Old/New Testament
ଦାଉଦ ଶାଉଲଙ୍କର ମୃତ୍ୟୁ ବିଷୟରେ ଜାଣିବାକୁ ପାଇଲେ
1 ଅମାଲେକୀୟମାନଙ୍କୁ ମାରିସାରିବା ପରେ ଦାଉଦ ସିକ୍ଳଗ୍କୁ ଫେରି ଆସିଲେ। ଏହା ଠିକ୍ ଶାଉଲଙ୍କର ମୃତ୍ୟୁ ପରେ ପରେ, ଦାଉଦ ସେଠାରେ ମାତ୍ର ଦୁଇ ଦିନ ରହିଲେ। 2 ତା’ପରେ ତୃତୀୟ ଦିନ ଶାଉଲଙ୍କର ଛାଉଣିରୁ ଜଣେ ସୈନ୍ୟ ସିକ୍ଳଗ୍କୁ ଆସିଲା। ସେ ଲୋକଟି ଅତ୍ୟନ୍ତ ଦୁଃଖିତ ଥିଲା। ତା’ର ବସ୍ତ୍ର ଚିରି ଯାଇଥିଲା ଏବଂ ତା’ ମୁଣ୍ଡରେ ମାଟି ବୋଳି ହୋଇଥିଲା। ଉକ୍ତ ଲୋକ ଜଣକ ଦାଉଦଙ୍କ ପାଖକୁ ଆସି ଭୂମିଷ୍ଠ ପ୍ରଣାମ କଲା।
3 ଦାଉଦ ତାଙ୍କୁ ପଗ୍ଭରିଲେ, “ତୁମ୍ଭେ କେଉଁଠାରୁ ଆସିଅଛ?”
ସେ ଲୋକଟି ଦାଉଦଙ୍କୁ ଉତ୍ତର ଦେଇ କହିଲା, “ମୁଁ ଇସ୍ରାଏଲୀୟ ଛାଉଣିରୁ ପଳାଇ ଆସିଛି।”
4 ଦାଉଦ ସେହି ଲୋକଟିକୁ ପଗ୍ଭରିଲେ, “ଏ ଯୁଦ୍ଧରେ କିଏ ଜିତିଲା?”
ଲୋକଟି ଉତ୍ତରରେ କହିଲା, “ଆମ୍ଭର ଲୋକମାନେ ଯୁଦ୍ଧ କ୍ଷେତ୍ରରୁ ପଳାୟନ କଲେ, ବହୁତ ଲୋକ ଯୁଦ୍ଧରେ ମୃତ୍ୟୁବରଣ କଲେ, ଏପରିକି ଶାଉଲ ଓ ତାଙ୍କର ପୁତ୍ର ଯୋନାଥନ ମଧ୍ୟ ମୃତ୍ୟୁବରଣ କଲେ।”
5 ଦାଉଦ ସେହି ଯୁବ ସୈନିକକୁ ପଗ୍ଭରିଲେ, “ଶାଉଲ ଓ ତାଙ୍କର ପୁତ୍ର ଯୋନାଥନ ମୃତ୍ୟୁବରଣ କଲେ ବୋଲି ତୁମ୍ଭେ କିପରି ଜାଣିଲ?”
6 ଯୁବକ ଜଣକ କହିଲା, “ମୁଁ ଯେତେବେଳେ ଗିଲ୍ବୋୟ ପର୍ବତ ଉପରେ ଥିଲି, ମୁଁ ଦେଖିଲି, ଶାଉଲ ନିଜର ବର୍ଚ୍ଛା ଉପରେ ଆଉଜିଛନ୍ତି ଏବଂ ପଲେଷ୍ଟୀୟ ରଥସବୁ ଓ ଅଶ୍ୱାରୋହୀମାନେ ତାଙ୍କର ପାଖକୁ ଆସୁଛନ୍ତି।” 7 ଶାଉଲ ପଛକୁ ଗ୍ଭହିଁ ମୋତେ ଦେଖିଲେ ଓ ଡାକିଲେ, ମୁଁ ମଧ୍ୟ ଉତ୍ତର ଦେଲି। 8 ଶାଉଲ ମୋତେ ପଗ୍ଭରିଲେ, ତୁମ୍ଭେ କିଏ? ମୁଁ ଉତ୍ତର ଦେଲି ମୁଁ ଜଣେ ଅମାଲେକୀୟ ଲୋକ। 9 ତା’ପରେ ଶାଉଲ କହିଲେ, ‘ତୁମ୍ଭେ ମୋତେ ହତ୍ୟା କର। କାରଣ ମୁଁ ବଡ଼ ଯନ୍ତ୍ରଣା ପାଉଛି। ତଥାପି ମୋ’ ପ୍ରାଣ ସମ୍ପୂର୍ଣ୍ଣ ରହିଅଛି।’ 10 ସେ ଗଭୀର ଭାବରେ ଆହତ ହୋଇଥିଲେ। ମୁଁ ଜାଣିଲି ସେ ବଞ୍ଚିବେ ନାହିଁ, ତେଣୁ ମୁଁ ତାଙ୍କୁ ମାରିଦେଲି, ତା’ପରେ ମୁଁ ତାଙ୍କ ମୁଣ୍ଡରୁ ମୁକୁଟ ଓ ବାହୁରୁ ବାଜୁ କାଢ଼ିଲି, ଏବଂ ମୁଁ ମୋର ପ୍ରଭୁଙ୍କ ନିକଟକୁ ନେଇ ଆସିଲି।”
11 ତା’ପରେ ଦାଉଦ ଦୁଃଖରେ ନିଜର ବସ୍ତ୍ରକୁ ଚିରି ପକାଇଲେ, ଏବଂ ଦାଉଦଙ୍କ ନିକଟରେ ଥିବା ସମସ୍ତ ଲୋକ ମଧ୍ୟ ଦାଉଦଙ୍କ ପରି କଲେ। 12 ସେମାନେ ଦୁଃଖରେ କାନ୍ଦିଲେ ଏବଂ ସେମାନେ ମଧ୍ୟ ଦିନସାରା କିଛି ଖାଇଲେ ନାହିଁ। ସେମାନେ ଏପରି କଲେ କାରଣ ଯୋନାଥନ ଓ ଶାଉଲ ମୃତ୍ୟୁବରଣ କଲେ ଏବଂ ସଦାପ୍ରଭୁଙ୍କର ବହୁତ ଇସ୍ରାଏଲୀୟ ଲୋକମାନେ ଯୁଦ୍ଧରେ ହତ ହେଲେ। ତେଣୁ ସେମାନେ କାନ୍ଦିଲେ ଓ ଶୋକ ପାଳନ କଲେ।
ଦାଉଦ ଅମାଲେକୀୟ ଯୁବକକୁ ମାରିବାକୁ ଆଦେଶ ଦେଲେ
13 ତା’ପରେ, ଦାଉଦ ସେହି ଯୁବକ ସହିତ କଥା ହେଲେ, ଯିଏ ତାଙ୍କୁ ଶାଉଲଙ୍କର ମୃତ୍ୟୁ ବିଷୟରେ କହିଥିଲା ଏବଂ ପଗ୍ଭରିଲେ, “ତୁମ୍ଭେ କେଉଁଠାରୁ ଆସିଛ?”
ସେ ଉତ୍ତର ଦେଲା, “ମୁଁ ଜଣେ ବିଦେଶୀର ପୁତ୍ର। ମୁଁ ଜଣେ ଅମାଲେକୀୟ।”
14 ତା’ପରେ ଦାଉଦ ତାକୁ ପଗ୍ଭରିଲେ, “ତୁମ୍ଭେ କିପରି ସାହସ କଲ ଓ ସଦାପ୍ରଭୁଙ୍କ ଦ୍ୱାରା ମନୋନୀତ ରାଜାଙ୍କୁ ହତ୍ୟା କରିବା ପାଇଁ ଭୟ କଲ ନାହିଁ।”
15-16 ଦାଉଦ ଅମାଲେକୀୟଙ୍କୁ କହିଲେ, “ତୁମ୍ଭେ ତୁମ୍ଭର ମୃତ୍ୟୁ ପାଇଁ ଦାୟୀ, ତୁମ୍ଭେ ନିଜେ କହୁଛ ଯେ ସଦାପ୍ରଭୁଙ୍କ ଦ୍ୱାରା ମନୋନୀତ ରାଜାଙ୍କୁ ତୁମ୍ଭେ ହତ୍ୟା କରିଛ ବୋଲି। ତେଣୁ ତୁମ୍ଭେ ଦୋଷୀ।” ଦାଉଦ ତାଙ୍କର ଜଣେ ଦାସଙ୍କୁ ଆଦେଶ ଦେଲେ, ତୁମ୍ଭେ ଏହି ଅମାଲେକୀୟଙ୍କୁ ହତ୍ୟା କର। ତେଣୁ ସେ ଏହି ଅମାଲେକୀୟଙ୍କୁ ହତ୍ୟା କଲେ।
ଶାଉଲ ଓ ଯୋନାଥନଙ୍କ ପାଇଁ ଦାଉଦଙ୍କର ଦୁଃଖଭରା ଗୀତ
17 ଶାଉଲ ଓ ତାଙ୍କର ପୁତ୍ର ଯୋନାଥନ ପାଇଁ ଦାଉଦ ଏକ ଦୁଃଖଦ ଗୀତ ଗାଇଲେ। 18 ତା’ପରେ ଦାଉଦ ତାଙ୍କର ଲୋକମାନଙ୍କୁ, ଯିହୁଦୀୟମାନଙ୍କୁ ଉକ୍ତ ଗୀତ ଗାଇବା ପାଇଁ ଏବଂ ଶିକ୍ଷା ଦେବା ପାଇଁ ଆଦେଶ ଦେଲେ। ଏହାକୁ “ଧନୁ” କୁହାଯାଏ। ଏହା ଯାଶେର ପୁସ୍ତକରେ ଲେଖାଅଛି।
19 “ହେ ଇସ୍ରାଏଲ, ତୁମ୍ଭର ସୌନ୍ଦର୍ଯ୍ୟ ତୁମ୍ଭର ପର୍ବତକୁ ଭାଙ୍ଗି ଦେଲା।
ଦେଖ! କେମିତି ସେହି ବୀରଗଣଙ୍କର ପତନ ହେଲା।”
20 ଗାଥ୍ ସହରକୁ ଏହି ସମ୍ବାଦ ଦିଅ ନାହିଁ।
ଅସ୍କିଲୋନର ଦାଣ୍ଡରେ ଏହା ପ୍ରଗ୍ଭର କର ନାହିଁ।
ଯଦି ତୁମ୍ଭେ ଏହା କର, ସେହି ପଲେଷ୍ଟୀୟ ନଗରଗୁଡ଼ିକ ଆନନ୍ଦ କରିବେ।
ସେହି ନଗରର ଅସଭ୍ୟ ପ୍ରତିମା ପୂଜକଗଣ ଆନନ୍ଦିତ ହେବେ।
21 “ହେ ଗିଲ୍ବୋୟ ପର୍ବତଗଣ,
ତୁମ୍ଭମାନଙ୍କ ଉପରେ କାକର କି ବୃଷ୍ଟି ନ ପଡ଼ୁ।
ଅଥବା ଉପହାରଜନକ କ୍ଷେତ୍ର ନ ହେଉ।
କାରଣ ସେଠାରେ ବୀରମାନଙ୍କର ଢାଲ ଅଦରକାରୀ ପରି ଫିଙ୍ଗି ଦିଆଗଲା।
ଶାଉଲଙ୍କର ଢାଲ ତୈଳରେ ଅଭିଷିକ୍ତ ହେଲା ନାହିଁ।
22 ହତ ଲୋକମାନଙ୍କର ରକ୍ତରୁ ବୀରମାନଙ୍କ ମେଦରୁ ଯୋନାଥନର ଧନୁ
ଓ ଶାଉଲଙ୍କର ଖଡ଼୍ଗ ରିକ୍ତ ହୋଇ ଫେରେ ନାହିଁ।
23 “ଶାଉଲ ଓ ଯୋନାଥନ ସେମାନଙ୍କ ଜୀବନକାଳ ମଧ୍ୟରେ
ଲୋକମାନଙ୍କଠାରୁ ବହୁତ ପ୍ରେମ ପାଇଲେ।
ଏପରିକି ମୃତ୍ୟୁ ସମୟରେ ମଧ୍ୟ ସେମାନେ ଅଲଗା ହେଲେ ନାହିଁ।
ସେମାନେ ଉତ୍କ୍ରୋଶପକ୍ଷୀଠାରୁ ବେଗବାନ
ଓ ସିଂହଠାରୁ ବଳବାନ ଥିଲେ।
24 ହେ ଇସ୍ରାଏଲର କନ୍ୟାଗଣ ଶାଉଲଙ୍କ ପାଇଁ କ୍ରନ୍ଦନ କର।
ସେ ତୁମ୍ଭମାନଙ୍କୁ ସିନ୍ଦୁରବର୍ଣ୍ଣ ବସ୍ତ୍ରରେ ସୁନ୍ଦର ରୂପେ ବସ୍ତ୍ରାନ୍ୱିତ କଲେ।
ସେ ତୁମ୍ଭମାନଙ୍କ ବସ୍ତ୍ର ଉପରେ ସ୍ୱର୍ଣ୍ଣ ଅଳଙ୍କାର ଖଚିତ କଲେ।
25 “ବୀରମାନେ ଯୁଦ୍ଧରେ ପତିତ ହେଲେ।
ଯୋନାଥନ ତୁମ୍ଭ ରାଜା ପର୍ବତରେ ହତ ହେଲେ।
26 ହେ ମୋର ଭାଇ ଯୋନାଥନ, ମୁଁ ତୁମ୍ଭ ଲାଗି ଦୁଃଖ କରୁଅଛି।
ମୁଁ ତୁମ୍ଭ ସହିତ ଥିବାରୁ ଆନନ୍ଦ ଉପଭୋଗ କରୁଅଛି।
ମୋର ପ୍ରତି ତୁମ୍ଭର ପ୍ରେମ ଆଶ୍ଚର୍ଯ୍ୟ
ଓ ତାହା ସ୍ତ୍ରୀମାନଙ୍କ ପ୍ରେମରୁ ବଳିଗଲା।
27 ବୀରମାନେ ଯୁଦ୍ଧରେ ପତିତ ହେଲେ
ଏବଂ ଯୁଦ୍ଧାସ୍ତ୍ରଗୁଡ଼ିକ ଧ୍ୱଂସ କରାଗଲା।”
ଦାଉଦ ଓ ତାଙ୍କ ଲୋକମାନେ ହିବ୍ରୋଣକୁ ଗଲେ
2 ଏହା ପରେ ଦାଉଦ ସଦାପ୍ରଭୁଙ୍କ ନିକଟରେ ପଗ୍ଭରିଲେ, “ମୁଁ କ’ଣ ଯିହୁଦାର କୌଣସି ଏକ ନଗରକୁ ନିୟନ୍ତ୍ରଣ କରିବାକୁ ଯିବି?”
ସଦାପ୍ରଭୁ ଉତ୍ତର ଦେଲେ, “ଯାଅ।”
ତା’ପରେ ଦାଉଦ ପଗ୍ଭରିଲେ, “ମୁଁ କେଉଁଠାକୁ ଯିବା ଉଚିତ୍?”
ସଦାପ୍ରଭୁ କହିଲେ, “ତୁମ୍ଭେ ହିବ୍ରୋଣକୁ ଯାଅ।”
2 ତେଣୁ ଦାଉଦ ଓ ତାଙ୍କର ଦୁଇ ଜଣ ସ୍ତ୍ରୀଙ୍କ ସହିତ ହିବ୍ରୋଣକୁ ଗଲେ। ତାଙ୍କର ସ୍ତ୍ରୀମାନେ ଥିଲେ ଯିଷ୍ରିୟେଲୀୟା ଅହୀନୋୟମ୍ ଓ କର୍ମିଲୀୟ ନାବଲର ସ୍ତ୍ରୀ ଅବୀଗଲ। 3 ଦାଉଦ ତାଙ୍କର ଲୋକମାନଙ୍କୁ ଓ ସେମାନଙ୍କର ପରିବାରବର୍ଗମାନଙ୍କୁ ସାଙ୍ଗରେ ନେଇଗଲେ। ଏବଂ ସେମାନେ ସମସ୍ତେ ସେହି ହିବ୍ରୋଣ ସହରରେ ଓ ତା’ର ପାଖାପାଖି ସହରରେ ବାସ କଲେ।
4 ଯିହୁଦାର ଲୋକମାନେ ହିବ୍ରୋଣକୁ ଆସି ଦାଉଦଙ୍କୁ ଯିହୁଦାର ରାଜା ଭାବରେ ଅଭିଷିକ୍ତ କଲେ। ତା’ପରେ ସେମାନେ ଦାଉଦଙ୍କୁ କହିଲେ, “ଯାବେଶ୍ ଗିଲିୟଦୀୟମାନେ ଶାଉଲଙ୍କୁ କବର ଦେଲେ ବୋଲି ଲୋକମାନେ ଦାଉଦଙ୍କୁ ଜଣାଇଲେ।”
5 ଦାଉଦ ଯାବେଶ୍ ଗିଲିୟଦର ଲୋକମାନଙ୍କ ନିକଟକୁ ଦୂତଗଣ ପଠାଇଲେ ଓ କହିଲେ, “ସଦାପ୍ରଭୁ ତୁମ୍ଭମାନଙ୍କୁ ଆଶୀର୍ବାଦ କରନ୍ତୁ। କାରଣ ତୁମ୍ଭେମାନେ ନିଜର ପ୍ରଭୁ ଶାଉଲଙ୍କ ପ୍ରତି ଏହି ଦୟା ପ୍ରକାଶ କରି ତାଙ୍କୁ କବର ଦେଇଅଛ। 6 ସଦାପ୍ରଭୁ ତୁମ୍ଭମାନଙ୍କ ପ୍ରତି ଦୟା ଓ ବିଶ୍ୱସ୍ତତା ପ୍ରକାଶ କରନ୍ତୁ। କାରଣ ତୁମ୍ଭେମାନେ ଏହି କର୍ମ କରିଥିବାରୁ ମୁଁ ମଧ୍ୟ ତୁମ୍ଭମାନଙ୍କୁ ସେହି ଦୟା ପ୍ରଦର୍ଶନ କରିବି। 7 ତୁମ୍ଭେମାନେ ସାହସୀ ଓ ଶକ୍ତିଶାଳୀ ହୁଅ। ତୁମ୍ଭର ରାଜା ଶାଉଲ ମୃତ, କିନ୍ତୁ ତୁମ୍ଭର ଯିହୁଦାର ପରିବାରବର୍ଗ ମୋତେ ରାଜା ଭାବରେ ଅଭିଷିକ୍ତ କରିଛନ୍ତି।”
ଈଶ୍ବୋଶତ୍ ରାଜା ହେଲେ
8 ନରର ପୁତ୍ର ଅବ୍ନର ଶାଉଲଙ୍କ ସୈନ୍ୟଦଳର ସେନାପତି ଥିଲେ। ଅବ୍ନର ଶାଉଲଙ୍କର ପୁତ୍ର ଈଶ୍ବୋଶତ୍କୁ ମହନୟିମକୁ ନେଇଗଲେ। 9 ଏବଂ ତାଙ୍କୁ ଗିଲିୟଦ, ଅଶୂରି, ଯିଷ୍ରିୟେଲ ଓ ଇଫ୍ରୟିମ, ବିନ୍ୟାମୀନ ଓ ସମସ୍ତ ଇସ୍ରାଏଲର ରାଜା ଭାବରେ ଅଭିଷିକ୍ତ କରାଇଲେ।
10 ଈଶ୍ବୋଶତ୍ ଥିଲେ ଶାଉଲଙ୍କର ପୁତ୍ର। ସେ ଯେତେବେଳେ ଇସ୍ରାଏଲର ରାଜା ହେଲେ ତାଙ୍କୁ ସେତେବେଳେ 40 ବର୍ଷ ବୟସ ହୋଇଥିଲା। ସେ ମାତ୍ର ଦୁଇ ବର୍ଷ ପାଇଁ ରାଜତ୍ୱ କରିଥିଲେ। କିନ୍ତୁ ଯିହୁଦାର ଲୋକମାନେ ଦାଉଦଙ୍କୁ ରାଜା ଭାବରେ ମାନୁଥିଲେ। 11 ଦାଉଦ ଥିଲେ ହିବ୍ରୋଣର ରାଜା। ସେ ଯିହୁଦାର ପରିବାରବର୍ଗ ଉପରେ ସାଢ଼େ ସାତ ବର୍ଷ ଶାସନ କଲେ।
ସାଘାଂତିକ ପ୍ରତିଦ୍ୱନ୍ଦିତା
12 ନରର ପୁତ୍ର ଅବ୍ନର ଓ ଶାଉଲଙ୍କର ପୁତ୍ର ଈଶ୍ବୋଶତ୍ର କର୍ମଗ୍ଭରୀମାନେ ମହନୟିମରୁ ଗିବିୟୋନକୁ ଗଲେ। 13 ସରୁୟାର ପୁତ୍ର ଯୋୟାବ୍ ଓ ଦାଉଦଙ୍କର ଉଚ୍ଚପଦସ୍ତ କର୍ମଗ୍ଭରୀମାନେ ମଧ୍ୟ ଗିବିୟୋନକୁ ଗଲେ। ସେମାନେ ଅବ୍ନର ଏବଂ ଈଶ୍ବୋଶତ୍ର କର୍ମଗ୍ଭରୀମାନଙ୍କୁ ଗିବିୟୋନର ଏକ ପୋଖରୀ ପାଖରେ ଭେଟିଲେ। ଯୋୟାବର ଦଳ ପୋଖରୀର ଏକ ପାର୍ଶ୍ୱରେ ବସିଲା ବେଳେ ଅବ୍ନରର ଦଳ ପୋଖରୀର ଅନ୍ୟ ପାର୍ଶ୍ୱରେ ବସିଲେ।
14 ଅବ୍ନର ଯୋୟାବକୁ କହିଲେ, “ଯୁବକ ସୈନ୍ୟମାନେ ଆମ୍ଭମାନଙ୍କ ସମ୍ମୁଖରେ ପ୍ରତିଯୋଗିତା କରନ୍ତୁ।”
ଯୋୟାବ ଉତ୍ତର ଦେଲେ, “ହଁ ପ୍ରତିଯୋଗିତା ହେଉ।”
15 ତେଣୁ ଯୁବକ ସୈନ୍ୟମାନେ ଉଠିଲେ, ଦୁଇ ଦଳ ସେମାନଙ୍କର ସୈନ୍ୟମାନେ ପ୍ରତିଯୋଗିତା ପାଇଁ ଗଣତି ହେଲେ। ସେମାନେ ଶାଉଲଙ୍କର ପୁତ୍ର ଈଶ୍ବୋଶତ୍ ପାଇଁ ପ୍ରତିଯୋଗିତା କରିବା ପାଇଁ ବିନ୍ୟାମୀନ ବଂଶରୁ ବାର ଜଣଙ୍କୁ ବାଛିଲେ। ଏବଂ ସେମାନେ ଦାଉଦଙ୍କର କର୍ମଗ୍ଭରୀ ମଧ୍ୟରୁ ବାର ଜଣଙ୍କୁ ବାଛିଲେ। 16 ପ୍ରତ୍ୟେକ ସୈନ୍ୟ ଏକ ଆରେକର ମସ୍ତକ ଧରିଲେ ଏବଂ ଏକ ଆରେକକୁ ଖଡ଼୍ଗରେ ଭୂଷିଲେ। ତେଣୁ ସେମାନେ ଏକତ୍ର ପଡ଼ିଗଲେ। ତେଣୁ ସେହି ସ୍ଥାନର ନାମ “ତୀକ୍ଷ୍ଣ ଖଡ଼୍ଗ କ୍ଷେତ୍ର” ବୋଲି ଡକାଯାଏ। ସେହି ସ୍ଥାନଟି ଗିବିୟୋନରେ ଥିଲା। 17 ସେହି ପ୍ରତିଯୋଗିତା ଏକ ଭୟଙ୍କର ଯୁଦ୍ଧରେ ପରିଣତ ହେଲା। ଦାଉଦର ସୈନ୍ୟମାନେ ସେଦିନ ଅବ୍ନର ଓ ଇସ୍ରାଏଲୀୟମାନଙ୍କୁ ପରାସ୍ତ କଲେ।
ଅବ୍ନର ଅସାହେଲ୍କୁ ହତ୍ୟା କଲେ
18 ସରୁୟାର ତିନି ପୁତ୍ର ଥିଲେ। ସେମାନେ ହେଲେ, ଯୋୟାବ, ଅବୀଶୟ ଏବଂ ଅସାହେଲ୍। ଅସାହେଲ୍ ଥିଲେ ଜଣେ କ୍ଷିପ୍ର ଧାବକ। ସେ କୃଷ୍ଣସାର ମୃଗପରି କ୍ଷିପ୍ର ଗତିରେ ଦୌଡ଼ି ପାରନ୍ତି। 19 ଅସାହେଲ୍ ଅବ୍ନର ପଛେ ପଛେ ଦୌଡ଼ିଗଲା। ଏବଂ ତାଙ୍କ ପଛେ ପଛେ ଯିବା ଆରମ୍ଭ କଲା। 20 ଅବ୍ନର ପଛକୁ ଅନାଇ କହିଲା, “ଅସାହେଲ୍ ଏ କି ତୁମ୍ଭେ?”
ସେ ଉତ୍ତର କଲା, “ହଁ, ମୁଁ।”
21 ଅସାହେଲ୍କୁ ହତ୍ୟା କରିବା ପାଇଁ ଅବ୍ନର ଗ୍ଭହୁଁ ନ ଥିଲେ। ତେଣୁ ଅବ୍ନର ଅସାହେଲ୍କୁ କହିଲେ, “ମୋ’ ପଛରେ ଦୌଡ଼ିବା ବନ୍ଦ କର। ତୁମ୍ଭେ ଅନ୍ୟ ଜଣକ ପଛରେ ଦୌଡ଼, ତା’ଠାରୁ ତୁମ୍ଭେ ସହଜରେ ସାଂଜୁ ଛଡ଼ାଇ ତୁମ୍ଭ ପାଇଁ ଆଣି ପାରିବ।” କିନ୍ତୁ ଅସାହେଲ୍ ମନା କଲେ ଓ ଅବ୍ନର ପଛରେ ଗୋଡ଼ାଇଲେ।
22 ଅବ୍ନର ଆଉଥରେ ଅସାହେଲ୍କୁ କହିଲେ, “ମୋ’ ପଛେ ଗୋଡ଼ାଇବା ବନ୍ଦ କର ନଚେତ୍ ମୁଁ ତୁମ୍ଭକୁ ହତ୍ୟା କରିବି। ମୁଁ ତୁମ୍ଭକୁ ହତ୍ୟା କଲେ ତୁମ୍ଭର ଭାଇ ଯୋୟାବକୁ କିପରି ମୁହଁ ଦେଖାଇବି?”
23 କିନ୍ତୁ ଅସାହେଲ୍ ଅବ୍ନର ପଛରେ ଦୌଡ଼ିବାରୁ ବିରତ ହେଲା ନାହିଁ। ତେଣୁ ଅବ୍ନର ବର୍ଚ୍ଛାର ମୁନରେ ତା’ର ପେଟକୁ ଭୂଷି ଦେବାରୁ ତାହା ପିଠି ଦେଇ ବାହାରି ଗଲା। ତେଣୁ ସେ ସେହିଠାରେ ମରିଗଲା।
ଯୋୟାବ ଓ ଅବୀଶୟ ଅବ୍ନର ପଛରେ ଗୋଡ଼ାଇଲେ
ଅସାହେଲ୍ର ମୃତ ଶରୀର ଭୂମି ଉପରେ ସେହିଠାରେ ପଡ଼ି ରହିଥିଲା। ଯେତେ ଲୋକ ସେ ବାଟ ଦେଇ ଦୌଡ଼ୁ ଥିଲେ, ସମସ୍ତେ ସେହିଠାରେ ଅଟକି ଗଲେ। 24 କିନ୍ତୁ ଯୋୟାବ ଓ ଅବୀଶୟ ଅବ୍ନର ପଛରେ ଗୋଡ଼ାଇଲେ, ସେମାନେ ଯେତେବେଳେ ଅମା ପର୍ବତ ନିକଟରେ ପହଞ୍ଚିଲେ, ସେତେବେଳକୁ ସୂର୍ଯ୍ୟାସ୍ତ ହୋଇଯାଇ ଥିଲା। ଗିବିୟୋନ ମରୁଭୂମିର ପଥ ନିକଟବର୍ତ୍ତି ଗୀଆ ପୂର୍ବରୁ ଅମା ପର୍ବତ ଉପସ୍ଥିତ। 25 ବିନ୍ୟାମୀନର ପରିବାରବର୍ଗ ଅବ୍ନର ଚତୁର୍ପାର୍ଶ୍ୱରେ ପର୍ବତର ଶିର୍ଷରେ ଘେରି ରହିଥିଲେ।
26 ଅବ୍ନର ଯୋୟାବକୁ ଡାକି କହିଲେ, “ଆମ୍ଭେ ନିଶ୍ଚିତ ଯୁଦ୍ଧ କରୁଥିବା ଓ ପରସ୍ପରକୁ ଚିରଦିନ ହତ୍ୟା କରୁଥିବା କି? ତୁମ୍ଭେ ନିଶ୍ଚିତରେ ଜାଣ ଯେ, ଏହା ଦୁଃଖଦ ପୂର୍ଣ୍ଣ ଶେଷ ହେବ। ତୁମ୍ଭମାନଙ୍କର ଲୋକମାନଙ୍କୁ କୁହ ସେମାନଙ୍କର ଭାଇମାନଙ୍କ ପଛରେ ନ ଗୋଡ଼ାଇବା ପାଇଁ।”
27 ତା’ପରେ ଯୋୟାବ କହିଲା, “ତୁମ୍ଭେ ଗୋଟିଏ ଭଲ କଥା କହିଲ, ପରମେଶ୍ୱର ଜୀବିତ ଥିବା ପ୍ରମାଣେ, ଯଦି ତୁମ୍ଭେ ଏହିପରି କହି ନ ଥା’ନ୍ତ, ଲୋକମାନେ ସେମାନଙ୍କର ନିଜର ଭାଇମାନଙ୍କ ପଛରେ ପ୍ରଭାତ ପର୍ଯ୍ୟନ୍ତ ଗୋଡ଼ାଉ ଥା’ନ୍ତେ।” 28 ତେଣୁ ଯୋୟାବ ତୂରୀ ବଜାଇଲେ ଓ ଲୋକମାନେ ଇସ୍ରାଏଲୀୟମାନଙ୍କ ପଛରେ ଦୌଡ଼ିବା ବନ୍ଦ କଲେ। ତା’ପରେ ସେମାନେ ଆଉ ଯୁଦ୍ଧ କଲେ ନାହିଁ।
29 ଅବ୍ନର ଓ ତାଙ୍କର ଲୋକମାନେ ସେ ରାତ୍ରି ତମାମ ଯର୍ଦ୍ଦନ ଉପତ୍ୟକା ଦେଇ ଗମନ କଲେ ଓ ସେମାନେ ଯର୍ଦ୍ଦନ ନଦୀ ପାର ହେଲେ ଓ ସେମାନେ ମହନୟିମକୁ ପହଞ୍ଚିବା ପର୍ଯ୍ୟନ୍ତ ଦିନସାରା ଗମନ କଲେ।
30 ଯୋୟାବ ପଶ୍ଚାଦ୍ଧାବନ ବନ୍ଦ କରି ଗଣି ଦେଖିଲେ, ଅସାହେଲ୍କୁ ମିଶାଇ ଦାଉଦଙ୍କର ସୈନ୍ୟମାନଙ୍କ ମଧ୍ୟରୁ ଊଣାଇଶ ଜଣ ନାହାନ୍ତି। 31 କିନ୍ତୁ ଦାଉଦଙ୍କର ସୈନ୍ୟମାନେ ବିନ୍ୟାମୀନ ପରିବାରରୁ 360 ଜଣ ଅବ୍ନରର ଲୋକମାନଙ୍କୁ ମାରି ଦେଇଥିଲେ। 32 ଦାଉଦର ସୈନ୍ୟମାନେ ଅସାହେଲ୍ର ଶରୀରକୁ ଆଣି ବୈଥ୍ଲେହମ ସ୍ଥିତ ତା’ର ପିତାଙ୍କର କବରରେ କବର ଦେଲେ। ପୁଣି ଯୋୟାବ ଓ ତା’ର ଲୋକମାନେ ରାତ୍ରିସାରା ପଦଗ୍ଭରଣ କରି ବୁଲିଲେ।
ଏବଂ ସକାଳ ହେଲା ବେଳକୁ ସେମାନେ ହିବ୍ରୋଣ ନିକଟରେ ପହଞ୍ଚି ଯାଇଥିଲେ।
ବିଶ୍ରାମବାରରେ ଲୋକଙ୍କୁ ସୁସ୍ଥ କରିଦେବା କ’ଣ ଠିକ୍
14 ଗୋଟିଏ ବିଶ୍ରାମବାରରେ ଯୀଶୁ ଜଣେ ପ୍ରଧାନ ଫାରୂଶୀଙ୍କ ଘରକୁ ତାହାଙ୍କ ସହିତ ଏକାଠି ଖାଇବା ପାଇଁ ଗଲେ। ସେଠାରେ ଥିବା ପ୍ରତ୍ୟେକ ଲୋକ ଯୀଶୁଙ୍କୁ ସତର୍କତାର ସହିତ ଲକ୍ଷ୍ୟ କରୁଥିଲେ। 2 ଜଣେ ‘ଜଳୋଦର’ [a] ରୋଗୀକୁ ଯୀଶୁଙ୍କ ସାମନାକୁ ଅଣାଗଲା। 3 ଯୀଶୁ ଫାରୂଶୀ ଓ ଧର୍ମଶାସ୍ତ୍ରୀମାନଙ୍କୁ ପଗ୍ଭରିଲେ, “ବିଶ୍ରାମବାରରେ ଭଲ କରିଦେବା ଠିକ୍ ନା ଭୁଲ୍?” 4 ସେମାନେ କିନ୍ତୁ ଚୁପ୍ ରହିଲେ। ତେଣୁ ଯୀଶୁ ଲୋକଟିକୁ ଧରି ସୁସ୍ଥ କରିଦେଲେ। ତା’ପରେ ସେହି ଲୋକଟି ଗ୍ଭଲିଗଲା। 5 ଯୀଶୁ ଧର୍ମଶାସ୍ତ୍ରୀ ଓ ଫାରୂଶୀମାନଙ୍କୁ କହିଲେ, “ଯଦି ବିଶ୍ରାମବାରରେ ତୁମ୍ଭମାନଙ୍କ ପୁଅ କିମ୍ବା ତୁମ୍ଭମାନଙ୍କ ବଳଦଟି କୂଅ ଭିତରେ ଖସିପଡ଼େ, ତେବେ ତୁମ୍ଭେମାନେ କ’ଣ ତାକୁ ସଙ୍ଗେ ସଙ୍ଗେ ବାହାରକୁ ଟାଣି ଆଣିବ ନାହିଁ?” 6 ଯୀଶୁ ଯାହା ପଗ୍ଭରିଲେ ସେମାନେ କିଛି ଉତ୍ତର ଦେଇ ପାରିଲେ ନାହିଁ।
ନିଜକୁ ମହାନ୍ ବୋଲି ଭାବ ନାହିଁ।
7 ଯୀଶୁ ଲକ୍ଷ୍ୟ କଲେ ଯେ, କେତେକ ଅତିଥି ବସିବା ପାଇଁ ଭଲ ଆସନଟିଏ ଖୋଜୁଥିଲେ। ତେଣୁ ଯୀଶୁ ଏହି ଦୃଷ୍ଟାନ୍ତ କହିଲେ: 8 “ଯଦି ଜଣେ ତୁମ୍ଭକୁ ବିବାହଉତ୍ସବରେ ନିମନ୍ତ୍ରଣ କରୁଛି, ତେବେ ସବୁଠାରୁ ମୁଖ୍ୟ ଆସନରେ ବସ ନାହିଁ। କାରଣ ସେହି ଲୋକଟି ତୁମ୍ଭଠାରୁ ଅଧିକ ମହାନ୍ ଲୋକକୁ ମଧ୍ୟ ଡାକି ଥାଇପାରେ। 9 ତୁମ୍ଭେ ଯଦି ସବୁଠାରୁ ମୁଖ୍ୟ ଆସନରେ ବସିଥିବ, ତେବେ ତୁମ୍ଭକୁ ନିମନ୍ତ୍ରଣ କରିଥିବା ଲୋକଟି ଆସି କହିବେ, ‘ଏହି ଲୋକଙ୍କୁ ତୁମ୍ଭ ଆସନଟି ଦେଇଦିଅ।’ ତା’ପରେ ତୁମ୍ଭେ ସେଠାରୁ ଉଠି ପଛରେ ଥିବା ଶେଷ ଆସନଟିକୁ ଯିବ। ସେତେବେଳେ ତୁମ୍ଭକୁ ବଡ଼ ଅପମାନ ଲାଗିବ।
10 “ତେଣୁ ଯେତେବେଳେ ଜଣେ ଲୋକ ତୁମ୍ଭକୁ ନିମନ୍ତ୍ରଣ କରିଛି, ତୁମ୍ଭେ ଗୋଟିଏ ନିମ୍ନତମ ଆସନରେ ବସ। ସେତେବେଳେ ତୁମ୍ଭକୁ ନିମନ୍ତ୍ରଣ କରିଥିବା ଲୋକଟି ଆସି ତୁମ୍ଭକୁ କହିବ, ‘ବନ୍ଧୁ, ତୁମ୍ଭେ ଏଠାରେ ନ ବସି ଟିକିଏ ଆଗକୁ ଆସି ଏ ଭଲ ଆସନରେ ବସ।’ ସେତେବେଳେ ଅନ୍ୟ ନିମନ୍ତ୍ରିତ ଅତିଥିମାନେ ତୁମ୍ଭକୁ ସମ୍ମାନ କରିବେ। 11 ଯେଉଁ ଲୋକ ନିଜକୁ ମହାନ୍ ଭାବେ, ତାକୁ ହୀନ କରି ଦିଆଯିବ। ଯେଉଁ ଲୋକ ନିଜକୁ ହୀନ ଭାବେ, ତାହାକୁ ମହାନ୍ କରାଯିବ।”
ତୁମ୍ଭେ ପୁରସ୍କାର ପାଇବ
12 ଯୀଶୁ ତାହାଙ୍କୁ ନିମନ୍ତ୍ରଣ କରିଥିବା ଫାରୂଶୀ ଜଣଙ୍କୁ କହିଲେ, “ତୁମ୍ଭେ କାହାରିକୁ ଦିନରେ ବା ରାତିରେ ଖାଇବାକୁ ନିମନ୍ତ୍ରଣ କଲାବେଳେ କେବଳ ତୁମ୍ଭର ଭାଇ, ବନ୍ଧୁ, କୁଟୁମ୍ବ ଓ ଧନୀ ପଡ଼ୋଶୀମାନଙ୍କୁ ଡାକ ନାହିଁ। କାରଣ ଅନ୍ୟ ବେଳେ ସେମାନେ ମଧ୍ୟ ତୁମ୍ଭକୁ ତାହାଙ୍କ ସହିତ ଖାଇବାକୁ ଡାକିବେ। ସେତେବେଳେ ତୁମ୍ଭେ ତୁମ୍ଭର ପ୍ରତିଦାନ ପାଇଯିବ। 13 ବରଂ ଭୋଜି ଦେବା ସମୟରେ ଗରିବ, ପଙ୍ଗୁ, ଛୋଟା ଓ ଅନ୍ଧମାନଙ୍କୁ ଡାକ। 14 ଏ ଲୋକମାନଙ୍କର କିଛି ନ ଥିବାରୁ ସେମାନେ ତୁମ୍ଭକୁ ପ୍ରତିବଦଳରେ କିଛି ଦେଇ ପାରିବେ ନାହିଁ। ତେଣୁ ଏହା ତୁମ୍ଭପାଇଁ ଆଶୀର୍ବାଦଜନକ ହେବ। କିନ୍ତୁ ଯେତେବେଳେ ଧାର୍ମିକ ଲୋକମାନେ ମୃତମାନଙ୍କ ମଧ୍ୟରୁ ଜୀବିତ ହେବେ, ସେହି ସମୟରେ ତୁମ୍ଭେମାନେ ତୁମ୍ଭର ପୁରସ୍କାର ପାଇବ।”
ଗୋଟିଏ ବଡ଼ ରାତ୍ରୀ ଭୋଜି ବିଷୟରେ ଦୃଷ୍ଟାନ୍ତ(A)
15 ଯୀଶୁଙ୍କ ସହିତ ଖାଇବାକୁ ବସିଥିବା ଲୋକମାନଙ୍କ ମଧ୍ୟରୁ ଜଣେ ଲୋକ ଏ ସବୁ କଥା ଶୁଣି ଯୀଶୁଙ୍କୁ କହିଲା, “ପରମେଶ୍ୱରଙ୍କ ରାଜ୍ୟରେ ଭୋଜନ କରୁଥିବା ଲୋକ ବହୁତ ଖୁସୀ ହେବ।”
16 ଯୀଶୁ ସେହି ଲୋକକୁ କହିଲେ, “ଥରେ ଜଣେ ଲୋକ ଗୋଟିଏ ବଡ଼ ରାତ୍ରିଭୋଜିର ବ୍ୟବସ୍ଥା କରିଥିଲେ। ସେ ବହୁତ ଲୋକଙ୍କୁ ନିମନ୍ତ୍ରଣ କରିଥିଲେ। 17 ଖାଇବା ସମୟ ହେବାରୁ ସେ ଅତିଥିମାନଙ୍କ ପାଖକୁ ଏହି କଥା କହିବା ପାଇଁ ନିଜ ଗ୍ଭକରକୁ ପଠାଇଲେ: ‘ଆସନ୍ତୁ, ଭୋଜନ ପ୍ରସ୍ତୁତି ହୋଇ ଗଲାଣି।’ 18 କିନ୍ତୁ ସମସ୍ତ ନିମନ୍ତ୍ରିତ ବ୍ୟକ୍ତିମାନେ କହିଲେ ଯେ, ସେମାନେ ଯାଇ ପାରିବେ ନାହିଁ। ପ୍ରତ୍ୟେକ ବାହାନା କରି କ୍ଷମା ମାଗି ରହିଗଲେ। ପ୍ରଥମ ଲୋକଟି କହିଲା, ‘ମୁଁ ଏବେ ଖଣ୍ଡେ ଜମି କିଣିଛି। ସେହି ଜମିଟି ଦେଖିବାକୁ ବର୍ତ୍ତମାନ ମୋତେ ଯିବାକୁ ପଡ଼ିବ। ଦୟାକରି ମୋତେ କ୍ଷମା କର।’ 19 ଆଉ ଜଣେ କହିଲା, ‘ମୁଁ ଏବେ ପାଞ୍ଚ ହଳ ବଳଦ କିଣିଛି। 20 ମୁଁ ତାହାଙ୍କୁ ପରଖିବାକୁ ଯିବାକୁ ବାହାରିଲିଣି। ଦୟାକରି ମୋତେ କ୍ଷମା କର।’ ତୃତୀୟ ଲୋକଟି କହିଲା, ‘ମୋର ତ ଏବେ ବାହାଘର ହୋଇଛି। ମୁଁ ଯାଇ ପାରିବି ନାହିଁ।’
21 “ତେଣୁ ଗ୍ଭକରଟି ଫେରି ଆସିଲା। ଯାହାସବୁ ଘଟିଥିଲା, ସେ ତା’ ମାଲିକକୁ ସବୁ କହିଲା, ଏହା ଶୁଣି ମାଲିକ ଖୁବ୍ ରାଗିଗଲେ ଓ କହିଲେ, “ନଗରର ରାସ୍ତା ଗଳିମାନଙ୍କୁ ଶୀଘ୍ର ଦୌଡ଼ିଯାଅ, ଏବଂ ଦୀନଦୁଃଖୀ, ପଙ୍ଗୁ, ଅନ୍ଧ ଓ ଛୋଟାମାନଙ୍କୁ ଏଠାକୁ ନେଇଆସ।’
22 “ପରେ ଗ୍ଭକରଟି ତାହାଙ୍କୁ କହିଲା, “ମାଲିକ ତୁମ୍ଭେ ଯାହା କହିଲ, ମୁଁ ତ କଲି। ତଥାପି ଆଉ ଅଧିକ ଲୋକଙ୍କ ପାଇଁ ଜାଗା ବଳିଛି।’ 23 ମାଲିକ ଗ୍ଭକରକୁ କହିଲେ, ‘ରାଜପଥ ଓ ଗ୍ରାମପଥକୁ ଗ୍ଭଲିଯାଅ। ସେଠାରେ ଥିବା ଲୋକଙ୍କୁ ଆସିବାକୁ କୁହ। ମୁଁ ଗ୍ଭହେଁ, ମୋ’ ଘର ପୁରାପୁରି ଭରିଯାଉ।’ 24 ଯେଉଁମାନଙ୍କୁ ମୁଁ ପ୍ରଥମେ ନିମନ୍ତ୍ରଣ କରିଥିଲି, ସେମାନଙ୍କ ମଧ୍ୟରୁ ଜଣେ ହେଲେ ମଧ୍ୟ ମୋ’ ସହିତ ଆଉ କେବେ ହେଁ ଭୋଜି ଖାଇବେ ନାହିଁ।’”
2010 by World Bible Translation Center