Print Page Options
Previous Prev Day Next DayNext

Old/New Testament

Each day includes a passage from both the Old Testament and New Testament.
Duration: 365 days
Oriya Bible: Easy-to-Read Version (ERV-OR)
Version
ରାଜାବଳୀର ପ୍ରଥମ ପୁସ୍ତକ 14-15

ଯାରବିୟାମଙ୍କ ପୁତ୍ର ମୃତ୍ୟୁବରଣ କଲେ

14 ସେହି ସମୟରେ ଯାରବିୟାମଙ୍କ ପୁତ୍ର ଅବିୟ ଅତିଶୟ ପୀଡ଼ିତ ହେଲେ। ଯାରବିୟାମ ନିଜର ପତ୍ନୀକୁ କହିଲେ, “ତୁମ୍ଭେ ଯେପରି ମୋର ପତ୍ନୀ ବୋଲି ଜଣା ନ ପଡ଼ିବ, ସେହିପରି ଛଦ୍ମ ବେଶରେ ଶୀଲୋକୁ ଯାଅ। ସେଠାରେ ଅହିୟ ଭବିଷ୍ୟ‌ଦ୍‌ବକ୍ତା ବାସ କରନ୍ତି। ସେ ମୋତେ କହିଥିଲେ ମୁଁ ଇସ୍ରାଏଲ ଲୋକମାନଙ୍କ ଉପରେ ରାଜା ହେବି। ତା’ପରେ ନିଜ ସଙ୍ଗରେ ଦଶଗୋଟି ରୋଟୀ, କିଛି ତିଲୁଆ ଓ ଏକ ପାତ୍ର ମଧୁ ନେଇ ତାହା ନିକଟକୁ ଯାଅ। ବାଳକର କ’ଣ ହେବ, ତାହା ସେ ତୁମ୍ଭକୁ ଜଣାଇବେ।”

ରାଜା ଯାରବିୟାମଙ୍କ ନିର୍ଦ୍ଦେଶ ଅନୁସାରେ ଯାରବିୟାମଙ୍କ ପତ୍ନୀ ଶିଲୋସ୍ଥିତ ଭବିଷ୍ୟ‌ଦ୍‌ବକ୍ତା ଅହିୟଙ୍କ ଗୃହକୁ ଗଲେ। ଅତ୍ୟନ୍ତ ବୃଦ୍ଧ ହୋଇଯାଇ ଥିବାରୁ ଅହିୟ ଅନ୍ଧ ହୋଇ ଯାଇଥିଲେ। କିନ୍ତୁ ସଦାପ୍ରଭୁ ଅହିୟକୁ କହିଲେ, “ଏହାକୁ ଦେଖ, ଯାରବିୟାମର ପତ୍ନୀ ନିଜର ପୁତ୍ରର ଭାଗ୍ୟ ବିଷୟରେ ପଗ୍ଭରିବାକୁ ତୁମ୍ଭ ନିକଟକୁ ଆସୁଅଛି, କାରଣ ସେ ବହୁତ ପୀଡ଼ିତ ଅଛି।”

ତାହାକୁ ତୁମ୍ଭେ ମୋର ବାର୍ତ୍ତା କହିବା ଉଚିତ୍। ଯେତେବେଳେ ସେ ଆସେ ସେ ଅନ୍ୟ ଜଣେପରି ଛଳନା କରିବ। ଅହିୟ ତା’ର ପାଦଶବ୍ଦ ଦ୍ୱାରଦେଶରେ ଶୁଣି କହିଲେ, “ହେ ଯାରବିୟାମର ପତ୍ନୀ, ଭିତରକୁ ଆସ। ତୁମ୍ଭେ ଅନ୍ୟ ରୂପରେ ନିଜକୁ କାହିଁକି ଦେଖାଉଛ? ମୁଁ ଏକ ଦୁଃସମ୍ବାଦ ଦେବା ପାଇଁ ତୁମ୍ଭ ନିକଟକୁ ପ୍ରେରିତ ହୋଇଅଛି। ତୁମ୍ଭେ ଯାଇ ଯାରବିୟାମକୁ କୁହ ଯେ, ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କହନ୍ତି, ‘ମୁଁ ଲୋକମାନଙ୍କ ମଧ୍ୟରୁ ତୁମ୍ଭକୁ ବାଛିଲି ଏବଂ ଉନ୍ନତ କରି ମୋର ଲୋକ ଇସ୍ରାଏଲ ଉପରେ ତୁମକୁ ରାଜା କଲି। ମୁଁ ଦାଉଦଙ୍କ ବଂଶଠାରୁ ରାଜ୍ୟ ଛଡ଼ାଇ ନେଇ ତୁମ୍ଭକୁ ଦେଲି। ମାତ୍ର ତୁମ୍ଭେ ମୋର ଦାସ ଦାଉଦଙ୍କ ପରି ମୋତେ ଅନୁସରଣ କଲ ନାହିଁ। ସେ ମୋର ସମସ୍ତ ଆଦେଶ ମନପ୍ରାଣ ଦେଇ ପାଳନ କଲା। ସେ କେବଳ ମୋ’ ଦୃଷ୍ଟିରେ ଯାହା ଭଲ ତାହା କଲା। କିନ୍ତୁ ତୁମ୍ଭେ ମହା କୁକର୍ମ ଓ ପାପ କରିଅଛ। ତୁମ୍ଭ ପୂର୍ବର ଶାସକମାନଙ୍କ ଅପେକ୍ଷା ତୁମ୍ଭେ ଅଧିକ ପାପ କଲ। ତୁମ୍ଭେ ମୋତେ ଅନୁସରଣ କରିବା ବନ୍ଦ କଲ, ମୋତେ ବିରକ୍ତି କରିବା ପାଇଁ ନିଜ ସକାଶେ ଅନ୍ୟ ଦେବତାଗଣ ଓ ପ୍ରତିମାମାନ ନିର୍ମାଣ କରିଅଛ ଓ ମୋତେ ତୁମ୍ଭର ପଛକୁ ପକାଇ ଦେଇଅଛ। 10 ହେ ଯାରବିୟାମ, ମୁଁ ତୁମ୍ଭର ପରିବାରକୁ ଉଚ୍ଛିନ୍ନ କରିବାକୁ ଯାଉଅଛି। ତୁମ୍ଭ ପରିବାରର ପ୍ରତ୍ୟେକ ପୁରୁଷଙ୍କୁ ମୁଁ ହତ୍ୟା କରିବି। ଅଗ୍ନି ଯେପରି ଘାସକୁ ପୋଡ଼ି ପାଉଁଶ କରିଦିଏ, ସେହିପରି ମୁଁ ତୁମ୍ଭର ପରିବାରକୁ ସମ୍ପୂର୍ଣ୍ଣ ଧ୍ୱଂସ କରି ଦେବି। 11 ଯାରବିୟାମର କେହି ନଗରରେ ମଲେ କୁକୁରମାନେ ତାକୁ ଖାଇବେ ଓ କେହି କ୍ଷେତ୍ରରେ ମଲେ ଆକାଶର ପକ୍ଷୀମାନେ ତାକୁ ଖାଇବେ, କାରଣ ସଦାପ୍ରଭୁ ଏହା କହିଛନ୍ତି।’”

12 ତା’ପରେ ଭବିଷ୍ୟ‌ଦ୍‌ବକ୍ତା ଅହିୟ ଯାରବିୟାମର ପତ୍ନୀକୁ କହିଲେ, “ତୁମ୍ଭେ ଗୃହକୁ ଫେରିଯାଅ, ତୁମ୍ଭେ ତୁମ୍ଭ ନଗରରେ ପହଞ୍ଚିବା ମାତ୍ରେ ତୁମ୍ଭର ପୁତ୍ର ମୃତ୍ୟୁବରଣ କରିବ। 13 ପୁଣି ସମଗ୍ର ଇସ୍ରାଏଲ ତା’ର ମୃତ୍ୟୁରେ ଶୋକ କରିବ ଓ ତାକୁ ନେଇ କବର ଦେବ। ସେ ହେଉଛି ଯାରବିୟାମ ବଂଶର ଏକମାତ୍ର ପୁରୁଷ ଯେ କି କବର ପାଇବ, କାରଣ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଯାରବିୟାମର ପରିବାରରେ କେବଳ ମହତ ଆତ୍ମା ରୂପେ ତାଙ୍କୁ ପାଇଲେ। 14 ସଦାପ୍ରଭୁ ଇସ୍ରାଏଲ ପାଇଁ ଏକ ନୂଆ ରାଜା ଆଣିବାକୁ ଯାଉଛନ୍ତି ଓ ସେହି ନୂଆ ରାଜା ଯାରବିୟାମ ପରିବାରକୁ ଖୁବ୍ ଶୀଘ୍ର ଧ୍ୱଂସ କରିବେ। 15 ତା’ପରେ ସଦାପ୍ରଭୁ ଇସ୍ରାଏଲକୁ ଆଘାତ କରିବେ। ଇସ୍ରାଏଲୀୟମାନେ ପାଣି ଭିତରେ ଥରୁଥିବା ଘାସ ପରି ଥରିବେ। ପୁଣି ସେମାନଙ୍କ ପୂର୍ବପୁରୁଷମାନଙ୍କୁ ସଦାପ୍ରଭୁ ଏହି ଯେଉଁ ଉତ୍ତମ ଦେଶ ଦେଇଥିଲେ, ତହିଁରୁ ଇସ୍ରାଏଲକୁ ଉତ୍ପାଟନ କରି ଫରାତ୍ ନଦୀ ଆରପାରିକୁ ଛିନ୍ନଭିନ୍ନ କରିବେ। ଏହା ଘଟିବାର କାରଣ ହେଉଛି ସେମାନେ ନିଜ ପାଇଁ ଆଶେରା ସ୍ତମ୍ଭମାନ ନିର୍ମାଣ କରି ସଦାପ୍ରଭୁଙ୍କୁ ବିରକ୍ତ କରିଅଛନ୍ତି। 16 ଯାରବିୟାମ ନିଜେ ସବୁପାପ କରିଅଛି ଓ ଇସ୍ରାଏଲ ଲୋକମାନଙ୍କୁ ପାପ କରାଇଲେ। ତେଣୁ ସଦାପ୍ରଭୁ ଇସ୍ରାଏଲ ଲୋକମାନଙ୍କୁ ପରାଜିତ କରିବାକୁ ଦେବେ।”

17 ଏହା ପରେ ଯାରବିୟାମଙ୍କ ପତ୍ନୀ ଉଠି ଗ୍ଭଲିଗଲା ଓ ତିର୍ସାରେ ଉପସ୍ଥିତ ହେଲା। ସେ ଗୃହର ଦ୍ୱାରବନ୍ଧ ନିକଟରେ ନ ପହଞ୍ଚୁଣୁ ତା’ର ପୁତ୍ର ମଲା। 18 ସମଗ୍ର ଇସ୍ରାଏଲ ତା’ ପାଇଁ ଶୋକ କଲେ ଓ ତାକୁ କବର ଦେଲେ। ସଦାପ୍ରଭୁ ନିଜର ଦାସ ଅହିୟଙ୍କୁ ଯାହା ଯାହା କହିଥିଲେ, ସେହିପରି ସମସ୍ତ କାର୍ଯ୍ୟ ଘଟିଲା।

19 ଏହି ଯାରବିୟାମଙ୍କର ସମସ୍ତ କାର୍ଯ୍ୟକଳାପ, ତା’ର ରାଜ୍ୟ ଶାସନର ପ୍ରକୃତ କଥା ଓ ସେ କିପରି ଯୁଦ୍ଧ କଲେ, ଏସବୁ ଇସ୍ରାଏଲୀୟ ରାଜାମାନଙ୍କ ଇତିହାସ ପୁସ୍ତକରେ ଲେଖାଅଛି। 20 ଯାରବିୟାମ ବାଇଶ ବର୍ଷ ପାଇଁ ରାଜତ୍ୱ କଲେ। ତାଙ୍କର ମୃତ୍ୟୁପରେ ସେ ନିଜର ପିତୃଗଣଙ୍କ ସହିତ କବର ନେଲେ। ତାଙ୍କ ପଦରେ ତାଙ୍କର ପୁତ୍ର ନାଦବ୍ ରାଜତ୍ୱ କଲେ।

ଯିହୁଦାର ରାଜା ରିହବିୟାମ

21 ଶଲୋମନଙ୍କର ପୁତ୍ର ରିହବିୟାମ ଏକଗ୍ଭଳିଶ ବର୍ଷ ବୟସରେ ରାଜା ହେଲେ। ସେ ଯିରୁଶାଲମରୁ ଯିହୁଦାରେ ସତର ବର୍ଷ ରାଜତ୍ୱ କଲେ। ସଦାପ୍ରଭୁ ନିଜର ମହିମା ସ୍ଥାପନାର୍ଥେ ସମଗ୍ର ଇସ୍ରାଏଲ ମଧ୍ୟରୁ ସେହି ନଗରକୁ ମନୋନୀତ କରିଥିଲେ। ତାଙ୍କର ମାତା ଅମ୍ମୋନୀୟା ନୟମା ଥିଲେ।

22 ଯିହୁଦାର ଲୋକମାନେ ସଦାପ୍ରଭୁଙ୍କ ଦୃଷ୍ଟିରେ ପାପ କର୍ମରେ ଲିପ୍ତ ରହିଲେ। ସେମାନେ ସେମାନଙ୍କର ପୂର୍ବପୁରୁଷମାନଙ୍କ ଅପେକ୍ଷା ଅଧିକ ପାପକାର୍ଯ୍ୟ କରି ସଦାପ୍ରଭୁଙ୍କୁ କୋପାନ୍ୱିତ କରାଇଲେ। 23 ସେମାନେ ମଧ୍ୟ ପ୍ରତ୍ୟେକ ଉଚ୍ଚ ପର୍ବତରେ ଓ ପ୍ରତ୍ୟେକ ସବୁଜ ବୃକ୍ଷମୂଳରେ ନିଜ ନିଜ ପାଇଁ ଉଚ୍ଚସ୍ଥଳୀ, ସ୍ତମ୍ଭ ଓ ଆଶେରା ସ୍ତମ୍ଭମାନ ନିର୍ମାଣ କଲେ। 24 ଆଉ ମଧ୍ୟ ସେ ଭୂମିରେ ପୁରୁଷ ବେଶ୍ୟା ଥିଲେ। ଯିହୁଦାର ଲୋକମାନେ କୁକର୍ମ କଲେ, ଠିକ୍ ସେହି କୁକର୍ମ ସେଠାରେ ବାସ କରୁଥିବା ଲୋକମାନେ ମଧ୍ୟ କରୁଥିଲେ। ତେଣୁ ପରମେଶ୍ୱର ସେହି ଜାତିଠାରୁ ଭୂମି ଛଡ଼ାଇ ଏବଂ ଏହା ଇସ୍ରାଏଲୀୟମାନଙ୍କୁ ଦେଇଥିଲେ।

25 ରିହବିୟାମଙ୍କ ରାଜତ୍ୱର ପଞ୍ଚମ ବର୍ଷରେ ମିଶରର ରାଜା ଶୀଶକ୍ ଯିରୁଶାଲମ ବିରୁଦ୍ଧରେ ଯୁଦ୍ଧ କଲେ। 26 ଶୀଶକ୍ ସଦାପ୍ରଭୁଙ୍କ ଗୃହରୁ ଓ ରାଜଗୃହରୁ ସମସ୍ତ ଧନ ଲୁଣ୍ଠନ କଲେ। ଧନ ବ୍ୟତୀତ ସୁବର୍ଣ୍ଣର ଢାଲସବୁ ନେଇଗଲେ। ଯାହାକୁ ଦାଉଦ ଅରାମର ହଦଦେଶର ରାଜାଙ୍କଠାରୁ ନେଇଥିଲେ। 27 ତେଣୁ ରିହବିୟାମ ସୁବର୍ଣ୍ଣ ଢାଲ ବଦଳରେ ପିତ୍ତଳ ଢାଲ ନିର୍ମାଣ କରିବାକୁ ରାଜଗୃହର ଦ୍ୱାରପାଳ ପ୍ରହରୀବର୍ଗର ଅଧ୍ୟକ୍ଷମାନଙ୍କୁ ଆଦେଶ ଦେଲେ। 28 ଯେତେଥର ରାଜା ସଦାପ୍ରଭୁଙ୍କ ଗୃହକୁ ଯାଉଥିଲେ ପ୍ରହରୀମାନେ ତାଙ୍କ ସହିତ ସେ ଢାଲ ଧରି ଯାଉଥିଲେ। କାର୍ଯ୍ୟ ସମାପ୍ତି ପରେ ସେମାନେ ଫେରି ଆସି ପ୍ରହରୀଶାଳାର କାନ୍ଥରେ ଢାଲଗୁଡ଼ିକୁ ରଖୁଥିଲେ।

29 ରିହବିୟାମଙ୍କ ସମସ୍ତ କାର୍ଯ୍ୟ ଯିହୁଦା ରାଜବଂଶର ଇତିହାସ ପୁସ୍ତକରେ ଲିଖିତ ହୋଇଛି। 30 ରିହବିୟାମ ଓ ଯାରବିୟାମ ସର୍ବଦା ପରସ୍ପର ମଧ୍ୟରେ ଯୁଦ୍ଧରେ ରତ ରହୁଥିଲେ।

31 ରିହବିୟାମଙ୍କ ମୃତ୍ୟୁ ହେଲା ଓ ସେ ନିଜ ପିତୃଲୋକଙ୍କ ସହିତ କବର ପାଇଲା। ସେ ଦାଉଦ ନଗରର ପିତୃଲୋକଙ୍କ କବରରେ କବର ପାଇଲା। ତାଙ୍କର ମାତା ଅମ୍ମୋନୀୟା ନୟମା ଥିଲେ। ତାଙ୍କ ପରେ ତାଙ୍କ ପୁତ୍ର ଅବିୟାମ ରାଜା ହେଲେ।

ଯିହୁଦାର ରାଜା ଅବିୟାମ

15 ଯାରବିୟାମଙ୍କ ଇସ୍ରାଏଲରେ ରାଜତ୍ୱ କରିବାର ଅଷ୍ଟାଦଶ ବର୍ଷରେ ଅବିୟାମ ଯିହୁଦାର ରାଜା ହେଲେ। ସେ ଯିରୁଶାଲମରେ ତିନି ବର୍ଷ ରାଜତ୍ୱ କଲେ। ତାଙ୍କର ମାତାଙ୍କ ନାମ ମାଖା ଓ ସେ ଅବଶାଲୋମର କନ୍ୟା ଥିଲେ।

ତାଙ୍କ ପୂର୍ବରୁ ତାଙ୍କ ପିତା ଯେଉଁ କୁକର୍ମରେ ଲିପ୍ତ ଥିଲେ ସେ ମଧ୍ୟ ସେହିସବୁ ପାପକର୍ମ କରି ଗ୍ଭଲିଲେ। ସେ ତାଙ୍କର ପୂର୍ବପୁରୁଷ ଦାଉଦଙ୍କ ପରି ସଦାପ୍ରଭୁ ତାଙ୍କର ପରମେଶ୍ୱରଙ୍କ ପ୍ରତି ସର୍ବାନ୍ତଃକରଣରେ ବିଶ୍ୱସ୍ତ ନ ଥିଲେ। ଯେହେତୁ ସଦାପ୍ରଭୁ ଦାଉଦଙ୍କୁ ପ୍ରେମ କରିଥିବାରୁ ସେ ଅବିୟାମକୁ ଯିରୁଶାଲମ ଦେଇଥିଲେ। କେବଳ ଦାଉଦଙ୍କ ସକାଶେ ସେ ଯିରୁଶାଲମକୁ ସୁରକ୍ଷିତ ରଖିଥିଲେ ଓ ତାଙ୍କୁ ଉତ୍ତରାଧିକାରୀ ରୂପେ ଏକ ପୁତ୍ର ଦେଇଥିଲେ। ସଦାପ୍ରଭୁଙ୍କ ପ୍ରୀତି ନିମନ୍ତେ ଦାଉଦ ସର୍ବଦା ଯଥାର୍ଥ କାର୍ଯ୍ୟ କରୁଥିଲେ। କେବଳ ହିତ୍ତୀୟ ଉରିୟର କଥା ଛଡ଼ା ଆଉ କୌଣସି ବିଷୟରେ ସେ ନିଜ ଜୀବନ କାଳରେ ସଦାପ୍ରଭୁଙ୍କ ଆଜ୍ଞାରୁ ବିମୁଖ ହୋଇ ନ ଥିଲେ।

ରିହବିୟାମ ଓ ଯାରବିୟାମ ସର୍ବଦା ପରସ୍ପର ବିରୁଦ୍ଧରେ ଯୁଦ୍ଧରେ ରତ ରହୁଥିଲେ। ଅବିୟାମଙ୍କ ଅବଶିଷ୍ଟ ବୃତ୍ତାନ୍ତ ଓ ସମସ୍ତ କାର୍ଯ୍ୟ ଯିହୁଦା ରାଜବଂଶ ଇତିହାସ ପୁସ୍ତକରେ ଲିଖିତ ହୋଇଅଛି।

ଯେପର୍ଯ୍ୟନ୍ତ ସେ ରାଜା ଥିଲେ, ଅବିୟାମ ଓ ଯାରବିୟାମ ମଧ୍ୟରେ ଯୁଦ୍ଧ ଲାଗି ରହୁଥିଲା। ଯେତେବେଳେ ଅବିୟାମ ମଲେ ତାଙ୍କୁ ପିତୃ ଲୋକଙ୍କ ସହିତ ଦାଉଦ ନଗରରେ କବର ଦିଆଗଲା। ତାଙ୍କ ଅନ୍ତେ ତାଙ୍କ ପୁତ୍ର ଆସା ପରବର୍ତ୍ତୀ ରାଜା ହେଲେ।

ଆସା ଯିହୁଦାର ରାଜା

ଇସ୍ରାଏଲରେ ଯାରବିୟାମଙ୍କ ବିଂଶତମ ବର୍ଷ ରାଜତ୍ୱ କାଳରେ ଆସା ଯିହୁଦାର ରାଜା ହେଲେ। 10 ଆସା ଯିରୁଶାଲମରେ 41 ବର୍ଷ ରାଜତ୍ୱ କଲେ। ତାଙ୍କର ମାତାମହୀର ନାମ ମାଖା ଓ ସେ ଅବଶାଲୋମର କନ୍ୟା ଥିଲା।

11 ଆସା ନିଜ ପୂର୍ବପୁରୁଷ ଦାଉଦଙ୍କ ପରି ଯାହା ସଦାପ୍ରଭୁଙ୍କ ଦୃଷ୍ଟିରେ ନ୍ୟାୟ ଓ ଯଥାର୍ଥ ଥିଲା, ସେହିପରି ଉତ୍ତମ କାର୍ଯ୍ୟମାନ କଲେ। 12 ଆସା ପୁରୁଷ ବେଶ୍ୟାମାନଙ୍କୁ ସେ ଦେଶରୁ ତଡ଼ି ଦେଲେ ଓ ନିଜର ପୂର୍ବପୁରୁଷମାନଙ୍କ ଦ୍ୱାରା ନିର୍ମିତ ମୂର୍ତ୍ତି ସବୁ ଦୂର କରିଦେଲେ। 13 ଆସା ମଧ୍ୟ ତାଙ୍କର ମାତାମହୀ ମାଖାଙ୍କୁ ରାଣୀ ପଦରୁ ବିତାଡ଼ିତ କଲେ, କାରଣ ସେ ଆଶେରା ଦେବତା ନାମରେ ଏକ ପ୍ରତିମା ନିର୍ମାଣ କରିଥିଲେ। ସେ ସେହି ପ୍ରତିମାକୁ ଭାଙ୍ଗି କିଦ୍ରୋଣ ନଦୀ ନିକଟରେ ତାକୁ ପୋଡ଼ି ପକାଇଲେ। 14 ଆସା ଉଚ୍ଚସ୍ଥଳୀ ସବୁ ଧ୍ୱଂସ କଲେ ନାହିଁ, ମାତ୍ର ସେ ଯାବଜ୍ଜୀବନ ସଦାପ୍ରଭୁଙ୍କ ପ୍ରତି ବିଶ୍ୱସ୍ତ ରହିଲେ। 15 ଆସା ଓ ତାଙ୍କର ପିତା କିଛି ଧନ ପରମେଶ୍ୱରଙ୍କୁ ଦେଲେ। ସେମାନେ ସେମାନଙ୍କର ସୁବର୍ଣ୍ଣ ଓ ରୌପ୍ୟ ଉପହାରଗୁଡ଼ିକ ଓ ଅନ୍ୟାନ୍ୟ ସାମଗ୍ରୀଗୁଡ଼ିକ ସଦାପ୍ରଭୁଙ୍କ ମନ୍ଦିରରେ ଦେଲେ।

16 ପୁଣି ଆସା ଯିହୁଦାରେ ରାଜତ୍ୱ କଲାବେଳେ ଯାବଜ୍ଜୀବନ ଇସ୍ରାଏଲର ରାଜା ବାଶାଙ୍କ ସହିତ ଯୁଦ୍ଧରେ ରତ ରହିଲେ। 17 ବାଶା ଯିହୁଦା ବିରୁଦ୍ଧରେ ଯୁଦ୍ଧ କଲେ। ସେ କାହାରିକୁ ଆସାଙ୍କ ନିକଟକୁ ଯିବାକୁ ଦେଲେ ନାହିଁ କିମ୍ବା ସେଠାରୁ କାହାରିକୁ ଆସିବାକୁ ଦେଲେ ନାହିଁ। ତେଣୁ ସେ ଇସ୍ରାଏଲର ରାମା ନଗରକୁ ସୁଦୃଢ଼ କଲେ। 18 ତେଣୁ ଆସା ସଦାପ୍ରଭୁଙ୍କ ମନ୍ଦିରର ଭଣ୍ତାରରୁ ଓ ରାଜଗୃହର ଭଣ୍ତାରରୁ ଅବଶିଷ୍ଟ ସମସ୍ତ ସୁନା ଓ ରୂପା ନେଇ ଆପଣା ଦାସମାନଙ୍କ ହସ୍ତରେ ସମର୍ପଣ କଲେ। ସେ ହିଷିୟୋଣର ପୌତ୍ର ଟବ୍ରିମ୍ମୋଣର ପୁତ୍ର ବି‌ନ୍‌ହଦଦ୍ ନାମକ ଦମ୍ମେଶକ-ନିବାସୀ ଅରାମୀୟ ରାଜା ନିକଟକୁ ସେମାନଙ୍କୁ ପଠାଇ ଏହି କଥା କହିଲେ। 19 ଆସା ଏହିବାର୍ତ୍ତା ପଠାଇ କହିଲେ, “ମୋର ପିତା ଓ ତୁମ୍ଭ ମଧ୍ୟରେ ଶାନ୍ତିର ଚୁକ୍ତି ହୋଇଥିଲା। ବର୍ତ୍ତମାନ ମୁଁ ମଧ୍ୟ ତୁମ୍ଭ ସହିତ ସେହି ଶାନ୍ତିର ଚୁକ୍ତି ଗ୍ଭହେଁ। ମୁଁ ତୁମ୍ଭ ନିକଟକୁ ସୁନା ଓ ରୂପାର ଭେଟି ପଠାଉଛି। ଦୟାକରି ଇସ୍ରାଏଲର ରାଜା ବାଶାଙ୍କ ସହିତ ତୁମ୍ଭର ଯେଉଁ ସନ୍ଧି ରହିଛି ତାହାକୁ ଭଙ୍ଗ କର, ତାହାହେଲେ ସେ ମୋ’ ରାଜ୍ୟ ଛାଡ଼ି ଗ୍ଭଲିଯିବ।”

20 ରାଜା ବି‌ନ୍‌ହଦଦ୍ ଆସାଙ୍କ କଥାରେ ସମ୍ମତ ହେଲେ ଏବଂ ତାଙ୍କ ଅଧ୍ୟକ୍ଷରେ ଥିବା ତାଙ୍କର ସୈନ୍ୟଦଳ ପଠାଇଲେ ଏବଂ ଇସ୍ରାଏଲ ସହରର ଇୟୋନ୍, ଦାନ୍, ଆବେଲ୍ ବୈ‌‌‌ଥ୍‌‌‌ମାଖା, ସମୁଦାୟ କିନ୍ନେରତ୍ ଓ ନପ୍ତାଲିର ସମସ୍ତ ଭୂମି ପରାସ୍ତ କଲେ। 21 ବାଶା ଏହା ଶୁଣିଲେ ଓ ରାମାକୁ ସୁଦୃଢ଼ କରିବାରୁ କ୍ଷାନ୍ତ ହେଲେ ଓ ସେ ସହର ଛାଡ଼ି ତିର୍ସାରେ ବାସ କଲେ। 22 ରାଜା ଆସା ଯିହୁଦାର ସବୁ ଲୋକଙ୍କୁ ଆଦେଶ ଦେଲେ, ବାଶା ଯେଉଁ ପଥର ଓ କାଠ ରାମା ନଗରକୁ ସୁଦୃଢ଼ କରିବା ପାଇଁ ରୁଣ୍ତ କରିଥିଲା, ସେସବୁକୁ ବହିଆଣ। ସେଥିରେ ରାଜା ଆସା, ବିନ୍ୟାମୀନର ଗେବା ଓ ମି‌ସ୍‌ପା ନଗର ଦୃଢ଼ କଲେ।

23 ଆସାଙ୍କର ଅବଶିଷ୍ଟ ସମସ୍ତ ବୃତ୍ତାନ୍ତ, ତାଙ୍କର ସମସ୍ତ ପରାକ୍ରମ ସମସ୍ତ କ୍ରିୟା ଓ ଯେଉଁ ନଗର ଗୁଡ଼ିକୁ ସେ ସୁଦୃଢ଼ କରିଥିଲେ ସେ ସମସ୍ତ କଥା ଯିହୁଦା ରାଜବଂଶର ଇତିହାସ ପୁସ୍ତକରେ ଲିଖିତ ହୋଇଅଛି। ମାତ୍ର ତାଙ୍କର ଅତି ବାର୍ଦ୍ଧକ୍ୟବସ୍ଥାରେ ପାଦରେ ଏକ ରୋଗ ହେଲା। 24 ଏହା ପରେ ଆସା ମୃତ୍ୟୁବରଣ କଲେ ଓ ନିଜର ପିତୃପୁରୁଷଗଣଙ୍କ ସହିତ ଦାଉଦ ନଗରରେ କବର ପ୍ରାପ୍ତ ହେଲେ। ତାଙ୍କ ମୃତ୍ୟୁପରେ ତାଙ୍କର ପୁତ୍ର ଯିହୋଶାଫଟ୍ ରାଜତ୍ୱ କଲେ।

ନାଦବ୍ ଇସ୍ରାଏଲର ରାଜା

25 ଯିହୁଦାରେ ଆସାଙ୍କ ରାଜତ୍ୱର ଦ୍ୱିତୀୟ ବର୍ଷରେ ଯାରବିୟାମଙ୍କ ପୁତ୍ର ନାଦବ୍ ଇସ୍ରାଏଲର ରାଜା ହେଲେ। 26 ସଦାପ୍ରଭୁଙ୍କ ଦୃଷ୍ଟିରେ ନାଦବ୍ ବହୁ କୁକର୍ମ କଲେ। ସେ ନିଜର ପିତା ଯାରବିୟାମଙ୍କ ପରି ପାପ କଲେ, ଯିଏ ଇସ୍ରାଏଲର ଲୋକମାନଙ୍କର ପାପ କରିବାର କାରଣ ହେଲେ।

27 ଇଷାଖର ପରିବାରବର୍ଗୀୟ ଅହିୟର ପୁତ୍ର ବାଶା ନାଦବ ବିରୁଦ୍ଧରେ ଷଡ଼ଯନ୍ତ୍ର କଲେ। ବାଶା ପଲେଷ୍ଟୀୟ ନିକଟରେ ତାଙ୍କୁ ବଧ କଲେ, ଯେତେବେଳେ ନାଦବ୍ ଓ ସମସ୍ତ ଇସ୍ରାଏଲ ଗିବ୍ବଥୋନ ଅବରୋଧ କଲେ। 28 ଯିହୁଦାରେ ରାଜା ଆସାଙ୍କ ତୃତୀୟ ବର୍ଷରେ ବାଶା ନାଦ‌ବ୍‌ଙ୍କୁ ବଧ କରି ସେହି ପଦରେ ରାଜତ୍ୱ କଲେ।

ଇସ୍ରାଏଲର ରାଜା ବାଶା

29 ବାଶା ରାଜା ହେବା ମାତ୍ରେ ଯାରବିୟାମଙ୍କ ପରିବାରକୁ ଧ୍ୱଂସ କଲେ। ସଦାପ୍ରଭୁ ଆପଣା ଦାସ ଶୀଲୋନୀୟ ଅହିୟ ମାଧ୍ୟମରେ ଯେଉଁ କଥା କହିଥିଲେ ତଦନୁସାରେ ବାଶା ଯାରବିୟାମଙ୍କ ବଂଶରୁ ଜଣଙ୍କୁ ଛାଡ଼ିଲେ ନାହିଁ। ସେ ସମସ୍ତଙ୍କୁ ସଂହାର କଲେ। 30 ଏହିସବୁ ଘଟିଗଲା କାରଣ ଯାରବିୟାମ ନିଜେ ନାନା ପାପ କଲେ ଓ ସମଗ୍ର ଇସ୍ରାଏଲକୁ ପାପ କରାଇଲେ। ତଦ୍ଦ୍ୱାରା ସେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କୁ ଅତ୍ୟନ୍ତ କ୍ରୋଧାନ୍ୱିତ କରାଇଲେ।

31 ନାଦ‌ବ୍‌ଙ୍କ ଅବଶିଷ୍ଟ ବୃତ୍ତାନ୍ତ ଓ ସମସ୍ତ କାର୍ଯ୍ୟକଳାପ ଇସ୍ରାଏଲ ରାଜାମାନଙ୍କ ଇତିହାସ ପୁସ୍ତକରେ ଲିଖିତ ହୋଇଅଛି। 32 ଆସା ଓ ବାଶାଙ୍କ ମଧ୍ୟରେ ସେମାନଙ୍କ ଯାବଜ୍ଜୀବନ ଯୁଦ୍ଧ ଲାଗି ରହିଲା।

33 ଯିହୁଦାରେ ଆସା ରାଜତ୍ୱ କରିବାର ତୃତୀୟ ବର୍ଷରେ ଅହିୟଙ୍କ ପୁତ୍ର ବାଶା ଇସ୍ରାଏଲର ରାଜା ହେଲେ। ବାଶା ତିର୍ସାରେ ଚବିଶ ବର୍ଷ ରାଜତ୍ୱ କଲେ। 34 ମାତ୍ର ବାଶା ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ। ସେ ଯାରବିୟାମଙ୍କ ପରି ପାପ କରି ଗ୍ଭଲିଲେ। ଯାରବିୟାମ ଇସ୍ରାଏଲର ଲୋକମାନଙ୍କର ପାପ କରିବାର କାରଣ ହେଲେ।

ଲୂକ ଲିଖିତ ସୁସମାଗ୍ଭର 22:31-46

ତୁମ୍ଭର ବିଶ୍ୱାସ ହରାଅ ନାହିଁ(A)

31 “କୃଷକ ତା’ର ଗହମକୁ ଗ୍ଭଲୁଣୀରେ ଚଲାଇବା ଭଳି ଶୟତାନ ତୁମ୍ଭମାନଙ୍କୁ ଚଲାଇବା ପାଇଁ ଅନୁମତି ପାଇଛି। ଶିମୋନ! ହେ ଶିମୋନ, 32 ମୁଁ ପ୍ରାର୍ଥନା କରିଛି ଯେ ତୁମ୍ଭର ବିଶ୍ୱାସ ଲୋପ ନ ହେଉ। ତୁମ୍ଭେମାନେ ମୋ’ ପାଖକୁ ଫେରି ଆସିବା ସମୟରେ ନିଜ ଭାଇମାନଙ୍କୁ ବିଶ୍ୱାସରେ ଦୃଢ଼ ହେବା ପାଇଁ ସାହାଯ୍ୟ କର।”

33 କିନ୍ତୁ ପିତର ଯୀଶୁଙ୍କୁ କହିଲେ, “ପ୍ରଭୁ, ମୁଁ ଆପଣଙ୍କ ସହିତ କାରାଗାରକୁ ଯିବାକୁ ପ୍ରସ୍ତୁତ ଅଛି। ଏପରିକି ମୁଁ ଆପଣଙ୍କ ସହିତ ମରିବା ପାଇଁ ପ୍ରସ୍ତୁତ ଅଛି।”

34 ଯୀଶୁ କିନ୍ତୁ କହିଲେ, “ପିତର, ଆସନ୍ତା କାଲି ସକାଳେ କୁକୁଡ଼ା ଡାକିବା ପୂର୍ବରୁ ତୁମ୍ଭେ କହିବ ଯେ, ତୁମ୍ଭେ ମୋତେ ଜାଣି ନାହଁ। ଏ କଥା ତୁମ୍ଭେ ତିନିଥର କହିବ।”

ଅସୁବିଧା ପାଇଁ ପ୍ରସ୍ତୁତ ରୁହ

35 ତା’ପରେ ଯୀଶୁ ପ୍ରେରିତମାନଙ୍କୁ କହିଲେ, “ମୁଁ ଲୋକମାନଙ୍କ ନିକଟରେ ଉପଦେଶ ଦେବା ପାଇଁ ତୁମ୍ଭମାନଙ୍କୁ ପଠାଇଥିଲି। ମୁଁ ତୁମ୍ଭମାନଙ୍କୁ ଟଙ୍କା, ଥଳି ଓ ଜୋତା ବିନା ପଠାଇଥିଲି। ତୁମ୍ଭମାନଙ୍କର କୌଣସିଟିରେ ଅଭାବ ଥିଲା କି?”

ପ୍ରେରିତମାନେ କହିଲେ, “ନା।”

36 ଯୀଶୁ ସେମାନଙ୍କୁ କହିଲେ, “କିନ୍ତୁ ଏବେ ଯଦି ତୁମ୍ଭମାନଙ୍କ ପାଖରେ ଟଙ୍କା କି ଥଳି ଥାଏ, ତେବେ ତାହା ନିଜ ସାଙ୍ଗରେ ନିଅ। ଯଦି ତୁମ୍ଭମାନଙ୍କର ଖଣ୍ଡାଟିଏ ନ ଥାଏ, ତେବେ ତୁମ୍ଭେମାନେ ନିଜର କୋଟ ମଧ୍ୟ ବିକିଦେଇ ଖଣ୍ଡା କିଣ। 37 ଶାସ୍ତ୍ର କହେ:

‘ଲୋକମାନେ କହିଲେ ଯେ ସେ ଜଣେ ଅପରାଧୀ।’ (B)

ଏହି ଶାସ୍ତ୍ରର ବାକ୍ୟ ନିଶ୍ଚୟ ଘଟିବ, ଏହା ମୋ’ ବିଷୟରେ ଲେଖାଥିଲା ଏବଂ ଏହା ଏବେ ଘଟୁଛି।”

38 ଶିଷ୍ୟମାନେ କହିଲେ, ଦେଖନ୍ତୁ ପ୍ରଭୁ ଏଠାରେ ଦୁଇଟି ଖଣ୍ଡା ଅଛି, ଯୀଶୁ କହିଲେ, “ଦୁଇଟି ଖଣ୍ଡା ଯଥେଷ୍ଟ।”

ଯୀଶୁ ପ୍ରେରିତମାନଙ୍କୁ ପ୍ରାର୍ଥନା କରିବାକୁ କହିଲେ(C)

39 ଯୀଶୁ ଯିରୁଶାଲମ ନଗର ଛାଡ଼ି ଜୀତପର୍ବତ ଉପରକୁ ଗଲେ। ସେ ଏପରି ଅଧିକାଂଶ ସମୟରେ କରୁଥିଲେ। ତାହାଙ୍କର ଶିଷ୍ୟମାନେ ତାହାଙ୍କ ସହିତ ଗଲେ। 40 ସେଠାରେ ପହଞ୍ଚି ଯୀଶୁ ଶିଷ୍ୟମାନଙ୍କୁ କହିଲେ, “ତୁମ୍ଭେମାନେ ଯେପରି ପରୀକ୍ଷାରେ ନ ପଡ଼ ଏଥିପାଇଁ ପ୍ରାର୍ଥନା କର।”

41 ତା’ପରେ ଯୀଶୁ ସେମାନଙ୍କଠାରୁ ପ୍ରାୟ ପଗ୍ଭଶ ମିଟର ଦୂରକୁ ଗଲେ। ସେ ଆଣ୍ଠୁ ମାଡ଼ି ବସି ପଡ଼ି ପ୍ରାର୍ଥନା କଲେ, 42 “ହେ ପରମପିତା, ଯଦି ଏହା ତୁମ୍ଭର ଇଚ୍ଛା, ତେବେ ଦୁଃଖ ‘ଯାତନାର ଏହି ପାନପାତ୍ର’ [a] ମୋ’ଠାରୁ ଦୂର କର। କିନ୍ତୁ ଯାହା ତୁମ୍ଭର ଇଚ୍ଛା ତାହା କର। ମୋ’ ଇଚ୍ଛାରେ ନୁହେଁ।” 43 ତା’ପରେ ସ୍ୱର୍ଗରୁ ଜଣେ ଦୂତ ଆସି ଦେଖାଦେଲେ। ସେହି ସ୍ୱର୍ଗଦୁତଙ୍କୁ ଯୀଶୁଙ୍କୁ ସାହାଯ୍ୟ କରିବା ପାଇଁ ପଠାଯାଇଥିଲା। 44 ଯୀଶୁ ମର୍ମାନ୍ତକ ପୀଡ଼ାରେ ବୁଡ଼ି ରହି ଆହୁରି ଦୃଢ଼ ଭାବରେ ପ୍ରାର୍ଥନା କରିବାକୁ ଲାଗିଲେ। ତାହାଙ୍କ ମୁହଁରୁ ଘନ ଘନ ରକ୍ତ ଟୋପା ଭଳି ଝାଳ ବାହାରି ଆସି ଭୂଇଁରେ ପଡ଼ିଲା। 45 ଯୀଶୁ ପ୍ରାର୍ଥନା କରିସାରି ଶିଷ୍ୟମାନଙ୍କ ପାଖକୁ ଫେରିଗଲେ। ସେମାନେ ସମସ୍ତେ ଶୋଇପଡ଼ିଥିଲେ, ସେମାନଙ୍କ ଦୁଃଖ ସେମାନଙ୍କୁ ବହୁତ କ୍ଳାନ୍ତ କରି ପକାଇଥିଲା। 46 ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ କାହିଁକି ଶୋଇ ପଡ଼ିଛ? ଉଠ ଓ ପରୀକ୍ଷାରେ ନ ପଡ଼ିବାକୁ ତଥା ଶକ୍ତିଲାଭ ପାଇଁ ପ୍ରାର୍ଥନା କର।”

Oriya Bible: Easy-to-Read Version (ERV-OR)

2010 by World Bible Translation Center