Old/New Testament
ବିଲଦଦ୍ ଆୟୁବକୁ ଉତ୍ତର ଦେଲା
8 ଶୂହୀୟ ବିଲ୍ଦଦ୍ ଉତ୍ତର ଦେଇ କହିଲା,
2 “ତୁମ୍ଭେ କେତେକାଳ ଏହିପରି କଥା କହିବ?
ତୁମ୍ଭର କଥାସବୁ ପ୍ରବଳ ବାୟୁ ତୁଲ୍ୟ ଅଟେ।
3 ପରମେଶ୍ୱର କ’ଣ ବିଗ୍ଭରର ବିପରୀତ କରନ୍ତି କି?
ଅଥବା ସର୍ବଶକ୍ତିମାନ ନ୍ୟାୟର ବିପରୀତ କରନ୍ତି କି?
4 ଯଦି ତୁମ୍ଭର ପୁତ୍ରକନ୍ୟାଗଣ ପରମେଶ୍ୱରଙ୍କ ବିରୁଦ୍ଧରେ ପାପ କରିଅଛନ୍ତି,
ସେଥିପାଇଁ ସେ ସେମାନଙ୍କୁ ସେମାନଙ୍କର ଅପରାଧ ପାଇଁ ଶାସ୍ତି ପ୍ରଦାନ କରିଛନ୍ତି।
5 କିନ୍ତୁ ବର୍ତ୍ତମାନ ଆୟୁବ ତୁମ୍ଭେ ପରମେଶ୍ୱରଙ୍କୁ ଦେଖ
ଏବଂ ସେହି ସର୍ବଶକ୍ତିମାନ ପରମେଶ୍ୱରଙ୍କୁ ପ୍ରାର୍ଥନା କର।
6 ଯଦି ତୁମ୍ଭେ ଶୁଦ୍ଧ ଓ ନିର୍ଦ୍ଦୋଷ ତେବେ,
ସେ ନିଶ୍ଚିତ ଭାବରେ ତୁମ୍ଭକୁ ସାହାଯ୍ୟ କରିବେ ଏବଂ
ତୁମ୍ଭର ଯଥାର୍ଥ ବାସସ୍ଥାନକୁ ପୁନଃସ୍ଥାପନ କରିବେ।
7 ତୁମ୍ଭର ପ୍ରଥମ ଅବସ୍ଥା ଯାହା ଥିଲା
ତାହାଠାରୁ ତୁମ୍ଭକୁ ସେ ଅଧିକ ଉନ୍ନତ କରିବେ।
8 “ପ୍ରାଚୀନ କାଳର ଲୋକମାନଙ୍କୁ ପଗ୍ଭର ଓ ସେମାନଙ୍କ ପୂର୍ବପୁରୁଷମାନେ
ସେମାନଙ୍କୁ ଯାହା ଶିକ୍ଷା ଦେଇଥିଲେ, ତାକୁ ମନୋଯୋଗ ଦେଇ ଶୁଣ।
9 ଯାହା ଦେଖାଯାଉଛି, ସତେ ଯେମିତି ଆମ୍ଭେ ଗତକାଲି ଜନ୍ମ ଗ୍ରହଣ କରିଛୁ।
ଆମ୍ଭେ କିଛି ଜାଣି ନାହୁଁ
ପୃଥିବୀରେ ଆମ୍ଭର ଦିନ ଛାୟା ପରି।
10 ସେହି ପୂର୍ବର ଲୋକମାନେ ତୁମ୍ଭକୁ ଶିକ୍ଷା ଦେବେ।
ସେମାନେ ଯାହା ଶିକ୍ଷା କରିଥିଲେ, ତୁମ୍ଭକୁ ତାହା ଶିକ୍ଷା ଦେବେ।
11 ବିଲଦଦ୍ ଉତ୍ତର ଦେଲା, “ଶୁଖିଲା ଭୂମିରେ କ’ଣ ନଳବଣ ବଢ଼ିପାରେ?
ଜଳବିନା କ’ଣ ସନ୍ତରା ବଢ଼ିପାରେ।
12 ଯଦି ଜଳ ଶୁଖିଯାଏ, ସେହିସବୁ ବୃକ୍ଷ ମଧ୍ୟ ଶୁଖିଯିବ,
ଏପରିକି ଯେତେବେଳେ ସେମାନେ ବଢ଼ୁଥିଲା ବେଳେ ଅନ୍ୟ କୌଣସି ବୃକ୍ଷ ପୂର୍ବରୁ ସେମାନେ ଶୁଖି ଯାଆନ୍ତି।
13 ଯେଉଁ ଲୋକମାନେ ପରମେଶ୍ୱରଙ୍କୁ ଭୁଲି ଯାଆନ୍ତି ସେମାନେ ସେହି ଘାସ ସଦୃଶ।
ପରମେଶ୍ୱରଙ୍କୁ ଭୁଲି ଯାଇଥିବା ଲୋକର କୌଣସି ଆଶା ନ ଥାଏ।
14 ସେ ଲୋକର ଆଉ ଯିବା ପାଇଁ କିଛି ନାହିଁ।
ତା’ର ସୁରକ୍ଷା ବୁଢ଼ିଆଣୀର ଜାଲପରି।
15 ସେ ଯଦି ତା’ ଉପରେ ଆଉଜି ପଡ଼େ,
ତାହା ଛିଣ୍ଡିଯିବ।
ସେ ତାକୁ ଧରି ରଖିଲେ
ଏହା ତାକୁ ଧରି ରଖି ପାରିବ ନାହିଁ।
16 ସେହି ବ୍ୟକ୍ତି ଏକ ଲତା ସଦୃଶ ଯିଏ ପ୍ରଚୁର ପାଣି ଓ ସୂର୍ଯ୍ୟ କିରଣରେ ବଢ଼େ।
ତାହାର ଶାଖା ପ୍ରଶାଖା ସମସ୍ତ ଉଦ୍ୟାନରେ ବ୍ୟାପି ଥାଏ।
17 ଏହା ତା’ର ଚେର ଦ୍ୱାରା
ଗଦାଏ ପଥରକୁ ଗୁଡ଼ାଇ ଦିଏ।
18 ଯଦି ସେହି ଲତାକୁ ତା’ର ନିଜ ସ୍ଥାନରୁ ବିଚ୍ୟୁତ କରାଯାଏ ଏହା ମରିଯିବ
ଏବଂ କେହି ଜାଣି ପାରିବେ ନାହିଁ।
ପୂର୍ବରୁ ଏପରି ଏକ ଲତା ଏଠାରେ ଥିଲା।
19 କିନ୍ତୁ ସେ ଗଛ ଖୁସୀ ଥିଲା।
ତାହା ଜାଗାରେ ଅନ୍ୟ ଏକ ଲତା ମାଡ଼ିବ।
20 ପରମେଶ୍ୱର ଅନ୍ୟାୟସବୁକୁ କେବେ ପ୍ରତ୍ୟାଖ୍ୟାନ କରନ୍ତି ନାହିଁ
କି ଦୁଷ୍ଟ ଲୋକକୁ ସାହାଯ୍ୟ କରନ୍ତି ନାହିଁ।
21 ପରମେଶ୍ୱର ପୁଣି ତୁମ୍ଭ ମୁଖରେ ହସ ଫୁଟାଇବେ।
ତୁମ୍ଭେ ଓଠରେ ଖୁସୀର ଶବ୍ଦ ଭରି ଦେବେ।
22 ତୁମ୍ଭର ଶତ୍ରୁମାନେ ଲଜ୍ଜାର ପୋଷାକ ପିନ୍ଧିବେ
ଓ ଦୁଷ୍ଟ ଲୋକର ଗୃହ ଗୁଡ଼ିକ ଧ୍ୱଂସ ହେବ।”
ଆୟୁବ ବିଲଦଦକୁ ଉତ୍ତର ଦେଲା
9 ତା’ପରେ ଆୟୁବ ବିଲଦଦକୁ ଉତ୍ତର ଦେଲା।
2 “ହଁ, ଏହା ସତ୍ୟ ବୋଲି ମୁଁ ଜାଣେ ଯାହା ତୁମ୍ଭେ କହୁଛ।
ଜଣେ ପରମେଶ୍ୱରଙ୍କୁ ଯୁକ୍ତିରେ କିପରି ଜିତି ପାରିବ?
3 ଜଣେ ବ୍ୟକ୍ତି ପରମେଶ୍ୱରଙ୍କ ସହିତ ବାଦାନୁବାଦ କରି ପାରିବ ନାହିଁ।
ପରମେଶ୍ୱର ତାକୁ 1000 ପ୍ରଶ୍ନ କରି ପାରନ୍ତି
ସେ କିନ୍ତୁ ଗୋଟିକର ଉତ୍ତର ମଧ୍ୟଦେଇ ପାରିବ ନାହିଁ।
4 ପରମେଶ୍ୱର ଅତି ବିଜ୍ଞ ଓ ଶକ୍ତିଶାଳୀ ଅଟନ୍ତି।
କେହି ତାଙ୍କ ବିରୁଦ୍ଧରେ ଛିଡ଼ା ହୋଇ କେବେ ଅକ୍ଷତ ରହିପାରିବ ନାହିଁ।
5 ପରମେଶ୍ୱର କ୍ରୋଧ ହେଲେ ପର୍ବତକୁ ମଧ୍ୟ ତା’ ନିଜ ସ୍ଥାନରୁ ହଟାଇ ଦେଇ ପାରନ୍ତି।
ଏବଂ ସେହି ପର୍ବତ ମଧ୍ୟ ନିଜେ ଜାଣି ପାରେ ନାହିଁ।
6 ପରମେଶ୍ୱର ଇଚ୍ଛାକଲେ ଭୂମିକମ୍ପ ସୃଷ୍ଟି କରି ପୃଥିବୀକୁ ହଲାଇ ପାରନ୍ତି।
ପରମେଶ୍ୱର ପୃଥିବୀର ମୂଳଦୁଆ ଦୋହଲାଇ ଦେଇ ପାରନ୍ତି।
7 ପରମେଶ୍ୱର ସୂର୍ଯ୍ୟକୁ କହି ତା’ର ଉଦୟ ହେବାକୁ ବନ୍ଦ କରିଦେଇ ପାରନ୍ତି।
ସେ ତାରାଗଣକୁ ଚମକିବା ବନ୍ଦ କରି ଦେଇପାରନ୍ତି।
8 ପରମେଶ୍ୱର ଏକାକୀ ଆକାଶକୁ ବିସ୍ତାର କରିଛନ୍ତି।
ପରମେଶ୍ୱର ସମୁଦ୍ରର ତରଙ୍ଗ ଉପରେ ଗ୍ଭଲନ୍ତି।
9 “ପରମେଶ୍ୱର ନକ୍ଷତ୍ରପୁଞ୍ଜ, ତାରାଗଣ ଓ ସପ୍ତର୍ଷିମଣ୍ଡଳ ନିର୍ମାଣ କରିଛନ୍ତି।
ସେ ଗ୍ରହ ନିର୍ମାଣ କରିଛନ୍ତି, ଯାହା ଦକ୍ଷିଣ ଆକାଶକୁ ପାରକରେ।
10 ପରମେଶ୍ୱର ଅନେକ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରନ୍ତି, ଯାହା ଲୋକେ ବୁଝି ପାରନ୍ତି ନାହିଁ।
ପରମେଶ୍ୱରଙ୍କ ଆଶ୍ଚର୍ଯ୍ୟ କାର୍ଯ୍ୟର କୌଣସି ଶେଷ ନାହିଁ।
11 ପରମେଶ୍ୱର ମୋ’ ନିକଟରେ ଗମନ କରନ୍ତି।
କିନ୍ତୁ ମୁଁ ତାଙ୍କୁ ଦେଖେ ନାହିଁ, ପରମେଶ୍ୱର ଯେତେବେଳେ ମୋ’ ନିକଟ ଦେଇ ଯାଆନ୍ତି।
ମୁଁ ତାଙ୍କୁ ଚିହ୍ନିପାରେ ନାହିଁ।
12 ଯଦି ପରମେଶ୍ୱର କାହାଠାରୁ କିଛି ଛଡ଼ାଇ ନିଅନ୍ତି କିଏ ତାଙ୍କୁ ମନାକରି ପାରିବ।
କିଏ ତାଙ୍କୁ କହି ପାରିବ, ‘ତୁମ୍ଭେ କ’ଣ କରୁଛ?’
13 ପରମେଶ୍ୱର ତାଙ୍କ କ୍ରୋଧ ଧରିରଖି ପାରିବେ ନାହିଁ।
ରାହାବର ସାହାଯ୍ୟକାରୀମାନେ ମଧ୍ୟ ତାଙ୍କୁ ଭୟ କରନ୍ତି।
14 ତେଣୁ ମୁଁ ପରମେଶ୍ୱରଙ୍କ ସହିତ ଯୁକ୍ତି କରି ପାରିବି ନାହିଁ
ଏବଂ ତାଙ୍କୁ କ’ଣ କହିବି ତାହା ମଧ୍ୟ ଜାଣି ନାହିଁ।
15 ମୁଁ ନିରୀହ, କିନ୍ତୁ ମୁଁ ତାଙ୍କୁ ଉତ୍ତର ଦେଇ ପାରିବି ନାହିଁ।
ମୁଁ ମୋର ବିଗ୍ଭରକର୍ତ୍ତାଙ୍କୁ ଦୟା ପାଇଁ ଭିକ୍ଷା କରିପାରେ।
16 ମୁଁ ତାଙ୍କୁ ଯଦି ଡାକେ ଏବଂ ସେ ମୋତେ ଉତ୍ତର ଦିଅନ୍ତି,
ମୁଁ ତଥାପି ବିଶ୍ୱାସ କରେ ନାହିଁ ଯେ ସେ ମୋର କଥା ଶୁଣିବେ।
17 ପରମେଶ୍ୱର ମୋତେ ଚକଟି ଦେବା ପାଇଁ ଝଡ଼ ପଠାଇବେ,
କୌଣସି କାରଣ ନ ଥାଇ ସେ ମୋତେ ଅଧିକ ଆଘାତ କରିବେ।
18 ପରମେଶ୍ୱର ମୋତେ ପୁନର୍ବାର ନିଶ୍ୱାସ ନେବାକୁ ଦେବେ ନାହିଁ,
କିନ୍ତୁ ଅଧିକ କଷ୍ଟ ଦେବେ।
19 ମୁଁ ପରମେଶ୍ୱରଙ୍କୁ ପରାସ୍ତ କରି ପାରିବି ନାହିଁ।
ପରମେଶ୍ୱର ଅତ୍ୟନ୍ତ ପରାକ୍ରମଶାଳୀ, ମୁଁ ତାଙ୍କୁ ନ୍ୟାୟାଳୟକୁ ନେଇ ପାରିବି ନାହିଁ।
ଏବଂ ମୋ’ ପ୍ରତି ସଦୟ ହେବାକୁ ବାଧ୍ୟ କରି ପାରିବି ନାହିଁ।
କିଏ ତାଙ୍କୁ ନ୍ୟାୟାଳୟକୁ ଆସିବାକୁ ବାଧ୍ୟ କରି ପାରିବ।
20 ମୁଁ ନିରୀହ ହେଲେ ହେଁ ମୋ’ ନିଜ କଥା ମୋତେ ଦୋଷୀ ସାବ୍ୟସ୍ତ କରିବ।
ମୁଁ ନିର୍ଦ୍ଦୋଷ ଏବଂ ମୁଁ ଯାହା କହୁଛି ତାହା ମୋତେ ଦୋଷୀ ସାବ୍ୟସ୍ତ କରୁଛି।
21 ମୁଁ ନିରୀହ, କିନ୍ତୁ କ’ଣ ଚିନ୍ତା କରିବାକୁ ପଡ଼ିବ ମୁଁ ଜାଣେ ନାହିଁ।
ମୋ’ ଜୀବନକୁ ମୁଁ ଘୃଣା କରେ।
22 ମୁଁ ନିଜକୁ କହେ, ‘ସମସ୍ତଙ୍କ ପ୍ରତି ସମାନ ଘଟଣା ଘଟେ।
ନିରୀହ ଲୋକ ମଧ୍ୟ ଦୋଷୀ ବ୍ୟକ୍ତିଭଳି ମରନ୍ତି।
ପରମେଶ୍ୱର ସମସ୍ତଙ୍କୁ ସଂହାର କରନ୍ତି।’
23 ଯଦି ହଠାତ୍ କିଛି ଭୟଙ୍କର ଘଟଣା ଘଟେ ଓ ଜଣେ ନିରୀହ ବ୍ୟକ୍ତି ପ୍ରାଣ ହରାଏ, ପରମେଶ୍ୱର କ’ଣ ନିର୍ଦ୍ଦୋଷର ମୃତ୍ୟୁରେ କେବଳ ହସି ପାରିବେ?
24 ଯେତେବେଳେ ଜଣେ ଦୁଷ୍ଟ ବ୍ୟକ୍ତି କୌଣସି ଜାଗା ଅଧିକାର କରେ, ପରମେଶ୍ୱର ସେହି ନେତାଙ୍କୁ ଗତିରୋଧ କରନ୍ତି, ଯାହାସବୁ ଘଟୁଛି ତାକୁ ଦେଖି?
ଯଦି ପରମେଶ୍ୱର ତାହା ନ କରନ୍ତି, ତେବେ କିଏ?
25 “ମୋର ଦିନ ସବୁ ଶୀଘ୍ର ଗଡ଼ି ଗ୍ଭଲିଛି ଜଣେ ଦୌଡ଼ାଳି ଭଳି।
ମୋର ଦିନ ସବୁ ଗଡ଼ି ଗ୍ଭଲିଛି।
ମୋ’ ଜୀବନରେ କୌଣସି ସୁଖ ନାହିଁ।
26 ମୋର ଦିନ ସବୁ ଗଡ଼ି ଯାଉଛି ବେଗଶାଳୀ ନଳତୃଣ ନିର୍ମିତ ଜାହାଜ ଭଳି ଓ
ଶିକାର ଉପରେ ଝାମ୍ପ ଦେବାକୁ ଉଦ୍ୟତ ଉତ୍କ୍ରୋଶପକ୍ଷୀ ଭଳି।
27 “ମୁଁ ଯଦି କହେ, ‘ମୁଁ ଅଭିଯୋଗ କରିବି ନାହିଁ, ମୁଁ ମୋର ଯନ୍ତ୍ରଣା ଭୁଲି ଯିବି।
ମୋ’ ମୁହଁରେ ହସ ଫୁଟାଇବି।’
28 ଏହା ପ୍ରକୃତରେ କିଛି ପରିବର୍ତ୍ତନ ଘଟାଏ ନାହିଁ,
ସେହି ଯନ୍ତ୍ରଣା ଏବେ ବି ମୋତେ ଭୟଭୀତ କରେ।
29 ମୁଁ ଦୋଷୀ ସାବ୍ୟସ୍ତ ହୋଇସାରିଛି, ତେଣୁ କାହିଁ ବୃଥା ପରିଶ୍ରମ କରିବି।
ତେଣୁ ମୁଁ କହୁଛି, ‘ସବୁକିଛି ଭୁଲିଯାଅ।’
30 ଯଦି ମୁଁ ବରଫରେ ନିଜକୁ ଧୌତ କରେ।
ମୁଁ ହାତଗୁଡ଼ିକୁ ସାବୁନରେ ଧୋଇ ସଫା କରେ।
31 ତଥାପି ପରମେଶ୍ୱର ମୋତେ ଖସଡ଼ା ଗାତ ମଧ୍ୟକୁ ଠେଲି ଦେବେ।
ତା’ପରେ ମୋର ନିଜର ବସ୍ତୁ ମୋତେ ଘୃଣା କରିବ।
32 ପରମେଶ୍ୱର ମୋ’ ଭଳି ମନୁଷ୍ୟ ନୁହନ୍ତି ଯେ ମୁଁ ତାହାଙ୍କୁ ଉତ୍ତର ଦେବି।
ଆମ୍ଭର କେବେ ଗୋଟିଏ ନ୍ୟାୟାଳୟରେ ଏକତ୍ର ପରସ୍ପର ସାକ୍ଷାତ ହୋଇ ପାରିବ ନାହିଁ।
33 ମୁଁ ଗ୍ଭହେଁ କିଏ ମଧ୍ୟସ୍ଥ ହୁଅନ୍ତା, ଯିଏ ଦୁଇ ପକ୍ଷର କଥା ଶୁଣି
ଏବଂ ଆମ୍ଭକୁ ଏକତ୍ର ଆଣନ୍ତା, କିନ୍ତୁ କେହି ନାହିଁ।
34 ମୁଁ ଗ୍ଭହେଁ କେହି ପରମେଶ୍ୱରଙ୍କ ଦଣ୍ଡ ଦେବାର ବାଡ଼ିଟିକୁ ତାଙ୍କଠାରୁ ନେଇ ଯାଆନ୍ତା?
ତେବେ ପରମେଶ୍ୱର ମୋତେ ଭୟଭୀତ କରନ୍ତେ ନାହିଁ।
35 ତେବେ ମୁଁ କହନ୍ତି, ଯାହା ମୁଁ କହିବାକୁ ଗ୍ଭହେଁ ପରମେଶ୍ୱରଙ୍କୁ ଭୟ ନ କରି।
କିନ୍ତୁ ବର୍ତ୍ତମାନ ତାହା ମୁଁ କହି ପାରିବି ନାହିଁ।
10 ମୁଁ ମୋର ନିଜର ପ୍ରାଣକୁ ଘୃଣା କରେ, ତେଣୁ ମୁଁ ସ୍ୱଚ୍ଛନ୍ଦରେ ମୋର ଅଭିଯୋଗ କରିବି।
ମୋର ଆତ୍ମା ତିକ୍ତ ହୋଇ ଗଲାଣି, ତେଣୁ ବର୍ତ୍ତମାନ ମୁଁ କହି ପାରିବି।
2 ମୁଁ ପରମେଶ୍ୱରଙ୍କୁ କହି ପାରିବି, ‘ମୋତେ କଳଙ୍କିତ କର ନାହିଁ।
ମୋତେ କେବଳ ଏତିକି କୁହନ୍ତୁ, ମୁଁ କ’ଣ ଭୁଲ୍ କରିଛି।
ଆପଣଙ୍କର ମୋ’ ବିପକ୍ଷରେ କ’ଣ କହିବାର ଅଛି।
3 ଯେତେବେଳେ ପରମେଶ୍ୱର ମୋତେ ଆଘାତ କରନ୍ତି, ତାହା କ’ଣ ତୁମ୍ଭକୁ ଖୁସୀ କରେ?
ଏପରି ଦେଖାଯାଉଛି ଯେପରି ତୁମ୍ଭେ ଯାହାକୁ ଗଢ଼ିଛ, ତାହାର କୌଣସି ଯତ୍ନ ନେଉ ନାହଁ।
କିନ୍ତୁ ତୁମ୍ଭେ ଦୁଷ୍ଟ ଲୋକଙ୍କର ଯୋଜନାରେ ଖୁସୀ।
4 ହେ ପରମେଶ୍ୱର, ତୁମ୍ଭର କ’ଣ ଚର୍ମର ଚକ୍ଷୁ ଅଛି?
ମନୁଷ୍ୟମାନେ ଯେପରି ଦେଖନ୍ତି, ତୁମ୍ଭେ କ’ଣ ସେପରି ଦେଖ?
5 ତୁମ୍ଭର ଆୟୁ କ’ଣ ମନୁଷ୍ୟର ଆୟୁ ଭଳି କ୍ଷୀଣ?
ତୁମ୍ଭର ଜୀବନ କ’ଣ ମନୁଷ୍ୟର ଜୀବନ ଭଳି କ୍ଷଣସ୍ଥାୟୀ?
6 ତୁମ୍ଭେ ମୋର ଅଧର୍ମ
ଓ ପାପକୁ ଖୋଜୁଛ।
7 ତୁମ୍ଭେ ତ ଜାଣ ମୁଁ ନିର୍ଦ୍ଦୋଷ।
କିନ୍ତୁ ତୁମ୍ଭ ହାତରୁ ମୋତେ କେହି ଉଦ୍ଧାର କରି ପାରିବେ ନାହିଁ।
8 ହେ ପରମେଶ୍ୱର, ତୁମ୍ଭେ ମୋତେ ତୁମ୍ଭ ହାତରେ ଗଢ଼ିଛ।
ମୋର ଶରୀରକୁ ତୁମ୍ଭେ ନିର୍ମାଣ କରିଛ।
କିନ୍ତୁ ବର୍ତ୍ତମାନ ତୁମ୍ଭେ ବଦଳିଛ ଏବଂ ମୋତେ ଧ୍ୱଂସ କରିଛ।
9 ହେ ପରମେଶ୍ୱର, ତୁମ୍ଭେ ମନେରଖ ତୁମ୍ଭେ ମୋତେ ମାଟି ତୁଲ୍ୟ ତିଆରି କରିଥିଲ।
ପୁଣି ମୋତେ ଧୂଳିରେ ମିଶାଇ ଦେବ କି?
10 ତୁମ୍ଭେ କ୍ଷୀର ପରି ମୋତେ ଢାଳି ଦେଇଛ,
ତୁମ୍ଭେ ଛେନା ପରି ମୋତେ ଘୁରାଅ ଏବଂ ଚିପୁଡ଼ି ଦିଅ।
11 ଏବେ ତୁମ୍ଭେ ମୋତେ ହାଡ଼ ଓ ଶିରାରେ ମୋର ଶରୀର ଗଢ଼ିଛ,
ତା’ପରେ ଚର୍ମ ଓ ମାଂସରେ ମୋର ଶରୀର ଆଚ୍ଛାଦିତ କରିଛ।
12 ତୁମ୍ଭେ ମୋତେ ଜୀବନ ଦାନ କରିଛ ଏବଂ ମୋତେ ଦୟା ଦେଖାଇଛ।
ତୁମ୍ଭେ ମୋର ଯତ୍ନ ନେଇଛ ଏବଂ ମୋର ଆତ୍ମାର ପର୍ଯ୍ୟବେକ୍ଷକ ହୋଇଛ।
13 ତଥାପି ଏସବୁ ବିଷୟ ତୁମ୍ଭେ ତୁମ୍ଭ ହୃଦୟରେ ଗୋପନ ରଖିଥିଲ,
ମୁଁ ଜାଣେ ଏହା ତୁମ୍ଭ ମନର ଗୋପନ ଅଭିପ୍ରାୟ।
ହଁ, ମୁଁ ଜାଣେ ଏହା ହିଁ ତୁମ୍ଭ ମନର ବିଗ୍ଭର।
14 ଯଦି ମୁଁ ପାପ କରିଛି, ତୁମ୍ଭେ ମୋତେ ଦେଖିବ,
ଯେହେତୁ ତୁମ୍ଭେ ମୋତେ ଅଧର୍ମ କରିଥିବାରୁ ଶାସ୍ତି ଦେବ।
15 ମୁଁ ଯେତେବେଳେ ପାପ କରେ, ମୁଁ ଦୋଷୀ ହୁଏ
ଏବଂ ତାହା ମୋ’ ପ୍ରତି ବହୁତ ଖରାପ।
ଯଦିଓ ମୁଁ ନିର୍ଦ୍ଦୋଷ ମୁଁ ମୁଣ୍ଡ ଟେକି ପାରେ ନାହିଁ।
ମୁଁ ଏତେ ଲଜ୍ଜିତ ଓ ବିଚଳିତ ହୁଏ।
16 ଯଦି ମୋ’ ଜୀବନରେ କିଛି ସଫଳତା ଆସିଛି ଏବଂ ଯେଉଁଥିପାଇଁ ମୁଁ ଗର୍ବିତ
ବା ମୁଣ୍ଡ ଟେକି ବାଟ ଗ୍ଭଲିବାର ଶକ୍ତି ହାସଲ କରୁଛି।
ଏବେ ପୁନର୍ବାର ତୁମ୍ଭେ ତୁମ୍ଭର ଶକ୍ତିକୁ ମୋ’ ବିରୁଦ୍ଧରେ ପ୍ରୟୋଗ କରୁଛ।
17 ତୁମ୍ଭେ ନୂଆ ସାକ୍ଷୀମାନଙ୍କୁ ମୋ’ ବିରୁଦ୍ଧରେ ନେଇଆସ
ମୋତେ ଅଧର୍ମ ପ୍ରମାଣିତ କରିବା ପାଇଁ।
ତୁମ୍ଭେ ଆପଣା ରାଗକୁ ମୋ’ ଉପରେ ବାରମ୍ବାର ନାନା ପ୍ରକାରରେ ବୃଦ୍ଧି କରୁଛ।
ତୁମ୍ଭେ ସୈନ୍ୟ ପରେ ସୈନ୍ୟ ମୋ’ ବିରୁଦ୍ଧରେ ପଠାଇଛ।
18 ହେ ପରମେଶ୍ୱର, ତୁମ୍ଭେ ମୋତେ କାହିଁକି ଜନ୍ମ ହେବାକୁ ଦେଲ?
ମୁଁ ଇଚ୍ଛା କରେ କେହି ମୋତେ ଦେଖିବା ପୂର୍ବରୁ ମରିଯାଇଥା’ନ୍ତି।
19 ମୋତେ ଭଲ ହୋଇଥା’ନ୍ତା, ଯଦି ମୁଁ ବଞ୍ଚି ନ ଥା’ନ୍ତି।
କି ମାତୃଗର୍ଭରୁ ସିଧା କବରକୁ ଯାଇଥିଲେ, ଭଲ ହୋଇଥା’ନ୍ତା।
20 ମୋର ଜୀବନ ପ୍ରାୟ ଶେଷ ହୋଇଯାଇଛି,
ତେଣୁ ମୋତେ ଛାଡ଼ିଦିଅ।
ଯାହାକିଛି ଅଳ୍ପ ସମୟ ଜୀବନର ବାକି ଅଛି, ଆନନ୍ଦ କରିବାକୁ ଦିଅ।
21 ମୁଁ ସେହି ସ୍ଥାନକୁ ଯିବି ଯେଉଁଠାରୁ କେହି କେବେ ଫେରେ ନାହିଁ।
ଯାହା ମୃତ୍ୟୁ ଓ ଅନ୍ଧକାର ଅଟେ।
22 ମୋର ଯେଉଁ ଅଳ୍ପ ଅବଶିଷ୍ଟ ଜୀବନ ବାକି ଅଛି ତାକୁ ଭୋଗ କରିବାକୁ ଦିଅ ସେହି ଦେଶକୁ ଯିବା ପୂର୍ବରୁ ଯାହାକୁ କେହି କେବେ ଦେଖି ନାହିଁ,
ସେହି ଅନ୍ଧକାର ଅବ୍ୟବସ୍ଥା ରାଜ୍ୟରେ ଆଲୋକ ମଧ୍ୟ ଘନ ଅନ୍ଧକାର ସମାନ ଅଟେ।”
ଫିଲିପ୍ପଙ୍କର ଇଥିଓପିଆରୁ ଆସିଥିବା ଲୋକଙ୍କୁ ଶିକ୍ଷା
26 ପ୍ରଭୁଙ୍କର ଜଣେ ସ୍ୱର୍ଗଦୂତ ଫିଲିପ୍ପଙ୍କୁ କହିଲେ, “ପ୍ରସ୍ତୁତ ହୁଅ। ଯିରୁଶାଲମରୁ ମରୁଭୂମି ଦେଇ ଯେଉଁ ରାସ୍ତା ଗଜ୍ଜାକୁ ଯାଉଅଛି, ସେହି ରାସ୍ତାରେ ଯାଅ।”
27 ଫିଲିପ୍ପ ପ୍ରସ୍ତୁତ ହୋଇ ବାହାରିଲେ। ସେହି ରାସ୍ତାରେ ଜଣେ ନପୁଂସକ ସଙ୍ଗରେ ଦେଖା ହେଲା। ସେହି ନପୁଂସକ ଇଥିଓପିଆରୁ ଆସିଥିଲେ। ସେ କାଣ୍ଡାକି ନାମ୍ନୀ ରାଣୀଙ୍କର ଜଣେ ଉଚ୍ଚ ପଦସ୍ଥ କର୍ମଗ୍ଭରି ଥିଲେ। ସେ ତାହାଙ୍କର ସମସ୍ତ ସମ୍ପତ୍ତିର ଦାୟିତ୍ୱରେ ଥିଲେ। ନପୁଂସକ ଜଣକ ଉପାସନା କରିବା ପାଇଁ ଯିରୁଶାଲମକୁ ଯାଇଥିଲେ। 28 ସେ ରଥରେ ବସି ଫେରିବା ସମୟରେ ଭାବବାଦୀ ଯିଶାଇୟଙ୍କର ପୁସ୍ତକରୁ ପଢୁଥିଲେ।
29 ସେତେବେଳେ ପବିତ୍ରଆତ୍ମା ଫିଲିପ୍ପଙ୍କୁ କହିଲେ, “ତୁମ୍ଭେ ସେ ରଥ ପାଖକୁ ଯାଇ ସେଠାରେ ରୁହ।” 30 ଫିଲିପ୍ପ ରଥ ପାଖକୁ ଯାଇ ତାହାଙ୍କୁ ଯିଶାଇୟ ଭାବବାଦୀଙ୍କର ପୁସ୍ତକ ପଢ଼ିବାର ଶୁଣିଲେ। ସେ ତାହାଙ୍କୁ ପଗ୍ଭରିଲେ, “ତୁମ୍ଭେ ଯାହା ପଢ଼ୁଛ, ତାହା କ’ଣ ବୁଝିପାରୁଛ?”
31 ସେ ନପୁଂସକ କହିଲେ, “ଯଦି କେହି ଏହା ବୁଝିବାକୁ ସାହାଯ୍ୟ କରିବେ ନାହିଁ, ତେବେ ମୁଁ ଏହା କିପରି ବୁଝିବି?” ତେଣୁ ସେ ଫିଲିପ୍ପଙ୍କୁ ରଥରେ ଚଢ଼ି ନିଜ ପାଖରେ ବସିବା ପାଇଁ ଅନୁରୋଧ କଲେ। 32 ସେ ଶାସ୍ତ୍ରର ପାଠ କରିଥିବା ଅଂଶ ଏହା ଥିଲା:
“ତାହାଙ୍କୁ ଗୋଟିଏ ମେଣ୍ଢାପରି ବଧ ହେବା ପାଇଁ ବଧସ୍ଥାନକୁ ନିଆଗଲା।
ଗୋଟିଏ ମେଣ୍ଢା ଛୁଆ ଯେପରି ଲୋମ ଛେଦକ ସାମନାରେ ଚୁପ୍ହୋଇ ଠିଆ ହୁଏ,
ସେହିପରି ସେ ଚୁପ୍ ହୋଇ ଠିଆ ହେଲେ।
33 ତାହାଙ୍କୁ ଅପମାନିତ କରାଗଲା ଓ ତାହାଙ୍କର ସମସ୍ତ ଅଧିକାର କାଢ଼ି ନିଆଗଲା।
ଏହି ପୃଥିବୀରେ ତାହାଙ୍କର ଜୀବନକାଳ ଶେଷ ହେଲା।
କିଏ ତାହାଙ୍କ ବଂଶ ବିଷୟରେ କଥାବାର୍ତ୍ତା କରିବ?”(A)
34 ନପୁଂସକ ଫିଲିପ୍ପଙ୍କୁ କହିଲେ, “ମୋତେ ଦୟାକରି କୁହ, କାହା ବିଷୟରେ ଭବିଷ୍ୟଦ୍ବକ୍ତା ଏହା କହୁଛନ୍ତି? ସେ ତାହାଙ୍କ ନିଜ ବିଷୟରେ କହୁଛନ୍ତି ନା ଆଉ କାହା ବିଷୟରେ କହୁଛନ୍ତି?” 35 ତା’ପରେ ଫିଲିପ୍ପ ଶାସ୍ତ୍ରର ସେହି ବାକ୍ୟରୁ ଆରମ୍ଭ କରି ଯୀଶୁଙ୍କର ସୁସମାଗ୍ଭର ପର୍ଯ୍ୟନ୍ତ ତାହାଙ୍କୁ କହିଲେ।
36 ସେମାନେ ଏହିପରି ଯାଉ ଯାଉ ଜଳଥିବା ଗୋଟିଏ ଜାଗାରେ ପହଞ୍ଚିଲେ, ଓ ନପୁଂସକ ଜଣକ କହିଲେ, “ଦେଖ, ଏଠାରେ ତ ଜଳ ଅଛି। ଏବେ ମୋର ବାପ୍ତିଜିତ ହେବାର କିଛି ଅସୁବିଧା ଅଛି କି?” 37 [a] 38 ତା’ପରେ ସେ ରଥ ରଖିବାକୁ ଆଦେଶ ଦେଲେ। ତା’ପରେ ଫିଲିପ୍ପ ଓ ନପୁଂସକ ଦୁହେଁ ଜଳ ଭିତରକୁ ଓହ୍ଲାଇ ଗଲେ ଓ ଫିଲିପ୍ପ ତାହାଙ୍କୁ ବାପ୍ତିସ୍ମ ଦେଲେ। 39 ସେମାନେ ଦୁହେଁ ଜଳ ଭିତରୁ ଉଠି ଆସିବା ପରେ ପ୍ରଭୁଙ୍କର ଆତ୍ମା ଫିଲିପ୍ପଙ୍କୁ ନେଇଗଲେ। ନପୁଂସକ ତାହାଙ୍କୁ ଆଉ ଦେଖି ପାରିଲେ ନାହିଁ। ସେ ଖୁସୀରେ ତାହାଙ୍କ ବାଟରେ ଗ୍ଭଲିଗଲେ। 40 କିନ୍ତୁ ଫିଲିପ୍ପ ଅଷ୍ଦୋଦ ନଗରରେ ଦେଖା ଦେଲେ ଓ କାଇସରୀଆ ନଗରକୁ ଯିବା ବାଟରେ ସବୁ ସହରରେ ଲୋକମାନଙ୍କୁ ସୁସମାଗ୍ଭର ପ୍ରଗ୍ଭର କରି ଗ୍ଭଲିଲେ।
2010 by World Bible Translation Center