Old/New Testament
ବିଲ୍ଦଦ୍ ଆୟୁବକୁ ଉତ୍ତର ଦେଲା
25 ଏହା ପରେ ଶୂହୀୟ ବିଲ୍ଦଦ୍ ଉତ୍ତର କରି କହିଲା,
2 “ପରମେଶ୍ୱର ରାଜ୍ୟ କରନ୍ତି।
ସେ ଲୋକଙ୍କୁ ଭୟାଳୁ କରନ୍ତି ଓ ତାକୁ ସମ୍ମାନ କରନ୍ତି।
ସେ ସ୍ୱର୍ଗ ରାଜ୍ୟରେ ଶାନ୍ତି ସ୍ଥାପନ କରନ୍ତି।
3 କେହି ତାଙ୍କର ତାରାଗଣର ସଂଖ୍ୟା ଗଣନା କରି ପାରିବେ ନାହିଁ।
ସେ ସମସ୍ତଙ୍କୁ ସମାନ ଭାବରେ ସୂର୍ଯ୍ୟକିରଣ ପ୍ରଦାନ କରନ୍ତି।
4 ପରମେଶ୍ୱରଙ୍କ ସହିତ ବିବାଦ କରି, କେହି ମନୁଷ୍ୟ କିପରି ଭଲ ହୋଇ ପାରିବ?
କିମ୍ବା ସ୍ତ୍ରୀଲୋକ ପାଖରୁ ଜନ୍ମ ହୋଇ ଜଣେ ମନୁଷ୍ୟ କିପରି ନିରୀହ ହୋଇ ପାରିବ।
5 ପରମେଶ୍ୱରଙ୍କ ଦୃଷ୍ଟିରେ ଚନ୍ଦ୍ର ମଧ୍ୟ ପବିତ୍ର ଓ ଦୀପ୍ତିମାନ ନୁହେଁ।
ଏପରିକି ନକ୍ଷତ୍ର ସମୂହ ମଧ୍ୟ ନିର୍ମଳ ନୁହନ୍ତି।
6 ଲୋକମାନେ ବହୁତ କମ୍ ନିର୍ମଳ।
ଲୋକମାନେ କୀଟାଣୁ ପରି ମୂଲ୍ୟହୀନ ଜୀବାଣୁ।”
ଆୟୁବ ବିଲ୍ଦଦ୍କୁ ଉତ୍ତର ଦେଲା
26 ତା’ପରେ ଆୟୁବ ଉତ୍ତର କରି କହିଲା,
2 “କେମିତି ତୁମ୍ଭେ ଜଣକୁ ସାହାଯ୍ୟ କରିଛ, ଯାହାର ଶକ୍ତି ନାହିଁ!
ତୁମ୍ଭେ କେମିତି ଜଣକୁ ସାହାଯ୍ୟ କଲ ଯାହାର ବାହୁରେ ନିଜକୁ ରକ୍ଷା କରିବା ପାଇଁ ସାମର୍ଥ୍ୟ ନାହିଁ!
3 ତୁମ୍ଭେ ମୋ’ ଭଳି ଅଜ୍ଞାନୀକୁ ପରାମର୍ଶ ଦେଇଛ
ତୁମ୍ଭେ ଏହା ଦ୍ୱାରା ପ୍ରମାଣ କରିଛ, ତୁମ୍ଭେ କେତେ ଜ୍ଞାନୀ।
4 କିଏ ତୁମ୍ଭକୁ ଏସବୁ କଥା କହିବାକୁ ପ୍ରେରଣା ଦେଲା?
କାହାର ଆତ୍ମା ତୁମ୍ଭ ଦ୍ୱାରା କହିଲା?
5 “ପ୍ରେତଗଣ ପାତାଳରେ ଥିବା
ଜଳରେ କମ୍ପି ଉଠନ୍ତି।
6 କିନ୍ତୁ ପରମେଶ୍ୱର ସେହି ମୃତ ଲୋକକୁ ପରିଷ୍କାର ଭାବରେ ଦେଖି ପାରନ୍ତି।
ମୃତ୍ୟୁ ପରମେଶ୍ୱରଙ୍କ ପାଖରୁ ଲୁଚିରହି ପାରିବ ନାହିଁ।
7 ପରମେଶ୍ୱର ଉତ୍ତର ଆକାଶ ବିସ୍ତାର କରନ୍ତି,
ଶୂନ୍ୟ ସ୍ଥାନରେ ପରମେଶ୍ୱର ପୃଥିବୀକୁ ଶୂନ୍ୟରେ ଟଙ୍ଗାଇ ରଖନ୍ତି।
8 ତଥାପି ପରମେଶ୍ୱର ସେହି ବହୁତ ଭାରୀ ଓଜନ ଦ୍ୱାରା ମେଘକୁ ଭାଙ୍ଗି ଖୋଲନ୍ତି ନାହିଁ।
ଘନବାଦଲକୁ ଜଳକଣା ଯୁକ୍ତ କରନ୍ତି।
କିନ୍ତୁ ପରମେଶ୍ୱର ଏତେ ଭାରୀ ହେଲେବି ମେଘ ଖଣ୍ଡ ଖଣ୍ଡ ହୋଇ ଖୋଲିଯାଏ ନାହିଁ।
9 ପରମେଶ୍ୱର ପୂର୍ଣ୍ଣମୀ ଚନ୍ଦ୍ରର ମୁଖକୁ ଘୋଡ଼ାଇ ଦିଅନ୍ତି।
ସେ ତାହାକୁ ବାଦଲ ଦ୍ୱାରା ଆଚ୍ଛାଦିତ କରି ଲୁଗ୍ଭଇ ପକାନ୍ତି।
10 ପରମେଶ୍ୱର ସମୁଦ୍ରରେ ଆକାଶ ଓ ପୃଥିବୀ ମଧ୍ୟରେ ଦିଗ୍ବଳୟ ସୃଷ୍ଟି କରନ୍ତି।
ଯେଉଁଠାରେ ଆଲୋକ ଓ ଅନ୍ଧକାର ପରସ୍ପର ସହିତ ମିଳିତ ହୁଅନ୍ତି।
11 ଯେଉଁ ଭିତ୍ତିମୂଳଗୁଡ଼ିକ ଉପରେ ଆକାଶ ମଣ୍ଡଳ ଅବସ୍ଥିତ
ପରମେଶ୍ୱର ତାକୁ ଧମକ ଦେଲେ ଉଭୟ କମ୍ପି ଉଠେ।
12 ପରମେଶ୍ୱର ନିଜ ଶକ୍ତି ବଳରେ ସମୁଦ୍ରକୁ ଶାନ୍ତ କରନ୍ତି।
ତାଙ୍କ ଜ୍ଞାନ ବଳରେ ସମୁଦ୍ର ରାକ୍ଷସ ରାହାବ କ୍ଷତାକ୍ତ ହୁଅନ୍ତି।
13 ପରମେଶ୍ୱରଙ୍କ ଶ୍ୱାସ ଦ୍ୱାରା ଆକାଶ ନିର୍ମଳ ଶୋଭାପାଏ।
ପରମେଶ୍ୱରଙ୍କ ହସ୍ତଦ୍ୱାରା ପଳାଇଯିବା ସମୁଦ୍ର ସାପ ବନ୍ଦୀ ହୁଏ।
14 ଏହି କେତେକ ଆଶ୍ଚର୍ଯ୍ୟ ବିଷୟ ପରମେଶ୍ୱର କରନ୍ତି।
ତାଙ୍କ ବିଷୟରେ ଆମ୍ଭେ କେବଳ ଗୋଟିଏ ମୃଦୁ ଶବ୍ଦ ଶୁଣୁ।
ସମ୍ଭବତଃ କିଏ ତାଙ୍କର ବଜ୍ରନାଦର ଶକ୍ତି ବୁଝିପାରିବ।”
27 ତା’ପରେ ଆୟୁବ ତା’ର କାହାଣୀ ବର୍ଣ୍ଣନା କରି କହିଲା,
2 “ପ୍ରକୃତରେ ପରମେଶ୍ୱର ଜୀବିତ ଏବଂ ଯେତେ ସତ୍ୟ ଭାବରେ ସେ ଅଛନ୍ତି,
ସେ ସତରେ ମୋ’ ପ୍ରତି ଅନ୍ୟାୟ କରିଛନ୍ତି।
ପରମେଶ୍ୱର, ସର୍ବଶକ୍ତିମାନ ମୋ’ ଜୀବନ ତିକ୍ତ କରିଛନ୍ତି।
3 ଯେପର୍ଯ୍ୟନ୍ତ ମୋ’ ଶରୀରରେ ପ୍ରାଣ ଅଛି
ଏବଂ ଯେପର୍ଯ୍ୟନ୍ତ ପରମେଶ୍ୱର ପ୍ରଦତ୍ତ ନିଶ୍ୱାସ ବାୟୁ ମୋ’ ନାକରୁ ନିର୍ଗତ ହେଉଛି।
4 ଏହା ପରେ ମୋ’ ଓଠରୁ ଖରାପ ବିଷୟ ବାହାରିବ ନାହିଁ।
ମୋର ଜିହ୍ୱା ମିଥ୍ୟାକଥା କହିବ ନାହିଁ।
5 ମୁଁ କେବେ ମାନିବି ନାହିଁ ତୁମ୍ଭେ ସତ୍ୟ।
ମୁଁ ମଲା ପର୍ଯ୍ୟନ୍ତ କହିଯିବି ଯେ, ମୁଁ ନିରପରାଧ ଅଟେ।
6 ମୁଁ ମୋର ଧାର୍ମିକତାକୁ ଦୃଢ଼ ଭାବରେ ଧରିବି।
ମୁଁ କେବେ ଠିକ୍ ବାଟକୁ ପରିତ୍ୟାଗ କରିବି ନାହିଁ।
ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ମୋର ବିବେକ ମୋତେ ନିନ୍ଦା କରିବ ନାହିଁ।
7 ଲୋକେ ମୋ’ ବିରୁଦ୍ଧରେ ଛିଡ଼ା ହେବେ।
ମୁଁ ଆଶା କରୁଛି ମୋର ଶତ୍ରୁମାନେ ଦୁଷ୍ଟ ଲୋକଙ୍କ ଭଳି ଦଣ୍ଡ ପାଇଥିବେ।
8 ପରମେଶ୍ୱରଙ୍କଠାରେ ଆସ୍ଥା ବିହୀନ ବ୍ୟକ୍ତି ମୃତ୍ୟୁ ସମୟରେ କ’ଣ ଆଶା କରିବ?
ଯେତେବେଳେ ପରମେଶ୍ୱର ତା’ର ପ୍ରାଣ ନିଅନ୍ତି,
ସେହି ଲୋକର କୌଣସି ଆଶା ନ ଥାଏ।
9 ପରମେଶ୍ୱର କ’ଣ ତା’ର ସାହାଯ୍ୟର ଡାକ ଶୁଣିବେ,
ଯେତେବେଳେ ତା’ ପ୍ରତି ଅସୁବିଧା ଆସିବ?
10 ସେହି ଲୋକ କ’ଣ ସର୍ବଶକ୍ତିମାନଙ୍କୁ ଗୁହାରି କରି ଆନନ୍ଦ ଅନୁଭବ କରିବ?
ସେ ସବୁ ସମୟରେ ପରମେଶ୍ୱରଙ୍କୁ ଡାକିବା ଉଚିତ୍ ଥିଲା।
11 “ମୁଁ ତୁମ୍ଭକୁ ପରମେଶ୍ୱରଙ୍କ ଶକ୍ତି ସମ୍ପର୍କରେ ଶିକ୍ଷା ଦେବି।
ମୁଁ ପରମେଶ୍ୱରଙ୍କ କୌଣସି ଯୋଜନା ତୁମ୍ଭଠାରେ ଲୁଗ୍ଭଇବି ନାହିଁ।
12 ତୁମ୍ଭେ ନିଜ ଆଖିରେ ପରମେଶ୍ୱରଙ୍କ ଶକ୍ତି ଦେଖିଛ।
ତେଣୁ କାହିଁକି ତୁମ୍ଭେ ସେହି ବାଜେ କଥା କହୁଛ?
13 “ତେଣୁ ଏହା ହିଁ ପରମେଶ୍ୱରଙ୍କ ଇଚ୍ଛା ଦୁଷ୍ଟଲୋକଙ୍କ ପାଇଁ,
ଏହା ହିଁ ସର୍ବଶକ୍ତିମାନ ପରମେଶ୍ୱରଙ୍କ ଇଚ୍ଛା ନିଷ୍ଠୁର ଲୋକମାନଙ୍କ ପ୍ରତି।
14 ଜଣେ ଦୁଷ୍ଟ ଲୋକର ବହୁତ ସନ୍ତାନ ଥାଇ ପାରନ୍ତି।
ତା’ର ସମସ୍ତ ସନ୍ତାନ ଯୁଦ୍ଧରେ ମୃତ୍ୟୁବରଣ କରିବେ।
ଦୁଷ୍ଟ ଲୋକର ପିଲାମାନେ ଖାଇବାକୁ ଯଥେଷ୍ଟ ପାଇବେ ନାହିଁ।
15 ତା’ର ସମସ୍ତ ପିଲାମାନେ ମରିବେ
ଏବଂ ତା’ର ବିଧବାମାନେ ଦୁଃଖ କରିବେ ନାହିଁ।
16 ଜଣେ ଦୁଷ୍ଟ ଲୋକ ହୁଏତ ବହୁତ ରୂପା ପାଇବ, ତାହା ତା’ ପ୍ରତି ମଇଳା ପରି।
ତା’ର ହୁଏତ ଏତେ ଲୁଗା ଥିବ, ଯାହା ତା’ ପ୍ରତି ମାଟିଗଦା ପରି।
17 କିନ୍ତୁ ଜଣେ ଧାର୍ମିକ ଲୋକ ତା’ର ପୋଷାକ ପିନ୍ଧିବାକୁ ପାଇବ।
ନିରୀହ ଲୋକ ତା’ର ରୂପାସବୁ ପାଇବ।
18 ଜଣେ ଦୁଷ୍ଟ ଲୋକର ଗୃହ ତିଆରି କଲେ ବି ଏହା ବେଶୀଦିନ ତିଷ୍ଠିବ ନାହିଁ।
ଏହା ବୁଢ଼ିଆଣୀ ଜାଲଭଳି ହେବ କିମ୍ବା ପ୍ରହରୀର ତମ୍ବୁଭଳି ହେବ।
19 ଦୁଷ୍ଟ ବ୍ୟକ୍ତି ଶୋଇବାକୁ ଗଲାବେଳେ ତା’ ପାଖରେ ଅମାପ ଧନ ଥିବ
କିନ୍ତୁ ସକାଳୁ ସେ ଆଖି ଖୋଲିବା ମାତ୍ରେ ତା’ର ଧନ ଆଉ ନ ଥିବ।
20 ଆତଙ୍କ ତା’ ବିରୁଦ୍ଧରେ ହଠାତ୍ ବନ୍ୟା ପରି ଆସିବ।
ଏବଂ ବାତ୍ୟା ରାତିରେ ଆସି ତାକୁ ଉଡ଼ାଇ ନେଇଯିବ।
21 ପୂର୍ବ ଦିଗର ପବନ ତାକୁ ଉଡ଼ାଇ ନେବ।
ସେ ଚିରଦିନ ପାଇଁ ବିଦାୟ ନେବ, ଝଡ଼ ତାକୁ ତା’ର ଘରୁ ଉଡ଼ାଇ ନେବ।
22 ଦୁଷ୍ଟ ବ୍ୟକ୍ତି ସେହି ଝଡ଼ରୁ ରକ୍ଷା ପାଇବାକୁ ସକଳ ପ୍ରକାର ଚେଷ୍ଟା କରିବ।
କିନ୍ତୁ ସେହି ଝଡ଼ ତାକୁ ନିର୍ଦ୍ଦୟ ଭାବର ଆଘାତ କରିବ।
23 ଲୋକେ ତାକୁ ଦେଖି ତାଳି ମାରିବେ।
ଯେତେବେଳେ ସେ ନିଜ ଘରୁ ଦୌଡ଼ି ପଳାଇବାକୁ ଚେଷ୍ଟା କରୁଥିବ, ଲୋକେ ହୁଇସିଲ ମାରି ଦେଖୁଥିବେ।”
ବିଶ୍ୱାସୀମଣ୍ଡଳୀ ଉପରେ ହେରୋଦଙ୍କର ଅତ୍ୟାଗ୍ଭର
12 ରାଜା ହେରୋଦ ସେ ସମୟରେ ମଣ୍ଡଳୀରେ କେତେକ ଲୋକଙ୍କ ଉପରେ ଅତ୍ୟାଗ୍ଭର କରିବା ଆରମ୍ଭ କରିଦେଲେ। 2 ସେ ଯୋହନଙ୍କ ଭାଇ ଯାକୁବଙ୍କୁ ଖଣ୍ଡାରେ ହତ୍ୟା କରିଦେଲେ। 3 ଯିହୂଦୀମାନଙ୍କୁ ଏ ଘଟଣାରେ ଖୁସୀ ହେବାର ଦେଖି ପିତରଙ୍କୁ ମଧ୍ୟ ବନ୍ଦୀ କରିବା ପାଇଁ ଆଗେଇଲେ। ଏହା ଯିହୂଦୀୟ ନିସ୍ତାରପର୍ବ ଦିନର ଘଟଣା। 4 ତା’ପରେ ହେରୋଦ ପିତରଙ୍କୁ ବନ୍ଦୀ କରି କାରାଗାରରେ ରଖିଲେ। ତାହାଙ୍କୁ ଜଗିବା ପାଇଁ ଷୋହଳ ଜଣ ପ୍ରହରୀ ରହିଲେ। ହେରୋଦଙ୍କ ଉଦ୍ଦେଶ୍ୟ ଥିଲା ନିସ୍ତାରପର୍ବ ପରେ ସେ ପିତରଙ୍କୁ ଲୋକମାନଙ୍କ ସାମନାକୁ ଆଣିବେ। 5 ତେଣୁ ପିତର କାରାଗାରରେ ବନ୍ଦୀ ହୋଇ ରହିଲେ। ତାହାଙ୍କ ପାଇଁ ମଣ୍ଡଳୀର ସମସ୍ତେ ପରମେଶ୍ୱରଙ୍କ ନିକଟରେ ନିରବଚ୍ଛିନ୍ନ ଭାବରେ ପ୍ରାର୍ଥନା କଲେ।
ପିତରଙ୍କୁ ଜେଲ୍ରୁ ମୁକ୍ତି
6 ହେରୋଦ ଯେଉଁଦିନ ପିତରଙ୍କୁ ବିଗ୍ଭର ପାଇଁ ବାହାରକୁ ଆଣିବା ନିମନ୍ତେ ଯୋଜନା କରିଥିଲେ, ତା’ପୂର୍ବ ରାତ୍ରିରେ ପିତର ଦୁଇଟି ଶିକୁଳିରେ ବନ୍ଧା ହୋଇ ଦୁଇଜଣ ସୈନିକଙ୍କ ମଝିରେ ଶୋଇଥିଲେ। ବହୁତ ଜଗୁଆଳୀମାନେ ଫାଟକ ପାଖରେ ରହି କାରାଗାରକୁ ଜଗି ରହିଥିଲେ। 7 ହଠାତ୍ ପ୍ରଭୁଙ୍କର ଜଣେ ଦୂତ ଆସି ସେଠାରେ ଉଭା ହେଲେ। କୋଠରିଟି ଉଜ୍ଜ୍ୱଳ ଆଲୋକରେ ଆଲୋକିତ ହୋଇଗଲା। ସେ ପିତରଙ୍କୁ ହଲେଇ ଦେଇ କହିଲେ, “ଶୀଘ୍ର ଉଠ।” ସେହି ସମୟରେ ତାହାଙ୍କ ହାତରୁ ସବୁ ଶିକୁଳି ଖସିପଡ଼ିଲା। 8 ସେ ସ୍ୱର୍ଗଦୂତ ପିତରଙ୍କୁ କହିଲେ, “ଲୁଗାପଟା ଓ ଜୋତା ପିନ୍ଧ।” ସେ ପିନ୍ଧିଲେ। ସେ ପୁଣି କହିଲେ, “ତୁମ୍ଭର ଗ୍ଭଦର ଘୋଡ଼େଇ ହୁଅ ଓ ମୋତେ ଅନୁସରଣ କର।”
9 ପିତର ତାହାଙ୍କୁ ଅନୁସରଣ କଲେ। ସ୍ୱର୍ଗଦୂତ ଯେ ପ୍ରକୃତରେ ଏହି ଘଟଣାଟି ଘଟାଉଛନ୍ତି ଏହା ପିତର ଅନୁଭବ କରି ପାରିଲେ ନାହିଁ। ସେ ଭାବୁଥିଲେ ଯେ, ସେ ଏକ ଦର୍ଶନ ଦେଖୁଅଛନ୍ତି। 10 ସେମାନେ ପ୍ରଥମ ଓ ଦ୍ୱିତୀୟ ପ୍ରହରୀଙ୍କୁ ଟପି ଗୋଟିଏ ଲୁହା ଫାଟକ ପାଖକୁ ଆସିଲେ। ଏହା କାରାଗାରକୁ ନଗରରୁ ବିଚ୍ଛିନ୍ନ କରୁଥିଲା। ଏହା ଆପେ ଆପେ ଖୋଲିଗଲା ଓ ସେମାନେ ବାହାରକୁ ଗ୍ଭଲିଗଲେ। ସେମାନେ ଗୋଟିଏ ଗଳିର ଶେଷ ଆଡ଼କୁ ଗଲାପରେ ହଠାତ୍ ସ୍ୱର୍ଗଦୂତ ଜଣକ ପିତରଙ୍କୁ ଛାଡ଼ି ଗ୍ଭଲିଗଲେ।
11 ତା’ପରେ ପିତର ଜାଣି ପାରିଲେ ତାହାଙ୍କୁ ଯାହାସବୁ ଘଟିଗଲା ଏବଂ କହିଲେ, “ମୁଁ ବର୍ତ୍ତମାନ ଜାଣିଲି, ଏହା ପ୍ରକୃତରେ ସତ୍ୟ ଅଟେ। ପ୍ରଭୁ ପ୍ରକୃତରେ ତାହାଙ୍କ ସ୍ୱର୍ଗଦୂତଙ୍କୁ ପଠାଇ ହେରୋଦଙ୍କ କବଳରୁ ମୋତେ ଉଦ୍ଧାର କଲେ ଓ ଯିହୂଦୀୟମାନଙ୍କ ସମସ୍ତ ମନ୍ଦ ଆଶାକୁ ବ୍ୟର୍ଥ କଲେ।”
12 ଏହା ଅନୁଭବ କଲାପରେ, ସେ ଯୋହନଙ୍କ ମାତା ମରିୟମଙ୍କ ଘରକୁ ଗଲେ। ଯୋହନଙ୍କୁ ମାର୍କ ମଧ୍ୟ କୁହା ଯାଉଥିଲା। ସେଠାରେ ଅନେକ ଲୋକ ଏକାଠି ହୋଇ ପ୍ରାର୍ଥନା କରୁଥିଲେ। 13 ପିତର କବାଟରେ ଠକ୍ ଠକ୍ କରନ୍ତେ ରୋଦା ନାମକ ଜଣେ ଗ୍ଭକରାଣୀ କବାଟ ଖୋଲିବାକୁ ଆସିଲା। 14 ସେ ପିତରଙ୍କର ସ୍ୱର ଜାଣିପାରି ଏତେ ଖୁସୀ ହୋଇଗଲା ଯେ, ସେ କବାଟ ନ ଖୋଲି ଭିତରକୁ ଦୌଡ଼ିଗଲା। ଭିତରକୁ ଦୌଡ଼ିଯାଇ ସେ ସମସ୍ତଙ୍କୁ କହିଲା, “ପିତର କବାଟ ପାଖରେ ଠିଆ ହୋଇଛନ୍ତି!” 15 ବିଶ୍ୱାସୀମାନେ ରୋଦାର କଥା ଶୁଣି ତାହାକୁ କହିଲେ, “ତୁ ପାଗଳୀ,” କିନ୍ତୁ ସେ ତା’ କଥା ସତ୍ୟ ବୋଲି ଦୃଢ଼ଭାବେ କହିବାକୁ ଲାଗିଲା। ସେମାନେ କହିଲେ, “ସେ ନିଶ୍ଚୟ ପିତରଙ୍କର ଦୂତ।”
16 କିନ୍ତୁ ପିତର କବାଟରେ ଠକ୍ ଠକ୍ କରି ଗ୍ଭଲିଥିଲେ। ବିଶ୍ୱାସୀମାନେ ଯେତେବେଳେ କବାଟ ଖୋଲିଲେ ସେତେବେଳେ ପିତରଙ୍କୁ ଦେଖି ବିସ୍ମିତ ହୋଇଗଲେ। 17 ପିତର ସେମାନଙ୍କୁ ହାତରେ ଠାରି ଚୁପ୍ ରହିବାକୁ କହିଲେ। ପ୍ରଭୁ କିପରି ତାହାଙ୍କୁ କାରାଗାରରୁ ବାହାରକରି ଆଣିଲେ, ସେ ସବୁ କଥା ପିତର ସେମାନଙ୍କୁ ବୁଝାଇ କହିଲେ। ସେ ଏ ବିଷୟରେ ଯାକୁବ ଓ ଅନ୍ୟ ଭାଇମାନଙ୍କୁ ଜଣେଇବା ପାଇଁ କହିଲେ। ତା’ପରେ ସେ ଅନ୍ୟ ସ୍ଥାନକୁ ଗ୍ଭଲିଗଲେ।
18 ତହିଁ ଆରଦିନ ସକାଳ ହେବାରୁ ସୈନ୍ୟମାନେ ଅତି ବିବ୍ରତ ହୋଇଗଲେ। ପିତରଙ୍କ ପ୍ରତି କ’ଣ ଘଟିଥିବ, ଏହା ଭାବି ସେମାନେ ଚିନ୍ତିତ ହୋଇପଡ଼ିଲେ। 19 ହେରୋଦ ତାହାଙ୍କୁ ଖୋଜିଲେ, କିନ୍ତୁ ପାଇଲେ ନାହିଁ। ତା’ପରେ ସେ ଜଗୁଆଳୀମାନଙ୍କୁ ପଚରା ଉଚରା କରିସାରି, ସେମାନଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ ଦେଲେ।
ହେରୋଦ ଆଗ୍ରିପ୍ପାଙ୍କ ମୃତ୍ୟୁ
ତା’ପରେ ହେରୋଦ ଯିହୂଦା ପ୍ରଦେଶରୁ ଯାଇ କାଇସରୀଆଠାରେ ରହିଲେ। 20 ହେରୋଦ ସୋର ଓ ସୀଦୋନର ଲୋକମାନଙ୍କ ଉପରେ ଭୀଷଣ ରାଗୁଥିଲେ। ସେମାନେ ଦଳ ଦଳ ହୋଇ ତାହାଙ୍କୁ ଦେଖିବାକୁ ଆସିଲେ। ସେମାନେ ରାଜାଙ୍କର ବ୍ୟକ୍ତିଗତ ଗ୍ଭକର ବ୍ଲାସ୍ତଙ୍କ ସାହାଯ୍ୟ ନେଲେ। ସେମାନେ ହେରୋଦଙ୍କ ସହିତ ଶାନ୍ତିସନ୍ଧି ରଖିଲେ, କାରଣ ରାଜାଙ୍କ ଦେଶରୁ ସେମାନଙ୍କ ଦେଶକୁ ଖାଦ୍ୟ ଆସୁଥିଲା।
21 ହେରୋଦ ଗୋଟିଏ ନିର୍ଦ୍ଦିଷ୍ଟ ଦିନ ସେମାନଙ୍କୁ ଦେଖା କରିବା ପାଇଁ ସ୍ଥିର କଲେ। ସେଦିନ ସେ ରାଜକୀୟ ବସ୍ତ୍ର ପିନ୍ଧି ସିଂହାସନରେ ବସି ଲୋକମାନଙ୍କୁ ଭାଷଣ ଦେଲେ। 22 ଲୋକମାନେ ପାଟିକରି କହିଲେ, “ଏହା ଦେବତାର ସ୍ୱର, ମନୁଷ୍ୟର ନୁହେଁ।” 23 ହେରୋଦ ନିଜର ଏହି ପ୍ରଶଂସା ଶୁଣିଲେ, କିନ୍ତୁ ସେ ପରମେଶ୍ୱରଙ୍କୁ ତାହାଙ୍କର ସମ୍ମାନ ଜଣାଇଲେ ନାହିଁ। ତେଣୁ ପ୍ରଭୁଙ୍କର ଜଣେ ଦୂତ ହଠାତ୍ ତାହାଙ୍କୁ ଆଘାତ କଲେ ଓ ତାହାଙ୍କ ଶରୀରକୁ କୀଟମାନେ ଖାଇଲେ। ଶେଷରେ ସେ ମୃତ୍ୟୁବରଣ କଲେ।
24 କିନ୍ତୁ ପରମେଶ୍ୱରଙ୍କର ସୁସମାଗ୍ଭର ଗ୍ଭରିଆଡ଼େ ବ୍ୟାପିଗଲା। ଅଧିକରୁ ଅଧିକ ଲୋକମାନେ ଏହି ସୁସମାଗ୍ଭର ଦ୍ୱାରା ପ୍ରଭାବିତ ହେଲେ। ବିଶ୍ୱାସୀମାନଙ୍କ ସଂଖ୍ୟା ବୃଦ୍ଧି ପାଇବାକୁ ଲାଗିଲା।
25 ବର୍ଣ୍ଣବ୍ବା ଓ ଶାଉଲ ଯିରୁଶାଲମରେ କାମ ସାରି ଆନ୍ତିୟଖିଆକୁ ଫେରିଗଲେ। ସେମାନଙ୍କ ସହିତ ମାର୍କ ନାମରେ ପରିଚିତ ଯୋହନ ଥିଲେ।
2010 by World Bible Translation Center