Old/New Testament
ନବୂଖଦ୍ନିତ୍ସରଙ୍କ ଯିହୁଦା ଆଗମନ
24 ଯିହୋୟାକୀମ୍ର ରାଜତ୍ୱ କାଳରେ, ବାବିଲର ରାଜା ନବୂଖଦ୍ନିତ୍ସର ଯିହୁଦା ଓ ଯିହୋୟାକୀମଙ୍କୁ ତିନି ବର୍ଷ ଧରି ଆକ୍ରମଣ କଲେ। ତା’ପରେ ସେ ତାଙ୍କୁ ଅମାନ୍ୟ କରି ତାଙ୍କର ବିଦ୍ରୋହୀ ହେଲେ। 2 ତେଣୁ ସଦାପ୍ରଭୁ ଯିହୋୟାକୀମଙ୍କ ବିରୁଦ୍ଧରେ କଲ୍ଦୀୟ ସୈନ୍ୟଦଳ, ଅରାମୀୟ ସୈନ୍ୟଦଳ, ମୋୟାବୀୟ ସୈନ୍ୟଦଳ ଓ ଅମ୍ମୋନ-ସନ୍ତାନମାନଙ୍କ ସୈନ୍ୟଦଳ ପ୍ରେରଣ କଲେ। ସଦାପ୍ରଭୁ ଆପଣା ଦାସ ଭବିଷ୍ୟଦ୍ବକ୍ତାମାନଙ୍କ ଦ୍ୱାରା ଯାହା କହିଥିଲେ, ସେହି ବାକ୍ୟାନୁସାରେ ଯିହୁଦାକୁ ବିନାଶ କରିବା ପାଇଁ ତା’ ବିରୁଦ୍ଧରେ ସେମାନଙ୍କୁ ପ୍ରେରଣ କଲେ।
3 ମନଃଶିର ପାପ କର୍ମ ଯୋଗୁଁ ସଦାପ୍ରଭୁ ଯିହୁଦାରେ ଏହି ଘଟଣାସବୁ ଘଟିବାକୁ ଦେଲେ। ଏହିରୂପେ ସଦାପ୍ରଭୁ ସେମାନଙ୍କୁ ତାଙ୍କ ଦୃଷ୍ଟିରୁ ଦୂରେଇ ଦେଲେ। 4 କାରଣ ମନଃଶି ବହୁ ନିରୀହ ନିର୍ଦ୍ଦୋଷ ଲୋକଙ୍କୁ ହତ୍ୟାକରି ସେମାନଙ୍କ ରକ୍ତରେ ଯିରୁଶାଲମକୁ ପରିପୂର୍ଣ୍ଣ କଲା। ତେଣୁ ସଦାପ୍ରଭୁ ତାଙ୍କୁ ସେହି ପାପ ପାଇଁ କ୍ଷମା କରିବେ ନାହିଁ।
5 ଏହି ଯିହୋୟାକୀମଙ୍କ ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ କ୍ରିୟା ଯିହୁଦା ରାଜାମାନଙ୍କ ଇତିହାସ ପୁସ୍ତକରେ ଲିଖିତ ହୋଇଛି। 6 ଯିହୋୟାକୀମଙ୍କ ମୃତ୍ୟୁ ହେଲା ଓ ସେ ତାଙ୍କର ପୂର୍ବପୁରୁଷଙ୍କ ସହିତ କବର ନେଲେ। ତାଙ୍କ ପଦରେ ତାଙ୍କର ପୁତ୍ର ରାଜ୍ୟ କଲେ।
7 ବାବିଲର ରାଜା ମିଶରର ନଦୀଠାରୁ ଫରାତ୍ ନଦୀ ପର୍ଯ୍ୟନ୍ତ ମଧ୍ୟବର୍ତ୍ତି ସମସ୍ତ ଦେଶ ଅଧିକାର କଲେ। ଏହି ଦେଶ ପୂର୍ବରୁ ମିଶର ଅଧୀନରେ ଥିଲା। ତେଣୁ ମିଶରର ରାଜା ପୂନର୍ବାର ମିଶର ଛାଡ଼ି ଆସିଲେ ନାହିଁ।
ନବୂଖଦ୍ନିତ୍ସରଙ୍କ ଯିରୁଶାଲମ ଅଧିକାର
8 ଯିହୋୟାଖୀନ୍ ଅଷ୍ଟାଦଶ ବର୍ଷ ବୟସରେ ରାଜ୍ୟ ଶାସନ ଆରମ୍ଭ କଲେ। ସେ ଯିରୁଶାଲମରେ ମାତ୍ର ତିନି ମାସ ରାଜତ୍ୱ କଲେ। ତାଙ୍କ ମାତାଙ୍କ ନାମ ନହୁଷ୍ଟା ଓ ସେ ଯିରୁଶାଲମ ନିବାସୀ ଇଲ୍ନାଥନ୍ର କନ୍ୟା। 9 ଯିହୋୟାଖୀନ୍ ତାଙ୍କ ପିତାଙ୍କ ତୁଲ୍ୟ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମମାନ କଲେ।
10 ସେହି ସମୟରେ ନବୂଖଦ୍ନିତ୍ସରଙ୍କ ଅଧିକାରୀମାନେ ଯିରୁଶାଲମକୁ ଆସି ତାଙ୍କୁ ଅବରୋଧ କଲେ। 11 ତା’ପରେ ବାବିଲର ରାଜା ନବୂଖଦ୍ନିତ୍ସର ଅବରୋଧ ହୋଇଥିବା ନଗରରେ ତାଙ୍କର ଅଧିକାରୀମାନଙ୍କ ଦ୍ୱାରା ଉପସ୍ଥିତ ହେଲେ। 12 ତେଣୁ ଯିହୁଦାର ରାଜା ଯିହୋୟାଖୀନ୍, ତାଙ୍କର ମାତା, ତାଙ୍କର ଦାସମାନେ, ତାଙ୍କର ଅଧିପତିମାନେ ଓ ତାଙ୍କର ନପୁଂସକମାନେ ବାବିଲ ରାଜାଙ୍କୁ ଭେଟିବାକୁ ଗଲେ। ମାତ୍ର ବାବିଲର ରାଜା ଯିହୋୟାଖୀନଙ୍କୁ ଧରି ତାଙ୍କୁ ବନ୍ଦୀରୂପେ ନେଲେ। ଏହା ନବୂଖଦ୍ନିତ୍ସରଙ୍କ ଅଷ୍ଟମ ବର୍ଷ ରାଜତ୍ୱ କାଳରେ ଘଟିଥିଲା।
13 ନବୂଖଦ୍ନିତ୍ସର ରାଜପ୍ରାସାଦରୁ ଏବଂ ଯିରୁଶାଲମର ସଦାପ୍ରଭୁଙ୍କ ମନ୍ଦିରରୁ ସମସ୍ତ ଧନ ନେଇଗଲେ। ସେ ରାଜା ଶଲୋମନଙ୍କ ଦ୍ୱାରା ତିଆରି ସଦାପ୍ରଭୁଙ୍କ ମନ୍ଦିରର ସ୍ୱର୍ଣ୍ଣମୟ ପାତ୍ରଗୁଡ଼ିକୁ ଖଣ୍ତ ଖଣ୍ତ କରି କାଟି ପକାଇଲେ। ଏସବୁ ସଦାପ୍ରଭୁଙ୍କ ବାକ୍ୟାନୁସାରେ ଘଟିଲା।
14 ଆଉ ସେ ଯିରୁଶାଲମର ସମସ୍ତ ଲୋକଙ୍କୁ, ସମସ୍ତ ଅଧିପତିଙ୍କୁ ଓ ମହାବିକ୍ରମଶାଳୀ ଲୋକମାନଙ୍କୁ ଏପରି 10,000 ଲୋକଙ୍କୁ ବନ୍ଦୀ କଲେ। ଆଉ ସେ ସମସ୍ତ ଦକ୍ଷ ଶିଳ୍ପୀ ଓ କର୍ମକାରୀମାନଙ୍କୁ ନେଇଗଲେ କେବଳ ଦେଶରେ ନିତାନ୍ତ ଦରିଦ୍ର ଲୋକ ଛଡ଼ା ଆଉ ଅବଶିଷ୍ଟ କେହି ରହିଲେ ନାହିଁ। 15 ପୁଣି ନବୂଖଦ୍ନିତ୍ସର ଯିହୋୟାଖୀନଙ୍କୁ, ତାଙ୍କ ମାତାଙ୍କୁ, ତାଙ୍କ ପତ୍ନୀମାନଙ୍କୁ, ତାଙ୍କର ନପୁଂସକମାନଙ୍କୁ ଓ ତାଙ୍କର ପ୍ରଧାନ ଲୋକମାନଙ୍କୁ ବନ୍ଦୀ କରି ଯିରୁଶାଲମରୁ ବାବିଲକୁ ନେଇ ଗଲେ। 16 ଆଉ ମଧ୍ୟ ସେ 7000 ବଳବାନ ସୈନିକ ଓ 1000 ଶିଳ୍ପୀ ଓ କର୍ମଗ୍ଭରୀମାନଙ୍କୁ ବନ୍ଦୀ କରି ଯିରୁଶାଲମରୁ ନେଇଗଲା। ଏମାନେ ସମସ୍ତେ ତାଲିମପ୍ରାପ୍ତ ସୈନିକ ଥିଲେ ଓ ଯୁଦ୍ଧ ଯୋଗ୍ୟ ଥିଲେ।
ରାଜା ସିଦିକିୟ
17 ପୁଣି ବାବିଲର ରାଜା ଯିହୋୟାଖୀନ୍ର ମାମୁଁ ମତ୍ତନିୟଙ୍କୁ ତାଙ୍କ ପଦରେ ରାଜା କଲେ ଓ ତାଙ୍କ ନାମ ବଦଳାଇ ସିଦିକିୟ ରଖିଲେ। 18 ସିଦିକିୟ ଶାସନ କଲା ବେଳକୁ ତାଙ୍କୁ ଏକୋଇଶ ବର୍ଷ ହୋଇଥିଲା। ସେ ଏଗାର ବର୍ଷ ଯିରୁଶାଲମରେ ରାଜତ୍ୱ କଲେ। ତାଙ୍କ ମାତାଙ୍କ ନାମ ହମୂଟଲ ଓ ସେ ଲିବ୍ନା ନିବାସୀ ଯିରିମିୟର କନ୍ୟା ଥିଲେ। 19 ସିଦିକିୟ ଯିହୋୟାଖୀନଙ୍କ ପରି ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମମାନ କଲେ। 20 ସଦାପ୍ରଭୁ ଯିରୁଶାଲମ ଓ ଯିହୁଦା ପ୍ରତି ଏତେ କ୍ରୋଧାନ୍ୱିତ ହେଲେ ଯେ ସେ ସେମାନଙ୍କୁ ଆପଣା ଛାମୁରୁ ଦୂରେଇ ଦେଲେ।
ନବୂଖଦ୍ନିତ୍ସରଙ୍କ ଦ୍ୱାରା ସିଦିକିୟ ଶାସନର ଅବସାନ
ସିଦିକିୟ ବାବିଲ ରାଜାଙ୍କ ଶାସନ ବିରୁଦ୍ଧରେ ବିଦ୍ରୋହୀ କଲେ।
25 ଅନନ୍ତର ସିଦିକିୟଙ୍କ ରାଜତ୍ୱର ନବମ ବର୍ଷରେ ଦଶମ ମାସର ଦଶମ ଦିନରେ ବାବିଲର ରାଜା ନବୂଖଦ୍ନିତ୍ସର ଓ ତାଙ୍କର ସମସ୍ତ ସୈନ୍ୟ ଯିରୁଶାଲମ ବିରୁଦ୍ଧରେ ଯୁଦ୍ଧ କରିବାକୁ ଆସିଲେ ଏବଂ ଯିରୁଶାଲମକୁ ଅବରୋଧ କଲେ ଓ ତା’ର ଗ୍ଭରିପାଖରେ ସୈନ୍ୟ କତ୍ତୃର୍କ ଅବରୋଧ ନିର୍ମାଣ କଲେ। 2 ସେମାନଙ୍କର ସୈନ୍ୟବାହିନୀ ସିଦିକିୟ ରାଜାଙ୍କ ଏକାଦଶ ବର୍ଷ ରାଜତ୍ୱ କାଳ ପର୍ଯ୍ୟନ୍ତ ଯିରୁଶାଲମକୁ ଅବରୋଧ କରି ଘେରି ରଖିଲେ। 3 ନଗରରେ ଭୟଙ୍କର ଦୁର୍ଭିକ୍ଷ ପଡ଼ିଲା। ଚତୁର୍ଥ ମାସର ନବମ ଦିନରେ ନଗରରେ ମହାଦୁର୍ଭିକ୍ଷ ଭୟଙ୍କର ମାତ୍ରାରେ ବଢ଼ିଗ୍ଭଲିଲା। ତେଣୁ ଦେଶୀୟ ଲୋକମାନଙ୍କ ନିମନ୍ତେ କିଛି ଖାଦ୍ୟ ଦ୍ରବ୍ୟ ମିଳିଲା ନାହିଁ।
4 ସର୍ବଶେଷରେ ନବୂଖଦ୍ନିତ୍ସରଙ୍କ ସୈନ୍ୟ ନଗରର ପ୍ରାଚୀର ଏକ ସ୍ଥାନ ଭଗ୍ନ କଲେ। ସେହି ରାତ୍ରିରେ ରାଜା ସିଦିକିୟ ଓ ସମସ୍ତ ଯୋଦ୍ଧାଗଣ ରାଜାଙ୍କର ଉଦ୍ୟାନକୁ ଲାଗି ଦୁଇଟି ପ୍ରାଚୀର ମଧ୍ୟ ଫାଟକ ଦେଇ ପଳାଇଲେ। ଯେତେବେଳେ କଲ୍ଦୀୟମାନେ ନଗରର ଚତୁର୍ଦ୍ଦିଗରେ ବେଢ଼ି ରହିଥିଲେ। ପୁଣି ରାଜା ଆରବା ପଥ ଦେଇ ଗ୍ଭଲିଗଲେ। 5 ତହୁଁ କଲ୍ଦୀୟ ସୈନ୍ୟମାନେ ରାଜାଙ୍କ ପଶ୍ଚାତ୍ଧାବନ କରି ଯିରୀହୋ ପଦାରେ ତାଙ୍କୁ ଧରିଲେ। ଯେତେବେଳେ ତାଙ୍କର ସମସ୍ତ ସୈନ୍ୟ ତାଙ୍କୁ ଛାଡ଼ି ପଳାୟନ କଲେ।
6 ତା’ପରେ ସେମାନେ ରାଜାଙ୍କୁ ଧରି ରିବ୍ଲାରେ ଥିବା ବାବିଲ ରାଜାଙ୍କ ନିକଟକୁ ନେଲେ। ସେମାନେ ତାଙ୍କୁ ଦଣ୍ତ ଦେବାକୁ ସ୍ଥିର କଲେ। 7 ସେମାନେ ସିଦିକିୟଙ୍କର ପୁତ୍ରମାନଙ୍କୁ ତାଙ୍କ ସମ୍ମୁଖରେ ବଧ କଲେ। ତା’ପରେ ସେମାନେ ସିଦିକିୟଙ୍କର ଚକ୍ଷୁ ଉପାଡ଼ି ପକାଇଲେ ଓ ତାଙ୍କୁ ଶୃଙ୍ଖଳରେ ବାନ୍ଧି ବାବିଲକୁ ନେଇ ଗଲେ।
ଯିରୁଶାଲମର ଧ୍ୱଂସ
8 ନବୂଖଦ୍ନିତ୍ସରଙ୍କ ରାଜତ୍ୱର ଉନବିଂଶ ବର୍ଷରେ ପଞ୍ଚମ ମାସର ସପ୍ତମ ଦିନରେ ବାବିଲ ରାଜାର ଦାସ ନବୂସର୍ଦନ୍ ଉତ୍ତମ ଯୋଦ୍ଧାବର୍ଗର ସେନାପତି ରୂପେ ଯିରୁଶାଲମକୁ ଆସିଲା। 9 ନବୂସର୍ଦନ୍ ସଦାପ୍ରଭୁଙ୍କ ମନ୍ଦିର, ରାଜଗୃହ, ଯିରୁଶାଲମର ସମସ୍ତ ଗୃହ ଓ ଏପରିକି ବୃହତ୍ ଗୃହ ଗୁଡ଼ିକୁ ଅଗ୍ନିରେ ଦଗ୍ଧ କଲା।
10 ନବୂସର୍ଦନଙ୍କ ସହିତ ଥିବା ସମସ୍ତ ସୈନ୍ୟ ଯିରୁଶାଲମର ଚତୁର୍ଦ୍ଦିଗରେ ଥିବା ପ୍ରାଚୀରକୁ ଭାଙ୍ଗି ପକାଇଲେ। 11 ତା’ପରେ ନବୂସର୍ଦନ୍ ଅବଶିଷ୍ଟ ଲୋକମାନଙ୍କୁ ଓ ଆତ୍ମସମର୍ପଣ କରିବାକୁ ଆସିଥିବା ଲୋକମାନଙ୍କୁ ବନ୍ଦୀ କରି ନେଇ ଗଲେ। 12 ସେ କେବଳ ଦରିଦ୍ରତମ ଲୋକମାନଙ୍କୁ ଛାଡ଼ି ଗଲା କାରଣ ସେମାନେ ଦ୍ରାକ୍ଷାକ୍ଷେତ୍ର ଓ ଅନ୍ୟାନ୍ୟ ଶସ୍ୟର ଯତ୍ନ ନେବେ।
13 ବାବିଲର ସୈନ୍ୟମାନେ ସଦାପ୍ରଭୁଙ୍କ ମନ୍ଦିରରେ ଥିବା ସମସ୍ତ ପିତ୍ତଳ ଦ୍ରବ୍ୟ ଭାଙ୍ଗି ପକାଇଲେ। ପିତ୍ତଳ ସ୍ତମ୍ଭ ବୈଠିକି ସବୁ ଓ ପିତ୍ତଳମୟ ସମୁଦ୍ର ରୂପ ଦ୍ୱୀପ ପାତ୍ର ଖଣ୍ତ ଖଣ୍ତ କରି ତହିଁରେ ଥିବା ପିତ୍ତଳକୁ ବାବିଲକୁ ନେଇଗଲେ। 14 ଆଉ ମଧ୍ୟ ସଦାପ୍ରଭୁଙ୍କ ମନ୍ଦିରରେ ବ୍ୟବହୃତ ହାଣ୍ତି, କରଚୁଲି, କତୁରି, ଚମସ ସଜାପାଇଁ ସରଞ୍ଜାମ ଓ ଅନ୍ୟ ସମସ୍ତ ବସ୍ତୁ ଯାହା ମନ୍ଦିରର ସେବା ପାଇଁ ବ୍ୟବହାର ହୋଇଥିଲା, ସେମାନେ ନେଇ ଗଲେ। 15 ପୁଣି ନବୂସର୍ଦନ୍ ଅଙ୍ଗାରଧାନୀ, କୁଣ୍ତସବୁ, ଯାହା ସୁନାର ଥିଲା ତାକୁ ସୁନା କରି ଓ ଯାହା ରୂପାର ଥିଲା ତାକୁ ରୂପାର କରି ନେଇଗଲା। 16-17 ନବୂସର୍ଦନ୍ ନେଇଥିବା ଦ୍ରବ୍ୟ ଗୁଡ଼ିକ ହେଲା, ଯଥା: ସଦାପ୍ରଭୁଙ୍କ ମନ୍ଦିରର ପିତ୍ତଳର ଦୁଇସ୍ତମ୍ଭ, ପ୍ରତ୍ୟେକ ସ୍ତମ୍ଭ ଆଠ ହାତ ଉଚ୍ଚର ଥିଲା ଓ ତା’ ଉପରେ ଥିବା ତିନି ହାତର ଉଚ୍ଚ ପିତ୍ତଳ ମୁଣ୍ତାଳି। ସର୍ବ ଉପରେ ଜାଲିକର୍ମ ଓ ଡାଳିମ୍ବାକୃତି ଥିଲା। ଉଭୟ ସ୍ତମ୍ଭ ସମାନ ଆକୃତି ଓ ସମାନ ପ୍ରକାରର ଥିଲା। ସଦାପ୍ରଭୁଙ୍କ ମନ୍ଦିର ପାଇଁ ଶଲୋମନ ବୃହତ୍ ଜଳାଶୟ ପିତ୍ତଳରେ ତିଆରି କରିଥିଲେ। ଏହି ସମସ୍ତ ପିତ୍ତଳ ନିର୍ମିତ ଜିନିଷଗୁଡ଼ିକ ବହୁତ ଭାରି ଓ ଓଜନ ଥିଲା।
ଯିହୁଦାର ଲୋକମାନେ ବନ୍ଦୀରୂପେ ନୀତ
18 ପୁଣି ନବୂସର୍ଦନ୍ ପ୍ରଧାନ ଯାଜକ ସରାୟ ଦ୍ୱିତୀୟ ଯାଜକ ସିଫନିୟ ଓ ତିନି ଜଣ ଦ୍ୱାରପାଳଙ୍କୁ ନେଇ ଗଲା।
19 ସେ ମଧ୍ୟ ବନ୍ଦୀପରି ନିଆଗଲେ। ଏକ ନପୁଂସକକୁ ସୈନ୍ୟମାନଙ୍କର ଦେଖାଶୁଣା, ରାଜାଙ୍କର ଉପଦେଶଗଣ, ସେନାର ସେନାପତିର ସଚିବ, ଯିଏ ଲୋକମାନଙ୍କୁ ଗଣିବାର ଦାୟିତ୍ୱରେ ଥିଲେ ଏବଂ ସେମାନଙ୍କରୁ ସୈନ୍ୟମାନଙ୍କୁ ବାଛିବା ଏବଂ ଷାଠିଏ ଅନ୍ୟ ଲୋକମାନେ ସହରରେ ମଣିଲେ।
20-21 ତା’ପରେ ନବୂସର୍ଦନ୍ ସେମାନଙ୍କୁ ଧରି ହମାତର ରିବ୍ଲାରେ ଥିବା ବାବିଲ୍ ରାଜାଙ୍କ ନିକଟକୁ ନେଇଗଲା। ବାବିଲର ରାଜା ସେମାନଙ୍କୁ ସେହି ରିବ୍ଲାରେ ବଧ କଲେ। ଏହିରୂପେ ଯିହୁଦା ଆପଣା ଦେଶରୁ ବନ୍ଦୀ ହୋଇ ନୀତ ହୋଲା।
ଯିହୁଦାର ରାଜ୍ୟପାଳ ଗଦଲିୟ
22 ବାବିଲର ରାଜା ନବୂଖଦ୍ନିତ୍ସର କିଛି ଲୋକ ଯିହୁଦାରେ ଛାଡ଼ି ଯାଇଥିଲେ। ସେମାନଙ୍କ ମଧ୍ୟରେ ଶାଫନର ପୌତ୍ର ଅହୀକାମର ପୁତ୍ର ଗଦଲିୟ ଥିଲା, ବାବିଲର ରାଜା ଗଦଲିୟକୁ ଯିହୁଦାର ଶାସନକର୍ତ୍ତା ରୂପେ ନିଯୁକ୍ତ କଲେ।
23 ଏହା ପରେ ବାବିଲର ରାଜା ଗଦଲିୟକୁ ଶାସନକର୍ତ୍ତା କରିଅଛି ବୋଲି ଶୁଣି ସେନାପତିଗଣ ଓ ସେମାନଙ୍କ ଲୋକମାନେ ଯଥା: ନଥନିୟର ପୁତ୍ର ଇଶ୍ମାୟେଲ, କାରେହର ପୁତ୍ର ଯୋହାନନ୍, ନାଟୋଫାତୀୟଠାରୁ ତନ୍ହୂମତର ପୁତ୍ର ସରାୟ, ମାଖାତୀୟର ପୁତ୍ର ଯାସନିୟ ଓ ସେମାନଙ୍କର ଲୋକମାନେ ମିସ୍ପାର ଗଦଲିୟ ନିକଟକୁ ଆସିଲେ। 24 ତହୁଁ ଗଦଲିୟ ଅଧିକାରୀମାନଙ୍କ ନିକଟରେ ଓ ସେମାନଙ୍କ ଲୋକମାନଙ୍କ ନିକଟରେ ଶପଥ କରନ୍ତି, “ବାବିଲର ଅଧିକାରୀମାନଙ୍କୁ ଭୟ କର ନାହିଁ, ଏହିଠାରେ ରହି ବାବିଲ ରାଜାର ସେବା କର। ତା’ପରେ ଏହା ତୁମ୍ଭମାନଙ୍କ ସହିତ ମଙ୍ଗଳ ହେବ।”
25 ମାତ୍ର ସପ୍ତମ ମାସରେ ରାଜବଂଶ ଜାତ ଇଲୀଶାମାର ପୌତ୍ର ନଥନିୟର ପୁତ୍ର ଇଶ୍ମାୟେଲ, ଯିଏ ରାଜା ପରିବାରରୁ ଥିଲେ। ସେ ଓ ତାଙ୍କର ଦଶ ଜଣ ସଙ୍ଗୀ ଗଦଲୀୟକୁ, ଯିହୁଦୀୟମାନଙ୍କୁ ଓ ମିସ୍ପାରେ ଥିବା କଲ୍ଦୀୟମାନଙ୍କୁ ବଧ କଲେ। 26 ତା’ପରେ ସମସ୍ତ ସେନାପତିଗଣ ଓ ଛୋଟ ବଡ଼ ସବୁ ଲୋକ ମିଶରକୁ ପଳାଇଲେ। କାରଣ ସେମାନେ କଲ୍ଦୀୟମାନଙ୍କୁ ଭୟ କରୁଥିଲେ।
27 ଅନନ୍ତର ଯିହୁଦାର ରାଜା ଯିହୋୟାଖୀନଙ୍କ ବନ୍ଦୀତ୍ୱର ସଇଁତିରିଶ୍ ବର୍ଷର ଦ୍ୱାଦଶ ମାସରେ, ମାସର ସତାଇଶ୍ ଦିନରେ ବାବିଲ ରାଜା ଇବିଲ-ମରୋଦକ୍। ସେ ରାଜତ୍ୱ ଆରମ୍ଭ କରିବା ବର୍ଷରେ ବନ୍ଦୀରୁ ଯିହୁଦାର ରାଜା ଯିହୋୟାଖୀନଙ୍କୁ ବାହାର କଲେ ଓ ତାଙ୍କୁ ଅନ୍ୟ ରାଜାଙ୍କଠାରୁ ତାଙ୍କୁ ଅଧିକ ମହତ୍ତ୍ୱପୂର୍ଣ୍ଣ ସ୍ଥାନରେ ବସିବାକୁ ଦେଲେ। ତାହା ବାବିଲୋନରେ ତାଙ୍କ ସହିତ ଏପରି ଥିଲା। 28 ଇବିଲ-ମରୋଦକ୍ ଯିହୋୟାଖୀନଙ୍କ ପ୍ରତି ଅତ୍ୟନ୍ତ ଦୟାଳୁ ଥିଲେ। ସେ ବାବିଲରେ ତାଙ୍କ ସହିତ ଥିବା ଅନ୍ୟ ରାଜାମାନଙ୍କ ଆସନଠାରୁ ସେ ଯିହୋୟାଖୀନଙ୍କୁ ଉଚ୍ଚସ୍ଥାନ ଦେଇଥିଲେ। 29 ଇବିଲ-ମରୋଦକ୍ ଯିହୋୟାଖୀନଙ୍କ କାରାଗାର ପୋଷାକ ବଦଳାଇ ଦେଇଥିଲେ ଓ ସେ ପ୍ରତିଦିନ ତାଙ୍କ ସହିତ ଗୋଟିଏ ମେଜରେ ଯାବଜ୍ଜୀବନ ଭୋଜନ କଲେ। 30 ତେଣୁ ଅବଶିଷ୍ଟ ସମୟ ତାଙ୍କ ଜୀବନର ପ୍ରତିଦିନ। ତାଙ୍କର ସମସ୍ତ ଭୋଜନ ଇବିଲ-ମରୋଦକ୍ ରାଜାଙ୍କ ଦ୍ୱାରା ଯିହୋୟାଖୀନଙ୍କୁ ଦିଆଗଲା।
ପୋଖରୀ ପାଖରେ ଯୀଶୁ ଜଣେ ଲୋକକୁ ସୁସ୍ଥ କଲେ
5 ଏହା ପରେ ଯୀଶୁ ଯିହୂଦୀମାନଙ୍କର ଗୋଟିଏ ବିଶେଷ ପର୍ବ ଥିବାରୁ ସେ ଯିରୁଶାଲମକୁ ଗଲେ। 2 ଯିରୁଶାଲମରେ ପାଞ୍ଚୋଟି ମଣ୍ଡପ ଥିବା ଗୋଟିଏ ପୋଖରୀ ଥିଲା। ଯିହୂଦୀ ଭାଷାରେ ଏହାକୁ ବେଥ୍ସଦା ବା ଦୟାଗୃହ କହନ୍ତି। ଏହା ମେଷଦ୍ୱାର ପାଖରେ ଥିଲା। 3 ବହୁତ ଅସୁସ୍ଥ ଲୋକେ ପୋଖରୀ ପାଖ ମଣ୍ଡପ ଗୁଡ଼ିକରେ ପଡ଼ି ରହୁଥିଲେ। ସେମାନଙ୍କ ମଧ୍ୟରୁ କେତେକ ଅନ୍ଧ, ଛୋଟା ଓ ପକ୍ଷାଘାତଗ୍ରସ୍ତ ରୋଗୀ ଥିଲେ। 4 [a] ଏହାର କାରଣ, ଜଣେ ସ୍ୱର୍ଗଦୂତ ବେଳେବେଳ ଆସି ପୋଖରୀର ପାଣିକୁ ହଲାଉଥିଲେ। ସେତେବେଳେ ଯେଉଁ ରୋଗୀ ପ୍ରଥମେ ପାଣି ଭିତରକୁ ଯାଉଥିଲା, ସେ ସୁସ୍ଥ ହୋଇ ଯାଉଥିଲା। 5 ସେଠାରେ ଜଣେ ଲୋକ ପଡ଼ିରହିଥିଲା, ସେ ବିଗତ 38 ବର୍ଷଧରି ରୋଗଗ୍ରସ୍ତ ଥିଲା। 6 ଯୀଶୁ ସେହି ଲୋକକୁ ସେଠାରେ ପଡ଼ି ରହିଥିବା ଦେଖିଲେ। ସେ ଜାଣିଲେ ଯେ, ସେ ଲୋକଟି ବହୁତ ବର୍ଷ ହେଲାଣି ରୋଗରେ ପଡ଼ିଛି। ତେଣୁ ଯୀଶୁ ତାକୁ ପଗ୍ଭରିଲେ, “ତୁମ୍ଭେ କ’ଣ ସୁସ୍ଥ ହେବାକୁ ଗ୍ଭହଁ?”
7 ସେ ରୋଗୀଟି ଉତ୍ତର ଦେଲା, “ମହାଶୟ, ପାଣି ହଲିବା ସମୟରେ ପାଣି ଭିତରକୁ ଯିବାରେ ସାହାଯ୍ୟ କରିବା ପାଇଁ ମୋର କେହି ଲୋକ ନାହାନ୍ତି। ମୁଁ ପ୍ରଥମେ ପାଣି ଭିତରକୁ ଯିବା ପାଇଁ ଚେଷ୍ଟା କଲାବେଳେ ଅନ୍ୟ ଜଣେ ମୋ’ ପୂର୍ବରୁ ପାଣି ଭିତରକୁ ଗ୍ଭଲିଯାଆନ୍ତି।”
8 ତା’ପରେ ଯୀଶୁ କହିଲେ, “ଠିଆ ହୁଅ। ତୁମ୍ଭର ବିଛଣା ଉଠାଇ ଗ୍ଭଲ।” 9 ସଙ୍ଗେ ସଙ୍ଗେ ଲୋକଟି ସୁସ୍ଥ ହୋଇଗଲା। ସେ ତା’ ବିଛଣା ଉଠେଇ ଗ୍ଭଲିବାକୁ ଆରମ୍ଭ କଲା।
ଏହି ଘଟଣା ବିଶ୍ରାମବାରର ଦିନ ହୋଇଥିଲା। 10 ତେଣୁ ଯିହୂଦୀମାନେ ସୁସ୍ଥ ହୋଇଥିବା ଲୋକକୁ କହିଲେ, “ଆଜି ବିଶ୍ରାମବାର। ବିଶ୍ରାମବାରରେ ତୁମ୍ଭେ ବିଛଣା ବୋହି ନେଇ ଯିବା ଆମ୍ଭର ନିୟମ ବିରୁଦ୍ଧ କାର୍ଯ୍ୟ।”
11 କିନ୍ତୁ ଲୋକଟି କହିଲା, “ମୋତେ ଯିଏ ସୁସ୍ଥ କଲେ, ସେ ମୋତେ କହିଲେ ‘ତୁମ୍ଭର ବିଛଣା ନିଅ ଓ ଗ୍ଭଲ।’”
12 ଯିହୂଦୀମାନେ ସେ ଲୋକକୁ ପଗ୍ଭରିଲେ, “ଯିଏ ତୁମ୍ଭକୁ ଆଜି ବିଛଣା ଉଠେଇ ଗ୍ଭଲିବାକୁ କହିଲା, ସେ କିଏ?”
13 କିନ୍ତୁ ସୁସ୍ଥ ହୋଇଥିବା ଲୋକଟି, ସେ ବ୍ୟକ୍ତିଟି କିଏ ତାହା ଜାଣି ନ ଥିଲା। ସେହି ଜାଗାରେ ବହୁତ ଲୋକଥିଲେ ଓ ଯୀଶୁ ସେଠାରୁ ଗ୍ଭଲି ଯାଇଥିଲେ।
14 ପରେ ଯୀଶୁ ସେହି ଲୋକକୁ ମନ୍ଦିର ପରିସରରେ ଦେଖିଲେ। ସେ ତାକୁ କହିଲେ, “ଦେଖ, ତୁମ୍ଭେ ବର୍ତ୍ତମାନ ସୁସ୍ଥ ହୋଇ ଯାଇଛ। ତେଣୁ ତୁମ୍ଭେ ଆଉ ପାପ କର ନାହିଁ। ଯଦି ତୁମ୍ଭେ ପାପ କରିବ, ତେବେ ତୁମ୍ଭର ଏହାଠାରୁ ଅଧିକ କ୍ଷତି ହୋଇପାରେ।”
15 ତା’ପରେ ଲୋକଟି ସେହି ଯିହୂଦୀମାନଙ୍କ ପାଖକୁ ଗଲା। ସେ ସେମାନଙ୍କୁ କହିଲା ଯେ ଯୀଶୁ ତାକୁ ସୁସ୍ଥ କରିଛନ୍ତି।
16 ଯୀଶୁ ବିଶ୍ରାମବାରରେ ଏହିସବୁ (ସୁସ୍ଥ) କାର୍ଯ୍ୟ କରୁଥିଲେ। ତେଣୁ ଯିହୂଦୀମାନେ ଯୀଶୁଙ୍କ ପ୍ରତି ଖରାପ ବ୍ୟବହାର କରିବା ଆରମ୍ଭ କଲେ। 17 କିନ୍ତୁ ଯୀଶୁ ଯିହୂଦୀମାନଙ୍କୁ କହିଲେ, “ମୋର ପିତା ସର୍ବଦା କାର୍ଯ୍ୟରତ, ଅତଏବ ମୁଁ ମଧ୍ୟ କାର୍ଯ୍ୟ କରେ।”
18 ଏଥିପାଇଁ ଯିହୂଦୀ ନେତାମାନେ ତାହାଙ୍କୁ ହତ୍ୟା କରିବା ପାଇଁ ଆହୁରି ଅଧିକ ଚେଷ୍ଟା କଲେ। ଯିହୂଦୀମାନେ କହିଲେ, “ପ୍ରଥମେ ଯୀଶୁ ବିଶ୍ରାମବାରର ନିୟମ ଭାଙ୍ଗିଲେ। ତା’ପରେ ସେ ପରମେଶ୍ୱରଙ୍କୁ ନିଜର ପିତା ବୋଲି କହିଲେ। ସେ ନିଜକୁ ପରମେଶ୍ୱରଙ୍କ ସହିତ ସମାନ କଲେ।”
ଯୀଶୁଙ୍କଠାରେ ପରମେଶ୍ୱରଙ୍କ ଶକ୍ତି ଅଛି
19 କିନ୍ତୁ ଯୀଶୁ କହିଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି, ପୁତ୍ର ଏକାକୀ କିଛି କରି ପାରନ୍ତି ନାହିଁ। ଯାହା ତାହାଙ୍କ ପିତା କରୁଥିବା ପୁତ୍ର ଦେଖନ୍ତି, ସେ ତାହା ହିଁ କରନ୍ତି କାରଣ ପିତା ଯାହା କରନ୍ତି ପୁତ୍ର ମଧ୍ୟ ସେହିସବୁ କରନ୍ତି। 20 ପିତା ପୁତ୍ରକୁ ପ୍ରେମ କରନ୍ତି। ପିତା ନିଜେ କରିଥିବା ପ୍ରତ୍ୟେକ କାର୍ଯ୍ୟ ପୁତ୍ରକୁ ଦେଖାନ୍ତି। ଏହି ରୋଗୀଟି ସୁସ୍ଥ ହୋଇଗଲା। ଆଉ ତୁମ୍ଭେମାନେ ଯେପରି ଆଶ୍ଚର୍ଯ୍ୟାନ୍ୱିତ ହୁଅ, ଏ ନିମନ୍ତେ ପିତା ପୁତ୍ରଙ୍କୁ ଏହାଠାରୁ ଆହୁରି ମହତ୍ କର୍ମ ଦେଖାଇବେ। 21 ପରମପିତା ମୃତ ଲୋକଙ୍କୁ ଉଠାନ୍ତି ଓ ସେମାନଙ୍କୁ ଜୀବନ ଦାନ କରନ୍ତି। ଠିକ୍ ସେହିପରି ପୁତ୍ର ମଧ୍ୟ ନିଜ ଇଚ୍ଛାନୁସାରେ ଲୋକଙ୍କୁ ଜୀବନ ଦାନ କରନ୍ତି।
22 “ପିତା କାହାର ବିଗ୍ଭର କରନ୍ତି ନାହିଁ। କିନ୍ତୁ ସେ ପୁତ୍ରଙ୍କୁ ବିଗ୍ଭର କରିବାର ସମସ୍ତ କ୍ଷମତା ଅର୍ପଣ କରିଛନ୍ତି। 23 ଈଶ୍ୱର ଏହା କଲେ କାରଣ ସମସ୍ତେ ପିତାଙ୍କୁ ଯେପରି ସମ୍ମାନ ଦେଉଛନ୍ତି, ସେହିପରି ପୁତ୍ରଙ୍କୁ ମଧ୍ୟ ସମ୍ମାନ ଦେବେ। ଯଦି କୌଣସି ଲୋକ ପୁତ୍ରକୁ ସମ୍ମାନ ଦିଏ ନାହିଁ, ତେବେ ସେ ପିତାଙ୍କୁ ମଧ୍ୟ ସମ୍ମାନ ଦିଏ ନାହିଁ। ପିତା ପୁତ୍ରକୁ ପଠାଇଛନ୍ତି।
24 “ମୁଁ ତୁମ୍ଭକୁ ସତ୍ୟ କହୁଛି ଯେ, ଯଦି କୌଣସି ବ୍ୟକ୍ତି ମୋର କହିବା କଥା ଶୁଣେ ଓ ମୋତେ ଯିଏ ପଠାଇଛନ୍ତି ତାହାଙ୍କଠାରେ ବିଶ୍ୱାସ କରେ, ତେବେ ସେ ବ୍ୟକ୍ତି ଅନନ୍ତ ଜୀବନ ଲାଭ କରିଅଛି। ସେ ବ୍ୟକ୍ତି ଦୋଷୀ ବୋଲି ବିଗ୍ଭରିତ ହେବ ନାହିଁ। ସେ ମୃତ୍ୟୁକୁ ପାର ହୋଇ ଜୀବନ ଭିତରେ ପ୍ରବେଶ କରି ସାରିଛି।
2010 by World Bible Translation Center