Old/New Testament
ଜଣେ ଲେବୀୟ ବ୍ୟକ୍ତି ଓ ତା’ର ଉପପତ୍ନୀ
19 ସେହି ସମୟରେ ଇସ୍ରାଏଲୀୟମାନଙ୍କର କେହି ରାଜା ନ ଥିଲେ।
ଇଫ୍ରୟିମ ପର୍ବତମୟ ଦେଶର ବହୁ ଦୂରରେ ଜଣେ ଲେବୀୟ ବ୍ୟକ୍ତି ବାସ କରୁଥିଲେ। ଯିହୁଦାର ବୈଥ୍ଲେହମର ତାଙ୍କର ଜଣେ ଦାସୀ ଥିଲା। 2 କିନ୍ତୁ ସେହି ସ୍ତ୍ରୀ ଜଣକ ତାଙ୍କ ସହିତ ତର୍କ କରି ତା’ର ପିତୃ ଗୃହକୁ ଗ୍ଭଲିଗଲା। ସେ ସେଠାରେ ଗ୍ଭରିମାସ ଧରି ରହିଲେ। 3 ଏହା ପରେ ତା’ର ସ୍ୱାମୀ ତା’ ପାଖକୁ ଦେଖିବାକୁ ଗଲେ ଓ ତାକୁ ନମ୍ରତାରେ କହିଲେ କାଳେ ସେ ତାଙ୍କ ସହିତ ଫେରି ଆସିବ। ସେ ତାଙ୍କର ଗୋଟିଏ ଯୋଡ଼ା ଗଧ ଓ ତାଙ୍କର ଦାସ ସହିତ ସେଠି ପହଞ୍ଚିଲେ। ସେହି ଲେବୀୟ ଲୋକଟିକୁ ଦେଖି ସେହି ସ୍ତ୍ରୀଲୋକ ଜଣକର ପିତା ବହୁତ ଖୁସୀ ହୋଇଗଲେ ଓ ତାଙ୍କୁ ପାଛୋଟି ନେବା ପାଇଁ ବାହାରକୁ ବାହାରି ଆସିଲେ। 4 ସେହି ସ୍ତ୍ରୀଲୋକଟିର ପିତା ଲେବୀୟ ଲୋକଜଣଙ୍କୁ ତାଙ୍କ ଘରକୁ ପାଛୋଟି ନେଲେ। ଏବଂ ସେ ଦିନ ସେଠାରେ ରହିବା ପାଇଁ ତାଙ୍କୁ ନିମନ୍ତ୍ରଣ କଲେ। ତେଣୁ ସେହି ଲେବୀୟ ଲୋକଜଣକ ସେଠାରେ ତିନି ଦିନ ଧରି ରହିଲେ। ସେ ତାଙ୍କ ଶ୍ୱଶୁର ଘରେ ଖାଇପିଇ ଶୋଇ ରହିଲେ।
5 ଚତୁର୍ଥ ଦିନ ସେହି ସ୍ଥାନ ଛାଡ଼ିବା ପାଇଁ ପ୍ରଭାତରୁ ଉଠି ପ୍ରସ୍ତୁତ ହେଲେ। ସ୍ତ୍ରୀଲୋକଟିର ବାପା କହିଲା, “ପ୍ରଥମେ କିଛି ଖାଅ, ଖାଇ ସାରିବା ପରେ ତୁମେ ଯାଇପାର।” 6 ତେଣୁ ଲେବୀୟ ଲୋକ ଏବଂ ତାଙ୍କ ଶ୍ୱଶୁର ଏକ ସାଙ୍ଗରେ ଖିଆପିଆ କଲେ। ଏହା ପରେ ସେହି ଯୁବତୀର ପିତା ତାଙ୍କୁ କହିଲେ, “ଦୟାକରି ଆଜି ରାତ୍ରି ଏହିଠାରେ ରହିଯାଅ ଏବଂ ନିଜକୁ ଉପଭୋଗ କର।” ତେଣୁ ସେହି ଲୋକଦ୍ୱୟ ବସି ଭୋଜନ କଲେ। 7 ଲେବୀୟ ଲୋକ ଜଣକ ଯିବାକୁ ପ୍ରସ୍ତୁତ ହେଲେ, କିନ୍ତୁ ତାଙ୍କର ଶ୍ୱଶୁର ତାଙ୍କୁ ଗୋଟିଏ ରାତ୍ରି ରହିବା ପାଇଁ ଅନୁରୋଧ କଲେ।
8 ଏହା ପରେ ପଞ୍ଚମ ଦିନ ଲେବୀୟ ଲୋକଜଣକ ଅତି ପ୍ରତ୍ୟୁଷରୁ ଉଠି ଯିବାକୁ ବାହାରିଲେ। ସେହି ସମୟରେ ତାଙ୍କ ଶ୍ୱଶୁର ତାଙ୍କୁ ଅନୁରୋଧ କଲେ, “ପ୍ରଥମେ କିଛି ଖିଆ ପିଆ କର।” ତେଣୁ ସେମାନେ ଏକତ୍ର ଉପରଓଳି ପର୍ଯ୍ୟନ୍ତ ଖାଇ ପିଇ ମଉଜ କଲେ।
9 ଏହା ପରେ ସେହି ଲେବୀୟ ଲୋକ ଜଣକ ତାଙ୍କର ଉପପତ୍ନୀ ଏବଂ ତାଙ୍କର ସେବକମାନେ ଯିବା ପାଇଁ ଉଠିଲେ। କିନ୍ତୁ ସେହି ସମୟରେ ସେହି ଯୁବତୀର ପିତା କହିଲେ, “ଏହା ବର୍ତ୍ତମାନ ଅନ୍ଧାର ଅଛି। ଦିନସରି ଗଲାଣି, ତେଣୁ ଆଜି ରାତ୍ରି ଏହିଠାରେ ରହିଯାଅ, ଏବଂ ତୁମ୍ଭେ ନିଜକୁ ଉପଭୋଗ କର। ଆସନ୍ତା କାଲି ପର୍ଯ୍ୟନ୍ତ ଏଠାରେ ରହିଯାଅ। ଆସନ୍ତାକାଲି ପ୍ରଭାତରୁ ତୁମ୍ଭେ ଉଠି ତୁମ୍ଭ ବାଟରେ ତୁମ୍ଭେ ଗ୍ଭଲିଯିବ।”
10 କିନ୍ତୁ ଲେବୀୟ ଲୋକଜଣକୁ ଆଉ ଏକ ରାତ୍ରି ରହିବା ପାଇଁ ଭଲ ଲାଗୁ ନ ଥିଲା। ତେଣୁ ସେ ପ୍ରସ୍ତୁତ ହେଲା ଏବଂ ତା’ର ଉପପତ୍ନୀ ଓ ଗଧ ଦୁଇଟିକୁ ଧରି ଗ୍ଭଲିଗଲା, ସେ ଯିବୂଷ ପର୍ଯ୍ୟନ୍ତ ଯାତ୍ରା କଲେ। 11 ଦିନ ସରିଆସିବା ବେଳକୁ ସେମାନେ ଯିବୂଷ ନିକଟରେ ଥିଲେ। ତେଣୁ ତାଙ୍କର ଦାସ ତାଙ୍କର ମୁନିବକୁ କହିଲେ, “ଗ୍ଭଲ ଏହିଠାରେ ରହିଯିବା ରାତ୍ରିଟି ଏହିଠାରେ କଟାଇ ଦେବା।”
12 କିନ୍ତୁ ତାଙ୍କର ମୁନିବ ଲେବୀୟ ଲୋକଜଣକ ତାଙ୍କୁ କହିଲେ, “ନା, ଆମ୍ଭେ ଏହି ବିଚିତ୍ର ନଗରରେ ରହିବା ନାହିଁ। ସେହି ଲୋକମାନେ ଇସ୍ରାଏଲୀୟ ନୁହନ୍ତି। ଆମ୍ଭେମାନେ ଗିବିୟାକୁ ଯିବା।” 13 ଲେବୀୟ ଲୋକଜଣକ କହିଲେ, “ଆସ ଆମ୍ଭେମାନେ ଏହି ଦୁଇ ସ୍ଥାନରୁ କୌଣସି ଏକ ସ୍ଥାନକୁ ଯିବା, ପୁଣି ଗିବିୟା କି ରାମାରେ ରାତ୍ରି କାଟିବା।”
14 ତେଣୁ ସେମାନେ ଆପଣା ପଥରେ ଗ୍ଭଲିଗଲେ। ବିନ୍ୟାମୀନ ପରିବାରବର୍ଗର ଅଧୀନରେ ଥିବା ଗିବିୟା ନିକଟରେ ପହଞ୍ଚିଲା ବେଳେ ସୂର୍ଯ୍ୟ ଅସ୍ତ ହେଉଥିଲା। 15 ତେଣୁ ସେମାନେ ଗିବିୟାରେ ରାତ୍ରି କାଟିବା ପାଇଁ ବାଟ ଛାଡ଼ିଗଲେ। ସେମାନେ ନଗରରେ ପ୍ରବେଶ କଲେ ଏବଂ ନଗର ଛକରେ ବସିଲେ। କିନ୍ତୁ ରାତ୍ରି ଯାପନ କରିବା ପାଇଁ କେହି ସେମାନଙ୍କୁ ନିମନ୍ତ୍ରଣ କଲା ନାହିଁ।
16 ସେତେବେଳେ ଦେଖନ୍ତି ତ ଜଣେ ବୃଦ୍ଧ ସନ୍ଧ୍ୟାକାଳେ ନିଜର କ୍ଷେତ୍ରରୁ ସ୍ୱକର୍ମସାରି ଫେରୁଥିଲା। ସେ ଇଫ୍ରୟିମ ପର୍ବତମୟ ଦେଶର ଲୋକ ଓ ଗିବିୟାରେ ପ୍ରବାସ କରୁଥିଲା। ମାତ୍ର ସେ ସ୍ଥାନର ଲୋକମାନେ ବିନ୍ୟାମୀନୀୟ ଥିଲେ। 17 ସେ ଲୋକ ଅନାଇ ନଗରର ଛକରେ ସେହି ପଥିକକୁ ବସିଥିବାର ଦେଖିଲା, ଏବଂ ସେହି ବୃଦ୍ଧ ଲୋକଜଣକ ପଗ୍ଭରିଲେ, “ତୁମ୍ଭେ କେଉଁଠାରୁ ଆସିଅଛ? ତୁମ୍ଭେ କେଉଁଠାକୁ ଯାଉଅଛ?”
18 ସେମାନେ ଉତ୍ତର ଦେଲେ, “ଆମ୍ଭେମାନେ ଯିହୁଦାର ବୈଥ୍ଲେହମରୁ ଆସୁଅଛୁ ଏବଂ ପର୍ବତମୟ ଦେଶ ଇଫ୍ରୟିମର ଅଗମ୍ୟ ଅଞ୍ଚଳକୁ ଯାଉଅଛୁ। ଆମ୍ଭେ ସେହି ସ୍ଥାନର ଲୋକ, ଆମ୍ଭେମାନେ ବୈଥ୍ଲେହମକୁ ଯାଇଥିଲୁ। ଏବେ ମୁଁ ମୋର ଗୃହକୁ ଯାଉଅଛି। ମାତ୍ର ବର୍ତ୍ତମାନ ମୋତେ ଆପଣା ଗୃହକୁ ନେବାକୁ କେହି ନାହିଁ। 19 ଆମ୍ଭମାନଙ୍କ ପାଖରେ ଆମ୍ଭର ଗଧପାଇଁ ନଡ଼ା ଓ ଶସ୍ୟ ଅଛି। ମୋ’ ପାଇଁ ମୋର ଉପପତ୍ନୀ ପାଇଁ ଓ ମୋର ସେବକମାନଙ୍କ ପାଇଁ ଯେଉଁମାନେ ମୋ’ ସହିତ ଅଛନ୍ତି, ସେମାନଙ୍କ ପାଇଁ ପ୍ରଚୁର ରୋଟୀ ଓ ଦ୍ରାକ୍ଷାରସ ଅଛି। ଆମ୍ଭେମାନେ କିଛି ଅଭାବ ବୋଧ କରୁ ନାହୁଁ।”
20 ତେଣୁ ସେହି ବୃଦ୍ଧଲୋକ ଜଣକ କହିଲା, “ତୁମ୍ଭେ ଶାନ୍ତିରେ ରୁହ। ମୁଁ ତୁମ୍ଭର ସମସ୍ତ ଆବଶ୍ୟକତାର ଯତ୍ନ ନେବି। ଦୟାକରି ନଗରର ଛକରେ ରାତ୍ରିଯାପନ କର ନାହିଁ।” 21 ଏହା ପରେ ସେ ଆପଣା ଘରକୁ ଆଣି ଗଧମାନଙ୍କୁ ଖାଦ୍ୟ ଦେଲା। ପୁଣି ସେମାନେ ପାଦ ଧୋଇ ଭୋଜନ କଲେ।
22 ସେମାନେ ଖାଉଥିବା ବେଳେ ଓ ଉପଭୋଗ କରୁଥିବା ବେଳେ ସହରରୁ କେତେକ ଦୁଷ୍ଟ ଲୋକ ଗୃହ ଗ୍ଭରିପାଖରେ ଘେରିଗଲେ। ସେମାନେ କବାଟରେ ବାଡ଼େଇବା ଆରମ୍ଭ କଲେ। ସେମାନେ ଗୃହମାଲିକ ସେହି ବୃଦ୍ଧ ଲୋକଙ୍କୁ ପାଟି କରି କହିଲେ, “ସେହି ଲୋକକୁ ଗୃହରୁ ବାହାର କରି ଆଣ ଯିଏ ତୁମ୍ଭର ଅତିଥି। ଆମ୍ଭେ ତା’ ସହିତ ରତିକ୍ରିୟା କରିବୁ।”
23 ତେଣୁ ସେହି ବୃଦ୍ଧ ଗୃହ ଭିତରୁ ବାହାରି ଆସିଲେ ଏବଂ କହିଲେ, “ମୋର ବନ୍ଧୁଗଣ, ଦୟାକରି ଏମିତି ଅନିଷ୍ଟ କର ନାହିଁ। ଏପରି ଜଘନ୍ୟ ପାପ କର ନାହିଁ। ଏହି ଲୋକ ମୋ’ ଗୃହରେ ଅତିଥିରୂପେ ଅଛି। 24 ଦେଖ, ଏଠାରେ ମୋର ଝିଅ, ଯେ କି କୁମାରୀ ଅଛି। ଏବଂ ଏହିଠାରେ ତା’ର ଉପପତ୍ନୀ ଅଛି। ମୁଁ ସେମାନଙ୍କୁ ଆଣି ଦେଉଛି, ଯାହା ତୁମ୍ଭମାନଙ୍କର ଇଚ୍ଛା ତାହା ହିଁ କର। ମାତ୍ର ଏ ଲୋକଙ୍କ ପ୍ରତି ଏପରି ଜଘନ୍ୟ କାର୍ଯ୍ୟ କର ନାହିଁ।”
25 କିନ୍ତୁ ସେହି ଦୁଷ୍ଟ ଲୋକମାନେ ବୃଦ୍ଧ ଲୋକଟିର ଆବେଦନ ପ୍ରତି ଧ୍ୟାନ ଦେଲେ ନାହିଁ। ତେଣୁ ସେହି ଲେବୀୟ ଲୋକ ଜଣକ, ନିଜର ଉପପତ୍ନୀକୁ ଘରୁ ବାହାର କଲେ। ତା’ପରେ ସେହି ଲୋକମାନେ ରାତ୍ରିସାରା ତା’ ସହିତ ରତିକ୍ରିୟା କଲେ ଏବଂ ପ୍ରଭାତରେ ଦାସୀକୁ ଛାଡ଼ି ଦେଲେ। 26 ତହୁଁ ରାତ୍ରି ପାହାନ୍ତା ବେଳକୁ ସେହି ସ୍ତ୍ରୀ ତାହାର ସ୍ୱାମୀ ରହୁଥିବା ଗୃହ ଦ୍ୱାର ନିକଟରେ ଆଲୁଅ ହେବା ପର୍ଯ୍ୟନ୍ତ ପଡ଼ି ରହିଲା।
27 ଏହା ପରେ ତା’ର ପ୍ରଭୁ ଉଠି ନିଜ ବାଟରେ ଯିବା ପାଇଁ ଦ୍ୱାର ଫିଟାଇଲା ଏବଂ ତା’ର ଉପପତ୍ନୀକୁ ଦ୍ୱାର ସମ୍ମୁଖରେ ପଡ଼ିଥିବାର ପାଇଲା। ତାହାର ଦୁଇ ହାତ ଦ୍ୱାରବନ୍ଧ ଉପରେ ପଡ଼ିଥିଲା। 28 ଲେବୀୟ ତାକୁ କହିଲା, “ଉଠ, ଗ୍ଭଲ” ଆମ୍ଭେମାନେ ଆମ୍ଭ ରାସ୍ତାରେ ଯିବା, ମାତ୍ର ସେ ଉତ୍ତର ଦେଲା ନାହିଁ।
ତେଣୁ ସେ ତାକୁ ଗଧ ଉପରକୁ ନେଲା ଏବଂ ଆପଣା ସ୍ଥାନକୁ ପ୍ରସ୍ଥାନ କଲା। 29 ଏହା ପରେ ସେ ନିଜ ଗୃହରେ ପହଞ୍ଚି ଗୋଟିଏ ଛୁରୀ ନେଇ ଆପଣା ଉପପତ୍ନୀର ଅସ୍ଥିର ଖଞ୍ଜା ଅନୁସାରେ ବାର ଖଣ୍ଡରେ ବିଭକ୍ତ କରି ଇସ୍ରାଏଲର ସମସ୍ତ ଅଞ୍ଚଳକୁ ପଠାଇଲା। 30 ଏଥିରେ ଯେତେ ଲୋକ ଖଣ୍ତସବୁ ଦେଖିଲେ ସେମାନେ କହିଲେ, “ଇସ୍ରାଏଲୀୟଗଣ ମିଶର ଦେଶ ପରିତ୍ୟାଗ କଲାଠାରୁ ଆଜି ପର୍ଯ୍ୟନ୍ତ ଏପରି ଜିନିଷ କେବେ କରାଯାଇ ନାହିଁ କି କେବେ ଦେଖାଯାଇ ନାହିଁ। ଏହି ବିଷୟରେ ଚିନ୍ତା କର, ସିଦ୍ଧାନ୍ତରେ ଉପନୀତ ହୁଅ ଏବଂ ଏହାକୁ ଉଚ୍ଚାରଣ କର।”
ଇସ୍ରାଏଲ ଓ ବିନ୍ୟାମୀନୀୟମାନଙ୍କ ମଧ୍ୟରେ ଯୁଦ୍ଧ
20 ଏଣୁ ଇସ୍ରାଏଲର ସମସ୍ତ ଲୋକ ଏକତ୍ରିତ ହେଲେ। ସେମାନେ ସମସ୍ତେ ମିସ୍ପୀରେ ସଦାପ୍ରଭୁଙ୍କଠାରେ ଏକତ୍ରିତ ହେଲେ। ଇସ୍ରାଏଲୀୟମାନେ ଦାନ୍ଠାରୁ ବେର୍ଶେବା ପର୍ଯ୍ୟନ୍ତ ଓ ଗିଲିୟଦଠାରୁ ମଧ୍ୟ ଆସିଲେ। 2 ଇସ୍ରାଏଲ ପରିବାରବର୍ଗର ସମସ୍ତ ଅଧିପତିମାନେ ସେଠାରେ ଏକତ୍ରିତ ହେଲେ। ପରମେଶ୍ୱରଙ୍କ ଲୋକଗଣ ସେହି ସମାଜରେ ରହିଲେ। ଖଡ଼୍ଗଧାରୀ, ପଦାତିକ ଉପସ୍ଥିତ ଥିଲେ। ଏମାନେ ଥିଲେ 400,000। 3 ବିନ୍ୟାମୀନୀୟ ପରିବାରବର୍ଗର ଲୋକମାନେ ଶୁଣିବାକୁ ପାଇଲେ ଯେ ଇସ୍ରାଏଲର ସମସ୍ତ ଲୋକ ମିସ୍ପୀରେ ଏକତ୍ରିତ ହୋଇଛନ୍ତି। ଇସ୍ରାଏଲର ଲୋକମାନେ କହିଲେ, “ଆମ୍ଭମାନଙ୍କୁ କୁହ ଏପରି ଭୟଙ୍କର ଅବସ୍ଥା କିପରି ହେଲା?”
4 ଲେବୀୟ ଲୋକ, ଯିଏ କି ହତ୍ୟା କରାଯାଇଥିବା ସ୍ତ୍ରୀଲୋକର ପ୍ରଭୁ, ସେମାନଙ୍କୁ କହିଲା, ଯାହା ସେମାନଙ୍କ ପ୍ରତି ଘଟିଯାଇଥିଲା। ସେ କହିଲା, “ମୋର ଉପପତ୍ନୀ ଏବଂ ମୁଁ ସେହି ବିନ୍ୟାମୀନୀୟ ଦେଶକୁ ଯାଇଥିଲୁ। ଆମ୍ଭେମାନେ ସେଠାରେ ରାତ୍ରି ଯାପନ କଲୁ। 5 କିନ୍ତୁ ସେହି ରାତ୍ରିରେ ଗିବିୟାର ଅଧିପତି ସେଠାକୁ ଆସିଲେ। ଯେଉଁଠାରେ ମୁଁ ରହୁଥିଲି। ସେମାନେ ସେ ଗୃହକୁ ଘେରିଗଲେ। ଏବଂ ସେମାନେ ଗ୍ଭହିଁଲେ ମୋତେ ମାରିଦେବା ପାଇଁ ସେମାନେ ମୋର ଉପପତ୍ନୀଙ୍କୁ ଧର୍ଷଣ କଲେ। ଏବଂ ସେ ମରିଗଲା। 6 ତେଣୁ ମୁଁ ମୋର ଉପପତ୍ନୀଙ୍କୁ ଗୃହକୁ ନେଇ ଆସିଲି ଏବଂ ତାକୁ କାଟି ଖଣ୍ତ ଖଣ୍ତ କରିଦେଲି। ତା’ପରେ ମୁଁ ତା’ର ଶରୀରର ଖଣ୍ତଗୁଡ଼ିକ ସାରା ଇସ୍ରାଏଲ ମଧ୍ୟକୁ ପଠାଇଦେଲି, କାରଣ ବିନ୍ୟାମୀନର ଏହିସବୁ ଲୋକମାନେ ଇସ୍ରାଏଲରେ ଏହିପରି ଜଘନ୍ୟ ଅପମାନଜନକ କାର୍ଯ୍ୟ କରିଥିଲେ। 7 ବର୍ତ୍ତମାନ ଇସ୍ରାଏଲର ସମସ୍ତ ଲୋକଗଣ କୁହ ଏବଂ ତୁମ୍ଭର ମତାମତ ଦିଅ ଆମ୍ଭେମାନେ କ’ଣ କରିବା।”
8 ଏହା ପରେ ଜଣେ ଲୋକ ପରି ସମସ୍ତ ଲୋକ ଏକା ସମୟରେ ଉଠି ପଡ଼ିଲେ ଓ କହିଲେ, “ଆମ୍ଭମାନଙ୍କ ମଧ୍ୟରୁ କେହି ଗୃହକୁ ଯିବା ନାହିଁ। କେହି କାହାର ସ୍ୱଗୃହକୁ ଫେରିବା ନାହିଁ। 9 ଗିବିୟା ପ୍ରତି ଏବେ ଆମ୍ଭେମାନେ ଏହିପରି କରିବୁ, ଗୁଲିବାଣ୍ଟ କ୍ରମେ ତା’ର ପ୍ରତିକୂଳରେ ଯିବୁ। 10 ଆମ୍ଭେମାନେ 100 ଜଣ ଲୋକମାନଙ୍କରୁ ଦଶ ଜଣଙ୍କୁ, 1000 ଜଣରୁ 100 ଜଣଙ୍କୁ, ଆମ୍ଭର ସୈନ୍ୟବାହିନୀର ଖାଦ୍ୟ ସଂଗ୍ରହ କରିବାକୁ ମନୋନୀତ କଲୁ। ତେଣୁ ସୈନିକମାନେ ବିନ୍ୟାମୀନର ଗିଲିୟଦକୁ ଆକ୍ରମଣ କରିବେ। ସେମାନେ ସେହି ଲୋକମାନଙ୍କୁ ସେମାନଙ୍କର କୁକର୍ମ ଯୋଗୁଁ ଇସ୍ରାଏଲରେ ଦଣ୍ତ ଦେବେ।”
11 ଏହିରୂପେ ଇସ୍ରାଏଲୀୟ ସମସ୍ତ ଲୋକ ଜଣେ ଲୋକପରି ସେହି ନଗର ବିରୁଦ୍ଧରେ ଏକତ୍ରିତ ହେଲେ। 12 ଏହା ପରେ ଇସ୍ରାଏଲ ପରିବାରବର୍ଗ ବିନ୍ୟାମୀନର ସମୁଦାୟ ପରିବାରବର୍ଗ ନିକଟକୁ ଲୋକ ପଠାଇ କହିଲେ, “ତୁମ୍ଭମାନଙ୍କ ମଧ୍ୟରେ ଏ କି ଦୁଷ୍ଟତା ଘଟିଛି? 13 ଗିବିୟାର କୁକର୍ମକାରୀମାନଙ୍କୁ ଆମ୍ଭମାନଙ୍କ ହସ୍ତରେ ବର୍ତ୍ତମାନ ସମର୍ପଣ କର, ଯାହାଫଳରେ ଆମ୍ଭେମାନେ ସେମାନଙ୍କୁ ହତ୍ୟା କରି ପାରିବୁ ଏବଂ ଇସ୍ରାଏଲରୁ ଦୁଷ୍ଟତା ଦୂର କରିଦେବୁ।”
ମାତ୍ର ବିନ୍ୟାମୀନ ଆପଣା ସମ୍ପର୍କୀୟ ଇସ୍ରାଏଲ ଲୋକମାନଙ୍କର କଥା ଅନୁସାରେ ସମ୍ମତ ହେଲେ ନାହିଁ। 14 ପୁଣି ବିନ୍ୟାମୀନ ପରିବାରବର୍ଗର ଲୋକମାନେ ନଗରମାନରୁ ବାହାରି ଗିବିୟାକୁ ଯାଇ ଇସ୍ରାଏଲର ଅନ୍ୟ ବଂଶ ବିରୁଦ୍ଧରେ ଯୁଦ୍ଧ କରିବାକୁ ଗଲେ। 15 ସେହି ଦିନ ନଗରମାନଙ୍କରୁ ଆସନ୍ତା ବିନ୍ୟାମୀନ ସନ୍ତାନଗଣର 26,000 ଖଡ଼୍ଗଧାରୀ ଲୋକ ଗଣିତ ହେଲେ। ଏହାଛଡ଼ା ଗିବିୟା ବାସୀ ଲୋକମାନଙ୍କର 700 ବଛା ବଛା ଲୋକ ଗଣିତ ହେଲେ। 16 ଏହି ଲୋକମାନଙ୍କ ମଧ୍ୟରେ 700 ବଚ୍ଛା ଲୋକ ବାଁହାତିଆ ଥିଲେ। ଲକ୍ଷ୍ୟ ନ ହରାଇ ସେମାନେ ଗୋଟିଏ କେଶକୁ ମଧ୍ୟ ବାଟୁଳି ଦ୍ୱାରା ଲକ୍ଷ୍ୟଭେଦ କରି ପାରନ୍ତି।
17 ବିନ୍ୟାମୀନ ପରିବାରବର୍ଗ ବ୍ୟତୀତ ଇସ୍ରାଏଲର 400,000 ଖଡ଼୍ଗଧାରୀ ଗଣତି ହେଲେ। ସେମାନେ ସମସ୍ତେ ତାଲିମ ପ୍ରାପ୍ତ ସୈନିକ ଥିଲେ। 18 ଏହା ପରେ ଇସ୍ରାଏଲ ଲୋକମାନେ ବୈଥେଲହମକୁ ଗଲେ ଓ ସଦାପ୍ରଭୁଙ୍କୁ ପଗ୍ଭରିଲେ, “ବିନ୍ୟାମୀନ ପରିବାରବର୍ଗ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ଆମ୍ଭମାନଙ୍କ ମଧ୍ୟରୁ ପ୍ରଥମେ କିଏ ଯିବ।”
ସଦାପ୍ରଭୁ କହିଲେ, “ଯିହୁଦା ବଂଶର ଦଳ ପ୍ରଥମେ ଯିବ।”
19 ଏହା ପରେ ଇସ୍ରାଏଲ ଲୋକମାନେ ସକାଳୁ ଉଠିଲେ ଓ ଗିବିୟା ନିକଟରେ ସେମାନଙ୍କର ଛାଉଣି ସ୍ଥାପନ କଲେ।” 20 ତା’ପରେ ଇସ୍ରାଏଲୀୟମାନେ ବିନ୍ୟାମୀନ ସୈନ୍ୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ବାହାରି ଗଲେ ଓ ଗିବିୟାଠାରେ ଯୁଦ୍ଧ କଲେ। 21 ଏହା ପରେ ବିନ୍ୟାମୀନର ସୈନ୍ୟଗଣ ଗିବିୟାର ଯୁଦ୍ଧ କ୍ଷେତ୍ରକୁ ବାହାରି ଆସିଲେ। ସେହି ଦିନ ଯୁଦ୍ଧରେ ବିନ୍ୟାମୀନର ସୈନ୍ୟମାନେ ଇସ୍ରାଏଲର 22,000 ସୈନ୍ୟଙ୍କୁ ହତ୍ୟା କଲେ।
22-23 ଇସ୍ରାଏଲର ଲୋକମାନେ ସଦାପ୍ରଭୁଙ୍କ ନିକଟକୁ ଗଲେ ଏବଂ ସେମାନେ ସନ୍ଧ୍ୟା ପର୍ଯ୍ୟନ୍ତ ସଦାପ୍ରଭୁଙ୍କଠାରେ କ୍ରନ୍ଦନ କଲେ। ସେମାନେ ସଦାପ୍ରଭୁଙ୍କୁ ପଗ୍ଭରିଲେ, “ଆମ୍ଭେମାନେ କ’ଣ ଆମ୍ଭମାନଙ୍କର ଆପଣା ଭାଇ ବିନ୍ୟାମୀନ ଲୋକମାନଙ୍କ ସହିତ ଯୁଦ୍ଧ କରିବାକୁ ଯିବା ଉଚିତ୍?”
ସଦାପ୍ରଭୁ ସେମାନଙ୍କୁ କହିଲେ, “ସେମାନଙ୍କ ବିରୁଦ୍ଧରେ ଯାଅ।” ଏହିପରି ଇସ୍ରାଏଲମାନେ ଉତ୍ସାହିତ ହେଲେ ଏବଂ ବିନ୍ୟାମୀନ ଲୋକମାନଙ୍କ ବିରୁଦ୍ଧରେ ଯୁଦ୍ଧ କଲେ, ଯେପରି ସେମାନେ ପ୍ରଥମ ଦିନରେ କରିଥିଲେ।
24 ଯୁଦ୍ଧର ଦ୍ୱିତୀୟ ଦିନରେ ଇସ୍ରାଏଲର ସୈନ୍ୟମାନେ ବିନ୍ୟାମୀନ ସୈନ୍ୟମାନଙ୍କର ନିକଟବର୍ତ୍ତୀ ହେଲେ। 25 ଦ୍ୱିତୀୟ ଦିନରେ ବିନ୍ୟାମୀନ ପରିବାରବର୍ଗର ସୈନ୍ୟଗଣ ଇସ୍ରାଏଲ ଲୋକମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ଗିବିୟାରୁ ବାହାରି ଆସିଲେ। ଏହିଥର ବିନ୍ୟାମୀନ ତାଲିମପ୍ରାପ୍ତ ସୈନ୍ୟଗଣ ଇସ୍ରାଏଲର 18,000 ସୈନ୍ୟଙ୍କୁ ହତ୍ୟା କଲେ। ଯେଉଁମାନେ କି ସେମାନଙ୍କର ତାଲିମପ୍ରାପ୍ତ ସୈନିକ ଥିଲେ।
26 ଏହା ପରେ ଇସ୍ରାଏଲର ସମସ୍ତ ଲୋକ ବୈଥେଲହମକୁ ଗଲେ। ସେହି ସ୍ଥାନରେ ସେମାନେ ବସି ସଦାପ୍ରଭୁଙ୍କୁ ଗୁହାରି ଜଣାଇଲେ। ସେମାନେ ସେଠାରେ ଦିନ ତମାମ କିଛି ଖାଇଲେ ନାହିଁ। ସେମାନେ ମଧ୍ୟ ସଦାପ୍ରଭୁଙ୍କୁ ହୋମବଳି ଓ ମଙ୍ଗଳାର୍ଥକ ବଳି ପ୍ରଦାନ କଲେ। 27 ଇସ୍ରାଏଲୀୟ ଲୋକମାନେ ସଦାପ୍ରଭୁଙ୍କୁ ଏକ ପ୍ରଶ୍ନ ପଗ୍ଭରିଲେ, ସେହି ସମୟରେ ପରମେଶ୍ୱରଙ୍କ ନିୟମ-ସିନ୍ଦୁକ ବୈଥେଲ୍ଠାରେ ଥିଲା।
28 ସେଠାରେ ଜଣେ ଯାଜକ ଥିଲେ ତାଙ୍କର ନାମ ଥିଲା ପୀନହସ୍। ସେ ଇଲିୟାସରର ବଂଶଧର ଥିଲେ। ଇଲିୟାସର ଥିଲା ହାରୋଣଙ୍କର ପୁତ୍ର। ଇସ୍ରାଏଲର ଲୋକମାନେ ପଗ୍ଭରିଲେ, “ବିନ୍ୟାମୀନର ଲୋକମାନେ ଆମ୍ଭର ସମ୍ପର୍କୀୟ। ଆମ୍ଭର ତାଙ୍କ ସହିତ ଯୁଦ୍ଧ କରିବା ଉଚିତ୍ ନା ଯୁଦ୍ଧ ବନ୍ଦ କରିବା ଉଚିତ୍?”
ସଦାପ୍ରଭୁ କହିଲେ, “ଆସନ୍ତା କାଲି ଯାଅ ଓ ସେମାନଙ୍କୁ ପରାସ୍ତ କର। ସେମାନଙ୍କୁ ପରାସ୍ତ କରିବା ପାଇଁ ମୁଁ ତୁମ୍ଭମାନଙ୍କୁ ସହାୟ ହେବି।”
29 ଏହା ପରେ ଇସ୍ରାଏଲର କିଛି ସୈନିକ ଗିବିୟା ନଗରର ଚତୁର୍ପାର୍ଶ୍ୱରେ ଲୁଚିରହିଲେ। 30 ଇସ୍ରାଏଲର ସୈନ୍ୟମାନେ ତୃତୀୟ ଦିନ ଗିବିୟା ବିରୁଦ୍ଧରେ ଯୁଦ୍ଧ କରିବାକୁ ଗଲେ। ସେମାନେ ପୂର୍ବଥର ପରି ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ରହିଲେ। 31 ବିନ୍ୟାମୀନର ସୈନ୍ୟମାନେ ଇସ୍ରାଏଲୀୟ ସୈନ୍ୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ଗିବିୟାରୁ ବାହାରି ଆସିଲେ। ଇସ୍ରାଏଲର ସୈନ୍ୟମାନେ ପଳାୟନ କଲେ ଓ ବିନ୍ୟାମୀନ ସୈନ୍ୟମାନେ ସେମାନଙ୍କର ପଛରେ ଗୋଡ଼ାଇଲେ। ଏହି ପ୍ରକାରେ ସେମାନେ ଇସ୍ରାଏଲୀୟମାନଙ୍କୁ ଗୋଡ଼ାଇ ଗୋଡ଼ାଇ ନଗରକୁ ପଛରେ ଛାଡ଼ି ଯିବାର କଲେ।
ବିନ୍ୟାମୀନର ସୈନ୍ୟମାନେ ପୂର୍ବଥର ପରି ଇସ୍ରାଏଲର କେତେକ ସୈନ୍ୟମାନଙ୍କୁ ମାରିବାକୁ ଲାଗିଲେ। ଏହିପରି ଭାବରେ ତିରିଶ୍ ଜଣ ସୈନ୍ୟ ହତ ହେଲେ। ସେମାନେ କେତେକ ଲୋକଙ୍କୁ କ୍ଷେତ ମଧ୍ୟରେ ଏବଂ ସେମାନଙ୍କ ମଧ୍ୟରୁ କେତେକଙ୍କୁ ସଡ଼କରେ ହତ୍ୟା କଲେ। ଗୋଟିଏ ରାସ୍ତା ଗିବିୟାକୁ ପଡ଼ିଥିଲା, ଅନ୍ୟଟି ବୈଥେଲ୍କୁ। 32 ବିନ୍ୟାମୀନର ଲୋକମାନେ ସେମାନଙ୍କ ମଧ୍ୟରେ କୁହା କୁହି ହେଲେ, “ଆମ୍ଭେ ପୂର୍ବପରି ଜିତିବୁ।”
ଇସ୍ରାଏଲର ଲୋକମାନେ ଦୌଡ଼ିପଳାଇଲେ। କିନ୍ତୁ ଏହା ଏକ ଗ୍ଭତୁରୀ ଥିଲା। ସେମାନେ ଗ୍ଭହୁଁଥିଲେ ବିନ୍ୟାମୀନ ଲୋକମାନେ ସେମାନଙ୍କର ନଗରରୁ ବାହାରି ରାସ୍ତାକୁ ପଳାଇ ଆସନ୍ତୁ। 33 ତେଣୁ ଇସ୍ରାଏଲର ସମସ୍ତ ଲୋକ ସେମାନଙ୍କର ସ୍ଥାନରୁ ଉଠି ଦୌଡ଼ିଲେ। ସେମାନେ ସମସ୍ତେ ଗୋଟିଏ ଜାଗାରେ ରୁଣ୍ଡ ହେଲେ। ସେହି ସ୍ଥାନର ନାମ ଥିଲା ବାଲ୍ତାମର। ଇସ୍ରାଏଲର କେତେକ ଲୋକ ଗିବିୟାର ପଶ୍ଚିମରେ ଲୁଚି ରହୁଥିଲେ। ପୂର୍ବ ଗିବିୟାରେ, ସେମାନେ ଲୁଚିଥିବା ସ୍ଥାନରୁ ବାହାରି ଆସିଲେ ଓ ଗିବିୟାକୁ ଆକ୍ରମଣ କଲେ। 34 10,000 ଉତ୍ତମ ତାଲିମପ୍ରାପ୍ତ ସୈନିକମାନେ ଗିବିୟାକୁ ଆକ୍ରମଣ କଲେ। ଏହା ଏକ ଭୟଙ୍କର ଯୁଦ୍ଧ ଥିଲା କିନ୍ତୁ ବିନ୍ୟାମୀନ ସୈନ୍ୟମାନେ ଅନୁଭବ କରି ପାରିଲେ ନାହିଁ ଯେ, ଏକ ଦୁର୍ଘଟଣା ସେମାନଙ୍କ ଉପରେ ଘଟିବାକୁ ଯାଉଛି।
35 ସଦାପ୍ରଭୁ ଇସ୍ରାଏଲର ସୈନ୍ୟମାନଙ୍କ ଦ୍ୱାରା ବିନ୍ୟାମୀନମାନଙ୍କୁ ପରାସ୍ତ କଲେ। ସେହି ଦିନ ଇସ୍ରାଏଲର ସୈନ୍ୟମାନେ ସେମାନଙ୍କର 25,100 ସୈନ୍ୟମାନଙ୍କୁ ହତ୍ୟା କଲେ। ସେ ସମସ୍ତ ସୈନ୍ୟମାନେ ମୁଖ୍ୟତଃ ଯୁଦ୍ଧ ପାଇଁ ତାଲିମ ନେଇଥିଲେ। 36 ତେଣୁ ବିନ୍ୟାମୀନ ଲୋକମାନେ ଦେଖିଲେ ଯେ ସେମାନେ ହାରି ଯିବେ।
ଇସ୍ରାଏଲର ସୈନ୍ୟମାନେ ପଛକୁ ଫେରିଲେ। ସେମାନେ ବୁଲିଗଲେ କାରଣ ସେମାନେ ବିନ୍ୟାମୀନମାନଙ୍କ ଉପରେ ହଠାତ୍ ଆକ୍ରମଣ କରିବା ପାଇଁ ଗ୍ଭହୁଁଥିଲେ। ଯେଉଁ ଲୋକମାନେ ଗିବିୟାରେ ଲୁଚି ରହିଥିଲେ ସେହିମାନେ ଆକ୍ରମଣ ଆରମ୍ଭ କରିଦେଲେ। 37 ସେଠାରେ ଲୁଚିଥିବା ଲୋକମାନେ ଗିବିୟାକୁ ଆକ୍ରମଣ କରିଦେଲେ। ସେମାନେ ନଗରର ଗ୍ଭରିଆଡ଼େ ବ୍ୟାପିଗଲେ ଏବଂ ନଗରରେ ଖଣ୍ତା ଦ୍ୱାରା ପ୍ରତ୍ୟେକଙ୍କୁ ହତ୍ୟା କଲେ। 38 ବର୍ତ୍ତମାନ ଯେଉଁ ଇସ୍ରାଏଲୀୟ ଲୋକମାନେ ଲୁଚି ରହିଲେ, ସେମାନେ ଏକ ଯୋଜନା ପ୍ରସ୍ତୁତ କଲେ। ସେମାନେ ନଗରରୁ ବୃହତ୍ ଧୂମ ମେଘ ଉଠାଇବେ। ଇସ୍ରାଏଲୀୟ ଲୋକଙ୍କ ସହିତ ସେମାନଙ୍କର ଏହି ନିଷ୍ପତ୍ତି ହୋଇଯାଇ ଥିଲା।
39 ବିନ୍ୟାମୀନର ସୈନ୍ୟମାନେ ପ୍ରାୟ ତିରିଶ୍ ଜଣ ଇସ୍ରାଏଲୀୟ ସୈନ୍ୟମାନଙ୍କୁ ହତ୍ୟା କଲେ। ତେଣୁ ବିନ୍ୟାମୀନୀୟମାନେ ନିଜକୁ ନିଜେ କହିଲେ, “ଆମ୍ଭେମାନେ ଠିକ୍ ପୂର୍ବ ପରି ଜୟ କରୁଛୁ।” 40 କିନ୍ତୁ ହଠାତ୍ ଏକ ଧୂଆଁର ବାଦଲ ସହର ଉପରେ ଉଠିଲା। ବିନ୍ୟାମୀନର ସୈନ୍ୟମାନେ ବୁଲିକରି ଗ୍ଭହିଁଲେ ଏବଂ ଦେଖିଲେ କ’ଣ ସବୁ ଗ୍ଭଲୁଛି। ସେମାନେ ବୁଲିପଡ଼ି ଦେଖିଲେ ଯେ, ନଗରରେ ନିଆଁ ଜଳୁଛି। 41 ଏହା ପରେ ଇସ୍ରାଏଲୀୟ ସୈନ୍ୟମାନେ ଦୌଡ଼ିବା ବନ୍ଦ କରିଦେଲେ। ସେମାନେ ସମସ୍ତେ ଯୁଦ୍ଧ କରିବା ପାଇଁ ଏକତ୍ରିତ ହୋଇଗଲେ। ବିନ୍ୟାମୀନର ସୈନ୍ୟମାନେ ଭୟଭୀତ ହୋଇଗଲେ। ସେମାନେ ଅନୁଭବ କଲେ ଯେ, ଏକ ଭୟଙ୍କର ବିପଦ ସେମାନଙ୍କ ଉପରକୁ ଆସୁଅଛି।
42 ତେଣୁ ବିନ୍ୟାମୀନୀୟ ସୈନିକମାନେ ଇସ୍ରାଏଲ ସୈନ୍ୟଙ୍କ ପାଖରୁ ଦୌଡ଼ି ପଳାଇବାକୁ ଲାଗିଲେ। ସେମାନେ ମରୁଭୂମି ଆଡ଼କୁ ଦୌଡ଼ିଲେ। କିନ୍ତୁ ସେମାନେ ଏପରି କରି ମଧ୍ୟ ଯୁଦ୍ଧରୁ ରକ୍ଷା ପାଇପାରି ନ ଥିଲେ। ଇସ୍ରାଏଲର ସୈନ୍ୟମାନେ ନଗର ବାହାରକୁ ବାହାରି ଆସିଲେ ଏବଂ ସେମାନଙ୍କୁ ହତ୍ୟା କଲେ। 43 ଇସ୍ରାଏଲର ସୈନ୍ୟମାନେ ବିନ୍ୟାମୀନର ସୈନ୍ୟମାନଙ୍କ ଚତୁର୍ପାର୍ଶ୍ୱରେ ଘେରିଗଲେ ଓ ସେମାନଙ୍କ ପଛରେ ଗୋଡ଼ାଇଲେ। ସେମାନେ ସେମାନଙ୍କୁ ବିଶ୍ରାମ ଦେଲେ ନାହିଁ । ଇସ୍ରାଏଲର ସୈନ୍ୟମାନେ ଗିବିୟାର ପୂର୍ବାଞ୍ଚଳ ନିକଟରେ ପରାସ୍ତ କଲେ। 44 ଏହିପରି ଭାବରେ ବିନ୍ୟାମୀନୀୟର 18,000 ଯୋଦ୍ଧା ସୈନିକଙ୍କୁ ହତ୍ୟା କଲେ।
45 ବିନ୍ୟାମୀନୀୟ ସୈନ୍ୟମାନେ ମରୁଭୂମି ଆଡ଼କୁ ଦୌଡ଼ିଲେ । ସେମାନେ ରିମ୍ମୋନ ଶୈଳ ନିକଟକୁ ଦୌଡ଼ିଲେ। କିନ୍ତୁ ଇସ୍ରାଏଲର ସୈନ୍ୟମାନେ ବିନ୍ୟାମୀନୀୟ 5000 ସୈନିକଙ୍କୁ ରାସ୍ତା ଉପରେ ହତ୍ୟାକଲେ। ଏବଂ ସେମାନେ ପଳାୟନକାରୀ ବିନ୍ୟାମୀନୀୟ ସୈନ୍ୟମାନଙ୍କୁ ଗିଦିୟୋମ୍ ପର୍ଯ୍ୟନ୍ତ ଗୋଡ଼ାଇ ଥିଲେ। ସେଠାରେ ଇସ୍ରାଏଲର ସୈନ୍ୟମାନେ ଆହୁରି 2000 ବିନ୍ୟାମୀନର ସୈନ୍ୟମାନଙ୍କୁ ହତ୍ୟା କଲେ।
46 ସେହି ଦିନ 25,000 ଲୋକ ବିନ୍ୟାମୀନୀୟ ସୈନ୍ୟମାନଙ୍କ ମଧ୍ୟରୁ ମରିଗଲେ। ଯେଉଁମାନେ କି ବୀରତାର ସହକାରେ ଯୁଦ୍ଧ ଚଳାଇ ଥିଲେ। 47 କିନ୍ତୁ 600 ସୈନିକ ବିନ୍ୟାମୀନୀୟଙ୍କର ମରୁଭୂମିକୁ ଦୌଡ଼ି ପଳାୟନ କଲେ। ସେମାନେ ରିମ୍ମୋନ୍ ଶୈଳ ନିକଟକୁ ପଳାଇ ସେଠାରେ ଗ୍ଭରିମାସ ଧରି ରହିଲେ। 48 ଇସ୍ରାଏଲର ସୈନ୍ୟମାନେ ବିନ୍ୟାମୀନର ଦେଶକୁ ଫେରିଗଲେ। ସେମାନେ ପ୍ରତ୍ୟେକ ସହରର ପ୍ରତ୍ୟେକ ଲୋକମାନଙ୍କୁ ହତ୍ୟା କଲେ, ଯେଉଁମାନଙ୍କୁ ସେମାନେ ଭେଟିଲେ। ସେମାନେ ପଶୁମାନଙ୍କୁ ହତ୍ୟା କଲେ ଓ ସେମାନଙ୍କର ସମ୍ମୁଖରେ ଯାହା ପଡ଼ିଲା ସେଗୁଡ଼ିକୁ ସେମାନେ ଧ୍ୱଂସ କଲେ। ପୁଣି ସେମାନେ ଯେଉଁ ସହରରେ ପ୍ରବେଶ କଲେ ତାକୁ ଅଗ୍ନିରେ ପୋଡ଼ି ପକାଇଲେ।
ବିନ୍ୟାମୀନର ଲୋକମାନଙ୍କ ପାଇଁ ପତ୍ନୀମାନଙ୍କ ହାସଲ
21 ମିସ୍ପୀରେ ଇସ୍ରାଏଲର ସୈନ୍ୟମାନେ ଏକ ପ୍ରତିଜ୍ଞା କଲେ। ସେମାନଙ୍କର ପ୍ରତିଜ୍ଞା ଏହିପରି ଥିଲା, “ଆମ୍ଭମାନଙ୍କ ମଧ୍ୟରୁ କେହି ବିନ୍ୟାମୀନ ପରିବାରବର୍ଗକୁ ଆମ୍ଭମାନଙ୍କର କନ୍ୟାକୁ ବିବାହ ଦେବେ ନାହିଁ।”
2 ଇସ୍ରାଏଲର ଲୋକମାନେ ବୈଥେଲହମକୁ ଗଲେ ଏବଂ ସେଠାରେ ସେମାନେ ସଦାପ୍ରଭୁଙ୍କ ସମ୍ମୁଖରେ ସନ୍ଧ୍ୟା ପର୍ଯ୍ୟନ୍ତ ବସି ରହିଲେ। ସେମାନେ ସେଠାରେ ସଦାପ୍ରଭୁଙ୍କ ଆଗରେ କରୁଣ ଭାବରେ ଜୋର୍ରେ ରୋଦନ କଲେ। 3 ସେମାନେ ସଦାପ୍ରଭୁଙ୍କୁ କହିଲେ, “ହେ ସଦାପ୍ରଭୁ! ତୁମ୍ଭେ ଇସ୍ରାଏଲର ପରମେଶ୍ୱର। ଇସ୍ରାଏଲୀୟ ପ୍ରତି ଏପରି ବିପଦ କାହିଁକି ପଡ଼ିଲା? ଏବଂ କାହିଁକି ଇସ୍ରାଏଲର ପରିବାରବର୍ଗ ମଧ୍ୟରୁ ଗୋଟିଏ ହଜି ଯାଉଛି।”
4 ତା’ ପରଦିନ ଠିକ୍ ସକାଳେ ଇସ୍ରାଏଲର ଲୋକମାନେ ଏକ ଯଜ୍ଞବେଦି ସ୍ଥାପନ କଲେ। ସେମାନେ ସେଠାରେ ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ। 5 ଏହା ପରେ ସେମାନେ ପଗ୍ଭରିଲେ, “ଯେଉଁ ପରିବାରବର୍ଗଟି ଯାହା ସଦାପ୍ରଭୁଙ୍କ ଆଡ଼େ ଫେରିଲା ନାହିଁ?” ସେମାନେ ଏହି ପ୍ରଶ୍ନ ପଗ୍ଭରିଲେ କାରଣ ସେମାନେ ଏକ ଗମ୍ଭୀର ଶପଥ କରିଥିଲେ। ସେମାନେ ସେହି ଲୋକମାନଙ୍କୁ ହତ୍ୟା କରିବାକୁ ପ୍ରତିଜ୍ଞା କରିଥିଲେ, ଯେଉଁମାନେ ଦର୍ଶନ କରିବାକୁ ସଦାପ୍ରଭୁଙ୍କୁ ମିସ୍ପୀକୁ ଆସିଲେ ନାହିଁ।
6 ଇସ୍ରାଏଲର ଲୋକମାନେ ବିନ୍ୟାମୀନର ସମ୍ପର୍କୀୟମାନଙ୍କ ପାଇଁ ଦୁଃଖ କଲେ, ବିନ୍ୟାମୀନର ଲୋକମାନେ କହିଲେ, “ଆଜି ଇସ୍ରାଏଲ ମଧ୍ୟରୁ ଗୋଟିଏ ପରିବାରବର୍ଗ ଉଚ୍ଛିନ୍ନ ହେଲା। 7 ଆମ୍ଭେମାନେ ସଦାପ୍ରଭୁଙ୍କ ସମ୍ମୁଖରେ ପ୍ରତିଜ୍ଞା କରିଅଛୁ ଯେ ବିନ୍ୟାମୀନ ପରିବାରବର୍ଗର କୌଣସି ଲୋକଙ୍କୁ ଆମ୍ଭମାନଙ୍କର କନ୍ୟାକୁ ବିବାହ ଦେବୁ ନାହିଁ। ଏହି ପରିବାରବର୍ଗର ଲୋକମାନଙ୍କ ପାଇଁ ସ୍ତ୍ରୀ ଖୋଜିବା ବିଷୟରେ ଆମ୍ଭେମାନେ କ’ଣ କରିବା?”
8 ଇସ୍ରାଏଲର ପରିବାରବର୍ଗ ମଧ୍ୟରୁ ଏପରି କେଉଁ ପରିବାରବର୍ଗ, “ମିସ୍ପୀରେ ସଦାପ୍ରଭୁଙ୍କ ନିକଟକୁ ଆସିଲା ନାହିଁ।” ଏବଂ ବାସ୍ତବରେ ସେମାନେ ଅନ୍ୟ ଇସ୍ରାଏଲମାନଙ୍କ ସହିତ ଯାବେଶ୍ ଗିଲିୟଦରୁ କେହି ମିଶିବାକୁ ଆସି ନ ଥିଲେ। 9 ଇସ୍ରାଏଲର ଲୋକମାନେ ଗଣନା କରି ଦେଖିଲେ କେଉଁମାନେ ଆସିଛନ୍ତି ଓ କେଉଁମାନେ ଆସି ନାହାନ୍ତି। ସେମାନେ ଦେଖିଲେ ଯେ ଯାବେଶ୍ ଗିଲିୟଦରୁ କେହି ଆସି ନାହାନ୍ତି। 10 ତେଣୁ ଇସ୍ରାଏଲର ଲୋକମାନେ 12,000 ସାହସୀ ସୈନ୍ୟମାନଙ୍କୁ ଯାବେଶ୍ ଗିଲିୟଦକୁ ପଠାଇଲେ। ସେମାନେ ସେହି ସୈନ୍ୟମାନଙ୍କୁ କହିଲେ, “ତୁମ୍ଭେମାନେ ଯାବେଶ୍ ଗିଲିୟଦକୁ ଯାଅ ସେଠାକାର ସମସ୍ତ ପୁରୁଷ, ସ୍ତ୍ରୀ ଓ ପିଲାମାନଙ୍କୁ ହତ୍ୟା କର। 11 ତୁମ୍ଭେ ନିଶ୍ଚିତ ଏହିପରି କରିବ! ତୁମ୍ଭେମାନେ ନିଶ୍ଚିତ ଯାବେଶ୍ ଗିଲିୟଦର ସମସ୍ତ ପୁରୁଷମାନଙ୍କୁ ହତ୍ୟା କରିବ ଏବଂ ପୁରୁଷ ସହିତ ସହବାସ କରିଥିବା ପ୍ରତ୍ୟେକ ସ୍ତ୍ରୀକୁ ହତ୍ୟା କରିବ। ଯେଉଁ ସ୍ତ୍ରୀଲୋକମାନଙ୍କର କୌଣସି ଯୌନ ସମ୍ପର୍କ ନ ଥିବ ସେମାନଙ୍କୁ ହତ୍ୟାକର ନାହିଁ।” ତେଣୁ ସେହି ସୈନ୍ୟମାନେ ଠିକ୍ ସେହିପରି କଲେ। 12 ସେହି 12,000 ସୈନ୍ୟମାନେ ଏପରି 400 ଯୁବତୀଙ୍କୁ ଦେଖିଲେ ଯେଉଁମାନଙ୍କର କୌଣସି ପୁରୁଷଙ୍କ ସହିତ ଶାରିରୀକ ସମ୍ପର୍କ ନ ଥିଲା। ସେହି ସୈନ୍ୟମାନେ ଯାବେଶ୍ ଗିଲିୟଦରୁ ସେହି ସ୍ତ୍ରୀଲୋକମାନଙ୍କୁ ଶୀଲୋ ନିକଟର ଛାଉଣିକୁ ନେଇ ଆସିଲେ। ଯାହାକି କିଣାନ ଦେଶରେ ଥିଲା।
13 ଏହିପରି ଇସ୍ରାଏଲର ଲୋକମାନେ ବିନ୍ୟାମୀନୀୟମାନଙ୍କ ପାଖକୁ ଏକ ବାର୍ତ୍ତା ପଠାଇଲେ। ରିମ୍ମୋନ୍ ଶୈଳଠାରେ ରହୁଥିବା ବିନ୍ୟାମୀନ ଲୋକମାନଙ୍କ ସହିତ ଶାନ୍ତି ଚୁକ୍ତି ପ୍ରଦାନ କଲେ। 14 ସେହି ସମୟରେ ବିନ୍ୟାମୀନୀୟ ଲୋକମାନେ ଫେରି ଆସିଲେ। ଇସ୍ରାଏଲର ଲୋକମାନେ ଯେଉଁମାନଙ୍କୁ ସେମାନେ ଜୀବିତ ରଖିଥିଲେ, ସେମାନଙ୍କୁ ଯାବେଶ୍ ଗିଲିୟଦର ସ୍ତ୍ରୀଲୋକମାନଙ୍କୁ ବିବାହ କରିବା ପାଇଁ ଅନୁମତି ଦେଲେ। କିନ୍ତୁ ବିନ୍ୟାମୀନର ସମସ୍ତ ଲୋକମାନଙ୍କ ପାଇଁ ଯଥେଷ୍ଟ ସ୍ତ୍ରୀଲୋକ ନ ଥିଲେ।
15 ଲୋକମାନେ ବିନ୍ୟାମୀନର ପରିବାରବର୍ଗର ଲୋକମାନଙ୍କ ପାଇଁ ଦୁଃଖ ଅନୁଭବ କଲେ, କାରଣ ସଦାପ୍ରଭୁ ଇସ୍ରାଏଲରେ ଅନ୍ୟ ପରିବାରବର୍ଗଠାରୁ ସେମାନଙ୍କୁ ଅଲଗା କଲେ। 16 ଇସ୍ରାଏଲର ଅଧିପତିମାନେ କହିଲେ, “ବିନ୍ୟାମୀନ ପରିବାରବର୍ଗ ମଧ୍ୟରୁ ସ୍ତ୍ରୀମାନେ ମରା ଯାଇଛନ୍ତି। ଏଣୁ ଅବଶିଷ୍ଟ ଲୋକମାନଙ୍କ ବିବାହ ବିଷୟରେ ଆମ୍ଭେମାନେ କ’ଣ କରିବା? 17 ବିନ୍ୟାମୀନ ପରିବାରବର୍ଗର ଅବଶିଷ୍ଟ ଲୋକମାନେ ସେମାନଙ୍କର ବଂଶ ରକ୍ଷା କରିବା ଉଚିତ୍। ତା’ ନ ହେଲେ ଇସ୍ରାଏଲରୁ ପରିବାରବର୍ଗ ଲୋପ ପାଇଯିବେ। 18 କିନ୍ତୁ ଆମ୍ଭେ ଆମ୍ଭର ଝିଅମାନଙ୍କୁ ସେମାନଙ୍କୁ ବିବାହ ଦେବା ନାହିଁ। ଆମ୍ଭେମାନେ ଏହିପରି ପ୍ରତିଜ୍ଞା କରିଅଛୁ, ‘ଯେକେହି ବିନ୍ୟାମୀନକୁ କନ୍ୟା ଦେବ ସେ ଶାପଗ୍ରସ୍ତ ହେବ ବୋଲି ଆମ୍ଭେ ସଦାପ୍ରଭୁଙ୍କଠାରେ ଶପଥ ନେଇଛୁ।’ 19 ସେମାନେ କହିଲେ, ଶୀଲୋରେ ସଦାପ୍ରଭୁଙ୍କର ଉତ୍ସବ ଗ୍ଭଲିଛି। ଏହି ଉତ୍ସବ ପ୍ରତି ବର୍ଷ ସେଠାରେ ହୁଏ।” ଶୀଲୋ ବୈଥେଲ୍ର ଉତ୍ତରରେ ଥିଲା, ବୈଥେଲଠାରୁ ଶିଖିମ ରାସ୍ତାର ପୂର୍ବପଟେ ଥିଲା ଏବଂ ଲବୋନାର ଦକ୍ଷିଣକୁ ଥିଲା।
20 ତେଣୁ ଇସ୍ରାଏଲର ନେତୃବର୍ଗ ବିନ୍ୟାମୀନଙ୍କୁ ସେମାନଙ୍କର ଯୋଜନା ବିଷୟରେ କହିଲେ। ସେମାନେ କହିଲେ, “ଦ୍ରାକ୍ଷାକ୍ଷେତ୍ରକୁ ଯାଅ ଓ ଲୁଚି ରୁହ। 21 ଆଉ ଯେତେବେଳେ ଶୀଲୋର କନ୍ୟାମାନେ ଭୋଜି ମଧ୍ୟରେ ନାଚିବା ପାଇଁ ବାହାର ହୋଇ ଆସିବେ ତୁମ୍ଭେମାନେ ଦ୍ରାକ୍ଷାକ୍ଷେତ୍ରରୁ ବାହାରି ପ୍ରତ୍ୟେକ ନିଜ ନିଜ ପାଇଁ ଶୀଲୋ କନ୍ୟାଗଣ ମଧ୍ୟରୁ ପ୍ରତ୍ୟେକ ଜଣଙ୍କୁ ଧରି ବିନ୍ୟାମୀନ ଦେଶକୁ ଗ୍ଭଲିଯାଅ। 22 ଯେତେବେଳେ ସେମାନଙ୍କ ପିତା ବା ଭାଇମାନେ ଆମ୍ଭମାନଙ୍କ ନିକଟକୁ ଆପତ୍ତି କରିବାକୁ ଆସିବେ। ଆମ୍ଭେମାନେ କହିବୁ, ‘ଦୟାକରି ବିନ୍ୟାମୀନୀୟମାନଙ୍କୁ ଅନୁଗ୍ରହ କର। ଯଦିଓ ସେମାନେ ତୁମ୍ଭମାନଙ୍କର ସ୍ତ୍ରୀଲୋକମାନଙ୍କୁ ନେଇଯାଇଛନ୍ତି। ସେମାନେ ତୁମ୍ଭ ବିରୁଦ୍ଧରେ ଯୁଦ୍ଧ କଲେ ନାହିଁ। ତୁମ୍ଭେ ନିରୀହ ଅଟ, ଏପର୍ଯ୍ୟନ୍ତ ତୁମ୍ଭେ ସେମାନଙ୍କୁ ତୁମ୍ଭର କନ୍ୟାଗଣଙ୍କୁ ବିବାହ ଦେଲ, ଏଥିପାଇଁ ତୁମ୍ଭେମାନେ ତୁମ୍ଭର ସଦାପ୍ରଭୁଙ୍କ ପ୍ରତି ଶପଥ ଭାଙ୍ଗିଲ ନାହିଁ।’”
23 ଏଣୁ ଏହା ଅନୁସାରେ ବିନ୍ୟାମୀନୀୟ ପରିବାରବର୍ଗର ଲୋକମାନେ କଲେ। ଯେତେବେଳେ ଯୁବତୀମାନେ ନାଚୁଥିଲେ, ପ୍ରତ୍ୟେକ ଲୋକମାନେ ଜଣେ ଜଣେ ଯୁବତୀମାନଙ୍କୁ ଧରିଲେ, ସେମାନଙ୍କୁ ନେଇଗଲେ ଏବଂ ବିବାହ କଲେ। ତା’ପରେ ସେମାନେ ସେମାନଙ୍କର ଦେଶକୁ ଫେରି ଆସିଲେ। ବିନ୍ୟାମୀନୀୟ ଲୋକମାନେ ପୁନ୍ନରାୟ ସେମାନଙ୍କର ନଗର ନିର୍ମାଣ କଲେ ଓ ସେଠାରେ ବାସ କରିବାକୁ ଆରମ୍ଭ କଲେ। 24 ଏହା ପରେ ଇସ୍ରାଏଲର ଲୋକମାନେ ସେମାନଙ୍କର ନିଜ ପରିବାରବର୍ଗକୁ ଏବଂ ସେମାନଙ୍କର ପରିବାରକୁ ଏବଂ ନିଜ ଦେଶରେ ଥିବା ସ୍ୱଗୃହକୁ ପ୍ରତ୍ୟାବର୍ତ୍ତନ କଲେ।
25 ସେ ସମୟରେ ଇସ୍ରାଏଲ ଲୋକମାନଙ୍କର କେହି ରାଜା ନ ଥିଲେ। ତେଣୁ ପ୍ରତ୍ୟେକ ବ୍ୟକ୍ତି ଯାହା ସେମାନଙ୍କ ପାଇଁ ଠିକ୍ ମଣୁଥିଲେ ତାହା କରୁଥିଲେ।
31 “ତେବେ ମୁଁ ପୁଣି ଏହି ଯୁଗର ଲୋକମାନଙ୍କ ବିଷୟରେ କ’ଣ କହିବି? ମୁଁ କାହା ସହିତ ସେମାନଙ୍କୁ ତୁଳନା କରିବି? ସେମାନେ କାହା ଭଳି ହେବେ? 32 ସେମାନେ ବଜାରରେ, ବସିଥିବା ସେହି ପିଲାମାନଙ୍କ ଭଳି, ଯେଉଁମାନଙ୍କ ଭିତରୁ ଦଳେ ଅନ୍ୟ ଦଳକୁ କହନ୍ତି:
‘ଆମ୍ଭେ ତୁମ୍ଭ ପାଇଁ ବଂଶୀ ବଜାଇଲୁ,
କିନ୍ତୁ ତୁମ୍ଭେ ନାଚିଲ ନାହିଁ।
ଆମ୍ଭେ ଗୋଟିଏ ଶୋକଗୀତ ଗାଇଲୁ,
କିନ୍ତୁ ତୁମ୍ଭେମାନେ କାନ୍ଦିଲ ନାହିଁ।’
33 ବାପ୍ତିଜକ ଯୋହନ ଆସିଲେ। ସେ ଅନ୍ୟ ଲୋକମାନଙ୍କ ଭଳି ଖାଉ ନ ଥିଲେ କିମ୍ବା ଦ୍ରାକ୍ଷାରସ ପିଉ ନ ଥିଲେ। ଆଉ ତୁମ୍ଭେମାନେ କହୁଛ ଯେ, ‘ତାହାଙ୍କ ଦେହରେ ଭୂତ ପ୍ରବେଶ କରିଛି।’ 34 ପୁଣି ମନୁଷ୍ୟପୁତ୍ର ଅନ୍ୟମାନଙ୍କ ଭଳି ଖାଇଲେ ଓ ଦ୍ରାକ୍ଷାରସ ପିଇଲେ। ଆଉ ତୁମ୍ଭେମାନେ କହୁଛ, ‘ଦେଖ, ଏ ଲୋକ ଜଣେ ପେଟୁ ଓ ଗୋଟିଏ ମଦୁଆ। କରଆଦାୟକାରୀ ଓ ପାପୀମାନେ ତା’ର ସାଙ୍ଗ ଅଟନ୍ତି।’ 35 କିନ୍ତୁ ଆପଣା କାର୍ଯ୍ୟ ଦ୍ୱାରା ଜ୍ଞାନ ଯଥାର୍ଥ ବୋଲି ପ୍ରକାଶିତ ହୋଇଥାଏ।”
ଫାରୂଶୀ ଶିମୋନ
36 ଫାରୂଶୀମାନଙ୍କ ମଧ୍ୟରୁ ଜଣେ ଯୀଶୁଙ୍କୁ ନିଜ ସହିତ ଖାଇବା ପାଇଁ ନିମନ୍ତ୍ରଣ କଲେ। ଯୀଶୁ ସେହି ଫାରୂଶୀଙ୍କ ଘରକୁ ଗଲେ ଓ ଖାଇବା ପାଇଁ ବସିଲେ।
37 ସେହି ସମୟରେ ସେହି ନଗରରେ ଜଣେ ପାପୀ ସ୍ତ୍ରୀ ଲୋକ ଥିଲା। ସେ ଜାଣି ପାରିଲା ଯେ, ଯୀଶୁ ଫାରୂଶୀଙ୍କ ଘରେ ଖାଉଛନ୍ତି। ତେଣୁ ସେହି ସ୍ତ୍ରୀ ଲୋକଟି ଗୋଟିଏ ସ୍ଫଟିକ ପାତ୍ରରେ କିଛି ଅତର ଆଣିଲା। 38 ସେ ଯୀଶୁଙ୍କ ପଛଆଡ଼େ ଗୋଡ଼ ପାଖରେ ଠିଆ ହେଲା। ସେ କାନ୍ଦୁଥିଲା। ତା’ପରେ ସେ ଯୀଶୁଙ୍କ ପାଦ ତା ଲୁହରେ ଧୋଇ ଦେଲା। ନିଜ ମୁଣ୍ଡର ବାଳରେ ଯୀଶୁଙ୍କ ପାଦ ପୋଛିଦେଲା। ତାହାଙ୍କ ପାଦରେ ବହୁବାର ଚୁମ୍ବନ ଦେଲା ଓ ପାଦ ଉପରେ ଅତର ଢାଳି ଦେଲା।
39 ଯେଉଁ ଫାରୂଶୀ ଜଣକ ଯୀଶୁଙ୍କୁ ନିଜ ଘରକୁ ଡାକିଥିଲେ, ସେ ଏସବୁ ଦେଖିଲେ। ସେ ମନେ ମନେ ଭାବିଲେ, “ଯୀଶୁ ଯଦି ପ୍ରକୃତରେ ଜଣେ ଭବିଷ୍ୟଦ୍ବକ୍ତା ହୋଇଥା’ନ୍ତେ, ତେବେ ସେ ନିଶ୍ଚୟ ଜାଣି ପାରନ୍ତେ ଯେ, ଯେଉଁ ସ୍ତ୍ରୀ ଲୋକଟି ତାହାଙ୍କୁ ଛୁଇଁଛି ସେ ଜଣେ ପାପୀନୀ।”
40 ଯୀଶୁ ଫାରୂଶୀଙ୍କୁ କହିଲେ, “ଶିମୋନ, ମୋର ତୁମ୍ଭକୁ କିଛି କହିବାର ଅଛି।”
ଶିମୋନ କହିଲେ, “ଗୁରୁ, କୁହନ୍ତୁ!”
41 ଯୀଶୁ କହିଲେ, “କୌଣସି ସାହୁକାର ପାଖରୁ ଦୁଇଜଣ ଖାତକ କରଜ ନେଇଥିଲେ। ଜଣେ ପାଞ୍ଚଶହ ରୂପାଟଙ୍କା କରଜ ନେଇଥିଲା ଓ ଆଉ ଜଣେ ପଗ୍ଭଶ୍ଟି ରୂପାଟଙ୍କା ନେଇଥିଲା। 42 ସେମାନଙ୍କ ପାଖରେ ଟଙ୍କା ନ ଥିବାରୁ ସେମାନେ ଋଣ ପରିଶୋଧ କରି ପାରୁ ନ ଥିଲେ। ତେଣୁ ସାହୁକାର ଦୁଇଜଣଙ୍କୁ ଋଣ ମୁକ୍ତ କରିଦେଲେ। ତେବେ ଏ ଦୁଇଜଣଙ୍କ ମଧ୍ୟରେ କିଏ ସାହୁକାରଙ୍କୁ ଅଧିକ ଭଲ ପାଇବ?
43 ଶିମୋନ ଉତ୍ତର ଦେଲେ, “ମୁଁ ଭାବୁଛି, ସାହୁକାର ଯାହାକୁ ଅଧିକ ଟଙ୍କା ଛାଡ଼ି ଦେଲେ, ସେହି ଲୋକକୁ ଅଧିକା ଭଲ ପାଇବ।”
ଯୀଶୁ ଶିମୋନଙ୍କୁ କହିଲେ, “ତୁମ୍ଭେ ଠିକ୍ କଥା କହିଛ।” 44 ତା’ପରେ ଯୀଶୁ ସ୍ତ୍ରୀ ଲୋକଟି ଆଡ଼କୁ ବୁଲିପଡ଼ି ଶିମୋନଙ୍କୁ କହିଲେ, “ତୁମ୍ଭେ ଏ ସ୍ତ୍ରୀ ଲୋକଟିକୁ ଦେଖୁଛ? ମୁଁ ତୁମ୍ଭ ଘରକୁ ଆସିଲି। ଅଥଚ ତୁମ୍ଭେ ମୋତେ ଗୋଡ଼ ଧୋଇବାକୁ ପାଣି ସୁଦ୍ଧା ଦେଲ ନାହିଁ, କିନ୍ତୁ ଓ ସ୍ତ୍ରୀ ଲୋକଟି ମୋର ପାଦକୁ ଲୁହରେ ଧୋଇ ଦେଲା। ଏବଂ ତା ବାଳରେ ପୋଛିଦେଲା। 45 ତୁମ୍ଭେ ମୋତେ ଚୁମ୍ବନ ଦେଲ ନାହିଁ, କିନ୍ତୁ ଯେଉଁ ସମୟରୁ ମୁଁ ଭିତରକୁ ଆସିଲିଣି, ସେସମୟରୁ ଏ ପର୍ଯ୍ୟନ୍ତ ସେ ମୋର ପାଦରେ ଚୁମ୍ବନ ଦେବା ବନ୍ଦ କରି ନାହିଁ। 46 ତୁମ୍ଭେ ମୋ’ ମୁଣ୍ଡରେ ତେଲ ଲଗାଇଲ ନାହିଁ, କିନ୍ତୁ ଏ ସ୍ତ୍ରୀ ଲୋକଟି ମୋ’ ପାଦରେ ଅତର ଲଗାଇଲା। 47 ଏଣୁ ମୁଁ ତୁମ୍ଭକୁ କହୁଛି ଯେ, ତା’ର ଅନେକ ପାପକ୍ଷମା କରି ଦିଆଗଲା। ଏ କଥା ସ୍ପଷ୍ଟ କାରଣ ସେ ଅଗାଧ ପ୍ରେମ ଦେଖାଇଛି। ଯେଉଁ ଲୋକ କ୍ଷମା ପାଇବା ପାଇଁ କମ୍ ଆବଶ୍ୟକତା ଅନୁଭବ କରିଥାଏ, ସେ କ୍ଷମା ପାଇବା ବେଳେ କମ୍ ପ୍ରେମ ଅନୁଭବ କରିଥାଏ।”
48 ତା’ପରେ ଯୀଶୁ ସେହି ସ୍ତ୍ରୀ ଲୋକଟିକୁ କହିଲେ, “ତୋର ପାପକ୍ଷମା କରି ଦିଆଗଲା।”
49 ଯେଉଁମାନେ ଯୀଶୁଙ୍କ ସହିତ ଭୋଜନ କରୁଥିଲେ, ସେମାନେ ମନେ ମନେ ଭାବିବାକୁ ଲାଗିଲେ, “ଏ ଲୋକ ନିଜକୁ କ’ଣ ଭାବୁଛି? ସେ କିପରି ପାପଗୁଡ଼ିକୁ କ୍ଷମା କରି ପାରିବ?”
50 ଯୀଶୁ ସ୍ତ୍ରୀ ଲୋକଟିକୁ କହିଲେ, “ତୁମ୍ଭେ ବିଶ୍ୱାସ କରିଥିବାରୁ ତୁମ୍ଭେ ପାପରୁ ରକ୍ଷା ପାଇଅଛ। “ଶାନ୍ତିରେ ଯାଅ।”
2010 by World Bible Translation Center