Old/New Testament
ହବକ୍କୂକଙ୍କର ପରମେଶ୍ୱରଙ୍କଠାରେ ଅଭିଯୋଗ
1 ଏହି ବାର୍ତ୍ତାଟି ଭବିଷ୍ୟଦ୍ବକ୍ତା ହବକ୍କୂକକୁ ପ୍ରଦାନ କରାଯାଇଥିଲା। ହବକ୍କୂକଙ୍କର ପରମେଶ୍ୱରଙ୍କଠାରେ ଅଭିଯୋଗ
2 ହେ ସଦାପ୍ରଭୁ, କେତେକାଳ ପର୍ଯ୍ୟନ୍ତ ମୁଁ ସାହାଯ୍ୟ ପାଇଁ ତୁମ୍ଭକୁ ଡାକିବି? କେତେବେଳେ ତୁମ୍ଭେ ମୋର ଡାକ ଶୁଣିବ? ଏହି ଗୋଳମାଳ ବିଷୟରେ ମୁଁ ତୁମ୍ଭକୁ ଆହ୍ୱାନ କଲି କିନ୍ତୁ ତୁମ୍ଭେ କିଛି କଲ ନାହିଁ। 3 ଲୋକମାନେ ଜିନିଷ ଧ୍ୱଂସ କରୁଛନ୍ତି ଓ ଅନ୍ୟକୁ ଆଘାତ କରୁଛନ୍ତି। ସେମାନେ ଯୁକ୍ତି କରୁଛନ୍ତି ଓ ଲଢ଼ୁଛନ୍ତି। ଏହି ଅନ୍ୟାୟ ସବୁ ମୁଁ କାହିଁକି ଦେଖିବି? ଏହି ଖରାପ ଦ୍ରବ୍ୟ ମୁଁ କାହିଁକି ଦେଖିବି? 4 ଏଠାରେ ବ୍ୟବସ୍ଥା ଅତି କୋହଳ ଏବଂ ନ୍ୟାୟ ବିଗ୍ଭର କରାଯାଏ ନାହିଁ। ମନ୍ଦଲୋକମାନେ ଭଲ ଲୋକଙ୍କ ଉପରେ ଜୟଲାଭ କରୁଛନ୍ତି। ତେଣୁ ନ୍ୟାୟ ହେଉ ନାହିଁ।
ହବକ୍କୂକଙ୍କୁ ପରମେଶ୍ୱରଙ୍କ ଉତ୍ତର
5 ସଦାପ୍ରଭୁ ଉତ୍ତର ଦେଲେ, “ଅନ୍ୟ ଗୋଷ୍ଠୀଗୁଡ଼ିକୁ ଗ୍ଭହଁ। ସେମାନଙ୍କୁ ଲକ୍ଷ୍ୟ କର ଏବଂ ତୁମ୍ଭେ ଆଶ୍ଚର୍ଯ୍ୟାନ୍ୱିତ ହେବ। ତୁମ୍ଭର ଜୀବନ କାଳ ମଧ୍ୟରେ ଆମ୍ଭେ ଯାହା କରିବା ତାହା ତୁମ୍ଭକୁ ଆଶ୍ଚର୍ଯ୍ୟାନ୍ୱିତ କରିବ। ଯଦି କେହି ତୁମ୍ଭକୁ କହେ, କ’ଣ ହେବାକୁ ଯାଉଥିଲା, ତୁମ୍ଭେ କେବେ ବିଶ୍ୱାସ କରି ନ ଥା’ନ୍ତ। 6 ଆମ୍ଭେ ବାବିଲନୀୟମାନଙ୍କୁ ଗୋଟିଏ ଶକ୍ତିଶାଳୀ ଗୋଷ୍ଠୀରେ ପରିଣତ କରିବା। ସେହି ଲୋକମାନେ ଦୁଷ୍ଟ ଓ କ୍ଷିପ୍ର ଯୋଦ୍ଧା। ସେମାନେ ସମଗ୍ର ପୃଥିବୀରେ ମାଡ଼ିଯିବେ। ସେମାନେ ଅନ୍ୟ ଲୋକମାନଙ୍କର ଗୃହ ଓ ନଗରଗୁଡ଼ିକୁ ଅଧିକାର କରିବେ। 7 ବାବିଲୀୟମାନେ ଅନ୍ୟ ଲୋକମାନଙ୍କୁ ଭୟଭୀତ କରାଇବେ। ସେମାନେ ନିଜ ପାଇଁ ଆଇନ୍ ତିଆରି କରିବେ ଏବଂ ନିଜ ପାଇଁ ବ୍ୟବହାର କରିବେ। 8 ସେମାନଙ୍କର ଘୋଡ଼ାଗୁଡ଼ିକ ଚିତାବାଘଠାରୁ ଦ୍ରୁତଗାମୀ ହେବେ ଏବଂ ଗଧିଆଠାରୁ ଦ୍ରୁତଗାମୀ ସମସ୍ଥଳରେ ହେବେ। ସେମାନଙ୍କର ସୈନ୍ୟମାନେ ଘୋଡ଼ା ଚଢ଼ି ବହୁଦୂରରୁ ଆସିବେ। ଗୋଟିଏ ଭୋକିଲା ଚିଲ ପକ୍ଷୀ ଆକାଶରୁ ଶିକାର ଉପରେ ଝାମ୍ପ ମାରିଲା ପରି ସେମାନେ ଦ୍ରୁତ ବେଗରେ ଶତ୍ରୁଙ୍କୁ ଆକ୍ରମଣ କରିବେ। 9 ସେମାନେ କେବଳ ଯୁଦ୍ଧ କରିବାକୁ ଗ୍ଭହାନ୍ତି। ସେମାନଙ୍କର ସୈନ୍ୟମାନେ ବନ୍ଦୀମାନଙ୍କୁ ବାଲିପରି ଆଣିବା ପାଇଁ ସଂକଳ୍ପର ସହିତ ଯାଉଛନ୍ତି।
10 “ବାବିଲ ସୈନ୍ୟମାନେ ଅନ୍ୟ ଦେଶର ରାଜାମାନଙ୍କୁ ଉପହାସ କରିବେ। ବିଦେଶୀ ଶାସକମାନେ ସେମାନଙ୍କ ପାଇଁ ଉପହାସର ପାତ୍ର ହେବେ। ସେମାନେ ସୁଦୃଢ଼ ଉଚ୍ଚ ପ୍ରାଚୀର ବିଶିଷ୍ଟ ନଗରକୁ ଦେଖି ହସିବେ। ସେମାନେ ତ୍ରିଭୁଜାକାର ଚଟାଣ ତିଆରି କରିବେ ଏବଂ ସେହିସବୁ ନଗରକୁ କରାୟତ କରିବେ। 11 ତା’ପରେ ସେମାନେ ପବନ ପରି ଗତିରେ ଯିବେ। ସେମାନେ ଦୋଷୀ ଅଟନ୍ତି ଯେ, ସେମାନେ ତାଙ୍କର ନିଜର ଶକ୍ତିକୁ ପୂଜା କରନ୍ତି।”
ହବକ୍କୂକର ଦ୍ୱିତୀୟ ଅଭିଯୋଗ
12 ତା’ପରେ ହବକ୍କୂକ କହିଲେ, “ହେ ସଦାପ୍ରଭୁ, ତୁମ୍ଭେ ପୁରାତନ କାଳର ସଦାପ୍ରଭୁ ଅଟ।
ତୁମ୍ଭେ ଏକମାତ୍ର ପବିତ୍ର ଅଟ, ଯିଏ କେବେ ଅନ୍ତର୍ହିତ କରିବ ନାହିଁ।
ହେ ସଦାପ୍ରଭୁ, ତୁମ୍ଭେ ସେମାନଙ୍କୁ ବିଗ୍ଭର କରିବା ପାଇଁ ନିଯୁକ୍ତି କଲ କି?
ହେ ଶୈଳ, ଲୋକମାନଙ୍କୁ ଦଣ୍ତ ଦେବା ପାଇଁ ତୁମ୍ଭେ ସେମାନଙ୍କୁ ପଠାଇଲ କି?
13 ତୁମ୍ଭର ଚକ୍ଷୁଗୁଡ଼ିକ ଏତେ ଶୁଦ୍ଧ ଯେ, ତୁମ୍ଭେ ଦୁଷ୍କର୍ମ ଦେଖି ପାରିବ ନାହିଁ।
ଲୋକମାନେ ଦୁଷ୍କର୍ମ କରୁଥିବାର ଦେଖି ତୁମ୍ଭେ ସହ୍ୟ କରି ପାରିବ ନାହିଁ।
ତେଣୁ କିପରି ସେହି ମନ୍ଦ ଲୋକମାନେ ଜୟ କରିବାର ତୁମ୍ଭେ ଦେଖି ପାରିବ?
କାହିଁକି ତୁମ୍ଭେ ପ୍ରତିକ୍ରିୟା କରୁ ନାହଁ, ଯେତେବେଳେ ଦୁଷ୍ଟ ଲୋକମାନେ ଧାର୍ମିକ ଲୋକମାନଙ୍କୁ ପରାସ୍ତ କରିବାର ଦେଖୁଛ?
14 “ତୁମ୍ଭେ ସମୁଦ୍ରର ମାଛ ସଦୃଶ ଲୋକମାନଙ୍କୁ ତିଆରି କରିଛ
ସେମାନେ ବିନା ନେତାରେ ସମୁଦ୍ରର ଛୋଟ ପ୍ରାଣୀ ସଦୃଶ।
15 ଶତ୍ରୁ ଆଙ୍କୁଡ଼ି ଓ ଜାଲ ସାହାଯ୍ୟରେ ସେମାନଙ୍କୁ ଧରେ।
ସେମାନେ ସେମାନଙ୍କୁ ଜାଲରେ ଧରି
ଖୁସୀ ହୁଅନ୍ତି।
16 ତା’ର ଜାଲ ତାକୁ ଧନୀଲୋକ ପରି ଚଳିବାରେ ସାହାଯ୍ୟ କରେ
ଏବଂ ଉତ୍ତମ ଖାଦ୍ୟ ଯୋଗାଏ।
ତେଣୁ ଶତ୍ରୁ ତା’ର ଜାଲକୁ ପୂଜା କରେ।
ସେ ତା’ର ଜାଲକୁ ସମ୍ମାନ ଦେବାକୁ ବଳିଦାନ ଓ ଧୂପ ଦିଏ।
17 ଏ ନିମନ୍ତେ ସେ କି ଆପଣା ଜାଲ ଖାଲି କରୁଥିବ
ଓ ସେ କ’ଣ ରାଜ୍ୟକୁ ଦୟା ନ ଦେଖାଇ ଧ୍ୱଂସ ସାଧନ କରି ଗ୍ଭଲିଥିବ?
2 ମୁଁ ଜଣେ ରକ୍ଷୀ ପରି ଛିଡ଼ା ହେବି।
ମୁଁ ନଗର ପ୍ରାଚୀରରେ ଜଗିବି।
ସଦାପ୍ରଭୁ ମୋତେ କ’ଣ କହିବେ, ମୁଁ ତାହା ଦେଖିବାକୁ ଅପେକ୍ଷା କରିବି।
ସେ ମୋର ପ୍ରଶ୍ନର ଉତ୍ତର କିପରି କରୁଛନ୍ତି, ମୁଁ ତାହା ଶିକ୍ଷା କରିବାକୁ ଅପେକ୍ଷା କରିବି।”
ପରମେଶ୍ୱର ହବକ୍କୂକଙ୍କୁ ଉତ୍ତର ଦିଅନ୍ତି
2 ସଦାପ୍ରଭୁ ମୋତେ ଉତ୍ତର ଦେଲେ, “ଆମ୍ଭେ ତୁମ୍ଭକୁ ଯେଉଁ ଦର୍ଶନ ଦେଖାଉଛୁ ତାହା ଗୋଟିଏ ଫଳକ ଉପରେ ସ୍ପଷ୍ଟ ଭାବରେ ଲେଖ ଯେପରିକି ସବୁଲୋକ ସହଜରେ ପଢ଼ି ପାରିବେ। 3 ଏହି ଦର୍ଶନ ନିର୍ଦ୍ଦିଷ୍ଟ ସାକ୍ଷୀ ଅଟେ। ଏହା ଶେଷ ବାର୍ତ୍ତା ସମ୍ବନ୍ଧରେ ସାକ୍ଷୀ ଦିଏ ଏବଂ ଏହା ମିଥ୍ୟା ହୁଏ ନାହିଁ। ଯେପରି ଜଣାଯିବ ଏହି ସମୟ କେବେ ଆସିବ ନାହିଁ। କିନ୍ତୁ ଧୈର୍ଯ୍ୟ ଧରି ଅପେକ୍ଷା କର, ସେ ସମୟ ନିଶ୍ଚୟ ଆସିବ। ଏହା ଅଧିକ ବିଳମ୍ବ ହେବ ନାହିଁ। 4 ଅହଂକାରୀ ବ୍ୟକ୍ତିର ଆତ୍ମା ସଚ୍ଚୋଟ ନୁହେଁ। ସେପରି ଅହଂକାରୀ ଲୋକ ଫୁତ୍କାରରେ ଉଡ଼ିଯାଏ। କିନ୍ତୁ ଧାର୍ମିକ ଲୋକମାନେ ସେମାନଙ୍କର ବିଶ୍ୱାସ ବଳରେ ହିଁ ବଞ୍ଚିବେ।”
5 ପରମେଶ୍ୱର କହିଲେ, “ଧନ ଗୋଟିଏ ବଳବାନ୍ ବ୍ୟକ୍ତିକୁ ପ୍ରତାରଣା କରି ପାରିବ। ସେ କେବେ ସଫଳ ହୋଇ ପାରିବ ନାହିଁ। କବର ପରି ସେ ସର୍ବଦା ଅଧିକରୁ ଅଧିକ ପାଇବାକୁ ଇଚ୍ଛା କରିବ। କିନ୍ତୁ ମୃତ୍ୟୁ ପରି ସେ କେବେ ସନ୍ତୁଷ୍ଟ ହେବ ନାହିଁ। ସେ ଅନ୍ୟସବୁ ଦେଶକୁ ପରାସ୍ତ କରି ଗ୍ଭଲିବ। ସେ ସେହି ଲୋକମାନଙ୍କୁ ବନ୍ଦୀ କରି ଗ୍ଭଲିବ। 6 କିନ୍ତୁ ଖୁବ୍ ଶୀଘ୍ର ସେହି ଲୋକମାନେ ତାକୁ ଉପହାସ କରିବେ। ସେମାନେ ତା’ର ପରାଜୟ ବିଷୟରେ ଗପ କରିବେ। ସେମାନେ ତାକୁ ପରିହାସ କରି କହିବେ, ‘ତାକୁ ଧିକ୍, ଯିଏ ଅନ୍ୟ ଲୋକମାନଙ୍କର ଧନସମ୍ପତ୍ତିକୁ ନେଇଯାଏ। ଆଉ କେତେଦିନ ପର୍ଯ୍ୟନ୍ତ ସେ ଋଣ ସଂଗ୍ରହ ଦ୍ୱାରା ଧନୀ ହେବ? ସର୍ବଶେଷରେ ତା’ର ସମ୍ପଦସବୁ ତା’ ଉପରେ ବୋଝ ହେବ।’
7 ତୁମ୍ଭମାନଙ୍କର ଋଣକର୍ତ୍ତାମାନେ ହଠାତ୍ ତୁମ୍ଭ ବିରୁଦ୍ଧରେ ଛିଡ଼ା ହେବେ। ତା’ପରେ ସେମାନେ ତୁମ୍ଭଠାରୁ ଗ୍ଭେରି କରିବେ। ତୁମ୍ଭେ ଅତି ଭୟଭୀତ ହୋଇ ପଡ଼ିବ। 8 ତୁମ୍ଭେ ବହୁ ଦେଶରୁ ଧନ ଅପହରଣ କରିଛ। ତେଣୁ ସେହି ଲୋକମାନେ ତୁମ୍ଭଠାରୁ ଅଧିକ ନେଇଯିବେ। ତୁମ୍ଭେ ବହୁ ଲୋକଙ୍କୁ ହତ୍ୟା କରିଛ। ବହୁଦେଶ ଓ ନଗର ଧ୍ୱଂସ କରିଛ। ସବୁ ଲୋକଙ୍କୁ ସେଠାରେ ହତ୍ୟା କରିଛ।
9 ତାକୁ ଧିକ୍, ଯିଏ ଦୋଷ କରି ଧନୀ ହୋଇଛି। ସେ ଗୋଟିଏ ନିରାପଦ ସ୍ଥାନରେ ବାସ କରିବାକୁ ଏହିସବୁ କରେ। ସେ ଭାବେ ଯେ, ସେ କୌଣସି ଅନିଷ୍ଟରୁ ନିଜକୁ ରକ୍ଷା କରି ପାରିବ। 10 “ତୁମ୍ଭେ ବହୁତ ଲୋକଙ୍କୁ ଧ୍ୱଂସ କରିଅଛ। କିନ୍ତୁ ତୁମ୍ଭେ ନିଜ ଘରକୁ ଲଜ୍ଜା ଆଣିଥିଲ। ତୁମ୍ଭେ ନିଜ ଜୀବନ ବିପକ୍ଷରେ ପାପ କରିଅଛ। 11 ତୁମ୍ଭ କାନ୍ଥରେ ଲାଗିଥିବା ପଥର ତୁମ୍ଭ ବିରୁଦ୍ଧରେ କଥା କହିବ। ଏପରିକି ତୁମ୍ଭ ଛାତରେ ଲାଗିଥିବା କାଠର ବର୍ଗାଗୁଡ଼ିକ ତୁମ୍ଭେ ଭୁଲ୍ ବୋଲି ରାଜି ହେବ।
12 “ଧିକ୍ ତୁମ୍ଭମାନଙ୍କୁ, ଯେଉଁମାନେ ଲୋକମାନଙ୍କୁ ମାରି ନଗର ନିର୍ମାଣ କରିଛ ଏବଂ ଦୁଷ୍ଟତାରେ ସହର ପ୍ରତିଷ୍ଠା କରିଛ। 13 ସର୍ବଶକ୍ତିମାନ ସଦାପ୍ରଭୁ ସ୍ଥିର କରିଛନ୍ତି ଯେ ଅଗ୍ନି ସବୁ ଜିନିଷକୁ ପୋଡ଼ିଦେବ ଯାହାସବୁ ଲୋକମାନେ ନିର୍ମାଣ କରିଥିଲେ। ସେମାନଙ୍କର ସେହିସବୁ କାର୍ଯ୍ୟ ନିଷ୍ଫଳ ହେବ। 14 ତା’ପରେ ଲୋକମାନେ ସବୁଆଡ଼େ ସଦାପ୍ରଭୁଙ୍କର ମହିମା ଜାଣିବେ। ସମୁଦ୍ରରେ ଜଳ ବ୍ୟାପିଲା ପରି ଏହି ଖବର ଗ୍ଭରିଆଡ଼େ ବ୍ୟାପିଯିବ। 15 ତୁମ୍ଭକୁ ଧିକ୍, ଯେଉଁମାନେ ପୋଡ଼ୋଶୀମାନଙ୍କୁ ଦ୍ରାକ୍ଷାରସ ପିଆଉଛ, ତାଙ୍କୁ ମାତାଲ କରିବା ପାଇଁ ସେହି ଦ୍ରାକ୍ଷାରସରେ କିଛି ବିଷାକ୍ତ ଉପାଦନ ମିଶାଉଛ, ଯାହା ପାଇଁ ତୁମ୍ଭେ ତାଙ୍କର ଉଲଗ୍ନତା ଦେଖି ପାରିବ।
16 “କିନ୍ତୁ ସଦାପ୍ରଭୁଙ୍କ ଦକ୍ଷିଣ ହସ୍ତସ୍ଥିତ ପାତ୍ର ତୁମ୍ଭ ଆଡ଼କୁ ଆସିବ। ତୁମ୍ଭେ ସମ୍ମାନ ବଦଳରେ ଅପମାନରେ ପରିପୂର୍ଣ୍ଣ ହେବ।
“ତୁମ୍ଭକୁ ଦ୍ରାକ୍ଷାରସ ପିଆଇ ଦିଆଯିବ ଏବଂ ଉଲଗ୍ନ କରାଯିବ। ତୁମ୍ଭର ସମ୍ମାନ ବଦଳରେ ଅପମାନ ଆସିବ। 17 ତୁମ୍ଭେ ଲିବାନୋନ୍ରେ କରିଥିବା ରକ୍ତପାତ ତୁମ୍ଭକୁ ଆଚ୍ଛନ୍ନ କରିବ। ତୁମ୍ଭେ ସେଠାରୁ ବହୁ ପଶୁ ଗ୍ଭେରି କଲ। ତେଣୁ ସେହି ମୃତବ୍ୟକ୍ତିଙ୍କ ପାଇଁ ଏବଂ ସେହି ଦେଶରେ କରିଥିବା ରକ୍ତପାତ ପାଇଁ ଏବଂ ସେଠାରେ ବାସ କରୁଥିବା ପ୍ରତ୍ୟେକ ପାଇଁ ତୁମ୍ଭେ ଭୟଭୀତ ହେବ।”
ପ୍ରତିମାଗୁଡ଼ିକ ବିଷୟରେ ବାର୍ତ୍ତା
18 ଖୋଦିତ ପ୍ରତିମାରେ କି ଲାଭ ଯେ, ଏହା ଜଣେ ଲୋକ ନିର୍ମାଣ କଲା ଏବଂ ଏହାକୁ ଖୋଦନ କଲା। ଧାତୁର ମୂର୍ତ୍ତିରେ କ’ଣ ଲାଭ ଅଛି? ଏହା ମିଥ୍ୟା ଶିକ୍ଷା ଦିଏ। ତେଣୁ ନିର୍ମାଣକାରୀ କାହିଁକି ଏଥିରେ ବିଶ୍ୱାସ କରିବ? ଏପରିକି ସେ ମୂର୍ତ୍ତି କଥା କହିପାରିବ ନାହିଁ। 19 ସେମାନଙ୍କୁ ଧିକ୍, ଯେଉଁ ଲୋକ କାଠକୁ କୁହେ, ଜାଗ୍ରତ ହୁଅ! ମୂକ ପ୍ରସ୍ଥରକୁ କୁହେ “ଉଠ”! ଏହି ଭଣ୍ତ ଦେବତାମାନେ ନିର୍ଦ୍ଦେଶ ଦେଇ ପାରିବେ କି? ସେହି ମୂର୍ତ୍ତି ସୁନା ଓ ରୂପାରେ ଆବୃତ ହୋଇ ପାରିବ, କିନ୍ତୁ ସେ ନିର୍ଜୀବ।
20 ସଦାପ୍ରଭୁ ତାଙ୍କର ପବିତ୍ର ମନ୍ଦିରରେ ଅଛନ୍ତି। ତେଣୁ ସମଗ୍ର ପୃଥିବୀ ନୀରବ ହେବ ଓ ସଦାପ୍ରଭୁଙ୍କୁ ସମ୍ମାନ ଜଣାଇବ।
ହବକ୍କୂକଙ୍କ ପ୍ରାର୍ଥନା
3 ଭବିଷ୍ୟଦ୍ବକ୍ତା ହବକ୍କୂକଙ୍କର ଶିଗିୟୋନତ୍ ପ୍ରାର୍ଥନା:
2 ହେ ସଦାପ୍ରଭୁ, ମୁଁ ତୁମ୍ଭ ପ୍ରସିଦ୍ଧ ବିଷୟରେ ଶୁଣିଛି
ଏବଂ ମୁଁ ପରମେଶ୍ୱରଙ୍କ ଭୟରେ ପରିପୂର୍ଣ୍ଣ ହୋଇଛି।
ହେ ସଦାପ୍ରଭୁ, ଅତୀତରେ ଯେଉଁସବୁ ଶକ୍ତିଶାଳୀ କାର୍ଯ୍ୟ କରିଛ, ସେଥିରେ ମୁଁ ଆଶ୍ଚର୍ଯ୍ୟାନ୍ୱିତ।
ବର୍ତ୍ତମାନ ମୁଁ ପ୍ରାର୍ଥନା କରୁଛି ତୁମ୍ଭେ ଆମ୍ଭ ବିଷୟରେ ଅନେକ ବଡ଼ କାର୍ଯ୍ୟ କରିବ।
ଆମ୍ଭ ସମୟରେ ଏହିସବୁ ଘଟୁ ତୁମ୍ଭେ ଦୟାପୂର୍ବକ କର।
ତୁମ୍ଭର ସେହି କ୍ରୋଧିତ ଅବସ୍ଥାରେ ଆମ୍ଭ ପ୍ରତି ଦୟା କର।
3 ପରମେଶ୍ୱର ତୈମନରୁ ଆସୁଛନ୍ତି।
ସେହି ପବିତ୍ର ପୁରୁଷ ପାରଣ ପର୍ବତରୁ ଓହ୍ଲାଇ ଆସୁଛନ୍ତି।
ସଦାପ୍ରଭୁଙ୍କ ମହିମା ସ୍ୱର୍ଗକୁ ଆବୃତ କରେ।
ତାଙ୍କର ପ୍ରଶଂସା ପୃଥିବୀକୁ ପୂର୍ଣ୍ଣ କରେ।
4 ଆଲୋକରଶ୍ମି ସଦାପ୍ରଭୁଙ୍କ ହସ୍ତରୁ ଆସି ଉଜ୍ଜ୍ୱଳ ଆଲୋକ ପ୍ରଦାନ କରେ।
ତାଙ୍କର ଶକ୍ତି ସେଠାରେ ଲୁଚିଅଛି।
5 ରୋଗଗୁଡ଼ିକ ତାଙ୍କ ଆଗେ ଆଗେ ଗ୍ଭଲିଲେ
ଏବଂ ଧ୍ୱଂସକାରୀ ଶକ୍ତି ତାଙ୍କୁ ଅନୁସରଣ କଲେ।
6 ସଦାପ୍ରଭୁ ଦଣ୍ଡାୟମାନ ହେଲେ ଓ ପୃଥିବୀର ବିଗ୍ଭର କଲେ।
ସେ ଦୃଷ୍ଟିଜାତ କରି ଗୋଷ୍ଠୀଗଣଙ୍କୁ
ଭିନ୍ନଭିନ୍ନ କରି ତଡ଼ି ଦେଲେ।
ଯେଉଁ ପର୍ବତଗୁଡ଼ିକ ବହୁବର୍ଷ ପର୍ଯ୍ୟନ୍ତ ଛିଡ଼ା ହୋଇଥିଲେ
ସେଗୁଡ଼ିକ ଧ୍ୱଂସ ହେଲେ।
ପୁରାତନ ପାହାଡ଼ଗୁଡ଼ିକର ମଧ୍ୟ ପତନ ହେଲା।
କିନ୍ତୁ ପରମେଶ୍ୱର ଅନନ୍ତକାଳସ୍ଥାୟୀ।
7 ମୁଁ ଦେଖିଲି କୂଶନର ନଗରଗୁଡ଼ିକ ଅସୁବିଧାରେ ଥିଲେ।
ମିଦିୟନର ଗୃହଗୁଡ଼ିକ ଭୟରେ ଥରିଲେ।
8 ହେ ସଦାପ୍ରଭୁ, ତୁମ୍ଭେ କ’ଣ ନଦୀ, ଝରଣା,
ସମୁଦ୍ର ଉପରେ କ୍ରୋଧାନ୍ୱିତ ହୋଇଥିଲ?
ସେଥିପାଇଁ କ’ଣ ତୁମ୍ଭେ ତୁମ୍ଭର ଅଶ୍ୱ
ଏବଂ ରଥକୁ ଆରୋହଣ କଲ?
9 ତା’ପରେ ତୁମ୍ଭେ ଧନୁ କାଢ଼ିଲ।
ଶପଥ ପୂର୍ବକ ତୀରଗୁଡ଼ିକୁ ନିକ୍ଷେପ କଲ।
ତୁମ୍ଭେ ପୃଥିବୀକୁ ନଦୀମାନଙ୍କ ଦ୍ୱାରା ଭାଗ କଲ।
10 ପର୍ବତଗୁଡ଼ିକ ତୁମ୍ଭକୁ ଦେଖି ଥରିଲେ।
ପ୍ରଚଣ୍ତ ଜଳ ଭୂମିରେ ପ୍ରବାହିତ ହେଲା।
ସମୁଦ୍ର ଭୟଙ୍କର ଗର୍ଜନ କଲା,
ଢେଉଗୁଡ଼ିକ ଉପରକୁ ଉଠିଲା।
11 ସୂର୍ଯ୍ୟ ଚନ୍ଦ୍ର ତାଙ୍କର କକ୍ଷରେ ଛିଡ଼ା ହେଲେ।
ଯେତେବେଳେ ସେମାନେ ତୁମ୍ଭର ବିଦ୍ୟୁତ୍ର ଉଜ୍ଜ୍ୱଳ ଦେଖିଲେ ସେମାନେ ଆଲୋକ ଦେବା ବନ୍ଦ କଲେ।
ସେହି ବିଦ୍ୟୁତ୍ ପବନରେ ବର୍ଚ୍ଛା ଓ ତୀର ଗତି କଲାପରି କ୍ଷିପ୍ର ଥିଲା।
12 କ୍ରୋଧରେ ତୁମ୍ଭେ ପୃଥିବୀ ଉପରେ ଗ୍ଭଲିଲ
ଏବଂ ଦେଶଗୁଡ଼ିକୁ ଦଣ୍ତ ଦେଲ।
13 ତୁମ୍ଭେ ଆପଣା ଲୋକଙ୍କୁ ପରିତ୍ରାଣ କରିବକୁ ଆସିଲ।
ତୁମ୍ଭେ ଆପଣା ମନୋନୀତ ରାଜାଙ୍କୁ ରକ୍ଷା କରିବାକୁ ଆସିଲ।
ପ୍ରତି ମନ୍ଦ ଗୃହରେ ଥିବା ମୁଖ୍ୟଙ୍କୁ ହତ୍ୟା କଲ।
ତୁମ୍ଭେ ତାକୁ ଆପାଦମସ୍ତକ
ଗ୍ଭବୁକରେ ପ୍ରହାର କଲ।
14 ତୁମ୍ଭେ ତା’ର ନିଜ ବର୍ଚ୍ଛାରେ
ତା’ର ମୁଣ୍ତକୁ ଗଣ୍ତିରୁ ଅଲଗା କଲ।
ସେହି ସୈନ୍ୟମାନେ ଶକ୍ତିଶାଳୀ ଝଡ଼ ଭଳି
ଆମ୍ଭ ବିରୁଦ୍ଧରେ ଲଢ଼ିବାକୁ ଆସିଥିଲେ।
ଗୋଟିଏ ଗରିବ ଲୋକକୁ
ଗୋପନରେ ଲୁଣ୍ଠନ କଲାପରି ସେମାନେ କଲେ।
15 କିନ୍ତୁ ତୁମ୍ଭେ ସେହି କାଦୁଅ ଓ ପ୍ରବଳ ଜଳସ୍ରୋତ ମଧ୍ୟଦେଇ
ଘୋଡ଼ାକୁ ଝପଟାଇ ଦେଲ।
16 ମୁଁ ଯେତେବେଳେ ଏହି କଥା ଶୁଣିଲି ମୋର ସମସ୍ତ ଶରୀର ଥରି ଉଠିଲା।
ସେହି ଶବ୍ଦରେ ମୋ’ ଓଷ୍ଠରେ କମ୍ପନ ହେଲା।
ମୋର ଅସ୍ଥିମଜ୍ଜାରେ ମୁଁ ଦୁର୍ବଳ ହୋଇ ପଡ଼ିଲି।
ମୁଁ ସେହି କମ୍ପନ ଅବସ୍ଥାରେ ଥରିବାକୁ ଲାଗିଲି।
ଯେତେବେଳେ ସେମାନେ ଲୋକମାନଙ୍କୁ ଆକ୍ରମଣ କରିବାକୁ ଆସିବେ, ମୁଁ ସେହି ଆକ୍ରମଣ ଓ ଧ୍ୱଂସର ଦିନଗୁଡ଼ିକ ଆସିବା ପାଇଁ ଧୈର୍ଯ୍ୟ ଧରି ଅପେକ୍ଷା କରିବି।
ସର୍ବଦା ସଦାପ୍ରଭୁଙ୍କଠାରେ ଆନନ୍ଦ କର
17 ଡିମ୍ବିରି ଗଛରେ ଡିମ୍ବିରି ଫଳି ନ ପାରେ,
ଦ୍ରାକ୍ଷାଲତାରେ ଅଙ୍ଗୁର ଫଳି ନ ପାରେ,
ଅଲିଭ ଗଛରେ ଅଲିଭ୍ ଉତ୍ପନ୍ନ ନ ହୋଇପାରେ,
କ୍ଷେତରେ ଖାଦ୍ୟଶସ୍ୟ ନ ହୋଇପାରେ,
ମେଣ୍ଢାଶାଳରେ ମେଣ୍ଢା ନ ରହିପାରନ୍ତି
ଓ ଶସ୍ୟଖଳାରେ ଗୋରୁପଲ ନ ଥାଇ ପାରନ୍ତି।
18 କିନ୍ତୁ ମୁଁ ତଥାପି ସଦାପ୍ରଭୁଙ୍କଠାରେ ଆନନ୍ଦ କରିବି
ଏବଂ ପରମେଶ୍ୱରଙ୍କୁ ମୋର ତ୍ରାଣକର୍ତ୍ତା ଭାବି ଖୁସୀ ହେବି।
19 ସଦାପ୍ରଭୁ ମୋର ପ୍ରଭୁ, ମୋତେ ଶକ୍ତି ଦିଅନ୍ତି,
ମୁଁ ହରିଣ ପରି ଦ୍ରୁତଗତିରେ ଦୌଡ଼ିବାରେ ମୋତେ ସାହାଯ୍ୟ କରନ୍ତି।
ସଙ୍ଗୀତ ନିର୍ଦ୍ଦେଶକ ପରି ମୋର ସ୍ପନ୍ଦିତ ବାଦ୍ୟଯନ୍ତ୍ରରେ ସେ ପର୍ବତ ଉପରକୁ ମୋତେ ନିରାପଦରେ ଆଗେଇ ନିଅନ୍ତି।
ଦୂତଙ୍କର ଶେଷ ମହାମାରୀ
15 ଏହା ପରେ ମୁଁ ସ୍ୱର୍ଗରେ ଗୋଟିଏ ବଡ଼ ଓ ଆଶ୍ଚର୍ଯ୍ୟ ଜନକ ଲକ୍ଷଣ ଦେଖିଲି। ସେଠାରେ ସାତ ଜଣ ଦୂତ ସେମାନଙ୍କ ହାତରେ ସାତୋଟି ଶେଷ ମହାମାରୀ ଧରିଥିଲେ। ଏହା ଘଟିବା ପରେ ପରମେଶ୍ୱରଙ୍କ କ୍ରୋଧର ସମାପ୍ତି ଘଟିବ।
2 ମୁଁ ମୋ’ ସାମନାରେ ଅଗ୍ନି ମିଶ୍ରିତ କାଚ ପରି ଏକ ସମୁଦ୍ର ଦେଖିଲି। ଯେଉଁ ଲୋକମାନେ ସେହି ପଶୁ, ତାହାର ପ୍ରତିମା, ଓ ତାହାର ନାମର ସଂଖ୍ୟା ଉପରେ ଜୟଲାଭ କରିଥିଲେ, ସେମାନଙ୍କୁ ସେହି ସମୁଦ୍ର କୂଳରେ ଠିଆ ହେବାର ଦେଖିଲି। ସେମାନଙ୍କ ହାତରେ ପରମେଶ୍ୱର ଦେଇଥିବା ବୀଣା ଥିଲା। 3 ସେମାନେ ପରମେଶ୍ୱରଙ୍କର ସେବକ ମୋଶାଙ୍କର ଓ ମେଷଶାବକଙ୍କର ଗୀତ ବୋଲୁଥିଲେ:
“ହେ ସର୍ବଶକ୍ତିମାନ ପ୍ରଭୁ ପରମେଶ୍ୱର!
ତୁମ୍ଭର କାର୍ଯ୍ୟଗୁଡ଼ିକ ମହାନ ଓ ଆଶ୍ଚର୍ଯ୍ୟପୂର୍ଣ୍ଣ
ହେ ଜାତି ସମୂହର ରାଜା,
ତୁମ୍ଭର ପଥଗୁଡ଼ିକ ନ୍ୟାୟସଙ୍ଗତ ଓ ସତ୍ୟ।
4 ହେ ପ୍ରଭୁ, କିଏ ତୁମ୍ଭକୁ ଭୟ ନ କରିବ?
ସମସ୍ତଙ୍କର ତୁମ୍ଭେ ପ୍ରଶଂସନୀୟ ଅଟ।
କାରଣ କେବଳ ତୁମ୍ଭେ ହିଁ ପବିତ୍ର;
ସମସ୍ତ ଜାତିଗୁଡ଼ିକ ତୁମ୍ଭ ପାଖକୁ ଆସିବେ ଓ ତୁମ୍ଭର ଉପାସନା କରିବେ।
କାରଣ ତୁମ୍ଭେ ହିଁ ନ୍ୟାୟବନ୍ତ ଏହା ଜଗତେ ବିଦିତ।”
5 ଏହା ପରେ ମୁଁ ସ୍ୱର୍ଗରେ ପରମେଶ୍ୱରଙ୍କ ଉପସ୍ଥିତିର ପବିତ୍ର ସ୍ଥାନର ମନ୍ଦିର ଖୋଲା ହେବାବାର ଦେଖିଲି। 6 ସେହି ମନ୍ଦିର ଭିତରୁ ସାତ ଜଣ ଦୂତ ସାତୋଟି ମହାମାରୀଗୁଡ଼ିକୁ ଧରି ବାହାରି ଆସିଲେ। ସେମାନେ ଶୁଦ୍ଧ, ଉଜ୍ଜ୍ୱଳ, ମସୀନା, ଶୁଭ୍ର ବସ୍ତ୍ର ପିନ୍ଧିଥିଲେ। ସେମାନଙ୍କ ବକ୍ଷରେ ସୁବର୍ଣ୍ଣ ବନ୍ଧନୀ ଥିଲା। 7 ତା’ପରେ ଗ୍ଭରି ଜୀବିତ ପ୍ରାଣୀମାନଙ୍କ ମଧ୍ୟରୁ ଜଣେ ପ୍ରାଣୀ ସାତ ଦୂତଙ୍କୁ ସାତୋଟି ସୁବର୍ଣ୍ଣ ପାତ୍ର ଦେଲେ। ସେହି ପାତ୍ର ନିତ୍ୟଜୀବୀ ପରମେଶ୍ୱରଙ୍କର କ୍ରୋଧରେ ପରିପୂର୍ଣ୍ଣ ଥିଲା। 8 ସେହି ମନ୍ଦିର ପରମେଶ୍ୱରଙ୍କ ଗୌରବ ଓ କ୍ଷମତାର ଧୂଆଁରେ ଭର୍ତ୍ତି ହୋଇଗଲା। ସାତ ଜଣ ଦୂତଙ୍କର ସାତୋଟି ମହାମାରୀ ଶେଷ ନ ହେବା ପର୍ଯ୍ୟନ୍ତ କୌଣସି ଲୋକ ମନ୍ଦିରରେ ପ୍ରବେଶ କରି ପାରିଲେ ନାହିଁ।
2010 by World Bible Translation Center