦ୍ ଓ ନାମାଥୀୟ ସୋଫର ସଦାପ୍ରଭୁଙ୍କୁ ମାନିଲେ। ତା’ପରେ ସଦାପ୍ରଭୁ ଆୟୁବର ପ୍ରାର୍ଥନାର ଉତ୍ତର ଦେଲେ।
10 ଆୟୁବ ତା’ର ବନ୍ଧୁମାନଙ୍କ ପାଇଁ ପ୍ରାର୍ଥନା କଲା। ତା’ପରେ ସଦାପ୍ରଭୁ ଆୟୁବକୁ ପୁଣି ସୌଭାଗ୍ୟ ଆଣି ଦେଲେ। ଆୟୁବର ପୂର୍ବରୁ ଯାହା ଥିଲା ତା’ର ଦୁଇଗୁଣ ସେ ଦେଲେ। 11 ତା’ପରେ ଆୟୁବର ଭାଇମାନେ, ଭଉଣୀମାନେ, ଯେଉଁ ଲୋକମାନେ ଆୟୁବକୁ ଜାଣିଥିଲେ, ସମସ୍ତେ ତା’ ଘରକୁ ଆସିଲେ। ସେମାନେ ସମସ୍ତେ ଆୟୁବର ଘରେ ଏକ ବଡ଼ ଭୋଜିରେ ଯୋଗ ଦେଲେ। ସେମାନେ ଆୟୁବକୁ ସାନ୍ତ୍ୱନା ଦେଲେ। ସେମାନେ ଦୁଃଖ ପ୍ରକାଶ କଲେ, କାରଣ ପରମେଶ୍ୱର ଆୟୁବ ପାଇଁ ବହୁତ କଷ୍ଟ ଦେଲେ। ପ୍ରତ୍ୟେକ ବ୍ୟକ୍ତି ଆୟୁବକୁ ଖଣ୍ଡେ ରୂପା ଓ ଗୋଟିଏ ସୁନାମୁଦି ପ୍ରଦାନ କଲେ।
12 ସଦାପ୍ରଭୁ ଆୟୁବକୁ ଅଧିକ ଆଶୀର୍ବାଦ କଲେ, ତାହାଠାରୁ ମଧ୍ୟ ଅଧିକ ଯାହା ତା’ର ପ୍ରଥମ ଥିଲା। ଆୟୁବ 14,000 ମେଣ୍ଢା, 6000 ଓଟ, 1000 ହଳ ବଳଦ, 1000 ମାଈ ଗଧ ପାଇଲେ। 13 ଆୟୁବ ସାତୋଟି ପୁତ୍ର ଓ ତିନୋଟି ଝିଅ ଲାଭ କଲା। 14 ଆୟୁବ ତା’ର ପ୍ରଥମ ଝିଅର ନାମ ଯିନୀମା, ଦ୍ୱିତୀୟ ଝିଅର ନାମ କତ୍ସୀୟା ଓ ତୃତୀୟ ଝିଅର ନାମ କେରଣହାପ୍ପୁକ୍ ରଖିଲା। 15 ଆୟୁବର ଝିଅମାନେ ସେ ଦେଶର ସବୁଠାରୁ ସୁନ୍ଦରୀ ଥିଲେ ଏବଂ ତାଙ୍କର ପିତା ସେମାନଙ୍କୁ ଅଂଶ ଦେଲେ ତାଙ୍କ ଭାଇମାନଙ୍କ ସହିତ।
16 ଏହା ପରେ ଆୟୁବ 140 ବର୍ଷ ଅଧିକା ବଞ୍ଚିଲା। ସେ ନିଜର ପିଲାମାନଙ୍କର, ନାତିନାତୁଣୀମାନଙ୍କର ଗ୍ଭରିପୁରୁଷ ପର୍ଯ୍ୟନ୍ତ ଦେଖିଲା। 17 ଏବଂ ଆୟୁବ ଦୀର୍ଘ ଓ ପୂର୍ଣ୍ଣ ଜୀବନ ବିତାଇବା ପରେ ବୃଦ୍ଧାବସ୍ଥାରେ ମୃତ୍ୟୁବରଣ କଲା।
22 ତା’ପରେ ଲୋକମାନେ ପାଉଲ ଓ ଶୀଲାଙ୍କୁ ଆକ୍ରମଣ କରିବା ନିମନ୍ତେ ସେମାନଙ୍କ ବିରୁଦ୍ଧରେ ଯୋଗ ଦେଲେ। ନଗରପାଳମାନେ ସେମାନଙ୍କର ଲୁଗାପଟା ଛିଣ୍ଡାଇ ଦେଲେ ଓ ସେମାନଙ୍କୁ ବେତ ଆଘାତ ଦ୍ୱାରା ଦଣ୍ଡ ଦେବା ପାଇଁ ଆଦେଶ ଦେଲେ। 23 ସେମାନେ ସେମାନଙ୍କୁ ବହୁତ ମାଡ଼ ମାରିବା ପରେ କାରାଗାରରେ ବନ୍ଦୀ କଲେ। ସେମାନଙ୍କୁ ସାବଧାନରେ ଜଗିବା ପାଇଁ କାରାଧ୍ୟକ୍ଷଙ୍କୁ ଆଦେଶ ଦେଲେ। 24 ସେ ଏପରି ଆଦେଶ ପାଇ ସେମାନଙ୍କୁ ଭିତର କୋଠରୀ ଭିତରେ ରଖିଦେଲେ। ସେ ସେମାନଙ୍କର ଗୋଡ଼ ବଡ଼ ବଡ଼ କାଠ ଗଣ୍ଡି ସହିତ ବାନ୍ଧି ପକାଇ ଦେଲେ।
25 ପାଉଲ ଓ ଶୀଲା ମଧ୍ୟରାତ୍ରି ବେଳେ ପରମେଶ୍ୱରଙ୍କୁ ପ୍ରାର୍ଥନା ଓ ସ୍ତୁତି ଗାନ କରୁଥିଲେ। ଅନ୍ୟ ବନ୍ଦୀମାନେ ତାହା ସବୁ ଶୁଣୁଥିଲେ। 26 ହଠାତ୍ ଖୁବ୍ ଜୋର୍ରେ ଭୂମିକମ୍ପ ହେଲା। ଏହା ଦ୍ୱାରା କାରାଗାରର ମୂଳଦୁଆ ଟଳମଳ ହେଲା। ଦେଖୁ ଦେଖୁ ସବୁ ଦ୍ୱାର ଖୋଲିଗଲା ଓ ସମସ୍ତ ବନ୍ଦୀଙ୍କର ଶିକୁଳି ଖୋଲିଗଲା। 27 କାରାଧ୍ୟକ୍ଷ ନିଦରୁ ଉଠି ବସିଲେ। କାରାଗାରର ଦୁଆର ଗୁଡ଼ିକ ଖୋଲିଥିବାର ଦେଖି, ସେ ନିଜକୁ ହତ୍ୟା କରିବା ଉଦ୍ଦେଶ୍ୟରେ ନିଜର ଖଣ୍ଡା ବାହାର କଲେ। ସେ ଭାବିଲେ ଯେ, ବନ୍ଦୀମାନେ ଖସି ପଳାଇ ଯାଇଛନ୍ତି। 28 କିନ୍ତୁ ପାଉଲ ଚିତ୍କାର କରି କହିଲେ, “ଆମ୍ଭେ ସମସ୍ତେ ଏଠାରେ ଅଛୁ। ନିଜର କ୍ଷତି କର ନାହିଁ।”
29 ସେ ସଙ୍ଗେ ସଙ୍ଗେ ଗୋଟିଏ ଦ୍ୱୀପ ଆଣିବା ପାଇଁ ଆଦେଶ ଦେଇ ଦୌଡ଼ି ଆସି ଭୟରେ ଥରି ଥରି ପାଉଲ ଓ ଶୀଲାଙ୍କ ପାଦ ତଳେ ପଡ଼ିଗଲେ। 30 ତା’ପରେ ସେ ସେମାନଙ୍କୁ ବାହାରକୁ ଆଣି ପଗ୍ଭରିଲେ, ମହାଶୟମାନେ, “ପରିତ୍ରାଣ ପାଇବା ପାଇଁ ମୋର କ’ଣ କରିବା ଆବଶ୍ୟକ?”
31 ସେମାନେ ତାହାଙ୍କୁ କହିଲେ, “ପ୍ରଭୁ ଯୀଶୁଙ୍କଠାରେ ବିଶ୍ୱାସ କର। ଏହି ଭାବରେ ତୁମ୍ଭେ ଓ ତୁମ୍ଭ ଘରେ ରହୁଥିବା ସମସ୍ତେ ଉଦ୍ଧାର ପାଇ ପାରିବେ।” 32 ପାଉଲ ଓ ଶୀଲା ତାକୁ ଓ ତା’ ଘରେ ରହୁଥିବା ସମସ୍ତଙ୍କୁ ପ୍ରଭୁଙ୍କର ବାକ୍ୟ ପ୍ରଗ୍ଭର କଲେ। 33 କାରାଗାର ଅଧିକାରୀ ସେମାନଙ୍କୁ ନେଇ ସେହି ମଧ୍ୟରାତ୍ରିରେ ସେମାନଙ୍କର କ୍ଷତ ବିକ୍ଷତ ଜାଗାଗୁଡ଼ିକୁ ଧୋଇ ସଫା କଲେ। ତା’ପରେ ତୁରନ୍ତ ସେ ଓ ତାହାଙ୍କର ସମସ୍ତ ପରିବାର ବାପ୍ତିଜିତ ହେଲେ। 34 ତା’ପରେ ସେହି କାରାଧ୍ୟକ୍ଷ ପାଉଲ ଓ ଶୀଲାଙ୍କୁ ଘରକୁ ଡାକି ନେଇ ଖାଇବାକୁ ଦେଲେ। ସେ ଓ ତାହାଙ୍କର ପରିବାରର ସମସ୍ତେ ଆନନ୍ଦିତ ହେଲେ।
35 ସକାଳ ହେବାରୁ ବିଗ୍ଭରକର୍ତ୍ତାମାନେ “ସେ ଲୋକମାନଙ୍କୁ ଛାଡ଼ିଦିଅ” ଏହି ବାର୍ତ୍ତା ଦେଇ କେତେକ ସୈନିକଙ୍କୁ ପଠାଇଲେ।
36 କାରାଧ୍ୟକ୍ଷ ପାଉଲଙ୍କୁ କହିଲେ ଯେ, “ବିଗ୍ଭରକର୍ତ୍ତାମାନେ ଆପଣମାନଙ୍କୁ ଛାଡ଼ି ଦେବା ପାଇଁ କହି ପଠାଇଛନ୍ତି। ତେଣୁ ଆପଣମାନେ ବର୍ତ୍ତମାନ ବାହାରକୁ ଶାନ୍ତିରେ ଯାଇପାରନ୍ତି।”
37 କିନ୍ତୁ ପାଉଲ ସୈନିକମାନଙ୍କୁ କହିଲେ, “ସେମାନେ ଆମ୍ଭକୁ ବିନା ବିଗ୍ଭରରେ ଜନସାଧାରଣଙ୍କ ସାମନାରେ ମାରିଛନ୍ତି। ଆମ୍ଭେ ରୋମୀୟ ନାଗରିକ। କିନ୍ତୁ ଆମ୍ଭକୁ କାରାଗାରରେ ବନ୍ଦୀ କରି ରଖାଯାଇଛି। ବର୍ତ୍ତମାନ ସେମାନେ ଆମ୍ଭକୁ ଗୋପନରେ ଛାଡ଼ି ଦେବା ପାଇଁ କହୁଛନ୍ତି? ଏହା ଆଦୌ ହୋଇପାରିବ ନାହିଁ।” ତେଣୁ ସେମାନେ ନିଜେ ଆସି ବିଗ୍ଭରକର୍ତ୍ତାମାନଙ୍କୁ କହିଲେ।
38 ସେମାନେ ପାଉଲ ଓ ଶୀଲାଙ୍କୁ ରୋମୀୟ ଜାଣି ଡରିଗଲେ। 39 ତେଣୁ ସେମାନେ ଆସି ପାଉଲ ଓ ଶୀଲାଙ୍କୁ କ୍ଷମା ମାଗିଲେ ଓ ସେମାନଙ୍କୁ କାରାଗାରରୁ ମୁକ୍ତକଲେ। ତା’ପରେ ସେମାନେ ପାଉଲ ଓ ଶୀଲାଙ୍କୁ ନଗର ଛାଡ଼ିବା ପାଇଁ ଅନୁରୋଧ କଲେ। 40 ପାଉଲ ଓ ଶୀଲା କାରାଗାରରୁ ବାହାରକୁ ଆସି ଲୁଦିୟାର ଘରକୁ ଆସିଲେ। ସେଠାରେ ଭାଇମାନଙ୍କୁ ଦେଖି ସେମାନେ ସେମାନଙ୍କୁ ଉତ୍ସାହର ବାଣୀ ଶୁଣାଇଲେ। ତା’ପରେ ସେମାନେ ସେ ସ୍ଥାନରୁ ଗ୍ଭଲିଗଲେ।
2010 by World Bible Translation Center