Old/New Testament
34 ତା’ପରେ ଇଲୀହୂ ତା’ର କଥାକୁ ଜାରିରଖି କହିଲା,
2 “ହେ ଜ୍ଞାନୀମାନେ ମୋ’ କଥା ମନଦେଇ ଶୁଣ, ଯାହା ମୁଁ କହିବାକୁ ଗ୍ଭହୁଁଛି।
ହେ ବୁଦ୍ଧିମାନ ମୋ’ କଥାକୁ ଧ୍ୟାନ ଦେଇ ଶୁଣ।
3 କାରଣ କର୍ଣ୍ଣ ଯାହା ଶୁଣେ ତାହା ପରୀକ୍ଷା କରେ,
ଠିକ୍ ଜିହ୍ୱା ଖାଦ୍ୟର ସ୍ୱାଦ ବାରିବା ପରି।
4 ତେଣୁ ଆସ ଏହିସବୁ ଯୁକ୍ତିକୁ ପରୀକ୍ଷା କରିବା ଏବଂ ସ୍ଥିର କରିବା କେଉଁଟା ଠିକ୍ ଆମ୍ଭମାନଙ୍କ ମଧ୍ୟରେ।
ଆମ୍ଭେ ସମସ୍ତେ ମିଶି ଶିଖିବା, ଭଲ କାହାକୁ କହନ୍ତି।
5 ଆୟୁବ କହେ, ‘ମୁଁ ନିରପରାଧୀ ଅଟେ।
ଏବଂ ପରମେଶ୍ୱର ମୋ’ ପ୍ରତି ଉଚିତ୍ ନ୍ୟାୟ କରି ନାହାନ୍ତି।
6 ମୁଁ ନିରପରାଧୀ ହେଲେବି ବିଗ୍ଭର ମୋ’ ବିରୁଦ୍ଧରେ ଯିବାରୁ ମୁଁ ମିଥ୍ୟାବାଦୀରେ ଗଣିତ ହୋଇଅଛି।
ମୁଁ ନିରପରାଧୀ ହେଲେବି ମୁଁ ବହୁତ କଷ୍ଟ ସହିଅଛି।’
7 “ଆୟୁବ ଭଳି ଆଉ କେହି ବ୍ୟକ୍ତି ଅଛନ୍ତି କି?
ଆୟୁବ ଖାତିରି କରେ ନାହିଁ, ଯଦି ତୁମ୍ଭେ ତାକୁ ଅପମାନିତ କର।
8 ଆୟୁବ ଦୁଷ୍ଟ ଲୋକଙ୍କ ସହିତ ବନ୍ଧୁତା କରିଛି।
ଆୟୁବ ଦୁଷ୍ଟ ଲୋକଙ୍କ ସହିତ ରହିବାକୁ ଭଲପାଏ।
9 ମୁଁ ଏହା କାହିଁକି କହିଲି।
କାରଣ ଆୟୁବ କହୁଛି, ‘ଜଣେ ଯଦି ପରମେଶ୍ୱରଙ୍କୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରେ ସେ ଲାଭ ପାଏ ନାହିଁ।’
10 “ତୁମ୍ଭେମାନେ ବୁଝାମଣା ସମ୍ପନ୍ନ ମଣିଷ ମୋ’ କଥା ଶୁଣ।
କୌଣସି ମନ୍ଦକାର୍ଯ୍ୟ କରିବା ଅର୍ଥାତ୍ ପରମେଶ୍ୱରଙ୍କ ଦ୍ୱାରା ଅସମ୍ଭବ!
ସର୍ବଶକ୍ତିମାନ ପରମେଶ୍ୱର କୌଣସି ଭୁଲ୍ କରନ୍ତି ନାହିଁ।
11 ପରମେଶ୍ୱର ଜଣେ ବ୍ୟକ୍ତିକୁ ସେ ଯାହା କରିଥାଏ ତାକୁ ତାହା ଦିଅନ୍ତି।
ସେ ଲୋକଙ୍କୁ ଯାହା ପ୍ରାପ୍ୟ ତାହା ଦିଅନ୍ତି।
12 ଏହା ହିଁ ସତ୍ୟ ଅଟେ, ପରମେଶ୍ୱର କୁକର୍ମ କରନ୍ତି ନାହିଁ।
ସର୍ବଶକ୍ତିମାନ ପରମେଶ୍ୱର ନ୍ୟାୟ ଭ୍ରଷ୍ଟ କରନ୍ତି ନାହିଁ।
13 ପରମେଶ୍ୱରଙ୍କୁ ପୃଥିବୀର ଦାୟିତ୍ୱରେ ରହିବା ପାଇଁ କେହି ମନୋନୀତ କରି ନାହାନ୍ତି।
କେହି ତାଙ୍କୁ ସମଗ୍ର ପୃଥିବୀର ଦାୟିତ୍ୱ ଦେଇ ନାହିଁ।
14 ଯଦି ପରମେଶ୍ୱର ସ୍ଥିର କରନ୍ତି ଲୋକମାନଙ୍କ ଜୀବନ ଶରୀରରୁ ତାଙ୍କର ଆତ୍ମା
ଓ ନିଶ୍ୱାସପ୍ରଶ୍ୱାସକୁ କାଢ଼ି ନେବେ।
15 ତେବେ ପୃଥିବୀର ସମସ୍ତ ଲୋକେ ମୃତ୍ୟୁବରଣ କରିବେ।
ସବୁ ଲୋକ ପୁଣି ଧୂଳିରେ ପରିଣତ ହେବେ।
16 “ଯଦି ତୁମ୍ଭେ ଜ୍ଞାନୀ ମନୁଷ୍ୟ,
ତା’ହେଲେ ମୋ’ କଥା ମନଦେଇ ଶୁଣ।
17 ଯେଉଁ ବ୍ୟକ୍ତି ସଚ୍ଚୋଟ ହେବାକୁ ଘୃଣା କରେ,
ସେ କେବେ ଶାସକ ହୋଇ ପାରିବ ନାହିଁ।
ଆୟୁବ, ପରମେଶ୍ୱର ଅତ୍ୟନ୍ତ ପରାକ୍ରମଶାଳୀ ଓ ନ୍ୟାୟପରାୟଣ ତୁମ୍ଭେ କ’ଣ ଭାବୁଛ ତୁମ୍ଭେ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ପାରିବ।
18 କେହି ଜଣେ ରାଜାକୁ କହେ କି, ‘ତୁମ୍ଭେ ଗୋଟିଏ ଅପଦାର୍ଥ?’
କିମ୍ବା କିଏ ନେତାମାନଙ୍କୁ କହେ, ‘ତୁମ୍ଭେମାନେ ଦୁଷ୍ଟ ଅଟ।’
19 ପରମେଶ୍ୱର ଅନ୍ୟମାନଙ୍କଠାରୁ ନେତାମାନଙ୍କୁ ଭଲ ପାଆନ୍ତି ନାହିଁ।
ଏବଂ ପରମେଶ୍ୱର ଧନୀ ଲୋକମାନଙ୍କୁ ଗରିବ ଲୋକମାନଙ୍କଠାରୁ ଅଧିକ ଭଲ ପାଆନ୍ତି ନାହିଁ।
କାରଣ ପରମେଶ୍ୱର ସମସ୍ତଙ୍କୁ ସୃଷ୍ଟି କରିଛନ୍ତି।
20 ଲୋକେ ହଠାତ୍ ମଧ୍ୟରାତ୍ରିରେ ହୁଏତ ମରି ଯାଇପାରନ୍ତି।
ଲୋକେ ହୁଏତ ବେମାର ହୋଇ ମୃତ୍ୟୁମୁଖରେ ପଡ଼ିପାରନ୍ତି।
ଏପରିକି କ୍ଷମତାଶାଳୀ ଲୋକ ବି କୌଣସି ସ୍ପଷ୍ଟ କାରଣ ନ ଥାଇ ମରିପାରନ୍ତି।
21 “ପରମେଶ୍ୱର ଲୋକମାନଙ୍କର କାର୍ଯ୍ୟ କଳାପକୁ ଲକ୍ଷ୍ୟ କରନ୍ତି।
ପରମେଶ୍ୱର ମଣିଷର ପ୍ରତ୍ୟେକ ପାଦ ଗତିକୁ ଜାଣନ୍ତି।
22 ଏପରି କୌଣସି ଅନ୍ଧକାର ଅଧିକ ନୁହେଁ ଯାହା
ଦୁଷ୍ଟ ଲୋକମାନଙ୍କୁ ପରମେଶ୍ୱରଙ୍କଠାରୁ ଲୁଗ୍ଭଇପାରେ।
23 ପରମେଶ୍ୱର ଲୋକଙ୍କୁ ଆଉ ଟିକିଏ ପରୀକ୍ଷା କରିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟ ନିଅନ୍ତି ନାହିଁ।
ପରମେଶ୍ୱର ତାଙ୍କ ସମ୍ମୁଖକୁ ଲୋକଙ୍କୁ ଆଣି ବିଗ୍ଭର କରିବାକୁ ଦରକାର ମନେ କରନ୍ତି ନାହିଁ।
24 ଯଦି କ୍ଷମତାଶାଳୀ ଲୋକେ ମନ୍ଦକାର୍ଯ୍ୟ କରନ୍ତି,
ପରମେଶ୍ୱର ସେମାନଙ୍କୁ ପ୍ରଶ୍ନ କରନ୍ତି ନାହିଁ।
ସେ ସେମାନଙ୍କୁ କେବଳ ଧ୍ୱଂସ କରିଦିଅନ୍ତି।
ତାଙ୍କ ସ୍ଥାନରେ ଅନ୍ୟ ଲୋକଙ୍କୁ ନେତା କରିବାକୁ ସେ ପସନ୍ଦ କରନ୍ତି।
25 ତେଣୁ ପରମେଶ୍ୱର ଜାଣନ୍ତି ଲୋକେ କ’ଣ କରନ୍ତି।
ସେଥିପାଇଁ ପରମେଶ୍ୱର ଦୁଷ୍ଟ ଲୋକମାନଙ୍କୁ ରାତିକ ଭିତରେ ପରାଜିତ କରିବେ ଓ ସେମାନେ ଧ୍ୱଂସ ହେବେ।
26 ପରମେଶ୍ୱର ଦୁଷ୍ଟ ଲୋକଙ୍କୁ ଦଣ୍ଡ ଦେବେ।
କାରଣ ସେମାନେ ମନ୍ଦକାର୍ଯ୍ୟ କରନ୍ତି।
ପରମେଶ୍ୱର ସେହି ଲୋକମାନଙ୍କୁ ଶାସ୍ତି ଦେବେ, ଯେଉଁଠାରେ କି ଅନ୍ୟ ଲୋକମାନେ ଏହା ଘଟୁଛି ବୋଲି ଦେଖି ପାରିବେ।
27 କାରଣ ଦୁଷ୍ଟ ଲୋକେ ପରମେଶ୍ୱରଙ୍କୁ ମାନନ୍ତି ନାହିଁ।
ସେହି ମନ୍ଦ ଲୋକମାନେ ପରମେଶ୍ୱର ଯାହା ଗ୍ଭହାନ୍ତି ତାହା କରିବାକୁ ଇଚ୍ଛା କରନ୍ତି ନାହିଁ।
28 ସେହି ଦୁଷ୍ଟ ଲୋକେ ଗରିବଙ୍କୁ ଆଘାତ କରନ୍ତି।
ଫଳରେ ସେହି ଗରିବମାନେ ପରମେଶ୍ୱରଙ୍କ ସାହାଯ୍ୟ ପାଇଁ ଚିତ୍କାର କରନ୍ତି।
ଏବଂ ପରମେଶ୍ୱର ମଧ୍ୟ ସେମାନଙ୍କ ଡାକକୁ ଶୁଣନ୍ତି।
29 କିନ୍ତୁ ଯଦି ପରମେଶ୍ୱର ସ୍ଥିର କରନ୍ତି ସେମାନଙ୍କୁ ସାହାଯ୍ୟ କରିବେ ନାହିଁ।
ତା’ହେଲେ କେହି ପରମେଶ୍ୱରଙ୍କୁ ଦୋଷ ଦେଇ ପାରିବ ନାହିଁ।
ଯଦି ପରମେଶ୍ୱର ଲୋକଙ୍କଠାରୁ ନିଜକୁ ଲୁଚେଇ ରଖନ୍ତି, କେହି ତାଙ୍କୁ ଖୋଜି ପାଇବ ନାହିଁ।
ପରମେଶ୍ୱର ଲୋକମାନଙ୍କର ଓ ଦେଶମାନଙ୍କର ଶାସନକର୍ତ୍ତା।
30 ଯଦି ଜଣେ ଶାସକ ଲୋକଙ୍କ ପାପର କାରଣ ହୁଅନ୍ତି,
ତା’ହେଲେ ପରମେଶ୍ୱର ସେହି ବ୍ୟକ୍ତିକୁ ଶାସନ ଗାଦିରୁ ହଟାଇ ଦିଅନ୍ତି।
31 “ଏହା ଘଟିବ ଯଦି ସେ ପରମେଶ୍ୱରଙ୍କୁ ପ୍ରାର୍ଥନା କରି କହେ, ମୁଁ ଦୋଷୀ ଅଟେ।
ମୁଁ ଆଉ ପାପ କରିବି ନାହିଁ।
32 ହେ ପରମେଶ୍ୱର, ଯଦିଓ ମୁଁ ତୁମ୍ଭକୁ ଦେଖି ପାରୁ ନାହିଁ, ଜୀବନରେ କେଉଁଟା ଠିକ୍ ବାଟ ମୋତେ ତୁମ୍ଭେ ଶିକ୍ଷା ଦିଅ।
ଯଦି ମୁଁ କିଛି ଭୁଲ୍ କରିଛି, ମୁଁ ଆଉ ସେପରି ପୁଣି ଥରେ କରିବି ନାହିଁ।’
33 ଆୟୁବ, ତୁମ୍ଭେ ଗ୍ଭହୁଁଛ ପରମେଶ୍ୱର ତୁମ୍ଭକୁ ପୁରସ୍କୃତ କରନ୍ତୁ।
କିନ୍ତୁ ତୁମ୍ଭେ ପରିବର୍ତ୍ତନକୁ ମନା କରୁଛ।
ଆୟୁବ ଏହା ତୁମ୍ଭର ନିଷ୍ପତ୍ତି ମୋର ନୁହେଁ।
ତୁମ୍ଭେ କୁହ ମୋତେ ତୁମ୍ଭେ କ’ଣ ଭାବୁଛ।
34 ଜଣେ ଜ୍ଞାନୀ ବ୍ୟକ୍ତି ମୋ’ କଥା ଶୁଣିବ।
ଜଣେ ଜ୍ଞାନୀ ବ୍ୟକ୍ତି କହିବ,
35 ‘ଆୟୁବ ଜଣେ କିଛି ନ ଜାଣିଥିବା ଲୋକ ପରି କଥା କୁହେ।
ଆୟୁବ ଯେଉଁ କଥା କୁହେ ସେଥିର କିଛି ଅର୍ଥ ହୁଏ ନାହିଁ।’
36 ମୁଁ ଭାବୁଛି ଆୟୁବକୁ ଅଧିକ ଦଣ୍ଡ ଦିଆଯିବା ଦରକାର।
କାରଣ ଆୟୁବ ଆମ୍ଭକୁ ଯାହା ଉତ୍ତର ଦେଲା, ଯେମିତି ଜଣେ ଦୁଷ୍ଟ ବ୍ୟକ୍ତି ଉତ୍ତର ଦେବ।
37 ଆୟୁବର ବିଦ୍ରୋହ ତା’ର ଅନ୍ୟ ପାପ ସହିତ ଯୋଗ କରେ।
ଆୟୁବ ଆମ୍ଭ ସମ୍ମୁଖରେ ବସେ ଏବଂ ଆମ୍ଭକୁ ଅପମାନିତ କରେ ଏବଂ ପରମେଶ୍ୱରଙ୍କ ବିଷୟରେ ଅତ୍ୟଧିକ କୁହେ।”
35 ଇଲୀହୂ କଥା କହି ଗ୍ଭଲିଲା: ସେ କହିଲା,
2 “ଆୟୁବ, ତୁମ୍ଭେ କ’ଣ ଭାବୁଛ ଯେ ଏହା କହିବା ନ୍ୟାୟ?
‘ମୁଁ ଠିକ୍ ମୋର ମକଦ୍ଦମାରେ ପରମେଶ୍ୱରଙ୍କ ବିରୁଦ୍ଧରେ।’
3 ଏବଂ ଆୟୁବ ତୁମ୍ଭେ ପରମେଶ୍ୱରଙ୍କୁ ପଗ୍ଭର,
‘ଯଦି ଜଣେ ତାଙ୍କୁ ଖୁସୀ କରିବାକୁ ଚେଷ୍ଟା କରେ, ସେ କ’ଣ ଲାଭ ପାଇବ?
ମୁଁ ଯଦି ପାପ ନ କରେ, ତା’ହେଲେ ମୋର କି ଉପକାର ସାଧିତ ହେବ?’
4 “ଆୟୁବ ମୁଁ ତୁମ୍ଭକୁ ଓ ତୁମ୍ଭର ସହିତ ଥିବା ବନ୍ଧୁମାନଙ୍କୁ ଉତ୍ତର ଦେବାକୁ ଗ୍ଭହେଁ।
5 ଆୟୁବ, ଆକାଶକୁ ଦେଖ।
ମେଘମାଳାକୁ ଲକ୍ଷ୍ୟ କର, ସେ ସବୁ ତୁମ୍ଭଠାରୁ ବହୁ ଊର୍ଦ୍ଧ୍ୱରେ ଅବସ୍ଥିତ।
6 ଆୟୁବ, ତୁମ୍ଭେ ଯଦି ପାପ କର, ତାହା ପରମେଶ୍ୱରଙ୍କୁ ଆଘାତ କରେ ନାହିଁ।
ଯଦି ତୁମ୍ଭେ ଅନେକ ପାପର ଅଧିକାରୀ ହୁଅ, ତେବେ ସେଥିରେ ପରମେଶ୍ୱରଙ୍କର କିଛି ହୁଏ ନାହିଁ।
7 ଏବଂ ଆୟୁବ ତୁମ୍ଭେ ଯଦି ବହୁତ ଭଲ ଏହା ପରମେଶ୍ୱରଙ୍କୁ ସାହାଯ୍ୟ କରେ ନାହିଁ।
ପରମେଶ୍ୱର ତୁମ୍ଭଠାରୁ କିଛି ପାଆନ୍ତି ନାହିଁ।
8 ଆୟୁବ ତୁମ୍ଭେ କରୁଥିବା ଭଲ ଓ ମନ୍ଦକାର୍ଯ୍ୟସବୁ ତୁମଭଳି ଲୋକମାନଙ୍କୁ ଆକ୍ରାନ୍ତ କରେ।
ସେ ସବୁ ପରମେଶ୍ୱରଙ୍କ ସାହାଯ୍ୟ ବା କ୍ଷତି କରେ ନାହିଁ।
9 “ଦୁଷ୍ଟ ଲୋକମାନେ ଯେତେବେଳେ ଆଘାତ ପାଆନ୍ତି, ସେମାନେ ସାହାଯ୍ୟ ପାଇଁ ଚିତ୍କାର କରନ୍ତି।
ସେମାନେ ଶକ୍ତିମାନ ଲୋକଙ୍କ ପାଖକୁ ଯାଆନ୍ତି ଓ ସେମାନଙ୍କର ସାହାଯ୍ୟ ପ୍ରାର୍ଥନା କରନ୍ତି।
10 କିନ୍ତୁ ସେହି ମନ୍ଦ ଲୋକମାନେ ପରମେଶ୍ୱରଙ୍କ ସାହାଯ୍ୟ କାମନା କରନ୍ତି ନାହିଁ।
ସେମାନେ କହିବେ ନାହିଁ, ‘କେଉଁଠି ସେହି ପରମେଶ୍ୱର ଅଛନ୍ତି, ଯିଏ ମୋତେ ତିଆରି କରିଛନ୍ତି?
ଲୋକମାନେ ଯେତେବେଳେ ନିରାଶ ହୁଅନ୍ତି, ପରମେଶ୍ୱର ସେତେବେଳେ ତାଙ୍କୁ ସାହାଯ୍ୟ କରନ୍ତି।
11 ପରମେଶ୍ୱର ଆମ୍ଭକୁ ପଶୁପକ୍ଷୀଙ୍କଠାରୁ ଅଧିକ ଜ୍ଞାନୀ କରନ୍ତି,
ସେ କାହାନ୍ତି?’
12 “କିମ୍ବା ଯଦି ସେହି ମନ୍ଦ ଲୋକମାନେ ପରମେଶ୍ୱରଙ୍କ ସାହାଯ୍ୟ କାମନା କରନ୍ତି, ତେବେ ପରମେଶ୍ୱର ସେମାନଙ୍କୁ ଉତ୍ତର ଦେବେ ନାହିଁ।
କାରଣ ସେହି ଲୋକମାନେ ଅତ୍ୟଧିକ ଗର୍ବୀ।
ସେମାନେ ତଥାପି ଭାବନ୍ତି ସେମାନଙ୍କ ଗୁରୁତ୍ୱ ଅତ୍ୟଧିକ।
13 ଏହା ସତ୍ୟ, ସେମାନଙ୍କର ମୂଲ୍ୟହୀନ ମାଗୁଣୀକୁ ପରମେଶ୍ୱର ଶୁଣିବେ ନାହିଁ।
ସର୍ବଶକ୍ତିମାନ ପରମେଶ୍ୱର ସେମାନଙ୍କ ପ୍ରତି ମନୋଯୋଗ କରିବେ ନାହିଁ।
14 ଏପରି କମ୍ ଭାବରେ ତୁମ୍ଭେ ଯେତେବେଳେ କୁହ ତୁମ୍ଭେ ତାଙ୍କୁ ପାଇପାରିବ ନାହିଁ,
ସେ ତୁମ୍ଭ କଥା ଶୁଣିବେ ନାହିଁ।
ତୁମ୍ଭର ମାମଲା ତାଙ୍କଠାରେ ପଡ଼ିଛି
ଏବଂ ତୁମ୍ଭେ ନିଶ୍ଚିତ ତାଙ୍କ ପାଇଁ ଅପେକ୍ଷା କରିବ।
15 “ଆୟୁବ ଭାବେ ପରମେଶ୍ୱର ମନ୍ଦ ଲୋକଙ୍କୁ ଶାସ୍ତି ଦିଅନ୍ତି ନାହିଁ।
ସେ ଚିନ୍ତା କରେ ପରମେଶ୍ୱର ପାପପ୍ରତି ମନୋଯୋଗ କରନ୍ତି ନାହିଁ।
16 ତେଣୁ ଆୟୁବ, ତାହାର ମୂଲ୍ୟହୀନ କଥା ଜାରି ରଖେ।
ଏହା ଅତି ସହଜରେ ଜଣାଯାଏ ଯେ, ଆୟୁବ ଜାଣେ ନାହିଁ ସେ କ’ଣ କହୁଛି।”
ଯିରୁଶାଲମରେ ସଭା
15 କେତେକ ଲୋକ ଯିହୂଦାରୁ ଆନ୍ତିୟଖିଆକୁ ଆସିଲେ। ସେମାନେ ଭାଇମାନଙ୍କୁ ଏହି ଶିକ୍ଷା ଦେଲେ, “ତୁମ୍ଭେମାନେ ଯଦି ମୋଶାଙ୍କର ବ୍ୟବସ୍ଥା ଅନୁସାରେ ସୁନ୍ନତ ନ ହୁଅ, ତେବେ ତୁମ୍ଭେମାନେ ପରିତ୍ରାଣ ପାଇ ପାରିବ ନାହିଁ।” 2 ପାଉଲ ଓ ବର୍ଣ୍ଣବ୍ବା ସେମାନଙ୍କ ସହିତ ରାଜି ନହୋଇ ବହୁତ ଯୁକ୍ତି କଲେ। ଏହି ପ୍ରଶ୍ନ ଉପରେ ବିଗ୍ଭର ଆଲୋଚନା ଲାଗି ପାଉଲ, ବର୍ଣ୍ଣବ୍ବା ଓ ଅନ୍ୟ କେତେକଙ୍କୁ ଯିରୁଶାଲମରେ ପ୍ରେରିତ ଓ ପ୍ରାଚୀନମାନଙ୍କ ପାଖକୁ ଯିବା ପାଇଁ ନିଯୁକ୍ତି ଦିଆଗଲା।
3 ଖ୍ରୀଷ୍ଟିୟ ମଣ୍ଡଳୀ ଦ୍ୱାରା ସେମାନଙ୍କୁ ପଠାଗଲା। ସେମାନେ ଫୈନୀକିଆ ଓ ଶମିରୋଣ ଦେଇ ଗଲେ। ଅନ୍ୟ ଜାତୀୟ ଲୋକମାନେ କିପରି ପରମେଶ୍ୱରଙ୍କ ପ୍ରତି ମନ ଫେରାଇଛନ୍ତି, ଏହା ସେମାନେ ସେଠାରେ କହିଲେ। ଏହା ଶୁଣି ଭାଇମାନେ ବହୁତ ଖୁସୀ ହେଲେ। 4 ପାଉଲ, ବର୍ଣ୍ଣବ୍ବା ଓ ଅନ୍ୟମାନେ ଯିରୁଶାଲମରେ ପହଞ୍ଚିଲେ। ପ୍ରେରିତ, ପ୍ରାଚୀନ ଓ ଅନ୍ୟ ବିଶ୍ୱାସୀମାନେ ସେଠାରେ ସେମାନଙ୍କୁ ସ୍ୱାଗତ କଲେ। ପରମେଶ୍ୱର ସେମାନଙ୍କ ସହିତ ଯାହାସବୁ କରିଥିଲେ, ସେ ସବୁକଥା ସେମାନେ କହିଲେ। 5 କିନ୍ତୁ ଫାରୂଶୀମାନଙ୍କ ଦଳର କେତେକ ବିଶ୍ୱାସୀ ଲୋକ ଠିଆ ହୋଇ କହିଲେ, “ଅନ୍ୟ ଜାତୀୟମାନଙ୍କୁ ନିଶ୍ଚିତରୂପେ ସୁନ୍ନତ ହେବାକୁ ପଡ଼ିବ ଓ ମୋଶାଙ୍କ ବ୍ୟବସ୍ଥା ମାନିବାକୁ ପଡ଼ିବ।”
6 ପ୍ରେରିତ ଓ ପ୍ରାଚୀନମାନେ ଏ ସମସ୍ୟା ଉପରେ ବିଗ୍ଭର କରିବା ପାଇଁ ଏକତ୍ରିତ ହେଲେ। 7 ବହୁତ ବାଦବିବାଦ ପରେ ପିତର ଠିଆ ହେଲେ ଓ ସେମାନଙ୍କୁ କହିଲେ, “ଭାଇମାନେ, ତୁମ୍ଭେମାନେ ଜାଣ ଯେ, ଅନ୍ୟଜାତୀୟମାନେ ଯେପରି ସୁସମାଗ୍ଭର ବାର୍ତ୍ତା ଶୁଣିପାରନ୍ତି ଓ ତାହା ଶୁଣି ବିଶ୍ୱାସ କରି ପାରନ୍ତି, ଏଥିନିମନ୍ତେ ପରମେଶ୍ୱର ବହୁ ପୂର୍ବରୁ ତୁମ୍ଭମାନଙ୍କ ମଧ୍ୟରୁ ମୋତେ ବାଛିଥିଲେ। 8 ପରମେଶ୍ୱର ସମସ୍ତଙ୍କ ଅନ୍ତରର ଭାବନା ଜାଣନ୍ତି। ସେ ସେହି ଅନ୍ୟ ଜାତୀୟମାନଙ୍କୁ ଗ୍ରହଣ କଲେ। ପରମେଶ୍ୱର ଆମ୍ଭକୁ ଯେପରି ପବିତ୍ରଆତ୍ମାଙ୍କୁ ଦାନ କରିଥିଲେ, ସେହିପରି ସେମାନଙ୍କୁ ମଧ୍ୟ ପବିତ୍ରଆତ୍ମା ଦାନ କରିଅଛନ୍ତି। 9 ଏହା ଦ୍ୱାରା ପରମେଶ୍ୱର ଆମ୍ଭମାନଙ୍କର ଓ ସେମାନଙ୍କ ମଧ୍ୟରେ କୌଣସି ତଫାତ୍ ରଖିଲେ ନାହିଁ। ସେ ସେମାନଙ୍କର ବିଶ୍ୱାସ ଦ୍ୱାରା ସେମାନଙ୍କର ହୃଦୟକୁ ପବିତ୍ର କରିଲେ। 10 ତେଣୁ, ତୁମ୍ଭେମାନେ କାହିଁକି ଶିଷ୍ୟମାନଙ୍କ କାନ୍ଧରେ ଯୁଆଳି ରଖି ପରମେଶ୍ୱରଙ୍କୁ ପରୀକ୍ଷା କରୁଛ? ଆମ୍ଭେମାନେ କିମ୍ବା ଆମ୍ଭର ପୂର୍ବପୁରୁଷମାନେ ତ ଏହି ଯୁଆଳି ଭାର ସହି ପାରିଲେ ନାହିଁ। 11 ଆମ୍ଭର ବିଶ୍ୱାସ ଯେ ଆମ୍ଭେ ଓ ଏ ଲୋକମାନେ ପ୍ରଭୁ ଯୀଶୁଙ୍କ ଅନୁଗ୍ରହ ଦ୍ୱାରା ରକ୍ଷା ପାଇଛୁ।”
12 ତା’ପରେ ସମସ୍ତେ ନୀରବ ହୋଇଗଲେ। ସେମାନେ ବର୍ଣ୍ଣବ୍ବା ଓ ପାଉଲଙ୍କ କଥା ଶୁଣିଲେ। ପରମେଶ୍ୱର ଅନ୍ୟ ଜାତୀୟମାନଙ୍କ ମଧ୍ୟରେ ସେମାନଙ୍କ ଜରିଆରେ, ଯେଉଁସବୁ ଆଶ୍ଚର୍ଯ୍ୟକର୍ମ ଓ ଚିହ୍ନମାନ କରିଥିଲେ, ସେ ସବୁ ପାଉଲ ଓ ବର୍ଣ୍ଣବ୍ବା ବର୍ଣ୍ଣନା କଲେ। 13 ସେମାନେ କହିବାପରେ ଯାକୁବ ଉତ୍ତର ଦେଲେ, “ଭାଇମାନେ, ମୋ’ କଥା ଶୁଣ। 14 ପରମେଶ୍ୱର କିପରି ପ୍ରଥମ ଥର ଅନ୍ୟ ଜାତୀୟ ଲୋକମାନଙ୍କ ପାଇଁ ନିଜର ପ୍ରେମ ଦେଖାଇଲେ ଓ ସେମାନଙ୍କୁ ଗ୍ରହଣ କରି ତାହାଙ୍କର ଲୋକରେ ପରିଣତ କଲେ, ତାହା ଶିମୋନ ବର୍ଣ୍ଣନା କରିଅଛନ୍ତି। 15 ଏହା ଭାବବାଦୀମାନେ ମଧ୍ୟ ଏହିକଥା କହିଅଛନ୍ତି। ଏହା ଏହିପରି ଲେଖାଯାଇଛି:
16 ‘ଏହା ପରେ ମୁଁ ପୁନର୍ବାର ଫେରି ଆସିବି
ଏବଂ ଦାଉଦର ଭଗ୍ନଗୃହ ପୁଣି ନିର୍ମାଣ କରିବି।
ମୁଁ ଏହାର ନଷ୍ଟ ହୋଇଯାଇଥିବା ଅଂଶ
ପୁଣି ଥରେ ନିର୍ମାଣ କରି ଠିକ୍ କରିଦେବି।
17 ପ୍ରଭୁ ଏହି କଥା କହନ୍ତି,
ଅବଶିଷ୍ଟ ମାନବଜାତି ଓ ଅନ୍ୟ ଜାତୀୟ ଲୋକମାନେ,
ଯେଉଁମାନେ ମୋ’ ନାମରେ ପରିଚିତ ହୁଅନ୍ତି,
ସେମାନେ ମୋତେ ଖୋଜିବେ।
ଯେଉଁ ପ୍ରଭୁ ଏହି ସମସ୍ତ ଘଟଣା ଘଟାନ୍ତି,
ସେ ସ୍ୱୟଂ ଏହା କହିଅଛନ୍ତି।
18 ଏହା ଯୁଗ ଆରମ୍ଭରୁ ଜଣାଅଛି।’ (A)
19 “ସେଥିପାଇଁ ମୁଁ ଭାବୁଛି, ପରମେଶ୍ୱରଙ୍କ ପ୍ରତି ଫେରୁଥିବା ଅନ୍ୟ ଜାତୀୟ ଲୋକମାନଙ୍କୁ କଷ୍ଟ ଦେବା ଆମ୍ଭମାନଙ୍କ ପକ୍ଷରେ ଉଚିତ୍ ନୁହେଁ। 20 ଏହା ବଦଳରେ ଆମ୍ଭେ ସେମାନଙ୍କୁ ଲେଖିବା ଉଚିତ୍ ଯେ:
ତୁମ୍ଭେମାନେ ମୂର୍ତ୍ତିମାନଙ୍କୁ ଦିଆଯାଉଥିବା ଅପବିତ୍ର ଖାଦ୍ୟ ଖାଅ ନାହିଁ।
ଯୌନ ପାପ କର ନାହିଁ।
ରକ୍ତ ଖାଅ ନାହିଁ। ତଣ୍ଟି ଚିପି ମରାଯାଇଥିବା କୌଣସି ପଶୁର ମାଂସ ଖାଅ ନାହିଁ।
21 ସେମାନେ ଏସବୁ କରିବା ଉଚିତ୍ ନୁହେଁ, କାରଣ ଆରମ୍ଭରୁ ମୋଶାଙ୍କ ବ୍ୟବସ୍ଥା ପାଠ କରୁଥିବା ଲୋକେ ପ୍ରତି ନଗରରେ ଏବେ ମଧ୍ୟ ଅଛନ୍ତି ଏବଂ ତାହାଙ୍କର ବ୍ୟବସ୍ଥା ସମାଜଗୃହମାନଙ୍କରେ ପ୍ରତି ବିଶ୍ରାମବାରରେ ପାଠ କରାଯାଏ।”
2010 by World Bible Translation Center