Print Page Options
Previous Prev Day Next DayNext

Old/New Testament

Each day includes a passage from both the Old Testament and New Testament.
Duration: 365 days
Oriya Bible: Easy-to-Read Version (ERV-OR)
Version
ଯିହିଜିକଲ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 22-23

ଯିହିଜିକଲ ଯିରୁଶାଲମ ବିପକ୍ଷରେ କହନ୍ତି

22 ଅନନ୍ତର ସଦାପ୍ରଭୁଙ୍କର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, “ହେ ମନୁଷ୍ୟ ପୁତ୍ର, ତୁମ୍ଭେ କ’ଣ ଏହି ରକ୍ତପାତ ନଗରୀର ବିଗ୍ଭର କରିବ? ତେବେ ତାହାର ଘୃଣାଯୋଗ୍ୟ ସମସ୍ତ କ୍ରିୟା ଏହାକୁ ଜ୍ଞାତ କରାଅ। ଏବଂ ତୁମ୍ଭେ ଏହାକୁ କହିବ, ‘ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହିଛନ୍ତି। ହେ ନଗରୀ, ଯିଏ ଏହା ମଧ୍ୟରେ ରକ୍ତପାତ କରେ, ସେ ତା’ର ନିଜର ଅବସାନ ଆଣେ ଏବଂ ଏହା ନିଜର ଶେଷ ଆଣେ ଯେ, ନିଜ ପାଇଁ ମୂର୍ତ୍ତି ତିଆରି କରେ, ତାହା ଏହାକୁ କଳୁଷିତ କରେ।

“‘ତୁମ୍ଭର ରକ୍ତପାତ ଯୋଗୁଁ ତୁମ୍ଭେ ଦୋଷୀ ହୋଇଅଛ ଓ ପୁଣି ତୁମ୍ଭେ ଯେଉଁ ପ୍ରତିମାଗଣ ନିର୍ମାଣ କରିଅଛ, ତଦ୍ଦ୍ୱାରା ଅଶୁଚି ହୋଇଅଛ। ଏବଂ ତୁମ୍ଭେ ନିଜର ଅନ୍ତିମ ସମୟ ନିକଟବର୍ତ୍ତୀ କରାଇଅଛ। ଏବଂ ତୁମ୍ଭେ ନିଜର ଅନ୍ତିମ ସମୟ ନିକଟବର୍ତ୍ତୀ କରାଇଅଛ। ଏବଂ ନିଜ ଆୟୁର ଶେଷ ଭାଗରେ ପହଞ୍ଚିଛ। ତେଣୁ ମୁଁ ତୁମ୍ଭକୁ ଜାତିଗଣ ନିକଟରେ ଉପହାସର ପାତ୍ର ଓ ସବୁ ଦେଶ ନିକଟରେ ପରିହାସର ପାତ୍ର କରିଅଛି। ହେ କୁଖ୍ୟାତ ଓ କଳହ ପ୍ରିୟ ନଗର, ତୁମ୍ଭର ନିକଟସ୍ଥ ଓ ଦୂରସ୍ଥ ସମସ୍ତେ ତୁମ୍ଭକୁ ପରିହାସ କରିବେ।

“‘ଆଉ, ଦେଖ, ଇସ୍ରାଏଲର ଅଧିପତିଗଣ ପ୍ରତ୍ୟେକ ନିଜ ନିଜ ପରାକ୍ରମ ଅନୁସାରେ ରକ୍ତପାତ କରିବା ନିମନ୍ତେ ତୁମ୍ଭ ମଧ୍ୟରେ ରହିଅଛନ୍ତି। ତୁମ୍ଭ ମଧ୍ୟରେ ଲୋକମାନେ ପିତାମାତାଙ୍କୁ ଅବଜ୍ଞା କରିଅଛନ୍ତି। ସେମାନେ, ତୁମ୍ଭମାନଙ୍କ ମଧ୍ୟରେ ବାସ କରୁଥିବାରୁ ବିଦେଶୀମାନଙ୍କୁ ଅତ୍ୟାଗ୍ଭର କଲେ, ଅନାଥ ଓ ବିଧବା ପ୍ରତି ଅନ୍ୟାୟ କରିଅଛନ୍ତି। ତୁମ୍ଭେ ଆମ୍ଭ ପବିତ୍ର ବସ୍ତୁଗୁଡ଼ିକୁ ତୁଚ୍ଛ କରିଅଛ ଓ ଆମ୍ଭର ବିଶ୍ରାମ ଦିନଗୁଡ଼ିକୁ ଅପବିତ୍ର କରିଅଛ। ରକ୍ତପାତ କରିବାକୁ ନିନ୍ଦକମାନେ ତୁମ୍ଭ ମଧ୍ୟରେ ଏଠାରେ ରହିଅଛନ୍ତି। ତୁମ୍ଭମାନଙ୍କ ମଧ୍ୟରୁ ଲୋକମାନେ ଉଚ୍ଚ ପର୍ବତରେ ମୂର୍ତ୍ତିମାନଙ୍କୁ ଉତ୍ସର୍ଗମାନ ଅର୍ପଣ କଲେ ଏବଂ ପବିତ୍ର ସ୍ଥାନର ବଳିଦାନ କରି ଭୋଜନ କରିଅଛନ୍ତି,

“‘ଏବଂ ଲୋକମାନେ ତୁମ୍ଭ ସହିତ ଅଛନ୍ତି, ଯିଏ ଶାରୀରିକ ପାପକର୍ମରେ ଅନ୍ତର୍ଭୁକ୍ତ ଅଟନ୍ତି। 10 ତୁମ୍ଭ ମଧ୍ୟରେ ଲୋକମାନେ ନିଜ ନିଜ ପିତାର ପତ୍ନୀ ସହିତ ଯୌନ ସମ୍ପର୍କ ରଖିଛନ୍ତି। ଏବଂ ତୁମ୍ଭ ଗୋଷ୍ଠୀରେ ଲୋକମାନେ ଅଛନ୍ତି, ଯିଏ ନାରୀମାନଙ୍କୁ ପାଶବିକ ଅତ୍ୟାଗ୍ଭର ଏମିତକି ସେମାନଙ୍କର ଋତୁସ୍ରାବ [a] ସମୟରେ ମଧ୍ୟ ଅତ୍ୟାଗ୍ଭର କରନ୍ତି। 11 ପୁଣି କେହି କେହି ନିଜ ପ୍ରତିବାସୀର ସ୍ତ୍ରୀ ସହ ପାପକର୍ମ କରିଅଛନ୍ତି, ଆଉ କେହି ଲମ୍ଫଟାଚରଣ କରି ନିଜର ପୁତ୍ରବଧୂକୁ ଅଶୁଚି କରିଅଛନ୍ତି, ପୁଣି କେହି ନିଜର ପିତୃକନ୍ୟା ଭଗିନୀକୁ ବଳାତ୍କାର କରିଛନ୍ତି। 12 “‘ତୁମ୍ଭମାନଙ୍କ ମଧ୍ୟରେ ଲୋକମାନେ ରକ୍ତପାତ କରିବା ପାଇଁ ଲାଞ୍ଚ ନେଇଛନ୍ତି। ତୁମ୍ଭେ ସୁଧ ନେଇ ଋଣ ଦେଇଅଛ ଏବଂ ତୁମ୍ଭେ ଲୋଭରେ ଉପଦ୍ରବ କରି ଆପଣା ପ୍ରତିବାସୀଠାରୁ ଲାଭ ନେଇଅଛ। ତୁମ୍ଭେ ମୋତେ ପାଶୋରି ଯାଇଅଛ।’ ଏହା ସଦାପ୍ରଭୁ, ମୋର ପ୍ରଭୁ କହନ୍ତି।

13 “‘ମୁଁ ତୁମ୍ଭର ଅନ୍ୟାୟ ଲାଭ ଓ ତୁମ୍ଭ ମଧ୍ୟରେ ଯେଉଁ ରକ୍ତପାତ ହେଉଅଛି, ସେଥିପାଇଁ ତୁମ୍ଭକୁ ଦଣ୍ଡ ଦେବି। 14 ମୁଁ ଯେଉଁ ଦିନ ତୁମ୍ଭର ଶାସ୍ତି ବିଧାନ ପାଇଁ ବିଗ୍ଭର କରିବି, ସେଦିନ ତୁମ୍ଭର ହୃଦୟ ଓ ଶକ୍ତି ସହିପାରିବ କି? ମୁଁ ସଦାପ୍ରଭୁ ଏହା କହିଅଛି ଓ ଏହା ମୁଁ ସିଦ୍ଧ କରିବି। 15 ଏବଂ ମୁଁ ଅନ୍ୟାନ୍ୟ ଜାତିଗଣ ମଧ୍ୟରେ ତୁମ୍ଭକୁ ଛିନ୍ନଭିନ୍ନ କରିବି ଓ ନାନା ଦେଶରେ ତୁମ୍ଭକୁ ନିକ୍ଷେପ କରିବି। ଏବଂ ଏହି ନଗରରୁ ଅପବିତ୍ରତା ସମ୍ପୂର୍ଣ୍ଣ ଭାବରେ ଦୂର କରିବି। 16 କିନ୍ତୁ ହେ ଯିରୁଶାଲମ, ତୁମ୍ଭେ ସମସ୍ତ ଜାତିଗଣ ସାକ୍ଷାତରେ ନିଜ କର୍ମ ଯୋଗୁଁ ଅପବିତ୍ର ହେବ। ତାହାହେଲେ ମୁଁ ଯେ ସଦାପ୍ରଭୁ ଏହା ତୁମ୍ଭେ ଜାଣିବ।’”

ଇସ୍ରାଏଲ ଏକ ମୂଲ୍ୟହୀନ ଖାଦ ସଦୃଶ

17 ଅନନ୍ତର ସଦାପ୍ରଭୁଙ୍କର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, 18 “ହେ ମନୁଷ୍ୟ ପୁତ୍ର, ଇସ୍ରାଏଲ ବଂଶ ଆମ୍ଭ ନିକଟରେ ଖାଦ ସ୍ୱରୂପ ହୋଇଅଛନ୍ତି। ସେ ସମସ୍ତ ଉହ୍ମେଇ ମଧ୍ୟରେ ପିତ୍ତଳ, ଦସ୍ତା, ଲୁହା ଓ ସୀସା ସ୍ୱରୂପ ହୋଇଅଛନ୍ତି। ସେମାନେ ରୂପାର ଖାଦ ସ୍ୱରୂପ। 19 ଏଣୁ ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, ‘ତୁମ୍ଭେ ସମସ୍ତେ ଖାଦ ସ୍ୱରୂପ ହୋଇଅଛ, ଏଥିପାଇଁ ଦେଖ, ଆମ୍ଭେ ତୁମ୍ଭମାନଙ୍କୁ ଯିରୁଶାଲମର ମଧ୍ୟରେ ଏକତ୍ର କରିବା। 20 ଯେପରି ଲୋକମାନେ ଉହ୍ମେଇ ମଧ୍ୟରେ ରୂପା, ପିତ୍ତଳ, ଲୁହା, ସୀସା ଓ ଦସ୍ତା ଏକତ୍ର କରି ତରଳାଇବା ପାଇଁ ତହିଁ ଉପରେ ଅଗ୍ନି ରଖି ଫୁଙ୍କନ୍ତି। ସେହିପରି ଆମ୍ଭେ ତୁମ୍ଭମାନଙ୍କୁ ଆପଣା କ୍ରୋଧ ଓ ଆପଣା କୋପରେ ଏକତ୍ର କରି ସେ ସ୍ଥାନରେ ରଖିବା ଓ ତୁମ୍ଭମାନଙ୍କୁ ଜାଣିବା। 21 ଆଉ ଆମ୍ଭେ ତୁମ୍ଭମାନଙ୍କୁ ଏକତ୍ର କରି ଆପଣା କ୍ରୋଧାଗ୍ନିରେ ତୁମ୍ଭମାନଙ୍କୁ ଫୁଙ୍କିବା, ତହିଁରେ ତୁମ୍ଭେମାନେ ତରଳି ଯିବ। 22 ଯେପରି ରୂପା ଗୋଟିଏ ଉହ୍ମାଇରେ ତରଳା ହୋଇଥାଏ ମୁଁ ତୁମ୍ଭଙ୍କୁ ନଗରରେ ତରଳାଇବି। ତେଣୁ ତୁମ୍ଭେମାନେ ଅନୁଭବ କରିବ ଯେ, ମୁଁ ସଦାପ୍ରଭୁ ତୁମ୍ଭମାନଙ୍କ ବିରୁଦ୍ଧରେ ଆପଣା କ୍ରୋଧ ପ୍ରକାଶ କରିଛି।’”

ଯିହିଜିକଲ ଯିରୁଶାଲମ ବିପକ୍ଷରେ କହନ୍ତି

23 ଅନନ୍ତର ସଦାପ୍ରଭୁଙ୍କ ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, 24 “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ଦେଶକୁ କୁହ, ତୁମ୍ଭେ ଏକ ଦେଶ ଯାହାକୁ କେବେ ପବିତ୍ର କରାଯାଇ ନାହିଁ। ସେଠାରେ ବର୍ଷା ଅସରାଏ ହୋଇ ନାହିଁ। 25 ତାହାର ଭବିଷ୍ୟ‌ଦ୍‌ବକ୍ତାମାନେ ସେଠାରେ ଚକ୍ରାନ୍ତ କରିଛନ୍ତି। ସେମାନେ ପ୍ରାଣୀମାନଙ୍କୁ ହତ୍ୟା କରିବାକୁ ଉତ୍ସୁକ ଗର୍ଜନକାରୀ ସିଂହ ସଦୃଶ। ସେମାନେ ଲୋକମାନଙ୍କୁ ଶୋଷଣ କରନ୍ତି, ସେମାନେ ମୂଲ୍ୟବାନ ଓ ବହୁମୂଲ୍ୟ ବସ୍ତ୍ର ହରଣ କରନ୍ତି; ସେମାନେ ବହୁ ମହିଳାଙ୍କୁ ବିଧବା କରିଅଛନ୍ତି।

26 “ଯାଜକମାନେ ମୋର ବ୍ୟବସ୍ଥା ଅବମାନନା କରିଛନ୍ତି ଓ ସେମାନେ ମୋର ପବିତ୍ର ବସ୍ତୁସବୁକୁ ଅପବିତ୍ର କରିଅଛନ୍ତି। ସେମାନେ ପବିତ୍ର ଓ ଅପବିତ୍ର ମଧ୍ୟରେ କିଛି ପ୍ରଭେଦ ରଖି ନାହାନ୍ତି, ସେମାନେ ଶୁଚି ବସ୍ତୁକୁ ଅଶୁଚି ମନେ କରନ୍ତି ଓ ଏ ବିଷୟରେ ଲୋକଙ୍କୁ ଶିଖାନ୍ତି ନାହିଁ। ଏବଂ ସେମାନେ ମୋର ବିଶ୍ରାମ ଦିନଗୁଡ଼ିକ ହେୟଜ୍ଞାନ କରନ୍ତି। ଏବଂ ମୁଁ ସେମାନଙ୍କ ପାଖରେ ନିକୃଷ୍ଟ ହୋଇଛି।

27 “ତା’ର ଅଧିପତିଗଣ ଗଧିଆ ସଦୃଶ ପ୍ରାଣୀମାନଙ୍କୁ ବିଦୀର୍ଣ୍ଣ କଲାପରି ଅନ୍ୟାୟ ଲାଭର ଚେଷ୍ଟାରେ ରକ୍ତପାତ କରି ପ୍ରାଣୀମାନଙ୍କୁ ବିନାଶ କରନ୍ତି।

28 “ଭବିଷ୍ୟ‌ଦ୍‌ବକ୍ତାମାନେ ଏପରି ଆଚରଣକୁ ଠିକ୍ ବୋଲି ପ୍ରମାଣ କରିବାକୁ କହନ୍ତି। ସେମାନେ ମିଥ୍ୟା ଦର୍ଶନ ପାଆନ୍ତି ଓ ମିଥ୍ୟା ଭବିଷ୍ୟ‌ଦ୍‌ବାଣୀ କରି କହନ୍ତି, ‘ଏହା ସଦାପ୍ରଭୁ, ମୋର ପ୍ରଭୁ କହନ୍ତି,’ ଯେତେବେଳେ ସଦାପ୍ରଭୁ କିଛି କହି ନ ଥା’ନ୍ତି।

29 “ସାଧାରଣ ଲୋକେ ପରସ୍ପର ପ୍ରତି ଅତ୍ୟାଗ୍ଭର କରନ୍ତି ଓ ଗ୍ଭେରି କରନ୍ତି, ସେମାନେ ଗରିବ ଓ ଦୀନହୀନମାନଙ୍କୁ ଠକନ୍ତି। ସେମାନେ ବିଦେଶୀମାନଙ୍କୁ ସେମାନଙ୍କ ମଧ୍ୟରେ ବସବାସ କରୁଥିବା ନ୍ୟାୟରୁ ବଞ୍ଚିତ କରି ଅତ୍ୟାଗ୍ଭର କରନ୍ତି।

30 “ପୁଣି ଦେଶ ଯେପରି ବିନଷ୍ଟ ନ ହେବ ସେଥିପାଇଁ ଯେ ସୁଦୃଢ଼ ପ୍ରାଚୀର କରି ପାରିବ ଓ ଫାଟ ସ୍ଥାନରେ ଆମ୍ଭ ସମ୍ମୁଖରେ ଦେଶ ସପକ୍ଷରେ ଠିଆ ହେବ, ଏପରି ଏକ ଲୋକକୁ ଆମ୍ଭେ ଅନ୍ୱେଷଣ କଲୁ। ମାତ୍ର ଜଣେ ସୁଦ୍ଧା ପାଇଲୁ ନାହିଁ। 31 ଏଣୁ ଆମ୍ଭେ ସେମାନଙ୍କ ଉପରେ ଆପଣା କ୍ରୋଧ ପ୍ରକାଶ କରିଅଛୁ ଓ ଆପଣା କୋପାଗ୍ନିରେ ସେମାନଙ୍କୁ ସଂହାର କରିଅଛୁ। ସେମାନଙ୍କର ନିଜ କର୍ମର ଫଳ ସେମାନେ ନିଜେ ଭୋଗିଛନ୍ତି।” ଏହା ମୋର ପ୍ରଭୁ ସଦାପ୍ରଭୁ କହନ୍ତି

23 ଅନନ୍ତର ସଦାପ୍ରଭୁଙ୍କ ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, “ହେ ମନୁଷ୍ୟ ପୁତ୍ର, ସେଠାରେ ଏକ ମାତାର କନ୍ୟା ଦୁଇ ଭଉଣୀ ଥିଲେ। ସେମାନେ କିଶୋରୀ ସମୟରେ ମିଶରରେ ବ୍ୟଭିଗ୍ଭରିଣୀ ହେଲେ। ସେ ସ୍ଥାନରେ ସେମାନଙ୍କର ସ୍ତନ ମର୍ଦ୍ଦିତ ହେଲା ଓ ଲୋକମାନେ ସେମାନଙ୍କର କୌମାର୍ଯ୍ୟକାଳୀନ କୁଗ୍ଭଗ୍ର ମନ୍ଥନ କଲେ। ଜ୍ୟେଷ୍ଠାର ନାମ ଅହଲା ଓ ତା’ର ଭଗିନୀର ନାମ ଅହଲୀବା ଥିଲା। ସେମାନେ ମୋର ପତ୍ନୀ ହେଲେ ଓ ପୁତ୍ରକନ୍ୟା ପ୍ରସବ କଲେ। ବଡ଼ ଭଉଣୀ ଅହଲା ଶମରିୟା ଅଟେ ଓ ସାନ ଭଉଣୀ ଅହଲୀବା ଯିରୁଶାଲମ ଅଟେ।

“ଆଉ ଅହଲା ଆମ୍ଭ ପ୍ରତି ଅବିଶ୍ୱସ୍ତ ହୋଇ ପ୍ରେମ କଲା। ସେ ଆପଣାର ପ୍ରତିବାସୀ ଅଶୂରୀୟ ପ୍ରେମିକଗଣଠାରେ ଆସକ୍ତା ହେଲା। ସେମାନେ ନୀଳରଙ୍ଗ ପୋଷାକ ପରିହିତ ଦେଶାଧ୍ୟକ୍ଷ ଓ ଶାସନ କତ୍ତୃର୍ଗଣ। ସେମାନେ ସମସ୍ତେ ସୁନ୍ଦର ଯୁବକ ଏବଂ ଅଶ୍ୱାରୋହୀ ଥିଲେ। ଏବଂ ସେ ଅଶୂରର ସମ୍ଭ୍ରାନ୍ତ ଲୋକଙ୍କ ସଙ୍ଗରେ ବ୍ୟଭିଗ୍ଭର କଲେ। ସେ ଯେକୌଣସି ଲୋକ ପ୍ରତି ପ୍ରେମରେ ଆସକ୍ତା ଥିଲା। ସେ ତା’ର ପ୍ରତିମାଗଣ ଦ୍ୱାରା ଆପଣାକୁ ଅପବିତ୍ର କଲା। ଆଉ ସେ ମିଶରଠାରୁ ତା’ର ପ୍ରେମ ବୃତ୍ତି ତ୍ୟାଗ କରି ନ ଥିଲା। କାରଣ ଯୌବନ କାଳରୁ ମିଶର ତା’ ସହିତ ପ୍ରେମ କରିଥିଲା। ସେମାନେ ତାହାର କୌମାର୍ଯ୍ୟକାଳୀନ କୁଗ୍ଭଗ୍ର ଟିପିଲେ ଓ ତା’ ସହିତ ଅତିଶୟ ପ୍ରେମ କଲେ। ତେଣୁ ଆମ୍ଭେ ତାହାର ପ୍ରେମିକଗଣର ହସ୍ତରେ ଅର୍ଥାତ୍ ଯେଉଁମାନଙ୍କ ପ୍ରତି ସେ ପ୍ରେମରେ ଆସକ୍ତା ହୋଇଥିଲା ସେହି ଅଶୂରୀୟମାନଙ୍କ ହସ୍ତରେ ତାହାକୁ ସମର୍ପଣ କଲୁ। 10 ସେମାନେ ତାକୁ ଧର୍ଷଣ କଲେ, ସେମାନେ ତା’ର ପୁତ୍ରକନ୍ୟାଗଣକୁ ନେଇଗଲେ। ସେମାନେ ସେମାନଙ୍କୁ ‌‌ଖ‌ଡ଼୍‌ଗରେ ହତ୍ୟା କଲେ। ଏବଂ ସେ ସ୍ତ୍ରୀମାନଙ୍କ ମଧ୍ୟରେ ଉପହାସର ବିଷୟ ହେଲା। କାରଣ ଅଶୂରୀୟ ଲୋକମାନେ ତାକୁ ବେଦନାପୂର୍ଣ୍ଣ ଦଣ୍ଡ ଦେଲେ।

11 “ଆଉ ତା’ର ଭଗିନୀ ଏସବୁ ଦେଖି ମଧ୍ୟ ବେଶ୍ୟାବୃତ୍ତିରେ ଓ ପ୍ରେମାଶକ୍ତିରେ ତାହା ଅପେକ୍ଷା ଅଧିକ ଭ୍ରଷ୍ଟା ହେଲା। ତା’ର ଭଗିନୀର ବ୍ୟଭିଗ୍ଭରିତାଠାରୁ ସେ ଅଧିକ ବ୍ୟଭିଗ୍ଭରିଣୀ ହେଲା। 12 ସେ ମଧ୍ୟ ସେହି ଅଶୂରୀୟ ଦେଶାଧ୍ୟକ୍ଷ ଶାସନ କତ୍ତୃର୍ଗଣଙ୍କ ପ୍ରତି ଆସକ୍ତା ହେଲା। ସେମାନେ ନୀଳରଙ୍ଗ ପୋଷାକ ପରିହିତ ସୁନ୍ଦର ଯୁବକ ଓ ଅଶ୍ୱାରୋହୀ ଥିଲେ। 13 ଏବଂ ମୁଁ ଅନୁତାପ କଲି ଯେ, ସେ ଦୁହେଁ ଗୋଟିଏ ରାସ୍ତା ଅନୁସରଣ କରୁଥିଲେ, ସେହି କାର୍ଯ୍ୟଗୁଡ଼ିକ କରୁଥିଲେ, ଯାହା ସେମାନଙ୍କୁ ତୁଚ୍ଛ କଲା।

14 “ଏବଂ ଅହଲୀବା ନିଜର ବ୍ୟଭିଗ୍ଭରିତା ବଢ଼ାଇଲା। ସେ କାନ୍ଥରେ ବିଚିତ୍ର କ‌‌ଲ୍‌‌‌‌ଦୀୟ ପୁରୁଷମାନଙ୍କର ଲାଲରଙ୍ଗ ପୋଷାକ ପରିହିତ ମୂର୍ତ୍ତି ଦେଖିଲା। 15 ସେମାନଙ୍କ କଟିରେ ଅଣ୍ଟାବିନ୍ଧା ଥିଲା, ମସ୍ତକରେ ରଙ୍ଗ ଚିତ୍ରିତ ଭୂଷଣ ଥିଲା। ସେମାନେ ସମସ୍ତେ କ‌‌ଲ୍‌‌‌‌ଦୀୟ ଦେଶଜାତ ବାବିଲନୀୟମାନଙ୍କ ରୂପ ବିଶିଷ୍ଟ ଅଧିପତିଗଣର ତୁଲ୍ୟ ଥିଲେ। 16 ପୁଣି ଅହଲୀବା ସେମାନଙ୍କ ପ୍ରତି ପ୍ରେମରେ ଆସକ୍ତା ହେଲା ଓ କ‌‌ଲ୍‌‌‌‌ଦୀୟ ଦେଶରୁ ସେମାନଙ୍କୁ ଡକାଇଲା। 17 ତେଣୁ ବାବିଲନୀୟ ଲୋକମାନେ ତାହା ନିକଟକୁ ଆସି ପ୍ରେମ କଲେ। ସେମାନେ ବ୍ୟଭିଗ୍ଭର କ୍ରିୟାଦ୍ୱାରା ତାକୁ ଅଶୁଚି କଲେ। ସେମାନଙ୍କ ଦ୍ୱାରା ତୁଚ୍ଛ ହେବା ପରେ, ସେ ସେମାନଙ୍କ ପ୍ରତି କ୍ରୋଧିତ ହେଲେ।

18 “ଏହିରୂପେ ସେ ନିଜର ବେଶ୍ୟାବୃତ୍ତି ପ୍ରକାଶ କଲା ଓ ନିଜର ଉଲଗ୍ନତା ଅନାବୃତ କଲା। ଏବଂ ମୁଁ ତା’ର ଭଗିନୀଠାରୁ ବିମୁଖ ହେଲା ପରି ତା’ଠାରୁ ମଧ୍ୟ ବିମୁଖ ହେଲି। 19 ସେ ଅଧିକରୁ ଅଧିକ ତା’ର ବେଶ୍ୟାବୃତ୍ତି ବଢ଼ାଇ ଗ୍ଭଲିଲା। ଯୌବନ କାଳରେ ମିଶର ଦେଶରେ ଯେଉଁ ବେଶ୍ୟାକର୍ମ କରିଥିଲା ତାହାକୁ ସ୍ମରଣ କରି ସେ ବ୍ୟଭିଗ୍ଭରିତା ବୃଦ୍ଧି କଲା। 20 ଆଉ ସେ ଗର୍ଦ୍ଦଭ ପରି ଯୌନାଙ୍ଗ ବିଶିଷ୍ଟ ଓ ଅଶ୍ୱପରି ରେତ ବିଶିଷ୍ଟ ଉପପତିମାନଙ୍କଠାରେ ଆସକ୍ତା ହେଲା।

21 “ହେ ଅହଲୀବା, ତୁମ୍ଭେ ଯୌବନ କାଳରେ ମିଶରୀୟମାନଙ୍କ ଦ୍ୱାରା ଯେପରି ତୁମ୍ଭର କୁଗ୍ଭଗ୍ରକୁ ମର୍ଦ୍ଦନ କରାଉଥିଲ, ସେହି ପ୍ରକାର ଲମ୍ଫଟତାକୁ ସ୍ମରଣ କରୁଛ। 22 ଏଣୁ ହେ ଅହଲୀବା, ସଦାପ୍ରଭୁ, ମୋର ପ୍ରଭୁ କହନ୍ତି, ‘ମୁଁ ତୁମ୍ଭ ପ୍ରେମିକମାନଙ୍କୁ ତୁମ୍ଭ ବିରୁଦ୍ଧରେ ଉଠାଇବି। ସେହି ପ୍ରେମିକମାନେ ଯିଏ ତୁମ୍ଭକୁ ହତାଶ କଲେ, ତୁମ୍ଭକୁ ଘେରି ଯିବେ। ମୁଁ ଏହା ଘଟିବାକୁ କାରଣ କରିବି। 23 ବାବିଲନୀୟମାନଙ୍କୁ ଓ ସମୁଦାୟ କ‌‌ଲ୍‌‌‌‌ଦୀୟ ଲୋକଙ୍କୁ ପକୋଦ, ଶୋୟା, କୋୟା ଓ ସେମାନଙ୍କ ସଙ୍ଗେ ସମୁଦାୟ ଅଶୂରୀୟ ଲୋକଙ୍କୁ ଆଣିବି। ସେମାନେ ସମସ୍ତେ ସୁନ୍ଦର ଯୁବକ, ଦେଶାଧ୍ୟକ୍ଷ, ଶାସନକର୍ତ୍ତା, ଅଧିପତିଗଣ, ବିଖ୍ୟାତ ଲୋକ ଓ ଅଶ୍ୱାରୋହୀ। 24 ସେମାନେ ଅସ୍ତ୍ରଶସ୍ତ୍ର, ରଥ ଓ ଅଶ୍ୱ ସହିତ ସମସ୍ତ ଗୋଷ୍ଠୀଗଣକୁ ଧରି ତୁମ୍ଭ ବିରୁଦ୍ଧରେ ଆସିବେ। ସେମାନେ ଚର୍ମ, ଢାଲ ଓ ଟୋପର ଧରି ଚତୁର୍ଦ୍ଦିଗରେ ତୁମ୍ଭ ବିରୁଦ୍ଧରେ ବେଢ଼ିଯିବେ। ମୁଁ ତୁମ୍ଭକୁ ଦଣ୍ଡ ଦେବା ପାଇଁ ସେମାନଙ୍କୁ ପ୍ରୟୋଗ କରିବି ଓ ସେମାନେ ସେମାନଙ୍କର ବିଧି ଅନୁସାରେ ତୁମ୍ଭର ଶାସ୍ତି ବିଧାନ କରିବେ। 25 ଏବଂ ମୁଁ ତୁମ୍ଭ ବିରୁଦ୍ଧରେ ମୋର ହିଂସାର ଶକ୍ତି ପ୍ରକାଶ କରିବି। ତେଣୁ ସେମାନ କୋପରେ ତୁମ୍ଭକୁ ଆଘାତ କରିବେ। ସେମାନେ ତୁମ୍ଭର ନାସିକା ଓ କର୍ଣ୍ଣ କାଟି ପକାଇବେ ଓ ‌‌ଖ‌ଡ଼୍‌ଗରେ ତୁମ୍ଭକୁ ହତ୍ୟା କରିବେ। ତୁମ୍ଭର ଅବଶିଷ୍ଟ ଲୋକ ମଧ୍ୟ ‌‌ଖ‌ଡ଼୍‌ଗରେ ପତିତ ହେବେ। ସେମାନେ ତୁମ୍ଭର ପୁତ୍ରକନ୍ୟାଗଣକୁ ନେଇଯିବେ ଓ ତୁମ୍ଭର ଅବଶିଷ୍ଟ ଲୋକ ଅଗ୍ନିରେ ଗ୍ରାସିତ ହେବେ। 26 ସେମାନେ ତୁମ୍ଭକୁ ବିବସ୍ତ୍ରା କରି ତୁମ୍ଭର ସୁନ୍ଦର ଅଳଙ୍କାର ସବୁ ନେଇଯିବେ। 27 କିନ୍ତୁ ମୁଁ ତୁମ୍ଭକୁ ବ୍ୟଭିଗ୍ଭରିତାଠାରୁ ବନ୍ଦ କରିବି, ମୁଁ ତୁମ୍ଭର ସମସ୍ତ ଅସାର କାର୍ଯ୍ୟଗୁଡ଼ିକ ମିଶର ସହିତ ବନ୍ଦ କରିବି। ତେଣୁ ତୁମ୍ଭେ ମିଶର ପ୍ରତି ଅନାଇବ ନାହିଁ ଏବଂ ସେମାନଙ୍କୁ ଆଉ ସ୍ମରଣ କରିବ ନାହିଁ।’”

28 ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “ଯେଉଁମାନଙ୍କୁ ତୁମ୍ଭେ ଘୃଣା କରୁଅଛ ଓ ଯେଉଁମାନଙ୍କଠାରୁ ତୁମ୍ଭର ପ୍ରାଣ ବିମୁଖ ହୋଇଅଛି, ସେମାନଙ୍କ ହସ୍ତରେ ମୁଁ ତୁମ୍ଭକୁ ସମର୍ପଣ କରିବି। 29 ଆଉ ସେମାନେ ତୁମ୍ଭକୁ ଘୃଣ୍ୟ ଭାବରେ ବ୍ୟବହାର କରିବେ ଓ ତୁମ୍ଭର ସମସ୍ତ ପରିଶ୍ରମର ଫଳ ହରଣ କରିବେ। ପୁଣି ତୁମ୍ଭକୁ ଉଲଗ୍ନା ଓ ବିବସନା କରି ଛାଡ଼ି ଦେବେ। ତଦ୍ଦ୍ୱାରା ତୁମ୍ଭର ବ୍ୟଭିଗ୍ଭର ଜନିତ ଉଲଗ୍ନତା, ତୁମ୍ଭର ଲମ୍ଫଟତା ଓ ତୁମ୍ଭର ବେଶ୍ୟାବୃତ୍ତି ପ୍ରକାଶ ପାଇବ। 30 ତୁମ୍ଭେ ଅନ୍ୟ ଦେଶୀୟମାନଙ୍କର ଅନୁଗାମୀନୀ ହୋଇ ବେଶ୍ୟାବୃତ୍ତି କରିଅଛ ଓ ସେମାନଙ୍କର ପ୍ରତିମାଗଣ ଦ୍ୱାରା ନିଜକୁ ଅଶୁଚି କରିଅଛ। ଏଥିପାଇଁ ତୁମ୍ଭ ପ୍ରତି ଏସବୁ କରାଯିବ। 31 ତୁମ୍ଭେ ନିଜ ଭଗିନୀର ପଥ ଅନୁସରଣ କରିଅଛ। ଏଣୁ ମୁଁ ତା’ର ପାନପାତ୍ର ତୁମ୍ଭ ହସ୍ତରେ ଦେବି।” 32 ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି,

“ତୁମ୍ଭେ ନିଜ ଭଗିନୀର ପାତ୍ରରେ ପାନ କରିବ।
    ସେହି ପାତ୍ର ବଡ଼ ଗଭୀର ଓ ସେହି ପାତ୍ର ବହୁତ ଧାରଣ କରେ।
ତୁମ୍ଭେ ଲୋକମାନଙ୍କର ହାସ୍ୟ
    ଓ ଉପହାସର ପାତ୍ର ହେବ।
33 ତୁମ୍ଭେ ମତ୍ତ ହୋଇ
    ଶୋକରେ ଆତୁର ହେବ।
ତୁମ୍ଭର ଭଗିନୀ ଶମରିୟାର ପରିପୂର୍ଣ୍ଣ ହେଲାପରି ତୁମ୍ଭର ପାତ୍ର ଧ୍ୱଂସ
    ଓ ବିନାଶରେ ପରିପୂର୍ଣ୍ଣ ହେବ।
34 ତୁମ୍ଭେ ସେହି ପାତ୍ରରୁ
    ସମସ୍ତ ବିଷ ନିଗାଡ଼ି ପାନ କରିବ
ଏବଂ ସେହି ପାତ୍ରକୁ ଫିଙ୍ଗି ଖଣ୍ଡ ବିଖଣ୍ଡିତ କରିବ।
    ତୁମ୍ଭ ଯନ୍ତ୍ରଣା ତୁମ୍ଭର ସ୍ତନକୁ ବିଦୀର୍ଣ୍ଣ କରିବ।
କାରଣ ମୁଁ ପ୍ରଭୁ ସଦାପ୍ରଭୁ
    ଏହା କହୁଅଛି।

35 “ତେଣୁ ସଦାପ୍ରଭୁ, ମୋର ପ୍ରଭୁ କହନ୍ତି, ‘ତୁମ୍ଭେ ଆମ୍ଭକୁ ପାଶୋରି ଦେଇଛ ଓ ମୋତେ ତୁମ୍ଭ ପଛରେ ପକାଇ ଛାଡ଼ି ଗ୍ଭଲିଯାଇଛ। ତେଣୁ ତୁମ୍ଭେ ତୁମ୍ଭର ଘୃଣ୍ୟ ଚିନ୍ତାଗୁଡ଼ିକ ଓ ବ୍ୟଭିଗ୍ଭରିତାର ପାଇଁ ଦଣ୍ଡ ସହିବ।’”

ଅହଲା ଓ ଅହଲୀବା ବିରୁଦ୍ଧରେ ବିଗ୍ଭର

36 ସଦାପ୍ରଭୁ, ମୋର ପ୍ରଭୁ ମୋତେ କହିଲେ, “ହେ ମନୁଷ୍ୟ ପୁତ୍ର, ତୁମ୍ଭେ କ’ଣ ଅହଲାର ଓ ଅହଲୀବାର ବିଗ୍ଭର କରିବ? ତେବେ ସେମାନଙ୍କର ଘୃଣାଯୋଗ୍ୟ କ୍ରିୟାସବୁ ସେମାନଙ୍କୁ ଜଣାଅ। 37 କାରଣ ଏହି ଯେ ସେମାନେ ବ୍ୟଭିଗ୍ଭରରେ ସିଦ୍ଧ ହସ୍ତ ଥିଲେ। ସେମାନେ ମଧ୍ୟ ରକ୍ତ ପାତ କରିବାରେ ଓ ଆପଣା ପ୍ରତିମାଗଣ ସହ ବ୍ୟଭିଗ୍ଭର କରିଛନ୍ତି। ସେମାନେ ମୋ’ଠାରୁ ଜାତ ସନ୍ତାନମାନଙ୍କୁ ସେମାନଙ୍କର ଦେବତାମାନଙ୍କର ଖାଦ୍ୟ ପାଇଁ ଉତ୍ସର୍ଗ କଲେ। 38 ସେମାନେ ମୋର ମନ୍ଦିରକୁ ଅଶୁଚି ଓ ମୋର ବିଶେଷ ବିଶ୍ରାମ ଦିନଗୁଡ଼ିକୁ ଅପବିତ୍ର କରିଅଛନ୍ତି। 39 ଏବଂ ଠିକ୍ ସେହି ଦିନ ସେମାନେ ପ୍ରତିମାଗଣ ଉଦ୍ଦେଶ୍ୟରେ ଆପଣା ସନ୍ତାନମାନଙ୍କୁ ବଧ କରିଥିଲେ। ସେମାନେ ମୋର ମନ୍ଦିରର ଅଗଣାକୁ କଳୁଷିତ କରିବା ପାଇଁ ଆସିଥିଲେ।

40 “ଦୂରରୁ ପୁରୁଷମାନେ ଆସିବା ପାଇଁ ତୁମ୍ଭେମାନେ ଦୂତ ପଠାଇଲ। ସେମାନେ ପ୍ରେରିତ ଦୂତମାନଙ୍କ ଦ୍ୱାରା ଆସିଲେ। ସେମାନଙ୍କ ପାଇଁ ତୁମ୍ଭେ ସ୍ନାନ କଲ, ଆଖିରେ ଅଞ୍ଜନ ଦେଲ ଓ ଅଳଙ୍କାର ବିଭୂଷିତା ହେଲେ। 41 ପୁଣି ରାଜକୀୟ ଶଯ୍ୟାରେ ବସି, ତାହା ସମ୍ମୁଖରେ ମେଜ ସଜ୍ଜାଇ ତାହା ଉପରେ ଆମ୍ଭର ଧୂପ ଓ ତୈଳ ରଖିଲ।

42 “ଗୋଟିଏ ଶବ୍ଦ ଯିରୁଶାଲମରେ ଶୁଣା ହେଲା। ସେହି ଶବ୍ଦ ଲୋକମାନଙ୍କର ଭୋଜିପରି ଶବ୍ଦ ଥିଲା। ବହୁତ ଲୋକମାନେ ଆସିଲେ, ମଦ୍ୟପ ଲୋକମାନେ ମରୁଭୂମିରୁ ପହଞ୍ଚିଲେ। ଏବଂ ସେମାନେ ସ୍ତ୍ରୀଲୋକଙ୍କ ହସ୍ତରେ କଙ୍କଣ ଓ ମସ୍ତକରେ ସୁନ୍ଦର ମୁକୁଟ ପିନ୍ଧାଇଲେ। 43 ତେବେ ବ୍ୟଭିଗ୍ଭର କ୍ରିୟାରେ ଜୀର୍ଣ୍ଣା ସ୍ତ୍ରୀଟିକୁ ମୁଁ କହିଲି, ‘ବର୍ତ୍ତମାନ ସେମାନେ ତା’ ସଙ୍ଗେ ବ୍ୟଭିଗ୍ଭର ପାପ କରିବେ ଓ ସେ ସେମାନଙ୍କ ସଙ୍ଗେ କରିବ?’ 44 ଲୋକମାନେ ବେଶ୍ୟା ନିକଟକୁ ଆସିଲା ପରି ସେମାନେ ତା’ ନିକଟକୁ ଆସନ୍ତି। ଏହିପରି ସେମାନେ ଦୁଷ୍ଟା ସ୍ତ୍ରୀ ଅହଲା ଓ ଅହଲୀବା ନିକଟକୁ ଗମନ କଲେ।

45 “କିନ୍ତୁ ଧାର୍ମିକମାନେ ବ୍ୟଭିଗ୍ଭରିଣୀ ଓ ରକ୍ତପାତକାରିଣୀ ସ୍ତ୍ରୀମାନଙ୍କର ବିଗ୍ଭରାନୁସାରେ ସେମାନଙ୍କର ବିଗ୍ଭର କରିବେ। ଏହି କାରଣ ଯୋଗୁଁ ସେମାନେ ବ୍ୟଭିଗ୍ଭରିଣୀ ଓ ନରହତ୍ୟାର ରକ୍ତ ସେମାନଙ୍କ ହସ୍ତରେ ଅଛି।”

46 ତେଣୁ ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “ଲୋକମାନଙ୍କୁ ଏକତ୍ରିତ କର ଏବଂ ସେହି ଲୋକମାନଙ୍କୁ ଅହଲା ଓ ଅହଲୀବାକୁ ଦଣ୍ଡ ଦେବାକୁ ଓ ପରିହାସ କରିବାକୁ ଦିଅ। 47 ସେହି ଜନ ସମାଜ ସେମାନଙ୍କୁ ପ୍ରସ୍ତରାଘାତ କରିବେ ଓ ‌‌ଖ‌ଡ଼୍‌ଗରେ ସେମାନଙ୍କୁ ବଧ କରିବେ। ସେମାନେ ମଧ୍ୟ ସେମାନଙ୍କର ସନ୍ତାନମାନଙ୍କୁ ବଧ କରିବେ ଓ ସେମାନଙ୍କର ଗୃହସବୁ ଅଗ୍ନିରେ ଦ‌ଗ୍‌ଧ କରିବେ। 48 ଏହିରୂପେ ମୁଁ ଏ ଦେଶରୁ ଲମ୍ଫଟତା ଦୂର କରିବି। ତଦ୍ଦ୍ୱାରା ସମସ୍ତ ସ୍ତ୍ରୀଲୋକ ତୁମ୍ଭମାନଙ୍କର ଲମ୍ଫଟତା ପରି ଆଚରଣ ନ କରିବାକୁ ଶିକ୍ଷା ପାଇବେ। 49 ଲୋକମାନେ ତୁମ୍ଭମାନଙ୍କର ବ୍ୟଭିଗ୍ଭରିତା ପାଇଁ ତୁମ୍ଭମାନଙ୍କୁ ପ୍ରତିଫଳ ଦେବେ ଓ ତୁମ୍ଭେମାନେ ନିଜର ପ୍ରତିମାଗଣ ସମ୍ବନ୍ଧୀୟ ପାପ ସକଳର ଭାର ବହନ କରିବ। ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଏହା ତୁମ୍ଭେମାନେ ଜାଣିବ।”

ପିତରଙ୍କ ପ୍ରଥମ ପତ୍ର 1

ଯୀଶୁ ଖ୍ରୀଷ୍ଟଙ୍କର ଜଣେ ପ୍ରେରିତ ପିତରଙ୍କଠାରୁ ପନ୍ତ, ଗାଲାତିଆ, କା‌ପ୍‌ପାଦକିଆ, ଆସିଆ ଓ ବୀଥୂନିଆ ଅଞ୍ଚଳରେ ସର୍ବତ୍ର ଛିନ୍ନଭିନ୍ନ ହୋଇଥିବା ପରମେଶ୍ୱରଙ୍କ ମନୋନୀତ ଲୋକମାନଙ୍କୁ ପତ୍ର। ପରମେଶ୍ୱର ଖୁବ୍ ଆଗରୁ ତାଙ୍କର ପବିତ୍ର ଲୋକ ହେବା ପାଇଁ ତୁମ୍ଭମାନଙ୍କୁ ମନୋନୀତ କରିବାକୁ ଯୋଜନା କରିଥିଲେ। ତୁମ୍ଭକୁ ପବିତ୍ର କରିବା ଆତ୍ମାଙ୍କର କାମ ଅଟେ। ଯୀଶୁ ଖ୍ରୀଷ୍ଟଙ୍କ ରକ୍ତ ଦ୍ୱାରା ପବିତ୍ର ହୋଇ ତୁମ୍ଭେ ଯେପରି ପରମେଶ୍ୱରଙ୍କ ଆଜ୍ଞା ପାଳନ କରିବ, ଏହା ସେ ଗ୍ଭହିଁଥିଲେ।

ଈଶ୍ୱରଙ୍କ ଅନୁଗ୍ରହ ଓ ଶାନ୍ତି ଅଧିକରୁ ଅଧିକ ତୁମ୍ଭ ଉପରେ ବର୍ତ୍ତୁ।

ଯୀଶୁଙ୍କ ଜୀବନ୍ତ ଭରସା

ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପିତା ଓ ପରମେଶ୍ୱର ଧନ୍ୟ ହେଉନ୍ତୁ। ପରମେଶ୍ୱରଙ୍କ କରୁଣା ଅପାର, ଓ ଏହି କରୁଣା (କୃପା) ଦ୍ୱାରା ସେ ଆମ୍ଭକୁ ଗୋଟିଏ ନୂତନ ଜୀବନ ଦେଇଛନ୍ତି। ଯୀଶୁ ଖ୍ରୀଷ୍ଟ ମୃତ୍ୟୁରୁ ପୁନର୍ଜୀବିତ ହେବା ଦ୍ୱାରା ଏହି ନୂତନ ଜୀବନ ଆମ୍ଭକୁ ଗୋଟିଏ ଜୀବନ୍ତ ଭରସା ଦେଇଛି। ପରମେଶ୍ୱର ଆପଣା ସନ୍ତାନମାନଙ୍କ ପାଇଁ ରଖିଥିବା ଆଶୀର୍ବାଦ ଆମ୍ଭେ ଏବେ ପାଇବାକୁ ଭରସା କରୁ। ସେହି ଆଶୀର୍ବାଦଗୁଡ଼ିକ ସ୍ୱର୍ଗରେ ତୁମ୍ଭ ପାଇଁ ସୁରକ୍ଷିତ। ସେହି ଆଶୀର୍ବାଦଗୁଡ଼ିକ କଦାପି ନଷ୍ଟ ହେବ ନାହିଁ, ବା ଧ୍ୱଂସ ପାଇବ ନାହିଁ କିଅବା ସେଗୁଡ଼ିକ ସେମାନଙ୍କର ସୌନ୍ଦର୍ଯ୍ୟ ହରାଇବେ ନାହିଁ।

ତୁମ୍ଭର ପରିତ୍ରାଣର ସମୟ ନ ଆସିବା ପର୍ଯ୍ୟନ୍ତ ତୁମ୍ଭ ବିଶ୍ୱାସ ମାଧ୍ୟମରେ ପରମେଶ୍ୱରଙ୍କ ଶକ୍ତି ତୁମ୍ଭକୁ ରକ୍ଷା କରିବ। ସେହି ପରିତ୍ରାଣ ତୁମ୍ଭ ପାଇଁ ପ୍ରସ୍ତୁତ ହୋଇ ରହିଛି ଏବଂ ଯୁଗର ଶେଷରେ ତୁମ୍ଭେ ଏହା ପାଇବ। ତେଣୁ ତୁମ୍ଭେ ଆନନ୍ଦିତ ହୁଅ। କିନ୍ତୁ ଏବେ ଅଳ୍ପ ସମୟ ପାଇଁ ଅନେକ ପ୍ରକାରର ସମସ୍ୟା ତୁମ୍ଭକୁ ଦୁଃଖୀ କରୁଥାଇପାରେ। ଏହି ସମସ୍ୟାଗୁଡ଼ିକ କାହିଁକି ହୁଏ? କେବଳ ତୁମ୍ଭର ବିଶ୍ୱାସର ସତ୍ୟତା ପ୍ରମାଣିତ କରିବା ଲାଗି ଏପରି ଘଟେ। ଏହି ବିଶ୍ୱାସର ପ୍ରମାଣ ସୁନାଠାରୁ ଅଧିକ ମୂଲ୍ୟବାନ। ସୁନାର ବିଶୁଦ୍ଧତା ଅଗ୍ନି ଦ୍ୱାରା ପରୀକ୍ଷିତ ହୁଏ, କିନ୍ତୁ ତାହା ନଷ୍ଟଶୀଳ। ଯୀଶୁ ପୁନଃ ଆସିବା ବେଳେ, ତୁମ୍ଭ ବିଶ୍ୱାସର ପବିତ୍ରତା ହେତୁ ତୁମ୍ଭେ ପ୍ରଶଂସା, ମହିମା ଓ ସମ୍ମାନ ପାଇବ।

ତୁମ୍ଭେ ଯୀଶୁ ଖ୍ରୀଷ୍ଟଙ୍କୁ ନ ଦେଖି ମଧ୍ୟ ପ୍ରେମ କରୁଛ। ଏବେ ତୁମ୍ଭେ ତାହାଙ୍କୁ ନ ଦେଖି ମଧ୍ୟ ବିଶ୍ୱାସ କରୁଛ। ତୁମ୍ଭେ ଅତୁଳନୀୟ ଆନନ୍ଦ ପାଉଛ। ସେହି ଆନନ୍ଦ ମହିମାରେ ପରିପୂର୍ଣ୍ଣ। ତୁମ୍ଭ ବିଶ୍ୱାସର ଗୋଟିଏ ଲକ୍ଷ୍ୟ ଅଛି। ତାହା ହେଲା ଆତ୍ମାର ଉଦ୍ଧାର। ତୁମ୍ଭେ ସେହି ଲକ୍ଷ୍ୟ ଅର୍ଥାତ୍ ଉଦ୍ଧାର ପାଉଛ।

10 ଭବିଷ୍ୟ‌‌ଦ୍‌‌‌‌ବକ୍ତାମାନେ ମନୋଯୋଗ ସହକାରେ ଅଧ୍ୟୟନ କରି ଏହି ଉଦ୍ଧାର ବିଷୟରେ ଜାଣିବା ପାଇଁ ଚେଷ୍ଟା କଲେ। ସେହି ଭବିଷ୍ୟ‌‌ଦ୍‌‌‌‌ବକ୍ତାମାନେ ତୁମ୍ଭ ପ୍ରତି ଆଗତ ଅନୁଗ୍ରହ ବିଷୟରେ କହିଥିଲେ। 11 ଖ୍ରୀଷ୍ଟଙ୍କ ଆତ୍ମା ସେହି ଭବିଷ୍ୟ‌‌ଦ୍‌‌‌‌ବକ୍ତାମାନଙ୍କ ଅନ୍ତରରେ ଥିଲା। ଖ୍ରୀଷ୍ଟଙ୍କୁ କିପରି କଷ୍ଟ ଭୋଗିବାକୁ ହେବ ଓ ତା’ପରେ କିପରି ମହିମା ପ୍ରକାଶିତ ହେବ, ସେହି ବିଷୟରେ ‘ଆତ୍ମା’ କଥା କହୁଥିଲେ। ସେହି ଆତ୍ମା ଯାହା ଦେଖାଉଥିଲେ, ସେହି ଭବିଷ୍ୟ‌‌ଦ୍‌‌‌‌ବକ୍ତାମାନେ ତାହା ଶିଖିବାକୁ ଚେଷ୍ଟା କଲେ। ସେମାନେ ଜାଣିବାକୁ ଚେଷ୍ଟା କଲେ ଯେ କେତେବେଳେ ଏହିସବୁ ଘଟଣାମାନ ଘଟିବ ଏବଂ ସେତେବେଳେ ଜଗତର ଅବସ୍ଥା କିପରି ହୋଇଥିବ।

12 ସେହି ଭବିଷ୍ୟ‌‌ଦ୍‌‌‌‌ବକ୍ତାମାନଙ୍କ ସେବାକାର୍ଯ୍ୟ ସେମାନଙ୍କ ନିଜ ପାଇଁ ନୁହେଁ ବୋଲି ସେମାନଙ୍କୁ ଦେଖାଇ ଦିଆ ହେଲା। ଭବିଷ୍ୟ‌‌ଦ୍‌‌‌‌ବକ୍ତାମାନେ ତୁମ୍ଭର ସେବା କରୁଥିଲେ। ସେମାନେ ସେବା କଲାବେଳେ ଯାହା କହିଥିଲେ ତୁମ୍ଭେ ତାହା ଶୁଣିଛ। ଯେଉଁ ଲୋକମାନେ ତୁମ୍ଭକୁ ସେହି ସୁସମାଗ୍ଭର କହିଲେ, ସେମାନେ ହିଁ ତାହା କହିଥିଲେ। ସ୍ୱର୍ଗରୁ ପଠାଯାଇଥିବା ପବିତ୍ରଆତ୍ମା ସାହାଯ୍ୟରେ ସେମାନେ କହିଥିଲେ। ଯେଉଁ କଥାଗୁଡ଼ିକ ତୁମ୍ଭକୁ କୁହାଯାଇଛି, ସେଗୁଡ଼ିକୁ ସ୍ୱର୍ଗଦୂତମାନେ ମଧ୍ୟ ଜାଣିବା ପାଇଁ ବହୁତ ଆଗ୍ରହୀ।

ପବିତ୍ର ଜୀବନ ପାଇଁ ଡାକରା

13 ଆତ୍ମସଂଯମୀ ହୁଅ ଓ ନିଜ ମନକୁ ସେବାକାର୍ଯ୍ୟ ପାଇଁ ପ୍ରସ୍ତୁତ କର। ଯୀଶୁ ଖ୍ରୀଷ୍ଟ ଆସିବା ବେଳେ, ଯେଉଁ ଅନୁଗ୍ରହ ତୁମ୍ଭ ପ୍ରତି ବର୍ତ୍ତିବ, ସେଥିରେ ତୁମ୍ଭର ପୂର୍ଣ୍ଣ ଭରସା ରହିବା ଉଚିତ୍। 14 ଅତୀତରେ ତୁମ୍ଭେ ଏହି କଥା ବୁଝି ନ ପାରି, ନିଜ ଇଚ୍ଛାରେ ସେହିସବୁ ମନ୍ଦ କାମ କରିଥିଲ କିନ୍ତୁ ଏବେ ତୁମ୍ଭେ ପରମେଶ୍ୱରଙ୍କ ଆଜ୍ଞାକାରୀ ସନ୍ତାନ ଅଟ। ଅତଏବ ଅତୀତର ମନ୍ଦ ଜୀବନଯାପନ କର ନାହିଁ। 15 ନିଜେ କରୁଥିବା ସମସ୍ତ କାମରେ, ପରମେଶ୍ୱର ଯେପରି ପବିତ୍ର, ସେହିପରି ପବିତ୍ର ହୁଅ। ପରମେଶ୍ୱର ହିଁ ତୁମ୍ଭକୁ ଆହ୍ୱାନ କରିଥିଲେ। 16 ଶାସ୍ତ୍ରରେ ଲେଖାଅଛି: “ପବିତ୍ର ହୁଅ, କାରଣ ମୁଁ ହେଉଛି ପବିତ୍ର।” [a]

17 ତୁମ୍ଭେ ପରମେଶ୍ୱରଙ୍କୁ ପ୍ରାର୍ଥନା କରୁଛ ଓ ପିତା ବୋଲି ଡାକୁଛ। ପରମେଶ୍ୱର ପ୍ରତ୍ୟେକ ଲୋକଙ୍କୁ ତାହାର କାର୍ଯ୍ୟ ଅନୁସାରେ ସମାନ ଭାବରେ ବିଗ୍ଭର କରନ୍ତି। ତେଣୁ ତୁମ୍ଭେ ଯେପର୍ଯ୍ୟନ୍ତ ପୃଥିବୀରେ ବଞ୍ଚି ରହିଛ, ତୁମ୍ଭେ ପରମେଶ୍ୱରଙ୍କ ପ୍ରତି ଭୟ ରଖି ବଞ୍ଚିବା ଉଚିତ୍। 18 ତୁମ୍ଭେ ଜାଣିଛ ଯେ ଅତୀତରେ ତୁମ୍ଭେ ନିରର୍ଥକ ଜୀବନଯାପନ କରୁଥିଲ। ତୁମ୍ଭ ପୂର୍ବ ବଂଶଧରମାନଙ୍କଠାରୁ ତୁମ୍ଭେ ସେହିପରି ଜୀବନ କାଟିବାକୁ ଶିଖିଥିଲ। କିନ୍ତୁ ତୁମ୍ଭେ ବର୍ତ୍ତମାନ ସେହିପରି ଜୀବନ କାଟିବାରୁ ରକ୍ଷା ପାଇଛ। ସୁନା ଓ ରୂପା ଭଳି କ୍ଷଣସ୍ଥାୟୀ ଜିନିଷ ବଦଳରେ ନୁହେଁ, 19 ବରଂ ନିର୍ଦ୍ଦୋଷ ପବିତ୍ର ମେଷଶାବକ ଖ୍ରୀଷ୍ଟଙ୍କର ବହୁମୂଲ୍ୟ ରକ୍ତ ଦ୍ୱାରା ତୁମ୍ଭେ କିଣା ହୋଇଅଛ। 20 ଜଗତ ଆରମ୍ଭ ହେବା ପୂର୍ବରୁ ଖ୍ରୀଷ୍ଟ ମନୋନୀତ ହୋଇଥିଲେ। କିନ୍ତୁ ଏହି ଶେଷ ସମୟରେ ତୁମ୍ଭ ନିମନ୍ତେ ସେ ଜଗତରେ ପ୍ରକାଶିତ ହେଲେ। 21 ତୁମ୍ଭେ ଖ୍ରୀଷ୍ଟଙ୍କ ମାଧ୍ୟମରେ ପରମେଶ୍ୱରଙ୍କୁ ବିଶ୍ୱାସ କର। ପରମେଶ୍ୱର ଖ୍ରୀଷ୍ଟଙ୍କୁ ମୃତ୍ୟୁରୁ ପୁନର୍ଜୀବିତ କଲେ। ତା’ପରେ ସେ ତାହାଙ୍କୁ ମହିମା ପ୍ରଦାନ କଲେ। ତେଣୁ ତୁମ୍ଭର ବିଶ୍ୱାସ ଓ ଭରସା ପରମେଶ୍ୱରଙ୍କଠାରେ ଅଛି।

22 ଏବେ, ସତ୍ୟ ପାଳନ ଦ୍ୱାରା ତୁମ୍ଭେମାନେ ନିଜ ନିଜକୁ ପବିତ୍ର କରିଛ। ତୁମ୍ଭେମାନେ ତୁମ୍ଭମାନଙ୍କର ଭାଇ ଓ ଭଉଣୀମାନଙ୍କ ପାଇଁ ସତ୍ୟ ପ୍ରେମ ଦେଖାଇ ପାରିବ। ଅତଏବ, ପୂର୍ଣ୍ଣ ହୃଦୟ ସହିତ ଗଭୀର ଭାବରେ ପରସ୍ପରକୁ ପ୍ରେମ କର। 23 ତୁମ୍ଭେ ପୁନର୍ଜନ୍ମ ଗ୍ରହଣ କରିଛ। ଏହି ନୂତନ ଜୀବନ ମରଣଶୀଳ ବିଷୟରୁ ଆସି ନାହିଁ କିନ୍ତୁ ଯାହାକିଛି କେବେ ମରେ ନାହିଁ, ସେଠାରୁ ଆସିଛି। ଯାହା ସବୁଦିନ ପାଇଁ ରୁହେ, ପରମେଶ୍ୱରଙ୍କ ସେହି ଜୀବନ୍ତ ସୁସମାଗ୍ଭର ଯୋଗୁଁ ତୁମ୍ଭେ ଆଉ ଥରେ ଜନ୍ମ ଗ୍ରହଣ କରିଛ। 24 ଶାସ୍ତ୍ର କୁହେ:

“ସମସ୍ତ ମନୁଷ୍ୟ ନିତ୍ୟଜୀବୀ ନୁହନ୍ତି, ସେମାନେ ଘାସ ଭଳି,
    ସେମାନଙ୍କର ମହିମା ଏକ ବନ୍ୟଫୁଲ ଭଳି।
ଘାସ ଶୁଖି ଯାଏ,
    ଫୁଲ ଝଡ଼ି ଯାଏ।
25 କିନ୍ତୁ ପରମେଶ୍ୱରଙ୍କ ବାକ୍ୟ ଅନନ୍ତକାଳସ୍ଥାୟୀ (A)

ଏବଂ ଏହି ଶିକ୍ଷା ତୁମ୍ଭକୁ ଦିଆ ଯାଇଥିଲା।”

Oriya Bible: Easy-to-Read Version (ERV-OR)

2010 by World Bible Translation Center