Old/New Testament
30 “କିନ୍ତୁ ବର୍ତ୍ତମାନ ଯେଉଁମାନେ ମୋ’ଠାରୁ ବୟସରେ ସାନ ସେମାନେ ମଧ୍ୟ ମୋତେ ପରିହାସ କରୁଛନ୍ତି।
ଆଉ ସେମାନଙ୍କ ପିତାଗଣ ଏଭଳି ଅଯୋଗ୍ୟ ଯେ ମୁଁ ସେମାନଙ୍କୁ ମୋ’ ମେଣ୍ଢା ପଲ ଜଗୁଥିବା କୁକୁରମାନଙ୍କ ସହିତ ରଖାଇବି ନାହିଁ।
2 ସେହି ଯୁବକମାନଙ୍କର ପିତାଗଣ ଏତେ ଦୁର୍ବଳ ଯେ ସେମାନେ ମୋତେ ସାହାଯ୍ୟ କରି ପାରିବେ ନାହିଁ।
ସେମାନେ ଆଦି ବୃଦ୍ଧ କ୍ଳାନ୍ତ, ସେମାନଙ୍କ ମାଂସପେଶୀରେ ଶକ୍ତି ସାମର୍ଥ ଆଉ ନାହିଁ।
3 ସେମାନେ ମଲା ମଣିଷ ଭଳି।
ସେମାନେ ଖାଦ୍ୟ ବିନା ଅନାହାରରେ ସଢ଼ୁଛନ୍ତି।
ବାଧ୍ୟ ହୋଇ ମରୁଭୂମିର ଶୁଖିଲା ଧୂଳିରେ ପେଟ ପୁରାଉଛନ୍ତି।
4 ସେମାନେ ମରୁଭୂମିରେ ଥିବା ଲୁଣିଆ ବୁଦାକୁ ଟାଣି ଆଣନ୍ତି
ଓ ରୋତମ ବୃକ୍ଷର ଚେର ଖାଇ ବଞ୍ଚନ୍ତି।
5 ସେମାନେ ବାଧ୍ୟ ହୋଇ ଅନ୍ୟମାନଙ୍କଠାରୁ ପଳାୟନ କରନ୍ତି।
ଗ୍ଭେରକୁ ଦେଖିଲା ପରି, ଲୋକମାନେ ସେମାନଙ୍କ ଉପରେ ପାଟି କରନ୍ତି।
6 ଶୁଖିଲା ନଦୀ ଶଯ୍ୟା, ପାହାଡ଼ ଗୁମ୍ଫା
ଓ ମାଟିରେ ଥିବା ଗାତରେ ସେମାନେ ରହିବାକୁ ବାଧ୍ୟ।
7 ସେମାନେ ବୁଦାରେ ରହି ଗଧପରି ବୋବାନ୍ତି
ଓ କଣ୍ଟାବୁଦା ତଳେ ରୁଣ୍ଡ ହୁଅନ୍ତି।
8 ସେମାନେ ଦଳେ ଅଯୋଗ୍ୟ ନାମହୀନ ଲୋକ।
ଯିଏ କି ବାଧ୍ୟ ହୋଇ ଦେଶ ଛାଡ଼ିଥିଲେ।
9 “ବର୍ତ୍ତମାନ ସେହି ଲୋକମାନଙ୍କର ପୁଅମାନେ ମୋତେ ନେଇ ପରିହାସ ସୂଚକ ଗୀତ ବୋଲନ୍ତି
ଏବଂ ମୋ’ ନାଁ ଏକ ଅପଶବ୍ଦରେ ପରିଣତ ହୋଇଛି।
10 ସେହି ଯୁବକମାନେ ମୋତେ ଘୃଣା କରନ୍ତି।
ମୋ’ଠାରୁ ଦୂରେଇ ଛିଡ଼ା ହୁଅନ୍ତି ଏବଂ ସେମାନେ ଭାବନ୍ତି ମୋ’ଠାରୁ ବହୁତ ଭଲ ଏପରିକି ସେମାନେ ମୋ’ ମୁହଁରେ ଛେପ ପକାନ୍ତି।
11 ପରମେଶ୍ୱର ମୋ’ ଧନୁରୁ ବାଣ କାଢ଼ି ନେଇଛନ୍ତି ଏବଂ ମୋତେ ଦୁର୍ବଳ କରି ଦେଇଛନ୍ତି।
ସେହି ଯୁବକମାନେ ସମସ୍ତ ପ୍ରକାର ଆକ୍ଷେପ କରନ୍ତି, ଯେତେବେଳେ ମୋତେ ଦେଖନ୍ତି।
12 ସେମାନେ ମୋର ଡାହାଣ ପଟରୁ ଆକ୍ରମଣ କରନ୍ତି।
ସେମାନେ ମୋର ପାଦକୁ ମୋ’ଠାରୁ ଠେଲି ଦିଅନ୍ତି
ଯାହା ମୁଁ ଗୋଟିଏ ଆକ୍ରାନ୍ତ ହୋଇଥିବା ସହର ମୋ’ ପାଚେରୀ ବିରୁଦ୍ଧରେ ସେମାନେ ମାଟିର ମଞ୍ଚ ନିର୍ମାଣ କରନ୍ତି।
13 ସେମାନେ ମୋର ରାସ୍ତାକୁ ଜଗନ୍ତି।
ମୁଁ ଯାହା ଫଳରେ ପଳାୟନ କରିପାରେ ନାହିଁ।
ମୋତେ ଧ୍ୱଂସ କରିବାରେ ସେମାନେ ସଫଳ ହୁଅନ୍ତି।
ସେମାନେ କାହାରି ସାହାଯ୍ୟ ଆବଶ୍ୟକ କରନ୍ତି ନାହିଁ।
14 ସେମାନେ ପାଚେରୀରେ ଏକ ସିନ୍ଧି କରନ୍ତି ଓ ଜୋର ଜବରଦସ୍ତ ସେହି ମଧ୍ୟଦେଇ ପ୍ରବେଶ କରନ୍ତି।
ଝଡ଼ର ତାଣ୍ଡବ ଲୀଳାରେ ସେମାନେ ସହଜରେ ଗତି କରନ୍ତି।
15 ମୁଁ ଭୟରେ ଥରୁଅଛି।
ବାୟୁ ଜିନିଷସବୁକୁ ଉଡ଼ାଇ ନେଲାଭଳି ସେମାନେ ମୋର ସମ୍ମାନକୁ ଉଡ଼େଇ ନେଉଛନ୍ତି।
ମେଘଭଳି ମୋର ନିରାପତ୍ତା ହଜିଯାଉଛି।
16 “ବର୍ତ୍ତମାନ ମୋର ଜୀବନ ପ୍ରାୟ ଶେଷ ହୋଇଗଲାଣି ଏବଂ ଶୀଘ୍ର ମୁଁ ମରିଯିବି।
ଯନ୍ତ୍ରଣାର ଦିନଗୁଡ଼ିକ ମୋତେ ମାଡ଼ି ବସିଲାଣି।
17 ମୋର ଦେହର ସମସ୍ତ ହାଡ଼ ରାତିରେ ଯନ୍ତ୍ରଣା ଦିଏ।
ମୋର କଷ୍ଟ କେବେ ମୋତେ ଚୋବେଇବା ବନ୍ଦ କରେ ନାହିଁ।
18 ଅତ୍ୟଧିକ ଶକ୍ତିରେ ମୋର ଲୁଗା ମୋଡ଼ିମାଡ଼ି ହୋଇ ଆକାର ବିହୀନ ହୋଇଯାଇଛି,
ମୋର ଲୁଗାର ଗଳାବନ୍ଧା ମୋର ଶ୍ୱାସରୋଧ କରୁଛି।
19 ପରମେଶ୍ୱର ମୋତେ କାଦୁଅରେ ଫିଙ୍ଗି ଦେଲେ
ଓ ମୁଁ ମଇଳା ଓ ପାଉଁଶ ଭଳି ହୋଇଗଲି।
20 “ପରମେଶ୍ୱର ତୁମ୍ଭର ସାହାଯ୍ୟ ପାଇଁ ମୁଁ ଚିତ୍କାର କରେ, କିନ୍ତୁ ତୁମ୍ଭେ ଉତ୍ତର ଦିଅ ନାହିଁ।
ଓ ପ୍ରାର୍ଥନା କରେ କିନ୍ତୁ ତୁମ୍ଭେ କୌଣସି ଦୃଷ୍ଟି ଦିଅ ନାହିଁ।
21 ହେ ପରମେଶ୍ୱର, ତୁମ୍ଭେ ଜୋର ପବନ ଦ୍ୱାରା ମୋତେ ଉଡ଼ାଇ ଦିଅ।
ତୁମ୍ଭେ ମୋତେ ଝଡ଼ ଗ୍ଭରିଆଡ଼େ ଫିଙ୍ଗିଦିଅ।
22 ପରମେଶ୍ୱର ବତାଶରେ ଉଡ଼ିଯିବାକୁ ମୋତେ ଅନୁମତି ଦିଅ।
ତୁମ୍ଭେ ଝଡ଼ରେ ମୋତେ ଫିଙ୍ଗିଦିଅ।
23 ମୁଁ ଜାଣେ ତୁମ୍ଭେ ମୃତ୍ୟୁ ଆଡ଼କୁ କଢ଼ାଇ ଦେବ।
ପ୍ରତ୍ୟେକ ଜୀବିତ ବ୍ୟକ୍ତି ନିଶ୍ଚୟ ମରିବେ।
24 “କିନ୍ତୁ ନିଶ୍ଚୟ କେହି ଜଣକୁ ଆଘାତ କରିବନି ଯିଏ ବିନଷ୍ଟ ହୋଇ ଯାଇଛି
ଏବଂ ସାହାଯ୍ୟ ପାଇଁ କାନ୍ଦୁଛି।
25 ହେ ପରମେଶ୍ୱର ତୁମ୍ଭେ ଜାଣ ଅସହାୟ ଲୋକଙ୍କ ପାଇଁ ମୁଁ କାନ୍ଦିଛି।
ଦୀନ ଦୁଃଖୀଙ୍କ ପାଇଁ ମୋର ହୃଦୟ ଦୁଃଖରେ ଭାଙ୍ଗି ପଡ଼ିଛି।
26 କିନ୍ତୁ ମୁଁ ଯେତେବେଳେ ଭଲ ଜିନିଷ ଗ୍ଭହେଁ, ତା’ ବଦଳରେ ଖରାପ ଜିନିଷ ପାଏ।
ମୁଁ ଯେତେବେଳେ ଆଲୋକର ସନ୍ଧାନ କରେ ସେତେବେଳେ ଅନ୍ଧକାର ମାଡ଼ି ଆସେ।
27 ମୋର ଅନ୍ତନାଳୀ ଆଲୋଡ଼ିତ ହେଉଛି।
ଯନ୍ତ୍ରଣାର ଶେଷ ନାହିଁ ଏବଂ ବର୍ତ୍ତମାନ ମାତ୍ର ଯନ୍ତ୍ରଣା ଆରମ୍ଭ ହୋଇଛି।
28 ଶୋକ କରି ମୁଁ ଗ୍ଭରିଆଡ଼େ ବୁଲେ, କିନ୍ତୁ ସାନ୍ତ୍ୱନା ପାଏ ନାହିଁ।
ମୁଁ ପ୍ରାର୍ଥନା ସଭାରେ ଛିଡ଼ା ହୁଏ ଓ ସାହାଯ୍ୟ ପାଇଁ ଆର୍ତ୍ତନାଦ କରେ।
29 ବଣର କୁକୁର ଓ ମରୁଭୂମିର
ଓଟପକ୍ଷୀ ଭଳି ମୁଁ ଏକୁଟିଆ।
30 ମୋ’ ଦେହର ଚମଡ଼ା ପୋଡ଼ି ଯାଇ ଛିଣ୍ଡି ପଡ଼ୁଛି।
ଜ୍ୱରରେ ମୋର ଦେହରେ ଭୀଷଣ ତାତି।
31 ବିଷାଦର ଗୀତ ଗାଇବା ପାଇଁ ମୋର ବୀଣା ବନ୍ଧା ହୋଇଛି।
କରୁଣ କ୍ରନ୍ଦନ କଲାଭଳି ମୋର ବଂଶୀ ଶବ୍ଦ ସୃଷ୍ଟି କରୁଛି।
31 “ମୁଁ ମୋର ଚକ୍ଷୁ ସଙ୍ଗେ ଏପରି ଏକ ଚୁକ୍ତି କରିଛି ଯେ
ମୁଁ କୌଣସି ଝିଅକୁ ଏପରି ଭାବରେ ଦେଖିବି ନାହିଁ, ଯଦ୍ଦ୍ୱାରା କି ମୁଁ ତାକୁ ଗ୍ଭହିଁବି।
2 ସର୍ବଶକ୍ତିମାନ ପରମେଶ୍ୱର ଲୋକଙ୍କ ପ୍ରତି କ’ଣ କରନ୍ତି?
ପରମେଶ୍ୱର ତାଙ୍କ ବାସସ୍ଥଳ ସ୍ୱର୍ଗରୁ କିପରି ଲୋକମାନଙ୍କୁ ବେତନ ଦିଅନ୍ତି।
3 ପରମେଶ୍ୱର ଦୁଷ୍ଟ ଲୋକଙ୍କ ପ୍ରତି ବିପଦ ଓ ଦୁର୍ଗତି ସୃଷ୍ଟି କରନ୍ତି।
ଯେଉଁ ଲୋକମାନେ ଭଲ କାମ ନ କରନ୍ତି ସେମାନଙ୍କ ପ୍ରତି ପରମେଶ୍ୱର ବିପତ୍ତି ସୃଷ୍ଟି କରନ୍ତି।
4 ମୁଁ ଯାହାକରେ ବା ପଦକ୍ଷେପ ଗ୍ରହଣ କରେ,
ପରମେଶ୍ୱର ସେ ସବୁ ଜାଣନ୍ତି ଓ ଦେଖନ୍ତି।
5 “ମୁଁ କେବେ ମିଥ୍ୟା କହି ନାହିଁ
କି ଲୋକଙ୍କୁ ଠକି ନାହିଁ।
6 ଯଦି ପରମେଶ୍ୱର ଯଥାର୍ଥ ମାନଦଣ୍ଡ ବ୍ୟବହାର କରନ୍ତି,
ତେବେ ସେ ଜାଣି ପାରିବେ ମୁଁ ନିରପରାଧୀ।
7 ମୁଁ ଯଦି ଠିକ୍ ବାଟରୁ ଆଡ଼େଇ ଯାଏ, ଯଦି ମୋର ଆଖି ହୃଦୟକୁ ଦୁଷ୍ଟତା ଆଡ଼କୁ ଟାଣି ନିଏ,
ଯଦି ମୋର ହାତ ପାପରେ ମଳିନ ହୁଏ।
ତେବେ ପରମେଶ୍ୱର ଜାଣିବେ।
8 ତେବେ ଅନ୍ୟ ଲୋକ ସେହି ଶସ୍ୟ ଖାଇଲେ ତାହା ଠିକ୍ ହେବ,
ମୁଁ ତାହା ଲଗାଇଲି ଏବଂ ବଢ଼ିଥିବା ଗଛକୁ ମୁଁ ଉପାଡ଼ି ଦେଲି।
9 “ଯଦି ମୁଁ ପର ସ୍ତ୍ରୀକୁ କାମନା କରିଥାଏ
ବା ପଡ଼ୋଶୀ ସ୍ତ୍ରୀ ସହ ପାପ କାର୍ଯ୍ୟ କରିବା ପାଇଁ ତା’ର ଦ୍ୱାର ଦେଶରେ ଅପେକ୍ଷା କରିଥାଏ,
10 ତେବେ ମୋର ସ୍ତ୍ରୀ ପରପୁରୁଷର ଖାଦ୍ୟ ରାନ୍ଧିପାରେ,
ଅନ୍ୟ ଜଣେ ପୁରୁଷ ତାକୁ ଶଯ୍ୟା ସଙ୍ଗିନୀ କରିବ।
11 କାରଣ ଯୌନାଗ୍ଭର ପାପ ନିନ୍ଦନୀୟ।
ଏହି ପାପୀ ନିଶ୍ଚିତ ଦଣ୍ଡ ପାଇବା ଉଚିତ୍।
12 ଯୌନାଗ୍ଭର ପାପ ହେଉଛି ଏଭଳି ଏକ ଅଗ୍ନି ସବୁକିଛିକୁ ଧ୍ୱଂସ କଲା ପର୍ଯ୍ୟନ୍ତ ଜଳୁଥାଏ।
ଏହା ମୋର କରିଥିବା ସମସ୍ତ କାର୍ଯ୍ୟକୁ ନଷ୍ଟ କରିଦେଇ ପାରେ।
13 “ମୁଁ ଯଦି ମୋର କ୍ରୀତଦାସଙ୍କ ପ୍ରତି ନ୍ୟାୟ କରିବାକୁ ମନା କରିଥାଏ।
ସେତେବେଳେ ମୋ’ ବିରୁଦ୍ଧରେ ସେମାନଙ୍କର ଅଭିଯୋଗ ଥାଏ।
14 ତେବେ ପରମେଶ୍ୱରଙ୍କର ସମ୍ମୁଖୀନ ହେଲା ବେଳେ ମୁଁ କ’ଣ କରିବି?
ମୁଁ ଯାହା କରିଛି ତା’ର ବ୍ୟାଖ୍ୟା କରିବାକୁ ପରମେଶ୍ୱର ଯଦି କହନ୍ତି ତେବେ ମୁଁ କି ଉତ୍ତର ଦେବି?
15 ପରମେଶ୍ୱର ମୋର ମା’ର ଶରୀର ଭିତରେ ମୋତେ ସୃଷ୍ଟି କରିଛନ୍ତି।
ସେ ମଧ୍ୟ ମୋର ଦାସମାନଙ୍କୁ ସୃଷ୍ଟି କରିଛନ୍ତି।
ପରମେଶ୍ୱର ଆମ୍ଭକୁ ମା’ର ଗର୍ଭ ଭିତରେ ଗଢ଼ିଛନ୍ତି।
16 “ମୁଁ କେବେ ଗରିବ ଲୋକକୁ ସାହାଯ୍ୟ କରିବାକୁ ମନା କରି ନାହିଁ।
ବିଧବାମାନଙ୍କୁ ସେମାନଙ୍କ ଦରକାର ମୁତାବକ ଦେଇଛି।
17 ମୁଁ କେବେ ଖାଦ୍ୟରେ କୃପଣ ନୁହେଁ।
ମୁଁ ସବୁବେଳେ ଅନାଥ ବାଳକମାନଙ୍କୁ ଖାଦ୍ୟ ପ୍ରଦାନ କରେ।
18 ଅନାଥ ପିଲାମାନଙ୍କର ସାରା ଜୀବନ ମୁଁ ପିତାଭଳି କାମ କରିଛି।
ସାରା ଜୀବନ ବିଧବାମାନଙ୍କ ଯତ୍ନ ନେଇଛି।
19 ଯେତେବେଳେ ବସ୍ତ୍ର ଅଭାବରେ କଷ୍ଟ ପାଉଥିବା ଲୋକମାନଙ୍କୁ,
ପୋଷାକ ନ ଥିବା ଦରିଦ୍ରମାନଙ୍କୁ ମୁଁ ଯେତେବେଳେ ଦେଖିଛି,
20 ମୁଁ ସବୁବେଳେ ସେମାନଙ୍କୁ ବସ୍ତ୍ର ଦେଇଛି
ଓ ମୋ’ ନିଜ ମେଣ୍ଢାର ପଶମ ଦେଇ ସେମାନଙ୍କୁ ଉଷ୍ଣତା ଦେଇଛି
ଏବଂ ସେମାନେ ମଧ୍ୟ ହୃଦୟଭଳି ମୋତେ ଆଶୀର୍ବାଦ କରିଛନ୍ତି।
21 ଅନାଥ ବାଳକକୁ ମୁଁ କେବେ ହାତ ଉଠାଏ ନାହିଁ
ବରଂ ମୋର ଫାଟକ ପାଖରେ ସାହାଯ୍ୟ କାମନା କରି ଛିଡ଼ା ହୋଇ ଥିବାର ମୁଁ ତାକୁ ଦେଖେ।
22 ମୁଁ ଯଦି କେବେ ତାହା କରିଥାଏ, ତେବେ ମୋର ବାହୁ ଖଞ୍ଜାରୁ ଭାଙ୍ଗିଯାଉ
ଓ ତାହା କାନ୍ଧ ଉପରୁ ପଡ଼ିଯାଉ।
23 କିନ୍ତୁ ସେହିସବୁ କଦର୍ଯ୍ୟ କାମ ଭିତରୁ କୌଣସି ମୁଁ କେବେ କରି ନାହିଁ।
ପରମେଶ୍ୱରଙ୍କ ଦଣ୍ଡକୁ ମୁଁ ସବୁବେଳେ ଭୟ କରେ।
ତାଙ୍କର ମହିମା ମୋତେ ଭୟଭୀତ କରେ।
24 “ମୋର ସମ୍ପତ୍ତିକୁ ମୁଁ କେବେ ବିଶ୍ୱାସ କରେ ନାହିଁ।
ପରମେଶ୍ୱରଙ୍କ ସାହାଯ୍ୟକୁ ବିଶ୍ୱାସ କରେ।
ଖାଣ୍ଟି ସୁନାକୁ ମୁଁ କେବେ କହେ ନାହିଁ, ‘ତୁ ମୋର ଆଶା।’
25 ମୁଁ ଧନୀ ଥିଲି।
କିନ୍ତୁ ତାହା ମୋତେ ଗର୍ବି କରି ନାହିଁ।
ମୁଁ ବହୁତ ଟଙ୍କା ରୋଜଗାର କରିଛି
କିନ୍ତୁ ତାହା ମୋତେ ଖୁସୀ ପରିପାରି ନାହିଁ।
26 ଦୀପ୍ତିମାନ ସୂର୍ଯ୍ୟ କି ସ୍ମରଣୀୟ ଚନ୍ଦ୍ରକୁ
ମୁଁ କେବେ ଉପାସନା କରି ନାହିଁ।
27 ସୂର୍ଯ୍ୟ ଏବଂ ଚନ୍ଦ୍ରକୁ ଉପାସନା କଲାଭଳି
ମୋର ନିର୍ବୋଧତା ନାହିଁ।
28 ଏହା ଏକ ପାପ ଯାହା ଦଣ୍ଡ ପାଇବା ଯୋଗ୍ୟ।
ଯଦି ମୁଁ ସେହି ବସ୍ତୁକୁ ପୂଜା କରିଥାଏ, ସର୍ବଶକ୍ତିମାନ ପରମେଶ୍ୱରଙ୍କ ପ୍ରତି ମୁଁ ଅବିଶ୍ୱସ୍ତ ହୋଇଥା’ନ୍ତି।
29 “ମୋର ଶତ୍ରୁମାନେ ଯେତେବେଳେ ଧ୍ୱଂସ ହୋଇ ଯାଆନ୍ତି,
ସେତେବେଳେ ମୁଁ ଖୁସୀ ହୁଏ ନାହିଁ।
ସେମାନଙ୍କ ବିପଦ ସମୟରେ
ମୁଁ କେବେ ହସେ ନାହିଁ।
30 ମୋର ଶତ୍ରୁମାନଙ୍କୁ ଅଭିଶାପ ଦେଇ ଓ ସେମାନଙ୍କ ମୃତ୍ୟୁ କାମନାରେ
ମୋର ମୁଖକୁ ପାପଯୁକ୍ତ ହେବାକୁ ଦେଇ ନାହିଁ।
31 ଅଚିହ୍ନା ଲୋକଙ୍କୁ ମୁଁ ଯେ ସବୁବେଳେ ଆହାର ଦେଇ ଆସିଛି
ତାହା ମୋ’ ଗୃହର ସମସ୍ତ ଲୋକ ଜାଣନ୍ତି।
32 ମୋ’ ଗୃହ ମଧ୍ୟକୁ ଅଜଣା ଲୋକଙ୍କୁ ସବୁବେଳେ ଆମନ୍ତ୍ରଣ କରି ଆଣିଛି,
ଯେଭଳି କି ରାତିରେ ରାସ୍ତାରେ ଶୋଇବାକୁ ପଡ଼ିବ ନାହିଁ।
33 ଅନ୍ୟ ଲୋକମାନେ ସେମାନଙ୍କର ପାପକୁ ଗୁପ୍ତ ରଖିବାକୁ ଗ୍ଭହାନ୍ତି।
ମୁଁ କେବେ ମୋର ଦୋଷକୁ ଲୁଗ୍ଭଏ ନାହିଁ।
34 ଅନ୍ୟ ଲୋକମାନେ କ’ଣ କହିବେ ତାହାକୁ ମୁଁ କେବେ ଭୟ କରି ନାହିଁ।
ସେହି ଭୟ ମୋତେ କେବେ ନୀରବ କରାଇ ନାହିଁ।
ବାହାରକୁ ଯିବା ପାଇଁ ମୋତେ କେବେ ପ୍ରତିରୋଧ କରି ନାହିଁ।
ଅନ୍ୟ ଲୋକର ଘୃଣାକୁ ମୁଁ କେବେ ଭୟ କରି ନାହିଁ।
35 “ମୁଁ କାମନା କରେ ମୋ’ କଥା ଜଣେ କେହି ଶୁଣ।
ମୋ’ ପକ୍ଷର କଥା କହିବାକୁ ମୋତେ ଦିଆଯାଉ।
ମୁଁ ଗ୍ଭହେଁ ସର୍ବଶକ୍ତିମାନ ପରମେଶ୍ୱର ମୋତେ ଉତ୍ତର ଦିଅନ୍ତୁ।
ମୁଁ କ’ଣ ଭୁଲ୍ କରିଛି ବୋଲି ସେ ଭାବନ୍ତି।
ମୁଁ ଗ୍ଭହେଁ ସେ ତାହା ଲେଖି ଦିଅନ୍ତୁ।
36 ସେହି ଚିହ୍ନକୁ ମୁଁ ଗଳାର ମାଳି କରି ପିନ୍ଧିବି।
ତାହାକୁ ମୋ’ ମୁଣ୍ଡ ଉପରେ ମୁକୁଟ ଭଳି ଥୋଇବି।
37 ଯଦି ପରମେଶ୍ୱର ତାହା କରନ୍ତି, ତେବେ ମୁଁ ଯାହା କରିଛି ସବୁକିଛି ବୁଝାଇ ଦେବି।
ଜଣେ ନେତାଭଳି ମୋର ମୁଣ୍ଡ ଟେକି ମୁଁ ପରମେଶ୍ୱରଙ୍କ ପାଖକୁ ଆସିବି।
38 “ମୋର ଜମି ମୁଁ କାହାଠାରୁ ଗ୍ଭେରି କରି ନାହିଁ।
ଏହା ଗ୍ଭେରି କରିଥିବା କଥା କେହି ମୋତେ ଦୋଷ ଦେଇ ପାରିବେ ନାହିଁ।
39 ଜମିରୁ ପାଉଥିବା ଖାଦ୍ୟ ପାଇଁ ମୁଁ କୃଷକମାନଙ୍କୁ ସବୁବେଳେ ସେମାନଙ୍କ ପ୍ରାପ୍ୟ ଦେଇଛି।
ଜମିର ଯିଏ ମାଲିକ, ତାହାଠାରୁ ଜମି ଛଡ଼ାଇ ନେବାକୁ ମୁଁ କେବେ ଚେଷ୍ଟା କରି ନାହିଁ।
40 ଯଦି ମୁଁ କେବେ ବି ସେହିସବୁ ଭୁଲ୍ କାମ କରିଥାଏ,
ତେବେ ମୋ’ ଜମିରେ ଗହମ ଓ ଯଅ ବଦଳରେ କଣ୍ଟା ଓ ବାଳୁଙ୍ଗା ଉଠୁ।”
ଏବଂ ତା’ପରେ ଆୟୁବର କଥା ସମାପ୍ତ ହେଲା।
26 “ହେ ଭାଇମାନେ, ଅବ୍ରହାମଙ୍କ ପୁତ୍ରମାନେ ଓ ପ୍ରକୃତ ପରମେଶ୍ୱରଙ୍କୁ ଉପାସନା କରୁଥିବା ଅନ୍ୟଜାତୀୟମାନେ, ଆମ୍ଭମାନଙ୍କ ପାଇଁ ଏହି ପରିତ୍ରାଣର ସୁସମାଗ୍ଭର ପଠାଯାଇଛି। 27 ଯିରୁଶାଲମ ବାସିନ୍ଦାମାନେ ଓ ଯିହୂଦୀନେତାମାନେ ଯୀଶୁଙ୍କୁ ଚିହ୍ନି ପାରିଲେ ନାହିଁ। ସେମାନେ ତାହାଙ୍କୁ ଦଣ୍ଡ ଦେଲେ। ଏହି ପ୍ରକାରେ ସେମାନେ ଭବିଷ୍ୟଦ୍ବକ୍ତାମାନଙ୍କ ବାକ୍ୟ ସଫଳ କଲେ। ଭବିଷ୍ୟଦ୍ବକ୍ତାମାନଙ୍କର ଏହି ବାକ୍ୟ ସବୁ ପ୍ରତି ବିଶ୍ରାମ ଦିବସରେ ପଢ଼ାଯାଏ। 28 ସେମାନେ ତାହାଙ୍କର ମୃତ୍ୟୁଦଣ୍ଡ ଦେବାର କିଛି କାରଣ ନ ପାଇ ତାହାଙ୍କୁ ମାରିଦେବା ପାଇଁ ପୀଲାତଙ୍କୁ କହିଲେ।
29 “ତାହାଙ୍କ ବିଷୟରେ ସବୁ ଲେଖା ହୋଇଥିବା ଘଟଣାମାନ ପୂର୍ଣ୍ଣ ହେଲା ପରେ ସେମାନେ ତାହାଙ୍କୁ କ୍ରୁଶରୁ ଓହ୍ଲାଇ ଆଣି କବର ମଧ୍ୟରେ ରଖିଦେଲେ। 30 କିନ୍ତୁ ପରମେଶ୍ୱର ତାହାଙ୍କୁ ମୃତ୍ୟୁରୁ ପୁନରୁତ୍ଥିତ କଲେ। 31 “ସେ ତାହାଙ୍କ ସହିତ ଗାଲିଲୀରୁ ଯିରୁଶାଲମକୁ ଆସିଥିବା ଲୋକମାନଙ୍କୁ ବହୁତ ଦିନ ପର୍ଯ୍ୟନ୍ତ ଦର୍ଶନ ଦେଲେ। ସେମାନେ ଲୋକମାନଙ୍କ ଆଗରେ ଏବେ ତାହାଙ୍କର ସାକ୍ଷୀ ଅଟନ୍ତି।
32 “ଆମ୍ଭ ପୂର୍ବ ପୁରୁଷମାନଙ୍କ ପ୍ରତିଜ୍ଞା କରାଯାଇଥିବା ଅନୁସାରେ ଆମ୍ଭେ ତୁମ୍ଭମାନଙ୍କୁ ସୁସମାଗ୍ଭର ଶୁଣାଉଛୁ। 33 ପରମେଶ୍ୱର ସେହି ପ୍ରତିଜ୍ଞାକୁ ଆମ୍ଭପରି ତାହାଙ୍କର ସନ୍ତାନମାନଙ୍କ ନିମନ୍ତେ ପୂର୍ଣ୍ଣ କରିଛନ୍ତି। ଏହିପରି ଏହା ଗୀତସଂହିତରେ ଲେଖାଅଛି:
‘ତୁମ୍ଭେ ମୋ’ ପୁତ୍ର,
ଆଜି ମୁଁ ତୁମ୍ଭର ପିତା ହେଲି।’ (A)
34 ପରମେଶ୍ୱର ଯୀଶୁଙ୍କୁ ମୃତ୍ୟୁରୁ ପୁନରୁତ୍ଥିତ କଲେ, ଯେପରି ତାହାଙ୍କର ଶରୀର ପୁଣି ଥରେ କବରପ୍ରାପ୍ତ ହୋଇ କ୍ଷୟ ନ ହୁଏ। ଏ ବିଷୟରେ ସେ କହିଲେ,
‘ମୁଁ ଦାଉଦଙ୍କ ନିକଟରେ ପ୍ରତିଜ୍ଞା କରିଥିବା
ପବିତ୍ର ଓ ପ୍ରକୃତ ଆର୍ଶୀବାଦ ତୁମ୍ଭମାନଙ୍କୁ ଦେବି।’ (B)
35 ପବିତ୍ର ବାକ୍ୟର ଅନ୍ୟ ସ୍ଥାନରେ ମଧ୍ୟ ଲେଖାଅଛି,
‘ତୁମ୍ଭେ ନିଜର ପବିତ୍ର ବ୍ୟକ୍ତିଙ୍କୁ କବରରେ କ୍ଷୟ ହେବାକୁ ଦେବ ନାହିଁ।’ (C)
36 ଦାଉଦ ତାହାଙ୍କ ଯୁଗରେ ପରମେଶ୍ୱରଙ୍କର ଇଚ୍ଛା ଅନୁସାରେ ସେବାକାର୍ଯ୍ୟ କରି ସାରିଲାପରେ ଦେହତ୍ୟାଗ କରିଥିଲେ। ଦାଉଦଙ୍କୁ ତାହାଙ୍କ ପୂର୍ବପୁରୁଷମାନଙ୍କ ସହିତ ସମାଧି ଦିଆଗଲା ଓ ସେ କ୍ଷୟ ପ୍ରାପ୍ତ ହେଲେ। 37 କିନ୍ତୁ ପରମେଶ୍ୱର ଯାହାଙ୍କୁ ମୃତ୍ୟୁରୁ ଉଠେଇଲେ ସେ କ୍ଷୟପ୍ରାପ୍ତ ହୋଇ ନ ଥିଲେ। 38-39 ତେଣୁ ଭାଇମାନେ, ତୁମ୍ଭମାନଙ୍କର ଜାଣିବା ଉଚିତ୍ ଯେ, କେବଳ ଏହି ଜଣଙ୍କ ଦ୍ୱାରା ହିଁ ତୁମ୍ଭମାନଙ୍କର ସମସ୍ତ ପାପ କ୍ଷମା ହୋଇପାରେ। ମୋଶାଙ୍କ ବ୍ୟବସ୍ଥା ଦ୍ୱାରା ତୁମ୍ଭେମାନେ ଯେଉଁ ମୁକ୍ତି ପାଇ ପାରିବ ନାହିଁ; ତାହାଙ୍କଠାରେ ବିଶ୍ୱାସ କରି ତୁମ୍ଭେମାନେ ସେହିସବୁ ପାପରୁ ମୁକ୍ତି ପାଇ ପାରିବ। 40 ତେଣୁ ସାବଧାନ ରୁହ ଯେ, ଭବିଷ୍ୟଦ୍ବକ୍ତାମାନେ ଯାହା କହିଥିଲେ, ତାହା ଯେପରି ତୁମ୍ଭମାନଙ୍କ ପ୍ରତି ନ ଘଟେ। ଭବିଷ୍ୟଦ୍ବକ୍ତାମାନେ କହିଲେ,
41 ‘ଦେଖ, ଅବଜ୍ଞାକାରୀ ଲୋକମାନେ,
ତୁମ୍ଭେମାନେ ଆଶ୍ଚର୍ଯ୍ୟ ହୋଇପାର ଓ ତା’ପରେ ମରିବାକୁ ଯାଇଥାଅ,
କାରଣ ମୁଁ ତୁମ୍ଭମାନଙ୍କ ସମୟରେ,
ଏପରି ଗୋଟିଏ କାର୍ଯ୍ୟ କରିବି
ଯାହା ତୁମ୍ଭମାନଙ୍କୁ କେହି କହିଲେ ସୁଦ୍ଧା,
ତୁମ୍ଭେମାନେ ବିଶ୍ୱାସ କରିବ ନାହିଁ।’” (D)
42 ପାଉଲ ଓ ବର୍ଣ୍ଣବ୍ବା ସେଠାରୁ ଗଲାବେଳେ ଲୋକମାନେ ସେମାନଙ୍କୁ ଆଗାମୀ ବିଶ୍ରାମ ଦିବସରେ ଏହିସବୁ କଥା ଆହୁରି କହିବା ପାଇଁ ଅନୁରୋଧ କଲେ। 43 ସଭା ସମାପ୍ତ ହେବାପରେ ଅନେକ ଯିହୂଦୀୟ ଲୋକ ଓ ଯିହୂଦୀ ଧର୍ମ ଗ୍ରହଣ କରିଥିବା ଅନ୍ୟଜାତୀୟମାନେ ପାଉଲ ଓ ବର୍ଣ୍ଣବ୍ବାଙ୍କୁ ଅନୁସରଣ କଲେ। ସେମାନେ ସେମାନଙ୍କ ସହିତ କଥାବାର୍ତ୍ତା ହୋଇ ସେମାନଙ୍କୁ ପରମେଶ୍ୱରଙ୍କ ଅନୁଗ୍ରହରେ ସ୍ଥିର ହୋଇ ରହିବା ପାଇଁ କହିଲେ।
44 ପରବର୍ତ୍ତୀ ବିଶ୍ରାମବାରରେ ସହରର ପ୍ରାୟସବୁ ଲୋକ ପ୍ରଭୁଙ୍କ ବାକ୍ୟ ଶୁଣିବା ପାଇଁ ଏକାଠି ହେଲେ। 45 ଯିହୂଦୀୟମାନେ ଲୋକମାନଙ୍କର ଭିଡ଼ ଦେଖି ଈର୍ଷା କଲେ। ସେମାନେ ପାଉଲଙ୍କ କଥାକୁ ବିରୋଧ କରି ଅପମାନଜନକ ଶବ୍ଦ ସବୁ ପ୍ରୟୋଗ କଲେ। 46 କିନ୍ତୁ ପାଉଲ ଓ ବର୍ଣ୍ଣବ୍ବା ସାହସର ସହିତ କହିଲେ, “ପରମେଶ୍ୱରଙ୍କର ସୁସମାଗ୍ଭର ତୁମ୍ଭମାନଙ୍କ ନିକଟରେ ପ୍ରଥମେ କୁହାଯିବା ଆବଶ୍ୟକ ଥିଲା। କିନ୍ତୁ ତୁମ୍ଭେମାନେ ତାହା ଅସ୍ୱୀକାର କରିବାରୁ ତୁମ୍ଭେମାନେ ଅନନ୍ତ ଜୀବନ ପାଇଁ ନିଜକୁ ଯୋଗ୍ୟ ଭାବି ନ ଥିବାରୁ ଆମ୍ଭେମାନେ ଅନ୍ୟଜାତୀୟମାନଙ୍କ ପାଖକୁ ଯିବା। 47 ପ୍ରଭୁ ଆମ୍ଭକୁ ଏହି ଆଦେଶ ଦେଇଛନ୍ତି:
‘ମୁଁ ତୁମ୍ଭକୁ ଅନ୍ୟ ଜାତୀୟମାନଙ୍କ ପାଇଁ ଗୋଟିଏ ଆଲୋକ ସଦୃଶ କରିଅଛ।
ଏହା ଦ୍ୱାରା ପୃଥିବୀର ଶେଷ ଭାଗ ପର୍ଯ୍ୟନ୍ତ ତୁମ୍ଭେମାନେ ପରିତ୍ରାଣ ଆଣି ପାରିବ।’” (E)
48 ଅନ୍ୟ ଜାତୀୟ ଲୋକମାନେ ଏହା ଶୁଣି ଖୁସୀ ହେଲେ ଓ ପ୍ରଭୁଙ୍କର ସୁସମାଗ୍ଭରର ପ୍ରଶଂସା କଲେ ଓ ଯେଉଁମାନେ ଅନନ୍ତ ଜୀବନ ନିମନ୍ତେ ମନୋନୀତ ହୋଇଥିଲେ, ସେହି ଲୋକମାନେ ପ୍ରଭୁଙ୍କଠାରେ ବିଶ୍ୱାସ କଲେ।
49 ଏହିପରି ପ୍ରଭୁଙ୍କର ବାର୍ତ୍ତା ଦେଶର ଗ୍ଭରିଆଡ଼େ ବ୍ୟାପିଗଲା। 50 ଯିହୂଦୀୟମାନେ ଯିହୂଦୀଧର୍ମର ଉଚ୍ଚବଂଶୀୟ ସ୍ତ୍ରୀଲୋକଙ୍କୁ ଓ ନଗରର ମୁଖ୍ୟ ବ୍ୟକ୍ତିମାନଙ୍କୁ ଉତ୍ତେଜିତ କରାଇଲେ। ସେମାନେ ପାଉଲ ଓ ବର୍ଣ୍ଣବ୍ବା ବିରୁଦ୍ଧରେ ଅନ୍ୟମାନଙ୍କୁ ପ୍ରବର୍ତ୍ତାଇଲେ। ସେମାନେ ସେମାନଙ୍କୁ ତାଡ଼ନା କରିବା ଆରମ୍ଭ କଲେ ଓ ସେମାନଙ୍କୁ ସେହି ଅଞ୍ଚଳରୁ ବାହାର କରିଦେଲେ। 51 ପାଉଲ ଓ ବର୍ଣ୍ଣବ୍ବା ସେମାନଙ୍କ ବିରୁଦ୍ଧରେ ଆପଣା ଆପଣା ପାଦତଳ ଧୂଳି ଝାଡ଼ିଦେଇ ଇକନିୟ ନଗରକୁ ଗ୍ଭଲିଗଲେ। 52 କିନ୍ତୁ ଶିଷ୍ୟମାନେ ଆନନ୍ଦ ଓ ପବିତ୍ରଆତ୍ମାରେ ପରିପୂର୍ଣ୍ଣ ହୋଇଗଲେ।
2010 by World Bible Translation Center