Print Page Options
Previous Prev Day Next DayNext

Old/New Testament

Each day includes a passage from both the Old Testament and New Testament.
Duration: 365 days
Oriya Bible: Easy-to-Read Version (ERV-OR)
Version
ବଂଶାବଳୀର ଦ୍ୱିତୀୟ ପୁସ୍ତକ 19-20

19 ଯିହୁଦାର ରାଜା ଯିହୋଶାଫଟ୍ ନିରାପଦରେ ଯିରୁଶାଲମରେ ନିଜ ଗୃହକୁ ଫେରି ଆସିଲେ। ଦ୍ରଷ୍ଟା ଯେହୂ ଯିହୋଶାଫ‌ଟଙ୍କୁ ଭେଟିବାକୁ ଗଲେ। ଯେହୂଙ୍କର ପିତାଙ୍କର ନାମ ହନାନି ଥିଲା। ଯେହୂ ରାଜା ଯିହୋଶାଫ‌ଟଙ୍କୁ କହିଲେ, “ତୁମ୍ଭେ କାହିଁକି ଦୁଷ୍ଟ ଲୋକମାନଙ୍କୁ ସାହାଯ୍ୟ କଲ? ସଦାପ୍ରଭୁ ଯେଉଁ ଲୋକମାନଙ୍କୁ ଘୃଣା କରନ୍ତି, ତୁମ୍ଭେ କାହିଁକି ସେହି ଲୋକମାନଙ୍କୁ ପ୍ରେମ କଲ? ସେଥିନିମନ୍ତେ ସଦାପ୍ରଭୁ ତୁମ୍ଭ ଉପରେ କ୍ରୋଧ କରିଅଛନ୍ତି। କିନ୍ତୁ ତୁମ୍ଭେ ଜୀବନରେ କେତେକ ଉତ୍ତମ ବିଷୟ କରିଅଛ। ତୁମ୍ଭେ ଏହି ଦେଶରୁ ଆଶେରା ସ୍ତମ୍ଭଗୁଡ଼ିକୁ ଧ୍ୱଂସ କରି ଦେଇଅଛ ଓ ତୁମ୍ଭେ ପରମେଶ୍ୱରଙ୍କର ଅନୁଗମନ କରିବା ନିମନ୍ତେ ତୁମ୍ଭ ଅନ୍ତରରେ ସିଦ୍ଧାନ୍ତ ନେଇଅଛ।”

ଯିହୋଶାଫଟ୍ ବିଗ୍ଭରାକର୍ତ୍ତାମାନଙ୍କର ମନୋନୟନ କରନ୍ତି

ଯିହୋଶାଫଟ୍ ଯିରୁଶାଲମରେ ବାସ କରୁଥିଲେ। ସେ ବେ‌ର୍‌ଶେବାର ଲୋକମାନଙ୍କ ମଧ୍ୟରୁ ଇଫ୍ରୟି‌ମ୍‌‌ର ପାର୍ବତ୍ୟମୟ ଦେଶକୁ ବାହାରି ଗଲେ। ସଦାପ୍ରଭୁ ପରମେଶ୍ୱରଙ୍କ ନିକଟକୁ ସେହି ଲୋକମାନଙ୍କୁ ଯିହୋଶାଫଟ୍ ପୁଣି ଫେରାଇ ଆଣିଲେ, ଯିଏ କି ସେମାନଙ୍କର ପୂର୍ବପୁରୁଷଗଣଙ୍କର ଅନୁସରଣ କରୁଥିଲେ। ଯିହୋଶାଫଟ୍ ଯିହୁଦାର ସମସ୍ତ ନଗରରେ ବିଗ୍ଭରକର୍ତ୍ତାମାନଙ୍କୁ ନିଯୁକ୍ତ କଲେ। ଯିହୁଦାର ପ୍ରତିଟି ସୁଦୃଢ଼ ଦୁର୍ଗରେ ରହିବା ନିମନ୍ତେ ସେ ବିଗ୍ଭରକର୍ତ୍ତାମାନଙ୍କୁ ନିଯୁକ୍ତ କଲେ। ଯିହୋଶାଫଟ୍ ଏହି ବିଗ୍ଭରକର୍ତ୍ତାମାନଙ୍କୁ କହିଲେ, “ତୁମ୍ଭେମାନେ ଯାହା କହୁଅଛ, ସେ ବିଷୟରେ ବିଶେଷ ସାବଧାନ ହୁଅ, କାରଣ ଲୋକମାନେ ବିଗ୍ଭର କଲା ପରି ତୁମ୍ଭେମାନେ ନିଶ୍ଚିତ ସେପରି ବିଗ୍ଭର କରିବ ନାହିଁ, କିନ୍ତୁ ସଦାପ୍ରଭୁଙ୍କ ପରି କରିବ। ଯେତେବେଳେ ତୁମ୍ଭେମାନେ ଗୋଟିଏ ନିଷ୍ପତ୍ତି ନେବ, ସେତେବେଳେ ସଦାପ୍ରଭୁ ତୁମ୍ଭ ସହିତ ଥିବେ। ବର୍ତ୍ତମାନ ତୁମ୍ଭେମାନେ ପ୍ରତ୍ୟେକ ସଦାପ୍ରଭୁଙ୍କୁ ନିତାନ୍ତ ଭୟ କରିବ। ଆମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ୱର ନ୍ୟାୟବାନ ଅଟନ୍ତି, ତେଣୁ ତୁମ୍ଭେମାନେ ଯାହା କର, ସେ ବିଷୟରେ ବିଶେଷ ସାବଧାନ ହୁଅ। ସଦାପ୍ରଭୁ କୌଣସି ମନୁଷ୍ୟକୁ ଅନ୍ୟମାନଙ୍କ ଅପେକ୍ଷା ଅଧିକ ଗୁରୁତ୍ୱ ଦିଅନ୍ତି ନାହିଁ। ଆଉ, ସେ ତାଙ୍କର ନିଷ୍ପତ୍ତି ବଦଳାଇବାକୁ ଲାଞ୍ଚ ନିଅନ୍ତି ନାହିଁ।”

ଯିରୁଶାଲମରେ ଯିହୋଶାଫଟ୍ କେତେକ ଲେବୀୟ, ଯାଜକ ଓ ଇସ୍ରାଏଲୀୟ ବଂଶର ନେତାମାନଙ୍କୁ ବିଗ୍ଭରକର୍ତ୍ତା ରୂପେ ମନୋନୀତ କଲେ। ଯିରୁଶାଲମର ଲୋକମାନଙ୍କର ସମସ୍ୟା ସମାଧାନ କରିବା ନିମନ୍ତେ ଏହି ଲୋକମାନଙ୍କୁ ସଦାପ୍ରଭୁଙ୍କ ନିୟମ ବ୍ୟବହାର କରିବାର ଥିଲା। ଯିହୋଶାଫଟ୍ ସେମାନଙ୍କୁ କେତେକ ଆଦେଶ ଦେଲେ। ଯିହୋଶାଫଟ୍ କହିଲେ, “ତୁମ୍ଭେମାନେ ତୁମ୍ଭମାନଙ୍କର ସମସ୍ତ ଅନ୍ତଃକରଣ ସହିତ ବିଶ୍ୱସ୍ତ ଭାବରେ ସେବା କରିବ, ତୁମ୍ଭେମାନେ ସଦାପ୍ରଭୁଙ୍କୁ ଭୟ କରିବ। 10 ତୁମ୍ଭମାନଙ୍କ ନିକଟକୁ ହତ୍ୟା, ଆଇନ୍ ଅମାନ୍ୟ, ଶାସନ ଓ ଅନ୍ୟ ଆଇନ୍ ସମ୍ପର୍କିତ ମାମଲାମାନ ଆସିବ, ଏହିସବୁ ମାମଲା ଏହି ନଗରରେ ବାସ କରୁଥିବା ତୁମ୍ଭମାନଙ୍କର ଭ୍ରାତାମାନଙ୍କର ମଧ୍ୟରୁ ହିଁ ଆସିବ। ଏହିସବୁ ମାମଲାରେ ତୁମ୍ଭେମାନେ ଲୋକମାନଙ୍କୁ “ସଦାପ୍ରଭୁ”ଙ୍କ ବିରୁଦ୍ଧରେ ପାପ ନ କରିବା ନିମନ୍ତେ ସତର୍କ କରାଇଦେବ। ଯଦି ତୁମ୍ଭେମାନେ ବିଶ୍ୱସ୍ତ ଭାବେ ସେବା କରିବ ନାହିଁ, ତେବେ ତୁମ୍ଭ ବିରୁଦ୍ଧରେ ଓ ତୁମ୍ଭମାନଙ୍କ ଭ୍ରାତାମାନଙ୍କ ବିରୁଦ୍ଧରେ ସଦାପ୍ରଭୁଙ୍କ କୋପ ବର୍ତ୍ତିବ। ଏହିପରି କର, ତେବେ ତୁମ୍ଭେମାନେ ଦୋଷୀ ହେବ ନାହିଁ।

11 “ଅମରିୟ ପ୍ରଧାନ ଯାଜକ ଅଟନ୍ତି। ସଦାପ୍ରଭୁଙ୍କ ସମ୍ପର୍କୀତ ସମସ୍ତ ବିଷୟରେ ସେ ତୁମ୍ଭମାନଙ୍କର ମାଲିକ ହେବେ। ଆଉ ରାଜାଙ୍କ ସମ୍ପର୍କୀତ ସମସ୍ତ ବିଷୟରେ ସବଦିୟ ତୁମ୍ଭମାନଙ୍କର ମାଲିକ ହେବେ। ସବଦିୟଙ୍କ ପିତାଙ୍କର ନାମ ଇ‌ଶ୍‌ମାୟେଲ ଅଟେ। ସବଦିୟ ଯିହୁଦା ଗୋଷ୍ଠୀର ଜଣେ ନେତା ଅଟନ୍ତି। ଆହୁରି ମଧ୍ୟ, ଲେବୀୟମାନେ ତୁମ୍ଭମାନଙ୍କୁ ସାହାଯ୍ୟ କରିବେ ଯାହା ତୁମ୍ଭର ଦରକାର। ତୁମ୍ଭେମାନେ ସମସ୍ତ କାର୍ଯ୍ୟ ସାହସର ସହିତ କର। ଯେଉଁମାନେ ଯଥାର୍ଥ କର୍ମ କରନ୍ତି, ସଦାପ୍ରଭୁ ସେମାନଙ୍କର ସହିତ ରହନ୍ତି।”

ଯିହୋଶାଫଟ୍ ଯୁଦ୍ଧର ସମ୍ମୁଖୀନ ହେଲେ

20 ପରେ ମୋୟାବୀୟ, ଅମ୍ମୋନୀୟ ଓ କେତେକ ଅମ୍ମୋନୀୟ ଲୋକ ଯିହୋଶାଫ‌ଟଙ୍କ ସହିତ ଯୁଦ୍ଧ କରିବାକୁ ଆସିଲେ। କିଛି ଲୋକ ଆସି ଯିହୋଶାଫ‌ଟଙ୍କୁ କହିଲେ, “ଇଦୋମରୁ ତୁମ୍ଭ ବିରୁଦ୍ଧରେ ଏକ ବୃହତ୍ ସୈନ୍ୟଦଳ ଆସୁଛନ୍ତି। ସେମାନେ ମୃତସାଗରର ଅପର ପାର୍ଶ୍ୱରୁ ଆସୁଅଛନ୍ତି। ସେମାନେ ହତସସୋନ୍-ତାମରରେ ଆସି ପୁରାପୁରି ପହଞ୍ଚି ସାରିଲେଣି।” (ହତସସୋନ୍-ତାମରକୁ ଐନ୍ ଗଦୀ ବୋଲି ମଧ୍ୟ କୁହାଯାଉଥିଲା।) ଯିହୋଶାଫଟ୍ ଏହା ଶୁଣି ଭୟଭୀତ ହୋଇପଡ଼ିଲେ ଓ କ’ଣ କରିବାକୁ ହେବ, ତାହା ସଦାପ୍ରଭୁଙ୍କୁ ପଗ୍ଭରିବା ନିମନ୍ତେ ସ୍ଥିର କଲେ, ସେ ସାରା ଯିହୁଦାରେ ଉପବାସର ସମୟ ଘୋଷଣା କଲେ। ଯିହୁଦାର ଲୋକମାନେ ସଦାପ୍ରଭୁଙ୍କୁ ସାହାଯ୍ୟ ମାଗିବା ନିମନ୍ତେ ଏକତ୍ର ହେଲେ। ସେମାନେ ସଦାପ୍ରଭୁଙ୍କଠାରୁ ସାହାଯ୍ୟ ଲୋଡ଼ିବାକୁ ଯିହୁଦାର ସବୁ ସହରରୁ ବାହାରି ଆସିଲେ। ସଦାପ୍ରଭୁଙ୍କ ମନ୍ଦିରର ନୂତନ ପ୍ରାଙ୍ଗଣ ସମ୍ମୁଖରେ ଯିହୋଶାଫଟ୍ ଉପସ୍ଥିତ ଥିଲେ। ସେ ଯିହୁଦା ଓ ଯିରୁଶାଲମର ଲୋକମାନଙ୍କ ମଧ୍ୟରୁ ଉଠି ଠିଆ ହେଲେ। ସେ କହିଲେ,

“ହେ ଆମ୍ଭମାନଙ୍କ ପୂର୍ବପୁରୁଷମାନଙ୍କର ସଦାପ୍ରଭୁ ପରମେଶ୍ୱର, ତୁମ୍ଭେ ସ୍ୱର୍ଗସ୍ଥ ପରମେଶ୍ୱର ଅଟ। ତୁମ୍ଭେ ସବୁ ଜାତି ଓ ସବୁ ରାଜ୍ୟ ଉପରେ ରାଜତ୍ୱ କର। ତୁମ୍ଭର ପରାକ୍ରମ ଓ ଶକ୍ତି ଅଛି। କୌଣସି ବ୍ୟକ୍ତି ତୁମ୍ଭ ବିରୁଦ୍ଧରେ ଠିଆ ହୋଇ ନ ପାରେ। ତୁମ୍ଭେ ଆମ୍ଭମାନଙ୍କର ପରମେଶ୍ୱର ଅଟ। ତୁମ୍ଭେ ଏହି ଦେଶର ଲୋକମାନଙ୍କୁ ବଳପୂର୍ବକ ତଡ଼ି ଦେଲ। ତୁମ୍ଭେ ଏହି କର୍ମ ତୁମ୍ଭର ଲୋକ ଇସ୍ରାଏଲର ସମ୍ମୁଖରେ କଲ। ତୁମ୍ଭେ ଅନନ୍ତକାଳ ନିମନ୍ତେ ଅବ୍ରହାମଙ୍କ ବଂଶଧରମାନଙ୍କୁ ଏହି ଦେଶ ଦେଇଅଛ। ଅବ୍ରହାମ ତୁମ୍ଭର ବନ୍ଧୁ ଥିଲେ। ଅବ୍ରହାମଙ୍କ ବଂଶଧରମାନେ ଏହି ଦେଶରେ ବାସ କଲେ ଓ ତୁମ୍ଭ ନାମରେ ଗୋଟିଏ ମନ୍ଦିର ନିର୍ମାଣ କଲେ। ସେମାନେ କହିଲେ, ‘ଯଦି ଆମ୍ଭମାନଙ୍କ ପ୍ରତି କୌଣସି ବିପଦ ଯେପରି ‌‌ଖ‌ଡ଼୍‌ଗ, ଦଣ୍ଡ, ରୋଗ ବା ମରୁଡ଼ି ଘଟେ, ତେବେ ଆମ୍ଭେମାନେ ଏହି ମନ୍ଦିର ସମ୍ମୁଖରେ ଓ ତୁମ୍ଭ ସମ୍ମୁଖରେ ଠିଆ ହେବୁ। ଏହି ମନ୍ଦିର ତୁମ୍ଭର ନାମ ବହନ କରେ, ଯେତେବେଳେ ଆମ୍ଭେମାନେ ବିପଦରେ ପଡ଼ୁ, ସେତେବେଳେ ତୁମ୍ଭ ନିକଟରେ ଡାକ ପକାଇବୁ। ତା’ପରେ ତୁମ୍ଭେ ଆମ୍ଭମାନଙ୍କ ଡାକ ଶୁଣିବ ଓ ଆମ୍ଭମାନଙ୍କୁ ଉଦ୍ଧାର କରିବ।’

10 “କିନ୍ତୁ ଦେଖ, ବର୍ତ୍ତମାନ ଏହି ସ୍ଥାନରେ ଅମ୍ମୋନ, ମୋୟାବ୍ ଓ ସେୟୀର ପର୍ବତ ନିକଟର ଲୋକମାନେ ଉପସ୍ଥିତ ହୋଇଛନ୍ତି। ଇସ୍ରାଏଲ ଲୋକମାନେ ଯେତେବେଳେ ମିଶରରୁ ବାହାରି ଆସିଲେ, ତୁମ୍ଭେ ସେମାନଙ୍କୁ ସେମାନଙ୍କର ଦେଶରେ ପ୍ରବେଶ କରିବାକୁ ଦେଲ ନାହିଁ। ତେଣୁ ଇସ୍ରାଏଲର ଲୋକମାନେ ପଳାଇଗଲେ ଓ ସେହି ଲୋକମାନଙ୍କୁ ମଧ୍ୟ ବିନଷ୍ଟ କଲ ନାହିଁ। 11 କିନ୍ତୁ ଦେଖ, ସେଥିପାଇଁ ସେମାନେ ଆମ୍ଭମାନଙ୍କୁ କିପରି ପାରିଶ୍ରମିକ ଦେଉଛନ୍ତି। ସେମାନେ ଆମ୍ଭମାନଙ୍କୁ ତୁମ୍ଭ ଦେଶରୁ ବଳପୂର୍ବକ ବାହାର କରିଦେବାକୁ ଆସିଛନ୍ତି। ତୁମ୍ଭେ ଏହି ଦେଶ ଆମ୍ଭମାନଙ୍କୁ ଦେଇଥିଲ। 12 ହେ ଆମ୍ଭମାନଙ୍କର ପରମେଶ୍ୱର, ସେହି ଲୋକମାନଙ୍କୁ ଦଣ୍ଡ ଦିଅ। ଏହି ଯେଉଁ ବୃହତ୍ ସୈନ୍ୟଦଳ ଆମ୍ଭମାନଙ୍କ ବିରୁଦ୍ଧରେ ଆସୁଛନ୍ତି, ସେମାନଙ୍କ ବିରୁଦ୍ଧରେ ଆମ୍ଭମାନଙ୍କର କୌଣସି ଶକ୍ତି ନାହିଁ। କ’ଣ କରିବାକୁ ହେବ, ତାହା ଆମ୍ଭେମାନେ ଜାଣି ନାହୁଁ। ସେଥିନିମନ୍ତେ ଆମ୍ଭେମାନେ ତୁମ୍ଭର ସାହାଯ୍ୟ ଲୋଡ଼ୁଅଛୁ।”

13 ଯିହୁଦାର ସମସ୍ତ ଲୋକ ସେମାନଙ୍କ ଶିଶୁ, ସ୍ତ୍ରୀ ଓ ସନ୍ତାନମାନଙ୍କୁ ନେଇ ସମ୍ମୁଖରେ ଠିଆ ହୋଇଥିଲେ। 14 ଏହା ପରେ ସଦାପ୍ରଭୁଙ୍କ ଆତ୍ମା ମଣ୍ଡଳୀ ମଧ୍ୟରେ ଯିୟୟେଲଙ୍କ ଉପରେ ଅଧିଷ୍ଠିତ ହେଲେ। ଯିୟୟେଲ ଯିଖରିୟଙ୍କ ପୁତ୍ର ଥିଲେ। ଯିଖରିୟ ବନାୟଙ୍କ ପୁତ୍ର ଥିଲେ। ବନାୟ ଯହସୀୟେଲଙ୍କ ପୁତ୍ର ଥିଲେ। ଆଉ ଯହସୀୟେଲ ମତ୍ତାନିୟଙ୍କ ପୁତ୍ର ଥିଲେ। ଯିୟୟେଲ ଜଣେ ଲେବୀୟ ଓ ଆସଫଙ୍କ ବଂଶଧର ଥିଲେ। 15 ଯିୟୟେଲ କହିଲେ, “ରାଜା ଯିହୋଶାଫଟ୍, ଯିହୁଦା ଏବଂ ଯିରୁଶାଲମର ସମସ୍ତ ଲୋକ ମୋ’ କଥା ଶୁଣ। ସଦାପ୍ରଭୁ ତୁମ୍ଭକୁ ଏହିକଥା କହନ୍ତି: ‘ଏହି ବୃହତ୍ ସୈନ୍ୟଦଳ ବିଷୟରେ ଭୀତ କିମ୍ବା ବିବ୍ରତ ହୁଅ ନାହିଁ, କାରଣ ଏହି ଯୁଦ୍ଧ ତୁମ୍ଭର ଯୁଦ୍ଧ ନୁହେଁ, ଏହା ପରମେଶ୍ୱରଙ୍କର ଯୁଦ୍ଧ ଅଟେ। 16 ଆସନ୍ତାକାଲି, ତୁମ୍ଭେମାନେ ସେଠାକୁ ଓହ୍ଲାଇ ଯାଅ ଓ ସେହି ଲୋକମାନଙ୍କ ସହିତ ଯୁଦ୍ଧ କର। ସେମାନେ ସୀସ୍ ନାମକ ଗିରିପଥ ମଧ୍ୟଦେଇ ଆସିବେ। ତୁମ୍ଭେମାନେ ସେମାନଙ୍କୁ ଯେରୂୟେଲ ପ୍ରାନ୍ତର ନିକଟସ୍ଥ ଗିରିପଥ ନିକଟରେ, ଶେଷମୁଣ୍ଡରେ ପାଇବ। 17 ତୁମ୍ଭମାନଙ୍କର ଏହି ଯୁଦ୍ଧରେ ଯୁଦ୍ଧ କରିବା ଦରକାର ନାହିଁ। ତୁମ୍ଭେମାନେ ନିଜ ସ୍ଥାନରେ ଦୃଢ଼ ହୋଇ ଠିଆ ହୁଅ। ସଦାପ୍ରଭୁ ତୁମ୍ଭମାନଙ୍କୁ ଉଦ୍ଧାର କରିବେ, ଏହା ତୁମ୍ଭେମାନେ ନିଜେ ଦେଖିବ। ତୁମ୍ଭେ ଯିହୁଦା ଓ ଯିରୁଶାଲମର ଲୋକମାନେ, ଭୟ କର ନାହିଁ, ବିବ୍ରତ ହୁଅ ନାହିଁ। ସଦାପ୍ରଭୁ ତୁମ୍ଭମାନଙ୍କର ସଙ୍ଗରେ ଅଛନ୍ତି ଏଣୁ ଆସନ୍ତାକାଲି ଏହି ଲୋକମାନଙ୍କ ବିରୁଦ୍ଧରେ ବାହାରି ଯାଅ।’”

18 ଯିହୋଶାଫଟ୍ ତଳକୁ ମୁହଁ କରି ମଥା ନତ କଲେ। ଆଉ ଯିହୁଦାର ସମସ୍ତ ଲୋକ ଓ ଯିରୁଶାଲମବାସୀମାନେ ସମସ୍ତେ ସଦାପ୍ରଭୁଙ୍କ ସମ୍ମୁଖରେ ମଥାନତ କଲେ। ଆଉ ସେମାନେ ସମସ୍ତେ ସଦାପ୍ରଭୁଙ୍କର ସେବା କଲେ। 19 କହାତୀୟ ପରିବାରବର୍ଗର ଲେବୀୟମାନେ ଓ କୋରହ ଠିଆ ହୋଇ ଇସ୍ରାଏଲର ସଦାପ୍ରଭୁ ପରମେଶ୍ୱରଙ୍କର ପ୍ରଶଂସା ଗାନ କରିବାକୁ ଲାଗିଲେ। ସେମାନେ ଅତି ଉଚ୍ଚସ୍ୱରରେ ସଦାପ୍ରଭୁଙ୍କର ପ୍ରଶଂସା ଗାନ କରୁଥିଲେ।

20 ଯିହୋଶାଫ‌ଟଙ୍କ ସୈନ୍ୟଦଳ ପ୍ରଭାତରେ ତକୋୟର ମରୁଭୂମି ମଧ୍ୟକୁ ଯୁଦ୍ଧ ପାଇଁ ଯାତ୍ରା କଲେ। ସେମାନେ ଯାତ୍ରାରମ୍ଭ କରିବା ସମୟରେ ଯିହୋଶାଫଟ୍ ଉଠି ଠିଆ ହେଲେ ଓ କହିଲେ, “ଯିହୁଦା ଓ ଯିରୁଶାଲମର ସମସ୍ତ ଲୋକ ମୋ’ କଥା ଶୁଣ। ତୁମ୍ଭମାନଙ୍କ ସଦାପ୍ରଭୁ ପରମେଶ୍ୱରଙ୍କଠାରେ ବିଶ୍ୱାସ ରଖ, ତେବେ ତୁମ୍ଭେମାନେ ଦୃଢ଼ ରୂପେ ଠିଆ ହୋଇ ପାରିବ। ସଦାପ୍ରଭୁଙ୍କର ଭବିଷ୍ୟ‌ଦ୍‌ବକ୍ତାମାନଙ୍କଠାରେ ବିଶ୍ୱାସ ରଖ। ତୁମ୍ଭେମାନେ କୃତକାର୍ଯ୍ୟ ହେବ।”

21 ଯିହୋଶାଫଟ୍ ଲୋକମାନଙ୍କର ଉପଦେଶ ଶୁଣିଲେ। ଏହା ପରେ ସେ ଗାୟକମାନଙ୍କୁ ସଦାପ୍ରଭୁଙ୍କ ପ୍ରଶଂସା ଗାନ କରିବା ପାଇଁ ନିଯୁକ୍ତ କଲେ, ସେମାନେ ପବିତ୍ର ଗ୍ଭେଗା ପରିଧାନ କରିଥିଲେ। ସେମାନେ ସଦାପ୍ରଭୁଙ୍କର ପ୍ରଶଂସା ଗାନ କରି ସୈନ୍ୟଦଳର ସମ୍ମୁଖରେ ଯାତ୍ରା କଲେ। ଗାୟକମାନେ ଏହି ଗୀତ ଗାଉଥିଲେ,

“ସଦାପ୍ରଭୁଙ୍କୁ ଧନ୍ୟବାଦ ଦିଅ,
    କାରଣ ତାଙ୍କର ପ୍ରେମ ଅନନ୍ତକାଳସ୍ଥାୟୀ।”

22 ସେହି ଲୋକମାନେ ପରମେଶ୍ୱରଙ୍କର ପ୍ରଶଂସା ଓ ଗାନ କରିବା ସମୟରେ ସଦାପ୍ରଭୁ ଅମ୍ମୋନ, ମୋୟାବ ଓ ସେୟୀର ପାର୍ବତ୍ୟାଞ୍ଚଳର ଲୋକମାନଙ୍କର ଉପରେ ଅତର୍କିତ ଆକ୍ରମଣ କରାଇଲେ। ଯେଉଁ ଲୋକମାନେ ଯିହୁଦାକୁ ଆକ୍ରମଣ କରିବାକୁ ଆସିଥିଲେ, ସେମାନେ ପ୍ରହାରିତ ହେଲେ। 23 ଅମ୍ମୋନୀୟ ଓ ମୋୟାବୀୟମାନେ ସେୟୀର ପାର୍ବତ୍ୟାଞ୍ଚଳର ଲୋକଙ୍କ ବିରୁଦ୍ଧରେ ଯୁଦ୍ଧ କରିବା ଆରମ୍ଭ କରିଦେଲେ। ଅମ୍ମୋନୀୟ ଓ ମୋୟାବୀୟମାନେ ସେୟୀର ପାର୍ବତ୍ୟାଞ୍ଚଳର ଲୋକଙ୍କୁ ହତ୍ୟା ଓ ବିନାଶ କଲେ। ସେମାନେ ସେୟୀରର ଲୋକମାନଙ୍କୁ ହତ୍ୟା କରିବା ପରେ, ପରସ୍ପରକୁ ହତ୍ୟା କଲେ।

24 ଯିହୁଦାର ଲୋକେ ମରୁଭୂମିର ପ୍ରହରୀ ଦୁର୍ଗରେ ପହଞ୍ଚିଲେ। ସେମାନେ ଶତ୍ରୁ ପକ୍ଷର ବୃହତ୍ ସୈନ୍ୟଦଳକୁ ଖୋଜି ବୁଲିଲେ। କିନ୍ତୁ ସେମାନେ କେବଳ ମୃତ ଶରୀରଗୁଡ଼ିକୁ ଭୂମି ଉପରେ ପଡ଼ି ରହିଥିବାର ଦେଖିଲେ। ଜଣେ ସୁଦ୍ଧା ଜୀବିତ ନ ଥିଲା। 25 ଯିହୋଶାଫଟ୍ ଓ ତାଙ୍କର ସୈନ୍ୟଦଳ ମୃତ ଶରୀରଗୁଡ଼ିକ ନିକଟରୁ ବହୁମୂଲ୍ୟ ପଦାର୍ଥସବୁ ଲୁଟି ନେବାକୁ ଆସିଲେ। ସେମାନେ ଅନେକ ବହୁମୂଲ୍ୟ ଦ୍ରବ୍ୟ ପାଇଲେ। ଯିହୋଶାଫଟ୍ ଓ ତାଙ୍କର ସୈନ୍ୟଦଳ ସେହି ଦ୍ରବ୍ୟଗୁଡ଼ିକୁ ନିଜ ନିମନ୍ତେ ନେଲେ। ସେହି ଦ୍ରବ୍ୟଗୁଡ଼ିକ ଯିହୋଶାଫଟ୍ ଓ ତାଙ୍କ ଲୋକମାନଙ୍କର ବହନ କରିବାର ସାମର୍ଥ୍ୟଠାରୁ ଯଥେଷ୍ଟ ଅଧିକ ଥିଲା। ମୃତ ଶରୀରଗୁଡ଼ିକ ନିକଟରୁ ସେହି ବହୁମୂଲ୍ୟ ଦ୍ରବ୍ୟଗୁଡ଼ିକ କାଢ଼ିବା ନିମନ୍ତେ ସେମାନଙ୍କୁ ତିନି ଦିନ ଲାଗିଲା, କାରଣ ତାହା ପ୍ରଚୁର ଥିଲା। 26 ଚତୁର୍ଥ ଦିନ ଯିହୋଶାଫଟ୍ ଓ ତାଙ୍କର ସୈନ୍ୟଦଳ ବରାଖା ଉପତ୍ୟକାରେ ମିଳିତ ହେଲେ। ସେହି ସ୍ଥାନରେ ସେମାନେ ସଦାପ୍ରଭୁଙ୍କର ପ୍ରଶଂସା କଲେ। ତେଣୁ ସେହି ସ୍ଥାନର ନାମ ଆଜି ପର୍ଯ୍ୟନ୍ତ “ବରାଖା ଉପତ୍ୟକା” ହୋଇଅଛି।

27 ତା’ପରେ ଯିହୋଶାଫଟ୍ ଯିହୁଦା ଓ ଯିରୁଶାଲମର ସମସ୍ତ ଲୋକଙ୍କୁ ଫେରାଇ ଯିରୁଶାଲମ ନେଇଗଲେ। ପରମେଶ୍ୱର ସେମାନଙ୍କର ଶତ୍ରୁମାନଙ୍କୁ ଯାହା କରିଥିଲେ, ସେଥିରେ ସେମାନେ ବହୁତ ଖୁସୀ ହେଲେ। 28 ସେମାନେ ବୀଣା ବଜାଇ, ସୀତାର ବଜାଇ ଓ ତୂରୀ ବଜାଇ ସଦାପ୍ରଭୁଙ୍କର ମନ୍ଦିର ଯିରୁଶାଲମକୁ ଗଲେ।

29 ସଦାପ୍ରଭୁ ଇସ୍ରାଏଲର ଶତ୍ରୁମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାରୁ ସବୁ ଦେଶ ଓ ରାଜ୍ୟର ଲୋକମାନେ ସଦାପ୍ରଭୁଙ୍କୁ ଭୟ କଲେ। 30 ସେଥିନିମନ୍ତେ ଯିହୋଶାଫ‌ଟଙ୍କ ରାଜ୍ୟ ଶାନ୍ତି ଲାଭ କଲା। ଯିହୋଶାଫଟଙ୍କ ପରମେଶ୍ୱର ତାଙ୍କର ଚତୁର୍ଦ୍ଦିଗରେ ଶାନ୍ତି ପ୍ରଦାନ କଲେ।

ଯିହୋଶାଫ‌ଟଙ୍କ ଶାସନର ଶେଷ

31 ଯିହୋଶାଫଟ୍ ଯିହୁଦା ଉପରେ ରାଜତ୍ୱ କରିବାକୁ ଆରମ୍ଭ କଲେ, ଯେତେବେଳେ ସେ 35 ବର୍ଷ ବୟସ୍କ ହୋଇଥିଲେ। ସେ ଯିରୁଶାଲମରେ ପଚିଶ୍ ବର୍ଷ ରାଜତ୍ୱ କଲେ। ତାଙ୍କ ମାତାଙ୍କର ନାମ ଥିଲା ଅସୂବା। ଅସୂବା ଶି‌ଲ୍‌ହିରଙ୍କ କନ୍ୟା ଥିଲେ। 32 ଯିହୋଶାଫଟ୍ ତାଙ୍କର ପିତା ଆସାଙ୍କ ପରି ଉତ୍ତମ ପଥରେ ଜୀବନଯାପନ କଲେ। ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ଯଥାର୍ଥ, ଯିହୋଶାଫଟ୍ ସେହିପରି କର୍ମ କଲେ। 33 କିନ୍ତୁ ଉଚ୍ଚସ୍ଥାନଗୁଡ଼ିକ ଦୂରୀକୃତ ହୋଇ ନ ଥିଲା। ଆଉ ଲୋକମାନେ ସମ୍ପୂର୍ଣ୍ଣ ଭାବରେ ସେମାନଙ୍କ ପରମେଶ୍ୱରଙ୍କର ଅନୁଗାମୀ ହେଲେ ନାହିଁ, ଯାହାଙ୍କର ଅନୁଗାମୀ ତାଙ୍କ ପୂର୍ବପୁରୁଷମାନେ ହୋଇଥିଲେ।

34 ଯିହୋଶାଫଟ୍ ଆଉ ଯେଉଁସବୁ କର୍ମ କରିଥିଲେ, ସେହିସବୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ହନାନିଙ୍କ ପୁତ୍ର ଯେହୂଙ୍କର ସରକାରୀ ଦଲି‌ଲ୍‌ରେ ଲିପିବଦ୍ଧ ହୋଇ ରହିଅଛି। ଏହି ବିଷୟଗୁଡ଼ିକର ନକଲ କରାଗଲା ଓ ତାହାକୁ “ଇସ୍ରାଏଲର ରାଜାମାନଙ୍କର ଇତିହାସ” ପୁସ୍ତକରେ ଅନ୍ତର୍ଭୁକ୍ତ କରାଗଲା।

35 ପରେ, ଯିହୁଦାର ରାଜା ଯିହୋଶାଫଟ୍, ଇସ୍ରାଏଲର ରାଜା ଅହସିୟଙ୍କ ସହିତ ଏକ ଚୁକ୍ତି କଲେ। ଅହସିୟ ମନ୍ଦ କର୍ମ କଲେ। 36 ଯିହୋଶାଫଟ୍ ଅହସିୟଙ୍କ ସହିତ ମିଳି ତର୍ଶୀଶ୍ ସହରକୁ ଯାଉଥିବା ଜାହାଜମାନ ନିର୍ମାଣ କଲେ। ସେମାନେ ଇତ୍‌ସିୟୋନ-ଗେବର୍ ସହରରେ ଜାହାଜ ନିର୍ମାଣ କଲେ। 37 ଏହା ପରେ ଇଲୀୟେଷର ଯିହୋଶାଫ‌ଟଙ୍କ ବିରୁଦ୍ଧରେ ଭବିଷ୍ୟ‌ଦ୍‌ବାଣୀ କଲେ। ଇଲୀୟେଷରଙ୍କ ପିତାଙ୍କର ନାମ ଥିଲା ଦୋଦବାହୁ। ଇଲୀୟେଷର ମାରେଶା ସହରନିବାସୀ ଥିଲେ। ସେ କହିଲେ, “ଯିହୋଶାଫଟ୍, ତୁମ୍ଭେ ଅହସିୟଙ୍କ ସହିତ ଯୋଗ ଦେଲ, ଏଥିନିମନ୍ତେ ସଦାପ୍ରଭୁ ତୁମ୍ଭର ସମସ୍ତ କର୍ମ ନଷ୍ଟ କରିବେ।” ସବୁ ଜାହାଜଗୁଡ଼ିକ ଭାଙ୍ଗିଗଲା, ତେଣୁ ଯିହୋଶାଫଟ୍ ଓ ଅହସିୟ ସେଗୁଡ଼ିକୁ ତର୍ଶୀଶକୁ ପଠାଇ ପାରିଲେ ନାହିଁ।

ଯୋହନ ଲିଖିତ ସୁସମାଗ୍ଭର 13:21-38

ଯୀଶୁ ତାହାଙ୍କ ବିଶ୍ୱାସଘାତକ ବିଷୟରେ କହିଲେ(A)

21 ଯୀଶୁ ଏ କଥା କହିବା ପରେ ସେ ବହୁତ ଦୁଃଖିତ ହେଲେ। ସେ ମୁକ୍ତରେ କହିଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି, ତୁମ୍ଭମାନଙ୍କ ମଧ୍ୟରୁ ଜଣେ ମୋ’ ବିରୁଦ୍ଧରେ ଯିବ।”

22 ଯୀଶୁଙ୍କର ଶିଷ୍ୟମାନେ ସମସ୍ତେ ପରସ୍ପରକୁ ଗ୍ଭହିଁଲେ। ସେମାନେ ବୁଝି ପାରିଲେ ନାହିଁ ଯେ ଯୀଶୁ କାହା ବିଷୟରେ କହୁଛନ୍ତି। 23 ଯୀଶୁଙ୍କ ପାଖରେ ଆଉ ଜଣେ ଶିଷ୍ୟ ବସିଥିଲା। ଯୀଶୁ ତାହାକୁ ବହୁତ ଭଲ ପାଉଥିଲେ। 24 ଶିମୋନ ପିତର, ସେହି ଶିଷ୍ୟକୁ ଯୀଶୁ କାହା ସମ୍ବନ୍ଧରେ କହୁଛନ୍ତି ତାହା ତାହାଙ୍କୁ ପଗ୍ଭରିବା ପାଇଁ ଠାରିଲେ।

25 ସେ ଶିଷ୍ୟ ଜଣକ ଯୀଶୁଙ୍କର ବକ୍ଷସ୍ଥଳରେ ଆହୁରି ଆଉଜି ପଡ଼ି ପଗ୍ଭରିଲେ, “ପ୍ରଭୁ କିଏ ତୁମ୍ଭ ବିରୁଦ୍ଧରେ ଯିବ?”

26 ଯୀଶୁ ଉତ୍ତର ଦେଲେ, “ମୁଁ ଏହି ରୋଟୀ ଖଣ୍ଡିକ ପାତ୍ରରେ ବୁଡ଼େଇ ଯାହାକୁ ଦେବି, ସେହି ଲୋକ ମୋ’ ବିରୁଦ୍ଧରେ ଯିବ।” ତେଣୁ ଯୀଶୁ ଖଣ୍ଡେ ରୋଟୀ ନେଇ ପାତ୍ରରେ ବୁଡ଼ାଇଲେ ଓ ଶିମୋନଙ୍କ ପୁତ୍ର ଇଷ୍କାରିୟୋତ ଯିହୂଦାକୁ ଦେଲ। 27 ଯିହୂଦା ରୋଟୀ ନେଲା ବେଳେ ଶୟତାନ ତା’ ଭିତରେ ପ୍ରବେଶ କଲା। ଯୀଶୁ ଯିହୂଦାକୁ କହିଲେ, “ତୁମ୍ଭେ ଯାହା କରିବା କଥା, ତାହା ଶୀଘ୍ର କର।” 28 ଯୀଶୁ ଏ କଥା ଯିହୂଦାଙ୍କୁ କାହିଁକି କହିଲେ ତାହା ମେଜ ପାଖରେ ବସିଥିବା ଲୋକମାନଙ୍କ ଭିତରୁ କେହିହେଲେ ବୁଝି ପାରିଲେ ନାହିଁ। 29 ଯିହୂଦା ଦଳର ସାମୂହିକ ଟଙ୍କା-ବାକ୍ସ ନିଜ ପାଖରେ ରଖୁଥିଲା। ତେଣୁ କେତେକ ଶିଷ୍ୟ ଭାବିଲେ ଯେ ଯୀଶୁ ତାକୁ ପର୍ବ ପାଇଁ କିଛି କିଣିବାକୁ କହିଲେ। କିଅବା ସେମାନେ ଏ କଥା ମଧ୍ୟ ଭାବିଲେ, ଯୀଶୁ ବୋଧେ ଯିହୂଦାକୁ ଦରିଦ୍ରମାନଙ୍କୁ କିଛି ଦାନ ଦେବା ପାଇଁ କହିଲେ।

30 ଯିହୂଦା ଯୀଶୁ ଦେଇଥିବା ରୋଟୀ ଗ୍ରହଣ କଲେ। ତା’ପରେ ଯିହୂଦା ବାହାରି ଗ୍ଭଲିଗଲେ। ସେତେବେଳେ ରାତ୍ରି ହୋଇଥିଲା।

ଯୀଶୁ ନିଜର ମୃତ୍ୟୁ ବିଷୟରେ କହିଲେ

31 ଯିହୂଦା ଗଲାପରେ ଯୀଶୁ କହିଲେ, “ବର୍ତ୍ତମାନ ମନୁଷ୍ୟପୁତ୍ର ଗୌରବ ପାଉଛନ୍ତି। ପରମେଶ୍ୱର ମଧ୍ୟ ମନୁଷ୍ୟପୁତ୍ରଙ୍କ ଦ୍ୱାରା ଗୌରବ ପାଉଛନ୍ତି। 32 ଯଦି ପରମେଶ୍ୱର ତାହାଙ୍କ ମାଧ୍ୟମରେ ଗୌରବ ଅର୍ଜ୍ଜନ କରନ୍ତି, ତେବେ ପରମେଶ୍ୱର ତାହାଙ୍କଠାରେ ପୁତ୍ରଙ୍କୁ ଗୌରବ ଦେବେ। ସେ ତାହାଙ୍କୁ ଅତି ଶୀଘ୍ର ଗୌରବାନ୍ୱିତ କରିବେ।”

33 ଯୀଶୁ କହିଲେ, “ମୋର ସନ୍ତାନମାନେ, ମୁଁ ତୁମ୍ଭମାନଙ୍କ ସହିତ ମାତ୍ର ଅଳ୍ପ ସମୟ ପାଇଁ ରହିବି। ତୁମ୍ଭେ ମୋତେ ଖୋଜିବ। ମୁଁ ଯିହୂଦୀମାନଙ୍କୁ ଯାହା କହିଛି, ତାହା ମୁଁ ବର୍ତ୍ତମାନ ତୁମ୍ଭକୁ କହୁଛି। ମୁଁ ଯେଉଁଠିକୁ ଯାଉଛି, ତୁମ୍ଭେ ସେଠାକୁ ଆସିପାରିବ ନାହିଁ।

34 “ମୁଁ ତୁମ୍ଭକୁ ଗୋଟିଏ ନୂତନ ଆଜ୍ଞା ଦେଉଛି। ତୁମ୍ଭେମାନେ ପରସ୍ପରକୁ ପ୍ରେମ କର। ମୁଁ ତୁମ୍ଭମାନଙ୍କୁ ଯେପରି ପ୍ରେମ କରୁଛି, ତୁମ୍ଭେମାନେ ପରସ୍ପରକୁ ସେହିପରି ପ୍ରେମ କରିବା ଉଚିତ୍ । 35 ତୁମ୍ଭେ ଯଦି ପରସ୍ପରକୁ ପ୍ରେମ କରିବ, ତେବେ ସମସ୍ତେ ଜାଣିବେ ଯେ ତୁମ୍ଭେମାନେ ମୋର ଶିଷ୍ୟ।”

ଯୀଶୁ କହିଲେ ଯେ ପିତର ତାହାଙ୍କୁ ଅସ୍ୱୀକାର କରିବେ(B)

36 ଶିମୋନ ପିତର ଯୀଶୁଙ୍କୁ ପଗ୍ଭରିଲେ, “ପ୍ରଭୁ, ତୁମ୍ଭେ କେଉଁଆଡ଼େ ଯାଉଛ?”

ଯୀଶୁ ଉତ୍ତର ଦେଲେ “ମୁଁ ଯେଉଁଆଡ଼େ ଯାଉଛି ତୁମେ ମୋର ପଛେ ପଛେ ଏବେ ସେଠାକୁ ଯାଇ ପାରିବ ନାହିଁ। କିନ୍ତୁ ପରେ ତୁମେ ମୋର ଅନୁଗମନ କରିବ।”

37 ପିତର ପଗ୍ଭରିଲେ, “ପ୍ରଭୁ, ମୁଁ ବର୍ତ୍ତମାନ କାହିଁକି ତୁମ୍ଭର ପଛେ ପଛେ ଯାଇ ପାରିବି ନାହିଁ? ମୁଁ ତୁମ୍ଭ ପାଇଁ ମରିବାକୁ ମଧ୍ୟ ପ୍ରସ୍ତୁତ।”

38 ଯୀଶୁ ଉତ୍ତର ଦେଲେ, “ତୁମ୍ଭେ କ’ଣ ପ୍ରକୃତରେ ମୋ’ ପାଇଁ ଜୀବନ ଦେବ? ମୁଁ ତୁମ୍ଭକୁ ସତ୍ୟ କହୁଛି, କୁକୁଡ଼ା ଡାକିବା ପୂର୍ବରୁ ତୁମ୍ଭେ ମୋତେ ଚିହ୍ନି ନାହଁ ବୋଲି ତିନିଥର ଅସ୍ୱୀକାର କରିବ।”

Oriya Bible: Easy-to-Read Version (ERV-OR)

2010 by World Bible Translation Center