Old/New Testament
ତିନୋଟି ପରିବାରବର୍ଗ ସେମାନଙ୍କର ସ୍ୱଗୃହକୁ ଫେରିଗଲେ
22 ଏହା ପରେ ଯିହୋଶୂୟ ରୁବେନ୍ର ଗାଦ୍ର ଓ ମନଃଶିର ଅର୍ଦ୍ଧେକ ପରିବାରବର୍ଗମାନଙ୍କୁ ନେଇ ଏକ ସଭା ଡାକିଲେ। 2 ଯିହୋଶୂୟ ସେମାନଙ୍କୁ କହିଲେ, “ମୋଶା ଥିଲେ ସଦାପ୍ରଭୁଙ୍କର ସେବକ। ମୋଶା ଯାହା କହିଥିଲେ, ତୁମ୍ଭେମାନେ ତାଙ୍କର ବାକ୍ୟ ଅନୁସାରେ ସମସ୍ତ କାର୍ଯ୍ୟ କରିଅଛ ଏବଂ ସର୍ବୋପରି ତୁମ୍ଭେମାନେ ମୋର ଆଜ୍ଞା ମାନିଅଛ। 3 ଏବଂ ସବୁ ସମୟରେ ତୁମ୍ଭେମାନେ ଇସ୍ରାଏଲବାସୀଙ୍କୁ ସହଯୋଗ କରିଅଛ। ତୁମ୍ଭେମାନେ ତୁମ୍ଭମାନଙ୍କ ସଦାପ୍ରଭୁଙ୍କର ବାକ୍ୟକୁ ଠିକ୍ ଭାବରେ, ଅତି ସତର୍କତାର ସହକାରେ ପାଳନ କରିଛ ଏବଂ ତୁମ୍ଭେମାନେ ଏହି ଆଜ୍ଞା ପାଳନ କଲ। 4 ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ୱର ଇସ୍ରାଏଲବାସୀଙ୍କୁ ଶାନ୍ତି ଦେବା ପାଇଁ ପ୍ରତିଜ୍ଞା କରିଥିଲେ। ଏବଂ ବର୍ତ୍ତମାନ ସଦାପ୍ରଭୁ ପରମେଶ୍ୱରଙ୍କର ବାକ୍ୟ ରକ୍ଷା କରିଛନ୍ତି। ତେଣୁ ତୁମ୍ଭେମାନେ ବର୍ତ୍ତମାନ ସ୍ୱଗୃହକୁ ପ୍ରତ୍ୟାବର୍ତ୍ତନ କରି ପାରିବ। ସଦାପ୍ରଭୁଙ୍କର ସେବକ ମୋଶା ଯର୍ଦ୍ଦନ ନଦୀର ପୂର୍ବ ପାର୍ଶ୍ୱରେ ତୁମ୍ଭମାନଙ୍କୁ ଭୂମି ଦେଇଛନ୍ତି। ବର୍ତ୍ତମାନ ତୁମ୍ଭେମାନେ ସେଠାକୁ ତୁମ୍ଭମାନଙ୍କର ସ୍ୱଗୃହକୁ ଯାଇପାର। 5 କିନ୍ତୁ ମନେରଖ-ସର୍ବଦା ମୋଶା ଦେଇଥିବା ନିୟମକୁ ନିଶ୍ଚୟ ପାଳନ କରିବ। ତୁମ୍ଭେମାନେ ନିଶ୍ଚିତ ଭାବରେ ସଦାପ୍ରଭୁ ପରମେଶ୍ୱରଙ୍କୁ ପ୍ରେମ କରିବ। ଏବଂ ତାଙ୍କ ଆଦେଶ ସର୍ବଦା ମାନି ଚଳିବ। ତୁମ୍ଭେମାନେ ନିଶ୍ଚିତ ଭାବରେ ତାହା ମନପ୍ରାଣ ଦେଇ ପାଳନ କରିବ।”
6 ଏହା ପରେ ଯିହୋଶୂୟ ସେମାନଙ୍କୁ ଆଶୀର୍ବାଦ କଲେ ଓ ପଠେଇ ଦେଲେ। ଏବଂ ସେମାନେ ସେମାନଙ୍କର ଗୃହକୁ ପ୍ରତ୍ୟାବର୍ତ୍ତନ କଲେ। 7 ମୋଶା ମନଃଶିର ଅର୍ଦ୍ଧବଂଶକୁ ବାଶନରେ ଅଧିକାର ଦେଇଥିଲେ। ମାତ୍ର ଅନ୍ୟ ଅର୍ଦ୍ଧବଂଶକୁ ଯିହୋଶୂୟ ଯର୍ଦ୍ଦନର ପଶ୍ଚିମ ପାରିରେ ଅଧିକାର ଦେଲେ। ଆହୁରି ବିଦାୟ କରିବା ସମୟରେ ଯିହୋଶୂୟ ଆଶୀର୍ବାଦ କରି ସେମାନଙ୍କୁ କହିଲେ। 8 ସେ କହିଲେ, “ତୁମ୍ଭେମାନେ, ତୁମ୍ଭମାନଙ୍କର ବହୁତ ଧନ ସମ୍ପଦ ଓ ପଶୁଗଣ ସହିତ ଘରକୁ ଯାଅ। ତୁମ୍ଭମାନଙ୍କର ବହୁତ ଦାମି ସୁନାରୂପା ଅଳଙ୍କାର ଇତ୍ୟାଦି ଅଛି। ତୁମ୍ଭମାନଙ୍କର ବହୁତ ସୁନ୍ଦର ପୋଷାକ ମଧ୍ୟ ଅଛି। ଯେଉଁଗୁଡ଼ିକ କି ତୁମ୍ଭେମାନେ ତୁମ୍ଭ ଶତ୍ରୁମାନଙ୍କଠାରୁ ଛଡ଼ାଇ ଆଣିଥିଲ। ଗୃହକୁ ଫେରିଯାଅ ଏବଂ ସେଗୁଡ଼ିକ ତୁମ୍ଭର ନିଜ ନିଜ ଭାତୃଗଣଙ୍କ ମଧ୍ୟରେ ବାଣ୍ଟି ଦିଅ।”
9 ତେଣୁ ରୁବେନ୍, ଗାଦ୍ ଓ ମନଃଶିର ଅର୍ଦ୍ଧେକ ବଂଶଧରର ଲୋକମାନେ ଇସ୍ରାଏଲ ବଂଶଧରଙ୍କଠାରୁ ବିଦାୟ ନେଲେ। କିଣାନ ଦେଶ ଅନ୍ତର୍ଗତ ଶୀଲୋଠାରେ ସେମାନେ ଥିଲେ। ସେମାନେ ସେ ସ୍ଥାନ ଛାଡ଼ି ଗିଲିୟଦକୁ ଗଲେ। ସେମାନେ ସେଠାରୁ ତାଙ୍କ ସ୍ୱଭୂମିକୁ ଗଲେ ଯାହାକି ମୋଶା ସେମାନଙ୍କୁ ଦେଇଥିଲେ। ସଦାପ୍ରଭୁ ମୋଶାଙ୍କୁ ମଧ୍ୟ ସେ ଭୂମି ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ।
10 ରୁବେନ୍, ଗାଦ୍ ଏବଂ ମନଃଶିର ପରିବାର ଲୋକମାନେ ଗିଲିୟଦକୁ ଫେରିଗଲେ। ସେ ସ୍ଥାନଟି ଯର୍ଦ୍ଦନ ନଦୀ ନିକଟବର୍ତ୍ତୀ କିଣାନୀୟ ଦେଶ ଅନ୍ତର୍ଗତ ଥିଲା। ସେହି ସ୍ଥାନରେ ସେମାନେ ଏକ ସୁନ୍ଦର ଯଜ୍ଞବେଦି ସ୍ଥାପନ କଲେ। 11 କିନ୍ତୁ ଇସ୍ରାଏଲର ଅବଶିଷ୍ଟ ଲୋକ ଯେଉଁମାନେ କି ତଥାପି ଶିଲୋରେ ରହିଥିଲେ। ସେମାନେ ସେ ଯଜ୍ଞବେଦି କଥା ଶୁଣିବାକୁ ପାଇଲେ ଯେ, ଏହି ବଂଶଧରମାନେ ତାକୁ ନିର୍ମାଣ କରିଛନ୍ତି ବୋଲି। ସେମାନେ ମଧ୍ୟ ଏହି ଯଜ୍ଞବେଦିଟି କିଣାନୀୟ ଦେଶର ସୀମା ଅନ୍ତର୍ଗତ ଗିଲିୟଦଠାରେ କରାଯାଇଛି, ଶୁଣିବାକୁ ପାଇଲେ। ଏହା ଯର୍ଦ୍ଦନ ପାଖସ୍ଥ ଇସ୍ରାଏଲ ସନ୍ତାନଗଣଙ୍କ ଅଧିକୃତ ପାର୍ଶ୍ୱରେ ଥିଲା। 12 ସମସ୍ତ ଇସ୍ରାଏଲ ପରିବାରବର୍ଗଗଣ ସେହି ତିନି ବଂଶ ଉପରେ ରାଗିଲେ। ଯୁଦ୍ଧ କରିବା ପାଇଁ ନିଷ୍ପତ୍ତି କଲେ। ସେମାନେ ଯୁଦ୍ଧକୁ ଯିବା ପାଇଁ ଶିଲୋଠାରେ ଏକତ୍ରିତ ହେଲେ।
13 ଏଣୁ ଇସ୍ରାଏଲର ଲୋକମାନେ କିଛି ଲୋକଙ୍କୁ ରୁବେନ୍, ଗାଦ୍ ଏବଂ ମନଃଶି ବଂଶର ଲୋକମାନଙ୍କ ସହିତ କଥାବାର୍ତ୍ତା କରିବାକୁ ପଠାଇଲେ। ସେମାନଙ୍କର ନେତୃତ୍ୱ ପୀନହସ୍ ନେଇଗଲେ, ଯେ କି ଥିଲେ ଇଲିୟାସର ଯାଜକର ପୁତ୍ର। 14 ସେମାନେ ଦଶ ଜଣ ପ୍ରତିନିଧିକୁ ପଠାଇଲେ, ପ୍ରତ୍ୟେକ ପରିବାରବର୍ଗକୁ ଜଣେ ଶିୟୋଲ ଗିଲିୟଦଠାରେ ଉପସ୍ଥିତ ହେଲେ। ସେମାନେ ନିଜ ନିଜ ପରିବାରବର୍ଗର ମୂଖ୍ୟ ଥିଲେ।
15 ଏହିପରି ଭାବରେ ଗିଲିୟଦକୁ ଗଲେ। ଏହି ଏଗାର ଜଣ ଲୋକ ରୁବେନ୍, ଗାଦ୍ ଓ ମନଃଶିର ଅର୍ଦ୍ଧବଂଶଙ୍କ ସହିତ କଥାବାର୍ତ୍ତା କରିବାକୁ ଗଲେ। ଏହି ଏଗାର ଜଣ ଲୋକ ସେମାନଙ୍କୁ କହିଲେ। 16 “ଇସ୍ରାଏଲ ବଂଶଗଣ ତୁମ୍ଭମାନଙ୍କୁ ପଗ୍ଭରୁଅଛି, କାହିଁକି ତୁମ୍ଭେମାନେ ଇସ୍ରାଏଲର ସଦାପ୍ରଭୁଙ୍କ ବିରୁଦ୍ଧରେ ଏପରି କାର୍ଯ୍ୟ କଲ? ତୁମ୍ଭେମାନେ କାହିଁକି ସଦାପ୍ରଭୁଙ୍କର ବିରୁଦ୍ଧାଚରଣ କଲ? କାହିଁକି ତୁମ୍ଭମାନଙ୍କ ପାଇଁ ଏକ ଯଜ୍ଞବେଦି ନିର୍ମାଣ କଲ? ଏହା କ’ଣ ସଦାପ୍ରଭୁଙ୍କ ନୀତି ବାହାରେ ନୁହେଁ? ଏହା ତୁମ୍ଭେମାନେ ଠିକ୍ ରୂପେ ଜାଣ। 17 ପିୟୋରରେ କ’ଣ ଘଟିଲା ତାହାକୁ ମନେ ପକାଅ? ଆମ୍ଭେମାନେ ସେହି ମହାପାପ ପାଇଁ ଏପର୍ଯ୍ୟନ୍ତ କଷ୍ଟ ଭୋଗୁଅଛୁ। ସଦାପ୍ରଭୁ ଇସ୍ରାଏଲର ବହୁ ବାସିନ୍ଦାକୁ ମହାମାରୀଦ୍ୱାରା ରୁଗ୍ଣ କଲେ। ଆମ୍ଭେମାନେ ମଧ୍ୟ ସେହି ମହାମାରୀ ଏପର୍ଯ୍ୟନ୍ତ ଭୋଗୁଅଛୁ। 18 ବର୍ତ୍ତମାନ ତୁମ୍ଭେମାନେ ଠିକ୍ ସେହି ପାପ କରୁଛ! ତୁମ୍ଭେମାନେ ସଦାପ୍ରଭୁଙ୍କ ବିରୁଦ୍ଧାଚରଣ କଲ। ତୁମ୍ଭେମାନେ ତାଙ୍କ ବିରୁଦ୍ଧରେ ବିଦ୍ରୋହ କଲ। ତୁମ୍ଭେମାନେ ଏପରି ବ୍ୟବହାର କାହିଁକି ଦେଖାଉଛ? ଏଥିପାଇଁ ସଦାପ୍ରଭୁ ସମଗ୍ର ଇସ୍ରାଏଲ ସନ୍ତାନଗଣଙ୍କ ଉପରେ କ୍ରୋଧିତ ହେବେ।
19 “‘ଯଦି ତୁମ୍ଭର ଅଧିକାର ଦେଶ ତୁମ୍ଭମାନଙ୍କ ପାଇଁ ଉପାସନା କରିବାକୁ ଅନିଛୁକ ହୁଏ, ତେବେ ତୁମ୍ଭେମାନେ ଆମ୍ଭ ନିକଟକୁ ପଳାଇ ଆସ। ଯେଉଁ ସ୍ଥାନରେ ସଦାପ୍ରଭୁଙ୍କ ଆବାସ ବାସ କରେ ସଦାପ୍ରଭୁଙ୍କର ସେହି ଅଧିକାର ଦେଶକୁ ଆସେ। କିନ୍ତୁ ସଦାପ୍ରଭୁଙ୍କର ବିରୁଦ୍ଧାଚରଣ କର ନାହିଁ। କଦାପି ଅନ୍ୟ ଏକ ଯଜ୍ଞବେଦି ସ୍ଥାପନ କର ନାହିଁ। ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଯେଉଁ ଯଜ୍ଞବେଦି ଅଛି ତା ଛଡ଼ା ଅନ୍ୟ ଯଜ୍ଞବେଦି ନିର୍ମାଣ ନ କର।
20 “‘ମନେରଖ ସେରହର ପୁତ୍ର ଆଖନ୍, ବର୍ଜିତ ବସ୍ତ୍ର ବିଷୟରେ ସତ୍ୟ ଲଂଘନ କରନ୍ତେ ଇସ୍ରାଏଲର ସମସ୍ତ ମଣ୍ଡଳୀକି ସଦାପ୍ରଭୁଙ୍କର କ୍ରୋଧ ପଡ଼ିଲା, କେବଳ ସେହି ଜଣେ ବ୍ୟକ୍ତି ସଦାପ୍ରଭୁଙ୍କର ନିୟମ ଭଙ୍ଗ କଲା, କିନ୍ତୁ ସମସ୍ତ ଇସ୍ରାଏଲଗଣ ତା’ର ଦଣ୍ତ ଭୋଗିଲେ। ଆଖନ୍ କେବଳ ତା’ର ପାପ ପାଇଁ ମଲା। ଏବଂ ତା’ର ପାପ ପାଇଁ ବହୁତ ଲୋକ ମଧ୍ୟ ମୃତ୍ୟୁବରଣ କଲେ।’”
21 ରୁବେନ୍, ଗାଦ୍ ଓ ମନଃଶିର ଅର୍ଦ୍ଧ ପରିବାରବର୍ଗଗଣ ଇସ୍ରାଏଲ ପରିବାରବର୍ଗର ମୂଖ୍ୟମାନଙ୍କୁ ଉତ୍ତର ଦେଇ କହିଲେ, 22 “ପରମେଶ୍ୱର, ସଦାପ୍ରଭୁ ଆମ୍ଭର ପରମେଶ୍ୱର! ସଦାପ୍ରଭୁ ହେଉଛନ୍ତି ଆମ୍ଭର ପରମେଶ୍ୱର। ଏବଂ ସଦାପ୍ରଭୁ ଜାଣନ୍ତି ଆମ୍ଭେ ଏପରି କାହିଁକି କଲୁ। ଆମ୍ଭେମାନେ ମଧ୍ୟ ତୁମ୍ଭକୁ ଜଣାଇ ଦେବାକୁ ଗ୍ଭହୁଁ। ଆମ୍ଭେମାନେ କ’ଣ କରିଛୁ ତୁମ୍ଭେମାନେ ବିଗ୍ଭର କର। ଯଦି ତୁମ୍ଭେ ଏହା ବିଶ୍ୱାସ କର କି ବିଗ୍ଭର କର ଆମ୍ଭେମାନେ କିଛି ଭୁଲ୍ କରିଛୁ, ତେବେ ତୁମ୍ଭେମାନେ ଆମ୍ଭକୁ ହତ୍ୟା କରିପାର। 23 ଯଦି ଆମ୍ଭେ ସଦାପ୍ରଭୁଙ୍କର ନିୟମ ଭଙ୍ଗ କରି ଥାଉ, ତେବେ ସଦାପ୍ରଭୁ ଆମ୍ଭକୁ ସ୍ୱହସ୍ତରେ ଦଣ୍ତ ଦିଅନ୍ତୁ। 24 ତୁମ୍ଭେମାନେ କ’ଣ ବିଶ୍ୱାସ କରୁଛ ଯେ ଆମ୍ଭେମାନେ ଏହି ଯଜ୍ଞବେଦିରେ ହୋମ କି ଭକ୍ଷ୍ୟ ନୈବେଦ୍ୟ କି ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରିବା ପାଇଁ କ’ଣ ତିଆରି କରିଛୁ? ନାଁ ଆମ୍ଭେ ଏଥିପାଇଁ ଏହାକୁ ତିଆରି କରି ନାହୁଁ। ତେବେ କାହିଁକି ଆମ୍ଭେମାନେ ଯଜ୍ଞବେଦି ନିର୍ମାଣ କଲୁ? ଆମ୍ଭେମାନେ ଚିନ୍ତାଶୀଳ ହୋଇ ଓ ବିଗ୍ଭର କରି ଏହା କରିଅଛୁ। ଆସନ୍ତା ସମୟରେ କେଜାଣି ତୁମ୍ଭମାନଙ୍କ ସନ୍ତାନମାନେ ଆମ୍ଭମାନଙ୍କ ସନ୍ତାନମାନଙ୍କୁ କହିବେ, ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ସଙ୍ଗେ କି ସମ୍ପର୍କ। 25 ସଦାପ୍ରଭୁ ଯର୍ଦ୍ଦନ ସେପାରିରେ ଆମ୍ଭକୁ ଭୂମି ଦେଇଛନ୍ତି। ଏହାର ଅର୍ଥ ଯର୍ଦ୍ଦନ ନଦୀ ଆମ୍ଭମାନଙ୍କୁ ଅଲଗା କରିଅଛି। ଆମ୍ଭେମାନେ ଆଶଙ୍କା କରୁଅଛୁ ଯେ ଯେତେବେଳେ ତୁମ୍ଭମାନଙ୍କ ପିଲାମାନେ ବଡ଼ ହୋଇ ଦେଶ ଶାସନ କରିବେ ସେମାନେ ବିଶ୍ୱାସ କରିବେ ନାହିଁ ଯେ ଆମ୍ଭେମାନେ ତୁମ୍ଭର ଲୋକ ବୋଲି। ସେମାନେ ଯେତେବେଳେ ବଡ଼ ହୋଇ ଶାସନ କରିବେ, ସେମାନେ ଆମ୍ଭମାନଙ୍କୁ ଏପରି କହି ବି ପାରନ୍ତି, ‘ତୁମ୍ଭେ, ରୁବେନ୍, ଗାଦ୍, ଆମ୍ଭମାନଙ୍କର ଅଂଶ ନୁହଁ।’ ଏହା ପରେ ତୁମ୍ଭମାନଙ୍କର ସନ୍ତାନମାନେ ଆମ୍ଭମାନଙ୍କ ପିଲାମାନଙ୍କୁ ସେଠାରେ ଉପାସନା କରିବାକୁ ମନା କରି ପାରନ୍ତି।
26 “ତେଣୁ ଆମ୍ଭେମାନେ ନିଷ୍ପତ୍ତି ନେଲୁ ଏକ ଯଜ୍ଞବେଦି ନିର୍ମାଣ କରିବାକୁ। କିନ୍ତୁ ଆମ୍ଭେ ଏହାକୁ ହୋମବଳି ପାଇଁ ତିଆରି କରି ନାହୁଁ। 27 ଏହାର ବାସ୍ତବ କାରଣ ହେଲା, ଆମ୍ଭେମାନେ ଏ ଯଜ୍ଞବେଦି ଆମ୍ଭମାନଙ୍କର ଭବିଷ୍ୟଦ୍ ବଂଶଧରଗଣଙ୍କ ପାଇଁ ତିଆରି କରିଛୁ କାରଣ ସେମାନେ ଏହା ଦେଖିଲା ପରେ ଜାଣି ପାରିବେ ଯେ ତୁମ୍ଭେମାନେ ଯେଉଁ ସଦାପ୍ରଭୁଙ୍କ ଉପାସନା କରୁଅଛ ଆମ୍ଭେମାନେ ମଧ୍ୟ ସେହି ସଦାପ୍ରଭୁଙ୍କୁ ଉପାସନା କରୁଅଛୁ। ଏହି ଯଜ୍ଞବେଦି ତୁମ୍ଭମାନଙ୍କ ପାଇଁ, ଆମ୍ଭମାନଙ୍କ ପାଇଁ ଓ ଆମ୍ଭର ଭବିଷ୍ୟଦ୍ ବଂଶଧରମାନଙ୍କ ପାଇଁ ପ୍ରମାଣ ରହିବ ଯେ, ଆମ୍ଭେମାନେ ସଦାପ୍ରଭୁଙ୍କୁ ଉପାସନା କରୁ। ଆମ୍ଭେ ଶସ୍ୟ ନୈବେଦ୍ୟ, ସହଭାଗିତାର ନୈବେଦ୍ୟ ସଦାପ୍ରଭୁଙ୍କୁ ଉତ୍ସର୍ଗ କରିବୁ। ତେଣୁ ଭବିଷ୍ୟତରେ ତୁମ୍ଭମାନଙ୍କର ପିଲାମାନେ ଆମ୍ଭ ଲୋକମାନଙ୍କୁ କହିବେ ନାହିଁ ଯେ, ତୁମ୍ଭର ସଦାପ୍ରଭୁଙ୍କ ସହିତ କିଛି କରିବାର ନାହିଁ। 28 ଭବିଷ୍ୟତରେ ତୁମ୍ଭମାନଙ୍କର ସନ୍ତାନଗଣ ଏହିପରି କହି ପାରନ୍ତି। ତୁମ୍ଭେମାନେ ଇସ୍ରାଏଲୀୟ ନୁହଁ। ଆମ୍ଭର ସନ୍ତାନଗଣ ହୁଏତ କହିପାରିନ୍ତି, ‘ଦେଖ! ଆମ୍ଭର ପୂର୍ବପୁରୁଷଗଣ ଆମ୍ଭମାନଙ୍କ ପାଇଁ ଏକ ଯଜ୍ଞବେଦି ନିର୍ମାଣ କରିଛନ୍ତି। ସେହି ଯଜ୍ଞବେଦି ଠିକ୍ ସଦାପ୍ରଭୁ ପରମେଶ୍ୱରଙ୍କର ପବିତ୍ର ତମ୍ବୁ ସମ୍ମୁଖସ୍ଥିତ ତାଙ୍କ ଯଜ୍ଞବେଦି ପରି। ଏହି ଯଜ୍ଞବେଦି ହୋମ ଉତ୍ସର୍ଗ ପାଇଁ ବ୍ୟବହାର କରାଯାଏ ନାହିଁ। ଏହା କେବଳ ପ୍ରମାଣ ମାତ୍ର, ଯେ ଆମ୍ଭେମାନେ ମଧ୍ୟ ଇସ୍ରାଏଲର ଏକ ଅଂଶ।’
29 “ବାସ୍ତବରେ ଆମ୍ଭେ କେବେ ସଦାପ୍ରଭୁଙ୍କର ବିରୋଧରେ ଯାଇ ନାହୁଁ। ଆମ୍ଭେମାନେ ମଧ୍ୟ ବର୍ତ୍ତମାନ ସଦାପ୍ରଭୁଙ୍କ ବାକ୍ୟାନୁସାରେ ଚଳୁଅଛୁ। ଆମ୍ଭେ ଏହା ଜାଣୁ ଯେ, ଗୋଟିଏ ମାତ୍ର ପବିତ୍ର ଯଜ୍ଞବେଦି ଅଛି ଯାହାକି ପରମେଶ୍ୱରଙ୍କ ଆବାସ ସମ୍ମୁଖସ୍ଥିତ। ସେହି ଯଜ୍ଞବେଦି ଆମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ୱରଙ୍କର।”
30 ପୀନହସ୍ ଯାଜକ ଏବଂ ତାଙ୍କ ସହିତ ଯାଇଥିବା ମୁଖିଆ, ଏହିପରି କଥା ରୁବେନ୍, ଗାଦ୍ ଓ ମନଃଶିର ବଂଶର ଲୋକମାନଙ୍କଠାରୁ ଶୁଣିଲେ। ସେମାନେ ମଧ୍ୟ ବୁଝିଲେ ଯେ ବାସ୍ତବରେ ସତ କଥା ଏବଂ ଠିକ୍ କଥା କହୁଛନ୍ତି। 31 ତେଣୁ ଯାଜକ ପୀନହସ୍ କହିଲେ, “ବର୍ତ୍ତମାନ ଆମ୍ଭେ ଜାଣିଲୁ ଯେ ସଦାପ୍ରଭୁ ଆମ୍ଭମାନଙ୍କ ସହିତ ଅଛନ୍ତି। ଏବଂ ଆମ୍ଭେ ଜାଣିଲୁ ଯେ ତୁମ୍ଭେମାନେ ସଦାପ୍ରଭୁଙ୍କ ବିରୁଦ୍ଧାଚରଣ କରି ନାହିଁ। ଆମ୍ଭେ ଖୁସୀ ଯେ ସଦାପ୍ରଭୁ ଇସ୍ରାଏଲବାସୀଙ୍କୁ କୌଣସି ଦଣ୍ତ ଦେଇ ନାହାନ୍ତି।”
32 ଏହା ପରେ ପୀନହସ୍ ଏବଂ ସମସ୍ତ ମୂଖିଆମାନେ ସେ ସ୍ଥାନ ପରିତ୍ୟାଗ କରି ଗୃହକୁ ଫେରିଲେ। ସେମାନେ ରୁବେନ୍, ଗାଦ୍ ବଂଶର ଲୋକମାନଙ୍କୁ ସେହି ଗିଲିୟଦରେ ଛାଡ଼ି କିଣାନ ଦେଶକୁ ଫେରି ଆସିଲେ। ସେମାନେ ଇସ୍ରାଏଲର ଲୋକମାନଙ୍କ ନିକଟକୁ ଫେରି ଆସି ଯାହାସବୁ ଘଟିଥିଲା ତାହା ଜଣାଇଲେ। 33 ଇସ୍ରାଏଲର ଲୋକମାନେ ଏ କଥା ଶୁଣି ସନ୍ତୁଷ୍ଟ ହେଲେ। ସେମାନେ ବହୁତ ଖୁସୀ ହେଲେ ଏବଂ ସଦାପ୍ରଭୁଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଲେ। ସେମାନେ ପୁନର୍ବାର ନିଷ୍ପତ୍ତି ନେଲେ, ରୁବେନ୍, ଗାଦ୍ ଓ ମନଃଶିର ବଂଶ ବିରୁଦ୍ଧରେ ଯୁଦ୍ଧ ନ କରିବା ପାଇଁ। ଏବଂ ସେ ସ୍ଥାନକୁ ଧ୍ୱଂସ ନ କରିବା ପାଇଁ ଯେଉଁଠାରେ ରୁବେନ୍, ଗାଦ୍ ଓ ମନଃଶିର ବଂଶର ଲୋକମାନେ ବାସ କରୁଛନ୍ତି।
34 ରୁବେନ୍ ବଂଶଧର ଓ ଗାଦ୍ ବଂଶଧର ସେହି ବେଦିର ନାମ ଦେଲେ, ସାକ୍ଷୀ ଏହାର ଅର୍ଥ “ସଦାପ୍ରଭୁ ଯେ ପରମେଶ୍ୱର ଅଟନ୍ତି, ଆମ୍ଭମାନଙ୍କ ମଧରେ ଏହାର ଏହି ହେଉଛି ସାକ୍ଷୀ।”
ଯିହୋଶୂୟ ଇସ୍ରାଏଲଗଣଙ୍କୁ ଉତ୍ସାହିତ କଲେ
23 ସଦାପ୍ରଭୁ ଇସ୍ରାଏଲବାସୀଙ୍କୁ ତାଙ୍କ ଚତୁର୍ପାର୍ଶ୍ୱରେ ଥିବା ସମସ୍ତ ଶତ୍ରୁଙ୍କଠାରୁ ଶାନ୍ତି ପ୍ରଦାନ କଲେ। ଇସ୍ରାଏଲଙ୍କୁ ନିରାପତ୍ତା ଦେଲେ। ଏହିପରି ବହୁତ ଦିନପରେ ଯିହୋଶୂୟ ବୃଦ୍ଧ ହୋଇଗଲେ। 2 ଏହି ସମୟରେ ସମସ୍ତ ଇସ୍ରାଏଲର ପ୍ରାଚୀନବର୍ଗ, ସେମାନଙ୍କର ପ୍ରଧାନ, ସେମାନଙ୍କର ବିଗ୍ଭରକର୍ତ୍ତା ଓ ଅଧ୍ୟକ୍ଷମାନଙ୍କୁ ଡକାଇ ସେମାନଙ୍କୁ କହିଲେ, “ମୁଁ ବୃଦ୍ଧ ହୋଇଗଲି। 3 ତୁମ୍ଭେମାନେ ଦେଖିଅଛ ସଦାପ୍ରଭୁ ଆମ୍ଭମାନଙ୍କ ଶତ୍ରୁମାନଙ୍କ ପାଇଁ ଯାହା ଯାହା କରିଛନ୍ତି। ସେ ଏପରି କରି ଆମ୍ଭକୁ ସାହାଯ୍ୟ କରିଥିଲେ। ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭମାନଙ୍କ ପାଇଁ ଯୁଦ୍ଧ କରିଥିଲେ। 4 ମୋର ମନେ ଅଛି, ମୁଁ ତୁମ୍ଭମାନଙ୍କୁ ଯର୍ଦ୍ଦନ ନଦୀର ମଧ୍ୟବର୍ତ୍ତୀ ଓ ପଶ୍ଚିମ ଦିଗରେ ମହାସମୁଦ୍ର ପର୍ଯ୍ୟନ୍ତ ଭୂମି ତୁମ୍ଭମାନଙ୍କର ଅଧିକାର ପାଇଁ ଦେଇଅଛି। ଅଧିକୃତ ହୋଇ ନ ଥିବା ଦେଶ ତୁମ୍ଭ ଦ୍ୱାରା ଅଧିକୃତ ହେବ। କିନ୍ତୁ ତୁମ୍ଭେମାନେ ସେଗୁଡ଼ିକ ଏ ପର୍ଯ୍ୟନ୍ତ ନିଜ ଅଧୀନକୁ ଆଣି ପାରି ନାହିଁ। 5 କିନ୍ତୁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କ ସମ୍ମୁଖରୁ ସେଠାରେ ବାସ କରିଥିବା ଲୋକମାନଙ୍କୁ ଘଉଡ଼ାଇ ଦେବେ! ଯାହାଫଳରେ ତୁମ୍ଭେମାନେ ସେମାନଙ୍କର ଦେଶକୁ ନେଇ ପାରିବ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଏପରି କରିବାକୁ ପ୍ରତିଜ୍ଞା କରିଛନ୍ତି।
6 “ତୁମ୍ଭେମାନେ ନିଶ୍ଚିତ ଯତ୍ନଶୀଳ ହେବ ସଦାପ୍ରଭୁଙ୍କର ସେହି ବାକ୍ୟକୁ ମାନିବା ପାଇଁ ଯାହାକି ସଦାପ୍ରଭୁ ଆମ୍ଭମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତୁମ୍ଭେମାନେ ମୋଶାଙ୍କ ଦ୍ୱାରା ଲିଖିତ ନିୟମ ପୁସ୍ତକର ସମସ୍ତ କଥାକୁ ଠିକ୍ ଠିକ୍ ଭାବେ ପାଳନ କରିବ। କେବେ ବି ସେ ନିୟମରୁ ବିଚ୍ୟୁତ ହେବ ନାହିଁ। 7 ଏପରି ମଧ୍ୟ ବହୁତ ଲୋକ ଆମ୍ଭ ସହିତ ବାସ କରୁଛନ୍ତି। ସେମାନେ ଇସ୍ରାଏଲୀୟ ନୁହନ୍ତି। ସେମାନେ, ସେମାନଙ୍କର ନିଜର ପ୍ରଭୁଙ୍କୁ ମାନୁଛନ୍ତି। ସେମାନଙ୍କ ସହିତ ବନ୍ଧୁତା ରଖ ନାହିଁ। ସେମାନଙ୍କ ପ୍ରଭୁଙ୍କର ପୂଜା କର ନାହିଁ। କି ସେମାନଙ୍କର ସେବା କର ନାହିଁ। 8 ତୁମ୍ଭେମାନେ ନିଶ୍ଚିତ ଭାବରେ ସଦାପ୍ରଭୁ ତୁମ୍ଭର ପରମେଶ୍ୱରଙ୍କୁ ଅନୁସରଣ କରିବ। ତୁମ୍ଭେମାନେ ଆଜି ପର୍ଯ୍ୟନ୍ତ ଯେପରି କରି ଆସୁଅଛ।
9 “ସଦାପ୍ରଭୁ ତୁମ୍ଭମାନଙ୍କୁ ବହୁତ ଶକ୍ତିଶାଳୀ ଦେଶମାନଙ୍କୁ ପରାସ୍ତ କରିବା ପାଇଁ ସାହାଯ୍ୟ କଲେ। ସଦାପ୍ରଭୁ ସେମାନଙ୍କୁ ବିତାଡ଼ିତ କରି ଦେଲେ। କୌଣସି ଦେଶ ବର୍ତ୍ତମାନ ସୁଦ୍ଧା ତୁମ୍ଭମାନଙ୍କୁ ପରାସ୍ତ କରିବାକୁ ସମର୍ଥ ହୋଇ ନାହିଁ। 10 ସଦାପ୍ରଭୁଙ୍କ ସହାୟତାରେ ଇସ୍ରାଏଲର ଯେକୌଣସି ଜଣେ ସୈନିକ ଏକ ହଜାର ସୈନିକମାନଙ୍କୁ ପରାସ୍ତ କରି ପାରିବ। କାହିଁକି ଜାଣ? ଯେହେତୁ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ତୁମ୍ଭମାନଙ୍କ ପକ୍ଷରେ ଯୁଦ୍ଧ କରିବେ, ଯେହେତୁ ସେ ପ୍ରତିଜ୍ଞା କରିଥିଲେ। 11 ତୁମ୍ଭେମାନେ ନିଶ୍ଚିତ ଭାବରେ ସଦାପ୍ରଭୁ ତୁମ୍ଭର ପରମେଶ୍ୱରଙ୍କୁ ସର୍ବଦା ପ୍ରେମ କରୁଥିବ।
12 “କଦାପି ସଦାପ୍ରଭୁଙ୍କ ଉପଦେଶରୁ ବିଚ୍ୟୁତ ହୁଅ ନାହିଁ। କଦାପି ଅନ୍ୟମାନଙ୍କ ସହିତ ବନ୍ଧୁ ହୁଅ ନାହିଁ। ଯେଉଁମାନେ କି ଇସ୍ରାଏଲଙ୍କର ଅଂଶ ନୁହନ୍ତି। କୌଣସି ଅନ୍ୟ ବଂଶମାନଙ୍କ ସହିତ ବିବାହ କର ନାହିଁ। ଇସ୍ରାଏଲ ନୁହନ୍ତି କିନ୍ତୁ ଯଦି ତୁମ୍ଭେ ସେମାନଙ୍କର ବନ୍ଧୁ ହୁଅ। 13 ସେହି ସମୟରେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭର ଶତ୍ରୁମାନଙ୍କୁ ପରାସ୍ତ କରିବାରେ ଓ ଘଉଡ଼ାଇ ଦେବାରେ ତୁମ୍ଭର ପକ୍ଷ ହେବେ ନାହିଁ। ଏହି ଲୋକମାନେ ତୁମ୍ଭ ପାଇଁ ଏକ ଫାଶ ପରି ହେବେ। ସେମାନେ ତୁମ୍ଭ ପିଠି ପାଇଁ ଗ୍ଭବୁକ୍ ପରି ଓ ତୁମ୍ଭ ଆଖି ପାଇଁ କଣ୍ଟା ପରି ହେବେ। ଯେପର୍ଯ୍ୟନ୍ତ ତୁମ୍ଭେ ସେହି ଉତ୍ତମ ଦେଶ ଛାଡ଼ିବା ପାଇଁ ବାଧ୍ୟ ନ ହୋଇଛ, ଯାହା ସଦାପ୍ରଭୁ ତୁମ୍ଭଙ୍କୁ ଦେଇଥିଲେ।
14 “ମୋର ମୃତ୍ୟୁ ସମୟ ନିକଟ ହେଲାଣି। ତୁମ୍ଭେମାନେ ଜାଣ ଏବଂ ଭଲ ଭାବରେ ଜାଣ ଯେ, ସଦାପ୍ରଭୁ ତୁମ୍ଭମାନଙ୍କୁ କିପରି ସହାୟତା ଦେଇଛନ୍ତି। ଏବଂ ତୁମ୍ଭ ପାଇଁ କ’ଣ କରିଛନ୍ତି। ସେ ଯାହା କହିଛନ୍ତି ସେ ତାହା ଦେଇଛନ୍ତି। ସଦାପ୍ରଭୁ ତାଙ୍କର ସବୁ ଉତ୍ତମ ପ୍ରତିଜ୍ଞା ପୂରଣ କରିଛନ୍ତି, ଯାହା ସେ ତୁମ୍ଭ ସହିତ ପ୍ରତିଜ୍ଞା କରିଥିଲେ। ଆମ୍ଭକୁ ସବୁ ଦେଇଛନ୍ତି ସେ ଯାହାସବୁ ଆମ୍ଭ ସହିତ ପ୍ରତିଜ୍ଞା କରିଛନ୍ତି। 15 ସଦାପ୍ରଭୁ ପରମେଶ୍ୱର ଯେଉଁସବୁ ପ୍ରତିଜ୍ଞା ଆମ୍ଭ ସହିତ କରିଥିଲେ, ତାହା ସବୁ ଏବେ ସଫଳ ହେଉଛି। କିନ୍ତୁ ଠିକ୍ ସେହିପରି ସଦାପ୍ରଭୁ ଅନ୍ୟ ଯେଉଁ ପ୍ରତିଜ୍ଞା କରିଥିଲେ, ତାହା ସତ୍ୟ ହେବାକୁ ଯାଉଛି। ସେ ପ୍ରତିଜ୍ଞା କରିଛନ୍ତି ଯଦି ତୁମ୍ଭେ ଭୁଲ୍ କର, ତେବେ ତୁମ୍ଭ ପ୍ରତି ସବୁ ମନ୍ଦଫଳ ଘଟିବ। ସେ ଦେଇଥିବା ଉତ୍ତମ ଦେଶରୁ ତୁମ୍ଭକୁ ଦୂରକୁ ନେଇଯିବେ। 16 ଏହିପରି ଭାବରେ ଘଟିବ ଯଦି ତୁମ୍ଭେ ତୁମ୍ଭର ସଦାପ୍ରଭୁ ପରମେଶ୍ୱରଙ୍କର ସଙ୍ଗରେ କରିଥିବା ଚୁକ୍ତିର ଖିଲାପ କର। ତୁମ୍ଭେ ପାଇଥିବା ସମସ୍ତ ଭୂମି ହରାଇବ ଯଦି ତୁମ୍ଭେ ଅନ୍ୟ ଲୋକମାନଙ୍କର ପ୍ରଭୁଙ୍କୁ ଉପାସନା କର ବା ଅନ୍ୟ ଦେବତାମାନଙ୍କୁ ସେବା କର, ତେବେ ସଦାପ୍ରଭୁ ତୁମ୍ଭମାନଙ୍କ ଉପରେ କୋପଦୃଷ୍ଟି ପକାଇବେ। ଏହା ପରେ ତୁମ୍ଭକୁ ସଦାପ୍ରଭୁ ଦେଇଥିବା ଭଲ ଭୂମିକୁ ହରାଇବାକୁ ପଡ଼ିବ।”
ଯିହୋଶୂୟ ବିଦାୟ ନେଲେ
24 ଯିହୋଶୂୟ ଇସ୍ରାଏଲ ବଂଶଗଣକୁ ଶିଖିମଠାରେ ଏକତ୍ରିତ କଲେ। ଏହା ପରେ ଯିହୋଶୂୟ ସମସ୍ତ ପ୍ରାଚୀନବର୍ଗ, ସେମାନଙ୍କର ପ୍ରାଚୀନମାନଙ୍କୁ ସେମାନଙ୍କର ବିଗ୍ଭରକର୍ତ୍ତାଗଣଙ୍କୁ ଏବଂ ସମସ୍ତ ଅଧ୍ୟକ୍ଷମାନଙ୍କୁ ଡକାଇ ସଦାପ୍ରଭୁଙ୍କ ସମ୍ମୁଖରେ ଏକତ୍ରିତ କରାଇଲେ।
2 ଏହା ପରେ ଯିହୋଶୂୟ ସମସ୍ତ ଲୋକମାନଙ୍କୁ କହିଲେ, “ମୁଁ ତୁମ୍ଭକୁ ଯାହା କହୁଅଛି, ତାହା ସଦାପ୍ରଭୁ ଇସ୍ରାଏଲ ପରମେଶ୍ୱର କହିଛନ୍ତି, ତୁମ୍ଭମାନଙ୍କୁ। ବହୁ ଦିନ ପୂର୍ବରୁ ତୁମ୍ଭମାନଙ୍କର ପୂର୍ବପୁରୁଷ ଅବ୍ରହାମ ଓ ନାହୋରର ପିତା ତେରହ ପ୍ରଭୃତି ଇଉଫ୍ରେଟିସ୍ ନଦୀ ସେପାରିରେ ଅନ୍ୟ ଦେବତାମାନଙ୍କୁ ସେବା କରୁଥିଲେ। 3 କିନ୍ତୁ ମୁଁ ସଦାପ୍ରଭୁ ତୁମ୍ଭର ପୂର୍ବପୁରୁଷ ଅବ୍ରହାମଙ୍କୁ ସେ ଭୂମିରୁ ଆଣି ନଦୀ ଏପାରିରେ ରଖିଲି। ମୁଁ ତାଙ୍କୁ କିଣାନ ଦେଶର ସବୁଆଡ଼େ ଆଗେଇ ନେଲି, ଏବଂ ତା’ର ବଂଶକୁ ବହୁ ସନ୍ତାନ ଦେଲି। ଏବଂ ତାକୁ ମଧ୍ୟ ଏକ ପୁତ୍ର ଦେଲି ଯାହାର ନାମ ଇସ୍ହାକ। 4 ଏବଂ ଇସ୍ହାକକୁ ଦୁଇଟି ପୁତ୍ର ଦେଲି, ସେମାନେ ହେଲେ, ଯାକୁବ ଓ ଏଷୌ। ଏବଂ ଏଷୌକୁ ସେୟୀର ପର୍ବତ ଓ ତା’ର ପାର୍ଶ୍ୱବର୍ତ୍ତୀ ଭୂମି ଦେଲି। ଯାକୁବ ଏବଂ ତାଙ୍କର ସନ୍ତାନମାନେ ସେଠାରେ ବାସ କଲେ ନାହିଁ। ସେମାନେ ବାସ କରିବାକୁ ମିଶରକୁ ପଳାଇ ଗଲେ।
5 “‘ଏହା ପରେ ମୁଁ, ମୋଶା ଓ ହାରୋଣକୁ ସେହି ସ୍ଥାନକୁ ପଠାଇଲି। ଆଉ ମୁଁ ଗ୍ଭହିଁଥିଲି ମୋର ଲୋକମାନଙ୍କୁ ମିଶରରୁ ଫେରାଇ ଆଣିବା ପାଇଁ। ମିଶର ମଧ୍ୟରେ ଶକ୍ତିଶାଳୀ କାର୍ଯ୍ୟ କରି ମୁଁ ସେମାନଙ୍କୁ ପୀଡ଼ା ଦେଲି। ଏହା ପରେ ମୁଁ ତୁମ୍ଭମାନଙ୍କର ଲୋକମାନଙ୍କୁ ମିଶରରୁ ବାହାର କରି ଆଣିଲି। 6 ଏହିପରି ଭାବରେ ମୁଁ ତୁମ୍ଭର ପୂର୍ବପୁରୁଷଗଣଙ୍କୁ ମିଶରରୁ ନେଇ ଆସିଲି। ମିଶରୀୟମାନେ ରଥ ଓ ରଥାରୋହୀ ସହିତ ସୂଫସାଗର ପର୍ଯ୍ୟନ୍ତ ତୁମ୍ଭ ପୂର୍ବପୁରୁଷମାନଙ୍କ ପଛେ ପଛେ ଗୋଡ଼ାଇ ଆସିଥିଲେ। ମିଶରୀୟ ରଥାରୋହୀ ଓ ଅଶ୍ୱାରୋହୀ ମଧ୍ୟ ଥିଲେ। 7 ତେଣୁ ଲୋକମାନେ ମୋତେ ପ୍ରାର୍ଥନା କଲେ, ‘ହେ ପ୍ରଭୁ, ଆମ୍ଭକୁ ସାହାଯ୍ୟ କର।’ ମୁଁ ମିଶରୀୟମାନଙ୍କ ପାଇଁ ବହୁ ଅସୁବିଧା କରାଇଲି । ଏବଂ ମିଶରୀୟମାନଙ୍କ ଉପରେ ସମୁଦ୍ରକୁ ଆଚ୍ଛନ୍ନ କରାଇଲି। ତୁମ୍ଭେମାନେ ଦେଖିଅଛ, ମୁଁ ମିଶରୀୟ ସୈନ୍ୟମାନଙ୍କୁ କି ଅବସ୍ଥା କରିଛି।
ଏହା ପରେ ତୁମ୍ଭେମାନେ ସେହି ମରୁ ଅଞ୍ଚଳରେ ଦୀର୍ଘଦିନ ଧରି ବାସ କଲ। 8 ଏହା ପରେ ମୁଁ ତୁମ୍ଭମାନଙ୍କୁ ଯର୍ଦ୍ଦନ ନଦୀର ପୂର୍ବପାର୍ଶ୍ୱରେ ବାସ କରୁଥିବା ଇମୋରୀୟମାନଙ୍କର ଦେଶକୁ ଆଣିଲି। ଏହା ପରେ ସେମାନେ ତୁମ୍ଭମାନଙ୍କ ବିରୁଦ୍ଧରେ ଯୁଦ୍ଧ କଲେ। ତେଣୁ ମୁଁ ସେମାନଙ୍କୁ ତୁମ୍ଭ ହସ୍ତରେ ସମର୍ପଣ କଲି। ଏହିପରି ତୁମ୍ଭେ ସେମାନଙ୍କର ଦେଶକୁ ଅଧିକାର କଲ। ଏବଂ ସେମାନଙ୍କୁ ବିନାଶ କଲ।
9 “‘ଏହା ପରେ ସିପ୍ପୋରର ପୁତ୍ର ବାଲାକ୍ ଯେ କି ମୋୟାବର ରାଜା ଥିଲା ସେ ପ୍ରସ୍ତୁତ ହେଲା। ଇସ୍ରାଏଲଙ୍କ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ତାଙ୍କର ରାଜା ବିୟୋର ପୁତ୍ର ବିଲିୟମକୁ ପଠାଇଲା। ସେ ତୁମ୍ଭମାନଙ୍କୁ ଶାପ ଦେବା ପାଇଁ ବିଲିୟମକୁ ପଠାଇଲା। 10 କିନ୍ତୁ ମୁଁ ସଦାପ୍ରଭୁ ବିଲିୟମର କଥାକୁ ଧ୍ୟାନ ଦେଲି ନାହିଁ। ସେ ତୁମ୍ଭକୁ ବହୁବାର ଆଶୀର୍ବାଦ କଲା। ଏବଂ ମୁଁ ତୁମ୍ଭକୁ ତା’ର ଶକ୍ତି କବଳରୁ ରକ୍ଷା କଲି।
11 “‘ଏହା ପରେ ତୁମ୍ଭେମାନେ ଯର୍ଦ୍ଦନ ପାର ହୋଇ ଯିରୀହୋକୁ ଗଲ। ଯିରୀହୋ ନଗରର ଲୋକମାନେ ତୁମ୍ଭମାନଙ୍କ ବିରୁଦ୍ଧରେ ଯୁଦ୍ଧ କଲେ। ଏବଂ ତୁମ୍ଭେମାନେ ମଧ୍ୟ ଇମୋରୀୟ, ପିରିଷୀୟ, କିଣାନୀୟ, ହିତ୍ତୀୟ, ଗିର୍ଗାଶୀୟ, ହିବ୍ବୀୟ ଓ ଯିବୂଷୀୟମାନେ ତୁମ୍ଭ ବିରୁଦ୍ଧରେ ଯୁଦ୍ଧ କଲେ ଏବଂ ମୁଁ ସେମାନଙ୍କୁ ତୁମ୍ଭମାନଙ୍କ ହାତରେ ସମର୍ପଣ କଲି। 12 ଯେତେବେଳେ ତୁମ୍ଭର ସୈନ୍ୟମାନେ ଆଗେଇ ଗ୍ଭଲିଲେ, ମୁଁ ସେମାନଙ୍କ ଆଗେ ଆଗେ ବିରୁଡ଼ି [a] ମାନଙ୍କୁ ପଠାଇଲି। ସେହି ବିରୁଡ଼ିମାନେ ସେମାନଙ୍କୁ ସେଠାରୁ ତଡ଼ି ଦେଲେ ଓ ସେହି ଦୁଇଜଣ ଇମୋରୀୟ ରାଜାଙ୍କୁ ତୁମ୍ଭମାନଙ୍କ ସମ୍ମୁଖରୁ ତଡ଼ି ଦେଲେ। ଯେପରିକି ତୁମ୍ଭର ଖଣ୍ତା କିମ୍ବା ଧନୁର ବ୍ୟବହାର ନ କରି ତୁମ୍ଭେମାନେ ଜିତିଗଲ ଓ ସେମାନଙ୍କର ଦେଶକୁ ଅଧିକାର କଲ।
13 “‘ମୁଁ ସଦାପ୍ରଭୁ ସେହି ଦେଶକୁ ତୁମ୍ଭକୁ ଦେଲି। ତୁମ୍ଭେମାନେ ଏ ଦେଶ ପାଇବା ପାଇଁ କିଛି ପରିଶ୍ରମ କରି ନାହଁ। ମୁଁ ତୁମ୍ଭକୁ ଯେଉଁ ସହର ଦେଲି ତାକୁ ତୁମ୍ଭେ ତିଆରି କରି ନ ଥିଲ। ମୁଁ ଏଗୁଡ଼ିକୁ ତୁମ୍ଭକୁ ଦେଲି। ଏବଂ ତୁମ୍ଭେମାନେ ସେହି ଦେଶ ଓ ସହରରେ ବାସ କରୁଛ। ସେଗୁଡ଼ିକ ମୁଁ ଦେଇଅଛି। ତୁମ୍ଭେମାନେ ଯେଉଁ ଦ୍ରାକ୍ଷାକ୍ଷେତ୍ର ଓ ଜୀତକ୍ଷେତ୍ର ରୋପଣ କରି ନ ଥିଲ ତାହା ତୁମ୍ଭେମାନେ ଭୋଗ କରୁଅଛ।’”
14 ଏହା ପରେ ଯିହୋଶୂୟ ଲୋକମାନଙ୍କୁ କହିଲେ, “ବର୍ତ୍ତମାନ ତୁମ୍ଭେ ସଦାପ୍ରଭୁଙ୍କର ବାକ୍ୟ ଶୁଣିଲ। ତେଣୁ ତୁମ୍ଭେ ସଦାପ୍ରଭୁଙ୍କୁ ଅନ୍ତରର ସହକାରେ ସେବା କର ଓ ସମ୍ମାନ ଦିଅ। ତୁମ୍ଭମାନଙ୍କର ପୂର୍ବପୁରୁଷ ମିଶରରେ ଥିବା ବେଳେ ସେବା କରୁଥିବା ଦେବତାଗଣଙ୍କୁ ଫରାତ୍ ନଦୀର ଅପର ପାର୍ଶ୍ୱକୁ ଫିଙ୍ଗିଦିଅ। ଏବଂ ବିନା ଦ୍ୱିଧାରେ ଏହି ସଦାପ୍ରଭୁଙ୍କୁ ସେବା କର।
15 “ଯଦି ସଦାପ୍ରଭୁଙ୍କ ସେବା ତୁମ୍ଭ ଦୃଷ୍ଟିରେ ମନ୍ଦ ଦିଶେ। ତେବେ ତୁମ୍ଭେମାନେ କାହାର ସେବା କରିବ ଆଜି ମନୋନୀତ କର। ତୁମ୍ଭମାନଙ୍କୁ ଆଜି ନିଷ୍ପତ୍ତି ନେବାକୁ ପଡ଼ିବ ଯେ ତୁମ୍ଭେ କାହାର ସେବା କରିବ। ତୁମ୍ଭେ କ’ଣ ତୁମ୍ଭ ପୂର୍ବପୁରୁଷଗଣର ଇଉଫ୍ରେଟିସ୍ ନଦୀ ସେପାରୀରେ ଥିବା ଦେବତାଗଣଙ୍କୁ ପୂଜା କରିବ? କିମ୍ବା ସେହି ଦେଶରେ ବାସ କରିଥିବା ଇମୋରୀୟମାନଙ୍କର ଦେବତାଙ୍କୁ ପୂଜା କରିବ? ତୁମ୍ଭେମାନେ ତୁମ୍ଭମାନଙ୍କ ପାଇଁ ଆଜି ଏହାର ନିଷ୍ପତ୍ତି ନିଅ। କିନ୍ତୁ ମୁଁ ଓ ମୋର ପରିବାରବର୍ଗ ସେହି ସଦାପ୍ରଭୁ ପରମେଶ୍ୱରଙ୍କୁ ସେବା କରିବୁ!”
16 ଏହା ପରେ ସେହି ଲୋକମାନେ ଉତ୍ତର ଦେଲେ, “ଆମ୍ଭେମାନେ କେବେ ସଦାପ୍ରଭୁଙ୍କ ଅନୁସରଣରୁ ବିଚ୍ୟୁତ ହେବୁ ନାହିଁ। ଆମ୍ଭେମାନେ କଦାପି ଅନ୍ୟ ଦେବତାମାନଙ୍କୁ ପୂଜା କରିବୁ ନାହିଁ। 17 ଆମ୍ଭେମାନେ ଜାଣୁ ସଦାପ୍ରଭୁ ପରମେଶ୍ୱର ଆମ୍ଭମାନଙ୍କର ପୂର୍ବପୁରୁଷମାନଙ୍କୁ ମିଶରରୁ ଆଣିଥିଲେ। ଆମ୍ଭେମାନେ ସେଠାରେ କ୍ରୀତଦାସ ଥିଲୁ। କିନ୍ତୁ ସଦାପ୍ରଭୁ ଆମ୍ଭମାନଙ୍କ ଆଖି ଆଗରେ ସେଠାରେ ଏକ ଅଦ୍ଭୂତ କାର୍ଯ୍ୟ କରିଛନ୍ତି। ସଦାପ୍ରଭୁ ପରମେଶ୍ୱର ଆମ୍ଭମାନଙ୍କୁ ସେ ଦେଶରୁ ଆଣିଛନ୍ତି ଓ ଆମ୍ଭେମାନେ ଯେତେବେଳେ ଅନ୍ୟ ଦେଶକୁ ଗଲୁ, ଆମ୍ଭକୁ ବିପଦରୁ ସୁରକ୍ଷା ପ୍ରଦାନ କରିଛନ୍ତି। 18 ସଦାପ୍ରଭୁ ଆମ୍ଭମାନଙ୍କୁ ସହାୟ ହେଲେ, ସେମାନଙ୍କୁ ପରାସ୍ତ କରିବା ପାଇଁ, ଯେଉଁମାନେ ଏହି ଦେଶରେ ବାସ କରୁଥିଲେ। ସଦାପ୍ରଭୁ ଏହି ଦେଶନିବାସୀ ଇମୋରୀୟମାନଙ୍କୁ ମଧ୍ୟ ପରାସ୍ତ କରିଛନ୍ତି, ଯେଉଁଠାରେ ଆମ୍ଭେ ବର୍ତ୍ତମାନ ବାସ କରୁଅଛୁ। ତେଣୁ ଆମ୍ଭେ ସଦାପ୍ରଭୁଙ୍କୁ ସେବା କରିବା ଉଚିତ୍, ଯେହେତୁ ସେ ହେଉଛନ୍ତି ଆମ୍ଭର ସଦାପ୍ରଭୁ ପରମେଶ୍ୱର।”
19 ଏହା ପରେ ଯିହୋଶୂୟ ଲୋକମାନଙ୍କୁ କହିଲେ, “ଏହା ସତ୍ୟ ନୁହେଁ, ତୁମ୍ଭେମାନେ ସଦାପ୍ରଭୁଙ୍କର ସେବା କରିବାକୁ ସକ୍ଷମ ହେବ ନାହିଁ। କାରଣ ସଦାପ୍ରଭୁ ପରମେଶ୍ୱର ପବିତ୍ର। ଅନ୍ୟ ଦେବତାର ସେବା କଲେ ପରମେଶ୍ୱର ତାଙ୍କର ଲୋକମାଲଙ୍କୁ ଘୃଣା କରନ୍ତି। ସଦାପ୍ରଭୁ ତୁମ୍ଭକୁ କ୍ଷମା କରିବେ ନାହିଁ, ଯଦି ତୁମ୍ଭେମାନେ ଏହିପରି ଭାବରେ ତାଙ୍କର ବିରୁଦ୍ଧାଚରଣ କର। 20 ତୁମ୍ଭେମାନେ ଯଦି ସଦାପ୍ରଭୁଙ୍କୁ ପରିତ୍ୟାଗ କରି ବିଦେଶୀୟ ଦେବତାମାନଙ୍କୁ ସେବା କର, ତେବେ ସଦାପ୍ରଭୁ ତୁମ୍ଭର ଅମଙ୍ଗଳ କରିବେ। ସେ ତୁମ୍ଭର ମଙ୍ଗଳ କରିଥିଲେ ହେଁ ସେ ତୁମ୍ଭକୁ ସଂହାର କରିବେ।”
21 କିନ୍ତୁ ସେହି ଲୋକମାନେ ଯିହୋଶୂୟଙ୍କୁ କହିଲେ, “ନା, ଆମ୍ଭେମାନେ ସଦାପ୍ରଭୁଙ୍କୁ ହିଁ ସେବା କରିବୁ।”
22 ଏହା ପରେ ଯିହୋଶୂୟ ଲୋକମାନଙ୍କୁ କହିଲେ, “ତୁମ୍ଭେ ନିଜ ପାଇଁ ନିଜେ ସାକ୍ଷୀ କି? ତୁମ୍ଭେ ସଦାପ୍ରଭୁଙ୍କ ସେବା ଉପାସନା କରୁଛ ବୋଲି?”
ଲୋକମାନେ ଉତ୍ତର ଦେଇ କହିଲେ, “ହଁ, ଏହା ସତ୍ୟ। ଆମ୍ଭେ ସମସ୍ତେ ଏହାର ସାକ୍ଷୀ ରହିଲୁ। ଆମ୍ଭେମାନେ ସଦାପ୍ରଭୁଙ୍କର ଉପାସନା କରିବୁ।”
23 ଏହା ପରେ ଯିହୋଶୂୟ କହିଲେ, “ତୁମ୍ଭମାନଙ୍କ ମଧ୍ୟରେ ଥିବା ଭଣ୍ତ ଦେବତାମାନଙ୍କୁ ଫୋପାଡ଼ି ଦିଅ ଏବଂ ଇସ୍ରାଏଲର ସଦାପ୍ରଭୁ ପରମେଶ୍ୱରଙ୍କୁ ଉପାସନା କର।”
24 ଏହା ପରେ ଲୋକମାନେ ଯିହୋଶୂୟଙ୍କୁ କହିଲେ, “ଆମ୍ଭେମାନେ ସଦାପ୍ରଭୁ ପରମେଶ୍ୱରଙ୍କୁ ଉପାସନା କରିବୁ। ଆମ୍ଭେ ସଦାପ୍ରଭୁଙ୍କର ବାକ୍ୟ ମାନି ଚଳିବୁ।”
25 ତେଣୁ ସେହି ଦିନ ଯିହୋଶୂୟ ସେହି ଲୋକମାନଙ୍କ ସହିତ ଏକ ଚୁକ୍ତି କଲେ। ଯିହୋଶୂୟ ଏହି ଚୁକ୍ତିନାମା ଶିଖିମ୍ ସହରରେ କଲେ। ଏହା ସେମାନଙ୍କ ପାଇଁ ଅନୁସରଣ କରିବାର ଏକ ନିୟମ ସ୍ୱରୂପ ହେଲା। 26 ଯିହୋଶୂୟ ଏହାକୁ ଲେଖି ରଖିଲେ, ସଦାପ୍ରଭୁଙ୍କ ନିୟମ ପୁସ୍ତକରେ ଏବଂ ଏକ ବୃହତ୍ତ ପ୍ରସ୍ତର ନେଇ ସଦାପ୍ରଭୁଙ୍କ ପବିତ୍ର ଆବାସର ନିକଟବର୍ତ୍ତୀ ଅଲୋନବୃକ୍ଷମୂଳେ ସ୍ଥାପନ କଲେ।
27 ଏହା ପରେ ଯିହୋଶୂୟ ଲୋକମାନଙ୍କୁ କହିଲେ, “ଏହି ପ୍ରସ୍ତର ଆମ୍ଭମାନଙ୍କ ପ୍ରତିକୂଳରେ ସାକ୍ଷୀ ହେବ। କାରଣ ସଦାପ୍ରଭୁ ଆମ୍ଭମାନଙ୍କୁ ଯେଉଁସବୁ କଥା କହିଥିଲେ, ପ୍ରତ୍ୟେକ କଥାକୁ ଏହା ଶୁଣି ଅଛି। ତେଣୁ ଏହା ସାକ୍ଷୀ ହୋଇ ଠିଆ ହେବ, ଯାହା ଫଳରେ ତୁମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କର ବିରୁଦ୍ଧରେ ଯାଅ ନାହିଁ।”
28 ଏହା ପରେ ଯିହୋଶୂୟ ଉପସ୍ଥିତ ସମସ୍ତ ଲୋକମାନଙ୍କୁ ଗୃହକୁ ଫେରିଯିବା ପାଇଁ କହିଲେ। ତେଣୁ ପ୍ରତ୍ୟେକ ଲୋକ ନିଜ ନିଜ ଦେଶକୁ ଫେରିଗଲେ।
ଯିହୋଶୂୟଙ୍କର ମୃତ୍ୟୁ
29 ଏହା ପରେ ନୂନର ପୁତ୍ର, ସଦାପ୍ରଭୁଙ୍କର ସେବକ ଯିହୋଶୂୟଙ୍କର ମୃତ୍ୟୁ ହେଲା। ତାଙ୍କୁ ସେତେବେଳେ 110 ବର୍ଷ ହୋଇଥିଲା। 30 ଏହା ପରେ ଲୋକମାନେ ଗାଶ୍ ପର୍ବତର ଉତ୍ତର ପାର୍ଶ୍ୱରେ ଇଫ୍ରୟିମର ପର୍ବତମୟ ଦେଶସ୍ଥ ତିମ୍ନାତ୍-ସେରହରେ ତାଙ୍କର ନିଜର ଜମି ମଧ୍ୟରେ ତାଙ୍କୁ କବର ଦେଲେ।
31 ଇସ୍ରାଏଲୀୟମାନେ ସଦାପ୍ରଭୁଙ୍କୁ ଉପାସନା କରିଥିଲେ, ତାଙ୍କର ମୃତ୍ୟୁପରେ ମଧ୍ୟ ସେମାନେ ସଦାପ୍ରଭୁଙ୍କର ଉପାସନା କଲେ। ସେମାନଙ୍କର ବୟୋଜ୍ୟେଷ୍ଠଗଣ ବଞ୍ଚିଥିଲା ଯାଏ ସେମାନେ ସଦାପ୍ରଭୁଙ୍କର ଉପାସନା କରିବା ଜାରି ରଖିଲେ। ଏହି ମୂଖିଆମାନେ ଦେଖିଥିଲେ ସଦାପ୍ରଭୁ ଇସ୍ରାଏଲକୁ ଯାହା କରିଥିଲେ।
ଯୋଷେଫଙ୍କର ଗୃହକୁ ପ୍ରତ୍ୟାବର୍ତ୍ତନ
32 ଯେତେବେଳେ ଇସ୍ରାଏଲବାସୀମାନେ ମିଶରକୁ ପରିତ୍ୟାଗ କଲେ। ସେତେବେଳେ ଯୋଷେଫଙ୍କ ଅସ୍ଥିସବୁ ତାଙ୍କ ସହିତ ନେଇ ଆସିଥିଲେ। ତେଣୁ ଲୋକମାନେ ଯୋଷେଫଙ୍କର ସେହି ଅସ୍ଥିକୁ ଶିଖିମଠାରେ କବର ଦେଲେ। ସେମାନେ ତାଙ୍କର ଅସ୍ଥିକୁ ସେହି ଭୂମିରେ କବର ଦେଲେ, ଯେଉଁ ସ୍ଥାନ ଶିଖିମର ପିତା ହାମୋରସନ୍ତାନମାନଙ୍କଠାରୁ କ୍ରୟ କରିଥିଲେ। ଯାକୁବ ସେହି ଭୂମିକୁ ଏକ ଶହ ରୌପ୍ୟ ମୁଦ୍ରାରେ କ୍ରୟ କରିଥିଲେ। ଏହି ଭୂମି ଯୋଷେଫଙ୍କର ସନ୍ତାନମାନଙ୍କ ଅଧିକାରରେ ରହିଲା।
33 ହାରୋଣର ପୁତ୍ର, ଇଲିୟାସର ମଲେ, ଓ ଇଫ୍ରୟିମର ପାର୍ବତ୍ୟମୟ ଦେଶର ଗିବିୟାଠାରେ ତାଙ୍କୁ କବର ଦିଆଗଲା। ତାଙ୍କର ପୁତ୍ର ପୀନହସ୍କୁ ଗିବିୟୋନ ଦିଆଗଲା।
ବାପ୍ତିଜକ ଯୋହନଙ୍କ ପ୍ରଗ୍ଭର(A)
3 ତିବିରିଅ କାଇସରଙ୍କ ରାଜତ୍ୱର ପନ୍ଦରତମ ବର୍ଷ ସମୟର କଥା।
ଯିହୂଦା ପ୍ରଦେଶର ଶାସକ ପନ୍ତିୟ ପୀଲାତ,
ଗାଲିଲୀର ଶାସକ ହେରୋଦ, ଇତୂରିୟା
ଓ ତ୍ରାଖୋନୀତି ପ୍ରଦେଶର ଶାସକ ହେରୋଦର ଭାଇ ଫିଲିପ୍ପ ଓ ଅବିଲୀନୀର ଶାସକ ଲୂସାନିୟା,
ଏ ସମସ୍ତେ କାଇସରଙ୍କ ଅଧୀନରେ ଥିଲେ।
2 ହାନାନ ଓ କୟାଫା ମହାଯାଜକ ଥିଲେ। ସେହି ସମୟରେ ଜିଖରିୟଙ୍କ ପୁଅ ଯୋହନଙ୍କ ପାଖକୁ ପରମେଶ୍ୱରଙ୍କର ଗୋଟିଏ ଆଜ୍ଞା ଆସିଲା। ଯୋହନ ମରୁଭୂମିରେ ବାସ କରୁଥିଲେ। 3 ଯୋହନ ଯର୍ଦ୍ଦନ ନଦୀର ଗ୍ଭରିପାଖଯାକ ସବୁଅଞ୍ଚଳରେ ବୁଲି ବୁଲି ଲୋକମାନଙ୍କ ନିକଟରେ ପ୍ରଗ୍ଭର କଲେ ଯେ, ସେମାନେ ନିଜର ହୃଦୟ ଓ ଜୀବନ ପରିବର୍ତ୍ତନ କରନ୍ତୁ ଓ ବାପ୍ତିଜିତ ହୁଅନ୍ତୁ, ତାହାହେଲେ ସେମାନଙ୍କର ପାପଗୁଡ଼ିକୁ କ୍ଷମା କରି ଦିଆଯିବ। 4 ଏହା ଭବିଷ୍ୟଦ୍ବକ୍ତା ଯିଶାଇୟଙ୍କ ବାକ୍ୟ ସମ୍ବଳିତ ପୁସ୍ତକରେ ଲେଖାଥିବା କଥା ଥିଲା। ସେଥିରେ ଲେଖାଥିଲା:
“ମରୁଭୂମିରେ ଜଣେ ଲୋକ ପାଟି କରି କହୁଛି:
‘ପ୍ରଭୁଙ୍କ ମାର୍ଗ ପ୍ରସ୍ତୁତ କର।
ତାହାଙ୍କ ବାଟ ସଳଖ କର।
5 ପ୍ରତ୍ୟେକ ଉପତ୍ୟକା ପୂର୍ଣ୍ଣ କରି ଦିଆଯିବ।
ପ୍ରତ୍ୟେକ ପର୍ବତ ଓ ପାହାଡ଼ ସମତଳ ହୋଇଯିବ।
ବଙ୍କା ରାସ୍ତା ସବୁ ସିଧା କରି ଦିଆଯିବ
ଓ ଖାଲଢ଼ିପ ରାସ୍ତା ସବୁ ସମତଳ କରି ଦିଆଯିବ।
6 ପ୍ରତ୍ୟେକ ଲୋକ ପରମେଶ୍ୱରଙ୍କ
ପରିତ୍ରାଣ ବିଷୟରେ ଜାଣିବେ।’”(B)
7 ଯୋହନଙ୍କ ନିକଟକୁ ବାପ୍ତିଜିତ ହେବା ପାଇଁ ଲୋକମାନେ ଆସିଲେ। ଯୋହନ ସେମାନଙ୍କୁ କହିଲେ, “ତୁମ୍ଭେମାନେ ବିଷଧର ସାପ ଭଳି। ପରମେଶ୍ୱରଙ୍କ ଆସୁଥିବା ମହା କ୍ରୋଧରୁ ଖସି ପଳାଇବା ପାଇଁ କିଏ ତୁମ୍ଭମାନଙ୍କୁ ଚେତାଇ ଦେଲା? 8 ତୁମ୍ଭେମାନେ ପ୍ରକୃତରେ ନିଜ ହୃଦୟ ଓ ଜୀବନ ପରିବର୍ତ୍ତନ କରିଛ ବୋଲି ତୁମ୍ଭମାନଙ୍କୁ ନିଜ କାର୍ଯ୍ୟ ଦ୍ୱାରା ପ୍ରମାଣିତ କରିବାକୁ ହେବ। ଗର୍ବ କରି କୁହ ନାହିଁ ଯେ ‘ଅବ୍ରହାମ ଆମ୍ଭମାନଙ୍କର ପିତା।’ ମୁଁ ତୁମ୍ଭମାନଙ୍କୁ କହୁଛି ଯେ, ପରମେଶ୍ୱର ଅବ୍ରହାମଙ୍କ ପାଇଁ ଏହି ପଥରଗୁଡ଼ିକରୁ ମଧ୍ୟ ସନ୍ତାନ ସୃଷ୍ଟି କରିପାରନ୍ତି। 9 ଗଛ ମୂଳରେ କୁହ୍ରାଡ଼ି ରଖାଯାଇ ସାରିଲାଣି ଏବଂ ଯେଉଁ ଗଛ ଭଲ ଫଳ ଦେଇପାରୁ ନାହିଁ, ସେହି ପ୍ରତ୍ୟେକ ଗଛକୁ କାଟି ଦିଆଯିବ ଏବଂ ନିଆଁରେ ଫିଙ୍ଗି ଦିଆଯିବ।”
10 ଲୋକମାନେ ତାହାଙ୍କୁ ପଗ୍ଭରିଲେ, “ତେବେ ଆମ୍ଭେମାନେ କ’ଣ କରିବୁ?”
11 ଯୋହନ ସେମାନଙ୍କୁ ଉତ୍ତର ଦେଲେ, “ଯଦି ତୁମ୍ଭ ପାଖରେ ଦୁଇଟି କୁର୍ତ୍ତା ଅଛି ତେବେ ସେଥିରୁ ଗୋଟିଏ କୁର୍ତ୍ତା ଯାହାର ନାହିଁ ତାହାକୁ ଦିଅ। ଯଦି ତୁମ୍ଭ ପାଖରେ ଖାଦ୍ୟ ଅଛି ତେବେ ତାହାକୁ ମଧ୍ୟ ବାଣ୍ଟିଦିଅ।”
12 କେତେକ କରଆଦାୟକାରୀ ବାପ୍ତିଜିତ ହେବା ପାଇଁ ଆସିଲେ। ସେମାନେ ଯୋହନଙ୍କୁ ପଗ୍ଭରିଲେ, “ହେ ଗୁରୁ! ଆମ୍ଭେମାନେ କ’ଣ କରିବୁ?”
13 ଯୋହନ ସେମାନଙ୍କୁ କହିଲେ, “ତୁମ୍ଭକୁ ଯେତିକି ନେବାକୁ ଆଦେଶ ଦିଆଯାଇଛି, ତା’ଠାରୁ ଅଧିକ କର ଲୋକମାନଙ୍କଠାରୁ ନିଅ ନାହିଁ।”
14 ସୈନ୍ୟମାନେ ତାହାଙ୍କୁ ପଗ୍ଭରିଲେ, “ଆମ୍ଭକୁ କ’ଣ କରିବାକୁ ହେବ?”
ଯୋହନ ସେମାନଙ୍କୁ କହିଲେ, “ବଳପୂର୍ବକ କାହାରିଠାରୁ ଅର୍ଥ ନିଅ ନାହିଁ। କାହା ବିରୁଦ୍ଧରେ ମିଛ କୁହ ନାହିଁ। ଯେତିକି ବେତନ ମିଳୁଛି, ସେତିକିରେ ସନ୍ତୁଷ୍ଟ ରୁହ।”
15 ସବୁ ଲୋକେ ଖ୍ରୀଷ୍ଟଙ୍କ ଆଗମନ ଅପେକ୍ଷାରେ ଥିଲେ। ଯୋହନଙ୍କ ବିଷୟରେ ସେମାନେ ମନେ ମନେ ଭାବୁଥିଲେ, “ହୁଏତ ଏ ଖ୍ରୀଷ୍ଟ ଅଟନ୍ତି।”
16 ସେତେବେଳେ ଯୋହନ ସେମାନଙ୍କୁ କହିଲେ, “ମୁଁ ତ ତୁମ୍ଭମାନଙ୍କୁ ଜଳରେ ବାପ୍ତିଜିତ କରୁଛି, କିନ୍ତୁ ମୋ’ଠାରୁ ଅଧିକ ଶକ୍ତିଶାଳୀ ଜଣେ ଆସୁଛନ୍ତି। ତାହାଙ୍କର ଜୋତାର ଫିତା ଫିଟାଇବାକୁ ମଧ୍ୟ ମୁଁ ଯୋଗ୍ୟ ନୁହେଁ। ସେ ତୁମ୍ଭମାନଙ୍କୁ ପବିତ୍ରଆତ୍ମା ଓ ଅଗ୍ନି ଦ୍ୱାରା ବାପ୍ତିଜିତ କରିବେ। 17 ତାହାଙ୍କ ହାତରେ ଖଳା ସଫା କରିବାର କୁଲା ଅଛି। ସେଥିରେ ସେ ଶସ୍ୟକୁ ଅଗାଡ଼ିଠାରୁ ଅଲଗା କରିଦେବେ। ସେ ଭଲ ଶସ୍ୟତକ ସଂଗ୍ରହ କରି ଅମାରରେ ନେଇ ରଖିବେ। ତା’ପରେ ଅଗାଡ଼ି ଓ ଦରକାରୀ ଅନାବନା ଜିନିଷଗୁଡ଼ିକୁ ଚିରକାଳ ଜଳୁଥିବା ନିଆଁରେ ପୋଡ଼ି ଦେବେ।” 18 ଏହିଭଳି ଯୋହନ ଲୋକମାନଙ୍କୁ ସୁସମାଗ୍ଭରର ଉପଦେଶ ଦେଉଥିଲେ ଏବଂ ଅନେକ ପ୍ରକାରେ ସାହାଯ୍ୟ କରୁଥିଲେ।
ପରେ ଯୋହନଙ୍କ କାର୍ଯ୍ୟ କିପରି ଶେଷ ହେଲା
19 ସାମନ୍ତରାଜା ହେରୋଦ ନିଜ ଭାଇର ସ୍ତ୍ରୀ ହେରୋଦିଆଙ୍କ ସହିତ ଅନୁଚିତ୍ ସମ୍ପର୍କ ରଖିଥିବାରୁ ଓ ଅନ୍ୟ କେତେକ ଖରାପ କାମ କରିଥିବାରୁ ଯୋହନ ତାହାଙ୍କୁ ସମାଲୋଚନା କଲେ। 20 ସେହିଭଳି ହେରୋଦ ଆଉ ଗୋଟିଏ ଖରାପ କାମ କଲେ। ସେ ଯୋହନଙ୍କୁ ବନ୍ଦୀଶାଳାରେ ରଖିଲେ। ସେ ଯେତେ କୁକର୍ମ କରିଥିଲେ, ସେଥିରେ ଏହି କୁକର୍ମଟି ଯୋଗ ହେଲା।
ଯୋହନ ଯୀଶୁଙ୍କୁ ବାପ୍ତିଜିତ କଲେ(C)
21 ଯୋହନ କାରାଗାରରେ ବନ୍ଦୀ ହେବା ପୂର୍ବରୁ ସବୁ ଲୋକ ଯୋହନଙ୍କ ଦ୍ୱାରା ବାପ୍ତିଜିତ ହେଉଥିଲେ। ତା’ପରେ ଯୀଶୁ ମଧ୍ୟ ଆସିଲେ ଓ ତାହାଙ୍କ ଦ୍ୱାରା ବାପ୍ତିଜିତ ହେଲେ। ଯୀଶୁ ପ୍ରାର୍ଥନା କଲାବେଳେ ଆକାଶ ଖୋଲିଗଲା। 22 ପବିତ୍ରଆତ୍ମା ତାହାଙ୍କ ଉପରକୁ ଓହ୍ଲାଇ ଆସିଲେ ଓ ସେ କପୋତ ପରି ଦେହ ଧାରଣ କରିଥିଲେ। ଆକାଶବାଣୀ ହେଲା: “ତୁମ୍ଭେ ମୋର ପ୍ରିୟ ପୁତ୍ର। ମୁଁ ତୁମ୍ଭ ଉପରେ ଅତ୍ୟନ୍ତ ସନ୍ତୁଷ୍ଟ।”
ଯୋଷେଫଙ୍କ ବଂଶର ଇତିହାସ(D)
23 ଯୀଶୁ ଉପଦେଶ ପ୍ରଦାନ କାର୍ଯ୍ୟ ଆରମ୍ଭ କରିବା ବେଳକୁ ତାହାଙ୍କୁ ପ୍ରାୟ ତିରିଶ୍ ବର୍ଷ ବୟସ ହୋଇଥିଲା। ଲୋକଙ୍କ ଧାରଣା ଅନୁସାରେ ଯୀଶୁ ଯୋଷେଫଙ୍କ ପୁତ୍ର।
ଯୋଷେଫ ଏଲୀଙ୍କ ପୁତ୍ର ଥିଲେ।
24 ଏଲୀ ମତ୍ଥାତଙ୍କର ପୁତ୍ର।
ମତ୍ଥାତ ଲେବୀଙ୍କ ପୁତ୍ର।
ଲେବୀ ମଲ୍ଖୀଙ୍କ ପୁତ୍ର।
ମଲ୍ଖୀ ଯନ୍ନୟଙ୍କର ପୁତ୍ର।
ଯନ୍ନୟ ଯୋଷେଫଙ୍କର ପୁତ୍ର।
25 ଯୋଷେଫ ମତ୍ତିଥ୍ୟାଙ୍କର ପୁତ୍ର।
ମତ୍ତିଥ୍ୟା ଆମୋସଙ୍କର ପୁତ୍ର।
ଆମୋସ ନାହୂମଙ୍କର ପୁତ୍ର।
ନାହୂସ ହେସ୍ଳୀଙ୍କ ପୁତ୍ର।
ହେସ୍ଳୀ ନଗୟଙ୍କର ପୁତ୍ର।
26 ନଗୟ ମହଥଙ୍କ ପୁତ୍ର।
ମହଥ ମତ୍ତିଥ୍ୟାଙ୍କର ପୁତ୍ର।
ମତ୍ତିଥ୍ୟା ଶିମୟୀଙ୍କର ପୁତ୍ର।
ଶିମୟୀ ଯୋସେଖଙ୍କର ପୁତ୍ର।
ଯୋସେଖ ଯୋଦାଙ୍କର ପୁତ୍ର।
27 ଯୋଦା ଯୋହନଙ୍କ ପୁତ୍ର।
ଯୋହନ ରେଷାଙ୍କ ପୁତ୍ର।
ରେଷା ଜିରୁବ୍ବାବେଲଙ୍କର ପୁତ୍ର।
ଜିରୁବ୍ବାବେଲ ଶଲ୍ଟୀୟେଲଙ୍କ ପୁତ୍ର।
ଶଲ୍ଟୀୟେଲ ନେରୀଙ୍କ ପୁତ୍ର।
28 ନେରୀ ମଲ୍ଖୀଙ୍କ ପୁତ୍ର।
ମଲ୍ଖୀ ଅଦ୍ଦୀଙ୍କ ପୁତ୍ର।
ଅଦ୍ଦୀ କୋସାମଙ୍କ ପୁତ୍ର।
କୋସାମ ଏଲ୍ମଦାନଙ୍କ ପୁତ୍ର।
ଏଲ୍ମଦାନ ଏରଙ୍କ ପୁତ୍ର।
29 ଏର ଯିହୋଶୂୟଙ୍କ ପୁତ୍ର।
ଯିହୋଶୂୟ ଏଲିୟେଜରଙ୍କ ପୁତ୍ର।
ଏଲିୟେଜର ଯୋରୀମଙ୍କ ପୁତ୍ର।
ଯୋରୀମ ମତ୍ଥାତଙ୍କ ପୁତ୍ର।
ମତ୍ଥାତ ଲେବୀଙ୍କ ପୁତ୍ର।
30 ଲେବୀ ଶିମିୟୋନଙ୍କ ପୁତ୍ର।
ଶିମିୟୋନ ଯିହୂଦାଙ୍କ ପୁତ୍ର।
ଯିହୂଦା ଯୋଷେଫଙ୍କ ପୁତ୍ର।
ଯୋଷେଫ ଯୋନାମଙ୍କ ପୁତ୍ର।
ଯୋନାମ ଏଲିୟାକୀମଙ୍କ ପୁତ୍ର।
31 ଏଲିୟାକୀମ ମଲାହଙ୍କ ପୁତ୍ର।
ମଲାହ ମନ୍ନାଙ୍କ ପୁତ୍ର।
ମନ୍ନା ମତ୍ତଥାଙ୍କ ପୁତ୍ର।
ମତ୍ତଥା ନାଥନଙ୍କ ପୁତ୍ର।
ନାଥନ ଦାଉଦଙ୍କ ପୁତ୍ର।
32 ଦାଉଦ ଯିଶୟଙ୍କ ପୁତ୍ର।
ଯିଶୟ ଓବେଦଙ୍କ ପୁତ୍ର।
ଓବେଦ ବୋୟଜଙ୍କ ପୁତ୍ର।
ବୋୟଜ ଶେଲହଙ୍କ ପୁତ୍ର।
ଶେଲହ ନହଶୋନଙ୍କ ପୁତ୍ର।
33 ନହଶୋନ ଅମ୍ମୀନାଦାବଙ୍କ ପୁତ୍ର।
ଅମ୍ମୀନାଦାବ ଅଦ୍ମୀନଙ୍କ ପୁତ୍ର।
ଅଦ୍ମୀନ ଅର୍ଣ୍ଣୀଙ୍କ ପୁତ୍ର।
ଅର୍ଣ୍ଣୀ ହେସ୍ରୋଣଙ୍କ ପୁତ୍ର।
ହେସ୍ରୋଣ ଫେରସଙ୍କ ପୁତ୍ର।
ଫେରସ ଯିହୂଦାଙ୍କ ପୁତ୍ର।
34 ଯିହୂଦା ଯାକୁବଙ୍କ ପୁତ୍ର।
ଯାକୁବ ଇସ୍ହାକଙ୍କ ପୁତ୍ର।
ଇସ୍ହାକ ଅବ୍ରହାମଙ୍କ ପୁତ୍ର।
ଅବ୍ରହାମ ତେରେହଙ୍କ ପୁତ୍ର।
ତେରେହ ନାହୋରଙ୍କ ପୁତ୍ର।
35 ନାହୋର ସରୂଗଙ୍କ ପୁତ୍ର।
ସରୂଗ ରଗୁଙ୍କ ପୁତ୍ର।
ରଗୁ ଫେଲଗଙ୍କ ପୁତ୍ର।
ଫେଲଗ ଏବରଙ୍କ ପୁତ୍ର।
ଏବର ଶେଲହଙ୍କ ପୁତ୍ର।
36 ଶେଲହ କେନାନଙ୍କ ପୁତ୍ର।
କେନାନ ଅର୍ଫକ୍ଷଦଙ୍କ ପୁତ୍ର।
ଅର୍ଫକ୍ଷଦ ଶେମଙ୍କ ପୁତ୍ର।
ଶେମ ନୋହଙ୍କ ପୁତ୍ର।
ନୋହ ଲେମଖଙ୍କ ପୁତ୍ର।
37 ଲେମଖ ମଥୂଶେଲହଙ୍କ ପୁତ୍ର।
ମଥୂଶେଲହ ହନୋକଙ୍କ ପୁତ୍ର।
ହନୋକ ଯେରଦଙ୍କ ପୁତ୍ର।
ଯେରଦ ମହଲଲେଲଙ୍କ ପୁତ୍ର।
ମହଲଲେଲ କେନାନଙ୍କ ପୁତ୍ର।
38 କେନାନ ଏନୋଶଙ୍କ ପୁତ୍ର।
ଏନୋଶ ଶେଥଙ୍କ ପୁତ୍ର।
ଶେଥ ଆଦମଙ୍କ ପୁତ୍ର।
ଆଦମ ପରମେଶ୍ୱରଙ୍କ ପୁତ୍ର।
2010 by World Bible Translation Center