Old/New Testament
ବାବିଲର ସୈନ୍ୟବାହିନୀ ମିଶର ଅଧିକାର କରିବେ
30 ପୁନର୍ବାର ସଦାପ୍ରଭୁଙ୍କର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, 2 “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ଭବିଷ୍ୟଦ୍ବାକ୍ୟ ପ୍ରଗ୍ଭର କରି କୁହ, ‘ସଦାପ୍ରଭୁ ମୋର ପ୍ରଭୁ ଏହି କଥା କହନ୍ତି,
“‘ତୁମ୍ଭେମାନେ ବିଳାପ କରି କୁହ,
“ହାୟ ହାୟ, ସେହି ଭୟଙ୍କର ଦିନ ଆସୁଛି।”
3 କାରଣ ସେଦିନ ନିକଟବର୍ତ୍ତୀ,
ହଁ, ସଦାପ୍ରଭୁଙ୍କର ଦିନ ନିକଟବର୍ତ୍ତୀ,
ସେଦିନ ମେଘାଚ୍ଛନ୍ନ ଦିନ।
ତାହା ରାଷ୍ଟ୍ରମାନଙ୍କ ପାଇଁ କାଳ ହେବ।
4 ଏବଂ ମିଶର ବିରୁଦ୍ଧରେ ଏକ ଖଡ଼୍ଗ ଆସିବ।
ଏବଂ ମିଶର ଦେଶରେ ଲୋକମାନେ ନିହତ ହେଲେ କୂଶ ଦେଶ ଭୟରେ ଥରିବ।
ଏବଂ ଶତ୍ରୁ ତାହାର ଧନସମ୍ପତ୍ତିସବୁ ନେଇଯିବେ
ଓ ତାହାର ମୂଳଭିତ୍ତିସବୁ ଭାଙ୍ଗି ଦେବେ।
5 “‘ଏବଂ ଇସ୍ରାଏଲ ଲୋକମାନଙ୍କ ସହିତ କୂଶ, ପୂଟ୍ ଓ ଲୂଦ୍, ସମସ୍ତ ଆରବୀୟ, ଲିବିୟା ଏବଂ ଇସ୍ରାଏଲର ଲୋକମାନେ [a] ଖଡ଼୍ଗରେ ବିନାଶ ହେବେ।
6 “‘ସଦାପ୍ରଭୁ, ମୋର ପ୍ରଭୁ ଏହିକଥା କହନ୍ତି,
ମିଶରର ସମର୍ଥକମାନେ ପତିତ ହେବେ
ଓ ତାହାର ପରାକ୍ରମ ଓ ଗର୍ବ ଖର୍ବ ହେବ।
ସିବେନୀ ଦୁର୍ଗଠାରୁ ଆଶ୍ୱାନ ପର୍ଯ୍ୟନ୍ତ
ସମସ୍ତ ଲୋକ ଖଡ଼୍ଗରେ ପତିତ ହେବେ।”
ଏହା ସଦାପ୍ରଭୁ, ମୋର ପ୍ରଭୁ କହନ୍ତି।
7 ପୁଣି ସେମାନେ ଅନ୍ୟ ଧ୍ୱଂସପ୍ରାପ୍ତ ନଗରଗୁଡ଼ିକ ମଧ୍ୟରେ ଧ୍ୱଂସ ହେବେ।
ଏବଂ ତାହାର ନଗର ସକଳ ଉଚ୍ଛିନ୍ନ ନଗର ସମୂହର ମଧ୍ୟରେ ଥିବ।
8 ମୁଁ ମିଶରରେ ଅଗ୍ନି ସଂଯୋଗ କରିବି।
ଫଳରେ ତାହାର ସହାୟକମାନେ ବିନଷ୍ଟ ହେବେ।
ସେତେବେଳେ ମୁଁ ଯେ ସଦାପ୍ରଭୁ ଅଟେ, ଏହା ସେମାନେ ଜାଣିବେ।
9 “‘ସେଦିନ ଆମ୍ଭେ କୂଶୀୟମାନଙ୍କୁ ଭୀତ କରାଇବା ପାଇଁ ଜାହାଜ ଦ୍ୱାରା ଦୂତମାନଙ୍କୁ ପଠେଇବା। ଯେତେବେଳେ ମିଶରରେ ଦୁର୍ଦ୍ଦିନ ପହଞ୍ଚେ, ଆତଙ୍କ କୂଶୀୟକୁ ଅତିକ୍ରମ କରିବ। ଏଥିପାଇଁ ଏହା ପ୍ରକୃତରେ ଘଟିବ।’”
10 ସଦାପ୍ରଭୁ, ମୋର ପ୍ରଭୁ ଏହିକଥା କହିଛନ୍ତି,
“ମୁଁ ବାବିଲର ରାଜା ନବୂଖଦ୍ନିତ୍ସରଙ୍କର ହସ୍ତରେ
ମିଶରର ଧନ ସମ୍ପତ୍ତିକୁ ହସ୍ତାନ୍ତର କରିବି।
11 ନବୂଖଦ୍ନିତ୍ସର ଓ ତା’ର ଲୋକମାନେ
ଦେଶଗୁଡ଼ିକ ମଧ୍ୟରେ ଅତି ଭୟଙ୍କର।
ତାହାର ନିର୍ଦ୍ଦୟଲୋକମାନେ ତାହା ସଙ୍ଗେ ଦେଶ ବିନାଶକୁ ଅଣାଯିବ।
ଏବଂ ସେମାନେ ମିଶରର ବିରୁଦ୍ଧରେ ନିଜ ନିଜ ଖଡ଼୍ଗ ଉତ୍ତୋଳନ କରିବେ।
ସେମାନେ ଶବଗୁଡ଼ିକରେ ଦେଶ ପୂର୍ଣ୍ଣ କରିବେ।
12 ମୁଁ ନୀଳନଦୀକୁ ଶୁଷ୍କ ଭୂମିରେ ପରିଣତ କରିବି।
ଦେଶକୁ ମନ୍ଦ ଲୋକମାନଙ୍କୁ ବିକ୍ରୟ କରିବି।
ମୁଁ ବିଦେଶୀମାନଙ୍କ ଦ୍ୱାରା ଦେଶ ତଥା ତନ୍ମଧ୍ୟସ୍ଥ ଯାବତୀୟ ବିଷୟ ଧ୍ୱଂସ କରିବି।
ମୁଁ ସଦାପ୍ରଭୁ ଏହା କହିଅଛି।”
ମିଶରର ପ୍ରତିମାଗୁଡ଼ିକ ଧ୍ୱଂସପ୍ରାପ୍ତ ହେବେ
13 ସଦାପ୍ରଭୁ, ମୋର ପ୍ରଭୁ ଏ କଥା କହିଛନ୍ତି,
“ମୁଁ ଦେବତାଗଣଙ୍କୁ ହିଁ ବିନାଶ କରିବି
ଓ ନୋଫରୁ ପ୍ରତିମାଗୁଡ଼ିକୁ ଶେଷ କରାଇବି।
ପୁଣି ମିଶର ଦେଶରୁ ଆଉ ଅଧିପତି ଆସିବେ ନାହିଁ।
ମୁଁ ମିଶର ଦେଶରେ ଭୟ ସୃଷ୍ଟି କରିବି।
14 ପୁଣି ମୁଁ ପାଥ୍ରୋଷକୁ ଧ୍ୱଂସ କରିବି
ଓ ସୋୟନରେ ଅଗ୍ନି ଲଗାଇବି।
ଆଉ ନୋ-ନଗରରେ ଦଣ୍ଡାଜ୍ଞା ସଫଳ କରିବି।
15 ତା’ପରେ ମୁଁ ମିଶରର ଦୃଢ଼ ଦୁର୍ଗ ସୀନ ଉପରେ ଆପଣା କୋପ ବୃଷ୍ଟି କରିବି
ଓ ମୁଁ ନୋ-ନଗରର ଲୋକମାନଙ୍କୁ ବିନାଶ କରିବି।
16 ଏବଂ ମୁଁ ମିଶରରେ ଅଗ୍ନି ସଂଯୋଗ କରିବି।
ସୀନ ମହାଯାତନାଗ୍ରସ୍ତ ହେବ ଓ ନୋ-ନଗର ଭଗ୍ନ ହେବ।
ଏବଂ ନୋଫର ଶତ୍ରୁମାନେ
ପ୍ରତିଦିନ ନୂଆ ଗଣ୍ଡଗୋଳ ସୃଷ୍ଟି କରିବେ।
17 ଆବେନ ଓ ପୀବେଶତର ଯୁବାମାନେ ଖଡ଼୍ଗରେ ନିପାତିତ ହେବେ।
ଆଉ ନଗରର ସ୍ତ୍ରୀଲୋକମାନେ ବନ୍ଦୀତ୍ୱ ସ୍ଥାନକୁ ଯିବେ।
18 ଆମ୍ଭେ ଯେତେବେଳେ ତଫନ୍ହେଷରେ ମିଶରର ଯୁଆଳିସବୁ ଭାଙ୍ଗିବା
ଓ ତାହାର ପରାକ୍ରମର ଦର୍ପ ତାହା ମଧ୍ୟରେ ଶେଷ ହେବ, ତାହା ତଫନ୍ହେଷର ଅନ୍ଧକାର ଦିନ ଥିଲା।
ଏହା ମେଘ ଦ୍ୱାରା ଆଚ୍ଛାଦିତ ହେବ
ଓ ଏହାର କନ୍ୟାମାନେ ମଧ୍ୟ ବନ୍ଦୀରୂପେ ନୀତ ହେବେ।
19 ଏହିରୂପେ ମୁଁ ମିଶରରେ ଦଣ୍ଡାଜ୍ଞା ସଫଳ କରିବି।
ତାହାହେଲେ ମୁଁ ଯେ ସଦାପ୍ରଭୁ ଅଟେ, ଏହା ସେମାନେ ଜାଣିବେ।”
ମିଶର ଚିରଦିନ ପାଇଁ ଦୁର୍ବଳ ହେବ
20 ଅନନ୍ତର ଏକାଦଶ ବର୍ଷର ପ୍ରଥମ ମାସର ସପ୍ତମ ଦିନରେ ସଦାପ୍ରଭୁଙ୍କର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା, ସେ କହିଲେ, 21 “ହେ ମନୁଷ୍ୟ ପୁତ୍ର, ମୁଁ ମିଶରର ରାଜା ଫାରୋର ବାହୁ ଭାଙ୍ଗିଅଛି। ତା’ର ଆରୋଗ୍ୟ ପାଇଁ ଔଷଧ ଲଗାଇ ପଟି ବାନ୍ଧିବାକୁ କେହି ନାହିଁ। ତେଣୁ ତାହାର ହସ୍ତ ଆଉ ଖଡ଼୍ଗ ଧାରଣ କରିବାକୁ ସବଳ ହେବ ନାହିଁ।”
22 ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “ଦେଖ, ମୁଁ ମିଶରର ରାଜା ଫାରୋର ବିପକ୍ଷ ଅଟେ। ମୁଁ ତା’ର ବାହୁ ଭାଙ୍ଗି ଦେବି। ଉଭୟକୁ ଯେଉଁଟାକି ବଳଶାଳୀ ଏବଂ ଅନ୍ୟ ଯେଉଁଟାକି ପୁରାପୁରି ଭାଙ୍ଗି ଯାଇଛି। ଏବଂ ତା’ ହସ୍ତରୁ ଖଡ଼୍ଗ ଖସାଇ ଦେବି। 23 ଏବଂ ମୁଁ ମିଶରୀୟମାନଙ୍କୁ ନାନା ଗୋଷ୍ଠୀ ମଧ୍ୟରେ ଓ ନାନା ଦେଶରେ ସେମାନଙ୍କୁ ଛିନ୍ନଭିନ୍ନ କରିବି। 24 ଏବଂ ମୁଁ ବାବିଲ ରାଜାର ଉଭୟ ବାହୁ ସବଳ କରିବି ଓ ମୋର ଖଡ଼୍ଗ ଧରିବାକୁ ଦେବି। କିନ୍ତୁ ମୁଁ ଫାରୋର ବାହୁଦ୍ୱୟ ଭାଙ୍ଗି ପକାଇବି। ତେଣୁ ସେ ମୁମୁର୍ଷୁ ଲୋକମାନେ କ୍ରନ୍ଦନ କଲାପରି ବିଳାପ କରିବ। 25 ମୁଁ ବାବିଲ ରାଜାର ବାହୁସବୁ ସବଳ କରିବି ଓ ଫାରୋ ରାଜାର ବାହୁସବୁ ପତନ ଘଟାଇବି।
“ମୁଁ ଯେତେବେଳେ ବାବିଲ ରାଜା ହସ୍ତରେ ଖଡ଼୍ଗ ଦେବି ଓ ଯେତେବେଳେ ସେ ଏହାକୁ ମିଶର ଭୂମିର ବିରୁଦ୍ଧରେ ଉଠାଇବ। ସେତେବେଳେ ମୁଁ ଯେ ସଦାପ୍ରଭୁ ଅଟେ, ଏହା ସେମାନେ ଜାଣିବେ। 26 ଏବଂ ମୁଁ ମିଶରୀୟମାନଙ୍କୁ ନାନା ଜାତିଗଣ ମଧ୍ୟରେ ଓ ନାନା ଦେଶରେ ସେମାନଙ୍କୁ ବିକ୍ଷିପ୍ତ କରିବି। ତାହାହେଲେ ସେମାନେ ଜାଣିବେ ଯେ, ମୁଁ ସଦାପ୍ରଭୁ ଅଟେ।”
ଅଶୂର ଏକ ଏରସ ବୃକ୍ଷ ତୁଲ୍ୟ
31 ଅନନ୍ତର ଏକାଦଶ ବର୍ଷର ତୃତୀୟ ମାସ ଜୁନ୍ର ପ୍ରଥମ ଦିନରେ ସଦାପ୍ରଭୁଙ୍କର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, 2 “ହେ ମନୁଷ୍ୟ ପୁତ୍ର, ମିଶରର ରାଜା ଫାରୋକୁ ଓ ତାହାର ଲୋକମାନଙ୍କୁ ଏହି କଥା କୁହ,
“‘ତୁମ୍ଭେ ମହାନ,
ତୁମ୍ଭେ ଆପଣା ମହତ୍ତ୍ୱରେ ତାହାର ତୁଲ୍ୟ?
3 ଅଶୂରକୁ ଦେଖ! ସେ ଲିବାନୋନ୍ର ଏରସ ବୃକ୍ଷସ୍ୱରୂପ ଅଟେ।
ତାହାର ସୁନ୍ଦର ଘନଛାୟାଦାୟକ ଓ ଉଚ୍ଚାକୃତି ଶାଖାମାନ ଥିଲା।
ଆଉ ତାହାର ଶିଖର ମେଘ ମଧ୍ୟରେ ଥିଲା।
4 ଅମାପ ଜଳ ତାହାକୁ ପୁଷ୍ଟ କଲା।
ଗଭୀର ତରଙ୍ଗିଣୀ ତାହାକୁ ବର୍ଦ୍ଧିତ ହେଲା
ଓ ତାହାର ସ୍ରୋତ ସମୂହ ବୃକ୍ଷରୋପଣ ସ୍ଥାନର
ଚତୁର୍ଦ୍ଦିଗରେ ପ୍ରବାହିତ ହେଲା।
5 ଏଣୁ କ୍ଷେତ୍ରସ୍ଥ ବୃକ୍ଷଗୁଡ଼ିକ ଅପେକ୍ଷା ସେ ଅତି ଉଚ୍ଚ ହେଲା।
ତାହାର ଡାଳଗୁଡ଼ିକ ବହୁସଂଖ୍ୟାରେ ବଢ଼ିବାକୁ ଲାଗିଲା।
ଆଉ ଅମାପ ଜଳ ହେତୁ
ତାହାର ଶାଖାସବୁ ପ୍ରସାରିତ ହୋଇ ବଢ଼ିଗଲା।
6 ଆକାଶର ପକ୍ଷୀସକଳ
ତାହାର ଡାଳରେ ବସା ବାନ୍ଧିଲେ।
କ୍ଷେତ୍ରସ୍ଥ ପଶୁମାନେ
ତାହାର ଶାଖାତଳେ ପ୍ରସବ କଲେ।
ଏବଂ ତାହାର ଛାୟା ତଳେ
ବହୁତ ଜାତିଗଣ ବାସ କଲେ।
7 ଏହିରୂପେ ସେ ନିଜର ମହତ୍ତ୍ୱରେ
ତାହାର ଶାଖାଗୁଡ଼ିକର ଦୀର୍ଘତା ଯୋଗୁଁ
ମନୋହର ହେଲା,
କାରଣ ପ୍ରଚୁର ଜଳ ନିକଟରେ ତାହାର ମୂଳ ଥିଲା।
8 ଏପରିକି ପରମେଶ୍ୱରଙ୍କ ଉଦ୍ୟାନସ୍ଥ ଏରସ ବୃକ୍ଷସବୁ
ଏହି ବୃକ୍ଷ ପରି ବଡ଼ ନ ଥିଲେ।
ଆଉ ଦେବଦାରୁ ବୃକ୍ଷଗୁଡ଼ିକର କୌଣସି ଶାଖା ନ ଥିଲା।
ଏବଂ ସାଧାରଣ ବୃକ୍ଷଗୁଡ଼ିକ ସେହିଭଳି ଶାଖା ଯୁକ୍ତ ନ ଥିଲା।
ଆଉ ପରମେଶ୍ୱରଙ୍କ ଉଦ୍ୟାନରେ
କୌଣସି ବୃକ୍ଷ ସୌନ୍ଦର୍ଯ୍ୟରେ ତାହାପରି ନ ଥିଲେ।
9 ମୁଁ ତାହାକୁ ବହୁ ଶାଖାବିଶିଷ୍ଟ କରି
ତାକୁ ରମଣୀୟ କଲି।
ଏଣୁ ପରମେଶ୍ୱରଙ୍କ ଉଦ୍ୟାନ ଏଦନରେ
ସକଳବୃକ୍ଷ ତାହାକୁ ଈର୍ଷା କଲେ।’”
10 ତେଣୁ ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “ସେହି ବୃକ୍ଷ ଅତି ଉଚ୍ଚ ହେଲା। ଗହଳିଆ ଡାଳସବୁର ଶିଖର ଦେଶ ଉଚ୍ଚତାରେ ମେଘକୁ ସ୍ପର୍ଶ କଲା। ଆଉ ତାହା ଏତେ ଅଧିକ ଉଚ୍ଚ ହେଲା ଯେ ଏହା ଅହଂକାରୀ ହେଲା। 11 ଏଥିପାଇଁ ମୁଁ ତାହାକୁ ବଳବାନ୍ ଶାସକର ହସ୍ତରେ ଦେଇଅଛି। ଯାହା ଫଳରେ ସେ ଏହାକୁ ତା’ର ଦୁଷ୍ଟାମି ଅନୁଯାୟୀ ବ୍ୟବହାର କରିବ। ମୁଁ ଏହାକୁ ଖାରଜ କରିଛି। 12 ପୁଣି ଜାତିମାନଙ୍କ ମଧ୍ୟରେ ଭୟଙ୍କର ବିଦେଶୀମାନେ ତାହାକୁ କାଟି ପକାଇ ଛାଡ଼ି ଯାଇଛନ୍ତି। ପର୍ବତମାନଙ୍କ ଉପରେ ଓ ସମସ୍ତ ଉପତ୍ୟକାରେ ତାହାର ଶାଖାସବୁ ପଡ଼ିଅଛି। ଆଉ ଦେଶର ସବୁ ଜଳ ପ୍ରବାହ ନିକଟରେ ତାହାର ଡାଳସବୁ ଭଙ୍ଗା ଯାଇଛି। ତେଣୁ ପୃଥିବୀସ୍ଥ ଯାବତୀୟ ଜାତି ତାହାର ଛାୟା ତଳୁ ଗ୍ଭଲିଯାଇଛନ୍ତି ଓ ତାକୁ ପରିତ୍ୟାଗ କରିଛନ୍ତି। 13 ଏଣିକି ଆକାଶର ପକ୍ଷୀମାନେ ତାହାର ଭାଙ୍ଗି ଯାଇଥିବା ଶାଖା ଉପରେ ବାସ କରିବେ ଓ କ୍ଷେତ୍ରସ୍ଥ ପଶୁମାନେ ତାହାର ଭଗ୍ନ ଶାଖାମାନଙ୍କ ମଧ୍ୟରେ ରହିବେ।
14 “ଆଉ ଜଳରାଶିର ନିକଟବର୍ତ୍ତୀ କୌଣସି ବୃକ୍ଷ ଆପଣା ଦୀର୍ଘତା ଯୋଗୁଁ ଗର୍ବିତ ହେବ ନାହିଁ ଓ ସେମାନେ ମେଘଗୁଡ଼ିକୁ ଛୁଇଁବା ପାଇଁ ଚେଷ୍ଟା କରିବେ ନାହିଁ। ଆଉ ଜଳ ସେଚିତ ବୃକ୍ଷସବୁ କିପରି ସେମାନେ ଡେଙ୍ଗା ହେବେ, ଏ ବିଷୟରେ ଅହଂକାର କରିବେ ନାହିଁ। କାରଣ ସେମାନଙ୍କ ମଧ୍ୟରୁ ସମସ୍ତେ ମୃତ୍ୟୁ ଅବଶ୍ୟମ୍ଭାବିତ ଅଟେ, ପୃଥିବୀ ତଳକୁ ଯିବାକୁ ଠିକ୍ ଲୋକମାନେ କବରକୁ ଗଲାପରି। ସେମାନେ ଅନ୍ୟମାନଙ୍କୁ ଯୋଗ ଦେବେ, ଯିଏ ପୂର୍ବରୁ ଗର୍ତ୍ତ ଭିତରକୁ ଯାଇଥିଲେ।”
15 ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହିଛନ୍ତି, “ସେ ମୃତ୍ୟୁସ୍ଥାନକୁ ଗଲେ, ମୁଁ ସେହି ଦିନ ଶୋକ କଲି। ମୁଁ ତାହାକୁ ଅଗାଧ ଜଳଧିରେ ଆଚ୍ଛାଦନ କଲି ଓ ତହିଁର ସ୍ରୋତସମୂହକୁ ନିବୃତ୍ତ କଲି। ତହିଁରେ ମହାଜଳରାଶି ରୁଦ୍ଧ ହେଲା। ପୁଣି ମୁଁ ତାହା ପାଇଁ ଲିବାନୋନକୁ ଶୋକାକୁଳ କଲି। ଆଉ କ୍ଷେତ୍ରସ୍ଥ ବୃକ୍ଷମାନେ ଦୁଃଖରେ ମ୍ଳାନ ହେଲେ। 16 ମୁଁ ତାହାକୁ ଗର୍ତ୍ତଗାମୀମାନଙ୍କ ସହିତ ପାତାଳକୁ ପକାଇ ଦେଲା ବେଳେ, ତାହାର ପତନ ଶବରେ ଗୋଷ୍ଠୀୟମାନେ କମ୍ପିତ ହେଲେ। ପୁଣି ପୃଥିବୀରେ ଥିବା ଏଦନର ସମସ୍ତ ଜଳ ସେଚିତ ମନୋନୀତ ବୃକ୍ଷଗୁଡ଼ିକ, ଲିବାନୋନ୍ର ସମସ୍ତ ଉତ୍ତମ ବୃକ୍ଷଗୁଡ଼ିକୁ ନିମ୍ନତମ ପୃଥିବୀରେ ସାନ୍ତ୍ୱନା ଦିଆଗଲା। 17 ଅନ୍ୟ ଦେଶମାନଙ୍କରୁ ଏହାର ମିତ୍ରଗଣ ଯେଉଁମାନେ ଏହାର ଛାଇରେ ବାସ କରୁଥିଲେ, ସେମାନେ ଏହା ସହିତ ସିୟୋନ ତଳକୁ ଗଲେ। ଯେଉଁମାନେ ଖଡ଼୍ଗରେ ହତ ହୋଇଥିଲେ ତାଙ୍କ ସହିତ ମିଳିତ ହେଲେ।
18 “ମିଶର, ଯିଏ କି ମହାନତାରେ ଗୌରବରେ ଏଦନର ବୃକ୍ଷଗୁଡ଼ିକ ତୁମ୍ଭପରି? ଏହା ବ୍ୟତୀତ ତୁମ୍ଭେ ଏଦନର ବୃକ୍ଷଗୁଡ଼ିକ ସହିତ ପୃଥିବୀ ଭୂତଳକୁ ଅଣାଯିବ। ଆଉ ତୁମ୍ଭେ ଅସୁନ୍ନତ ଲୋକମାନଙ୍କ ମଧ୍ୟରେ ଖଡ଼୍ଗହତ ଲୋକମାନଙ୍କ ସହିତ ଶୟନ କରିବ।
“ହଁ, ଫାରୋ ଓ ତାହାର ଲୋକମାନଙ୍କ ପ୍ରତି ଏହା ହିଁ ଘଟିବ।” ସଦାପ୍ରଭୁ, ମୋର ପ୍ରଭୁ ତାହା କରିଛନ୍ତି।
ଫାରୋ ଜଣେ ଯୁବା ସିଂହ କି ରାକ୍ଷସ?
32 ଅନନ୍ତର ଦ୍ୱାଦଶ ବର୍ଷର ଦ୍ୱାଦଶ ମାସର ପ୍ରଥମ ଦିନରେ ସଦାପ୍ରଭୁଙ୍କର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, 2 “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ମିଶରର ରାଜା ଫାରୋ ନିମନ୍ତେ ବିଳାପ କର, ଆଉ ତାହାକୁ କୁହ,
“‘ତୁମ୍ଭେ ଗୋଟିଏ ଯୁବା ସିଂହ ତୁଲ୍ୟ,
ତୁମ୍ଭେ ଗୋଟିଏ ସମୁଦ୍ର ରାକ୍ଷସ ପରି।
ତୁମ୍ଭେ ନଦୀ ସମୂହର ଜଳକୁ ଅତିକ୍ରମ କରି
ଓ ଆପଣା ପାଦରେ ଜଳ ଚହଲାଇ
ତାକୁ ଗୋଳିଆ କର।’”
3 ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହିଛନ୍ତି,
“ମୁଁ ନାନା ଦେଶର ଲୋକମାନଙ୍କୁ ଏକତ୍ରିତ କରି
ତୁମ୍ଭ ଉପରେ ମୋର ଜାଲ ପ୍ରସାରଣ କରିବି।
ଆଉ ସେମାନେ ଆମ୍ଭ ଜାଲରେ ତୁମ୍ଭକୁ ଉପରକୁ ଆଣିବେ।
4 ମୁଁ ତୁମ୍ଭକୁ ସ୍ଥଳରେ ଛାଡ଼ି ଦେବି ଓ ତୁମ୍ଭେ ପଦାରେ ପଡ଼ି ରହିବ।
ମୁଁ ଆକାଶର ପକ୍ଷୀସବୁକୁ ଆଣିବି
ଓ ସେମାନେ ତୁମ୍ଭକୁ ଭକ୍ଷ୍ୟଣ କରିବେ।
ପୁଣି ପୃଥିବୀର ସମୁଦାୟ ପଶୁଗଣଙ୍କୁ ଆଣିବି ଓ ସେମାନେ ତୃପ୍ତ ହେବା ପର୍ଯ୍ୟନ୍ତ ତୁମ୍ଭକୁ ଭକ୍ଷ୍ୟଣ କରିବେ।
5 ମୁଁ ତୁମ୍ଭର ମାଂସକୁ ପର୍ବତଗୁଡ଼ିକ ଉପରେ ପକାଇବି
ଓ ତୁମ୍ଭର ମୃତ ଶବରେ ଉପତ୍ୟକାସବୁ ପୂର୍ଣ୍ଣ କରିବି।
6 ଏବଂ ତୁମ୍ଭର ରକ୍ତକୁ ପର୍ବତଗୁଡ଼ିକ ଉପରେ ଢାଳ।
ତାହା ପୃଥିବୀର ଭୂମି ଶୋଷଣ କରବ ଓ ସିକ୍ତ ହେବ।
ଆଉ ସମଗ୍ର ଜଳାଧାର ତୁମ୍ଭ ରକ୍ତରେ ପରିପୂର୍ଣ୍ଣ ହେବ।
7 ଯେତେବେଳେ ମୁଁ ତୁମ୍ଭକୁ ନିର୍ବାପିତ କରେ
ମୁଁ ଆକାଶକୁ ଆଚ୍ଛନ୍ନ କରିବି ଓ ତଦ୍ଦ୍ୱାରା ନକ୍ଷତ୍ରଗୁଡ଼ିକୁ ଅନ୍ଧକାରମୟ କରିବି।
ଆଉ ସୂର୍ଯ୍ୟକୁ ମେଘାଚ୍ଛନ୍ନ କରିବି ଓ ଚନ୍ଦ୍ରକିରଣ ଦେବି ନାହିଁ।
8 ଆକାଶର ସମସ୍ତ ଉଜ୍ଜ୍ୱଳ ଜ୍ୟୋତିଃକୁ ମୁଁ କ୍ଷୀଣ କରିବି ଓ ତୁମ୍ଭ ଉପରେ
ଓ ତୁମ୍ଭ ଦେଶ ଉପରେ ଅନ୍ଧକାର ଆଣିବି।”
ସଦାପ୍ରଭୁ, ମୋର ପ୍ରଭୁ ଏହା କହିଛନ୍ତି।
9 “ତୁମ୍ଭର ବିନାଶ ଘଟାଇବା ବେଳେ ଅନେକ ଗୋଷ୍ଠୀର ହୃଦୟକୁ ବ୍ୟସ୍ତ କରିବି। ଏପରିକି ତୁମ୍ଭର ଅଜ୍ଞାତ ଦେଶସମୂହ ମଧ୍ୟ ତୁମ୍ଭ ପାଇଁ ବିବ୍ରତ ହେବେ। 10 ଏବଂ ମୁଁ ଅନେକ ଗୋଷ୍ଠୀକୁ ତୁମ୍ଭ ବିଷୟରେ ଚମତ୍କୃତ କରାଇବି ଏବଂ ସେମାନଙ୍କ ରାଜାମାନଙ୍କ ସମ୍ମୁଖରେ ମୋର ଖଡ଼୍ଗ ଗ୍ଭଳନା କଲାବେଳେ ସେମାନେ ଅତିଶୟ ଭୀତ ହେବେ। ଯେତେବେଳେ ମୁଁ ତୁମ୍ଭର ପତନ ଆଣିବି, ସେମାନେ ପ୍ରତ୍ୟେକ ନିଜ ନିଜ ଜୀବନ ବିଷୟରେ ଭୟଭୀତ ହେବେ।”
11 କାରଣ ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “ବାବିଲ ରାଜାର ଖଡ଼୍ଗ ତୁମ୍ଭକୁ ଆକ୍ରମଣ କରିବ। 12 ମୁଁ ସେହି ବୀରମାନଙ୍କ ଖଡ଼୍ଗରେ ତୁମ୍ଭର ପୁରୁଷମାନଙ୍କୁ ବିନାଶ କରିବି। ଏବଂ ସେହି ବୀରଗଣ ଜାତିମାନଙ୍କ ମଧ୍ୟରେ ଅତି ଭୟଙ୍କର ଅଟନ୍ତି। ଏବଂ ସେମାନେ ମିଶରର ଗର୍ବ ଚୂର୍ଣ୍ଣ କରିବେ ଓ ତହିଁରେ ସମଗ୍ର ଜନତା ବିନଷ୍ଟ ହେବେ। 13 ମୁଁ ଅପାର ଜଳରାଶି ନିକଟରୁ ସମସ୍ତ ପଶୁମାନଙ୍କୁ ବିନାଶ କରିବି। ତାହାହେଲେ ମନୁଷ୍ୟମାନେ ପାଣିକୁ ପାଦରେ ଚହଲାଇ ଗୋଳିଆ କରିବେ ନାହିଁ କିମ୍ବା ପଶୁମାନଙ୍କ ଖୁରାରେ ତାହା ଚହଲି ଗୋଳିଆ ହେବ ନାହିଁ। 14 ମୁଁ ମିଶରର ଜଳରାଶିକୁ ରଖିବି ଓ ଏହାର ନଦୀଗୁଡ଼ିକ ତେଲ ପରି ଧିରେ ବହିବ।” ଏହା ସଦାପ୍ରଭୁ, ମୋର ପ୍ରଭୁ କହିଛନ୍ତି। 15 “ମୁଁ ମିଶର ଦେଶକୁ ଧ୍ୱଂସ କରି ଶୂନ୍ୟସ୍ଥାନରେ ପରିଣତ କରିବି। ଯେଉଁଥିରେ ସେ ପରିପୂର୍ଣ୍ଣ ଥିଲା। ସେସବୁରୁ ମୁଁ ତାକୁ ରହିତ କରିବି। ଏବଂ ତାହାର ସମସ୍ତ ନିବାସୀଙ୍କୁ ଆଘାତ କରିବି। ତାହାହେଲେ ମୁଁ ଯେ ସ୍ୱୟଂ ସଦାପ୍ରଭୁ, ତାହା ସେମାନେ ଜାଣିବେ।
16 “ଏହି ବିଳାପ ଗୀତ ଲୋକେ ଗାନ କରିବେ। ଜାତିମାନଙ୍କର କନ୍ୟାମାନେ ବିଳାପ କରି ଏହି ଗୀତ ଗାଇବେ। ସେମାନେ ମିଶରର ସମଗ୍ର ଜନତା ଉଦ୍ଦେଶ୍ୟରେ ବିଳାପ ପରି ଏହା ଗାନ କରିବେ।” ଏହା ସଦାପ୍ରଭୁ ମୋର ପ୍ରଭୁ କହନ୍ତି।
ମିଶର ଧ୍ୱଂସପ୍ରାପ୍ତ ହେବ
17 ଦ୍ୱାଦଶ ବର୍ଷର, ମାସର ପଞ୍ଚଦଶ ଦିନରେ ସଦାପ୍ରଭୁଙ୍କର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, 18 “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ମିଶରର ଜନସମାଜ ବିଷୟରେ ଶୋକ କର ଏବଂ ତାକୁ ଓ ତାହାର ଜାତିମାନଙ୍କର କନ୍ୟାଗଣକୁ ଗର୍ତ୍ତଗାମୀମାନଙ୍କ ସହିତ ଭୂତଳରେ ପକାଇ ଦିଅ।
19 “ହେ ମିଶର, ତୁମ୍ଭର ଅନୁଗ୍ରହ ଅନ୍ୟମାନଙ୍କଠାରୁ ଅଧିକ ନୁହଁ? ତୁମ୍ଭେ ଅଧୋଗାମୀ ହୁଅ ଓ ବିଦେଶୀ [b] ଲୋକମାନଙ୍କ ସହିତ ମୃତବତ୍ ପଡ଼ିରୁହ।
20 “ମିଶର ଖଡ଼୍ଗରେ ନିହତ ଲୋକମାନଙ୍କ ମଧ୍ୟରେ ପଡ଼ିବ। ସେ ଖଡ଼୍ଗରେ ସମର୍ପିତ ହୋଇଅଛି। ତାହାକୁ ଓ ତାହାର ସମସ୍ତ ଲୋକମାନଙ୍କୁ ନେଇଯାଅ।
21 “ବୀରଗଣ ମଧ୍ୟରେ ବଳବାନମାନେ ଖଡ଼୍ଗରେ ନିହତ ହୋଇଛନ୍ତି, ସେହି ଅସୁନ୍ନତ ଲୋକମାନେ ପାତାଳଗାମୀ ହୋଇ ସ୍ଥିର ହୋଇ ଶୟନ କରିଛନ୍ତି। ଆଉ ସେମାନେ ସେହି ପାତାଳ ମଧ୍ୟରୁ ତାହାକୁ ଓ ତାହାର ସହାୟକାରୀମାନଙ୍କୁ କଥା କହିବେ।
22-23 “ଅଶୂର ଓ ତାହାର ସମସ୍ତ ଜନସମାଜ ସେଠାରେ ଅଛନ୍ତି, ତାହାର କବର ସକଳ ତାହାର ଚତୁର୍ଦ୍ଦିଗରେ ଅଛି, ସେମାନେ ସମସ୍ତେ ହତ, ଖଡ଼୍ଗ ଦ୍ୱାରା ପତିତ ହୋଇଅଛନ୍ତି। ଆଉ ଗର୍ତ୍ତର ଶେଷ ସୀମାରେ ସେମାନଙ୍କୁ କବର ଦିଆଯାଇଅଛି ଓ ତାହାର ଜନସମାଜ ତାହାର କବରର ଚତୁର୍ଦ୍ଦିଗରେ ଅଛନ୍ତି। ଯେଉଁମାନେ ଜୀବିତାବସ୍ଥାରେ ଭୟ ଜନ୍ମାଉଥିଲେ ସେମାନେ ସମସ୍ତେ ଖଡ଼୍ଗରେ ନିହତ ହୋଇ ପତିତ ହୋଇଅଛନ୍ତି।
24 “ଏଲମ ଓ ତା’ର ଲୋକମାନେ ସେଠାରେ ଅଛନ୍ତି, ସେମାନେ ସମସ୍ତେ ଯୁଦ୍ଧରେ ଖଣ୍ଡା ଦ୍ୱାରା ହତ ହୋଇଛନ୍ତି। ସେମାନଙ୍କର କବରଗୁଡ଼ିକ ଏହାର ଚତୁର୍ଦ୍ଦିଗରେ ଅଛି। ଆଉ ସେମାନଙ୍କ କବରର ଚତୁର୍ଦ୍ଦିଗରେ ତା’ର ସମସ୍ତ ଜନସମାଜ ଅଛନ୍ତି। ଯେଉଁମାନେ ଜୀବିତାବସ୍ଥାରେ ଭୟ ସୃଷ୍ଟି କରୁଥିଲେ, ଅସୁନ୍ନତ ଅବସ୍ଥାରେ କବରକୁ ଯାଇଛନ୍ତି। ସେମାନେ ଅନ୍ୟମାନଙ୍କ ସହିତ ସେମାନଙ୍କର ଅପମାନ ଭୋଗ କରିଅଛନ୍ତି। 25 ନିହତ ଲୋକମାନଙ୍କ ମଧ୍ୟରେ ତା’ ପାଇଁ ଗୋଟିଏ ଶଯ୍ୟା ପ୍ରସ୍ତୁତ କରିଅଛନ୍ତି। ସମସ୍ତ ଲୋକ ତା’ର କବରର ଚତୁର୍ଦ୍ଦିଗରେ ଅଛନ୍ତି। ସେହି ଅସୁନ୍ନତମାନେ, ଯେଉଁମାନେ ଖଣ୍ଡା ଦ୍ୱାରା ହତ ହୋଇଛନ୍ତି। କାରଣ ସେମାନଙ୍କ ଆତଙ୍କ ଜୀବିତମାନଙ୍କ ମଧ୍ୟରେ ବ୍ୟାପିଗଲା। ସେମାନେ ସେମାନଙ୍କର ଲଜ୍ଜାକୁ ଅନ୍ୟମାନଙ୍କ ସହିତ ବାଣ୍ଟିଲେ, ଯେଉଁମାନେ କବରକୁ ଗଲେ, ସେ ଶବମାନଙ୍କ ମଧ୍ୟରେ ରହିଲେ।
26 “ଏବଂ ମେଷକ୍ ଏବଂ ତୁବଲର ଲୋକମାନେ ଅଛନ୍ତି। ସେମାନଙ୍କର ଚତୁର୍ଦ୍ଦିଗରେ ସେମାନଙ୍କର କବରସବୁ ଅଛି। ସେମାନେ ସମସ୍ତେ ଅନୁନ୍ନତ ଥିଲେ ଓ ଖଡ଼୍ଗରେ ହତ ହେଲେ। କାରଣ ସେମାନେ ଜୀବିତ ଥିବା ସମୟରେ ଦେଶରେ ଲୋକମାନଙ୍କୁ ଭୟ ଦେଖାଇ ଥିଲେ। 27 ଅସୁନ୍ନତ ବୀରମାନଙ୍କ ସହିତ ସେମାନେ କ’ଣ ଯୁଦ୍ଧ ଭୂମିରେ ପତିତ ହୋଇ ନାହାନ୍ତି, ଯେଉଁମାନେ ସେମାନଙ୍କର ଖଡ଼୍ଗକୁ ତକିଆ ଭିତରେ ରଖି ପାତାଳକୁ ଯାଇଛନ୍ତି? ସେମାନଙ୍କର ପାପ ସେମାନଙ୍କର ଅସ୍ଥି ଉପରେ ଅଛି। ଯେହେତୁ ସେମାନେ ଜୀବିତ ଥିବା ବେଳେ ଆତଙ୍କ ଖେଳାଇଛନ୍ତି।
28 “ହେ ମିଶର, ତୁମ୍ଭେ ମଧ୍ୟ ଅସୁନ୍ନତମାନଙ୍କ ମଧ୍ୟରେ ବିନାଶ ହେବ ଓ ଖଡ଼୍ଗରେ ନିହତ ଲୋକମାନଙ୍କ ସହିତ ଶୟନ କରିବ।
29 “ସେ ସ୍ଥାନରେ ଇଦୋମ, ତାହାର ରାଜାଗଣ ଓ ତାହାର ଅଧିପତିମାନେ ଅଛନ୍ତି। ସେମାନେ ଯୁଦ୍ଧରେ ଅସୁନ୍ନତମାନଙ୍କ ସହିତ ପଡ଼ି ଅଛନ୍ତି, ଯଦିଓ ସେମାନେ ଜୀବନରେ ସେମାନଙ୍କର ଶକ୍ତିପାଇଁ ପରିଚିତ ଥିଲେ।
30 “ଏମାନେ ଉତ୍ତର ଦେଶୀୟ ମୁଖ୍ୟ ଓ ସୀଦୋନର ସୈନ୍ୟଗଣ ଥିଲେ। ସେମାନେ ଅନ୍ୟ ମୃତ ଲୋକମାନଙ୍କ ସହିତ ଓହ୍ଲାଇ ଯାଇଅଛନ୍ତି। ସେମାନଙ୍କର ଶକ୍ତି ସତ୍ତ୍ୱେ, ଯୁଦ୍ଧ ଭୂମିରେ ନିହତ ଅସୁନ୍ନତ ଲୋକମାନଙ୍କ ସହିତ ପତିତ ହୋଇ ଲଜ୍ଜିତ ହୋଇଛନ୍ତି। ସେମାନେ କବରରେ ଅନ୍ୟାନ୍ୟ ମୃତ ଲୋକମାନଙ୍କ ସହିତ ଲଜ୍ଜିତ ହୋଇଛନ୍ତି।
31 “ଫାରୋ ସେମାନଙ୍କୁ ଦେଖିବେ ଓ ନିଜ ଲୋକମାନଙ୍କ ବିଷୟରେ ସାନ୍ତ୍ୱନା ପାଇବେ। ଫାରୋ ଓ ତାଙ୍କର ସମସ୍ତ ସୈନ୍ୟ ଖଡ଼୍ଗରେ ନିହତ ହୋଇଅଛନ୍ତି।” ଏହା ସଦାପ୍ରଭୁ, ମୋର ପ୍ରଭୁ କହନ୍ତି।
32 “ଯେତେବେଳେ ଫାରୋ ଜୀବିତ ଥିଲେ, ମୁଁ ତାକୁ ଭୟ କରିବା ପାଇଁ ଲୋକମାନଙ୍କୁ ତିଆରି କଲି। କିନ୍ତୁ ବର୍ତ୍ତମାନ ସେ ଓ ତା’ର ଲୋକମାନଙ୍କୁ ସମସ୍ତ ଅସୁନ୍ନତ ଲୋକ ଓ ଖଡ଼୍ଗରେ ନିହତ ଲୋକମାନଙ୍କ ମଧ୍ୟରେ ରଖାଯିବ।” ଏହା ସଦାପ୍ରଭୁ, ମୋର ପ୍ରଭୁ କହନ୍ତି।
ପରିବର୍ତ୍ତିତ ଜୀବନ
4 ଖ୍ରୀଷ୍ଟ ନିଜ ଶରୀରରେ ଥିଲାବେଳେ ଯାତନା ପାଇଲେ। ଅତଏବ ତାହାଙ୍କର ଯେଭଳି ଚିନ୍ତାଧାରା ଥିଲା, ତାହା ଦ୍ୱାରା ତୁମ୍ଭେ ଆପଣାକୁ ଶକ୍ତିଯୁକ୍ତ କର। ଯେଉଁ ଲୋକ ନିଜ ଶରୀରରେ ଯାତନ ଭୋଗ କଲା; ସେ ପାପରୁ ନିବୃତ୍ତ ହୋଇଛି। 2 ତୁମ୍ଭେ ଏପରି ଭାବରେ ନିଜକୁ ଶକ୍ତିଶାଳୀ କର, ଯେପରି ତୁମ୍ଭେ ପରମେଶ୍ୱରଙ୍କ ଇଚ୍ଛାନୁସାରେ ଜୀବନଯାପନ କରିବ, ଲୋକମାନଙ୍କ ଇଚ୍ଛାରେ, ମନ୍ଦକାର୍ଯ୍ୟ କରି ଜୀବନଯାପନ କରିବ ନାହିଁ। 3 ଅତୀତରେ ଅବିଶ୍ୱାସୀ ଲୋକଙ୍କ କଥାରେ କାମ କରି ତୁମ୍ଭେ ଅନେକ ସମୟ ନଷ୍ଟ କରିସାରିଛ। ତୁମ୍ଭେ ଯୌନପାପ କରୁଥିଲ। ନିଜ ଇଚ୍ଛାନୁସାରେ ମନ୍ଦକାମ କରୁଥିଲ। ତୁମ୍ଭେ ମାତାଲ ହେଉଥିଲ, ନାନାଦି ହିଂସ୍ରକ ଓ ଧ୍ୱଂସର କାର୍ଯ୍ୟ କରୁଥିଲ, ମଦ୍ୟପାନ ଦଳରେ ଯୋଗ ଦେଉଥିଲ, ଓ ମୂର୍ତ୍ତିମାନଙ୍କୁ ଉପାସନା କରି ମନ୍ଦକାମ କରୁଥିଲ।
4 ସେହି ଅବିଶ୍ୱାସୀମାନେ ଆଶ୍ଚର୍ଯ୍ୟ ହେଉଛନ୍ତି ଯେ ବର୍ତ୍ତମାନ ତୁମ୍ଭେ ସେମାନଙ୍କ ଭଳି ହିଂସ୍ରକ ଓ ଧ୍ୱଂସକାରୀ କାମମାନ କରୁ ନାହଁ। 5 ଅତଏବ ସେମାନେ ତୁମ୍ଭ ବିଷୟରେ ମନ୍ଦକଥା କହୁଛନ୍ତି। କିନ୍ତୁ ସେମାନଙ୍କୁ ସେମାନଙ୍କ କୃତ କର୍ମ ଲାଗି ଉତ୍ତର ଦେବାକୁ ହେବ। ଯେଉଁ ଖ୍ରୀଷ୍ଟ ମୃତ ଓ ଜୀବନ ଉଭୟର ବିଗ୍ଭର କରିବାକୁ ପ୍ରସ୍ତୁତ, ତାହାଙ୍କ ନିକଟରେ ସେମାନଙ୍କୁ ସମସ୍ତ କର୍ମର ହିସାବ ଦେବାକୁ ହେବ। 6 ଯେଉଁ ଲୋକମାନେ ବର୍ତ୍ତମାନ ମୃତ, ସେମାନଙ୍କୁ ସୁସମାଗ୍ଭର କୁହାଯାଇଥିଲା, କାରଣ ସବୁ ଲୋକଙ୍କର ବିଗ୍ଭର ହେବା ଭଳି ସେମାନଙ୍କର ମଧ୍ୟ ବିଗ୍ଭର ହେବ। ସେମାନେ ଜୀବିତ ଥିଲାବେଳେ ଯାହାକିଛି କରିଥିଲେ, ସେହି ଅନୁସାରେ ବିଗ୍ଭରିତ ହେବେ। କିନ୍ତୁ ସେମାନେ ଯେପରି ପରମେଶ୍ୱରଙ୍କ ଭଳି ଆତ୍ମାରେ ଜୀବିତ ହେବେ, ଏଥିପାଇଁ ସେମାନଙ୍କ ନିକଟରେ ସୁସମାଗ୍ଭର ପ୍ରଗ୍ଭରିତ ହୋଇଥିଲା।
ପରମେଶ୍ୱରଙ୍କ ଦାନଗୁଡ଼ିକର ଭଲ ତତ୍ତ୍ୱାବଧାରକ ହୁଅ
7 ସବୁ ବିଷୟ ସମାପ୍ତ ହେବାର ସମୟ ନିକଟତର ହେଲାଣି। ଅତଏବ ନିଜର ମନକୁ ଶୁଚି ରଖ ଏବଂ ନିଜକୁ ସଂଯତ କର। ଏହା ତୁମ୍ଭକୁ ପ୍ରାର୍ଥନା କରିବାରେ ସାହାଯ୍ୟ କରିବ। 8 ସବୁଠାରୁ ବଡ଼ କଥା ହେଲା ଯେ, ପରସ୍ପରକୁ ନିବିଡ଼ ଭାବେ ପ୍ରେମ କର। 9 ପ୍ରେମ ଅନେକ ପାପ ଆଚ୍ଛାଦିତ କରେ। କୌଣସି ପ୍ରକାରର ଆପତ୍ତି ନ ଉଠାଇ ପରସ୍ପରକୁ ନିଜ ଘରକୁ ସ୍ୱାଗତ ଜଣାଅ। 10 ତୁମ୍ଭ ମଧ୍ୟରୁ ପ୍ରତ୍ୟେକେ ଗୋଟିଏ ଗୋଟିଏ ଆଧ୍ୟାତ୍ମିକ ଦାନ ପରମେଶ୍ୱରଙ୍କଠାରୁ ପାଇଛ। ପରମେଶ୍ୱର ଅନେକ ପ୍ରକାରେ ତାହାଙ୍କର ଅନୁଗ୍ରହ ତୁମ୍ଭକୁ ଦେଖାଇଛନ୍ତି। ତୁମ୍ଭେ ତାହାଙ୍କର ଦାନଗୁଡ଼ିକୁ ଦାୟିତ୍ୱପୂର୍ଣ୍ଣ ସହିତ ପରମେଶ୍ୱରଙ୍କ ସେବକ ଭଳି ବ୍ୟବହାର କର। ଅତଏବ ଭଲ ସେବକ ହୋଇ ପରସ୍ପରର ସେବାରେ ସେଗୁଡ଼ିକୁ ଲଗାଅ। 11 ଯେଉଁ ଲୋକ କହିବାକୁ ଗ୍ଭହେଁ, ସେ ପରମେଶ୍ୱରଙ୍କ ବାକ୍ୟରୁ କଥା କହୁ। ଯେଉଁ ଲୋକ ସେବା କରିବ, ସେ ପରମେଶ୍ୱରଙ୍କ ପ୍ରଦତ୍ତ ଶକ୍ତି ସାହାଯ୍ୟରେ ସେବା କରୁ। ତୁମ୍ଭେ ଏହିସବୁ କାମ ଏପରି ଭାବରେ କରିବା ଉଚିତ୍ ଯେ, ଖ୍ରୀଷ୍ଟଙ୍କ ମାଧ୍ୟମରେ ଯେପରି ପରମେଶ୍ୱର ସମସ୍ତ ବିଷୟରେ ପ୍ରଶଂସା ପାଇବେ। କ୍ଷମତା ଓ ମହିମା ସଦାସର୍ବଦା ପାଇଁ ତାହାଙ୍କର ଅଟେ। ଆମେନ୍।
ଖ୍ରୀଷ୍ଟିୟାନ ଭାବରେ ଯାତନା ସହିବା
12 ମୋ’ ମିତ୍ରଗଣ, ତୁମ୍ଭେମାନେ ବର୍ତ୍ତମାନର ଦୁଃଖ ସହୁଥିବାରୁ ଆଶ୍ଚର୍ଯ୍ୟ ମନେକର ନାହିଁ। ଏହି ଦୁଃଖ ଭୋଗ ତୁମ୍ଭମାନଙ୍କର ବିଶ୍ୱାସ ପରୀକ୍ଷା କରୁଛି। ଭାବ ନାହିଁ ଯେ ତୁମ୍ଭ ପ୍ରତି କିଛି ଆଶ୍ଚର୍ଯ୍ୟ କଥା ଘଟୁଛି। 13 ବରଂ ତୁମ୍ଭେ ଖୁସୀ ହେବା ଉଚିତ୍ ଯେ, ତୁମ୍ଭେ ଖ୍ରୀଷ୍ଟଙ୍କର ଯାତନାର ସହଭାଗୀ ହୋଇଛ। ଖ୍ରୀଷ୍ଟ ନିଜର ମହିମା ପ୍ରକାଶ କଲାବେଳେ ତୁମ୍ଭେ ଖୁସୀ ହେବ ଓ ଆନନ୍ଦରେ ପୂର୍ଣ୍ଣ ହେବ। 14 ଖ୍ରୀଷ୍ଟଙ୍କୁ ଅନୁସରଣ କରୁଛ ବୋଲି ଲୋକେ ତୁମ୍ଭକୁ ମନ୍ଦକଥା କହିଲେ, ତୁମ୍ଭେ ଧନ୍ୟ ବୋଲି ଜାଣିବ। ତୁମ୍ଭ ଭିତରେ ଗୌରବମୟ ଆତ୍ମା ଅଛନ୍ତି ବୋଲି ତୁମ୍ଭେ ଧନ୍ୟ। ତାହା ହିଁ ହେଉଛି ପରମେଶ୍ୱରଙ୍କ ଆତ୍ମା। 15 ତୁମ୍ଭମାନଙ୍କ ଭିତରୁ କେହି ହତ୍ୟାକାରୀ ବା ଗ୍ଭେର ବା ଦୁଷ୍କର୍ମକାରୀ ବା ଅନ୍ୟମାନଙ୍କ କାରବାରରେ ମୁଣ୍ଡ ଖେଳାଇଲା ଭଳି ଲୋକ ନ ଥାଉ। ସେହିଭଳି କାମ କଲେ, ଜଣେ ଦୁଃଖ ଭୋଗିବ। ତୁମ୍ଭ ଭିତରୁ କେହି ଏପରି କାର୍ଯ୍ୟ କରି ଯାତନା ନ ଭୋଗୁ। କିନ୍ତୁ ଜଣେ କେହି ଖ୍ରୀଷ୍ଟିୟାନ ହେବାରୁ ଯାତନା ପାଇଲେ, ଲଜ୍ଜିତ ନ ହେଉ। 16 ତୁମ୍ଭେ ସେହି ଖ୍ରୀଷ୍ଟିୟାନ ନାମଟି ପାଇଁ ପରମେଶ୍ୱରଙ୍କୁ ଧନ୍ୟବାଦ ଦିଅ। 17 ଏବେ ବିଗ୍ଭରର ସମୟ ଆସିଛି। ତାହା ପରମେଶ୍ୱରଙ୍କ ପରିବାରଠାରୁ ଆରମ୍ଭ ହେବ। ଯଦି ସେହି ବିଗ୍ଭର ଆମ୍ଭଠାରୁ ଆରମ୍ଭ ହୁଏ, ତାହାହେଲେ ଯେଉଁମାନେ ପରମେଶ୍ୱରଙ୍କ ସୁସମାଗ୍ଭର ଗ୍ରହଣ କରି ନାହାନ୍ତି, ସେମାନଙ୍କର କି ଅବସ୍ଥା ହେବ?
18 “ଉତ୍ତମ ଲୋକ ରକ୍ଷା ପାଇବା ବଡ଼ କଠିନ।
ତା’ହେଲେ ଯେଉଁମାନେ ପରମେଶ୍ୱରଙ୍କ ବିରୋଧୀ ଓ ପାପରେ ପୂର୍ଣ୍ଣ ସେମାନଙ୍କର କ’ଣ ହେବ?” (A)
19 ଅତଏବ ଯେଉଁ ଲୋକମାନେ ପରମେଶ୍ୱରଙ୍କ ଇଚ୍ଛାନୁସାରେ ଯାତନା ଭୋଗ କରୁଛନ୍ତି, ସେମାନେ ତାହାଙ୍କୁ ସେମାନଙ୍କର ଆତ୍ମା ବିଶ୍ୱାସପୂର୍ବକ ସମର୍ପଣ କରିଦେବା ଉଚିତ୍। ପରମେଶ୍ୱର ସେମାନଙ୍କୁ ଗଠନ କରିଛନ୍ତି ଓ ତେଣୁ ସେମାନେ ତାହାଙ୍କୁ ବିଶ୍ୱାସ କରି ପାରିବେ। ଅତଏବ ସେମାନେ ଭଲ କାମ କରି ଗ୍ଭଲିବା ଉଚିତ୍।
2010 by World Bible Translation Center