Old/New Testament
ରିହବିୟାମ୍ ମୂର୍ଖାମୀର କର୍ମ କରନ୍ତି
10 ରିହବିୟାମ୍ ଶିଖିମ୍ ସହରକୁ ଗଲେ, କାରଣ ଇସ୍ରାଏଲର ସମସ୍ତ ଲୋକ ତାଙ୍କୁ ରାଜା କରିବା ନିମନ୍ତେ ସେଠାକୁ ଯାଇଥିଲେ। 2 ରିହବିୟାମ୍ ମିଶରରେ ଥିଲେ, କାରଣ ସେ ରାଜା ଶଲୋମନଙ୍କଠାରୁ ପଳାୟନ କରିଥିଲେ। ଯାରବିୟାମ୍ ନବାଟଙ୍କ ପୁତ୍ର ଥିଲେ। ଯାରବିୟାମ୍ ଶୁଣିଲେ ଯେ, ରିହବିୟାମ୍ ନୂତନ ରାଜା ହେବାକୁ ଯାଉଅଛନ୍ତି। ତେଣୁ ଯାରବିୟାମ୍ ମିଶରରୁ ଫେରି ଆସିଲେ। 3 ଇସ୍ରାଏଲର ଲୋକମାନେ ଯାରବିୟାମଙ୍କ ସେମାନଙ୍କ ସଙ୍ଗରେ ଆସିବାକୁ ନିମନ୍ତ୍ରଣ ଜଣାଇଲେ।
ଏହା ପରେ ଯାରବିୟାମ୍ ଓ ଇସ୍ରାଏଲର ସମସ୍ତ ଲୋକ ରିହବିୟାମଙ୍କ ନିକଟକୁ ଗଲେ। ସେମାନେ ତାଙ୍କୁ କହିଲେ, “ରିହବିୟାମ୍, 4 ତୁମ୍ଭର ପିତା ଆମ୍ଭମାନଙ୍କ ଜୀବନକୁ ଅସହ୍ୟ କରିଛନ୍ତି। ଆମ୍ଭମାନଙ୍କୁ ତାହା ଏକ ଅତ୍ୟନ୍ତ ଭାରୀ ବୋଝ ବୋହିଲା ପରି ଲାଗୁଅଛି। ସେହି ବୋଝକୁ ଆମ୍ଭମାନଙ୍କ ନିମନ୍ତେ ହାଲୁକା କରିଦିଅ, ତେବେ ଆମ୍ଭେମାନେ ତୁମ୍ଭର ସେବା କରିବୁ।”
5 ରିହବିୟାମ୍ ସେମାନଙ୍କୁ କହିଲେ, “ମୋ’ ନିକଟକୁ ତିନି ଦିନ ପରେ ପୁନର୍ବାର ଆସ।” ତେଣୁ ଲୋକମାନେ ଫେରିଗଲେ।
6 ଏହା ପରେ ରାଜା ରିହବିୟାମ୍ ବୃଦ୍ଧ ବ୍ୟକ୍ତିମାନଙ୍କ ସହିତ କଥା ହେଲେ, ଯେଉଁମାନେ କି ଅତୀତରେ ତାଙ୍କର ପିତା ଶଲୋମନଙ୍କର ସେବା କରୁଥିଲେ। ରିହବିୟାମ୍ ସେମାନଙ୍କୁ କହିଲେ, “ଏହି ଲୋକମାନଙ୍କୁ କହିବା ନିମନ୍ତେ ଆପଣମାନେ ମୋତେ କେଉଁ ପରାମର୍ଶ ଦେଉଛନ୍ତି?”
7 ବୃଦ୍ଧ ବ୍ୟକ୍ତିମାନେ ରିହବିୟାମଙ୍କୁ କହିଲେ, “ଯଦି ତୁମ୍ଭେ ଏହି ଲୋକମାନଙ୍କ ପ୍ରତି ଦୟାଳୁ ହେବ ଓ ସେମାନଙ୍କୁ ସନ୍ତୁଷ୍ଟ କରିବ ଏବଂ ସେମାନଙ୍କୁ ମଧୁର କଥା କହିବ, ତେବେ ସେମାନେ ଚିରକାଳ ତୁମ୍ଭର ସେବା କରିବେ।”
8 କିନ୍ତୁ ରିହବିୟାମ୍ ବୃଦ୍ଧ ଲୋକମାନେ ଦେଇଥିବା ଉପଦେଶକୁ ଗ୍ରହଣ କଲେ ନାହିଁ। ରିହବିୟାମ୍ ତାଙ୍କ ସଙ୍ଗେ ଏକତ୍ର ବଢ଼ିଥିବା ଓ ତାଙ୍କର ସେବା କରୁଥିବା ଯୁବା ଲୋକମାନଙ୍କ ସହିତ କଥା ହେଲେ। 9 ରିହବିୟାମ୍ ସେମାନଙ୍କୁ କହିଲେ, “ତୁମ୍ଭେମାନେ ମୋତେ କେଉଁ ପରାମର୍ଶ ଦେଉଅଛ, ଆମ୍ଭେମାନେ ଏହି ଲୋକମାନଙ୍କୁ କି ପ୍ରକାରେ ଉତ୍ତର ଦେବା ଉଚିତ୍? ମୋର ପିତା ସେମାନଙ୍କ ଉପରେ ଯେଉଁ ଭାର ରଖିଛନ୍ତି, ତାହା ମୁଁ ହାଲୁକା କରେ ବୋଲି ସେମାନେ ଗ୍ଭହାନ୍ତି।”
10 ଏହା ପରେ ରିହବିୟାମଙ୍କ ସହିତ ବଢ଼ିଥିବା ଯୁବା ଲୋକମାନେ ତାଙ୍କୁ କହିଲେ, “ତୁମ୍ଭ ସହିତ କଥା ହୋଇଥିବା ଲୋକମାନଙ୍କୁ ତୁମ୍ଭେ ଏହି ପ୍ରକାରେ ଉତ୍ତର ଦେବା ଉଚିତ୍। ଲୋକମାନେ ତୁମ୍ଭକୁ କହିଲେ, ‘ତୁମ୍ଭର ପିତା ଆମ୍ଭମାନଙ୍କ ଜୀବନକୁ ଅସହ୍ୟ କରିଅଛନ୍ତି। ଆମ୍ଭମାନଙ୍କୁ ତାହା ଏକ ଭାରୀ ବୋଝ ବହିଲା ପରି ମନେ ହେଉଛି। କିନ୍ତୁ ତୁମ୍ଭେ ଆମ୍ଭମାନଙ୍କର ସେହି ବୋଝକୁ ହାଲୁକା କର ବୋଲି ଆମ୍ଭେମାନେ ଗ୍ଭହୁଁ।’ କିନ୍ତୁ ସେମାନେ ରିହବିୟାମଙ୍କୁ କହିଲେ, ତୁମ୍ଭେ ସେହି ଲୋକମାନଙ୍କୁ ଏହିପରି କହିବା ଉଚିତ୍; ସେମାନଙ୍କୁ କୁହ, ‘ମୋର କନିଷ୍ଠ ଅଙ୍ଗୁଳି ମୋର ପିତାଙ୍କର ଅଣ୍ଟାଠାରୁ ମଧ୍ୟ ମୋଟା। 11 ମୋର ପିତା ତୁମ୍ଭମାନଙ୍କ ଉପରେ ଏକ ଭାରୀ ବୋଝ ଲଦି ଦେଇଛନ୍ତି, ମୁଁ ସେହି ବୋଝକୁ ଆହୁରି ଭାରୀ କରିବି। ମୋର ପିତା ତୁମ୍ଭକୁ ଗ୍ଭବୁକ ଦ୍ୱାରା ଦଣ୍ଡ ଦେଉଥିଲେ। ମୁଁ ତୁମ୍ଭମାନଙ୍କୁ ଏ ପ୍ରକାର ଗ୍ଭବୁକ ଦ୍ୱାରା ଶାସନ କରିବି, ଯେଉଁଥିରେ ମୁନିଆ କଣ୍ଟାମାନ ବାହାରିଥିବ।’”
12 ତିନି ଦିନ ପରେ, ଯାରବିୟାମ୍ ଓ ଅନ୍ୟ ଲୋକମାନେ ରିହବିୟାମଙ୍କ ନିକଟକୁ ଆସିଲେ। ରାଜା ରିହବିୟାମ୍ ସେମାନଙ୍କୁ “ମୋ’ ନିକଟକୁ ତିନି ଦିନ ପରେ ଆସ” ବୋଲି କହିଥିଲେ। 13 ଏହା ପରେ ରାଜା ସେମାନଙ୍କୁ ଅତି କର୍କଶ ଭାବେ କଥା କହିଲେ। ରାଜା ରିହବିୟାମ୍ ବୃଦ୍ଧ ବ୍ୟକ୍ତିମାନଙ୍କର ଉପଦେଶକୁ ଗ୍ରହଣ କରି ନ ଥିଲେ। 14 ଯୁବା ଲୋକମାନେ ତାଙ୍କୁ ଯେପ୍ରକାର ପରାମର୍ଶ ଦେଇଥିଲେ, ରାଜା ରିହବିୟାମ୍ ଲୋକମାନଙ୍କୁ ସେହି ପ୍ରକାର କଥା କହିଲେ। ସେ କହିଲେ, “ମୋର ପିତା ତୁମ୍ଭମାନଙ୍କର ବୋଝକୁ ଭାରୀ କରିଥିଲେ, କିନ୍ତୁ ମୁଁ ତାହାକୁ ଆହୁରି ଭାରୀ କରିବି। ମୋର ପିତା ତୁମ୍ଭମାନଙ୍କୁ ଗ୍ଭବୁକ୍ ଦ୍ୱାରା ଦଣ୍ଡିତ କରୁଥିଲେ, କିନ୍ତୁ ମୁଁ ତୁମ୍ଭମାନଙ୍କୁ ଏପରି ଗ୍ଭବୁକ୍ ଦ୍ୱାରା ଦଣ୍ଡ ଦେବି, ଯାହାର ଅଗରେ ମୁନିଆ କଣ୍ଟାମାନ ବାହାରିଥିବ।” 15 ତେଣୁ ରାଜା ରିହବିୟାମ୍ ବୃଦ୍ଧ ଲୋକମାନଙ୍କର କଥା ଶୁଣିଲେ ନାହିଁ। ପରମେଶ୍ୱର ଏହି ପ୍ରକାରେ ଏହିସବୁ ଘଟାଇଲେ। ସଦାପ୍ରଭୁ ଅହିୟଙ୍କ ମାଧ୍ୟମରେ ଯାରବିୟାମଙ୍କୁ ଯେଉଁ କଥା କହିଥିଲେ, ତାହା ଯେପରି ସଫଳ ହୁଏ, ଏହା ସେପରି ଘଟିଲା ଅହିୟ ଶିଲୋନୀୟ ଲୋକ ଥିଲେ, ଏବଂ ଯାରବିୟାମ୍ ନବାଟଙ୍କ ପୁତ୍ର ଥିଲେ।
16 ଇସ୍ରାଏଲର ଲୋକମାନେ ଦେଖିଲେ ଯେ ରାଜା ରିହବିୟାମ୍ ସେମାନଙ୍କର କଥା ଶୁଣିଲେ ନାହିଁ। ତେଣୁ ସେମାନେ ରାଜାଙ୍କୁ କହିଲେ;
“ଆମ୍ଭେମାନେ କ’ଣ ଦାଉଦଙ୍କ ବଂଶର ଅଂଶ ବିଶେଷ ଅଟୁ? ନା!
ଆମ୍ଭେମାନେ କ’ଣ ଯିଶୀଙ୍କ ପୁତ୍ରଠାରୁ କିଛି ପାଇଅଛୁ? ନା!
ତେଣୁ, ଇସ୍ରାଏଲ ଆସ, ଆମ୍ଭେମାନେ ନିଜ ନିଜ ଗୃହକୁ ଫେରିଯିବା।
ଦାଉଦ ତାଙ୍କର ଆତ୍ମୀୟମାନଙ୍କ ଉପରେ ରାଜତ୍ୱ କରନ୍ତୁ।”
ଏହା ପରେ ଇସ୍ରାଏଲର ସମସ୍ତ ଲୋକ ସେମାନଙ୍କର ଗୃହସବୁକୁ ଫେରିଗଲେ। 17 କିନ୍ତୁ ଇସ୍ରାଏଲରେ କେତେକ ଲୋକ ଥିଲେ, ଯେଉଁମାନେ କି ଯିହୁଦାର ସହରଗୁଡ଼ିକରେ ବାସ କରୁଥିଲେ। ଆଉ, ରିହବିୟାମ୍ ସେହି ଲୋକମାନଙ୍କ ଉପରେ ରାଜତ୍ୱ କଲେ।
18 ଯେଉଁ ଲୋକମାନଙ୍କୁ କାର୍ଯ୍ୟ କରିବାକୁ ବାଧ୍ୟ କରାଗଲା, ହଦୋରାମ ସେମାନଙ୍କ ଦାୟିତ୍ୱରେ ଥିଲେ। ରିହବିୟାମ୍ ତାହାଙ୍କୁ ଇସ୍ରାଏଲର ଲୋକାମାନଙ୍କ ନିକଟକୁ ପଠାଇଲେ। କିନ୍ତୁ ଇସ୍ରାଏଲର ଲୋକମାନେ ତାଙ୍କ ଉପରେ ପଥର ଫୋପାଡ଼ିଲେ ଓ ତାଙ୍କୁ ହତ୍ୟା କଲେ। ଏହା ପରେ ରିହବିୟାମ୍ ଦୌଡ଼ି ଯାଇ ତାଙ୍କ ରଥ ଉପରକୁ ଡେଇଁ ଚଢ଼ିଗଲେ ଓ ଖସି ପଳାଇଲେ। ସେ ଯିରୁଶାଲମକୁ ପଳାଇଲେ। 19 ସେହି ସମୟଠାରୁ ଆଜି ପର୍ଯ୍ୟନ୍ତ ଇସ୍ରାଏଲର ଲୋକମାନେ ଦାଉଦଙ୍କ ବଂଶର ବିରୋଧୀ ହୋଇଅଛନ୍ତି।
11 ରିହବିୟାମ୍ ଯେତେବେଳେ ଯିରୁଶାଲମକୁ ଆସିଲେ, ସେ ସର୍ବୋତ୍ତମ ସୈନିକମାନଙ୍କ ମଧ୍ୟରୁ 180,000 ଜଣଙ୍କୁ ଏକତ୍ର କଲେ। ସେ ଯିହୁଦା ଓ ବିନ୍ୟାମୀନ ଗୋଷ୍ଠୀରୁ ଏହି ସୈନିକମାନଙ୍କୁ ସଂଗ୍ରହ କଲେ। ରିହବିୟାମ୍ ଯେପରି ତାଙ୍କର ରାଜ୍ୟ ଫେରି ପାଇବେ, ଏଥିନିମନ୍ତେ ଇସ୍ରାଏଲର ବିରୁଦ୍ଧରେ ଯୁଦ୍ଧ କରିବା ନିମନ୍ତେ ସେ ସେହି ସୈନ୍ୟମାନଙ୍କୁ ଏକତ୍ର କଲେ। 2 କିନ୍ତୁ ସଦାପ୍ରଭୁଙ୍କଠାରୁ ଶମୟିୟଙ୍କ ନିକଟକୁ ବାର୍ତ୍ତା ଆସିଲା। ଶମୟିୟ ପରମେଶ୍ୱରଙ୍କର ଜଣେ ବ୍ୟକ୍ତି ଥିଲେ। ସଦାପ୍ରଭୁ କହିଲେ, 3 “ଶମୟିୟ ଶଲୋମନଙ୍କ ପୁତ୍ର ଯିହୁଦାର ରାଜା ରିହବିୟାମ୍ ଏବଂ ଯିହୁଦା ଓ ବିନ୍ୟାମୀନ ନଗରରେ ବାସ କରୁଥିବା ଇସ୍ରାଏଲର ସମସ୍ତ ଲୋକଙ୍କୁ କୁହ। 4 ସେମାନଙ୍କୁ କୁହ: ସଦାପ୍ରଭୁ ଏହା କହନ୍ତି, ‘ତୁମ୍ଭେମାନେ ତୁମ୍ଭମାନଙ୍କର ଭ୍ରାତାମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବ ନାହିଁ। ପ୍ରତ୍ୟେକ ଲୋକ ନିଜ ଗୃହକୁ ଫେରିଯାଉ। ଆମ୍ଭେ ଏହା ଘଟାଇଅଛୁ।’” ଅତଏବ ରାଜା ରିହବିୟାମ୍ ଓ ତାଙ୍କର ସୈନ୍ୟଦଳ ସଦାପ୍ରଭୁଙ୍କ ବାର୍ତ୍ତାର ବାଧ୍ୟ ହେଲେ ଓ ଫେରିଗଲେ। ସେମାନେ ଯାରବିୟାମଙ୍କ ଉପରେ ଆକ୍ରମଣ କଲେ ନାହିଁ।
ରିହବିୟାମ୍ ଯିହୁଦାକୁ ସୁଦୃଢ଼ କଲେ
5 ରିହବିୟାମ୍ ଯିରୁଶାଲମରେ ବାସ କଲେ। ସେ ଆକ୍ରମଣର ପ୍ରତିରୋଧ କରିବା ନିମନ୍ତେ ଯିହୁଦାର ଦୃଢ଼ ନଗରମାନ ନିର୍ମାଣ କଲେ। 6 ସେ ବୈଥ୍ଲେହେମ, ଐଟମ୍, ତକୋୟର ସମସ୍ତ ନଗରକୁ ସୁଦୃଢ଼ କଲେ। 7 ବୈଥ୍ସୂର୍, ସୋଖୋ, ଅଦୂଲମ୍, 8 ଗାଥ୍, ମାରେଶା, ସୀଫ୍, 9 ଅଦୋରୟିମ୍, ଲାଖୀଶ୍, ଅସେକା, 10 ସରା, ଅୟାଲୋନ୍ ଓ ହିବ୍ରୋଣର ନଗର ସବୁର ମରାମତି କଲେ। ଯିହୁଦା ଓ ବିନ୍ୟାମୀନର ଏହି ନଗରଗୁଡ଼ିକ ଦୃଢ଼ କରାଗଲା। 11 ଯେତେବେଳେ ରିହବିୟାମ୍ ସେହି ନଗର ଗୁଡ଼ିକୁ ଦୃଢ଼ କଲେ, ସେ ସେଠାରେ ସେନାଧ୍ୟକ୍ଷମାନଙ୍କୁ ସ୍ଥାପନ କଲେ। ସେ ସେହି ନଗରଗୁଡ଼ିକୁ ଖାଦ୍ୟ, ତୈଳ ଓ ଦ୍ରାକ୍ଷାରସ ମଧ୍ୟ ଯୋଗାଣ କଲେ। 12 ଆହୁରି ମଧ୍ୟ, ରିହବିୟାମ୍ ପ୍ରତ୍ୟେକ ନଗରରେ ଢାଲ ଓ ବର୍ଚ୍ଛାମାନ ଗଚ୍ଛିତ ରଖିଲେ ଓ ନଗରଗୁଡ଼ିକୁ ଅତ୍ୟନ୍ତ ଦୃଢ଼ କଲେ। ରିହବିୟାମ୍ ଯିହୁଦା ଓ ବିନ୍ୟାମୀନର ନଗର ଓ ତାହାର ଲୋକମାନଙ୍କୁ ନିଜ ଅଧୀନରେ ରଖିଲେ।
13 ଇସ୍ରାଏଲର ସମସ୍ତ ଯାଜକ ଓ ଲେବୀୟଗଣ ରିହବିୟାମ୍ ସହ ଏକମତ ହେଲେ ଓ ତାଙ୍କ ସହିତ ଯୋଗ ଦେଲେ। 14 ଲେବୀୟମାନେ ସେମାନଙ୍କର ତୃଣଭୂମି ଓ ନିଜର ସମ୍ପତ୍ତି ସବୁକୁ ପରିତ୍ୟାଗ କଲେ ଏବଂ ଯିହୁଦା ଓ ଯିରୁଶାଲମକୁ ଗ୍ଭଲି ଆସିଲେ। ରିହବିୟାମ୍ ଓ ତାଙ୍କର ପୁତ୍ରମାନେ ଲେବୀୟମାନଙ୍କୁ ସଦାପ୍ରଭୁଙ୍କ ଯାଜକରୂପେ ସେବାକାର୍ଯ୍ୟ କରିବାକୁ ବାରଣ କରିବାରୁ ସେମାନେ ଏହିପରି କଲେ।
15 ଯାରବିୟାମ୍ ଉଚ୍ଚସ୍ଥାନମାନଙ୍କରେ ସେବାକାର୍ଯ୍ୟ କରିବା ନିମନ୍ତେ ସ୍ୱୟଂ ଯାଜକମାନଙ୍କୁ ମନୋନୀତ କଲେ, ଯେଉଁ ସ୍ଥାନମାନଙ୍କରେ କି ସେ ନିର୍ମାଣ କରିଥିବା ଛେଳି ଓ ବାଛୁରିର ପ୍ରତିମା ସ୍ଥାପନ କରିଥିଲେ। 16 ଏହା ପରେ ଇସ୍ରାଏଲ ସେହି ସମସ୍ତ ଘରର ଲୋକମାନେ ଯେଉଁମାନେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ପ୍ରତି ବିଶ୍ୱସ୍ତ ଥିଲେ, ସେମାନଙ୍କର ପିତାଙ୍କର ସଦାପ୍ରଭୁ ପରମେଶ୍ୱରଙ୍କୁ ନୈବେଦ୍ୟ ଉତ୍ସର୍ଗ କରିବା ପାଇଁ ଯିରୁଶାଲମକୁ ଆସିଲେ। 17 ସେହି ଲୋକମାନେ ଯିହୁଦା ରାଜ୍ୟକୁ ସୁଦୃଢ଼ କଲେ। ଆଉ ସେମାନେ ତିନି ବର୍ଷ ପର୍ଯ୍ୟନ୍ତ ଶଲୋମନଙ୍କ ପୁତ୍ର ରିହବିୟାମଙ୍କର ସପକ୍ଷରେ ରହିଲେ। ସେମାନେ ଏପ୍ରକାର କଲେ, କାରଣ ଦାଉଦ ଓ ଶଲୋମନ ଯେଉଁ ମାର୍ଗରେ ଜୀବନ କାଟୁଥିଲେ, ସେହି ସମୟରେ ସେମାନେ ସେହି ମାର୍ଗରେ ଜୀବନ କାଟିଲେ।
ରିହବିୟାମଙ୍କ ପରିବାର
18 ରିହବିୟାମ୍ ମହଲତ୍କୁ ବିବାହ କଲେ। ତାଙ୍କର ପିତା ଥିଲେ ଯିରେମୋତ୍ର। ତାଙ୍କର ମାତା ଥିଲେ ଅବୀହେଲିୟ। ଯିରେମୋତ୍ର ଦାଉଦଙ୍କ ପୁତ୍ର ଥିଲେ। ଅବୀହେଲିୟ ଇଲିୟାବଙ୍କ କନ୍ୟା ଥିଲେ। ଇଲିୟାବ୍ ଯିଶୀଙ୍କ ପୁତ୍ର ଥିଲେ। 19 ମହଲତ୍ ରିହବିୟାମଙ୍କୁ ଏହି ପୁତ୍ରମାନଙ୍କୁ ଦେଲେ: ଯିୟୁଶ୍, ଶମରିୟ ଓ ସହମ। 20 ଏହା ପରେ ରିହବିୟାମ୍ ମାଖାଙ୍କୁ ବିବାହ କଲେ। ମାଖା ଅବଶାଲୋମଙ୍କ ଝିଅ ଥିଲେ। ଆଉ ମାଖା ରିହବିୟାମଙ୍କୁ ଏହି ସନ୍ତାନମାନଙ୍କୁ ଦେଲେ: ଅବିୟ, ଅତୟ, ସୀଷ ଓ ଶଲୋମୀତ୍। 21 ରିହବିୟାମ୍ ତାଙ୍କର ଅଠର ଜଣ ସ୍ତ୍ରୀ ଓ ଷାଠିଏ ଜଣ ଉପପତ୍ନୀମାନଙ୍କ ମଧ୍ୟରେ ମାଖାଙ୍କୁ ସବୁଠାରୁ ଅଧିକ ପ୍ରେମ କରୁଥିଲେ। ରିହବିୟାମ୍ ଅଠେଇଶ ଜଣ ପୁତ୍ର ଓ ଷାଠିଏ ଜଣ କନ୍ୟାଙ୍କର ପିତା ଥିଲେ।
22 ରିହବିୟାମ୍ ମାଖାର ପୁତ୍ର ଅବିୟଙ୍କୁ ତାଙ୍କ ନିଜ ଭ୍ରାତାମାନଙ୍କ ମଧ୍ୟରେ ନେତା ହେବା ନିମନ୍ତେ ମନୋନୀତ କଲେ। ରିହବିୟାମ୍ ଅବିୟଙ୍କୁ ରାଜା କରିବା ନିମନ୍ତେ ଯୋଜନା କରିଥିବାରୁ ଏହିପରି କଲେ। 23 ରିହବିୟାମ୍ ଜ୍ଞାନର ସହିତ କର୍ମ କଲେ ଓ ଯିହୁଦାର ସମସ୍ତ ଅଞ୍ଚଳ ତଥା ପ୍ରତ୍ୟେକ ସୁଦୃଢ଼ ନଗରସାରା ତାଙ୍କର ପୁତ୍ରମାନଙ୍କୁ ବ୍ୟାପ୍ତ କରି ରଖିଲେ। ଆଉ ରିହବିୟାମ୍ ତାଙ୍କର ପୁତ୍ରମାନଙ୍କୁ ଯଥେଷ୍ଟ ଖାଦ୍ୟ ଦେଲେ। ଆହୁରି ମଧ୍ୟ, ସେ ତାଙ୍କର ପୁତ୍ରମାନଙ୍କ ନିମନ୍ତେ ସ୍ତ୍ରୀମାନଙ୍କୁ ଖୋଜିଲେ।
ମିଶରର ରାଜା ଶୀଶକ୍ ଯିରୁଶାଲମ ଆକ୍ରମଣ କରନ୍ତି
12 ରିହବିୟାମ୍ ଜଣେ ଅତ୍ୟନ୍ତ ପରାକ୍ରମୀ ରାଜା ହୋଇ ଉଠିଲେ, ଆହୁରି ମଧ୍ୟ ସେ ନିଜ ରାଜ୍ୟକୁ ଦୃଢ଼ କଲେ। ଏହା ପରେ ରିହବିୟାମ୍ ଓ ସମସ୍ତ ଇସ୍ରାଏଲୀୟ ସଦାପ୍ରଭୁଙ୍କ ନିୟମ ମାନିବାକୁ ମନା କଲେ।
2 ରାଜା ରିହବିୟାମଙ୍କ ପଞ୍ଚମ ବର୍ଷରେ ଶୀଶକ୍ ଯିରୁଶାଲମ ନଗରକୁ ଆକ୍ରମଣ କଲା। ଏହା ଘଟିଲା, କାରଣ ସେମାନେ ସଦାପ୍ରଭୁଙ୍କ ପ୍ରତି ବିଶ୍ୱସ୍ତ ନ ଥିଲେ। 3 ଶୀଶକ୍ର 12,000 ରଥ, 60,000 ଅଶ୍ୱାରୋହୀ ଓ ଏତେ ସଂଖ୍ୟକ ସୈନ୍ୟଦଳ ଥିଲେ ଯେ, ଯାହାକୁ କୌଣସି ବ୍ୟକ୍ତି ଗଣନା କରି ପାରିବ ନାହିଁ। ଶୀଶକ୍ର ବିଶାଳ ସୈନ୍ୟବାହିନୀରେ ଲୂବୀୟର ସୈନ୍ୟ ସୁକ୍କୀୟ ସୈନ୍ୟ ଓ କୁଶୀୟ ସୈନ୍ୟମାନେ ଥିଲେ। 4 ଶୀଶକ୍ ଯିହୁଦାର ଦୃଢ଼ ନଗରଗୁଡ଼ିକୁ ପରାସ୍ତ କଲା। ଏହା ପରେ ଶୀଶକ୍ ଯିରୁଶାଲମକୁ ଆସିଲା।
5 ଏହା ପରେ ଭବିଷ୍ୟଦ୍ବକ୍ତା ଶମୟିୟ, ରିହବିୟାମ୍ ନିକଟକୁ ଓ ଯିହୁଦାର ନେତାମାନଙ୍କ ନିକଟକୁ ଆସିଲେ। ଯିହୁଦାର ସେହି ନେତାମାନେ ଯିରୁଶାଲମରେ ରୁଣ୍ଡ ହୋଇଥିଲେ। କାରଣ ସେମାନେ ଶୀଶକଙ୍କୁ ଅତ୍ୟନ୍ତ ଭୟ କରୁଥିଲେ। ଶମୟିୟ ସେମାନଙ୍କୁ କହିଲେ, “ସଦାପ୍ରଭୁ କହନ୍ତି: ‘ତୁମ୍ଭେମାନେ ଆମ୍ଭକୁ ପରିତ୍ୟାଗ କରିଛ। ତେଣୁ ବର୍ତ୍ତମାନ ଆମ୍ଭର ସାହାଯ୍ୟ ବିନା ଶୀଶକ୍ର ସମ୍ମୁଖୀନ ହେବା ନିମନ୍ତେ ଆମ୍ଭେ ତୁମ୍ଭମାନଙ୍କୁ ପରିତ୍ୟାଗ କରିଅଛୁ।’”
6 ଏହା ପରେ ଇସ୍ରାଏଲର ନେତାଗଣ ଓ ରାଜା ରିହବିୟାମ୍ ଅନୁତାପ କଲେ ଓ ନିଜ ନିଜକୁ ନମ୍ର କଲେ। ସେମାନେ କହିଲେ, “ସଦାପ୍ରଭୁ ଠିକ୍ କହି ଅଛନ୍ତି।”
7 ସଦାପ୍ରଭୁ ଦେଖିଲେ ଯେ, ସେମାନେ ନିଜକୁ ନମ୍ର କରିଛନ୍ତି। ଏହା ପରେ ସଦାପ୍ରଭୁଙ୍କର ବାର୍ତ୍ତା ଶମୟିୟଙ୍କ ନିକଟକୁ ଆସିଲା। ସଦାପ୍ରଭୁ ଶମୟିୟଙ୍କୁ କହିଲେ, “ସେମାନେ ନିଜକୁ ନମ୍ର କରିଅଛନ୍ତି। ତେଣୁ ଆମ୍ଭେ ସେମାନଙ୍କୁ ବିନଷ୍ଟ କରିବା ନାହିଁ, କିନ୍ତୁ ଆମ୍ଭେ ସେମାନଙ୍କୁ ଅଳ୍ପ ଉପଶମ ଦେବା। କିନ୍ତୁ ଯିରୁଶାଲମ ଉପରେ ଆମ୍ଭର କ୍ରୋଧ ଢାଳିବା ନିମନ୍ତେ ଆମ୍ଭେ ଶୀଶକ୍କୁ ବ୍ୟବହାର କରିବା ନାହିଁ। 8 କିନ୍ତୁ ଯିରୁଶାଲମର ଲୋକମାନେ ଶୀଶକ୍ର ଦାସ ହେବେ। ସେମାନେ ଯେପରି ଶିକ୍ଷା କରିବେ, ଆମ୍ଭର ସେବା କରିବା ଅନ୍ୟ ଦେଶୀୟ ରାଜାମାନଙ୍କର ସେବା କରିବାଠାରୁ ସମ୍ପୂର୍ଣ୍ଣ ଭିନ୍ନ ଅଟେ, ଏଥିନିମନ୍ତେ ଏହା ଘଟିବ।”
9 ଶୀଶକ୍ ଯିରୁଶାଲମ ଉପରେ ଆକ୍ରମଣ କଲେ ଓ ସଦାପ୍ରଭୁଙ୍କ ମନ୍ଦିରରେ ଥିବା ଧନସମ୍ପତ୍ତି ସବୁ ଲୁଟି ନେଇଗଲେ। ଶୀଶକ୍ ମିଶରର ରାଜା ଥିଲେ। ଆଉ ସେ ରାଜାଙ୍କ ଗୃହରେ ଥିବା ଧନସମ୍ପତ୍ତି ସବୁ ଲୁଟି ନେଇଗଲେ। ଆହୁରି ମଧ୍ୟ ସେ ଶଲୋମନ ନିର୍ମାଣ କରିଥିବା ସୁବର୍ଣ୍ଣ ଢାଲ ନେଇଗଲେ। 10 ରାଜା ରିହବିୟାମ୍ ସେହି ସୁବର୍ଣ୍ଣ ଢାଲ ରଖିବା ସ୍ଥାନରେ ପିତ୍ତଳର ଢାଲମାନ ନିର୍ମାଣ କଲେ। ରାଜାଙ୍କ ଗୃହର ପ୍ରବେଶଦ୍ୱାରକୁ ଜଗିବା ନିମନ୍ତେ ନିଯୁକ୍ତ ହୋଇଥିବା ସେନାଧ୍ୟକ୍ଷମାନଙ୍କୁ ରିହବିୟାମ୍ ସେହି ପିତ୍ତଳ ଢାଲମାନ ଦେଲେ। 11 ରାଜା ଯେତେଥର ସଦାପ୍ରଭୁଙ୍କ ମନ୍ଦିର ଭିତରେ ପ୍ରବେଶ କଲେ, ସେତେଥର ରକ୍ଷୀମାନେ ସେହି ପିତ୍ତଳ ଢାଲଗୁଡ଼ିକୁ ଆଣିଲେ। ପୁଣି ସେମାନେ ପୁନର୍ବାର ସେହି ପିତ୍ତଳ ଢାଲଗୁଡ଼ିକୁ ରକ୍ଷୀଗୁଡ଼ିକୁ ଫେରାଇ ଆଣିଲେ।
12 ରିହବିୟାମ୍ ଯେତେବେଳେ ନିଜକୁ ନମ୍ର କଲେ, ସଦାପ୍ରଭୁ ରିହବିୟାମଙ୍କଠାରୁ ଆପଣା କ୍ରୋଧ ଫେରାଇ ନେଇଗଲେ। ତେଣୁ ସଦାପ୍ରଭୁ ରିହବିୟାମଙ୍କୁ ସମ୍ପୂର୍ଣ୍ଣ ରୂପେ ବିନଷ୍ଟ କଲେ ନାହିଁ। ଯିହୁଦାର କିଛି ମଙ୍ଗଳ ହେଲା।
13 ରାଜା ରିହବିୟାମ୍ ଯିରୁଶାଲମରେ ନିଜକୁ ଶକ୍ତିଶାଳୀ କଲେ। ସେ ଯେତେବେଳେ ରାଜା ହେଲେ, ସେତେବେଳେ ତାଙ୍କୁ ଏକଗ୍ଭଳିଶ ବର୍ଷ ବୟସ ହୋଇଥିଲା। ରିହବିୟାମ୍ ସତର ବର୍ଷ ପର୍ଯ୍ୟନ୍ତ ଯିରୁଶାଲମରେ ରାଜା ହୋଇ ରହିଲେ। ଇସ୍ରାଏଲର ସମସ୍ତ ବଂଶ ମଧ୍ୟରୁ ସଦାପ୍ରଭୁ ଯିରୁଶାଲମ ନଗରକୁ ହିଁ ମନୋନୀତ କରିଥିଲେ। ସଦାପ୍ରଭୁ ଯିରୁଶାଲମରେ ତାଙ୍କର ନାମ ସ୍ଥାପନ କରିବାକୁ ମନୋନୀତ କଲେ। ରିହବିୟାମଙ୍କ ମାତା ଥିଲେ ନୟମା। ନୟମା ଅମ୍ମୋନ ଦେଶରୁ ଆସିଥିଲେ। 14 ରିହବିୟାମ୍ ମନ୍ଦକର୍ମ କଲେ, କାରଣ ସେ ତାଙ୍କ ହୃଦୟରେ ସଦାପ୍ରଭୁଙ୍କର ବାଧ୍ୟ ହେବା ନିମନ୍ତେ ସିଦ୍ଧାନ୍ତ ନେଇ ନ ଥିଲେ।
15 ରିହବିୟାମ୍ ଯେତେବେଳେ ରାଜା ଥିଲେ, ତାଙ୍କର ରାଜତ୍ୱର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଯେଉଁ କର୍ମସବୁ କରିଥିଲେ, ସେହିସବୁ ଭବିଷ୍ୟଦ୍ବକ୍ତା ଶମୟିୟଙ୍କ ଲିଖିତ ସକଳ ବିଷୟ ଓ ଦାର୍ଶନିକ ଇଦ୍ଦୋଙ୍କ ଲିଖିତ ସକଳ ବିଷୟରେ ଲିପିବଦ୍ଧ କରାଯାଇଅଛି। ସେହି ବ୍ୟକ୍ତିମାନେ ପାରିବାରିକ ଇତିହାସ ସବୁ ଲେଖିଥିଲେ। ରିହବିୟାମ୍ ଓ ଯାରବିୟାମ୍ ଏହି ଦୁଇ ରାଜାଙ୍କ ମଧ୍ୟରେ, ସେମାନଙ୍କ ରାଜତ୍ୱ କାଳରେ ସବୁ ସମୟରେ ଯୁଦ୍ଧ ଲାଗି ରହିଥିଲା। 16 ରିହବିୟାମ୍ ତାଙ୍କର ପୂର୍ବପୁରୁଷମାନଙ୍କ ସହିତ ବିଶ୍ରାମ ନେଲେ। ରିହବିୟାମଙ୍କୁ ଦାଉଦଙ୍କ ନଗରରେ କବର ଦିଆଗଲା। ଏହା ପରେ ରିହବିୟାମଙ୍କ ପୁତ୍ର ଅବିୟ ନୂତନ ରାଜା ହେଲେ।
30 ଯୀଶୁ ସେହି ସମୟ ପର୍ଯ୍ୟନ୍ତ ଗ୍ରାମକୁ ଆସି ନ ଥିଲେ। ମାର୍ଥା ତାହାଙ୍କୁ ଯେଉଁ ସ୍ଥାନରେ ଦେଖିଥିଲେ, ସେ ପର୍ଯ୍ୟନ୍ତ ସେ ସେହିଠାରେ ଥିଲେ। 31 ଯିହୂଦୀମାନେ ମରିୟମଙ୍କ ସହିତ ଘରେ ଥିଲେ। ସେମାନେ ତାହାଙ୍କୁ ସାନ୍ତ୍ୱନା ଦେଉଥିଲେ। ସେମାନେ ମରିୟମଙ୍କୁ ହଠାତ୍ ଠିଆ ହୋଇ ତରବରରେ ବାହାରକୁ ଯିବା ଦେଖିଲେ। ସେମାନେ ଭାବିଲେ ବୋଧେ ସେ ଲାଜାରଙ୍କ କବର ପାଖକୁ କାନ୍ଦିବାକୁ ଯାଉଛନ୍ତି। ତେଣୁ ସେମାନେ ତାହାଙ୍କ ପଛେ ପଛେ ଗଲେ। 32 ମରିୟମ ଯୀଶୁ ରହିଥିବା ସ୍ଥାନକୁ ଗଲେ। ଯୀଶୁଙ୍କୁ ଦେଖି ସେ ତାହାଙ୍କ ପାଦ ତଳେ ପଡ଼ିଗଲେ। ମରିୟମ କହିଲେ, “ପ୍ରଭୁ, ଆପଣ ଯଦି ଏଠାରେ ଥାଆନ୍ତେ ତେବେ ମୋ’ ଭାଇ ମରି ନ ଥା’ନ୍ତା।”
33 ଯୀଶୁ ମରିୟମକୁ କାନ୍ଦିବାର ଦେଖିଲେ। ସେ ଯିହୂଦୀମାନଙ୍କୁ ତାହାଙ୍କ ସହିତ ଆସିବାର ଦେଖିଲେ। ସେମାନେ ମଧ୍ୟ କାନ୍ଦୁଥିଲେ। ଯୀଶୁ ବହୁତ ଦୁଃଖ ଅନୁଭବ କଲେ ଓ ଅନ୍ତରରେ ଅତ୍ୟଧିକ ବ୍ୟଥା ଅନୁଭବ କଲେ। 34 ଯୀଶୁ କହିଲେ, “ତୁମ୍ଭେ ଲାଜାରଙ୍କୁ କେଉଁଠାରେ ରଖିଛ?”
ସେମାନେ କହିଲେ, “ପ୍ରଭୁ ଆସି ଦେଖନ୍ତୁ।”
35 ଯୀଶୁ କାନ୍ଦିଲେ।
36 ଯିହୂଦୀମାନେ କହିଲେ, “ଦେଖ, ଯୀଶୁ ଲାଜାରଙ୍କୁ କେତେ ସ୍ନେହ କରୁଥିଲେ।”
37 କିନ୍ତୁ କେତେକ ଯିହୂଦୀ କହିଲେ, “ଯୀଶୁ ଅନ୍ଧ ଲୋକଟିର ଆଖି ଭଲ କରିଦେଇଥିଲେ। ତେବେ ସେ ଲାଜାରଙ୍କୁ ମରଣ ମୁଖରୁ ବଞ୍ଚେଇ ରଖିବା ପାଇଁ କାହିଁକି କିଛି କରି ପାରିଲେ ନାହିଁ।”
ଯୀଶୁ ମୃତ ଲାଜାରଙ୍କୁ ଜୀବନ ଦେଲେ
38 ଯୀଶୁ ପୁଣି ବହୁତ ବ୍ୟତିବ୍ୟସ୍ତ ହେଲେ। ସେ ଲାଜାରଙ୍କ କବର ନିକଟକୁ ଆସିଲେ। ତାହା ଗୋଟିଏ ଗୁହା ଥିଲା ଓ ତା ମୁହଁରେ ଗୋଟିଏ ବଡ଼ ପଥର ଘୋଡ଼େଇ ଦିଆଯାଇଥିଲା। 39 ଯୀଶୁ କହିଲେ, “ଏ ପଥରକୁ ଘୁଞ୍ଚାଇ ଦିଅ।”
ମାର୍ଥା କହିଲେ, “ପ୍ରଭୁ ସେ ମରିବାର ଗ୍ଭରି ଦିନ ହୋଇଗଲାଣି। ତେଣୁ ବଡ଼ ଦୁର୍ଗନ୍ଧ ହେଉଥିବ।” ମାର୍ଥା ମୃତ ଲୋକର ଭଉଣୀ ଥିଲେ।
40 ଯୀଶୁ ତାହାଙ୍କୁ କହିଲେ, “ମୁଁ ତୁମ୍ଭକୁ ଯାହା କହିଥିଲି, ତାହା ମନେପକାଅ। ମୁଁ ତୁମ୍ଭକୁ କହିଥିଲି, ଯଦି ତୁମ୍ଭେ ବିଶ୍ୱାସ କରିବ ତେବେ ପରମେଶ୍ୱରଙ୍କର ଗୌରବ ଦେଖି ପାରିବ।”
41 ତେଣୁ ସେମାନେ ପଥର ବାହାର କଲେ। ତା’ପରେ ଯୀଶୁ ଊର୍ଦ୍ଧ୍ୱକୁ ଗ୍ଭହିଁ କହିଲେ, “ହେ ପରମପିତା, ତୁମ୍ଭକୁ ଧନ୍ୟବାଦ ଦେଉଅଛି, କାରଣ ତୁମ୍ଭେ ମୋ’ କଥା ଶୁଣିଛ। 42 ମୁଁ ଜାଣେ ଯେ, ତୁମ୍ଭେ ସବୁବେଳେ ମୋ’ କଥା ଶୁଣ। ମାତ୍ର ତୁମ୍ଭେ ମୋତେ ପଠାଇଛ ବୋଲି ଏଠାରେ ଠିଆ ହୋଇଥିବା ଲୋକମାନେ ଯେପରି ବିଶ୍ୱାସ କରିବେ, ସେଥିପାଇଁ ମୁଁ ଏହା କହିଲି।” 43 ଏହା ପରେ ଯୀଶୁ ଉଚ୍ଚ ସ୍ୱରରେ ଡାକିଲେ, “ଲାଜାର, ବାହାରି ଆସ।” 44 ମୃତ ଲୋକଟି ବାହାରି ଆସିଲା। ତାହାଙ୍କର ହାତ ଗୋଡ଼ରେ ଖଣ୍ଡ ଖଣ୍ଡ କନା ଗୁଡ଼େଇ ହୋଇଥିଲା। ତାହାଙ୍କ ମୁହଁରେ ଗୋଟିଏ ରୁମାଲ ବନ୍ଧା ହୋଇଥିଲା।
ଯୀଶୁ ଲୋକମାନଙ୍କୁ କହିଲେ, “କନାଗୁଡ଼ିକ କାଢ଼ି ନିଅ ଓ ତାହାଙ୍କୁ ଯିବାକୁ ଦିଅ।”
ଯୀଶୁଙ୍କୁ ମାରିବା ପାଇଁ ଯିହୂଦୀ ନେତାମାନଙ୍କର ଯୋଜନା(A)
45 ସେଠାରେ ମରିୟମଙ୍କୁ ଦେଖା କରିବା ନିମନ୍ତେ ଅନେକ ଯିହୂଦୀ ଆସିଥିଲେ। ସେମାନେ ସମସ୍ତେ ଯୀଶୁଙ୍କର କାର୍ଯ୍ୟ ଦେଖିଲେ। ସେମାନଙ୍କ ଭିତରୁ ଅନେକ ଯିହୂଦୀ ତାହାଙ୍କୁ ବିଶ୍ୱାସ କଲେ। 46 କିନ୍ତୁ କେତେକ ଯିହୂଦୀ ଫାରୂଶୀମାନଙ୍କ ପାଖକୁ ଫେରିଗଲେ। ସେମାନେ ଫାରୂଶୀମାନଙ୍କୁ ଯୀଶୁ କରିଥିବା କାର୍ଯ୍ୟ ବର୍ଣ୍ଣନା କଲେ। 47 ତା’ପରେ ମୁଖ୍ୟ ଯାଜକ ଓ ଫାରୂଶୀମାନେ ଯିହୂଦୀ ପରିଷଦର ଗୋଟିଏ ସଭା ଡାକିଲେ। ସେମାନେ କହିଲେ, “ଆମ୍ଭର କ’ଣ କରିବା ଉଚିତ୍? ଏହି ଲୋକ ବହୁତ ଆଶ୍ଚର୍ଯ୍ୟ କାର୍ଯ୍ୟ କରୁଛି। 48 ଯଦି ଆମ୍ଭେ ତାକୁ ଏଭଳି କାର୍ଯ୍ୟ କରିବା ପାଇଁ ଛାଡ଼ିଦେବା, ତାହାକୁ ସମସ୍ତେ ବିଶ୍ୱାସ କରିବେ। ତା’ପରେ ରୋମୀୟମାନେ ଆସି ଆମ ମନ୍ଦିର ଓ ଆମ୍ଭ ଜାତି ଉଭୟକୁ ନଷ୍ଟ କରିଦେବେ।”
49 ସେମାନଙ୍କ ମଧ୍ୟରୁ କୟାଫା ନାମକ ଜଣେ ବ୍ୟକ୍ତି ଥିଲେ। ସେ ସେହି ବର୍ଷପାଇଁ ମହାଯାଜକ ଥିଲେ। କୟାଫା କହିଲେ, “ତୁମ୍ଭେ ସବୁକିଛି ଜାଣି ନାହଁ। 50 ସମଗ୍ର ଜାତି ଧ୍ୱଂସ ପାଇବା ଅପେକ୍ଷା ଜଣେ ଲୋକ ଜନସାଧାରଣଙ୍କ ପାଇଁ ମରିବା ଉତ୍ତମ। କିନ୍ତୁ ତୁମ୍ଭେ ତାହା ଅନୁଭବ କରୁ ନାହଁ।”
51 କୟାଫା ନିଜେ ସେହି କଥା ଭାବି ପାରି ନ ଥିଲେ। ଯେ ସେ ବାସ୍ତବରେ ଭବିଷ୍ୟଦ୍ବାଣୀ କରିଥିଲେ, ଯୀଶୁ ଯିହୂଦୀୟ ଜାତି ପାଇଁ ପ୍ରାଣ ଦେବେ। 52 ହଁ, ଯୀଶୁ ଯିହୂଦୀ ଲୋକମାନଙ୍କ ପାଇଁ ନିଜ ଜୀବନ ଦେବେ। କିନ୍ତୁ ସେ ପରମେଶ୍ୱରଙ୍କ ଅନ୍ୟ ସନ୍ତାନମାନଙ୍କ ପାଇଁ ମଧ୍ୟ ଜୀବନ ଦେବେ, ଯେଉଁମାନେ ଜଗତର ଗ୍ଭରିଆଡ଼େ ଛିନ୍ନଭିନ୍ନ ହୋଇ ରହିଛନ୍ତି। ସେମାନଙ୍କୁ ଏକାଠି କରିବା ପାଇଁ ଓ ସମସ୍ତଙ୍କୁ ଏକ କରିବା ପାଇଁ ଯୀଶୁ ମୃତ୍ୟୁ ଭୋଗ କରିବେ।
53 ସେହି ଦିନଠାରୁ ଯିହୂଦୀନେତାମାନେ ଯୀଶୁଙ୍କୁ ହତ୍ୟା କରିବା ପାଇଁ ଯୋଜନା କଲେ। 54 ତେଣୁ ଯୀଶୁ ଯିହୂଦୀମାନଙ୍କ ମଧ୍ୟରେ ଖୋଲାଖୋଲି ଭାବରେ ଯାତ୍ରା କରିବା ବନ୍ଦ କରିଦେଲେ। ସେ ଯିରୁଶାଲମ ଛାଡ଼ି ମରୁଭୂମି ପାଖଥିବା ଗୋଟିଏ ସ୍ଥାନକୁ ଗ୍ଭଲିଗଲେ। ସେହି ସହରର ନାମ ଏଫ୍ରୟିମ । ସେ ସେଠାରେ ନିଜ ଶିଷ୍ୟମାନଙ୍କ ସହିତ ରହିଲେ।
55 ଯିହୂଦୀମାନଙ୍କର ପବିତ୍ର ନିସ୍ତାରପର୍ବର ସମୟ ପାଖେଇ ଆସିଲା। ଅନେକ ଲୋକ ନିସ୍ତାରପର୍ବ ପୂର୍ବରୁ ଗ୍ରାମାଞ୍ଚଳରୁ କିଛି ଦିନ ଆଗରୁ ଯିରୁଶାଲମରେ ଆସି ପହଞ୍ଚିଲେ, ସେମାନେ ପର୍ବ ପାଇଁ ନିଜକୁ ପବିତ୍ର କରିବା ଉଦ୍ଦେଶ୍ୟରେ ବିଶେଷ କର୍ମ କରିବାକୁ ଗଲେ। 56 ସେମାନେ ଯୀଶୁଙ୍କୁ ଖୋଜିଲେ। ସେମାନେ ମନ୍ଦିର ପରିସରରେ ପରସ୍ପରକୁ ପଗ୍ଭରିଲେ, “ସେ କ’ଣ ନିସ୍ତାରପର୍ବକୁ ଆସୁଛନ୍ତି? ତୁମ୍ଭେ କ’ଣ ଭାବୁଛ?” 57 କିନ୍ତୁ ମହାଯାଜକ ଓ ଫାରୂଶୀମାନେ ଯୀଶୁଙ୍କ ସମ୍ବନ୍ଧରେ ଗୋଟିଏ ବିଶେଷ ଆଦେଶ ଦେଇଥିଲେ। ସେମାନେ ଘୋଷଣା କରିଥିଲେ ଯେ, ଯୀଶୁ କେଉଁଠାରେ ଅଛନ୍ତି ଏହା ଜାଣିଥିବା ବ୍ୟକ୍ତି ସଙ୍ଗେ ସଙ୍ଗେ ସେମାନଙ୍କୁ ଜଣାଇବ। ତେବେ ମୁଖ୍ୟ ଯାଜକ ଓ ଫାରୂଶୀମାନେ ଯୀଶୁଙ୍କୁ ବନ୍ଦୀ କରି ପାରିବେ।
2010 by World Bible Translation Center