Old/New Testament
ଯେହୂ ଶମରିୟାର ପ୍ରାଚୀନବର୍ଗଙ୍କୁ ଲେଖନ୍ତି
10 ଆହାବଙ୍କର ସତୁରି ପୁତ୍ର ଶମରିୟାରେ ଥିଲେ। ଯେହୂ ଶମରିୟାରେ ଯିଷ୍ରିୟେଲର ଅଧ୍ୟକ୍ଷ ଅର୍ଥାତ ପ୍ରାଚୀନବର୍ଗମାନଙ୍କୁ ଓ ଆହାବଙ୍କ ପୁତ୍ରମାନଙ୍କ ପ୍ରତିପାଳକମାନଙ୍କ ନିକଟକୁ ଏହିପରି ପତ୍ରମାନ ଲେଖି ପଠାଇଲେ। ଯଥା: 2-3 “ଏହି ଚିଠି ପାଇବା ମାତ୍ରେ, ତୁମ୍ଭେମାନେ ତୁମ୍ଭ ପିତାଙ୍କର ପୁତ୍ରମାନଙ୍କ ମଧ୍ୟରୁ ଅତି ଉତ୍ତମ ଓ ଯୋଗ୍ୟତମ ସନ୍ତାନଟିକୁ ବାଛ। ତୁମ୍ଭମାନଙ୍କର ରଥମାନ ଅଛି, ଅଶ୍ୱମାନ ଅଛି ଓ ତୁମ୍ଭେମାନେ ଏକ ସୁଦୃଢ଼ ନଗରରେ ବାସ କରୁଛ, ଆଉ ମଧ୍ୟ ତୁମ୍ଭମାନଙ୍କର ଅସ୍ତ୍ର ଶସ୍ତ୍ର ଅଛି। ତେଣୁ ସେହି ଯୋଗ୍ୟତମ ସନ୍ତାନକୁ ତୁମ୍ଭ ପିତାର ସିଂହାସନ ପାଇଁ ବାଛ ଓ ତୁମ୍ଭେମାନେ ଆପଣା ପ୍ରଭୁର ପରିବାର ପାଇଁ ଯୁଦ୍ଧ କର।”
4 ମାତ୍ର ଯିଷ୍ରିୟେଲର ଅଧ୍ୟକ୍ଷ ଓ ପ୍ରାଚୀନବର୍ଗଗଣ ଭୟଭୀତ ହୋଇ ପଡ଼ିଲେ। ସେମାନେ କହିଲେ, “ଯେତେବେଳେ ସେ ଦୁଇ ରାଜା ଯେହୂଙ୍କୁ ବନ୍ଦ କରି ପାରିଲେ ନାହିଁ। ଆମ୍ଭେ କିପରି ତାଙ୍କୁ ବନ୍ଦ କରିବା?”
5 ତେଣୁ ଗୃହାଧ୍ୟକ୍ଷ, ନଗର ରାଜ୍ୟପାଳ, ପ୍ରାଚୀନଗଣ, ଆହାବଙ୍କ ପୁତ୍ରମାନଙ୍କ ପ୍ରତିପାଳକମାନେ ଯେହୂଙ୍କ ନିକଟକୁ ଏହିକଥା କହି ପଠାଇଲେ, “ଆମ୍ଭେମାନେ ଆପଣଙ୍କର ଦାସ, ଆପଣ ଆମ୍ଭମାନଙ୍କୁ ଯାହା ଆଜ୍ଞା କରିବେ ଆମ୍ଭେମାନେ ତାହା ସବୁ ପାଳନ କରିବୁ, ଆମ୍ଭେମାନେ କୌଣସି ଲୋକକୁ ରାଜା କରିବୁ ନାହିଁ, ଯାହା ଆପଣଙ୍କ ଦୃଷ୍ଟିରରେ ଭଲ ତାହା ଆପଣ କରନ୍ତୁ।”
ଶମରିୟାରେ ପ୍ରାଚୀନଗଣ ଆହାବଙ୍କ ସନ୍ତାନମାନଙ୍କୁ ହତ୍ୟା କରନ୍ତି।
6 ତା’ପରେ ଯେହୂ ଦ୍ୱିତୀୟ ଚିଠି ନେତୃବର୍ଗ ଓ ପ୍ରାଚୀନବର୍ଗମାନଙ୍କ ନିକଟକୁ ଏହା କହି ଲେଖିଲେ, “ଯଦି ତୁମ୍ଭେମାନେ ମୋ’ ସପକ୍ଷରେ ଓ ମୋ’ ଆଜ୍ଞା ପାଳନ କରିବ, ତେବେ ଆହାବଙ୍କ ପୁତ୍ରମାନଙ୍କ କଟାମୁଣ୍ତ ଧରି ଆସନ୍ତାକାଲି ଏହି ସମୟରେ ଯିଷ୍ରିୟେଲକୁ ମୋ’ ନିକଟକୁ ଆସ।”
ଆହାବଙ୍କ ସତୁରି ପୁତ୍ର ନଗରର ଅଧିକାରୀ ସହିତ ଥିଲେ, ତାହା ସେମାନଙ୍କୁ ଉଠାଇଲା। 7 ଯେତେବେଳେ ନେତୃବର୍ଗ ଏବଂ ପ୍ରାଚୀନବର୍ଗମାନେ ଏହି ଚିଠି ପାଇଲେ, ସେମାନେ ସେହି ସତୁରି ରାଜାଙ୍କର ପୁତ୍ରମାନଙ୍କୁ ନେଇ ବଧ କଲେ, ସେମାନେ ସେହି କଟାମୁଣ୍ତକୁ ଡାଲାରେ ରଖି ଯିଷ୍ରିୟେଲକୁ ଯେହୂଙ୍କ ନିକଟକୁ ପଠାଇଲେ। 8 ତା’ପରେ ଦୂତ ଆସି ଯେହୂଙ୍କୁ କହିଲା, “ସେମାନେ ରାଜପୁତ୍ରମାନଙ୍କର କଟାମୁଣ୍ତ ଆଣିଛନ୍ତି।”
ତା’ପରେ ଯେହୂ କହିଲେ, “ସେଗୁଡ଼ିକୁ ନଗରର ଦ୍ୱାର ଦେଶରେ ଦୁଇଟି ଗଦାକରି ସକାଳ ପର୍ଯ୍ୟନ୍ତ ରଖ।”
9 ପ୍ରଭାତରେ ଯେହୂ ବାହାରକୁ ଯାଇ ଲୋକମାନଙ୍କ ସମ୍ମୁଖରେ ଛିଡ଼ା ହୋଇ କହିଲେ, “ତୁମ୍ଭେମାନେ ନିରିହ ଲୋକ, ମୁଁ ଆପଣା ମହାଶୟଙ୍କୁ ଚକ୍ରାନ୍ତ କରି ବଧ କଲି, ମାତ୍ର ଏହି ଆହାବଙ୍କର ପୁତ୍ରମାନଙ୍କୁ କିଏ ବଧ କଲା? ତୁମ୍ଭେମାନେ ସେମାନଙ୍କୁ ବଧ କଲ। 10 ଏବେ ତୁମ୍ଭେମାନେ ଜାଣ ସଦାପ୍ରଭୁ ଯାହା ଆହାବ ବଂଶ ବିଷୟରେ କହିଥିଲେ, ତାହା ନିଶ୍ଚୟ ଘଟିବ। ସଦାପ୍ରଭୁ ତାଙ୍କର ଦାସ ଏଲିୟ ଦ୍ୱାରା ଯାହା କହିଥିଲେ ତାହା ଆଜି ସଫଳ କରାଇଛନ୍ତି।”
11 ତେଣୁ ଯେହୂ ଯିଷ୍ରିୟେଲରେ ବାସ କରୁଥିବା ଆହାବଙ୍କର ବଂଶର ସମସ୍ତ ଲୋକଙ୍କୁ ଅର୍ଥାତ୍ ତାଙ୍କର ପ୍ରଧାନ ଲୋକମାନଙ୍କୁ, ଆତ୍ମୀୟ ବନ୍ଧୁମାନଙ୍କୁ ଓ ଯାଜକମାନଙ୍କୁ ବଧ କଲେ। ଆହାବଙ୍କ ଲୋକ ମଧ୍ୟରୁ କେହି ଜଣେ ହେଲେ ଜୀବିତ ଛଡ଼ାଗଲା ନାହିଁ।
ଯେହୂ ଅହସିୟଙ୍କ ସମ୍ପର୍କୀୟଙ୍କୁ ହତ୍ୟା କରନ୍ତି
12 ଯେହୂ ଯିଷ୍ରିୟେଲ ତ୍ୟାଗ କରି ଶମରିୟାକୁ ଗଲେ। ସେ ପଥ ମଧ୍ୟରେ ମେଷପାଳକମାନଙ୍କ ଛାଉଣି ନିକଟରେ ଅଟକି ଗଲେ। ଯେଉଁଠାରେ ସେମାନେ ସେମାନଙ୍କ ମେଷଠାରୁ ଲୋମ କାଟିଥିଲେ। 13 ଯେହୂ ଯିହୁଦାର ରାଜା ଅହସିୟଙ୍କ ସମ୍ପର୍କୀୟମାନଙ୍କୁ ଦେଖି ପଗ୍ଭରିଲେ, “ତୁମ୍ଭେମାନେ କିଏ?”
ସେମାନେ ଉତ୍ତର ଦେଲେ, “ଆମ୍ଭେମାନେ ଅହସିୟ ରାଜାଙ୍କର ସମ୍ପର୍କୀୟ। ଆମ୍ଭେମାନେ ରାଜାଙ୍କର ସନ୍ତାନମାନଙ୍କର ଓ ରାଣୀଙ୍କର ସନ୍ତାନମାନଙ୍କର ମଙ୍ଗଳ କାମନା କରିବାକୁ ଯାଉଅଛୁ।”
14 ତା’ପରେ ଯେହୂ ତାଙ୍କ ଲୋକମାନଙ୍କୁ ଆଦେଶ ଦେଲେ, “ଏମାନଙ୍କୁ ଜୀବନ୍ତ ଧର।”
ଯେହୂଙ୍କର ଦାସମାନେ ଅହସିୟଙ୍କର ସମ୍ପର୍କୀୟମାନଙ୍କୁ ଜୀବନ୍ତ ଧରିଲେ ଓ ମେଷଛେଦନ ଗୃହର ବର୍ତ୍ତ ନିକଟରେ ସେହି ବୟାଳିଶ୍ ଜଣଙ୍କୁ ବଧ କଲେ। ସେମାନଙ୍କ ମଧ୍ୟରୁ ଜଣଙ୍କୁ ମଧ୍ୟ ଛାଡ଼ିଲେ ନାହିଁ।
ଯିହୋନାଦବଙ୍କ ସହିତ ଯେହୂଙ୍କ ସାକ୍ଷାତ
15 ଏହା ପରେ ଯେହୂ ସେଠାରୁ ପ୍ରସ୍ଥାନ କଲାବେଳେ ତାଙ୍କୁ ସାକ୍ଷାତ କରିବାକୁ ଆସୁଥିବା ରେଖବର ପୁତ୍ର ଯିହୋନାଦବଙ୍କୁ ଭେଟିଲେ। ସେ ଯିହୋନାଦବଙ୍କୁ ସ୍ୱାଗତ କରି ପଗ୍ଭରିଲେ, “ତୁମ୍ଭେ ମୋର ବିଶ୍ୱସ୍ତ ବନ୍ଧୁ କି, ମୁଁ ଯେପରି ତୁମ୍ଭ ପ୍ରତି ସରଳ ଓ ବିଶ୍ୱସ୍ତ?”
ଯିହୋନାଦବ ଉତ୍ତର ଦେଲେ, “ହଁ, ମୁଁ ତୁମ୍ଭର ଜଣେ ବିଶ୍ୱସ୍ତ ବନ୍ଧୁ।”
ତେଣୁ ଯେହୂ କହିଲେ, “ତେବେ ମୋତେ ତୁମ୍ଭ ହସ୍ତ ଦିଅ।”
ଯେତେବେଳେ ସେ ହସ୍ତ ବଢ଼ାଇଲେ ଯେହୂ ତାଙ୍କୁ ଆପଣା ରଥ ଉପରକୁ ଟାଣି ଆଣିଲେ।
16 ଯେହୂ କହିଲେ, “ମୋ’ ସହିତ ଆସ, ସଦାପ୍ରଭୁଙ୍କ ପ୍ରତି ମୋର କିପରି ଦୃଢ଼ ଆସ୍ଥା ତାହା ଦେଖି ପାରିବ।”
ତେଣୁ ସେ ଯେହୂଙ୍କର ରଥରେ ଆରୋହଣ କଲେ। 17 ଯେହୂ ଶମରିୟାକୁ ଆସି ଆହାବଙ୍କ ଅବଶିଷ୍ଟ ବଂଶଧରଙ୍କୁ ବଧ କଲେ। ସଦାପ୍ରଭୁ ଏଲିୟଙ୍କୁ କହିବାନୁସାରେ ଯେହୂ ସେ ସମସ୍ତଙ୍କୁ ହତ୍ୟା କଲେ।
ଯେହୂ ବାଲ୍ ଉପାସକମାନଙ୍କୁ ଡାକନ୍ତି
18 ପୁଣି ଯେହୂ ସମସ୍ତଙ୍କୁ ଏକତ୍ର କରି ସେମାନଙ୍କୁ ଡାକି କହିଲେ, “ଆହାବ ବାଲ୍ର ଅଳ୍ପ ସେବା କଲା, ମାତ୍ର ଯେହୂ ତା’ର ବହୁତ ସେବା କରିବ। 19 ବର୍ତ୍ତମାନ ବାଲ୍ର ସମସ୍ତ ଭବିଷ୍ୟଦ୍ବକ୍ତାଙ୍କୁ, ତା’ର ସମସ୍ତ ପୂଜକଙ୍କୁ ଓ ତା’ର ସମସ୍ତ ଯାଜକମାନଙ୍କୁ ମୋ’ ନିକଟକୁ ଡାକ। ଦେଖ ଯେକେହି ଅନୁପସ୍ଥିତ ନ ରହନ୍ତି, କାରଣ ବାଲ୍ ଉଦ୍ଦେଶ୍ୟରେ ମୋର ଏକ ବଡ଼ ବଳିଦାନ କରିବାର ଇଚ୍ଛା ଏବଂ ଆଉ ଯେଉଁ ଲୋକ ଅନୁପସ୍ଥିତ ରହିବ ନିଶ୍ଚୟ ହତ୍ୟା କରାଯିବ।”
ଯେହୂ ସେମାନଙ୍କ ସହିତ ଛଳନା କଲେ, ତାଙ୍କର ପ୍ରକୃତ ଅଭିପ୍ରାୟ ଥିଲା ବାଲ୍ର ସମସ୍ତ ଯାଜକ ଓ ପୂଜକମାନଙ୍କୁ ହତ୍ୟା କରିବା। 20 ପୁଣି ଯେହୂ କହିଲେ, “ବାଲ୍ ଉଦ୍ଦେଶ୍ୟରେ ଏକ ପବିତ୍ର ମହାସଭା ଆୟୋଜନ କର।” ଆଉ ଯାଜକମାନେ ତାହା ଘୋଷଣା କଲେ। 21 ତା’ପରେ ଯେହୂ ଇସ୍ରାଏଲର ସମଗ୍ର ଅଞ୍ଚଳକୁ ବାର୍ତ୍ତା ପଠାଇଲେ। ବାଲ୍ର ସମସ୍ତ ପୂଜକ ଓ ଯାଜକ ଆସିଲେ ଓ କେହି ଜଣେ ହେଲେ ଅନୁପସ୍ଥିତ ରହିଲେ ନାହିଁ। ସମସ୍ତ ବାଲ୍ର ପୂଜକ ବାଲ୍ ମନ୍ଦିରରେ ପହଞ୍ଚିଲେ ଓ ମନ୍ଦିରଟି ଲୋକରେ ପରିପୂର୍ଣ୍ଣ ହେଲା।
22 ଯେହୂ ବସ୍ତ୍ରାଗାରର ଅଧ୍ୟକ୍ଷକୁ ଆଦେଶ ଦେଲେ, “ସମସ୍ତ ବାଲ୍ର ପୂଜକଙ୍କ ପାଇଁ ବସ୍ତ୍ର ବାହାର କରି ଦିଅ।” ତେଣୁ ସେ ବସ୍ତ୍ର ବାହାର କରି ଆଣିଲା।
23 ତା’ପରେ ଯେହୂ ଓ ରେଖବର ପୁତ୍ର ଯିହୋନାଦବ ବାଲ୍ ମନ୍ଦିରକୁ ଗଲେ। ଯେହୂ ବାଲ୍ ମନ୍ଦିରର ଉପାସକମାନଙ୍କୁ କହିଲେ, “ଚତୁର୍ପାର୍ଶ୍ୱକୁ ଦେଖ! ଏଠାରେ ବାଲ୍ ପୂଜାରୀମାନଙ୍କ ଛଡ଼ା ଯେପରି ଆଉ କେହି ନ ଥାଏ। ଏଥିପାଇଁ ଖୋଜି ନିଶ୍ଚିତ ହୁଅ ଯେ, ତୁମ୍ଭମାନଙ୍କ ସହିତ ସଦାପ୍ରଭୁଙ୍କ ଦାସ ଏଠାରେ ନାହାନ୍ତି।” 24 ଏହା ପରେ ବାଲ୍ର ପୂଜକମାନେ ବଳିଦାନ ଓ ହୋମବଳି କରିବାକୁ ଭିତରକୁ ଗଲେ। ଯେହୂ ନିଜର ଅଶୀ ଜଣଙ୍କୁ ବାହାରେ ନିଯୁକ୍ତ କରିଥିଲେ। ସେ ସେମାନଙ୍କୁ କହିଲେ, “ଏହି ଲୋକମାନଙ୍କ ମଧ୍ୟରୁ ଯେପରି ଜଣେ କେହି ପଳାଇ ନ ଯାଆନ୍ତି।
ଯଦି ଜଣେ କେହି ପଳାଇ ଯାଏ, ଯେଉଁ ଲୋକ ତାକୁ ଛାଡ଼ି ଦେଇ ଥିବ, ସେ ତା’ର ଜୀବନ ତା’ର ବଦଳରେ ଦେବ।”
25 ଯେହୂ ନୈବେଦ୍ୟ ହୋମବଳି ଉତ୍ସର୍ଗ କରିବାର ସମାପ୍ତି ପରେ, ପ୍ରହରୀ ଓ ସେନାପତିମାନଙ୍କୁ କହିଲେ, “ଭିତରକୁ ଯାଅ ଓ ସମସ୍ତ ବାଲ୍ ପୂଜାରୀଙ୍କୁ ହତ୍ୟା କର। କାହାରିକୁ ମନ୍ଦିର ବାହାରକୁ ଆସିବାକୁ ଦିଅ ନାହିଁ।”
ତେଣୁ ସେମାନେ ଖଡ଼୍ଗ ଦ୍ୱାରା ସେମାନଙ୍କୁ ବଧ କଲେ। ଆଉ ପ୍ରହରୀ ଓ ସେନାପତିମାନେ ସେମାନଙ୍କ ଶରୀରକୁ ବାହାରେ ପକାଇ ଦେଲେ ଓ ବାଲ୍ ମନ୍ଦିରର ଗୃହକୁ ଗଲେ। 26 ପୁଣି ସେମାନେ ବାଲ୍ ମନ୍ଦିରରୁ ସ୍ମୃତି ସ୍ତମ୍ଭମାନ ବାହାର କରି ଆଣି ପୋଡ଼ି ପକାଇଲେ। 27 ସେମାନେ ବାଲ୍ର ସ୍ମରଣାର୍ଥକ ପ୍ରସ୍ତରଗୁଡ଼ିକୁ ଭାଙ୍ଗି ପକାଇଲେ ଓ ବାଲ୍ ମନ୍ଦିରକୁ ଧୂଳିସାତ କଲେ ଓ ଏହାକୁ ଶୌଗ୍ଭଳୟ କଲେ। ସେଗୁଡ଼ିକ ଆଜିଯାଏ ବ୍ୟବହାର ହେଉଛି।
28 ଏହିରୂପେ ଯେହୂ ଇସ୍ରାଏଲରୁ ବାଲ୍ ପୂଜା ଦୂର କଲେ। 29 ନବାଟଙ୍କ ପୁତ୍ର ଯାରବିୟାମଙ୍କର ପାପକୁ ଯେହୂ ସମ୍ପୂର୍ଣ୍ଣ ରୂପେ ପରିତ୍ୟାଗ କଲେ ନାହିଁ, ଯିଏ ଇସ୍ରାଏଲର ପାପ କରିବାର କାରଣ ହୋଇଥିଲା। ଯେହୂ ମଧ୍ୟ ବୈଥେଲ୍ ଓ ଦାନ୍ରେ ଥିବା ସୂବର୍ଣ୍ଣ ବାଛୁରି ଧ୍ୱଂସ କରି ପାରିଲେ ନାହିଁ।
ଇସ୍ରାଏଲରେ ଯେହୂଙ୍କ ଶାସନ
30 ଅନନ୍ତର ସଦାପ୍ରଭୁ ଯେହୂକୁ କହିଲେ, “କାରଣ ମୋ’ ଦୃଷ୍ଟିରେ ଯାହା ଯଥାର୍ଥ, ତୁମ୍ଭେ ଠିକ୍ କରିଅଛ। ଯାହା ମୋର ଇଚ୍ଛା ଅନୁସାରେ ତୁମ୍ଭେ ଆହାବର ବଂଶକୁ ବିନାଶ କରିଅଛି। ଏଣୁ ଗ୍ଭରି ପୁରୁଷ ପର୍ଯ୍ୟନ୍ତ ତୁମ୍ଭର ସନ୍ତାନମାନେ ଇସ୍ରାଏଲ ସିଂହାସନରେ ରାଜତ୍ୱ କରିବେ।”
31 ତଥାପି ଯେହୂ ସଦାପ୍ରଭୁଙ୍କର ଆଦେଶଗୁଡ଼ିକ ପୂର୍ଣ୍ଣହୃଦୟରେ ଅନୁକରଣ କଲେ ନାହିଁ। ନବାଟଙ୍କ ପୁତ୍ର ଯାରବିୟାମଙ୍କର ପାପକୁ ଯେହୂ ସମ୍ପୂର୍ଣ୍ଣ ରୂପେ ପରିତ୍ୟାଗ କରି ପାରିଲେ ନାହିଁ, ଯିଏ ଇସ୍ରାଏଲର ପାପ କରିବାର କାରଣ ହୋଇଥିଲା।
ହସାୟେଲଙ୍କ ଇସ୍ରାଏଲ ଧ୍ୱଂସ
32 ସେହି ସମୟରେ ସଦାପ୍ରଭୁ ଇସ୍ରାଏଲକୁ ଭାଗ କରିବାକୁ ଆରମ୍ଭ କଲେ। ପୁଣି ଅରାମର ରାଜା ହସାୟେଲ ଇସ୍ରାଏଲର ସମସ୍ତ ସୀମାରେ ଇସ୍ରାଏଲୀୟମାନଙ୍କୁ ପରାସ୍ତ କଲେ। 33 ହସାୟେଲ ଯର୍ଦ୍ଦନର ପୂର୍ବ ଦିଗରୁ ସମସ୍ତ ଗିଲିୟଦ ଦେଶ ଅର୍ଣ୍ଣୋନ ଉପତ୍ୟକା ନିକଟସ୍ଥ ଅରୋୟେରଠାରୁ ଗାଦ୍, ରୁବେନ୍ ଓ ମନଃଶି ପରିବାରବର୍ଗର ଲୋକମାନଙ୍କ ଦେଶ ଜୟ କଲେ। ସେ ବାଶନ ଓ ଗିଲିୟଦର ଅର୍ଣ୍ଣୋନ ଉପତ୍ୟକା ଦ୍ୱାରା ଅରୋୟେରଠାରୁ ସମସ୍ତ ଦେଶ ଜୟଲାଭ କଲା।
ଯେହୂଙ୍କ ମୃତ୍ୟୁ
34 ଯେହୂଙ୍କ ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ କ୍ରିୟା ପରାକ୍ରମ ଇସ୍ରାଏଲର ରାଜାମାନଙ୍କ ଇତିହାସ ପୁସ୍ତକରେ ଲିଖିତ ହୋଇଅଛି। 35 ଯେହୂଙ୍କ ମୃତ୍ୟୁ ଅନ୍ତେ ସେ ନିଜ ପୂର୍ବପୁରୁଷଗଣଙ୍କ ସହିତ ଶମରିୟାରେ ସମାଧିସ୍ଥ ହେଲେ। ତାଙ୍କ ପରେ ତାଙ୍କ ପୁତ୍ର ଯିହୋୟାହସ ଇସ୍ରାଏଲରେ ରାଜା ହେଲେ। 36 ଶମରିୟାରେ ଇସ୍ରାଏଲ ଉପରେ ଯେହୂ ଅଠାଇଶ୍ ବର୍ଷ ରାଜତ୍ୱ କଲେ।
ଅଥଲିୟା ରାଜପୁତ୍ରମାନଙ୍କୁ ଯିହୁଦାରେ ହତ୍ୟା କରନ୍ତି
11 ଅନନ୍ତର ଅହସିୟଙ୍କର ମାତା ଅଥଲିୟା ନିଜ ପୁତ୍ରର ମୃତ୍ୟୁ ଦେଖି, ସମସ୍ତ ରାଜବଂଶକୁ ବିନାଶ କଲେ।
2 ମାତ୍ର ଯୋରାମଙ୍କ ରାଜକନ୍ୟା, ଅହସିୟଙ୍କର ଭଗିନୀ ଯିହୋଶେବା ଯେତେବେଳେ ଦେଖିଲେ ରାଜପୁତ୍ରମାନେ ନିହତ ହେଲେ, ସେ ପୁତ୍ରମାନଙ୍କ ମଧ୍ୟରୁ ଯୋୟାଶକୁ ନେଇଗଲେ। ସେ ଶିଶୁ ଯୋୟାଶ ଓ ତାହାର ଧାତ୍ରୀକୁ ନେଇ ଶୟନାଗାରରେ ଲୁଗ୍ଭଇ ରଖିଲା। ତାକୁ ଲୁଗ୍ଭଇ ରଖିବାରୁ ସେ ଅଥଲିୟାଠାରୁ ହତ ହେଲା ନାହିଁ।
3 ତା’ପରେ ଯୋୟାଶ ଓ ଯିହୋଶେବା ସଦାପ୍ରଭୁଙ୍କ ମନ୍ଦିରରେ ଛଅ ବର୍ଷ ଗୋପନରେ ରହିଲେ ଓ ସେତେବେଳେ ଅଥଲିୟା ଯିହୁଦାରେ ରାଜତ୍ୱ କଲେ।
4 ଏହା ପରେ ସପ୍ତମ ବର୍ଷରେ ଯିହୋୟାଦା ଲୋକ ପଠାଇ କରୀୟମାନଙ୍କର ଓ ପ୍ରହରୀବର୍ଗର ଅଧ୍ୟକ୍ଷମାନଙ୍କୁ ଅଣାଇ ସେମାନଙ୍କୁ ଏକତ୍ରିତ କରି ସଦାପ୍ରଭୁଙ୍କ ମନ୍ଦିରକୁ ଆପଣା ନିକଟକୁ ନେଲା, ଆଉ ସେ ସେମାନଙ୍କ ସହିତ ଏକ ଚୁକ୍ତି କରାଇଲା ଓ ସଦାପ୍ରଭୁଙ୍କ ମନ୍ଦିରରେ ସେମାନଙ୍କୁ ଶପଥ କରାଇ ରାଜପୁତ୍ର ଯୋୟାଶକୁ ଦେଖାଇଲା।
5 ତା’ପରେ ସେ ସେମାନଙ୍କୁ ଆଜ୍ଞା ଦେଇ କହିଲେ, “ତୁମ୍ଭେମାନେ ଏହା ନିଶ୍ଚୟ କରିବ। ତୁମ୍ଭମାନଙ୍କ ମଧ୍ୟରୁ ଏକ ତୃତୀୟାଂଶ ବିଶ୍ରାମ ଦିନରେ ଏହି ପ୍ରାସାଦକୁ ପ୍ରହରା ଦେବାକୁ ନିଶ୍ଚୟ ଆସିବ। 6 ଅନ୍ୟ ଏକତୃତୀୟାଂଶ ସୂର ଫାଟକରେ ରହିବେ ଓ ଆଉ ଏକତୃତୀୟାଂଶ ପ୍ରହରୀମାନଙ୍କର ପଛ ଫାଟକରେ ରହିବେ। ଏହିରୂପେ ତୁମ୍ଭେମାନେ ପୁରା ଦମ୍ରେ ପ୍ରାସାଦକୁ ଜଗିବ। 7 ପୁଣି ବିଶ୍ରାମ ବାରରେ ଦୁଇ ଭାଗର ଲୋକ ଯେଉଁମାନେ କର୍ମକ୍ଷେତ୍ରକୁ ଯାଇ ସଦାପ୍ରଭୁଙ୍କ ମନ୍ଦିରର ପ୍ରହରୀ ରହିବେ ଓ ରାଜା ଯୋୟାଶଙ୍କୁ ରକ୍ଷା କରିବେ। 8 ତୁମ୍ଭେମାନେ ରାଜା ଯୋୟାଶକୁ ବେଷ୍ଟନ କରି ରହିବ। ସେ ଯେତେବେଳେ ଯିବେ, ତୁମ୍ଭେ ତାଙ୍କ ସହିତ ନିଶ୍ଚୟ ରହିବ। ତୁମ୍ଭେମାନେ ସର୍ବଦା ଅସ୍ତ୍ରରେ ସଜ୍ଜିତ ହୋଇ ରହିବ। ଯେକୌଣସି ଲୋକ ତୁମ୍ଭର ଅତି ନିକଟକୁ ଆସେ ତାକୁ ହତ୍ୟା କରାଯିବ।”
9 ଯିହୋୟାଦା ଯାଜକ ଯାହାସବୁ ଆଦେଶ କଲେ, ଅଧ୍ୟକ୍ଷମାନେ ତଦନୁସାରେ ପାଳନ କଲେ। ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ତାଙ୍କର ପୁରୁଷମାନଙ୍କୁ ଆଣିଲେ, ଉଭୟ ଯେଉଁମାନେ ବିଶ୍ରାମ ଦିନରେ କାର୍ଯ୍ୟକୁ ଯାଉଥିଲେ ଓ ଯେଉଁମାନେ କାର୍ଯ୍ୟକୁ ଯାଉ ନ ଥିଲେ, ଏହି ଲୋକମାନେ ଯିହୋୟାଦା ଯାଜକ ନିକଟକୁ ଗଲେ। 10 ଦାଉଦ ରାଜା ଯେଉଁସବୁ ବର୍ଚ୍ଛା ଓ ଢାଲ ସଦାପ୍ରଭୁଙ୍କ ମନ୍ଦିରରେ ରଖିଥିଲେ, ଯାଜକ ସେସବୁ କାଢ଼ି ସେମାନଙ୍କୁ ଦେଇ ଦେଲେ। 11 ଏହି ପ୍ରହରୀମାନେ ସଦାପ୍ରଭୁଙ୍କ ମନ୍ଦିରର ଦକ୍ଷିଣ ପାର୍ଶ୍ୱରୁ ବାମପାର୍ଶ୍ୱ ପର୍ଯ୍ୟନ୍ତ ଯଜ୍ଞବେଦି ଓ ରାଜାଙ୍କ ଚତୁର୍ପାର୍ଶ୍ୱରେ ହସ୍ତରେ ଅସ୍ତ୍ର ଧରି ଠିଆ ହୋଇ ରହିଲେ। 12 ସେତେବେଳେ ସେମାନେ ରାଜପୁତ୍ରକୁ ବାହାରକୁ ଆଣି ତାହା ମସ୍ତକରେ ମୁକୁଟ ପିନ୍ଧାଇଲେ ଓ ତାହାକୁ ସାକ୍ଷ ପୁସ୍ତକ ଦେଲେ। ପୁଣି ସେମାନେ ତାଙ୍କୁ ରାଜାକରି ଅଭିଷେକ କଲେ। ଆଉ କରତାଳି ଦେଇ କହିଲେ, “ରାଜା ଚିରଜୀବି ହୁଅନ୍ତୁ।”
13 ଏଥିରେ ଅଥଲିୟା ପ୍ରହରୀବର୍ଗର ଓ ଲୋକମାନଙ୍କର କୋଳାହଳ ଶୁଣି ସଦାପ୍ରଭୁଙ୍କ ମନ୍ଦିରର ଲୋକମାନଙ୍କ ନିକଟକୁ ଆସିଲା। 14 ଅଥଲିୟା ଦେଖିଲେ ରାଜା ବିଧି ଅନୁସାରେ ଯେଉଁଠି ଛିଡ଼ା ହେବା କଥା ସେଇଠି ଛିଡ଼ା ହୋଇଛନ୍ତି। ରାଜାଙ୍କ ନିକଟରେ ସେନାପତିମାନେ ଥିଲେ, ଲୋକମାନେ ତୂରୀ ବଜାଉଥିଲେ। ଦେଶର ସମସ୍ତ ଲୋକ ଆନନ୍ଦ କରୁଥିଲେ। ଏଥିରେ ଅଥଲିୟା ନିଜର ବସ୍ତ୍ର ଚିରି “ରାଜଦ୍ରୋହ! ରାଜଦ୍ରୋହ!” ବୋଲି ଚିତ୍କାର କଲା।
15 ଏଥିରେ ଯାଜକ ଯିହୋୟାଦା ସୈନ୍ୟମାନଙ୍କର ଅଧ୍ୟକ୍ଷମାନଙ୍କୁ ଆଦେଶ ଦେଲେ, “ଅଥଲିୟାକୁ ମନ୍ଦିର ବାହାରକୁ ନେଇଯାଅ। ଯିଏ ତା’ର ପଶ୍ଚାତ ଧାବନ କରୁଛି, ନିଶ୍ଚୟ ହତ୍ୟା କରାଯିବ। ତାକୁ କିମ୍ବା ତା’ର ଅନୁସରଣକାରୀମାନଙ୍କୁ ମନ୍ଦିର ଭିତରେ ହତ୍ୟା କର ନାହିଁ।”
16 ତହୁଁ ଅଥଲିୟା ଅଶ୍ୱଦ୍ୱାରର ପଥଦେଇ ରାଜଗୃହକୁ ଗଲାବେଳେ ସେମାନେ ତାକୁ ଧରି ବଧ କଲେ।
17 ତା’ପରେ ଯିହୋୟାଦା ସଦାପ୍ରଭୁ, ରାଜା ଓ ଲୋକମାନଙ୍କ ମଧ୍ୟରେ ଏକ ଚୁକ୍ତି କଲେ। ଏହି ଚୁକ୍ତି ଅନୁସାରେ ରାଜା ଓ ଲୋକମାନେ ସଦାପ୍ରଭୁଙ୍କର ଲୋକ ହେଲେ। ପୁଣି ଯିହୋୟାଦା ରାଜା ଓ ଲୋକମାନଙ୍କ ପାଇଁ ଏକ ଚୁକ୍ତି କରି କହିଲେ ଯେ, ରାଜା ଲୋକମାନଙ୍କ ପାଇଁ ଯାହା କରିବେ ଓ ଲୋକମାନେ ରାଜାଙ୍କୁ ମାନିବେ ଓ ତାଙ୍କ ଅନୁଗାମୀ ହେବେ।
18 ଏଥି ଉତ୍ତାରେ ସମସ୍ତ ଲୋକ ବାଲ୍ ମନ୍ଦିରକୁ ଗଲେ ଓ ସେଠାରେ ମନ୍ଦିରର ଯଜ୍ଞବେଦିଗୁଡ଼ିକ ଓ ବାଲ୍ର ପ୍ରତିମାଗୁଡ଼ିକୁ ଭାଙ୍ଗି ଚୂର୍ଣ୍ଣ କରିଦେଲେ। ସେମାନେ ମଧ୍ୟ ବାଲ୍ର ଯାଜକ ମତ୍ତନକୁ ଯଜ୍ଞବେଦି ସମ୍ମୁଖରେ ବଧ କଲେ।
ତା’ପରେ ଯାଜକ ଯିହୋୟାଦା ସଦାପ୍ରଭୁଙ୍କ ମନ୍ଦିର ମରାମତି କାର୍ଯ୍ୟ ତଦାରଖ କରିବା ପାଇଁ ଲୋକମାନଙ୍କୁ ନିଯୁକ୍ତ କଲେ। 19 ପୁଣି ସେ ଯାଜକ ସେନାପତିମାନଙ୍କୁ, କରୀୟମାନଙ୍କୁ, ପ୍ରହରୀମାନଙ୍କୁ ଓ ସମସ୍ତ ଲୋକମାନଙ୍କୁ ଧରି ସଦାପ୍ରଭୁଙ୍କ ମନ୍ଦିରରୁ ରାଜଗୃହକୁ ଗ୍ଭଲିଲେ। ସେମାନେ ପ୍ରହରୀବର୍ଗର ଦ୍ୱାର ଦେଇ ରାଜଗୃହକୁ ଆସିଲେ। ତା’ପରେ ଯୋୟାଶ ସିଂହାସନ ଉପରେ ଉପବିଷ୍ଟ ହେଲେ। 20 ସମସ୍ତ ଲୋକ ଆନନ୍ଦିତ ହେଲେ ଓ ନଗର ସୁସ୍ଥିର ହେଲା। ଆଉ ରାଜଗୃହ ନିକଟରେ ଅଥଲିୟା ଖଡ଼୍ଗରେ ନିହତ ହେଲା।
21 ଯୋୟାଶ ସାତ ବର୍ଷ ବୟସରେ ରାଜତ୍ୱ କଲେ।
ଯୋୟାଶଙ୍କ ଶାସନ ଆରମ୍ଭ
12 ଇସ୍ରାଏଲରେ ଯେହୂଙ୍କ ରାଜତ୍ୱର ସପ୍ତମ ବର୍ଷରେ ଯୋୟାଶଙ୍କ ଶାସନ ଆରମ୍ଭ ହେଲା। ସେ ଯିରୁଶାଲମରେ ଗ୍ଭଳିଶ୍ ବର୍ଷ ରାଜତ୍ୱ କଲେ। ତାଙ୍କର ମାତା ବେର୍ଶେବା ନିବାସିନୀ ସିବିୟା ନାମରେ ଖ୍ୟାତ ଥିଲେ। 2 ଯୋୟାଶ୍ ତାଙ୍କର ସମଗ୍ର ଜୀବନ କାଳରେ ଯାଜକ ଯିହୋୟାଦାଙ୍କ ଶିକ୍ଷାନୁସାରେ ସଦାପ୍ରଭୁଙ୍କ ଆଜ୍ଞାପାଳନ କଲେ ଏବଂ ସେ ଯାହା କଲେ ତାହା ସଦାପ୍ରଭୁଙ୍କ ଦୃଷ୍ଟିରେ ଉତ୍ତମ ଥିଲା। 3 ତଥାପି ସେ, ଉଚ୍ଚସ୍ଥଳୀ ଗୁଡ଼ିକୁ ଧ୍ୱଂସ କଲେ ନାହିଁ। ଲୋକମାନେ ତଥାପି ବଳିଦାନ ଉତ୍ସର୍ଗ କଲେ ଓ ସେହି ଉଚ୍ଚ ସ୍ଥାନମାନଙ୍କରେ ଧୂପ ଜଳାଇଲେ।
ଯୋୟାଶ୍ ସଦାପ୍ରଭୁଙ୍କ ମନ୍ଦିର ପୁନଃନିର୍ମାଣ ପାଇଁ ଆଦେଶ କରନ୍ତି
4-5 ଅନନ୍ତର ଯୋୟାଶ୍ ଯାଜକମାନଙ୍କୁ କହିଲେ, “ସଦାପ୍ରଭୁଙ୍କ ମନ୍ଦିରରେ ଅଧିକ ଟଙ୍କା ରହିଛି, ଯାହାକୁ ଲୋକମାନେ ଆଣିଲେ। ସେମାନେ ଜନ ଗଣନା ସମୟରେ କର ଦେଲେ। ସେମାନେ ସେମାନଙ୍କର ଅନୁସାରେ ମୁଦ୍ରା ଦେଲେ। ଲୋକମାନଙ୍କଠାରୁ ପ୍ରତ୍ୟେକ ନିରୂପିତ ମୁଦ୍ରା ପ୍ରାପ୍ତ କରି, ଯିଏ ସେବା କରିଛି। ମନ୍ଦିରର ଭଗ୍ନସ୍ଥଳର ମରାମତିରେ ଯାଜକମାନେ ମୁଦ୍ରା ବ୍ୟବହାର କରନ୍ତୁ।”
6 ମାତ୍ର ଯାଜକମାନେ ଯୋୟାଶ୍ ରାଜତ୍ୱର ତେଇଶ୍ ବର୍ଷ ପର୍ଯ୍ୟନ୍ତ ଗୃହର କ୍ଷତିସ୍ଥାନ ମରାମତି କରି ନ ଥିଲେ। 7 ତେଣୁ ରାଜା ଯୋୟାଶ୍ ଯାଜକ ଯିହୋୟାଦା ଓ ଅନ୍ୟ ଯାଜକମାନଙ୍କୁ ଡକାଇଲେ ଏବଂ କହିଲେ, “ତୁମ୍ଭେମାନେ ସଦାପ୍ରଭୁଙ୍କ ମନ୍ଦିରର ଭଗ୍ନସ୍ଥାନମାନ କାହିଁକି ମରାମତି କରୁ ନାହଁ? ତୁମ୍ଭେ ସେବା କରିଥିବା ଲୋକମାନଙ୍କଠାରୁ ଆଉ ମୁଦ୍ରା ନିଅ ନାହିଁ। ସେହି ମୁଦ୍ରା ସଦାପ୍ରଭୁଙ୍କ ମନ୍ଦିରର ଭଗ୍ନସ୍ଥାନ ମରାମତି ପାଇଁ ବ୍ୟବହାର ହେଉ।”
8 ତେଣୁ ଯାଜକମାନେ ଲୋକମାନଙ୍କଠାରୁ ଟଙ୍କା ନ ନେବାକୁ ସମ୍ମତ ହେଲେ। ଏବଂ ମଧ୍ୟ ମନ୍ଦିର ମରାମତି ନ କରିବାକୁ ସ୍ଥିର କଲେ। 9 ତେଣୁ ଯାଜକ ଯିହୋୟାଦା ଗୋଟିଏ ସିନ୍ଦୁକ ନେଇ ତା’ର ଢାଙ୍କୁଣିରେ ଏକ ଛିଦ୍ର କରି ଯଜ୍ଞବେଦି ନିକଟରେ ସଦାପ୍ରଭୁଙ୍କ ମନ୍ଦିରରେ ପ୍ରବେଶ ସ୍ଥାନର ଦକ୍ଷିଣ ପାର୍ଶ୍ୱରେ ରଖିଲା। ପୁଣି ଦ୍ୱାର ରକ୍ଷକ ଯାଜକମାନେ ସଦାପ୍ରଭୁଙ୍କ ମନ୍ଦିରକୁ ଆନୀତ ଟଙ୍କାସବୁ ଲୋକମାନଙ୍କ ଦ୍ୱାରା ଆଣିଲେ, ସେହି ଦ୍ୱାର ନିକଟରେ ରଖିଲେ।
10 ତା’ପରେ ଲୋକମାନେ ସେହି ସିନ୍ଦୁକରେ ଟଙ୍କା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପକାଇଲେ। ଯେତେବେଳେ ରାଜାଙ୍କ ସଚୀବ ଓ ମହାଯାଜକ ଦେଖିଲେ ସିନ୍ଦୁକରେ ପ୍ରଚୁର ଟଙ୍କା ହୋଇଗଲା, ସେମାନେ ଆସି ତାକୁ ନେଇଗଲେ ଓ ଥଳିରେ ରଖି ଗଣିଲେ। 11 ସେମାନେ ସଦାପ୍ରଭୁଙ୍କ ମନ୍ଦିରରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କୁ, ବଢ଼େଇମାନଙ୍କୁ ଓ ଅନ୍ୟ ରାଜମନ୍ତ୍ରୀଗଣ ସଦାପ୍ରଭୁଙ୍କ ମନ୍ଦିର ପୂନଃନିର୍ମାଣ କାର୍ଯ୍ୟ ମରାମତିରେ ଏହି ଟଙ୍କା ଦେଲେ। 12 ସେମାନେ ମଧ୍ୟ ପ୍ରସ୍ତର କାରିଗର, ପ୍ରସ୍ତର କଟାଳୀମାନଙ୍କୁ ଦେଲେ ଓ ମନ୍ଦିରର ପୁନଃନିର୍ମାଣ ନିମନ୍ତେ ଆବଶ୍ୟକୀୟ ସଦାପ୍ରଭୁଙ୍କ ମନ୍ଦିର ମରାମତି ପାଇଁ କାଠ, ଖୋଦିତ ପ୍ରସ୍ତର ଓ ଅନ୍ୟାନ୍ୟ ଦ୍ରବ୍ୟ କିଣିବାରେ ସେହି ମୁଦ୍ରାକୁ ବ୍ୟବହାର କଲେ।
13-14 ମାତ୍ର ଯାଜକମାନେ ସଦାପ୍ରଭୁଙ୍କ ମନ୍ଦିରକୁ ଆନୀତ ମୁଦ୍ରାରେ ଗୃହ ନିମନ୍ତେ ରୌପ୍ୟ ପାତ୍ର, କତୁରୀ, କୁଣ୍ତ, ତୂରୀ, କୌଣସି ସୁବର୍ଣ୍ଣ ପାତ୍ର କିମ୍ବା ରୌପ୍ୟପାତ୍ର ନିର୍ମାଣ କଲେ ନାହିଁ। ସଦାପ୍ରଭୁଙ୍କ ମନ୍ଦିର ମରାମତି ପାଇଁ କୁଶଳ ଶ୍ରମିକମାନଙ୍କୁ ମଜୁରୀରେ ବ୍ୟୟ କରାଗଲା। 15 ମାତ୍ର ଶ୍ରମିକମାନଙ୍କୁ ଦେବା ପାଇଁ ଯେଉଁମାନଙ୍କ ହସ୍ତରେ ସେ ଟଙ୍କା ଦିଆଗଲା, ସେମାନଙ୍କଠାରୁ କେହି ହିସାବ ନେଲେ ନାହିଁ। କାରଣ ସେମାନେ ଅତି ବିଶ୍ୱସ୍ତ ଭାବରେ କାମ କଲେ।
16 କୌଣସି ଦୋଷ ପାଇଁ ଓ ପାପ ପାଇଁ ଉତ୍ସର୍ଗୀକୃତ ମୁଦ୍ରା ସଦାପ୍ରଭୁଙ୍କ ମନ୍ଦିରର ପୁନଃନିର୍ମାଣରେ ବ୍ୟବହୃତ ହେଲା ନାହିଁ। ତାହା ଯାଜକମାନଙ୍କର ହେଲା।
ଯୋୟାଶ୍ ହସାୟେଲଙ୍କଠାରୁ ଯିରୁଶାଲମକୁ ରକ୍ଷା କରନ୍ତି
17 ଅନନ୍ତର ଅରାମର ରାଜା ହସାୟେଲ ଗାଥ୍ ବିରୁଦ୍ଧରେ ଯୁଦ୍ଧ କରି ତାକୁ ଅଧିକାର କଲେ। ତା’ପରେ ସେ ଯିରୁଶାଲମ ବିରୁଦ୍ଧରେ ଯୁଦ୍ଧ କରିବାକୁ ଯୋଜନା କଲେ।
18 ଏଥିରେ ଯିହୁଦାର ରାଜା ଯୋୟାଶ୍ ଆପଣା ପୂର୍ବପୁରୁଷ ଯିହୋଶାଫଟ୍, ଯିହୋରାମ ଓ ଅହସିୟ ପ୍ରଭୃତି ରାଜାଗଣ ସଦାପ୍ରଭୁଙ୍କୁ ଅର୍ପଣ କରିଥିବା ସମସ୍ତ ପବିତ୍ର ବସ୍ତୁ ଓ ସୁବର୍ଣ୍ଣ ଓ ଯୋୟାଶ୍ ସଦାପ୍ରଭୁଙ୍କ ଭଣ୍ତାରରେ ଏବଂ ରାଜପ୍ରାସାଦରେ ରଖାଯାଇଥିବା ସୁବର୍ଣ୍ଣ ଆଦି ମୂଲ୍ୟବାନ ଦ୍ରବ୍ୟଗୁଡ଼ିକୁ ଅରାମର ରାଜା ହସାୟେଲ ନିକଟକୁ ପଠାଇଲେ, ତେଣୁ ସେ ଆଉ ଯିରୁଶାଲମ ବିରୁଦ୍ଧରେ ଗଲେ ନାହିଁ।
ଯୋୟାଶଙ୍କ ମୃତ୍ୟୁ
19 ଯୋୟାଶଙ୍କ ଅବଶିଷ୍ଟ ବୃତ୍ତାନ୍ତ ଓ ସମସ୍ତ କାର୍ଯ୍ୟ କଳାପ ଯିହୁଦା ରାଜବଂଶ ଇତିହାସ ପୁସ୍ତକରେ ଲିଖିତ ହୋଇଅଛି।
20 ଏହା ପରେ ଯୋୟାଶଙ୍କର ଦାସମାନେ ଚକ୍ରାନ୍ତ କରି ସିଲ୍ଲାକୁ ଯିବା ପଥରେ ମିଲ୍ଲୋ ନାମକ ଗୃହରେ ତାଙ୍କୁ ବଧ କଲେ। 21 ଶିମିୟତର ପୁତ୍ର ଯୋଷାଖ୍ର ଓ ଶୋମରର ପୁତ୍ର ଯିହୋଷାବଦ୍ ନାମକ ଯୋୟାଶଙ୍କର ଦୁଇଟି ଦାସ ତାଙ୍କୁ ବଧ କଲେ।
ତା’ପରେ ସେମାନେ ଦାଉଦ ନଗରରେ ତାଙ୍କ ପୂର୍ବପୁରୁଷଗଣଙ୍କ ସହିତ ତାଙ୍କୁ କବର ଦେଲେ। ତାଙ୍କ ପଦରେ ତାଙ୍କର ପୁତ୍ର ଅମତ୍ସିୟ ରାଜ୍ୟ କଲେ।
ଯୀଶୁ, ପରମେଶ୍ୱରଙ୍କ ମେଷଶାବକ
29 ତହିଁ ଆରଦିନ ଯୋହନ ଯୀଶୁଙ୍କୁ ତାହାଙ୍କ ପାଖକୁ ଆସିବାର ଦେଖିଲେ। ଯୋହନ କହିଲେ, “ଏହି ଦେଖ, ପରମେଶ୍ୱରଙ୍କର ମେଷଶାବକ। ସେ ପୃଥିବୀର ପାପ ବୋହି ନିଅନ୍ତି। 30 ମୁଁ ଆଗରୁ ଏହି ବ୍ୟକ୍ତିଙ୍କ ବିଷୟରେ କହିଥିଲି। ମୁଁ କହିଥିଲି, ‘ମୋ’ ପରେ ଜଣେ ବ୍ୟକ୍ତି ଆସୁଛନ୍ତି, ସେ ମୋ’ଠାରୁ ଶ୍ରେଷ୍ଠ। ସେ ମୋ’ ପୂର୍ବରୁ ବାସ କରୁଥିଲେ, ସେ ସର୍ବଦା ରହିଛନ୍ତି।’ 31 ମୁଁ ନିଜେ ମଧ୍ୟ ତାହାଙ୍କୁ ଜାଣି ନ ଥିଲି। କିନ୍ତୁ ଇସ୍ରାଏଲ ଯେପରି ଜାଣି ପାରିବ ଯେ ଯୀଶୁ ଖ୍ରୀଷ୍ଟ [a] ଅଟନ୍ତି। ଏଥିନିମନ୍ତେ ମୁଁ ଲୋକମାନଙ୍କୁ ଜଳରେ ବାପ୍ତିଜିତ କରିବା ପାଇଁ ଆସିଅଛି।”
32-33 ତା’ପରେ ଯୋହନ କହିଲେ, “ଖ୍ରୀଷ୍ଟ କିଏ ବୋଲି ମୁଁ ମଧ୍ୟ ଜାଣି ନ ଥିଲି। କିନ୍ତୁ ପରମେଶ୍ୱର ମୋତେ ଲୋକମାନଙ୍କୁ ଜଳରେ ବାପ୍ତିଜିତ ଦେବା ପାଇଁ ପଠେଇଥିଲେ। ଏବଂ ପରମେଶ୍ୱର ମୋତେ କହିଥିଲେ, ‘ତୁମ୍ଭେ ପବିତ୍ରଆତ୍ମାଙ୍କୁ ଅବତରଣ କରିବା ଓ ଜଣେ ବ୍ୟକ୍ତିଙ୍କ ଉପରେ ସ୍ଥିର ହୋଇ ରହିବା ଦେଖିବ, ସେହି ବ୍ୟକ୍ତି ଯେକି ପବିତ୍ରଆତ୍ମାଙ୍କ ଦ୍ୱାରା ବାପ୍ତିଜିତ ଦେବେ।’” ଯୋହନ କହିଲେ, “ଏସବୁ ଘଟିବାର ମୁଁ ଦେଖିଛି। ସ୍ୱର୍ଗରୁ ଆତ୍ମା ଅବତରଣ କରିବାର ମୁଁ ଦେଖିଲି। ସେହି ଆତ୍ମା ଗୋଟିଏ କପୋତ ପରି ଦେଖା ଯାଉଥିଲେ ଓ ଯୀଶୁଙ୍କ ଉପରେ ବସି ରହିଥିବାର ମୁଁ ଦେଖିଲି। 34 ତେଣୁ ମୁଁ ଲୋକମାନଙ୍କୁ ଏହା କହେ: ‘ସେ (ଯୀଶୁ) ପରମେଶ୍ୱରଙ୍କର ପୁତ୍ର।’”
ଯୀଶୁଙ୍କର ପ୍ରଥମ ଶିଷ୍ୟମାନେ
35 ତହିଁ ଆରଦିନ ଯୋହନ ପୁଣି ସେଠାରେ ଥିଲେ, ତାହାଙ୍କ ସହିତ ତାହାଙ୍କର ଦୁଇଜଣ ଶିଷ୍ୟ ଥିଲେ। 36 ସେତେବେଳେ ଯୋହନ ଯୀଶୁଙ୍କୁ ଯିବାର ଦେଖିଲେ। ସେ କହିଲେ, “ଦେଖ, ପରମେଶ୍ୱରଙ୍କର ମେଷଶାବକ।”
37 ସେହି ଦୁଇଜଣ ଶିଷ୍ୟ ଯୋହନଙ୍କ କଥା ଶୁଣିଲେ, ତେଣୁ ସେମାନେ ଯୀଶୁଙ୍କ ଅନୁସରଣ କଲେ। 38 ଯୀଶୁ ବୁଲି ପଡ଼ି ଦେଖିଲେ ଯେ, ସେହି ଦୁଇଜଣ ବ୍ୟକ୍ତି ତାହାଙ୍କ ଅନୁସରଣ କରୁଛନ୍ତି। ସେ ପଗ୍ଭରିଲେ, “ତୁମ୍ଭେମାନେ କ’ଣ ଗ୍ଭହଁ?”
ସେମାନେ ଉତ୍ତର ଦେଲେ, “ରାବ୍ବୀ, ଆପଣ କେଉଁଠାରେ ରହୁଛନ୍ତି?” (“ରାବ୍ବୀ” ଅର୍ଥାତ୍ “ଗୁରୁ”)
39 ଯୀଶୁ ସେମାନଙ୍କୁ କହିଲେ, “ମୋ’ ସହିତ ଆସ, ତୁମ୍ଭେମାନେ ଦେଖିବ।” ତେଣୁ ସେହି ଦୁଇଜଣ ଯୀଶୁଙ୍କ ସହିତ ଗଲେ। ସେମାନେ ତାହାଙ୍କର ରହିବା ସ୍ଥାନ ଦେଖିଲେ। ସେ ଦିନ ସେମାନେ ଯୀଶୁଙ୍କ ସିହତ ରହିଲେ। ସେତେବେଳେ ସମୟ ପ୍ରାୟ ଗ୍ଭରିଘଣ୍ଟା ହୋଇଥିଲା
40 ଏହି ଦୁଇ ଜଣ ଲୋକ ଯୋହନଙ୍କଠାରୁ ଯୀଶୁଙ୍କ ବିଷୟରେ ଶୁଣି ତାହାଙ୍କର ଅନୁସରଣ କରିଥିଲେ, ସେ ଦୁଇ ଜଣଙ୍କ ମଧ୍ୟରୁ ଜଣେ ଥିଲେ ଆନ୍ଦ୍ରିୟ। ଆନ୍ଦ୍ରିୟ ଶିମୋନ ପିତରଙ୍କର ଭାଇ ଥିଲେ। 41 ଆନ୍ଦ୍ରିୟ ପ୍ରଥମେ ତାହାଙ୍କ ଭାଇ ଶିମୋନଙ୍କ ପାଖକୁ ଗଲେ। ସେ ଶିମୋନଙ୍କୁ କହିଲେ, “ଆମ୍ଭେ ମଶୀହଙ୍କୁ ଭେଟିଛୁ।” (“ମଶୀହ” ଅର୍ଥାତ୍ “ଖ୍ରୀଷ୍ଟ।”)
42 ତା’ପରେ ଆନ୍ଦ୍ରିୟ ଶିମୋନଙ୍କୁ ଯୀଶୁଙ୍କ ପାଖକୁ ଆଣିଲେ। ଯୀଶୁ ତାହାଙ୍କୁ ଗ୍ଭହିଁ କହିଲେ, “ତୁମ୍ଭେ ଯୋହନଙ୍କ ପୁତ୍ର ଶିମୋନ। ତୁମ୍ଭକୁ କେଫା ନାମରେ ଡକା ହେବ।” (“କେଫା” ଅର୍ଥାତ୍ “ପିତର।”)
43 ତା’ ପରଦିନ ଯୀଶୁ ଗାଲିଲୀକୁ ଯିବା ପାଇଁ ସ୍ଥିର କଲେ। ସେ ଫିଲିପ୍ପଙ୍କୁ ଦେଖି କହିଲେ, “ମୋର ଅନୁସରଣ କର।” 44 ଫିଲିପ୍ପ ମଧ୍ୟ ଆନ୍ଦ୍ରିୟ ଓ ପିତରଙ୍କ ପରି ବେଥ୍ସାଇଦା ସହରର ଲୋକ ଥିଲେ। 45 ଫିଲିପ୍ପ ନିଥନିୟେଲଙ୍କର ଦେଖା ପାଇ କହିଲେ, “ମୋଶା ବ୍ୟବସ୍ଥାରେ ଯାହା ଲେଖିଥିଲେ, ତାହା ମନେ ପକାଅ। ମୋଶା ଜଣେ ବ୍ୟକ୍ତିଙ୍କ ଆଗମନ ବିଷୟରେ ଲେଖିଥିଲେ। ଭବିଷ୍ୟଦ୍ବକ୍ତାମାନେ ମଧ୍ୟ ତାହାଙ୍କ ବିଷୟରେ ଲେଖିଥିଲେ। ଆମ୍ଭେ ତାହାଙ୍କୁ ଭେଟିଛୁ, ତାହାଙ୍କ ନାମ ଯୀଶୁ। ସେ ଯୋଷେଫଙ୍କର ପୁତ୍ର। ସେ ନାଜରିତରୁ ଆସିଛନ୍ତି।”
46 ନିଥନିୟେଲ ଫିଲିପ୍ପଙ୍କୁ କହିଲେ, “ନାଜରିତ, ନାଜରିତରୁ କ’ଣ କୌଣସି ଉତ୍ତମ ବସ୍ତୁ ଉତ୍ପନ୍ନ ହୋଇପାରେ?”
ଫିଲିପ୍ପ ଉତ୍ତର ଦେଲେ, “ତୁମ୍ଭେ ଆସି ଦେଖ।”
47 ଯୀଶୁ ନିଥନିୟେଲଙ୍କୁ ତାହାଙ୍କ ଆଡ଼େ ଆସିବାର ଦେଖିଲେ। ସେ କହିଲେ, “ଏହି ଲୋକ ପ୍ରକୃତରେ ପରମେଶ୍ୱରଙ୍କର ଜଣେ ବ୍ୟକ୍ତି। ତାହାଙ୍କଠାରେ କୌଣସି ଅସାଧୁତା ନାହିଁ।”
48 ନିଥନିୟେଲ ତାହାଙ୍କୁ ପଗ୍ଭରିଲେ, “ଆପଣ ମୋତେ କିପରି ଜାଣିଲେ?”
ଯୀଶୁ ଉତ୍ତର ଦେଲେ, “ମୁଁ ତୁମ୍ଭକୁ ଡିମିରି ଗଛ ତଳେ ଦେଖିଥିଲି, ଫିଲିପ୍ପ ତୁମ୍ଭକୁ ମୋ’ ବିଷୟରେ କହିବା ପୂର୍ବରୁ ମୁଁ ତୁମ୍ଭକୁ ଦେଖିଥିଲି।”
49 ତା’ପରେ ନିଥନିୟେଲ ଯୀଶୁଙ୍କୁ କହିଲେ, “ହେ ଗୁରୁ, ଆପଣ ପରମେଶ୍ୱରଙ୍କ ପୁତ୍ର। ଆପଣ ଇସ୍ରାଏଲର ରାଜା।”
50 ଯୀଶୁ ନିଥନିୟେଲଙ୍କୁ କହିଲେ, “ମୁଁ ତୁମ୍ଭକୁ କହିଲି ଯେ, ମୁଁ ତୁମ୍ଭକୁ ଡିମିରି ଗଛ ତଳେ ଦେଖିଥିଲି। ସେଥିପାଇଁ ତୁମ୍ଭେ ମୋତେ ବିଶ୍ୱାସ କରୁଛ। କିନ୍ତୁ ତୁମ୍ଭେ ତା’ଠାରୁ ଆହୁରି ଶ୍ରେଷ୍ଠତର ବିଷୟ ଦେଖିବ।” 51 ଯୀଶୁ ପୁଣି କହିଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି, ତୁମ୍ଭେମାନେ ସ୍ୱର୍ଗ ଖୋଲି ଯିବାର ଦେଖିବ। ତୁମ୍ଭେମାନେ ପରମେଶ୍ୱରଙ୍କ ‘ଦୂତମାନଙ୍କୁ [b] ମନୁଷ୍ୟପୁତ୍ରଙ୍କ [c] ନିକଟକୁ ଆରୋହଣ ଓ ଅବତରଣ’ କରୁଥିବାର ଦେଖିବ।”
2010 by World Bible Translation Center