Old/New Testament
ସନ୍ବଲ୍ଲଟ୍ ଏବଂ ଟୋବିୟ
4 ସନ୍ବଲ୍ଲଟ୍ ଯେତେବେଳେ ଶୁଣିଲା ଯେ ପ୍ରାଚୀର ଗଢ଼ା ହୋଇଚି, ସେ ଅତିଶୟ କୋପିତ ହୋଇ ଯିହୁଦୀୟଙ୍କୁ ପରିହାସ କଲା। 2 ସେ ଆପଣା ଭାତୃଗଣ ଓ ଶମରୀୟ ସୈନ୍ୟଦଳ ସାକ୍ଷାତରେ ଏହି କଥା କହିଲା, “ଏହି ଦୁର୍ବଳ ଯିହୁଦୀମାନେ କ’ଣ କରୁଛନ୍ତି? ସେମାନେ କ’ଣ ଗଡ଼ ବନ୍ଦ କରି ରହିବେ? ସେମାନେ କାହିଁକି ବଳିଦାନ କରିବେ? ସେମାନେ କ’ଣ ଦିନକରେ ସମାପ୍ତ କରିବେ? ସେମାନେ କ’ଣ ପୋଡ଼ା ପ୍ରାଚୀରର ଗଦାରୁ ବ୍ୟବହାର୍ଯ୍ୟ ପଥର ବାଛି ପାରିବେ?”
3 ଏହି ସମୟରେ ଅମ୍ମୋନୀୟ ଟୋବିୟ ତାହା ପାଖରେ ଥିଲା, ଆଉ ସେ କହିଲା, “ସେମାନେ ଯାହା ଗଢ଼ୁଛନ୍ତି, ବିଲୁଆ ଚଢ଼ିଗଲେ ସେ ସେମାନଙ୍କ ପଥର ପ୍ରାଚେରୀ ଭାଙ୍ଗି ପକାଇବ।”
4 ମୁଁ ପ୍ରାର୍ଥନା କଲି, “ହେ ଆମ୍ଭର ପରମେଶ୍ୱର, ଆମ୍ଭର ପ୍ରାର୍ଥନା ଗ୍ରହଣ କର, ସେହି ଲୋକମାନେ ଆମ୍ଭକୁ ଘୃଣା କରୁଛନ୍ତି। ସେମାନଙ୍କର ପରିହାସ ସେମାନଙ୍କ ପାଖକୁ ଫେରାଇ ଦିଅ। ସେମାନଙ୍କୁ ବିଦେଶରେ ବନ୍ଦୀକରି ସେମାନଙ୍କର ଧନ ଲୁଣ୍ଠିତ କରାଗଲା। 5 ସେମାନଙ୍କ ଅଧର୍ମ ଆଚ୍ଛାଦନ କର ନାହିଁ ଓ ତୁମ୍ଭ ଦୃଷ୍ଟିରେ ସେମାନଙ୍କ ପାପ ମାର୍ଜ୍ଜିତ ନ ହେଉ। କାରଣ ନିର୍ମାଣକାରୀମାନଙ୍କୁ ସେମାନେ ଅପମାନିତ କରିଅଛନ୍ତି।”
6 ଆମ୍ଭେ ଯିରୁଶାଲମର ପ୍ରାଚୀର ଗଠନ କଲୁ। ଆମ୍ଭେ ନଗରର ଚତୁର୍ପାର୍ଶ୍ୱରେ ପ୍ରାଚୀର ଗଠନ କଲୁ। କିନ୍ତୁ ତହିଁର ଉଚ୍ଚତାରୁ ଅର୍ଦ୍ଧ ପର୍ଯ୍ୟନ୍ତ ସମୁଦାୟ ପ୍ରାଚୀର ଏକତ୍ର ସଂଯୁକ୍ତ କରାଗଲା। ଯେହେତୁ କର୍ମ କରିବାକୁ ଲୋକମାନଙ୍କ ମନ ଥିଲା।
7 ମାତ୍ର ଯିରୁଶାଲମର ପ୍ରାଚୀରର ମରାମତି କାର୍ଯ୍ୟ ଅଗ୍ରସର ହେଉଅଛି ଓ ଗର୍ତ୍ତଗୁଡ଼ିକ ଭର୍ତ୍ତି ହେବା ପାଇଁ ଯାଉଅଛି, ଏହା ଶୁଣି ସନ୍ବଲ୍ଲଟ୍ ଓ ଟୋବିୟ, ପୁଣି ଆରବୀୟମାନେ ଓ ଅମ୍ମୋନୀୟମାନେ ଓ ଅସ୍ଦୋଦୀୟମାନେ ଅତିଶୟ ରାଗି ଗଲେ। 8 ଆଉ ସମସ୍ତେ ଯିରୁଶାଲମକୁ ଯାଇ ତହିଁ ବିରୁଦ୍ଧରେ ଯୁଦ୍ଧ କରିବାକୁ ଓ ତହିଁ ମଧ୍ୟରେ ଗଣ୍ତଗୋଳ ଉତ୍ପନ୍ନ କରିବାକୁ ଏକତ୍ର ଚକ୍ରାନ୍ତ କଲେ। 9 ମାତ୍ର ଆମ୍ଭେମାନେ ସେମାନଙ୍କ ସକାଶୁ ଆପଣାମାନଙ୍କ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କଲୁ ଓ ଦିବାରାତ୍ରି ସେମାନଙ୍କ ବିରୁଦ୍ଧରେ ପ୍ରହରୀ ରଖିଲୁ।
10 ସେତେବେଳେ ଯିହୁଦା କହିଲା, ଭାରବାହକମାନଙ୍କର ବଳ କ୍ଷୀଣ ହୋଇଅଛି, “ଆଉ ସେଠାରେ ଏତେ ଧ୍ୱଂସାବଶେଷ ଅଛି, ଯେ ଆମ୍ଭେମାନେ ପ୍ରାଚୀର ମରାମତି କରିବାକୁ ସମର୍ଥ ନାହୁଁ। 11 ପୁଣି ଆମ୍ଭମାନଙ୍କ ବିଷକ୍ଷମାନେ କହିଲେ, ‘ଆମ୍ଭେମାନେ ସେମାନଙ୍କ ମଧ୍ୟରେ ଉପସ୍ଥିତ ହୋଇ ସେମାନଙ୍କୁ ବଧ ଓ ସେମାନଙ୍କ କାର୍ଯ୍ୟ ବନ୍ଦ କରିବା ପର୍ଯ୍ୟନ୍ତ ସେମାନେ ଜାଣିବେ ନାହିଁ ଅବା ଦେଖିବେ ନାହିଁ।’”
12 ଆଉ ସେମାନଙ୍କ ନିକଟରେ ବାସ କରୁଥିବା ଯିହୁଦୀମାନେ ଆସି ଆମ୍ଭମାନଙ୍କୁ ଦଶଥର କହିଲେ, “ଗ୍ଭରିଆଡ଼େ ସେମାନେ ଆମ୍ଭର ବିରୋଧୀ ହେବେ।”
13 ଏଣୁ ମୁଁ ପ୍ରାଚୀର ପଛଆଡ଼େ ନୀଚସ୍ଥ ମେଲା ସ୍ଥାନରେ ଲୋକମାନଙ୍କୁ ସେମାନଙ୍କ ପରିବାର ଅନୁସାରେ ସେମାନଙ୍କୁ ଖଡ଼୍ଗ ଓ ବର୍ଚ୍ଛା ଓ ଧନୁ ସହିତ ନିଯୁକ୍ତ କଲି। 14 ଯେତେବେଳେ ମୁଁ ଏ ପରିସ୍ଥିତି ଦେଖିଲି, ମୁଁ ଉଠିଲି ଏବଂ କୁଳୀନମାନଙ୍କୁ, ଅଧ୍ୟକ୍ଷମାନଙ୍କୁ ଓ ଅନ୍ୟ ଲୋକମାନଙ୍କୁ କହିଲି, “ତୁମ୍ଭେମାନେ ସେମାନଙ୍କୁ ଭୟ କର ନାହିଁ। ସଦାପ୍ରଭୁଙ୍କୁ ସ୍ମରଣ କର। ସଦାପ୍ରଭୁ ମହାନ ଓ ଭୟଙ୍କର ଅଟନ୍ତି। ଆଉ ତୁମ୍ଭେମାନେ ଆପଣା ଆପଣା ଭାତୃଗଣ, ପୁତ୍ର ଓ କନ୍ୟାଗଣ ଆପଣା ଆପଣା ସ୍ତ୍ରୀଗଣ ଆପଣା ଗୃହ ନିମନ୍ତେ ଯୁଦ୍ଧ କର।”
15 ଏହା ପରେ ଆମ୍ଭମାନଙ୍କ ଶତ୍ରୁଗଣର ମନ୍ତ୍ରଣା ଆମ୍ଭମାନଙ୍କୁ ଜଣା ଯାଇଅଛି ଓ ପରମେଶ୍ୱର ତାହା ବିଫଳ କରିଅଛନ୍ତି। ଏହା ସେମାନେ ଶୁଣିବାରୁ ଆମ୍ଭେମାନେ ପ୍ରତ୍ୟେକ ପ୍ରାଚୀରରେ ନିଜ ନିଜ କାର୍ଯ୍ୟକୁ ଫେରିଗଲୁ। 16 ଆଉ ସେହି ଦିନଠାରୁ ଆମ୍ଭ ଦାସଗଣର ଅର୍ଦ୍ଧେକ କର୍ମ କଲେ ଓ ସେମାନଙ୍କର ଅର୍ଦ୍ଧେକ ବର୍ଚ୍ଛା, ଢାଲ, ଧନୁ, ସାଞ୍ଚୁଆ ଧରି ରହିଲେ। ପୁଣି ଅଧିକାରୀମାନେ ଯିହୁଦାର ସମସ୍ତ ପରିବରର ପଛରେ ରହିଲେ। 17 ଯେଉଁମାନେ ପ୍ରାଚୀର ଗଢ଼ିଲେ ଓ ଯେଉଁମାନେ ଭାର ବୋହିଲେ, ପ୍ରତ୍ୟେକ ଜଣ ଏକ ହସ୍ତରେ କର୍ମ କଲେ ଓ ଅନ୍ୟ ହସ୍ତରେ ଅସ୍ତ୍ର ଧରିଲେ। 18 ଆଉ ଗାନ୍ଥକମାନଙ୍କର ପ୍ରତ୍ୟେକ ଆପଣା ଆପଣା କଟି ଦେଶରେ ଖଡ଼୍ଗ ବାନ୍ଧିଲେ। ପୁଣି ତୂରୀ ବଜାଇବା ଲୋକ ଆମ୍ଭ ନିକଟରେ ରହିଲା। 19 ଏହା ପରେ ଆମ୍ଭେ କୁଳୀନମାନଙ୍କୁ ଓ ଅଧ୍ୟକ୍ଷମାନଙ୍କୁ ଓ ଅନ୍ୟାନ୍ୟ ଲୋକଙ୍କୁ କହିଲୁ, “କାର୍ଯ୍ୟକାରୀ ଓ ବିସ୍ତୀର୍ଣ୍ଣ ପୁଣି ଆମ୍ଭେମାନେ ପ୍ରାଚୀର ଉପରେ ପୃଥକ ହୋଇ ଜଣେ ଜଣକଠାରୁ ଦୂରରେ ଅଛୁ। 20 ଏଣୁ ଯେକୌଣସି ସ୍ଥାନରେ ତୂରୀର ଶବ୍ଦ ଶୁଣିବ, ସେ ସ୍ଥାନରୁ ଆମ୍ଭମାନଙ୍କ ନିକଟକୁ ଆସିବ। ଆମ୍ଭମାନଙ୍କ ପରମେଶ୍ୱର ଆମ୍ଭମାନଙ୍କ ପକ୍ଷରେ ଯୁଦ୍ଧ କରିବେ।”
21 ଏହିରୂପେ ଆମ୍ଭେମାନେ ସେହି କାର୍ଯ୍ୟରେ ପରିଶ୍ରମ କଲୁ। ପୁଣି ଅରୁଣୋଦୟ ସମୟଠାରୁ ତାହା ଦେଖିବା ସମୟ ପର୍ଯ୍ୟନ୍ତ ସେମାନଙ୍କର ଅର୍ଦ୍ଧେକ ଲୋକ ବର୍ଚ୍ଛା ଧରିଲେ।
22 ସେହି ସମୟରେ ଆମ୍ଭେ ଲୋକମାନଙ୍କୁ ଆହୁରି କହିଲୁ, “ପ୍ରତ୍ୟେକ ଲୋକ ରାତ୍ରିକାଳରେ ଆପଣା ଆପଣା ଦାସ ସହିତ ଯିରୁଶାଲମ ଭିତରେ ରୁହନ୍ତୁ। ତହିଁରେ ସେମାନେ ରାତ୍ରିରେ ଆମ୍ଭମାନଙ୍କର ପ୍ରହରୀ ହୋଇ ପାରିବେ ଓ ଦିବସରେ କର୍ମ କରି ପାରିବେ।” 23 ଏହିପରି ମୁଁ କି ମୋର ଭାଇମାନେ କି ମୋର ଦାସମାନେ କିଅବା ମୋ’ ପଶ୍ଚାଦ୍ବର୍ତ୍ତୀ ପ୍ରହରୀମାନେ କେହି ଆପଣା ଦେହରୁ ବସ୍ତ୍ର କାଢ଼ିଲୁ ନାହିଁ। ପ୍ରତ୍ୟେକ ଲୋକର ତା’ ପାଖରେ ସର୍ବଦା ଅସ୍ତ୍ର ରଖିଲେ।
ନିହିମିୟା ଗରିବଲୋକମାନଙ୍କୁ ସାହାଯ୍ୟ କଲେ
5 ଅନେକ ଲୋକେ ଯିହୁଦୀୟ ଭାଇମାନଙ୍କ ବିରୁଦ୍ଧରେ ଅଭିଯୋଗ କଲେ। 2 ସେମାନଙ୍କ ମଧ୍ୟରୁ କେତେକ କହିଲେ, “ଆମ୍ଭମାନଙ୍କର ଅନେକ ପୁତ୍ର ଓ କନ୍ୟା ଅଛନ୍ତି, ଆସ ବଞ୍ଚିବା ପାଇଁ ଶସ୍ୟ କିଣିବା।”
3 ଅନ୍ୟ ଲୋକେ କହିଲେ, “ଏହା ଦୁର୍ଭିକ୍ଷ ସମୟ, ଆମ୍ଭଙ୍କୁ ଖାଦ୍ୟ ଦିଅ ଏବଂ ଆମ୍ଭମାନଙ୍କର ଜମି, ଦ୍ରାକ୍ଷାକ୍ଷେତ୍ର, ଗୃହ ଇତ୍ୟାଦି ବନ୍ଧକଭାବେ ଏକାଥରେ ନେଇଯାଅ।”
4 ଆହୁରି ଅନ୍ୟ ଲୋକେମାନେ କହିଲେ, “ଆମ୍ଭେମାନେ ରାଜକର ପାଇଁ ଆମ୍ଭମାନଙ୍କର ଶସ୍ୟକ୍ଷେତ୍ର ଓ ଦ୍ରାକ୍ଷାକ୍ଷେତ୍ର ବନ୍ଧକ ରଖି ମୁଦ୍ରାଋଣ କରିଛୁ। 5 ଧନୀଲୋକମାନଙ୍କୁ ଦେଖ! ଆମ୍ଭେମାନେ ଠିକ୍ ତାଙ୍କରି ପରି ଅଟୁ। ଆମ୍ଭମାନଙ୍କର ପୁତ୍ରମାନେ ଠିକ୍ ତାଙ୍କରି ପୁତ୍ରମାନଙ୍କପରି ଅଟନ୍ତି। କିନ୍ତୁ ଆମ୍ଭେମାନେ ଆପଣା ପୁତ୍ର ଓ କନ୍ୟାଗଣଙ୍କୁ ଦାସ ହେବା ପାଇଁ ବିକ୍ରି କରିବୁ। ଆମ୍ଭମାନଙ୍କ ମଧ୍ୟରୁ ଅନେକ ତାଙ୍କର କନ୍ୟାଗଣଙ୍କୁ ଦାସୀ ଭାବରେ ବିକ୍ରୟ କରି ସାରିଲେଣି। ଏପରି ଆଉ କିଛି ନାହିଁ ଯାହା ଆମ୍ଭେ ନ କରି ପାରିବା। ଆମ୍ଭେମାନେ ଆମ୍ଭ କ୍ଷେତ୍ର ଓ ଦ୍ରାକ୍ଷାକ୍ଷେତ୍ର ହରାଇ ସାରିଲୁଣି, ଯାହାକି ବର୍ତ୍ତମାନ ଅନ୍ୟ ଲୋକମାନଙ୍କ ଅଧିକାରରେ ଅଛି।”
6 ଯେତେବେଳେ ମୁଁ ସେମାନଙ୍କର ଏହି ଅଭିଯୋଗ ସବୁ ଶୁଣିଲି, ମୁଁ ଅତ୍ୟନ୍ତ କୃଦ୍ଧ ହେଲି। 7 ମୁଁ ଏ ବିଷୟରେ ଚିନ୍ତା କଲି, ତା’ପରେ ମୁଁ କୁଳିନମାନଙ୍କ ଓ ଅଧିକାରୀମାନଙ୍କ ବିରୁଦ୍ଧରେ ଏକ ନ୍ୟାୟିକ ବାଦାନୁବାଦ କଲି। ମୁଁ ସେମାନଙ୍କୁ କହିଲି, “ତୁମ୍ଭେମାନେ ତୁମ୍ଭ ଭାଇମାନଙ୍କଠାରୁ ସୁଧ ନେଉଛ, ତୁମ୍ଭର ସେଇଟା ବନ୍ଦ କରିବା ଉଚିତ୍।” ଏହା ପରେ ମୁଁ ଏକ ମହାସଭା ଡାକିବି। 8 ଏବଂ ମୁଁ ସେହି ଲୋକମାନଙ୍କୁ କହିଲି, “ଆମ୍ଭର ଯିହୁଦୀୟ ଭାଇମାନେ ଅନ୍ୟ ଦେଶୀୟ ଲୋକଙ୍କ ନିକଟରେ ବିକା ଯାଇଥିଲେ, ଆମ୍ଭେମାନେ ସେମାନଙ୍କୁ ଆପଣା ସାଧ୍ୟ ଅନୁସାରେ ମୁକ୍ତ କରିଅଛୁ। ଏବେ ତୁମ୍ଭେମାନେ ତୁମ୍ଭମାନଙ୍କର ଭାଇମାନଙ୍କୁ ପୁଣି ଥରେ ବିକ୍ରୀ କରୁଛ।”
ଏଥିରେ ସେମାନେ ନୀରବ ରହିଲେ। ସେମାନେ କିଛି ଉତ୍ତର ଦେଇପାରିଲେ ନାହିଁ। 9 ମୁଁ ତାଙ୍କୁ ଆହୁରି ମଧ୍ୟ କହିଲି, “ତୁମ୍ଭେମାନେ କିଛି ଭଲ କରୁ ନାହଁ। ତୁମ୍ଭେ ଏହା ଜାଣ ତୁମ୍ଭର ପରମେଶ୍ୱରଙ୍କୁ ଭୟ ଓ ସମ୍ମାନ କରିବା ଉଚିତ୍। ତୁମ୍ଭେମାନେ ଆମ୍ଭମାନଙ୍କର ଶତ୍ରୁଗଣଙ୍କୁ ଆମ୍ଭମାନଙ୍କୁ ପରିହାସ କରିବାର ସୁଯୋଗ ଦେବା ଉଚିତ୍ ନୁହେଁ। 10 ମୁଁ, ମୋର ଆତ୍ମୀୟଗଣ ଏବଂ ମୋର ଦାସମାନେ ଅନ୍ୟମାନଙ୍କୁ ଟଙ୍କା ଏବଂ ଶସ୍ୟର ଉଧାର ଦେଉଅଛୁ। କିନ୍ତୁ ଆସ ସେମାନଙ୍କଠାରୁ ସୁଧ ଆଦାୟ କରିବା ନାହିଁ। 11 ତୁମ୍ଭେମାନେ ଆଜି ନିଶ୍ଚିତ ସେମାନଙ୍କର ଜମି, ଦ୍ରାକ୍ଷାକ୍ଷେତ୍ର, ଜୀତକ୍ଷେତ୍ର ଏବଂ ଗୃହ ଫେରାଇ ଦେବ। ଏହାକୁ ବର୍ତ୍ତମାନ ଫେରାଇ ଦିଅ ଏବଂ ତୁମ୍ଭେମାନେ ସେମାନଙ୍କର ମୁଦ୍ରା, ଶସ୍ୟ, ଦ୍ରାକ୍ଷାରସ ଏବଂ ଜୀତତୈଳ ଯାହା ତୁମ୍ଭେମାନେ ସେମାନଙ୍କଠାରୁ ସୁଧ ହିସାବରେ ନେଇଥିଲ।”
12 ଏହା ପରେ ଧନୀଲୋକମାନେ ଓ ଅଧ୍ୟକ୍ଷମାନେ ତାଙ୍କୁ କହିଲେ, “ଆମ୍ଭେମାନେ ଏସବୁ ଫେରାଇ ଦେବୁ, ସେମାନଙ୍କୁ କିଛି ମାଗିବୁ ନାହିଁ। ଆପଣ ଯେପରି କହୁଛନ୍ତି ଆମ୍ଭେ ସେହିପରି କରିବୁ।”
ଏହା ପରେ ମୁଁ ଯାଜକମାନଙ୍କୁ ଡାକି ଏହି ପ୍ରତିଜ୍ଞା ଅନୁସାରେ ସେମାନେ ଯେପରି କର୍ମ କରିବେ, ଏଥିପାଇଁ ସେମାନଙ୍କୁ ଶପଥ କରାଇଲି। 13 ମୁଁ ମୋର ବସ୍ତ୍ରର ଭାଙ୍ଗକୁ ଝାଡ଼ିଲି ଏବଂ କହିଲି, “ଯେଉଁ ଲୋକ ଏହି ପ୍ରତିଜ୍ଞା ପାଳନ କରିବ ନାହିଁ, ପରମେଶ୍ୱର ତାର ଗୃହ ଓ ପରିଶ୍ରମର ଫଳରୁ ତାହାକୁ ଏପରି ଝାଡ଼ି ଦିଅନ୍ତୁ। ସେ ଏହିପରି କମ୍ପିତ ହେଉ ଓ ଶୂନ୍ୟ ହେଉ।”
ତା’ପରେ ସବୁ ଲୋକ ଏକତ୍ରିତ ହେଲେ ଏବଂ କହିଲେ “ଆମେନ୍” ଓ ସଦାପ୍ରଭୁଙ୍କର ପ୍ରଶଂସା କଲେ। ଏହା ପରେ ଲୋକମାନେ ଏହି ପ୍ରତିଜ୍ଞା ଅନୁସାରେ କର୍ମ କଲେ।
14 ମୁଁ ଯିହୁଦା ଦେଶରେ ସେମାନଙ୍କର ଅଧ୍ୟକ୍ଷ ପଦରେ ନିଯୁକ୍ତି ଥିବା ସମୟାବଧି ଅର୍ଥାତ୍ ଅର୍ତ୍ତକ୍ଷସ୍ତ ରାଜାର ଅଧିକାରର କୋଡ଼ିଏ ବର୍ଷଠାରୁ ବତିଶ୍ ବର୍ଷପର୍ଯ୍ୟନ୍ତ ସେହି ବାରବର୍ଷ ମୁଁ କିମ୍ବା ମୋର ଭାତୃଗଣ ଦେଶାଧ୍ୟକ୍ଷର ବୃତ୍ତି ଭୋଗ କଲୁ ନାହିଁ। 15 ମାତ୍ର ମୋର ପୂର୍ବାବର୍ତ୍ତୀ ଦେଶାଧ୍ୟକ୍ଷମାନଙ୍କ ବ୍ୟୟଭାର ଲୋକମାନଙ୍କୁ ବହିବାକୁ ପଡ଼ିଲା। ଆଉ ସେମାନେ ଗ୍ଭଳିଶ୍ ଶେକଲ ରୌପ୍ୟ ମୁଦ୍ରା ଲୋକମାନଙ୍କଠାରୁ ଖାଦ୍ୟ ଓ ଦ୍ରାକ୍ଷାରସ ନେଲେ, କେବଳ ତାହା ନୁହେଁ, ସେମାନଙ୍କ ଦାସମାନେ ଲୋକମାନଙ୍କ ଉପରେ କର୍ତ୍ତୃତ୍ୱ କଲେ। ମାତ୍ର ପରମେଶ୍ୱରଙ୍କ ପ୍ରତି ଭୟ ସକାଶୁ ମୁଁ ସେପରି କଲି ନାହିଁ। 16 ମୁଁ ଯିରୁଶାଲମର ପ୍ରାଚୀର କାର୍ଯ୍ୟରେ ନିଜକୁ ନିୟୋଜିତ କଲି। ମୁଁ କୌଣସି ଭୂମି କିଣିଲି ନାହିଁ ଏବଂ ମୋର ଦାସ ସମସ୍ତେ ସେଠାରେ କାର୍ଯ୍ୟରେ ବ୍ୟସ୍ତ ରହିଲେ।
17 ତଥାପି ଆମ୍ଭମାନଙ୍କ ଚତୁର୍ଦ୍ଦିଗସ୍ଥ ଅନ୍ୟ ଦେଶୀୟମାନଙ୍କ ମଧ୍ୟରୁ ଆମ୍ଭମାନଙ୍କ ନିକଟକୁ ଆସନ୍ତା ଲୋକମାନଙ୍କ ଛଡ଼ା ଯିହୁଦୀ ଓ ଅଧ୍ୟକ୍ଷ 150 ଲୋକ ମୋ’ ଭୋଜନ ଆସନରେ ବସିଲେ। 18 ସେ ସମୟରେ ପ୍ରତିଦିନ ଏକ ବଳଦ ଓ ଛଅଟି ବଛା ମେଷ ରୋଷେଇ କରାଗଲା। ମୋ’ ପାଇଁ କେତେକ ପକ୍ଷୀପାକ କରାଗଲା ଓ ଦଶ ଦିନରେ ଥରେ ସବୁ ପ୍ରକାର ଦ୍ରାକ୍ଷାରସ ଆୟୋଜନ କରାଗଲା। ତଥାପି ମୁଁ ଏହିସବୁ ଲାଗି ଦେଶାଧ୍ୟକ୍ଷର ବୃତ୍ତି ମାଗିଲି ନାହିଁ। ଲୋକମାନଙ୍କ ଉପରେ ଭାର ଗୁରୁତର ହୋଇଥିଲା। 19 ହେ ପରମେଶ୍ୱର, ମୁଁ ଏହି ଲୋକମାନଙ୍କ ନିମନ୍ତେ ଯେଉଁ ଉତ୍ତମ କାର୍ଯ୍ୟ କରିଅଛି, ମୋର ତାହା ସବୁ ସ୍ମରଣ କର।
ଘୋର ସମସ୍ୟା
6 ଏହା ପରେ ସନ୍ବଲ୍ଲଟ୍, ଟୋବିୟ, ଆରବୀୟ ଗେଶମ ଓ ଆମ୍ଭମାନଙ୍କ ଶତ୍ରୁମାନେ ଶୁଣିଲେ ଯେ, ମୁଁ ପ୍ରାଚୀର ନିର୍ମାଣ କରି ସାରିଛି। ପ୍ରାଚୀରରେ ଆଉ ଗର୍ତ୍ତ ନ ଥିଲା, ମାତ୍ର କବାଟସବୁ ଫାଟକରେ ଲାଗି ନାହିଁ। 2 ସେତେବେଳେ ସନ୍ବଲ୍ଲଟ୍ ଓ ଗେଶମ ମୋ’ ନିକଟକୁ ଲୋକ ପଠାଇ କହିଲେ, “ଆସ ଆମ୍ଭେମାନେ ଓନୋ ପଦାସ୍ଥିତ କୌଣସି ଏକ ଗ୍ରାମରେ ସାକ୍ଷାତ କରିବା।” ମାତ୍ର ସେମାନେ ମୋର ହିଂସା କରିବାକୁ ବିଗ୍ଭର କରିଥିଲେ।
3 ଏଥିରେ ମୁଁ ସେମାନଙ୍କ ନିକଟକୁ ଦୂତଗଣ ପଠାଇ କହିଲି, “ମୁଁ ଏକ ଗୁରୁତ୍ୱପୂର୍ଣ୍ଣ କର୍ମ କରୁଅଛି। ଏଥିପାଇଁ ମୁଁ ଆସି ପାରିବି ନାହିଁ। ତୁମ୍ଭ ପାଖକୁ ଆସିବାକୁ ଓ ସାକ୍ଷାତ କରିବାକୁ ମୁଁ ସେହି କାର୍ଯ୍ୟ ବନ୍ଦ କରି ପାରିବି ନାହିଁ।”
4 ସେମାନେ ସେହି ସମବାର୍ତ୍ତା ମୋ’ ପାଖକୁ ଗ୍ଭରି ଥର ପଠାଇଲେ। ମୁଁ ସେମାନଙ୍କୁ ସେହି ପ୍ରକାର ଉତ୍ତର ଦେଲି। 5 ଏହା ପରେ ସନ୍ବଲ୍ଲଟ୍ ଆପଣା ଦାସ ହାତରେ ଖଣ୍ଡେ ଚିଠିଦେଇ ପଞ୍ଚମ ଥର ସେହି ସମବାର୍ତ୍ତା ପଠାଇଲା। 6 ସେଥିରେ ଏହିପରି ଲେଖା ଯାଇଥିଲା,
“ଗୋଷ୍ଠୀୟମାନଙ୍କ ମଧ୍ୟରେ ଏହି ଜନରବ ହୋଇଅଛି। ମଧ୍ୟ ଗଶୁମୁ ଏହା କହୁଅଛି ଯେ ତୁମ୍ଭେ ଓ ଯିହୁଦୀୟମାନେ ରାଜଦ୍ରୋହ କରିବାକୁ ବିଗ୍ଭର କରୁଅଛ। ତେଣୁ ତୁମ୍ଭେ ପ୍ରାଚୀର ନିର୍ମାଣ କରୁଅଛ। ଏହି ଜନରବ ଅନୁସାରେ ତୁମ୍ଭେ ସେମାନଙ୍କର ରାଜା ହେବାକୁ ଇଚ୍ଛା କରୁଅଛ। 7 ‘ଯିହୁଦାରେ ଏକ ରାଜା ଅଛନ୍ତି!’ ବୋଲି ଆପଣା ବିଷୟ ଯିରୁଶାଲମରେ ଘୋଷଣା କରିବା ପାଇଁ ତୁମ୍ଭେ ଭବିଷ୍ୟଦ୍ବକ୍ତାମାନଙ୍କୁ ନିଯୁକ୍ତି କରିଅଛ।
“ଏହି ଜନରବ ରାଜାଙ୍କ ନିକଟରେ ଉପସ୍ଥିତ ହେବ। ଏଣୁ ଏବେ ଆସ ଆମ୍ଭେମାନେ ଏକତ୍ର ମନ୍ତ୍ରଣା କରିବା।”
8 ତେଣୁ ମୁଁ ତାହା ନିକଟକୁ କହି ପଠାଇଲି, “ତୁମ୍ଭେ ଯାହା କରୁଅଛ, ସେପରି କୌଣସି କାର୍ଯ୍ୟ କରାଯାଉ ନାହିଁ, ତୁମ୍ଭେ କେବଳ ଆପଣା ମନରୁ ତାହା ସବୁ କଳ୍ପନା କରୁଅଛ।”
9 ଏହି ଚିନ୍ତାକରି ସେମାନେ ଆମ୍ଭକୁ ଭୟଭୀତ କଲେ, ସେମାନଙ୍କ ହସ୍ତ ଦୁର୍ବଳ ହେବ ଓ “ପ୍ରାଚୀର କାର୍ଯ୍ୟ ଶେଷ ହେବ ନାହିଁ।”
ତେଣୁ ମୁଁ ପ୍ରାର୍ଥନା କରି କହିଲି, “ହେ ମୋର ପରମେଶ୍ୱର ମୋତେ ସବଳ କର।”
10 ଦିନେ ମୁଁ ମହେଟବେଲର ପୁତ୍ର ଦଲାୟ, ଦଲାୟର ପୁତ୍ର ଶମୟିୟ ନିକଟକୁ ଗଲି। ମାତ୍ର ତାକୁ ତା’ର ଗୃହରେ ବନ୍ଦ କରାଯାଇ ଥିଲା। ମୁଁ ତାହା ଗୃହକୁ ଗଲି ସେ କହିଲା, “ଆସ ଆମ୍ଭେମାନେ ପରମେଶ୍ୱରଙ୍କ ମନ୍ଦିର ଭିତରେ ସାକ୍ଷାତ କରିବା ଓ ମନ୍ଦିରର ଦ୍ୱାରସବୁ ବନ୍ଦ କରିବା। କାରଣ ସେମାନେ ତୁମ୍ଭକୁ ବଧ କରିବାକୁ ଆସିବେ। ରାତ୍ରିରେ ସେମାନେ ତୁମ୍ଭକୁ ବଧ କରିବାକୁ ଆସିବେ।”
11 କିନ୍ତୁ ମୁଁ ଶମୟିୟଙ୍କୁ କହିଲି, “ମୋ’ ପରି ଲୋକ କ’ଣ ଦୌଡ଼ି ପଳାଇବ? ମୋ’ ପରି ଲୋକ ପ୍ରାଣ ବଞ୍ଚାଇବା ପାଇଁ ମନ୍ଦିର ଭିତରକୁ ଯିବା ଉଚିତ୍ କି? ତେଣୁ ମୁଁ ପବିତ୍ର ମନ୍ଦିର ଭିତରକୁ ଯିବି ନାହିଁ।”
12 ମାତ୍ର ମୁଁ ଜାଣିଲି ଶମୟିୟଙ୍କୁ ପରମେଶ୍ୱର ପଠାଇ ନ ଥିଲେ। ତଥାପି ସେ ମୋ’ ପ୍ରତିକୂଳରେ ଏହି ଭବିଷ୍ୟଦ୍ବାକ୍ୟ ପ୍ରଗ୍ଭର କଲା। କାରଣ ଟୋବିୟ ଓ ସନ୍ବଲ୍ଲଟ୍ ତାହାକୁ ବେତନ ଦେଇଥିଲେ। 13 ଏହି ଉଦ୍ଦେଶ୍ୟ ପାଇଁ ତାକୁ ଭଡ଼ାରେ ଅଣା ଯାଇଥିଲା, ଯାହା ଫଳରେ ମୁଁ ଭୟରେ ଏହା କରି ପାପ କରିବି ଏବଂ ତା’ପରେ ସେମାନେ ମୋର ନାମକୁ ଦୁର୍ନାମ ଓ ପରିହାସ କରିବା ପାଇଁ କାରଣ ପାଇବେ।
14 ହେ ପରମେଶ୍ୱର, ଟୋବିୟ ଓ ସନ୍ବଲଟ୍ର ଯାହା କରିଛନ୍ତି ମନେ ପକାଅ, ନାରୀ ଭବିଷ୍ୟଦ୍ବକ୍ତା ନୋୟଦିୟା ସହିତ ଅନ୍ୟ ଯାଜକମାନେ ମୋତେ ଭୟଭୀତ କରିବା ପାଇଁ ଚେଷ୍ଟା କରିଥିଲେ।
ପ୍ରାଚୀର ସମ୍ପୂର୍ଣ୍ଣ ହେଲା
15 ତେଣୁ 52 ଦିନ ମଧ୍ୟରେ ଇଲୂଲ୍ ମାସର ପଞ୍ଚବିଂଶ ଦିନରେ ପ୍ରାଚୀର ସମାପ୍ତ ହେଲା। 16 ପୁଣି ଆମ୍ଭମାନଙ୍କର ଶତ୍ରୁ ସମସ୍ତେ ଓ ଆମ୍ଭମାନଙ୍କ ଚତୁର୍ଦ୍ଦିଗସ୍ଥ ଅନ୍ୟ ଦେଶୀୟ ସମସ୍ତେ ଏହା ଶୁଣି ଭୟ କଲେ ଓ ସେମାନଙ୍କର ବିଶ୍ୱାସ ହରାଇଲେ। କାରଣ ଏହି କର୍ମ ଯେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ସାହାଯ୍ୟରେ ହେଲା, ଏହା ସେମାନେ ବୁଝିଲେ।
17 ଆହୁରି ସେହି ସମୟରେ ଯିହୁଦାର କୁଳିନମାନେ ଟୋବିୟ ନିକଟକୁ ଅନେକ ପତ୍ର ପଠାଇଲେ ଓ ଟୋବିୟର ନାନା ପତ୍ର ସେମାନଙ୍କ ନିକଟକୁ ଆସିଲା। 18 କାରଣ ସେ ଆରାଃର ପୁତ୍ର ଶଖନିୟର ଜ୍ୱାଇଁ ହେବାରୁ ଓ ତାହାର ପୁତ୍ର ଯିହୋହାନନ୍ ବେରିଖିୟର ପୁତ୍ର ମଶୁଲ୍ଲମର କନ୍ୟାକୁ ବିବାହ କରିଥିବାରୁ ଯିହୁଦାର ଅନେକ ଲୋକ ତା’ ନିକଟରେ ଶପଥ କରିଥିଲେ। 19 ସେମାନେ ମୋତେ ତା’ର ଉତ୍ତମ କାର୍ଯ୍ୟ ବିଷୟରେ କହିଲେ ଓ ମୋ’ କଥା ତାଙ୍କୁ ସବୁ ଜଣାଇଲେ। ଆଉ ମୋତେ ଭୟଗ୍ରସ୍ତ କରିବା ପାଇଁ ଟୋବିୟ ନାନାପତ୍ର ପଠାଇଲା।
7 ଆମ୍ଭେ ପ୍ରାଚୀର ନିର୍ମାଣ ସମାପ୍ତ କଲୁ, ଏହା ପରେ ଆମ୍ଭେ ସମସ୍ତ ଦ୍ୱାରରେ କବାଟ ଲଗାଇଲୁ। ଏହା ପରେ, ମୁଁ ଦ୍ୱାରପାଳ ଗାୟକ ଓ ଲେବୀୟମାନଙ୍କୁ ନିଯୁକ୍ତ କଲି। 2 ଏହା ପରେ ମୁଁ ମୋର ଭାଇ ହନାନିକୁ ଓ ଦୁର୍ଗର ଶାସନକର୍ତ୍ତା ହନାନିୟକୁ ଯିରୁଶାଲମ ଉପରେ ନିଯୁକ୍ତ କଲି କାରଣ ହନାନିୟ ବିଶ୍ୱସ୍ତ ଲୋକ ଥିଲା, ଆଉ ସେ ଅନ୍ୟ ଲୋକମାନଙ୍କ ଅପେକ୍ଷା ପରମେଶ୍ୱରଙ୍କୁ ଭୟ କରୁଥିଲା। 3 ଆଉ ମୁଁ ହନାନିକୁ ଓ ହନାନିୟକୁ କହିଲି, “ଦିନରେ ସୂର୍ଯ୍ୟ ପ୍ରଚଣ୍ତ ନ ହେବା ପର୍ଯ୍ୟନ୍ତ ଯେପରି ଫାଟକ ନ ଖୋଲା ଯାଏ, ଆଉ ଲୋକମାନେ ପ୍ରହରୀ କର୍ମରେ ଠିଆ ହେବା ବେଳେ ସୂର୍ଯ୍ୟାସ୍ତ ସମୟରେ ଦ୍ୱାରସବୁ ବନ୍ଦ କରନ୍ତୁ। ପୁଣି ତୁମ୍ଭେମାନେ ଯିରୁଶାଲମ ନିବାସୀମାନଙ୍କୁ ପ୍ରହରୀ କରି ନିଯୁକ୍ତ କର। କେତେକ ପ୍ରହରୀ ସେମାନଙ୍କ ଶିବିରରେ ଛିଡ଼ା ହୁଅନ୍ତୁ ଓ ଅନ୍ୟ ପ୍ରହରୀମାନେ ନିଜ ଗୃହର ସମ୍ମୁଖରେ ରହନ୍ତୁ।”
ଫେରିଥିବା ବନ୍ଦୀମାନଙ୍କର ତାଲିକା
4 ବର୍ତ୍ତମାନ ନଗର ପ୍ରଶସ୍ତ ଥିଲା। ମାତ୍ର ତହିଁ ମଧ୍ୟରେ ଅଳ୍ପଲୋକ ଥିଲେ ଓ ଗୃହସବୁ ନିର୍ମିତ ହୋଇ ନ ଥିଲା। 5 ଏହା ପରେ ବଂଶାବଳି କ୍ରମେ ଗଣିତ ହେବା ପାଇଁ କୁଳୀନମାନଙ୍କୁ ଓ ଅଧ୍ୟକ୍ଷମାନଙ୍କୁ ଓ ଲୋକମାନଙ୍କୁ ଏକତ୍ର କରିବାକୁ ମୋର ପରମେଶ୍ୱର ମୋ’ ମନରେ ପ୍ରବୃତ୍ତି ଯାତ କଲେ। ଆଉ ଯେଉଁମାନେ ପ୍ରଥମେ ଆସିଲେ, ମୁଁ ସେମାନଙ୍କର ବଂଶାବଳି ପୁସ୍ତକ ପାଇଲି। ତହିଁରେ ଏହା ଲେଖା ଯାଇଥିବାର ଦେଖିଲି।
6 ଯେଉଁମାନେ ବନ୍ଦୀରୂପେ ଥିଲେ, ସେମାନଙ୍କ ମଧ୍ୟରୁ ପ୍ରଦେଶୀୟ ଏହି ସନ୍ତାନଗଣ ପ୍ରତ୍ୟେକ ଯିରୁଶାଲମ ଓ ଯିହୁଦାସ୍ଥିତ ନିଜ ନିଜ ନଗରକୁ ଫେରି ଆସିଲେ। ବାବିଲର ରାଜା ନବୂଖଦ୍ନିତ୍ସର ଯିହୁଦୀୟମାନଙ୍କୁ କରାୟତ କରିଥିଲେ। 7 ଏମାନେ ସରୁବ୍ବାବିଲ, ଯେଶୂୟ, ନିହିମିୟା, ଅସରିୟ, ରୟମା, ନହମାନି, ମର୍ଦ୍ଦଖୟ, ବିଲ୍ଶନ୍, ମମ୍ପର, ବିଗ୍ବୟ, ନହୂମ, ବାନା ସଙ୍ଗେ ଫେରି ଆସିଲେ। ଇସ୍ରାଏଲ ବଂଶିୟ ପୁରୁଷମାନଙ୍କ ସଂଖ୍ୟା ଏହିପରି ଥିଲା।
8 ପରିୟୋଶର ବଂଶଧର 2172 ଜଣ।
9 ଶଫଟିୟର ବଂଶଧର 372 ଜଣ।
10 ଆରହର ବଂଶଧର 652ଜଣ।
11 ଯେଶୂୟ ଓ ଯୋୟାବର ପରିବାର ମଧ୍ୟରୁ ପହତ୍ମୋୟାବର ବଂଶଧର 2818 ଜଣ।
12 ଏଲମର ବଂଶଧର 1254 ଜଣ।
13 ସତ୍ତୂର ବଂଶଧର 845 ଜଣ।
14 ସକ୍କୟର ବଂଶଧର 760 ଜଣ।
15 ବିନ୍ନୁୟିର ବଂଶଧର 648 ଜଣ।
16 ବେବୟର ବଂଶଧର 628 ଜଣ।
17 ଅସ୍ଗଦର ବଂଶର 2322 ଜଣ।
18 ଅଦୋନୀକାମର ବଂଶଧର 667 ଜଣ।
19 ବିଗ୍ବୟର ବଂଶଧର 2067 ଜଣ।
20 ଅଦୀନର ବଂଶଧର 655 ଜଣ।
21 ହିଜକିୟର ଆଟରର ବଂଶଧରରୁ 98 ଜଣ।
22 ହଶୂମର ବଂଶଧର 328 ଜଣ।
23 ବେତ୍ସୟର ବଂଶଧର 324 ଜଣ।
24 ହାରୀଫର ବଂଶଧର 112 ଜଣ।
25 ଗିଦିୟୋନିର ବଂଶଧର 95 ଜଣ।
26 ବୈଥ୍ଲେହମ ଓ ନଟୋଫା ସହରରୁ 188 ଜଣ।
27 ଅନାଥୋତର ଲୋକ 128 ଜଣ।
28 ବେଥ୍-ଅସ୍ମାବତ ସହରରୁ 42 ଜଣ।
29 କିରିୟତ୍ ଯିୟାରୀମ, କଫୀରା ଓ ବେରୋତ ସହରରୁ 743 ଜଣ।
30 ରାମା ଓ ଗେବା ସହରରୁ 621 ଜଣ।
31 ମିକ୍ମସ ସହରରୁ 122 ଜଣ।
32 ବୈଥେଲ୍ ଓ ଅୟ ସହରରୁ 123 ଜଣ।
33 ଅନ୍ୟ ନବୋ ସହରରୁ 52 ଜଣ।
34 ଅନ୍ୟ ଏଲମ ସହରରୁ 1254 ଜଣ।
35 ହାରୀମ ସହରରୁ 320 ଜଣ।
36 ଯିରୀହୋ ସହରରୁ 345 ଜଣ।
37 ଲୋଦ୍, ହାଦୀଦ୍ ଓ ଓନୋ ସହରରୁ 721 ଜଣ।
38 ସନାୟ ସହରରୁ 3930 ଜଣ।
39 ଯାଜକଗଣ:
ଯେଉଁମାନେ ଯିଦୟିୟର ଭବିଷ୍ୟଦ୍ ବଂଶଧର ଓ ଯେଶୂୟ ପରିବାରର ସଭ୍ୟ 973 ଜଣ।
40 ଇମ୍ମେରର ବଂଶଧର 1052 ଜଣ।
41 ପଶ୍ହୂରର ବଂଶଧର 1247 ଜଣ।
42 ହାରିମର ବଂଶଧର 1017 ଜଣ।
43 କଦ୍ମୀୟେଲଙ୍କ ଦ୍ୱାରା ହେଦବାର ମାଧ୍ୟମରେ
ଯେଶୂୟ ପରିବାରବର୍ଗରୁ ଆସିଥିବା ଲେବୀୟମାନଙ୍କର ସଂଖ୍ୟା 74 ଜଣ।
44 ଗାୟକଗଣ:
ଆସଫର ବଂଶଧର 148 ଜଣ।
45 ଏହିମାନେ ହେଲେ ଦ୍ୱାରପାଳଗଣ:
ଶଲ୍ଲୁମର ବଂଶଧରମାନେ, ଆଟର, ଟଲ୍ମୋନ, ଅକ୍କୂବ, ହଟୀଟା ଓ ଶୋବୟ 138 ଜଣ।
46 ମନ୍ଦିରର ଦାସମାନେ ହେଲେ:
ସହୀର ବଂଶଧରମାନେ, ହସୂଫା, ଟବ୍ବାୟୋତର ବଂଶଧର।
47 କେରୋସର, ସୀୟର, ପଦୋନ।
48 ଲବାନା, ହଗାବ, ଶଲ୍ମୟ,
49 ହାନନ, ଗିଦ୍ଦେଲ, ଗହର,
50 ରାୟା, ରତ୍ସୀନ୍, ନକୋଦ,
51 ଗସମ, ଉଷ, ପାସେହ,
52 ବେଷୟ, ମିୟନୀମ, ନଫୁଷୀମ,
53 ବକ୍ବୁକ, ହକୂଫା, ହର୍ବୂର,
54 ବସ୍ଲୂତ, ମହୀଦା, ହର୍ଶା,
55 ବର୍କୋସ, ସୀଷରା, ତେମହ,
56 ନତ୍ସୀହ, ହଟୀଫା।
57 ଶଲୋମନର ଦାସମାନଙ୍କର ବଂଶଧରମାନେ ହେଲେ:
ସୋଟୟ, ସୋଫେରତ, ପରିଦା,
58 ଯାଳା, ଦର୍କଣ, ଗିଦ୍ଦେଲ,
59 ଶଫଟିୟ, ହଟୀଲା, ପୋଖେରତ୍-ହତ୍ସବାୟିମ ଓ ଆମୋନ,
60 ମନ୍ଦିରର ସମୁଦାୟ ଦାସ ଓ ଶଲୋମନଙ୍କ ଦାସମାନଙ୍କର ବଂଶଧର 392 ଜଣ।
61 ତେଲମେଲହ, ତେଲ୍ହର୍ଶା, କଋବ୍, ଅଦ୍ଦନ ଓ ଇମ୍ମୋର, ଏସବୁ ସ୍ଥାନରୁ ଲୋକମାନେ ସବୁ ଆସିଲେ। ମାତ୍ର ସେମାନେ ଇସ୍ରାଏଲୀୟ ଲୋକମାନେ ବୋଲି ନିଜ ନିଜ ପିତୃ ପରିବାର ଓ ଗୋଷ୍ଠୀର ପ୍ରମାଣ ଦର୍ଶାଇ ପାରିଲେ ନାହିଁ। ସେହି ଲୋକମାନେ ହେଲେ ଏହିମାନେ।
62 ଦଲାୟ, ଟୋବିୟ ଓ ନକୋଦ ବଂଶଧର 642 ଜଣ।
63 ଯାଜକମାନଙ୍କ ପରିବାର ମଧ୍ୟରୁ
ହବାୟ, ହକୋସ ଓ ବର୍ସିଲ୍ଲୟର ବଂଶଧର। ଏହି ବର୍ସିଲ୍ଲୟ ଗିଲିୟଦୀୟ ବର୍ସିଲ୍ଲୟର ଏକ କନ୍ୟାକୁ ବିବାହ କରିବାରୁ ତାହାର ନାମ ଅନୁସାରେ ସେ ଖ୍ୟାତ ହେଲା।
64 ସେମାନେ ସେମାନଙ୍କର ପରିବାରର ଇତିହାସ ଖୋଜିଲେ, ସେମାନଙ୍କର ମଧ୍ୟରେ ଯେଉଁମାନଙ୍କର ପୂର୍ବପୁରୁଷ ପଞ୍ଜିକୃତ ହୋଇଥିଲେ, ମାତ୍ର ସେମାନେ ପାଇଲେ ନାହିଁ। ତେଣୁ ସେମାନେ ଯାଜକତ୍ୱରୁ ଅଯୋଗ୍ୟ ଘୋଷିତ ହେଲେ। 65 ଶାସନକର୍ତ୍ତା ସେମାନଙ୍କୁ କହିଲେ, ଯେଉଁ ଊରୀମ୍ ଓ ତୁମ୍ମୀମ୍ ଧାରୀ ଯାଜକ ଉତ୍ପନ୍ନ ନ ହେବା ପର୍ଯ୍ୟନ୍ତ ତୁମ୍ଭେମାନେ ପବିତ୍ର ବସ୍ତୁ ଭୋଜନ କରିବ ନାହିଁ।
66 ଆଉ ସମସ୍ତ ସମାବେଶରେ 42,360 ଜଣ ଥିଲେ। 67 ଏହା ଛଡ଼ା ସେମାନଙ୍କ ଦାସଦାସୀ 7337 ଜଣ ଥିଲେ। ସେମାନଙ୍କର 245 ଜଣ ଗାୟକ ଗାୟୀକା ଥିଲେ। 68 ସେମାନଙ୍କର 736 ଅଶ୍ୱ, 245 ଖଚର, 69 435 ଓଟ, 6720 ଗଧ ଥିଲେ।
70 ପରିବାରର ପ୍ରଧାନମାନଙ୍କ ମଧ୍ୟରୁ କେହି କେହି ସେହି କର୍ମ ନିମନ୍ତେ ଦାନ କଲେ। ଶାସନକର୍ତ୍ତା 1000 ସ୍ୱର୍ଣ୍ଣମୁଦ୍ରା, ପଗ୍ଭଶ୍ କୁଣ୍ତ, 530 ଯାଜକୀୟ ବସ୍ତ୍ର ଦେଲା। 71 ଆଉ ପରିବାରର କେତେକ ପ୍ରଧାନ ଲୋକ କୋଷାଗାରକୁ 20,000 ସ୍ୱର୍ଣ୍ଣମୁଦ୍ରା ଓ 2200 ରୂପାମୁଦ୍ରା ଦେଲେ। 72 ଅନ୍ୟ ଲୋକ ସମସ୍ତେ ମିସିକି 20,000 ସ୍ୱର୍ଣ୍ଣମୁଦ୍ରା ଓ 2000 ରୂପାମୁଦ୍ରା ଓ ସତଷଠି ଯାଜକୀୟ ବସ୍ତ୍ର ଦେଲେ।
73 ଏହା ପରେ ଯାଜକମାନେ, ଲେବୀୟମାନେ, ଦ୍ୱାରପାଳମାନେ, ଗାୟକମାନେ ଓ ମନ୍ଦିରର ସେବକମାନେ ଓ ସମଗ୍ର ଇସ୍ରାଏଲୀୟ ନିଜ ନିଜ ନଗରରେ ବାସ କଲେ। ଏଣୁ ସପ୍ତମ ମାସରେ ସମସ୍ତ ଇସ୍ରାଏଲୀୟମାନେ ନିଜ ନିଜ ନଗରରେ ଥିଲେ।
22 “ହେ ଇସ୍ରାଏଲର ଲୋକମାନେ, ଏହିସବୁ କଥା ଶୁଣ: ନାଜରିତୀୟ ଯୀଶୁ ଜଣେ ବିଶିଷ୍ଟ ବ୍ୟକ୍ତି ଥିଲେ। ଯାହାଙ୍କୁ ଈଶ୍ୱର ପଠାଇ ଥିଲେ। ଯୀଶୁ ଯେଉଁସବୁ ଶକ୍ତିଶାଳୀ କାର୍ଯ୍ୟ ଏବଂ ଆଶ୍ଚର୍ଯ୍ୟ ଘଟଣା ସବୁ କରିଥିଲେ, ତାହାଦ୍ୱାରା ପରମେଶ୍ୱର ତୁମ୍ଭମାନଙ୍କ ନିକଟରେ ଏହା ପ୍ରମାଣିତ କରିଛନ୍ତି। 23 ତୁମ୍ଭେମାନେ ସମସ୍ତେ ଏସବୁ ଦେଖିଛ ଓ ଏସବୁ ଯେ ନିରାଟ ସତ୍ୟ ତାହା ଜାଣିଛ। ଏହି ଯୀଶୁଙ୍କୁ ଈଶ୍ୱର ନିଶ୍ଚିତ ଯୋଜନା ଓ ପୂର୍ବ ଜ୍ଞାନ ଅନୁସାରେ ତୁମ୍ଭମାନଙ୍କୁ ସମର୍ପି ଦିଆ ଯାଇଥିଲା। କିନ୍ତୁ ତୁମ୍ଭେମାନେ ଦୁଷ୍ଟମାନଙ୍କ ସାହାଯ୍ୟରେ ତାହାଙ୍କୁ କ୍ରୁଶରେ ଚଢ଼ାଇ କଣ୍ଟା ବାଡ଼େଇ ହତ୍ୟା କରିଦେଲ। 24 କିନ୍ତୁ ଈଶ୍ୱର ଏସବୁ ଘଟିବ ବୋଲି ଆଗରୁ ଜାଣିଥିଲେ। ସେଥିପାଇଁ ସେ ଯୀଶୁଙ୍କୁ ମୃତ୍ୟୁର ବନ୍ଧନରୁ ମୁକ୍ତ କରି ତାହାଙ୍କୁ ପୁଣି ଉଠାଇଅଛନ୍ତି। ମୃତ୍ୟୁ ତାହାଙ୍କୁ ବାନ୍ଧି ରଖିପାରିଲା ନାହିଁ। 25 ଦାଉଦ ତାହାଙ୍କ ବିଷୟରେ କହିଥିଲେ,
‘ମୁଁ ସର୍ବଦା ପ୍ରଭୁଙ୍କୁ ମୋ’ ସମ୍ମୁଖରେ ଦେଖୁଥିଲି।
ସେ ମୋତେ ନିରାପଦରେ ରଖିବା ପାଇଁ ମୋର ଡାହାଣ ପାଖରେ ରହନ୍ତି।
26 ଏହା ଦ୍ୱାରା ମୋର ମନ ପ୍ରଫୁଲ୍ଲିତ ହେଲା
ଓ ମୋ’ ମୁହଁରୁ ଆନନ୍ଦପୂର୍ଣ୍ଣ କଥା ବାହାରିଲା।
27 ମୋ’ ଶରୀର ମଧ୍ୟ ଭରସାରେ ବଞ୍ଚି ରହିବ, ଯେହେତୁ ତୁମ୍ଭେ ମୋର ଆତ୍ମାକୁ ମୃତ୍ୟୁ ସ୍ଥାନରେ ଛାଡ଼ିଦେବ ନାହିଁ।
ତୁମ୍ଭେ ନିଜର ପବିତ୍ର ବ୍ୟକ୍ତିକୁ କବରରେ କ୍ଷୟ ହେବାକୁ ଦେବ ନାହିଁ।
28 ତୁମ୍ଭେ ମୋତେ ଜୀବନର ପଥ ଦେଖାଇ ଅଛ।
ତୁମ୍ଭ ଉପସ୍ଥିତିରେ ମୋତେ ବହୁତ ଆନନ୍ଦ ମିଳିବ।’(A)
29 “ହେ ମୋର ଭାଇମାନେ, ମୁଁ ବିଶ୍ୱାସର ସହିତ ଆମ୍ଭ ପୂର୍ବପୁରୁଷ ଦାଉଦଙ୍କ ବିଷୟରେ ତୁମ୍ଭମାନଙ୍କୁ କହି ପାରିବି। ସେ ମୃତ୍ୟୁବରଣ କରି କବରସ୍ଥ ହୋଇଛନ୍ତି, ଏବଂ ତାହାଙ୍କର ଏହି କବର ଅଦ୍ୟାବଧି ଆମ୍ଭ ନିକଟରେ ଅଛି। 30 ଦାଉଦ ଜଣେ ଭାବବାଦୀ ଥିଲେ। ସେ ଜାଣିଥିଲେ, ପରମେଶ୍ୱର ତାହାଙ୍କ ପାଖରେ ପ୍ରତିଜ୍ଞା କରିଥିଲେ ଯେ, ସେ ତାହାଙ୍କ ବଂଶଧର ମଧ୍ୟରୁ ଜଣଙ୍କୁ ତାହାଙ୍କ ସିଂହାସନରେ ବସାଇବେ। 31 ଏଣୁ ଭବିଷ୍ୟତରେ ଯାହା ଘଟିବ, ତାହା ଦାଉଦ ପୂର୍ବରୁ ଜାଣିପାରି ଖ୍ରୀଷ୍ଟଙ୍କ ପୁନରୁତ୍ଥାନ ସମ୍ପର୍କରେ କହିଥିଲେ,
‘ତାହାଙ୍କୁ ମୃତ୍ୟୁର ସ୍ଥାନରେ ଛାଡ଼ି ଦିଆ ଯାଇ ନାହିଁ
ଓ ତାହାଙ୍କର ଦେହ କବରରେ ପଚିସଢ଼ି ଯାଇ ନାହିଁ।’
ଦାଉଦ ଏହି ସ୍ଥାନରେ ଯୀଶୁ ଖ୍ରୀଷ୍ଟଙ୍କର ମୃତମାନଙ୍କ ମଧ୍ୟରୁ ପୁନରୁତ୍ଥାନ ସମ୍ବନ୍ଧରେ କହିଥିଲେ। 32 ଏହି ଯୀଶୁଙ୍କୁ ଈଶ୍ୱର ଯେ ମୃତ୍ୟୁରୁ ଉଠାଇଛନ୍ତି, ଆମ୍ଭେମାନେ ସେଥିରେ ନିଜେ ସାକ୍ଷୀ ଅଟୁ। 33 ଯୀଶୁଙ୍କୁ ସ୍ୱର୍ଗକୁ ଉଠାଇ ନିଆ ଯାଇଛି। ସେ ବର୍ତ୍ତମାନ ଈଶ୍ୱରଙ୍କର ଡାହାଣ ପଟେ ଅଛନ୍ତି। ପରମପିତା ଯୀଶୁଙ୍କୁ ପବିତ୍ରଆତ୍ମା ଦେଇଛନ୍ତି। ଈଶ୍ୱର ଏହି ପବିତ୍ରଆତ୍ମା ଦେବା ପାଇଁ ଆଗରୁ ଶପଥ କରିଥିଲେ। ତେଣୁ ଯୀଶୁ ପବିତ୍ରଆତ୍ମାଙ୍କୁ ଢାଳି ଦେଉଛନ୍ତି। ବର୍ତ୍ତମାନ ତୁମ୍ଭେମାନେ ଏହା ଦେଖୁଅଛ ଓ ଶୁଣୁଅଛ। 34 ଦାଉଦ ସ୍ୱର୍ଗ ଆରୋହଣ କରି ନାହାନ୍ତି। କିନ୍ତୁ ଯୀଶୁ ସ୍ୱର୍ଗ ଆରୋହଣ କରିଛନ୍ତି। ଦାଉଦ ନିଜେ ଏହିକଥା କହିଛନ୍ତି:
‘ପ୍ରଭୁ ମୋର ପ୍ରଭୁଙ୍କୁ କହିଲେ:
35 ମୁଁ ତୁମ୍ଭର ଶତ୍ରୁମାନଙ୍କୁ ତୁମ୍ଭର ପାଦ ତଳକୁ ନ ଆଣିବା ପର୍ଯ୍ୟନ୍ତ
ତୁମ୍ଭେ ମୋର ଡାହାଣ ପଟେ ବସିଥାଅ।’ (B)
36 “ତେଣୁ ଇସ୍ରାଏଲର ସମସ୍ତେ ଏହା ଭଲ ଭାବରେ ଜାଣନ୍ତୁ ଯେ, ଏହି ଯେଉଁ ଯୀଶୁଙ୍କୁ ତୁମ୍ଭେମାନେ କ୍ରୁଶରେ ବିଦ୍ଧ କରିଛ, ଈଶ୍ୱର ତାହାଙ୍କୁ ପ୍ରଭୁ ଓ ମଶୀହ ପଦରେ ନିଯୁକ୍ତ କରିଛନ୍ତି।”
37 ଲୋକମାନେ ଏପ୍ରକାର କଥା ଶୁଣି ବହୁତ ଦୁଃଖିତ ହେଲେ। ସେମାନେ ପିତର ଓ ଅନ୍ୟ ପ୍ରେରିତମାନଙ୍କୁ ପଗ୍ଭରିଲେ, “ଭାଇମାନେ, ଆମ୍ଭେ କ’ଣ କରିବା?”
38 ପିତର ସେମାନଙ୍କୁ କହିଲେ, “ତୁମ୍ଭେମାନେ ତୁମ୍ଭମାନଙ୍କର ହୃଦୟ ଓ ଜୀବନ ପରିବର୍ତ୍ତନ କର। ତୁମ୍ଭମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କୁ ନିଜ ପାପ କ୍ଷମା ପାଇବା ନିମନ୍ତେ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ବାପ୍ତିସ୍ମ ନେବାକୁ ପଡ଼ିବ। ତେବେ ତୁମ୍ଭେମାନେ ପବିତ୍ରଆତ୍ମାର ଦାନ ପାଇବ। 39 ଏହି ପ୍ରତିଜ୍ଞା ତୁମ୍ଭମାନଙ୍କ ପାଇଁ ଦିଆଯାଇଛି। ଆହୁରି ମଧ୍ୟ ଏହା ତୁମ୍ଭର ପିଲାମାନଙ୍କ ପାଇଁ ଓ ଯେଉଁମାନେ ବହୁତ ଦୂରରେ ଅଛନ୍ତି ସେମାନଙ୍କ ପାଇଁ ଦିଆଯାଇଛି। ଯେଉଁମାନଙ୍କୁ ଈଶ୍ୱର ଆମ୍ଭମାନଙ୍କ ପ୍ରଭୁ, ଡାକନ୍ତି ସେ ସମସ୍ତଙ୍କ ପାଇଁ ଏହି ପ୍ରତିଜ୍ଞା ଦିଆଯାଇଛି।”
40 ପିତର ସେମାନଙ୍କୁ ଚେତନା ଦେଇ କହିଲେ, “ବର୍ତ୍ତମାନ ଏହି ମନ୍ଦ ଲୋକମାନଙ୍କଠାରୁ ନିଜକୁ ରକ୍ଷାକର।” 41 ଯେଉଁମାନେ ତାହାଙ୍କର ଏହି କଥା ଗ୍ରହଣ କଲେ ସେମାନେ ବାପ୍ତିଜିତ ହେଲେ। ସେଦିନ ସେହି ବିଶ୍ୱାସୀ ଦଳ ସହିତ ଆହୁରି ପ୍ରାୟ ତିନି ହଜାର ଲୋକ ଯୋଗଦେଲେ।
ବିଶ୍ୱାସୀମାନଙ୍କର ପରସ୍ପର ସହଭାଗିତା
42 ବିଶ୍ୱାସୀ ଲୋକମାନେ ଏକାଠି ମିଳିତ ହେବାକୁ ଲାଗିଲେ। ପ୍ରେରିତମାନଙ୍କ ଉପଦେଶ ଶୁଣିବାକୁ ସେମାନେ ସେମାନଙ୍କର ସମୟ ଦେଲେ। ବିଶ୍ୱାସୀମାନେ ପରସ୍ପରର ସହଭାଗୀ ହେଲେ। ସେମାନେ ରୋଟୀ ବାଣ୍ଟି ଖାଇବାରେ ଏବଂ ପ୍ରାର୍ଥନା କରିବାରେ ସମୟ ଦେଲେ। 43 ପ୍ରେରିତମାନେ ବହୁତ ଶକ୍ତିଶାଳୀ ଓ ବହୁତ ଆଶ୍ଚର୍ଯ୍ୟପୂର୍ଣ୍ଣ କାର୍ଯ୍ୟ କରୁଥିଲେ। ପ୍ରତ୍ୟେକ ଲୋକର ଈଶ୍ୱରଙ୍କ ପ୍ରତି ଅତି ଭକ୍ତି ଥିଲା। 44 ସମସ୍ତ ବିଶ୍ୱାସୀମାନେ ଏକାଠି ରହିଲେ ଏବଂ ସେମାନଙ୍କ ପାଖରେ ଯାହାସବୁ ଥିଲା, ସେଥିରେ ସମସ୍ତେ ଭାଗୀଦାର ହେଲେ। 45 ସେମାନେ ନିଜ ନିଜର ସବୁ ସମ୍ପତ୍ତି ଓ ଜିନିଷପତ୍ର ବିକି ଦେଲେ ଓ ସମସ୍ତ ଲୋକମାନଙ୍କୁ ସେମାନଙ୍କ ନିଜ ନିଜ ଆବଶ୍ୟକତା ଅନୁସାରେ ବାଣ୍ଟି ଦେଲେ। 46 ପ୍ରତିଦିନ ସେମାନେ ଏକାଠି ହୋଇ ଉପାସନା ମନ୍ଦିରରେ ପରସ୍ପରକୁ ଭେଟୁଥିଲେ। ସେ ସମସ୍ତଙ୍କର ଲକ୍ଷ୍ୟ ଏକ ଥିଲା। ସେମାନେ ସେମାନଙ୍କ ଘରେ ଏକତ୍ର ଖାଉଥିଲେ, ଏବଂ ଆନନ୍ଦପୂର୍ଣ୍ଣ ହୃଦୟରେ ପରସ୍ପରକୁ ଏଥିର ଅଂଶୀ କରାଉଥିଲେ। 47 ବିଶ୍ୱାସୀମାନେ ଈଶ୍ୱରଙ୍କର ପ୍ରଶଂସା କଲେ। ସବୁ ଲୋକମାନେ ସେମାନଙ୍କୁ ଭଲ ପାଉଥିଲେ। ପ୍ରତିଦିନ ଅଧିକରୁ ଅଧିକ ଲୋକ ପରିତ୍ରାଣ ପାଉଥିଲେ। ପରିତ୍ରାଣ ପାଉଥିବା ଲୋକମାନଙ୍କୁ ପ୍ରଭୁ ବିଶ୍ୱାସୀମାନଙ୍କ ଦଳରେ ସଂଯୁକ୍ତ କରୁଥିଲେ।
2010 by World Bible Translation Center