Print Page Options
Previous Prev Day Next DayNext

Old/New Testament

Each day includes a passage from both the Old Testament and New Testament.
Duration: 365 days
Oriya Bible: Easy-to-Read Version (ERV-OR)
Version
ଶାମୁୟେଲଙ୍କ ପ୍ରଥମ ପୁସ୍ତକ 19-21

ଯୋନାଥନ ଦାଉଦଙ୍କୁ ସାହାଯ୍ୟ କଲେ

19 ଶାଉଲ ଦାଉଦଙ୍କୁ ହତ୍ୟା କରିବା ପାଇଁ ତାଙ୍କର ପୁତ୍ର ଯୋନାଥନ ଓ ତାଙ୍କର ଦାସମାନଙ୍କୁ କହିଲେ। କିନ୍ତୁ ଯୋନାଥନ ଦାଉଦଙ୍କୁ ବହୁତ ଭଲ ପାଉଥିଲେ। 2-3 ଯୋନାଥନ ଦାଉଦଙ୍କୁ ସତର୍କ କରାଇ କହିଲେ, “ମୋର ପିତା ତୁମ୍ଭକୁ ମାରିବାକୁ ଗ୍ଭହାନ୍ତି। ତୁମ୍ଭେ ପ୍ରାତଃକାଳରେ ସାବଧାନ ସହକାରେ କୌଣସି ଜାଗାରେ ଲୁଚି ରୁହ। ତୁମ୍ଭେ ଯେଉଁଠାରେ ଲୁଚିଥିବ, ମୁଁ ସେ ସ୍ଥାନ ନିକଟକୁ ଯାଇ ମୋର ପିତାଙ୍କ ସହିତ ତୁମ୍ଭ ବିଷୟରେ କଥୋପକଥନ ହେବି। ଯଦି ମୁଁ କିଛି ଦେଖେ ତେବେ ମୁଁ ତୁମ୍ଭକୁ ଜଣାଇବି।”

ଯୋନାଥନ ତାଙ୍କର ପିତା ଶାଉଲଙ୍କ ସହିତ କଥା ହେଲେ। ଯୋନାଥନ ଦାଉଦଙ୍କ ବିଷୟରେ ଭଲ କଥା ତାଙ୍କ ପିତାଙ୍କୁ କହିଲେ। ଯୋନାଥନ କହିଲେ, “ମହାରାଜ ଆପଣା ଦାସ ଦାଉଦଙ୍କ ବିରୁଦ୍ଧରେ ପାପ କରନ୍ତୁ ନାହିଁ। କାରଣ ସେ ଆପଣଙ୍କ ବିରୁଦ୍ଧରେ ପାପ କରି ନାହିଁ। ତା’ର ସମସ୍ତ କର୍ମ ଆପଣଙ୍କ ପକ୍ଷରେ ଅତି ମଙ୍ଗଳଜନକ ହୋଇଅଛି। ସେ ଆପଣା ପ୍ରାଣକୁ ବିପଦରେ ପକାଇ ପଲେଷ୍ଟୀୟକୁ ହତ୍ୟା କଲା। ସେଥିରେ ସଦାପ୍ରଭୁ ସମୁଦାୟ ଇସ୍ରାଏଲ ନିମନ୍ତେ ମହା ବିଜୟ ସାଧନ କଲେ। ଆପଣ ତାହା ଦେଖି ଆନନ୍ଦ କରିଥିଲେ। ଏବେ ଆପଣ ବିନା କାରଣରେ ଦାଉଦକୁ ହତ୍ୟା କରିବେ କାହିଁକି? ସେ ନିର୍ଦ୍ଦୋଷ, ତାକୁ ହତ୍ୟା କରିବାର କିଛି କାରଣ ନାହିଁ।”

ଶାଉଲ ଯୋନାଥନର କଥା ଶୁଣିଲେ ଓ ପ୍ରତିଜ୍ଞା କଲେ। ସେ କହିଲେ, “ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ସେ ମରିବ ନାହିଁ।”

ଯୋନାଥନ ଦାଉଦଙ୍କୁ ଡାକିଲେ ଓ ତାଙ୍କୁ ସମସ୍ତ କଥା ଶୁଣାଇଲେ। ଯୋନାଥନ ଦାଉଦଙ୍କୁ ଶାଉଲଙ୍କ ନିକଟକୁ ଆଣିଲେ, ତହିଁରେ ଦାଉଦ ପୂର୍ବ ପରି ଶାଉଲଙ୍କ ପାଖରେ ରହିଲେ।

ଶାଉଲ ଦାଉଦଙ୍କୁ ମାରିବାକୁ ପୁନର୍ବାର ଚେଷ୍ଟା କଲେ

ପୁନର୍ବାର ଯୁଦ୍ଧ ହେଲା ତହିଁରେ ଦାଉଦ ବାହାରି ପଲେଷ୍ଟୀୟମାନଙ୍କ ସଙ୍ଗେ ଯୁଦ୍ଧ କଲେ, ସେ ଏତେ ଜୋ‌ର୍‌ରେ ଆଘାତ କଲେ ଯେ, ପଲେଷ୍ଟୀୟମାନେ ଭୟରେ ଦୌଡ଼ି ପଳାଇଲେ। କିନ୍ତୁ ଏକ ମନ୍ଦ ଆତ୍ମା ସଦାପ୍ରଭୁଙ୍କଠାରୁ ଶାଉଲଙ୍କ ଉପରକୁ ଆସିଲା। ଶାଉଲ ତାଙ୍କ ନିଜ ଗୃହରେ ବସିଥିଲେ। ଶାଉଲ ହାତରେ ବର୍ଚ୍ଛା ଧରି ଥିଲେ। ଦାଉଦ ଆପଣା ହସ୍ତରେ ବାଦ୍ୟ ବଜାଉ ଥିଲେ। 10 ଶାଉଲ ବର୍ଚ୍ଛାରେ ଦାଉଦଙ୍କୁ କାନ୍ଥରେ ଫୋଡ଼ି ପକାଇବାକୁ ଗ୍ଭହିଁଥିଲେ, ମାତ୍ର ସେ ଶାଉଲଙ୍କ ସମ୍ମୁଖରୁ ଘୁଞ୍ଚି ଯିବାରୁ ବର୍ଚ୍ଛା କାନ୍ଥରେ ଫୋଡ଼ି ହୋଇଗଲା। ସେହି ରାତ୍ରିରେ ଦାଉଦ ପଳାୟନ କଲେ।

11 ଶାଉଲ ଦାଉଦଙ୍କ ଘରକୁ ଲୋକ ପଠାଇଲେ। ଲୋକମାନେ ଦାଉଦଙ୍କ ଗୃହକୁ ଜଗି ରହିଲେ। ସେମାନେ ସେଠାରେ ରାତ୍ରି ତମାମ ଜଗି ରହିଲେ। ସେମାନେ ଦାଉଦଙ୍କୁ ପ୍ରଭାତରେ ମାରି ଦେବା ପାଇଁ ଅପେକ୍ଷା କରିଥିଲେ, କିନ୍ତୁ ଦାଉଦଙ୍କ ସ୍ତ୍ରୀ ମୀଖଲ ତାଙ୍କୁ ସତର୍କ କରାଇ ଦେଲା। ସେ କହିଲା, “ତୁମ୍ଭେ ରାତ୍ରିରେ ପଳାୟନ କରି ଜୀବନ ରକ୍ଷା କର। ଯଦି ତୁମ୍ଭେ ଏହା ନ କର ତେବେ ସେମାନେ ତୁମ୍ଭକୁ ଆସନ୍ତା କାଲି ମାରି ଦେବେ।” 12 ତା’ପରେ ମୀଖଲ ଦାଉଦଙ୍କୁ ଏକ ଝରକା ଦେଇ ବାହାରକୁ ପଠାଇ ଦେଲା। ଦାଉଦ ରକ୍ଷା ପାଇଗଲେ ଏବଂ ଦୌଡ଼ି ପଳାଇ ଗଲେ। 13 ମୀଖଲ ଗୃହର ଦେବତାଙ୍କୁ ଲୁଗାରେ ଘୋଡ଼ାଇ ଦେଲା। ତା’ପରେ ସେ ପ୍ରତିମୂର୍ତ୍ତିକୁ ବିଛଣା ମଧ୍ୟରେ ପୁରାଇ ଦେଲା। ସେ ମଧ୍ୟ ଛାଗ ଚମଡ଼ାକୁ ତହିଁର ମସ୍ତକରେ ଘୋଡ଼ାଇ ଦେଲା।

14 ଦାଉଦଙ୍କୁ ଧରି ନେବା ପାଇଁ ଶାଉଲ ଦୂତମାନଙ୍କୁ ପଠାନ୍ତେ ମୀଖଲ କହିଲା, “ସେ ପିଡ଼ୀତ ଅଛନ୍ତି।”

15 ଶାଉଲ ଦାଉଦଙ୍କୁ ଦେଖିବା ପାଇଁ ଦୂତମାନଙ୍କୁ ପଠାଇ କହିଲା, “ତାହାକୁ ଶଯ୍ୟାରେ ମୋ’ ପାଖକୁ ଆଣ। ମୁଁ ତାକୁ ହତ୍ୟା କରିବି।”

16 ଯେତେବେଳେ ଦୂତମାନେ ଗୃହ ଭିତରକୁ ଯାଇ ଦେଖନ୍ତେ, ସେମାନେ ଶଯ୍ୟା ଉପରେ ପ୍ରତିମୂର୍ତ୍ତି ଦେବତା ଦେଖିଲେ ଓ ତହିଁର ମସ୍ତକର ଛାଗ ଲୋମ ନିର୍ମିତ କମ୍ବଳ ଅଛି।

17 ଶାଉଲ ମୀଖଲକୁ କହିଲେ, “ଏପରି କରି ତୁମ୍ଭେ କାହିଁକି ମୋତେ ପ୍ରବଞ୍ଚନା କଲ? ମୋ’ ଶତ୍ରୁକୁ କାହିଁକି ତୁମ୍ଭେ ଖସିଯିବାକୁ ଦେଲେ।”

ମୀଖଲ ଶାଉଲକୁ ଉତ୍ତର ଦେଇ କହିଲା, “ସେ ମୋତେ କହିଲେ ମୋତେ ଛାଡ଼ିଦିଅ, ତା’ ନ ହେଲେ ମୁଁ ତୁମ୍ଭକୁ ବଧ କରିବି?”

ଦାଉଦ ରାମାସ୍ଥିତ ସେନାଛାଉଣିକୁ ଗଲେ

18 ଦାଉଦ ପଳାୟନ କରି ରକ୍ଷା ପାଇଲେ ଓ ରାମାରେ ଶାମୁୟେଲ ନିକଟକୁ ଯାଇ ଶାଉଲ ତାଙ୍କ ପ୍ରତି ଯେଉଁ ଆଚରଣ କରିଥିଲେ ତାହା କହିଲେ। ତେଣୁ ସେ ଓ ଶାମୁୟେଲ ଯାଇ ନାୟୋତରେ ବାସ କଲେ।

19 ଶାଉଲଙ୍କୁ ଜଣାଇ ଦିଆଗଲା, ଦେଖ ଦାଉଦ ରାମାସ୍ଥିତ ନାୟୋତରେ ଅଛି। 20 ତେଣୁ ଶାଉଲ ଦାଉଦଙ୍କୁ ଧରିବା ପାଇଁ ଦୂତମାନଙ୍କୁ ପଠାଇଲେ। ମାତ୍ର ସେମାନେ ଭବିଷ୍ୟ‌ଦ୍‌ବକ୍ତା ଦଳକୁ ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କରିବାର ଓ ସେମାନଙ୍କ ଉପରେ ନିଯୁକ୍ତି ଶାମୁୟେଲଙ୍କୁ ଠିଆ ହେବାର ଦେଖନ୍ତେ ପରମେଶ୍ୱରଙ୍କ ଆତ୍ମା ଶାଉଲଙ୍କର ଦୂତମାନଙ୍କ ଉପରକୁ ଆସିଲେ। ତହିଁରେ ସେମାନେ ମଧ୍ୟ ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କଲେ।

21 ଏହିକଥା ଶାଉଲଙ୍କୁ ଜଣାଇ ଦିଆଯା’ନ୍ତେ ସେ ଅନ୍ୟ ଦୂତମାନଙ୍କୁ ପଠାଇଲେ, ମାତ୍ର ସେମାନେ ମଧ୍ୟ ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କଲେ, ଶାଉଲ ପୁନର୍ବାର ତୃତୀୟ ଥର ପାଇଁ ଦୂତମାନଙ୍କୁ ପଠାଇଲେ ଓ ସେମାନେ ମଧ୍ୟ ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କଲେ। 22 ଶେଷରେ ଶାଉଲ ନିଜେ ରାମାକୁ ଗଲେ ଓ ସେଠାରେ ଥିବା ବୃହତ କୂପ ନିକଟରେ ଉପସ୍ଥିତ ହେଲେ, ପୁଣି ସେ ପଗ୍ଭରି କହିଲେ, “ଶାମୁୟେଲ ଓ ଦାଉଦ କେଉଁଠାରେ ଅଛନ୍ତି?”

ଜଣେ କହିଲା, “ସେମାନେ ରାମାସ୍ଥିତ ନାୟୋତରେ ଅଛନ୍ତି।”

23 ତେଣୁ ଶାଉଲ ରାମା ନିକଟସ୍ଥ ନାୟୋତକୁ ଗଲେ। ତହିଁରେ ପରମେଶ୍ୱରଙ୍କ ଆତ୍ମା ତାଙ୍କ ଉପରକୁ ଆସନ୍ତେ ସେ ଯାଉ ଯାଉ ରାମାସ୍ଥିତ ନାୟୋତରେ ଉପସ୍ଥିତ ହେବା ପର୍ଯ୍ୟନ୍ତ ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କଲେ। 24 ତା’ପରେ ଶାଉଲ ନିଜର ବସ୍ତ୍ର ଉତ୍ତାରିଲେ ଓ ଶାମୁୟେଲଙ୍କ ସମ୍ମୁଖରେ ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କଲେ। ସେ ସେହି ଦିନଯାକ ଏବଂ ରାତ୍ରି ତମାମ ପୋଷାକ ନ ପିନ୍ଧି ପଡ଼ି ରହିଲେ।

ତେଣୁ ଲୋକେ କହନ୍ତି, “ଶାଉଲ ବି କ’ଣ ଭବିଷ୍ୟ‌ଦ୍‌ବକ୍ତାମାନଙ୍କ ମଧ୍ୟରେ ଜଣେ?”

ଦାଉଦ ଓ ଯୋନାଥନ ଏକ ଚୁକ୍ତି କଲେ

20 ଦାଉଦ ନାୟୋତଠାରୁ ରାମାକୁ ପଳାୟନ କଲେ। ଦାଉଦ ଯୋନାଥନଙ୍କ ପାଖକୁ ଯାଇ ପଗ୍ଭରିଲେ, “ମୁଁ କ’ଣ ଭୁଲ୍ କଲି, ମୁଁ ତୁମ୍ଭ ପିତାଙ୍କ ବିରୁଦ୍ଧରେ କ’ଣ ଦୋଷ କରିଛି? ତୁମ୍ଭର ପିତା କାହିଁକି ମୋତେ ମାରିବାକୁ ଗ୍ଭହୁଁଛନ୍ତି?”

ଯୋନାଥନ ତାଙ୍କ ଉତ୍ତରରେ କହିଲେ, “ତାହା ସତ୍ୟ ହୋଇ ପାରିବ ନାହିଁ। ମୋର ବାପା ମୋତେ ପ୍ରଥମେ ନ ପଗ୍ଭରି କିଛି କରନ୍ତି ନାହିଁ। ସାଧାରଣ କଥା ହୋଇଥାଉ କିମ୍ବା ଗୁରୁତ୍ୱପୂର୍ଣ୍ଣ କଥା ହୋଇଥାଉ, ସେ ସର୍ବଦା ମୋ’ ସହିତ ପରାମର୍ଶ କରନ୍ତି। ମୋତେ ନ ପଗ୍ଭରି କାହିଁକି ତୁମ୍ଭକୁ ମାରିବାକୁ ଗ୍ଭହିଁଲେ? ନା! ଏହା ସତ୍ୟ ନୁହେଁ?”

କିନ୍ତୁ ଦାଉଦ ଉତ୍ତର ଦେଲେ, “ତୁମ୍ଭ ବାପା ଭଲଭାବରେ ଜାଣନ୍ତି ଯେ ମୁଁ ତୁମ୍ଭର ସାଙ୍ଗ।” ତୁମ୍ଭ ବାପା ନିଜକୁ କହିଲେ, ‘ଯୋନାଥନ ନିଶ୍ଚୟ ଏହା ଜାଣି ନ ଥିବ। ଯଦି ସେ ଜାଣେ ତା’ର ହୃଦୟ ଦୁଃଖରେ ପୂର୍ଣ୍ଣ ହୋଇଯିବ, ସେ ମଧ୍ୟ ଦାଉଦଙ୍କୁ କହି ପାରି ଥା’ନ୍ତେ।’ କିନ୍ତୁ ତୁମ୍ଭେ ଏବଂ ପ୍ରଭୁ ଜୀବିତ ଥିବା ବେଳେ ମୁଁ ମୃତ୍ୟୁର ନିକଟତର ହେଉଅଛି।”

ଯୋନାଥନ ଦାଉଦଙ୍କୁ କହିଲେ, “ତୁମ୍ଭେ ଯାହା ଗ୍ଭହିଁବ ମୁଁ ତାହା କରିବାକୁ ପ୍ରସ୍ତୁତ ଅଛି।”

ତା’ପରେ ଦାଉଦ କହିଲେ, “ଦେଖ ଆସନ୍ତା କାଲି ଅମାବାସ୍ୟାର ଭୋଜି। ମୋତେ କାଲି ରାଜାଙ୍କ ସହିତ ଭୋଜନ କରିବାକୁ ପଡ଼ିବ କିନ୍ତୁ ମୋତେ ସନ୍ଧ୍ୟା ପର୍ଯ୍ୟନ୍ତ କ୍ଷେତରେ ଲୁଚିବାକୁ ଅନୁମତି ଦିଅ। ଯଦି ତୁମ୍ଭର ବାପା ଭୋଜିରେ ମୋର ଅନୁପସ୍ଥିତ ଲକ୍ଷ୍ୟ କରନ୍ତି, ତୁମ୍ଭେ ତାଙ୍କୁ କୁହ, ‘ଦାଉଦ ତା’ର ବୈ‌ଥ୍‌ଲେହମସ୍ଥିତ ତା’ର ପରିବାରର ଗୃହକୁ ଯିବ ବୋଲି, ତାକୁ ଯିବାକୁ ଦେବା ପାଇଁ ଅନୁରୋଧ କଲା। କାରଣ ତାଙ୍କର ପରିବାର ସେଠାରେ ସେମାନଙ୍କର ବାର୍ଷିକ ବଳିଦାନ କରାଯିବ।’ ଯଦି ତୁମ୍ଭର ବାପା କହନ୍ତି, ‘ଠିକ୍ ଅଛି,’ ମୁଁ ଏବେ ନିରାପଦ କିନ୍ତୁ ତୁମ୍ଭର ପିତା ଯଦି ରାଗନ୍ତି, ତେବେ ତୁମ୍ଭେ ଜାଣିବ ଯେ ସେ ମୋତେ ମାରିବାକୁ ସ୍ଥିର କରିଛନ୍ତି। ଯୋନାଥନ ମୋ’ ଉପରେ ଦୟାକର, ମୁଁ ତୁମ୍ଭର ଦାସ ଅଟେ। ତୁମ୍ଭେ ମୋ’ ସହିତ ସଦାପ୍ରଭୁଙ୍କ ସମ୍ମୁଖରେ ଏକ ଚୁକ୍ତି କଲ। ଯଦି ମୁଁ ଦୋଷି ତେବେ ତୁମ୍ଭେ ମୋତେ ମାରି ଦିଅ। କିନ୍ତୁ ଦୟାକରି ମୋତେ ତୁମ୍ଭ ପିତାଙ୍କ ପାଖକୁ ନିଅ ନାହିଁ।”

ଯୋନାଥନ କହିଲେ, “କଦାପି ନୁହେଁ। ଯଦି ମୁଁ ଏହା ଜାଣେ ଯେ ମୋର ବାପା ତୁମ୍ଭକୁ ମାରିବାକୁ ଯୋଜନା କରିଛନ୍ତି ତେବେ ମୁଁ ତୁମ୍ଭକୁ ସତର୍କ କରାଇ ଦେବି।”

10 ଦାଉଦ କହିଲେ, “କିଏ ମୋତେ ସତର୍କ କରାଇବ। ଯଦି ତୁମ୍ଭର ବାପା ତୁମ୍ଭକୁ ରୁକ୍ଷ ଭାବରେ ଉତ୍ତର ଦିଅନ୍ତି?”

11 ତା’ପରେ ଯୋନାଥନ କହିଲେ, “ଆସ ଆମ୍ଭେ ବିଲକୁ ପଳାଇବା,” ଯୋନାଥନ ଏବଂ ଦାଉଦ ସାଥୀ ହୋଇ ବିଲକୁ ପଳାଇ ଗଲେ।

12 ଯୋନାଥନ ଦାଉଦଙ୍କୁ କହିଲେ, “ମୁଁ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ସମ୍ମୁଖରେ ପ୍ରତିଜ୍ଞା କରୁଅଛି, ମୁଁ ମୋର ବାପାଙ୍କଠାରୁ କାଲି ବୁଝିବି। ତାଙ୍କର ଧାରଣା ତୁମ୍ଭ ସମ୍ବନ୍ଧରେ ଭଲ କି ତିକ୍ତ, ତା’ପରେ ତୃତୀୟ ଦିନ ମୁଁ ତୁମ୍ଭ ପାଖକୁ କ୍ଷେତକୁ ନିଶ୍ଚିତ ଖବର ପଠାଇବି। 13 ଯଦି ମୋର ବାପା ତୁମ୍ଭକୁ ହତ୍ୟା କରିବାକୁ ଗ୍ଭହାନ୍ତି ମୁଁ ତୁମ୍ଭକୁ ଜଣାଇ ଦେବି। ମୁଁ ତୁମ୍ଭକୁ ନିରାପଦରେ ପଠାଇ ଦେବି। ମୁଁ ଯଦି ଏହା ନ କରେ ସଦାପ୍ରଭୁ ମୋତେ ନିଶ୍ଚୟ ଦଣ୍ତ ଦେବେ। ସଦାପ୍ରଭୁ ଯେପରି ମୋର ବାପାଙ୍କ ସହିତ ଅଛନ୍ତି ସେହିପରି ତୁମ୍ଭ ସହିତ ରୁହନ୍ତୁ। 14 ମୁଁ ବଞ୍ଚିଥିବାଯାଏ ମୋତେ ଦୟା ଦେଖାଅ। ଏବଂ ମୁଁ ମଲାପରେ, 15 ମୋ’ ପରିବାର ପ୍ରତି ତୁମ୍ଭର ଦୟା ଦେଖାଇବା ବନ୍ଦ କରିବ ନାହିଁ। ସଦାପ୍ରଭୁ ତୁମ୍ଭର ସମସ୍ତ ଶତ୍ରୁକୁ ପୃଥିବୀରୁ ବିନାଶ କରିବେ।” 16 ତେଣୁ ଯୋନାଥନ ଦାଉଦଙ୍କ ସହିତ ଏକ ଚୁକ୍ତି କଲେ, ସଦାପ୍ରଭୁ ଦାଉଦଙ୍କର ଶତ୍ରୁମାନଙ୍କୁ ଦଣ୍ତ ଦିଅନ୍ତୁ।

17 ତା’ପରେ ଯୋନାଥନ ଦାଉଦଙ୍କୁ ସ୍ନେହ କରିବାରୁ ତା’ର ପ୍ରତିଜ୍ଞା ଦୋହୋରାଇଲେ ଓ ସେ ତାଙ୍କୁ କରିଥିବା ପ୍ରତିଜ୍ଞା ପୁନର୍ବାର ସତ୍ୟତା ପ୍ରମାଣ କରାଇବାକୁ ଦାଉଦଙ୍କୁ ପଗ୍ଭରିଲେ। ଯୋନାଥନ ଏପରି କଲେ କାରଣ ସେ ନିଜକୁ ଯେତିକି ଭଲ ପାଉଥିଲେ ଦାଉଦଙ୍କୁ ମଧ୍ୟ ସେହିପରି ଭଲ ପାଉଥିଲେ।

18 ଯୋନାଥନ ଦାଉଦଙ୍କୁ କହିଲେ, “ଆସନ୍ତାକାଲି ଅମାବାସ୍ୟା। ତୁମ୍ଭର ଆସନ ଖାଲି ହେଲେ ମୋ’ ବାପା ତୁମ୍ଭକୁ ଖୋଜିବେ। 19 ତୃତୀୟ ଦିନ ସେହି ସ୍ଥାନକୁ ଯାଅ, ଯେଉଁଠାରେ ତୁମ୍ଭେ ଲୁଚି ରହିଥିଲ। ଯେତେବେଳେ ଅସୁବିଧା କେବଳ ଆରମ୍ଭ ହେବ, ସେ ପର୍ବତ ପାଖରେ ଅପେକ୍ଷାରେ ରହିବ। 20 ତୃତୀୟ ଦିନ ମୁଁ ସେହି ପର୍ବତପାଖକୁ ଯିବି ଏବଂ ମୁଁ ଅଭିନୟ କରିବି ଯେପରି ମୁଁ ଲକ୍ଷ୍ୟକରି ତୀର ମାରିବି। 21 ତା’ପରେ ମୁଁ ସେ ପିଲାକୁ ତୀରଗୁଡ଼ିକ ସାଉଁଟି ଆଣିବା ପାଇଁ କହିବି। ଯଦି ସବୁକଥା ଭଲ ଥାଏ, ତେବେ ମୁଁ ସେ ପିଲାକୁ କହିବି, ‘ତୁମ୍ଭେ ବହୁତ ଦୂରକୁ ଯାଇଅଛ ତୀରଗୁଡ଼ିକ ମୋ’ ପାଖାପାଖି ଅଛି। ଫେରି ଆସ ଏବଂ ସେଗୁଡ଼ିକ ସଂଗ୍ରହ କର।’ ଯଦି ମୁଁ ଏହା କହେ, ତେବେ ତୁମ୍ଭେ ସେଠାରୁ ବାହାରି ଆସିବ। ମୁଁ ପ୍ରତିଜ୍ଞା କରୁଛି, ସଦାପ୍ରଭୁ ଜୀବିତ ଥିବା ପର୍ଯ୍ୟନ୍ତ ତୁମ୍ଭେ ନିରାପଦ, ତୁମ୍ଭ ଉପରେ ବିପଦ ନାହିଁ। 22 ଯଦି ଅସୁବିଧା ଥାଏ ତେବେ ମୁଁ ସେ ବାଳକକୁ କହିବି, ‘ତୀରଗୁଡ଼ିକ ବହୁତ ଦୂର ପଳାଇଛି। ଯାଅ ସେଗୁଡ଼ିକୁ ସଂଗ୍ରହ କର।’ ଯଦି ମୁଁ ଏହା କହେ, ତେବେ ତୁମ୍ଭେ ସେ ସ୍ଥାନ ଛାଡ଼ି ପଳାଇ ଯିବ। ସଦାପ୍ରଭୁ ତୁମ୍ଭକୁ ଦୂରକୁ ପଠାଇ ଦେବେ। 23 ପ୍ରଭୁ ଆମର ସର୍ବଦା ସାକ୍ଷୀ ଅଛନ୍ତି, ଯେ ମନେରଖ ଆମ ଭିତରେ ଏପରି ଚୁକ୍ତି ହୋଇଛି।”

24 ତା’ପରେ ଦାଉଦ ନିଜକୁ ଲୁଗ୍ଭଇ ରଖିଲେ।

ଶାଉଲଙ୍କର ଭୋଜିରେ ଲକ୍ଷ୍ୟ

ଅମାବାସ୍ୟା ଭୋଜିଦିନ ରାଜା ଆସିଲେ ଏବଂ ଭୋଜନ ପାଇଁ ବସିଲେ। 25 ରାଜା ସବୁଥର ବସିଲା ପରି କାନ୍ଥ ନିକଟରେ ଥିବା ଆସନରେ ବସିଲେ। ଯୋନାଥନ ଶାଉଲଙ୍କୁ ମୁହଁ କରି ବସିଲେ। ଅ‌‌ବ୍‌‌ନର ଶାଉଲଙ୍କ ପାଖରେ ବସିଲେ। ଦାଉଦଙ୍କର ସ୍ଥାନ ଶୂନ୍ୟ ରହିଲା। 26 ସେଦିନ ଶାଉଲ କିଛି କହିଲେ ନାହିଁ। ସେ ଚିନ୍ତା କଲେ, “ଦାଉଦର କିଛି ହୋଇଛି। ସେ ପ୍ରାୟ ଶୁଚି ନାହିଁ।”

27 ତା’ ପରଦିନ ମାସର ଦ୍ୱିତୀୟ ଦିନ ଦାଉଦଙ୍କର ସ୍ଥାନ ମଧ୍ୟ ଶୂନ୍ୟ ରହିଲା। ତା’ପରେ ଶାଉଲ ତାଙ୍କର ପୁତ୍ର ଯୋନାଥନଙ୍କୁ ପଗ୍ଭରିଲେ, “କାହିଁକି ଯିଶୀର ପୁଅ ଗତକାଲି ଏବଂ ଆଜି ଏଠାକୁ ଭୋଜନ କରିବାକୁ ଆସିଲେ ନାହିଁ?”

28 ଯୋନାଥନ ଉତ୍ତର ଦେଲେ, “ଦାଉଦ ବୈ‌ଥ୍‌ଲେହମକୁ ଯିବା ପାଇଁ ମୋତେ କହିଲେ। 29 ସେ କହିଲେ, ‘ମୋତେ ଯିବାକୁ ଦିଅ, କାରଣ ଆମ ପରିବାରର ଏକ ବଳିଦାନ ବୈ‌ଥ୍‌ଲେହମରେ ହେବାର ଅଛି । ମୋର ଭାଇ ମୋତେ ଆଦେଶ ଦେଇଛନ୍ତି ସେଠାକୁ ଯିବା ପାଇଁ। ମୁଁ ଯଦି ତୁମ୍ଭର ବନ୍ଧୁ ତେବେ ମୋତେ ଯିବାକୁ ଦିଅ ଏବଂ ମୁଁ ମୋର ଭାଇମାନଙ୍କୁ ଦେଖେ।’ ଏଥିପାଇଁ ପ୍ରାୟ ଦାଉଦ ରାଜାଙ୍କ ଟେବୁଲ୍ ପାଖକୁ ଆସି ନାହିଁ।”

30 ଶାଉଲ ଯୋନାଥନ ଉପରେ ଭୟଙ୍କର ରାଗିଲେ। ସେ ଯୋନାଥନଙ୍କୁ କହିଲେ, “ତୁ ହେଉଛୁ ଜଣେ ଦାସୀ ସ୍ତ୍ରୀଲୋକର ପୁତ୍ର। ଯିଏ କି ମାନିବା ପାଇଁ ମନାକରେ। ତୁବି ଠିକ୍ ତା’ପରି, ମୁଁ ଜାଣେ ତୁ ଦାଉଦର ପକ୍ଷ ନେଇଛୁ। ତୁ ନିଜ ପାଇଁ ଓ ତୋର ମା ପାଇଁ ଅପମାନ ଆଣୁଛୁ। 31 ଯିଶୀର ପୁତ୍ର ଏ ପୃଥିବୀରେ ଯେତେ ଦିନ ବଞ୍ଚିଥାଏ ସେତେ ଦିନ ପର୍ଯ୍ୟନ୍ତ ତୋର ରାଜ୍ୟ ଠିକ୍ ହେବ ନାହିଁ। ତେଣୁ ଲୋକ ପଠାଇ ତାକୁ ମୋ’ ପାଖକୁ ଆଣ କାରଣ ସେ ନିଶ୍ଚୟ ମରିବ।”

32 ଯୋନାଥନ ତା’ର ପିତାଙ୍କୁ ପଗ୍ଭରିଲେ, “ଦାଉଦକୁ କାହିଁକି ମାରିବ? ତା’ର ଅପରାଧ କ’ଣ?”

33 କିନ୍ତୁ ଶାଉଲ ଯୋନାଥନଙ୍କୁ ମାରିବା ପାଇଁ ତା’ ଉପରକୁ ବର୍ଚ୍ଛା ଫୋପାଡ଼ିଲେ। ତେଣୁ ଯୋନାଥନ ଜାଣିଲେ ତାଙ୍କ ବାପା ଦାଉଦଙ୍କୁ ମାରିବା ପାଇଁ ବହୁତ ଆଗ୍ରହୀ। 34 ଯୋନାଥନ ବହୁତ ରାଗିଗଲେ ଓ ଖାଇବା ଟେବୁଲ୍ ପାଖରୁ ଉଠିଗଲେ। ଯୋନାଥନ ତାଙ୍କ ପିତାଙ୍କ ଉପରେ ରାଗିଗଲେ ଓ ଦ୍ୱିତୀୟ ଦିନ ଭୋଜିରେ କିଛି ଖାଇଲେ ନାହିଁ। ଯୋନାଥନ ରାଗିଲେ କାରଣ ଶାଉଲ ତାଙ୍କୁ ଅପମାନିତ କଲେ ଆଉ ମଧ୍ୟ ଶାଉଲ ଦାଉଦଙ୍କୁ ମାରିବାକୁ ଗ୍ଭହୁଁଥିଲେ।

ଦାଉଦ ଏବଂ ଯୋନାଥନ ଉଭୟେ ବିଦାୟ ନେଲେ

35 ତା’ ପରଦିନ ସକାଳେ ଯୋନାଥନ ସେହି କ୍ଷେତକୁ ଗଲେ। ସେମାନଙ୍କର ଯୋଜନା ଅନୁସାରେ ସେ ଦାଉଦଙ୍କୁ ସାକ୍ଷାତ କରିବାକୁ ଗଲେ। ଯୋନାଥନ ତାଙ୍କ ସହିତ ଏକ ଛୋଟ ବାଳକକୁ ମଧ୍ୟ ନେଲେ। 36 ଯୋନାଥନ ସେହି ବାଳକକୁ କହିଲେ, “ତୁମ୍ଭେ ଦୌଡ଼ି ଯାଇ ମୁଁ ଯେଉଁ ତୀର ମାରିଲି ସେଗୁଡ଼ିକୁ ଗୋଟାଇ ଆଣ।” ବାଳକଟି ଦୌଡ଼ିବାକୁ ଲାଗିଲା ଏବଂ ଯୋନାଥନ ସେ ବାଳକ ମୁଣ୍ଡ ଉପରେ ତୀରଗୁଡ଼ିକୁ ମାରିଲେ। 37 ବାଳକଟି ତୀର ପଡ଼ିଥିବା ସ୍ଥାନ ପାଖକୁ ଗଲା। କିନ୍ତୁ ଯୋନାଥନ ତାଙ୍କୁ ଡାକିଲେ, “ତୀରଗୁଡ଼ିକ ତୋ’ ଆଗରେ ପଡ଼ିଛି।” 38 ଯୋନାଥନ ଚିତ୍କାର କରି କହିଲେ, “ଶୀଘ୍ର ଦୌଡ଼ ଓ ସେଗୁଡ଼ିକୁ ସଂଗ୍ରହ କର। ସେଠାରେ ଛିଡ଼ା ହୁଅ ନାହିଁ।” ବାଳକଟି ତୀରଗୁଡ଼ିକୁ ସଂଗ୍ରହ କଲା ଓ ତା’ର ମୁନିବକୁ ଆଣି ଦେଲା। 39 କ’ଣ ଗ୍ଭଲିଥିଲା ବାଳକଟି ଏ ବିଷୟରେ କିଛି ଜାଣି ନ ଥିଲା। କେବଳ ଯୋନାଥନ ଓ ଦାଉଦ ଏ କଥା ଜାଣିଥିଲେ। 40 ଯୋନାଥନ ବାଳକଟିକୁ ଧନୁ ଏବଂ ତୀରଗୁଡ଼ିକ ଦେଲେ। ତା’ପରେ ସେ ବାଳକକୁ କହିଲେ, ସହରକୁ ଫେରିଯାଅ।

41 ଯେତେବେଳେ ବାଳକଟି ପଳାଇଗଲା, ଦାଉଦ ଲୁଚିଥିବା ସ୍ଥାନରୁ ପର୍ବତର ଅପରପାର୍ଶ୍ୱକୁ ପଳାଇଲେ। ଦାଉଦ ମୁଣ୍ଡ ନୁଆଇଁ ଯୋନାଥନକୁ ତିନିଥର ପ୍ରଣାମ କଲେ। ଦାଉଦ ଓ ଯୋନାଥନ ପରସ୍ପରକୁ ଚୁମ୍ବନ କଲେ। ସେମାନେ ଉଭୟେ ମଧ୍ୟ କାନ୍ଦିଲେ। କିନ୍ତୁ ଦାଉଦ ଯୋନାଥନଙ୍କଠାରୁ ଅଧିକ କାନ୍ଦିଲେ।

42 ଯୋନାଥନ ଦାଉଦଙ୍କୁ କହିଲେ, “ତୁମ୍ଭେ ଶାନ୍ତିରେ ଯାଅ। ଆମ୍ଭେ ସଦାପ୍ରଭୁଙ୍କ ନିକଟରେ ଶପଥ କରିଅଛୁ, ଆମ୍ଭେ ସର୍ବଦା ବନ୍ଧୁ ହୋଇ ରହିବା। ଆମ୍ଭେ କହିଲୁ ଯେ, ଆମ୍ଭେ ଓ ଆମ୍ଭ ସଦାପ୍ରଭୁ ଚିରଦିନ ପାଇଁ ଆମ୍ଭ ଓ ଆମ୍ଭର ବଂଶଧରମାନଙ୍କର ସାକ୍ଷୀ।”

ଦାଉଦ ଯାଜକ ଅହୀମେଲକକୁ ଦେଖିବାକୁ ଗଲେ

21 ତା’ପରେ ଦାଉଦ ପଳାଇଲେ ଏବଂ ଯୋନାଥନ ସହରକୁ ଫେରିଗଲେ। ଦାଉଦ ନୋବକୁ ଗଲେ। ଯାଜକ ଅହୀମେଲକକୁ ଦେଖା କରିବାକୁ ଗଲେ।

ଅହୀମେଲକ ଦାଉଦକୁ ଦେଖିବା ପାଇଁ ବାହାରକୁ ଆସିଲେ ଓ ସେ ଭୟରେ ଥରୁଥିଲେ। ଅହୀମେଲକ ଦାଉଦଙ୍କୁ ପଗ୍ଭରିଲେ, “ତୁମ୍ଭେ କାହିଁକି ଏକା ଆସିଛ? ତୁମ୍ଭ ସହିତ ଆଉ କେହି ଆସିଲେ ନାହିଁ କାହିଁକି?”

ଦାଉଦ ଅହୀମେଲକକୁ କହିଲେ, “ରାଜା ମୋତେ ଏକ ଗୁରୁତର ଆଦେଶ ସହ ପଠାଇଛନ୍ତି। ସେ ମୋତେ କହିଲେ, ‘ଏ ଅଭିଯାନ ଆଉ କାହାକୁ ଜଣାଇବ ନାହିଁ। ମୁଁ ତୁମ୍ଭକୁ ଯାହା କରିବାକୁ କହିଲି, କୌଣସି ଲୋକ ଏ କଥା ଜାଣିବା ଉଚିତ୍ ନୁହେଁ।’ କେଉଁଠାରେ ମୋତେ ଦେଖା କରିବା ପାଇଁ ମୁଁ ମୋ’ ଲୋକମାନଙ୍କୁ କହିଛି। ତୁମ୍ଭ ପାଖରେ ବର୍ତ୍ତମାନ କି ଖାଦ୍ୟ ଅଛି? ମୋତେ ବର୍ତ୍ତମାନ ପାଞ୍ଚପଟ ରୋଟୀ ଦିଅ କିମ୍ବା ଯାହାକିଛି ଅଛି ମୋତେ ଖାଇବାକୁ ଦିଅ।”

ଯାଜକ ଦାଉଦଙ୍କୁ କହିଲେ, “ମୋ’ ପାଖରେ ଏଠାରେ ସାଧାରଣ ରୋଟୀ ନାହିଁ। ମୋ’ ପାଖରେ କିଛି ପବିତ୍ର ରୋଟୀ ଅଛି। ତୁମ୍ଭର ଦାସମାନେ ଏ ରୋଟୀ ଖାଇ ପାରିବେ ଯଦି ସେମାନେ କୌଣସି ସ୍ତ୍ରୀଲୋକମାନଙ୍କ ସହିତ ଯଦି ଯୌନ ସମ୍ପର୍କ ରଖି ନ ଥିବେ।”

ଦାଉଦ ଯାଜକଙ୍କୁ ଉତ୍ତର ଦେଲେ, “ଆମ୍ଭମାନଙ୍କର କୌଣସି ସ୍ତ୍ରୀଲୋକମାନଙ୍କ ସହିତ ଯୌନ ସମ୍ପର୍କ ନାହିଁ। ମୋର ଲୋକମାନେ ସର୍ବଦା ଶରୀରକୁ ପବିତ୍ର ରଖିଥା’ନ୍ତି। ଯେତେବେଳେ ଆମ୍ଭେ ଯୁଦ୍ଧକୁ ଯାଉ ଏପରିକି ସାଧାରଣ ଅଭିଯାନ ହେଲେ ବି ଏବଂ ଆଜି ତ ଏକ ସ୍ୱତନ୍ତ୍ର ଦିନ ଅଟେ, କାରଣ ଆମ୍ଭର ଅଭିଯାନ ଆଜି ବହୁତ ସ୍ୱତନ୍ତ୍ର।”

ଏଠାରେ ପବିତ୍ର ରୋଟୀ ଛଡ଼ା ଆଉ କୌଣସି ରୋଟୀ ନାହିଁ। ତେଣୁ ଯାଜକ ଦାଉଦକୁ ଏହି ପବିତ୍ର ରୋଟୀ ଦେଲେ। ଏହା ପବିତ୍ର ରୋଟୀସବୁକୁ ସଦାପ୍ରଭୁଙ୍କ ସମ୍ମୁଖରେ ଟେବୁଲ୍ ଉପରେ ରଖିଥିଲେ। ପ୍ରତ୍ୟେକ ଦିନ ସେ ଏହି ରୋଟୀ ସେଠାରୁ କାଢ଼ି ନେଇ ତଟକା ରୋଟୀ ସେହିଠାରେ ରଖନ୍ତି।

ସେଦିନ ଶାଉଲଙ୍କ ଦାସମାନଙ୍କ ମଧ୍ୟରୁ ଜଣେ ଦାସ ସେଠାରେ ଥିଲା। ସେ ଥିଲେ ଇଦୋମୀୟ ଦୋୟେଗ। ଦୋୟେଗ ଥିଲା ଶାଉଲଙ୍କର ପଶୁପାଳକମାନଙ୍କର ମୁଖ୍ୟ। ଦୋୟେଗଙ୍କୁ ସଦାପ୍ରଭୁଙ୍କ ସମ୍ମୁଖରେ ଅଟକାଇ ରଖା ଯାଇଥିଲା [a]

ଦାଉଦ ଅହୀମେଲକକୁ କହିଲେ, “ଏଠାରେ ତୁମ୍ଭ ହାତରେ ଖଣ୍ତା କିମ୍ବା ବର୍ଚ୍ଛା ନାହିଁତ? ମୁଁ ଆପଣା ‌‌ଖ‌ଡ଼୍‌ଗ ବା ଅସ୍ତ୍ରଶସ୍ତ୍ର ସାଥୀରେ ଆଣି ନାହିଁ। ଯେଣୁ ରାଜାଙ୍କ ଅଭିଯାନ ଶୀଘ୍ର କରିବାକୁ ପଡ଼ିବ।”

ଯାଜକ ଉତ୍ତର ଦେଲେ, “ଏଠାରେ ଗୋଟିଏ ଖଣ୍ତା ଅଛି, ଯାହାକି ପଲେଷ୍ଟୀୟ ଗଲିୟାତର ଅଟେ। ଏହାକୁ ତୁମ୍ଭେ ତାକୁ ଏଲୀୟ ଉପତ୍ୟକାରେ ହତ୍ୟା କରିବା ସମୟରେ ଆଣିଥିଲ। ତାହା ସେ ଏଫୋଦ ପଛରେ ବସ୍ତ୍ର ଗୁଡ଼ା ହୋଇ ରଖା ଯାଇଛି। ଏହାକୁ ତୁମ୍ଭେ ନେଇପାର ଯଦି ତୁମ୍ଭେ ଗ୍ଭହଁ।”

ଦାଉଦ ଉତ୍ତର ଦେଲେ, “ଏହାକୁ ମୋତେ ଦିଅ। ଗଲିୟାତର ଖଣ୍ତାପରି ଏପରି ଖଣ୍ତା ଆଉ ନାହିଁ।”

ଦାଉଦ ଗା‌ଥ୍‌ର ଶତ୍ରୁ ନିକଟକୁ ପଳାୟନ କଲେ

10 ସେହି ଦିନ ଦାଉଦ ଶାଉଲଙ୍କଠାରୁ ପଳାୟନ କଲେ। ଦାଉଦ ଗା‌ଥ୍‌ର ରାଜା ଆଖୀ‌ଶ୍‌ଙ୍କ ନିକଟକୁ ପଳାଇଲେ। 11 ଆଖୀ‌ଶ୍‌ଙ୍କର ଦାସମାନେ ଏହାକୁ ପସନ୍ଦ କଲେ ନାହିଁ। ସେମାନେ କହିଲେ, “ଦାଉଦ ହେଉଛନ୍ତି ଇସ୍ରାଏଲ ଭୂଖଣ୍ତର ରାଜା। ଇସ୍ରାଏଲର ଲୋକମାନେ ତାଙ୍କ ବିଷୟରେ ନାଚି ନାଚି ଗୀତ ଗାଇ ଏହା କହିଲେ। ସେ ଲୋକମାନେ ଦାଉଦଙ୍କ ବିଷୟରେ ପରସ୍ପର ନାଚକରି କହିଥିଲେ,

“ଶାଉଲ ହତ୍ୟା କଲେ ସହସ୍ର ସହସ୍ର
    ଦାଉଦ ହତ୍ୟା କଲେ ଅୟୁତ ଅୟୁତ”

12 ସେମାନେ ଯାହା କହୁଥିଲେ ସେସବୁକୁ ଦାଉଦ ବହୁତ ଧ୍ୟାନ ଦେଉଥିଲେ। ଗା‌ଥ୍‌ର ରାଜା ଆଖୀ‌ଶ୍‌ଙ୍କୁ ଦାଉଦ ଭୟ କରିଗଲେ। 13 ତେଣୁ ଦାଉଦ ନିଜର ବ୍ୟବହାର ବଦଳାଇ ଦେଲେ ଓ ସେମାନଙ୍କ ନିକଟରେ ଅତି ବାତୁଳ ପରି ଦେଖାଇ କବାଟକୁ ଆଞ୍ଚୁଡ଼ିଲେ ଓ ତାଙ୍କର ଲାଳ ଦାଢ଼ି ବାଟେ ମଧ୍ୟ ବହିବାକୁ ଲାଗିଲା।

14 ଆଖୀଶ୍ ଦାସମାନଙ୍କୁ କହିଲେ, “ଏ ଲୋକଟିକୁ ଦେଖ, ସେ ଗୋଟିଏ ବାଗ୍ଭଳ; କାହିଁକି ତୁମ୍ଭେମାନେ ତାକୁ ମୋ’ ପାଖକୁ ଆଣିଲ? 15 ସେ କହିଲେ, ମୋର ବହୁତ ବାତୁଳ ଲୋକ ଏଠାରେ ଅଛନ୍ତି। ତୁମ୍ଭେ ତାଙ୍କୁ କାହିଁକି ଏଠାକୁ ପାଗଳାମି କରିବା ପାଇଁ ଆଣିଛ? ଏପରି ଲୋକକୁ ମୋ’ ଘରକୁ ଆଉ ଥରେ ଆଣିବ ନାହିଁ।”

ଲୂକ ଲିଖିତ ସୁସମାଗ୍ଭର 11:29-54

ପ୍ରମାଣ ପାଇଁ ଦାବୀ(A)

29 ଧୀରେ ଧୀରେ ଭିଡ଼ ବଢ଼ିବାକୁ ଲାଗିଲା। ଯୀଶୁ କହିଲେ, “ବର୍ତ୍ତମାନ ଯୁଗର ଲୋକେ ବଡ଼ ମନ୍ଦ। ସେମାନେ ପରମେଶ୍ୱରଙ୍କଠାରୁ ପ୍ରମାଣ ସ୍ୱରୂପ ଏକ ଆଶ୍ଚର୍ଯ୍ୟକର୍ମ [a] ଦେଖିବାକୁ ଗ୍ଭହୁଁଛନ୍ତି। କିନ୍ତୁ ଏମାନଙ୍କୁ ଚିହ୍ନ ସ୍ୱରୂପ କୌଣସି ଆଶ୍ଚର୍ଯ୍ୟକର୍ମ ଦେଖାଇ ଦିଆ ଯିବ ନାହିଁ। ଯୂନସଙ୍କ [b] ସମ୍ବନ୍ଧରେ ଘଟିଥିବା ଆଶ୍ଚର୍ଯ୍ୟକର୍ମ ହେଉଛି ଏକମାତ୍ର ଚିହ୍ନ। 30 ଯୂନସ ଯେପରି ନୀନିବୀୟମାନଙ୍କ ପାଇଁ ଚିହ୍ନ ସ୍ୱରୂପ ହେଲେ, ସେହିଭଳି ଏହି ସମୟର ଲୋକମାନଙ୍କ ପାଇଁ ମନୁଷ୍ୟପୁତ୍ର ମଧ୍ୟ ଚିହ୍ନ ସ୍ୱରୂପ ହେବେ।

31 “ବିଗ୍ଭର ଦିନରେ ଦକ୍ଷିଣର ରାଣୀ [c] ପ୍ରକାଶିତ ହୋଇ ଏବେ ବଞ୍ଚିଥିବା ଲୋକମାନଙ୍କ ବିରୁଦ୍ଧରେ ଅଭିଯୋଗ ଆଣିବେ ଓ ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରିବେ, କାରଣ ସେହି ରାଣୀ ଶଲୋମନଙ୍କ ଜ୍ଞାନମୂଳକ ଉପଦେଶ ଶୁଣିବା ପାଇଁ ବହୁତ ଦୂରରୁ ଆସିଥିଲେ ଏବଂ ମୁଁ ତୁମ୍ଭମାନଙ୍କୁ କହୁଛି ଯେ, ମୁଁ ଶଲୋମନଙ୍କ ଅପେକ୍ଷା ମହାନ୍ ଅଟେ।

32 “ବିଗ୍ଭର ହେବା ଦିନ ନିନିବୀର ଲୋକମାନେ ଏହି ସମୟରେ ବଞ୍ଚିଥିବା ଲୋକମାନଙ୍କ ବିରୁଦ୍ଧରେ ଠିଆ ହୋଇ ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରିବେ। କାରଣ ସେମାନେ ଯୂନସଙ୍କ ଉପଦେଶ ଶୁଣି ନିଜର ହୃଦୟ ଓ ଜୀବନଯାପନ ପ୍ରଣାଳୀ ପରିବର୍ତ୍ତନ କରିଥିଲେ। ମୁଁ ତୁମ୍ଭମାନଙ୍କୁ କହୁଛି ଯେ, ମୁଁ ଯୂନସଙ୍କ ଅପେକ୍ଷା ମହାନ୍ ଅଟେ।

ପୃଥିବୀରେ ଆଲୋକ ସ୍ୱରୂପ ହୁଅ(B)

33 “କୌଣସି ଲୋକ ଦୀପଟିଏ ଜଳାଇ ଲୁଗ୍ଭଇ ରଖେ ନାହିଁ କିମ୍ବା ହାଣ୍ଡି ତଳେ ରଖେ ନାହିଁ। ବରଂ ତାହା ରୁଖାଟିଏ ଉପରେ ରଖେ, ଯାହା ଫଳରେ ଭିତରକୁ ଆସୁଥିବା ଲୋକେ ଆଲୁଅ ଦେଖି ପାରିବେ। 34 ତୁମ୍ଭ ଆଖି ତୁମ୍ଭ ଶରୀର ପାଇଁ ପ୍ରଦୀପ। ତୁମ୍ଭର ଆଖି ଭଲ ଥିଲେ ତୁମ୍ଭର ସମଗ୍ର ଶରୀର ଆଲୁଅରେ ପରିପୂର୍ଣ୍ଣ ରହିବ। ତୁମ୍ଭର ଆଖି ଖରାପ ଥିଲେ ତୁମ୍ଭେ ସମଗ୍ର ଶରୀର ଅନ୍ଧକାରରେ ଭରିଯିବ। 35 ମନେରଖ, ତୁମ୍ଭ ଭିତରର ଆଲୁଅ ଯେପରି ଅନ୍ଧକାରମୟ ହୋଇ ନଯାଏ। 36 ଯଦି ତୁମ୍ଭର ସମଗ୍ର ଶରୀର ଆଲୋକରେ ପରିପୂର୍ଣ୍ଣ ଏବଂ ଏହାର କୌଣସି ଅଂଶ ଅନ୍ଧକାରମୟ ନୁହେଁ, ତାହାହେଲେ ଏହା ଆଲୋକରେ ପୂର୍ଣ୍ଣ ରହିବ। ତାହା ତୁମ୍ଭ ଉପରେ ଝଟକୁ ଥିବା ପ୍ରଦୀପ ପରି ହେବ।”

ଯୀଶୁ ଧାର୍ମିକ ନେତାମାନଙ୍କୁ ସମାଲୋଚନା କଲେ(C)

37 ଯୀଶୁ ତାହାଙ୍କ କଥା ଶେଷ କଲାବେଳକୁ ଜଣେ ଫାରୂଶୀ ଯୀଶୁଙ୍କୁ ତାହାଙ୍କ ସାଙ୍ଗରେ ଖାଇବା ପାଇଁ ଅନୁରୋଧ କଲେ। ତେଣୁ ଯୀଶୁ ଭିତରକୁ ଗଲେ ଓ ଖାଇବା ପାଇଁ ବସି ପଡ଼ିଲେ। 38 ଯୀଶୁ ଖାଇବାକୁ ଯିବା ପୁର୍ବରୁ ନିଜ ହାତ ନ ଧୋଇଥିବାରୁ ଫାରୂଶୀ ଜଣକ ଆଶ୍ଚର୍ଯ୍ୟ ହୋଇଗଲେ। 39 ପ୍ରଭୁ ଯୀଶୁ ତାହାଙ୍କୁ କହିଲେ, “ତୁମ୍ଭେମାନେ ଫାରୂଶୀମାନେ ଥାଳିଗିନାର ବାହାରତ ପରିଷ୍କାର କରୁଛ, କିନ୍ତୁ ଭିତରେ ତୁମ୍ଭେମାନେ ଲୋକମାନଙ୍କୁ ଠକି ଓ ଦୁଷ୍ଟତାପୂର୍ଣ୍ଣ ଆଚରଣ କରି ତା’ ଦ୍ୱାରା ପାଇଥିବା ଜିନିଷରେ ପରିପୂର୍ଣ୍ଣ କରିଛ। 40 ହେ ନିର୍ବୋଧଗଣ! ବାହାରେ ଯାହା ଅଛି, ତାହା ଯିଏ ତିଆରି କରିଛନ୍ତି ସେ ମଧ୍ୟ ଭିତରେ ଥିବା ବିଷୟ ସବୁ ତିଆରି କରିଛନ୍ତିା 41 ଏଣୁ ତୁମ୍ଭମାନଙ୍କ ଭିତରେ ଥିବା ବିଷୟଗୁଡ଼ିକ ପ୍ରତି ଦୃଷ୍ଟି ଦିଅ। ଯେଉଁ ଲୋକମାନେ ସାହାଯ୍ୟ ଲୋଡ଼ନ୍ତି, ସେମାନଙ୍କୁ ସାହାଯ୍ୟ କର। ତା’ହେଲେ ତୁମ୍ଭେମାନେ ସମ୍ପୂର୍ଣ୍ଣ ରୂପେ ପରିଷ୍କାର ଓ ପବିତ୍ର ହୋଇଯିବ।

42 “ହେ ଫାରୂଶୀଗଣ! ତୁମ୍ଭମାନଙ୍କୁ ଧିକ୍! ତୁମ୍ଭେମାନେ ସମସ୍ତ ବିଷୟରେ ଦଶମାଂଶ ପରମେଶ୍ୱରଙ୍କୁ ଦେଇଥାଅ। ପୋଦିନା, ଆରୁଦ ଓ ଏପରିକି ବଗିଗ୍ଭର ଅନ୍ୟାନ୍ୟ ଛୋଟ ଗ୍ଭରାର ମଧ୍ୟ ଦଶ ଭାଗରୁ ଭାଗେ ପରମେଶ୍ୱରଙ୍କୁ ଦେଇଥାଅ। କିନ୍ତୁ ଅନ୍ୟମାନଙ୍କ ପ୍ରତି ଦୟାପୂର୍ଣ୍ଣ ବ୍ୟବହାର କରିବାକୁ ଓ ପରମେଶ୍ୱରଙ୍କୁ ଭଲ ପାଇବାକୁ ତୁମ୍ଭେମାନେ ଭୁଲି ଯାଇଥାଅ। ତୁମ୍ଭମାନଙ୍କର ଏସବୁ କାର୍ଯ୍ୟ କରିବା ଉଚିତ୍। ତା’ ସହିତ ଦଶମାଂଶ ଦେବା ଏବଂ ଅନ୍ୟାନ୍ୟ କାର୍ଯ୍ୟ ମଧ୍ୟ ଗ୍ଭଲୁ ରଖିବା ଉଚିତ୍।

43 “ହାୟ ଫାରୂଶୀଗଣ! କାରଣ ତୁମ୍ଭେମାନେ ଯିହୂଦୀ ସମାଜଗୃହରେ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଆସନ ଗ୍ଭହୁଁଛ ଓ ହାଟ ବଜାରରେ ଲୋକମାନଙ୍କଠାରୁ ସମ୍ମାନଜନକ ନମସ୍କାର ପାଇବାକୁ ଭଲ ପାଉଛ। 44 ହାୟ, କାରଣ ତୁମ୍ଭେମାନେ ଲୁଚି ରହିଥିବା ସେହି କବରମାନଙ୍କ ଭଳି, ଯାହା ଉପରେ ଲୋକମାନେ ଅଜଣାରେ ଗ୍ଭଲିଯାଆନ୍ତି।”

ଧର୍ମଶାସ୍ତ୍ରୀମାନଙ୍କ ବିଷୟରେ ଯୀଶୁଙ୍କ କଥନ

45 ଜଣେ ଧର୍ମଶାସ୍ତ୍ରୀ ଯୀଶୁଙ୍କୁ କହିଲେ, “ଗୁରୁ, ଆପଣ ଯେତେବେଳେ ଫାରୂଶୀମାନଙ୍କ ବିଷୟରେ ଏହିଭଳି କଥା କହୁଛନ୍ତି, ସେତେବେଳେ ଆମ୍ଭ ଦଳକୁ ମଧ୍ୟ ଅପମାନ ଦେଉଛନ୍ତି।”

46 ଏହା ଶୁଣି ଯୀଶୁ କହିଲେ, “ହେ ଧର୍ମଶାସ୍ତ୍ରୀଗଣ! ହାୟ, କାରଣ ତୁମ୍ଭେମାନେ ଲୋକମାନଙ୍କ ଉପରେ କଠିନ ନିୟମର ବୋଝ ଏତେ ଲଦି ଦେଉଛ ଯେ, ତାହା ମାନିବା କଷ୍ଟକର ହୋଇଯାଉଛି। ଏହି ନିୟମ ଗୁଡ଼ିକୁ ମାନିବା ପାଇଁ ତୁମ୍ଭେମାନେ ଲୋକଙ୍କୁ ବାଧ୍ୟ କରୁଛ କିନ୍ତୁ ନିଜେ କେବେ ହେଲେ ଏଥିରୁ କୌଣସି ଗୋଟିଏ ହେଲେ ନିୟମ ପାଳିବାକୁ ଚେଷ୍ଟା କରୁ ନାହଁ। 47 ହାୟ, କାରଣ ତୁମ୍ଭେମାନେ ଭବିଷ୍ୟ‌ଦ୍‌ବକ୍ତାମାନଙ୍କ ସମ୍ମାନାର୍ଥେ କବର ତିଆରି କରୁଥାଅ। କିନ୍ତୁ ଏହି ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁ ତୁମ୍ଭମାନଙ୍କର ପୂର୍ବପୁରୁଷମାନେ ହିଁ ମାରି ଦେଇଥିଲେ। 48 ଏହା ଦ୍ୱାରା ତୁମ୍ଭେମାନେ ଲୋକଙ୍କୁ ଦେଖେଇ ଦେବାକୁ ଗ୍ଭହୁଁଛ ଯେ, ତୁମ୍ଭେମାନେ ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ କାମକୁ ସମର୍ଥନ କରୁଛ। କାରଣ ସେମାନେ ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁ ମାରି ଦେଇଥିଲେ ଏବଂ ତୁମ୍ଭେମାନେ ତାହାଙ୍କ ପାଇଁ କବର ତିଆରି କରୁଛ। 49 ଏଥିପାଇଁ ପରମେଶ୍ୱରଙ୍କ ଜ୍ଞାନ କହେ, ‘ମୁଁ ଭବିଷ୍ୟ‌ଦ୍‌ବକ୍ତା ଓ ପ୍ରେରିତମାନଙ୍କୁ ସେମାନଙ୍କ ପାଖକୁ ପଠାଇବି। କେତେକଙ୍କୁ ସେମାନେ ମାରି ଓ ଆଉ କେତେକଙ୍କୁ ବହୁତ ଖରାପ ବ୍ୟବହାର ଦେଖାଇବେ।’

50 “ଏଣୁ ସୃଷ୍ଟି ଆରମ୍ଭରୁ ଯେତେବେଳେ ଭବିଷ୍ୟ‌ଦ୍‌ବକ୍ତାଙ୍କ ରକ୍ତପାତ ହୋଇଛି, ସେଥିପାଇଁ ଏହି ସମୟର ବଞ୍ଚିଥିବା ଲୋକମାନଙ୍କୁ ଦଣ୍ଡ ଭୋଗିବାକୁ ପଡ଼ିବ। 51 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି। ହେବଲ [d]ଙ୍କ ରକ୍ତପାତଠାରୁ ଆରମ୍ଭ କରି ବେଦି [e] ଓ ମନ୍ଦିର [f]ର ମଧ୍ୟସ୍ଥଳରେ ନିହତ ହୋଇଥିବା ଜିଖରିୟଙ୍କ ରକ୍ତପାତ ପର୍ଯ୍ୟନ୍ତ ସମସ୍ତ ଭବିଷ୍ୟ‌ଦ୍‌ବକ୍ତାଙ୍କ ରକ୍ତପାତ ପାଇଁ ଏହି ସମୟରେ ବଞ୍ଚିଥିବା ଲୋକମାନଙ୍କୁ ଏହି ଦଣ୍ଡ ଭୋଗିବାକୁ ପଡ଼ିବ।

52 “ହେ ଧର୍ମଶାସ୍ତ୍ରୀଗଣ! ତୁମ୍ଭମାନଙ୍କୁ ଧିକ୍, କାରଣ ତୁମ୍ଭେମାନେ ଈଶ୍ୱର ଜ୍ଞାନର ଗ୍ଭବିକାଠି ଲୁଚେଇ ଦେଲ। ନିଜ ଐଶ୍ୱରିକ ଜ୍ଞାନ ଶିଖିଲ ନାହିଁ କି, ଯେଉଁମାନେ ଶିଖିବାକୁ ଗ୍ଭହୁଁ ଥିଲେ, ସେମାନଙ୍କୁ ମଧ୍ୟ ଶିଖିବାକୁ ଦେଲ ନାହିଁ।”

53 ଯୀଶୁ ସେ ସ୍ଥାନ ଛାଡ଼ି ଗ୍ଭଲି ଯାଉଥିବା ସମୟରେ ଧର୍ମଶାସ୍ତ୍ରୀ ଓ ଫାରୂଶୀମାନେ ଯୀଶୁଙ୍କୁ ଅନେକ କଷ୍ଟ ଦେବା ଆରମ୍ଭ କରି ଦେଲେ। ସେମାନେ ଯୀଶୁଙ୍କୁ ଅନେକ ବିଷୟରେ ପ୍ରଶ୍ନମାନ ପଗ୍ଭରି ତାହାଙ୍କଠାରୁ ଉତ୍ତର ଗ୍ଭହୁଁଥିଲେ। 54 କାରଣ ସେମାନେ ଯୀଶୁଙ୍କୁ କିଛି ଭୁଲ୍ କଥା କୁହାଇ ଫାନ୍ଦରେ ପକେଇବାକୁ ବାଟ ଖୋଜୁ ଥିଲେ।

Oriya Bible: Easy-to-Read Version (ERV-OR)

2010 by World Bible Translation Center