Print Page Options
Previous Prev Day Next DayNext

Old/New Testament

Each day includes a passage from both the Old Testament and New Testament.
Duration: 365 days
Oriya Bible: Easy-to-Read Version (ERV-OR)
Version
ଯିରିମିୟଙ୍କ ବିଳାପ 3-5

କ୍ଳେଶର ଫଳ

ମୁଁ ସେହି ମନୁଷ୍ୟ, ଯେ କି ସଦାପ୍ରଭୁଙ୍କ କ୍ରୋଧରୂପ ପାଞ୍ଚଣ ଦ୍ୱାରା
    ପ୍ରହୃତ ହୋଇଥିବା କ୍ଳେଶ ଦେଖିଅଛି।
ସଦାପ୍ରଭୁ ମୋତେ ଆଲୋକରେ ନୁହେଁ,
    ଅନ୍ଧକାର ମଧ୍ୟରେ ଚଳାଇ ଅଛନ୍ତି।
ସଦାପ୍ରଭୁ ଦିନସାରା ମୋ’ ବିରୁଦ୍ଧରେ
    ଆପଣା ହସ୍ତ ପୁନଃ ପୁନଃ ଫେରାଇ ଅଛନ୍ତି।
ମୋର ମାଂସ ଓ ଚର୍ମକୁ ସେ ଶକ୍ତିହୀନ କରିଅଛନ୍ତି
    ଓ ସେ ମୋର ଅସ୍ଥିସବୁ ଭାଙ୍ଗି ପକାଇ ଅଛନ୍ତି।
ସଦାପ୍ରଭୁ ମୋର ଚତୁର୍ଦ୍ଦିଗରେ ତିକ୍ତତା
    ଓ କ୍ଳେଶ ଭରି ଦେଇଅଛନ୍ତି।
ସେ ବହୁକାଳରୁ ମୃତ ଲୋକମାନଙ୍କ ତୁଲ୍ୟ
    ମୋତେ ଅନ୍ଧକାର ସ୍ଥାନରେ ବାସ କରାଇ ଅଛନ୍ତି।
ସଦାପ୍ରଭୁ ମୋତେ ଭାରି ଶୃଙ୍ଖଳରେ ବାନ୍ଧି ଭିତରେ ଅବରୁଦ୍ଧ କରିଅଛନ୍ତି,
    ଫଳରେ ମୁଁ ବାହାରି ଯାଇପାରିବି ନାହିଁ।
ଏପରି କି ମୁଁ ସାହାଯ୍ୟ ପାଇଁ ଆର୍ତ୍ତ ଚିତ୍କାର କଲେ ବି
    ସଦାପ୍ରଭୁ ମୋ’ ପ୍ରାର୍ଥନା ଶୁଣି ନାହାନ୍ତି।
ସେ ପଥରଦ୍ୱାରା ମୋର ପଥ ଅବରୋଧ କରିଅଛନ୍ତି
    ଓ ମୋର ପଥକୁ ଜଟିଳ କରିଅଛନ୍ତି।
10 ସଦାପ୍ରଭୁ ମୋ’ ପ୍ରତି ଗୋଟିଏ ଭାଲୁ ସଦୃଶ, ଯିଏ ସତର୍କରେ ଯାଏ
    ଓ ତା’ର ଶିକାର କରିବା ପାଇଁ ଲୁଚି ରୁହେ, ସେହିପରି ଗୋଟିଏ ସିଂହ ସଦୃଶ ଅଟନ୍ତି।
11 ସେ ମୋର ପଥରୁ ମୋତେ ଟାଣି ନେଇ ଖଣ୍ଡ ଖଣ୍ଡ କରିଅଛନ୍ତି
    ଓ ମୋତେ ଅନାଥ କରିଅଛନ୍ତି।
12 ସେ ତାଙ୍କର ଧନୁରେ ଗୁଣ ଦେଇ
    ମୋ’ ପ୍ରତି ତାଙ୍କର ତୀରକୁ ଲକ୍ଷ୍ୟ କରିଅଛନ୍ତି।
13 ସେ ମୋର ଅନ୍ତର ମଧ୍ୟକୁ
    ଶର ନିକ୍ଷେପ କରିଅଛନ୍ତି।
14 ମୁଁ ମୋ’ ନିଜ ଲୋକମାନଙ୍କର ଉପହାସର ପାତ୍ର
    ଓ ଦିନସାରା ତାତ୍ସଲ୍ୟ ସଂଗୀତର ଏକ ଉତ୍ସ ହୋଇଅଛି।
15 ସଦାପ୍ରଭୁ ମୋତେ ତିକ୍ତତାରେ ପୂର୍ଣ୍ଣ କରିଅଛନ୍ତି
    ଓ ନାଗ ବିଷରେ ମୋତେ ଭରି ଦେଇଅଛନ୍ତି।
16 ସଦାପ୍ରଭୁ ମୋର ଦାନ୍ତସବୁ ପଥରରେ ଭାଙ୍ଗିଛନ୍ତି
    ଏବଂ ଧୂଳିରେ ମୋତେ ପଦାଘାତ କରିଅଛନ୍ତି।
17 ମୁଁ ଆଉ କେବେ ଶାନ୍ତି ପାଇବି ନାହିଁ।
    ଉତ୍ତମବସ୍ତୁ ସବୁ ମୁଁ ଭୁଲି ଯାଇଛି।
18 ଏଣୁ ମୁଁ କହିଲି, “ସଦାପ୍ରଭୁଙ୍କର ସାହାଯ୍ୟ ମୁଁ ଆଉ ପାଇବି
    ଏ ଆଶା ମୋର ନାହିଁ।”
19 ହେ ସଦାପ୍ରଭୁ, ମୋର ଦୁଃଖ, ଦୁର୍ଗତି ସ୍ମରଣ କର।
    ତାହା ନାଗଦଅଣା ଓ ବିଷ ସ୍ୱରୂପ।
20 ମୋର ସମସ୍ତ କ୍ଳେଶକୁ ସ୍ମରଣ କରି
    ମୁଁ ଅତି ଅବସନ୍ନ ହୋଇ ପଡ଼ୁଛି।
21 ଏହା ମୁଁ ସ୍ମରଣ କରୁଛି,
    ଏଥିପାଇଁ ଏପର୍ଯ୍ୟନ୍ତ ମୋର ଆଶା ଅଛି।
22 ସଦାପ୍ରଭୁଙ୍କର ପ୍ରେମ
    ଓ ଦୟା ଶେଷ ହୁଏ ନାହିଁ।
23 ତାହା ପ୍ରତି ପ୍ରଭାତରେ ନୂତନ ହୋଇଥାଏ
    ଓ ସଦାପ୍ରଭୁଙ୍କର ବିଶ୍ୱସ୍ତତା ମହାନ ଅଟେ।
24 ତେଣୁ ମୋର ଅନ୍ତର କହୁଛି, “ସଦାପ୍ରଭୁ ମୋର ପରମେଶ୍ୱର
    ମୁଁ ତାଙ୍କଠାରେ ବିଶ୍ୱାସ ରଖିବି।”

25 ଯେଉଁମାନେ ସଦାପ୍ରଭୁଙ୍କ ଉପରେ ସେମାନଙ୍କର ଆଶା ରଖନ୍ତି
    ଓ ଯେଉଁମାନଙ୍କର ହୃଦୟ ତାଙ୍କୁ ଖୋଜେ, ସେମାନଙ୍କ ପ୍ରତି ସଦାପ୍ରଭୁ ମଙ୍ଗଳମୟ ଅଟନ୍ତି।
26 ସଦାପ୍ରଭୁଙ୍କ ଦ୍ୱାରା ମୁକ୍ତି ପ୍ରାପ୍ତ ପାଇଁ
    ଶାନ୍ତ ଭାବରେ ଅପେକ୍ଷା କରିବା ଜଣକ ପ୍ରତି ଭଲ।
27 ଯୌବନ କାଳରୁ ସଦାପ୍ରଭୁଙ୍କର
    ଯୁଆଳି ବହନ କରିବା ଉତ୍ତମ ଅଟେ।
28 ସଦାପ୍ରଭୁ ଯାହାର କାନ୍ଧରେ ଯୁଆଳି ରଖନ୍ତି,
    ସେ ଏକାକୀ ନୀରବରେ ବସିରହୁ।
29 ସେ ଭୂମିରେ ମୁଣ୍ଡ ରଖି ପ୍ରଭୁଙ୍କଠାରେ ନତମସ୍ତକ ହେଉ,
    ଏବେବି ଆଶା ଅଛି।
30 ସେ ତାହାକୁ ପ୍ରହାର ପାଇଁ ଆପଣା ଗାଲ ଦେଖାଇ ଦେଉ
    ଏବଂ ତାଙ୍କୁ ପୂର୍ଣ୍ଣ ସନ୍ତୋଷ ପାଇବା ପାଇଁ ଅନୁରୋଧ କରୁ।
31 ସଦାପ୍ରଭୁ ଚିରକାଳ ପାଇଁ ତାକୁ
    ପରିତ୍ୟାଗ କରିବେ ନାହିଁ।
32 ଯଦିଓ ସଦାପ୍ରଭୁ ଦଣ୍ଡ ଦିଅନ୍ତି, ତାଙ୍କର ଅପାର ପ୍ରେମ ଅନୁସାରେ
    ସେ ଆମ୍ଭମାନଙ୍କୁ ଦୟା କରନ୍ତି।

33 ଲୋକମାନଙ୍କୁ କଷ୍ଟ ଦେଇ
    କିମ୍ବା ଦୟନୀୟ କରି,
34 ପୃଥିବୀସ୍ଥ ସକଳ ବନ୍ଦୀମାନଙ୍କୁ
    ପାଦଦଳିତ କରି,
35 ସର୍ବୋପରିସ୍ଥ ପରମେଶ୍ୱରଙ୍କ ସମ୍ମୁଖରେ
    ନ୍ୟାୟକୁ ବଦଳ କରି,
36 ଏକ ବ୍ୟକ୍ତିକୁ ନ ଦେଖି ତା’ର ମକଦ୍ଦମାରେ ନିରାଶ କରି,
    ସଦାପ୍ରଭୁ ଆନନ୍ଦିତ ହୁଅନ୍ତି ନାହିଁ।
37 ପ୍ରଭୁଙ୍କର ଆଜ୍ଞା ନ ହେଲେ,
    ଜଣେ ଯାହା କହିବାର ଘଟେ ନାହିଁ।
38 ପରମେଶ୍ୱର ସମସ୍ତ ମଙ୍ଗଳ
    ଓ ଅମଙ୍ଗଳର ସର୍ବୋପରିସ୍ଥ ଆଜ୍ଞାଦାତା।
39 ଯେପର୍ଯ୍ୟନ୍ତ ସେ ବଞ୍ଚିଛି
    ତା’ର ପାପର ଦଣ୍ଡ ବିଧାନ ପାଇଁ କାହିଁକି ଆପତ୍ତି କରିବ?
40 ଆମ୍ଭେମାନେ ନିଜ ନିଜ ପଥ ଅନୁସନ୍ଧାନ ଓ ପରୀକ୍ଷା କରିବା
    ଓ ସଦାପ୍ରଭୁଙ୍କ ନିକଟକୁ ଫେରିବା।

41 ଆମ୍ଭେମାନେ ସ୍ୱର୍ଗାଧିନାୟକ ପରମେଶ୍ୱରଙ୍କ ଆଡ଼େ ଆପଣା ହୃଦୟ
    ଏବଂ ହସ୍ତ ଉଠାଇବା।
42 ଆଉ ଆସ କହିବା, “ଆମ୍ଭେମାନେ ଆଜ୍ଞା ଲଙ୍ଘନ ଓ ବିଦ୍ରୋହାଚରଣ କରିଅଛୁ,
    ତୁମ୍ଭେ କ୍ଷମା କରି ନାହଁ।
43 ତୁମ୍ଭେ ନିଜେ କ୍ରୋଧରେ ଆଚ୍ଛାଦିତ ହୋଇଛ
    ଏବଂ ତୁମ୍ଭେ ଆମ୍ଭ ପଛରେ ଗୋଡ଼ାଇଛ
    ଏବଂ ତୁମ୍ଭେ ଆମ୍ଭକୁ ନିର୍ଦ୍ଦୟ ଭାବରେ ବଧ କରିଛ।
44 ଆମ୍ଭମାନଙ୍କର ପ୍ରାର୍ଥନା ଯେପରି ଭେଦକରି ତୁମ୍ଭ ନିକଟକୁ ଯାଇ ନ ପାରିବ,
    ସେଥିପାଇଁ ତୁମ୍ଭେ ନିଜକୁ ମେଘରେ ଆଚ୍ଛନ୍ନ କରିଅଛ।
45 ତୁମ୍ଭେ ଗୋଷ୍ଠୀଗଣ ମଧ୍ୟରେ ଆମ୍ଭମାନଙ୍କୁ ଝଟା ଅଳିଆ
    ଓ ଅଗ୍ରାହ୍ୟ ବସ୍ତୁତୁଲ୍ୟ କରିଅଛ।
46 ଆମ୍ଭମାନଙ୍କର ଶତ୍ରୁମାନେ
    ଆମ୍ଭମାନଙ୍କୁ ଉପହାସ କରୁଛନ୍ତି।
47 ଆମ୍ଭେମାନେ ଭୟଭୀତ ହୋଇଅଛୁ,
    ଆମ୍ଭେମାନେ ଖାତରେ ପଡ଼ିଅଛୁ
ଓ ଆମ୍ଭେମାନେ ଆହତ
    ଓ ବିନଷ୍ଟ ହୋଇଅଛୁ।”
48 ମୋର ଲୋକମାନଙ୍କର ବିନାଶ ଦେଖି
    ମୋର ଚକ୍ଷୁରୁ ଝରଣା ସଦୃଶ ଲୋତକ ବହୁଅଛି।
49 ମୋର ବିଳାପ ହେତୁ
    ଅବିରତ ଲୋତକ ଧାରା ବହିବ,
50 ଯେପର୍ଯ୍ୟନ୍ତ ସଦାପ୍ରଭୁ,
    ସ୍ୱର୍ଗରୁ ନିରୀକ୍ଷଣ ଓ ଦେଖି ନାହାନ୍ତି।
51 ମୋର ସମସ୍ତ କନ୍ୟାଙ୍କର ଦୁର୍ଦ୍ଦଶା ଦେଖି
    ମୋର ଚକ୍ଷୁ ମୋର ପ୍ରାଣକୁ ଦୁଃଖ ଦିଏ।
52 ବିନା କାରଣରେ ସେମାନେ ମୋର ଶତ୍ରୁ ହୋଇଛନ୍ତି
    ଓ ପକ୍ଷୀ ପରି ମୋତେ ଶିକାର କରିଛନ୍ତି।
53 ସେମାନେ ମୋତେ କୂପରେ ନିକ୍ଷେପ କରିଛନ୍ତି
    ଓ ମୋତେ ସଂହାର କରିବାକୁ ମୋ’ ଉପରେ ପ୍ରସ୍ତର ପକାଇ ଅଛନ୍ତି।
54 ମୋ’ ମସ୍ତକ ଉପରେ ଜଳ ବହିଗଲା
    ଓ ମୁଁ କହିଲି, “ମୁଁ ଶେଷ ହେଲି।”
55 ହେ ସଦାପ୍ରଭୁ, ମୁଁ ଗଭୀରତମ କୂପ ମଧ୍ୟରୁ
    ତୁମ୍ଭ ନାମରେ ପ୍ରାର୍ଥନା କଲି।
56 ତୁମ୍ଭେ ମୋର ଆତୁର କ୍ରନ୍ଦନ ଶୁଣିଲ,
    କିନ୍ତୁ ମୋର ଆର୍ତ୍ତନାଦ ପ୍ରତି
    ଆପଣ କର୍ଣ୍ଣ ଲୁଗ୍ଭଅ ନାହିଁ।
57 ଯେଉଁ ଦିନ ମୁଁ ତୁମ୍ଭ ଛାମୁରେ ପ୍ରାର୍ଥନା କଲି, ସେଦିନ ତୁମ୍ଭେ ନିକଟବର୍ତ୍ତୀ ହେଲ
    ଓ କହିଲ, “ଭୟ କର ନାହିଁ।”
58 ହେ ସଦାପ୍ରଭୁ, ତୁମ୍ଭେ ମୋ’ ପ୍ରାଣର ସପକ୍ଷରେ ପ୍ରତିବାଦ କରିଅଛ,
    ତୁମ୍ଭେ ମୋହର ଜୀବନ ମୁକ୍ତ କରିଅଛ।
59 ହେ ସଦାପ୍ରଭୁ, ମୋ’ ପ୍ରତି ହୋଇଥିବା ଅନ୍ୟାୟ ତୁମ୍ଭେ ଦେଖିଅଛ,
    ତୁମ୍ଭେ ତାହାର ବିଗ୍ଭର କର।
60 ତୁମ୍ଭେ ମୋର ଶତ୍ରୁମାନଙ୍କର ମୋ’ ପ୍ରତି ହୋଇଥିବା ପ୍ରତିଶୋଧ ଦେଖିଅଛ
    ଓ ମୋ’ ବିରୁଦ୍ଧରେ ହୋଇଥିବା ସଂକଳ୍ପ ଦେଖିଅଛ।
61 ହେ ସଦାପ୍ରଭୁ, ମୋ’ ପ୍ରତି ହୋଇଥିବା ତିରସ୍କାର
    ଓ ମୋ’ ବିରୁଦ୍ଧରେ ହୋଇଥିବା ସେମାନଙ୍କର ସଂକଳ୍ପ ତୁମ୍ଭେ ଶୁଣିଅଛ।
62 ମୋର ଶତ୍ରୁମାନେ ମୋ’ ବିରୁଦ୍ଧରେ ଦିନସାରା କଥାବାର୍ତ୍ତା
    ଓ ଚିନ୍ତାଧାରା ସବୁ କରନ୍ତି।
63     ତୁମ୍ଭେ ସେମାନଙ୍କର ବସିବାର ଓ ଠିଆ ହେବାର ନିରୀକ୍ଷଣ କରିଛ।
    ଆଉ ଦେଖ, ସେମାନେ କିପରି ମୋତେ କରୁଛନ୍ତି।
64 ହେ ସଦାପ୍ରଭୁ, ତୁମ୍ଭେ ସେମାନଙ୍କୁ
    ସେମାନଙ୍କର କର୍ମାନୁସାରେ ପ୍ରତିଫଳ ଦିଅ।
65 ସେମାନଙ୍କୁ ଅଭିଶାପ ଦେବା ପାଇଁ
    ମନକୁ ଶକ୍ତ କର।
66 କ୍ରୋଧରେ ସେମାନଙ୍କ ପଛେ ପଛେ ଗୋଡ଼ାଅ।
    ସଦାପ୍ରଭୁ ଆକାଶ ମଣ୍ଡଳର ତଳୁ ସେମାନଙ୍କୁ ଉଚ୍ଛିନ୍ନ କରିବ।

ଯିରୁଶାଲମ ଉପରେ ଆକ୍ରମଣର ଆତଙ୍କ

ଦେଖ, ସୁବର୍ଣ୍ଣ କିପରି ମଳିନ ହୋଇଅଛି।
    ଅତ୍ୟନ୍ତ ନିର୍ମଳ ସୁବର୍ଣ୍ଣ କିପରି ବିକୃତ ହୋଇଅଛି।
ପବିତ୍ର ସ୍ଥାନର ରତ୍ନସବୁ
    ରାଜ ରାସ୍ତାରେ ବିକ୍ଷିପ୍ତ ହୋଇ ପଡ଼ିଅଛି।
ଶୁଦ୍ଧ ସୁବର୍ଣ୍ଣ ତୁଲ୍ୟ
    ସିୟୋନର ସନ୍ତାନଗଣ ଥିଲେ।
ମାତ୍ର ଶତ୍ରୁମାନେ ସେମାନଙ୍କୁ କୁମ୍ଭକାରର ହସ୍ତକୃତ
    ମାଟି କଳସ ତୁଲ୍ୟ ଗଣନା କରିଛନ୍ତି।
ଏପରିକି ଶୃଗାଳମାନେ
    ନିଜ ନିଜ ଛୁଆମାନଙ୍କୁ ସ୍ତନ୍ୟପାନ କରାନ୍ତି।
ମାତ୍ର ଯିରୁଶାଲମ କନ୍ୟା
    ମରୁଭୂମିର ଓଟପକ୍ଷୀ ପରି ନିଷ୍ଠୁର ହୋଇଛନ୍ତି।
ତୃଷା ହେତୁ, ସ୍ତନ୍ୟପାୟୀ ଶିଶୁର ଜିହ୍ୱା
    ତାଳୁରେ ଲାଗି ଯାଉଛି।
ପିଲାମାନେ ରୋଟୀ ମାଗନ୍ତି,
    ମାତ୍ର କେହି ସେମାନଙ୍କୁ ରୋଟୀ ଦିଅନ୍ତି ନାହିଁ।
ଯେଉଁମାନେ ସୁଖାଦ୍ୟ ଭୋଜନ କରୁଥିଲେ,
    ସେମାନେ ବର୍ତ୍ତମାନ ରାସ୍ତାରେ ଅନାଥ ହୋଇଛନ୍ତି।
ଯେଉଁମାନେ ସିନ୍ଦୂରବର୍ଣ୍ଣ ବସ୍ତ୍ର ପିନ୍ଧି ପ୍ରତିପାଳିତ ହୋଇଥିଲେ।
    ସେମାନେ ଖତରାଶି ଅବଲମ୍ବନ କରୁଛନ୍ତି।
ଯିରୁଶାଲମ କନ୍ୟାମାନଙ୍କର ପାପ ସଦୋମ
    ଓ ଗୋମୋରଠାରୁ ଅଧିକ।
ସଦୋମ ନିମିଷକ ମଧ୍ୟରେ ଧ୍ୱଂସପ୍ରାପ୍ତ ହେଲା
    ଓ କେହି ବ୍ୟକ୍ତି ତାକୁ ଆକ୍ରମଣ କରି ନ ଥିଲେ।
ଯିହୁଦାର କେତେକ ଲୋକ ପରମେଶ୍ୱରଙ୍କୁ ସ୍ୱତନ୍ତ୍ର ଭାବରେ ଉତ୍ସର୍ଗୀକୃତ ହୋଇଥିଲେ।
    ସେମାନେ ନିର୍ମଳ ଥିଲେ;
ସେମାନେ ହିମ ଅପେକ୍ଷା ଅଧିକ ଶୁଭ୍ର,
    ଦୁ‌ଗ୍‌ଧଠାରୁ ଅଧିକ ଶୁକ୍ଳ ଥିଲେ।
ସେମାନଙ୍କର ଶରୀର ପ୍ରବାଳ ଅପେକ୍ଷା ରକ୍ତବର୍ଣ୍ଣ
    ଓ ସେମାନଙ୍କର କ୍ଳାନ୍ତି ନୀଳକାନ୍ତ ମଣି ତୁଲ୍ୟ ଥିଲା।
ମାତ୍ର ବର୍ତ୍ତମାନ ସେମାନଙ୍କର ମୁଖ ଅଙ୍ଗାର ଅପେକ୍ଷା କଳାବର୍ଣ୍ଣ,
    ତେଣୁ ରାସ୍ତାରେ କେହି ସେମାନଙ୍କୁ ଚିହ୍ନନ୍ତି ନାହିଁ।
ସେମାନଙ୍କର ଚର୍ମ ଅସ୍ଥିରେ ଲାଗିଅଛି
    ଓ ତାହା କାଠପରି ଶୁଷ୍କ ହୋଇଅଛି।
ଭୋକରେ ମରିଥିବା ଲୋକମାନଙ୍କ ଅପେକ୍ଷା ‌‌ଖ‌ଡ଼୍‌ଗରେ ନିହତ ହୋଇଥିବା ଲୋକମାନେ ଭଲ,
କାରଣ ସେମାନଙ୍କର ଜୀବନ ସେମାନଙ୍କର ଶୁଷ୍କ ଜମିରେ ଖାଦ୍ୟ ଉତ୍ପନ୍ନ ପାଇଁ ଯେଭଳି,
    ସେମାନେ କ୍ଷୁଧା ଦ୍ୱାରା ଘସି ହୋଇଛନ୍ତି।
10 ସ୍ନେହମୟୀ ମାମାନେ
    ଆପଣା ପ୍ରିୟ ସନ୍ତାନମାନଙ୍କୁ ରାନ୍ଧିଲେ
କାରଣ ସେମାନେ ତାଙ୍କର ଏକମାତ୍ର ଖାଦ୍ୟ ଥିଲେ।
    ଯେତେବେଳେ ଲୋକମାନଙ୍କ ବିନାଶର ସମୟ ଆସିଥିଲା।
11 ସଦାପ୍ରଭୁ ତାଙ୍କର ପ୍ରଚଣ୍ଡ କ୍ରୋଧ
    ସିୟୋନ ଉପରେ ଢାଳି ଦେଲେ।
ପୁଣି ସେ ସିୟୋନରେ ଯେଉଁ ଅଗ୍ନି ଲଗାଇଲେ,
    ତାହା ତାହାର ଭିତ୍ତିମୂଳକୁ ଗ୍ରାସ କଲା।
12 ବିପକ୍ଷ ଲୋକ ଓ ଶତ୍ରୁ
    ଯେ ଯିରୁଶାଲମର ଦ୍ୱାର ସମୂହରେ ପ୍ରବେଶ କରିବ,
ଏହା ପୃଥିବୀସ୍ଥ ରାଜଗଣ
    ଓ ଜଗତବାସୀ କେହି ବିଶ୍ୱାସ କରି ନ ଥିଲେ।
13 ଏହା ଘଟିଲା, କାରଣ ଯିରୁଶାଲମର ଯାଜକଗଣ
    ଓ ଭବିଷ୍ୟ‌ଦ୍‌ବକ୍ତାଗଣ ପାପ କଲେ।
ଏବଂ ସେମାନେ ତାଙ୍କ ସତ୍ ଲୋକମାନଙ୍କର
    ରକ୍ତପାତ କଲେ।
14 ସେହି ଯାଜକଗଣ ଓ ଭବିଷ୍ୟ‌ଦ୍‌ବକ୍ତାଗଣ
    ଅନ୍ଧ ଲୋକପରି ରାସ୍ତାରେ ବୁଲିଲେ,
ସେମାନେ ରକ୍ତରେ ଅଶୁଚି ହୋଇଥିଲେ।
    ତେଣୁ କେହି ଲୋକ ତାଙ୍କର ବସ୍ତ୍ର ସ୍ପର୍ଶ କଲେ ନାହିଁ।
15 ଲୋକେ ସେମାନଙ୍କୁ ଡାକି କହିଲେ, “ଦୂର ହୁଅ, ଦୂର ହୁଅ।
    ଆମ୍ଭମାନଙ୍କୁ ସ୍ପର୍ଶ କର ନାହିଁ।”
ସେମାନେ ଏଣେ ତେଣେ ବାସହୀନ ହୋଇ ବୁଲୁଥିବା ବେଳେ
    ଅନ୍ୟ ଗୋଷ୍ଠୀୟମାନେ କହିଲେ,
    “ସେମାନେ ଆମ୍ଭମାନଙ୍କ ସହିତ ଆଉ ଏଠାରେ ପ୍ରବାସ କରିବେ ନାହିଁ।”
16 ସଦାପ୍ରଭୁଙ୍କ କୋପରେ ସେମାନେ ବିନଷ୍ଟ ହୋଇଅଛନ୍ତି।
    ସଦାପ୍ରଭୁ ଆଉ ସେମାନଙ୍କ ପ୍ରତି ଦୃଷ୍ଟିପାତ କରିବେ ନାହିଁ।
କାରଣ ସେମାନେ ଯାଜକମାନଙ୍କୁ ଆଦର କଲେ ନାହିଁ
    କି ଯିହୁଦାର ପ୍ରାଚୀନବର୍ଗଙ୍କୁ ଅନୁଗ୍ରହ କଲେ ନାହିଁ।
17 ସାହାଯ୍ୟ ଅପେକ୍ଷାରେ ଆମ୍ଭମାନଙ୍କ ଚକ୍ଷୁ କ୍ଷୀଣ ହେଲା।
    ମାତ୍ର କୌଣସି ସାହାଯ୍ୟ ମିଳିଲା ନାହିଁ।
ଆମ୍ଭେମାନେ ଅନ୍ୟ ଗୋଷ୍ଠୀଦ୍ୱାରା ରକ୍ଷା ପାଇବାକୁ ଅପେକ୍ଷା କଲୁ,
    ମାତ୍ର କୌଣସି ଗୋଷ୍ଠୀ
    ଉଦ୍ଧାର କରିବାକୁ ଆସିଲେ ନାହିଁ।
18 ଆମ୍ଭମାନଙ୍କ ଶତ୍ରୁମାନେ ଆମ୍ଭମାନଙ୍କୁ କବଳିତ କରିବା ପାଇଁ ଛକି ରହିଲେ।
    ତେଣୁ ଆମ୍ଭେମାନେ ରାସ୍ତାରେ ଗ୍ଭଲି ପାରିଲୁ ନାହିଁ।
ଆମ୍ଭମାନଙ୍କ ଶେଷ ନିକଟ ଅଟେ।
    ଆମ୍ଭମାନଙ୍କର ଆୟୁ ଶେଷ ହୋଇଛି।
    ଆମ୍ଭମାନଙ୍କର ଶେଷକାଳ ଉପସ୍ଥିତ।
19 ଆମ୍ଭମାନଙ୍କୁ ଗୋଡ଼ାଇଥିବା ଲୋକମାନେ
    ଆକାଶର ଉତ୍କ୍ରୋଶପକ୍ଷୀଠାରୁ ଅଧିକ ବେଗଗାମୀ।
ସେମାନେ ଆମ୍ଭମାନଙ୍କୁ ପର୍ବତରେ ଗୋଡ଼ାଇଲେ
    ଓ ଆମ୍ଭମାନଙ୍କୁ ଧରିବା ପାଇଁ ପ୍ରାନ୍ତରରେ ଲୁଚି ରହିଲେ।
20 ରାଜା ଆମ୍ଭମାନଙ୍କ ପାଇଁ ମୁଖ୍ୟ ଥିଲେ
ଓ ସେ ଆମ୍ଭର ନାସାର ନିଃଶ୍ୱାସସ୍ୱରୂପ ଥିଲେ।
    ଆମ୍ଭେମାନେ କହୁଥିଲୁ,
“ତାଙ୍କର ଛାୟାତଳେ ଆମ୍ଭେମାନେ ବଞ୍ଚିବା
    ଓ ସେ ଗୋଷ୍ଠୀୟମାନଙ୍କଠାରୁ ଆମ୍ଭମାନଙ୍କୁ ରକ୍ଷା କରିବେ।”
ମାତ୍ର ସଦାପ୍ରଭୁଙ୍କ ସେହି ଅଭିଷିକ୍ତ ଲୋକ
    ସେମାନଙ୍କ ଦ୍ୱାରା ଗର୍ତ୍ତରେ ଧରାଗଲେ।

21 ହେ ଇଦୋମର କନ୍ୟା ଓ ଉଷ ଦେଶ ନିବାସିନୀ,
    ତୁମ୍ଭେମାନେ ଆନନ୍ଦ କର ଓ ପୁଲକିତା ହୁଅ।
ସଦାପ୍ରଭୁଙ୍କର ସେହି କ୍ରୋଧରୂପକ ପାନପାତ୍ର
    ତୁମ୍ଭମାନଙ୍କ ନିକଟକୁ ଯିବ।
    ତୁମ୍ଭେମାନେ ତାହା ପାନ କରି ମତ୍ତ ହେବ ଓ ଉଲଗ୍ନା ହେବ।
22 ହେ ସିୟୋନର କନ୍ୟା, ତୁମ୍ଭ ଅଧର୍ମର ଦଣ୍ଡ ଶେଷ ହୋଇଛି।
    ତୁମ୍ଭେମାନେ ଆଉ ବନ୍ଦୀତ୍ୱ ସ୍ଥାନକୁ ଯିବ ନାହିଁ।
ହେ ଇଦୋମର କନ୍ୟା, ସଦାପ୍ରଭୁ ତୁମ୍ଭ ଅଧର୍ମର ଫଳ ଦେବେ।
    ସେ ତୁମ୍ଭର ପାପସବୁ ଖୋଲି ଦେବେ।

ସଦାପ୍ରଭୁଙ୍କୁ ଏକ ବିନତି

ହେ ସଦାପ୍ରଭୁ! ଆମ୍ଭମାନଙ୍କ ପ୍ରତି ଯାହା ଘଟିଗଲା, ତାହା ସ୍ମରଣ କର।
    ଆମ୍ଭମାନଙ୍କ ପ୍ରତି ହୋଇଥିବା ଅପମାନକୁ ଅବଲୋକନ କର।
ଆମ୍ଭମାନଙ୍କର ଦେଶ ବିଦେଶୀୟମାନଙ୍କର ହସ୍ତଗତ ହୋଇଅଛି।
    ଆମ୍ଭମାନଙ୍କର ଗୃହସବୁ ପରଦେଶୀୟମାନେ ଅଧିକାର କରିଛନ୍ତି।
ଆମ୍ଭେମାନେ ଅନାଥ
    ଓ ପିତୃହୀନ ହୋଇଅଛୁ।
    ଆମ୍ଭମାନଙ୍କ ମାମାନେ ବିଧବା ତୁଲ୍ୟ ହୋଇଛନ୍ତି।
ଆମ୍ଭେମାନେ ଆମ୍ଭମାନଙ୍କର ନିଜ ଜଳକୁ ରୂପା ଦେଇ ପାନ କରିଅଛୁ
    ଓ ଆମ୍ଭେମାନେ କାଠ କିଣି ବ୍ୟବହାର କରିଅଛୁ।
ଆମ୍ଭମାନଙ୍କ ସ୍କନ୍ଧରେ ବଳପୂର୍ବକ ଯୁଆଳି ରଖା ଯାଇଛି।
    ଆମ୍ଭେମାନେ କ୍ଳାନ୍ତ ହୋଇଅଛୁ ଓ ଆମ୍ଭମାନଙ୍କର ବିଶ୍ରାମ ନାହିଁ।
ଆମ୍ଭେମାନେ ଖାଦ୍ୟରେ ତୃପ୍ତ ହେବା ନିମନ୍ତେ, ମିଶରୀୟ
    ଓ ଅଶୂରୀୟମାନଙ୍କ ସହିତ ଚୁକ୍ତିବଦ୍ଧ ହୋଇଅଛୁ।
ଆମ୍ଭମାନଙ୍କର ପୂର୍ବପୁରୁଷଗଣ ପାପ କରିଥିଲେ, ଏବଂ ଏବେ ସେମାନେ ନାହାନ୍ତି।
    ମାତ୍ର ସେମାନଙ୍କର ପାପର ଭାର ଆମ୍ଭେମାନେ ବହନ କରିଛୁ ଏବଂ ଦୁଃଖ ଭୋଗ କରୁଅଛୁ।
ଦାସମାନେ ଆମ୍ଭମାନଙ୍କର ଶାସକ ହୋଇଛନ୍ତି।
    ସେମାନଙ୍କ ହସ୍ତରୁ ଉଦ୍ଧାର କରିବାକୁ କେହି ନାହିଁ।
ପ୍ରାନ୍ତରରେ ‌‌ଖ‌ଡ଼୍‌ଗ ଥିବାରୁ
    ଆମ୍ଭେମାନେ ଆମ୍ଭମାନଙ୍କର ଜୀବନକୁ ସଙ୍କଟାପନ୍ନ କରି ଖାଦ୍ୟ ପାଇଅଛୁ।
10 କ୍ଷୁଧାର ତାଡ଼ନାରେ ଆମ୍ଭେମାନେ ଭୟଙ୍କର ଜ୍ୱରରେ ଆକ୍ରାନ୍ତ।
    ଆମ୍ଭମାନଙ୍କର ଚର୍ମ ତୁନ୍ଦୁର ପରି କଳା ହୋଇଅଛି।
11 ଶତ୍ରୁମାନେ ସିୟୋନ ଓ ଯିହୁଦା ନଗର ସମୂହର
    ସ୍ତ୍ରୀଲୋକମାନଙ୍କୁ ଧର୍ଷଣ କଲେ।
12 ସେମାନେ ଆମ୍ଭମାନଙ୍କ ଅଧିପତିମାନଙ୍କୁ ଫାଶି ଦେଲେ।
    ଆମ୍ଭମାନଙ୍କ ପ୍ରାଚୀନବର୍ଗଙ୍କୁ ସମ୍ମାନ ଦେଲେ ନାହିଁ।
13 ଯିହୁଦାର ଯୁବକଗଣ ଚକି ବହନ କଲେ।
    ଆଉ ପିଲାମାନେ କାଠ ଭାରରେ ଝୁଣ୍ଟି ପଡ଼ିଲେ।
14 ପ୍ରାଚୀନବର୍ଗ ନଗରଦ୍ୱାରରେ ଆଉ ବସୁ ନାହାନ୍ତି
    ଓ ଯୁବକମାନେ ଆପଣା ସଂଗୀତରୁ ନିବୃତ୍ତ ହୋଇଅଛନ୍ତି।
15 ଆମ୍ଭମାନଙ୍କ ହୃଦୟରୁ ଆନନ୍ଦ ଗ୍ଭଲି ଯାଇଛି।
    ଆମ୍ଭମାନଙ୍କ ନୃତ୍ୟ ଶୋକରେ ପରିଣତ ହୋଇଅଛି।
16 ଆମ୍ଭମାନଙ୍କ ମୁଣ୍ଡରୁ ମୁକୁଟ ଖସି ପଡ଼ିଛି।
    ଆମ୍ଭମାନଙ୍କ ଅବସ୍ଥା ଶୋଚନୀୟ ହୋଇଅଛି, କାରଣ ଆମ୍ଭେମାନେ ପାପ କରିଅଛୁ।
17 ଏହିସବୁ କାରଣରୁ ଆମ୍ଭମାନଙ୍କ ଅନ୍ତର କ୍ଷୀଣ ହୋଇଅଛି
    ଓ ଆମ୍ଭମାନଙ୍କ ଚକ୍ଷୁ ଜଳକା ହୋଇଅଛି।
18 ସିୟୋନ ପର୍ବତ ଅନାଥା ସ୍ଥାନ ହୋଇଅଛି।
    କୋକିଶିଆଳିମାନେ ତା’ ଉପରେ ଭ୍ରମଣ କରନ୍ତି।
19 ମାତ୍ର ହେ ସଦାପ୍ରଭୁ, ତୁମ୍ଭେ ନିତ୍ୟସ୍ଥାୟୀ।
    ତୁମ୍ଭ ରାଜ ସିଂହାସନ ପୁରୁଷାନୁକ୍ରମେ ଚିରକାଳ ଥାଏ।
20 ହେ ସଦାପ୍ରଭୁ, ତୁମ୍ଭେ କାହିଁକି ଚିରକାଳ ଆମ୍ଭମାନଙ୍କୁ ପାସୋରୁ ଅଛ?
    ଆଉ ଏତେ ଦୀର୍ଘକାଳ ଆମ୍ଭମାନଙ୍କୁ କାହିଁକି ପରିତ୍ୟାଗ କରିଅଛ?
21 ହେ ସଦାପ୍ରଭୁ! ଆମ୍ଭମାନଙ୍କୁ ତୁମ୍ଭ ନିକଟକୁ ଫେରାଇ ନିଅ।
    ତହିଁରେ ଆମ୍ଭେମାନେ ଆନନ୍ଦର ସହିତ ତୁମ୍ଭ ନିକଟକୁ ଫେରି ଆସିବୁ।
    ପୂର୍ବକାଳ ପରି ଆମ୍ଭର ଜୀବନକୁ ନୂତନ କର।
22 ମାତ୍ର ତୁମ୍ଭେ ଆମ୍ଭମାନଙ୍କ ପ୍ରତି ଅତ୍ୟନ୍ତ କ୍ରୁଦ୍ଧ ହୋଇଅଛ।
    ଆଉ ତୁମ୍ଭେ କ’ଣ ଆମ୍ଭମାନଙ୍କୁ ସମ୍ପୂର୍ଣ୍ଣ ଭାବରେ ଅଗ୍ରାହ୍ୟ କରିଅଛ?

ଏବ୍ରୀ 10:19-39

ପରମେଶ୍ୱରଙ୍କ ନିକଟକୁ ଆସ

19 ଅତଏବ ହେ ଭାଇ ଓ ଭଉଣୀମାନେ, ଆମ୍ଭେ ମହାପବିତ୍ର ସ୍ଥାନରେ ପ୍ରବେଶ କରିବା ପାଇଁ ପୂର୍ଣ୍ଣ ସ୍ୱାଧୀନ ପାଇଛୁ। ଯୀଶୁଙ୍କର ରକ୍ତ କାରଣରୁ ଆମ୍ଭେ ନିର୍ଭୟରେ ଏପରି କରି ପାରିବା। 20 ଯୀଶୁଙ୍କ ଦ୍ୱାରା ଖୋଲି ଦିଆ ଯାଇଥିବା ଗୋଟିଏ ନୂତନ ବାଟ ଦେଇ ଆମ୍ଭେ ପ୍ରବେଶ କରି ପାରିବା। ଏହା ଏକ ଜୀବନ୍ତ ପଥ। ଏହି ନୂତନ ପଥଟି ପରଦା ମଧ୍ୟଦେଇ ଯାଏ ଯାହାକି ଯୀଶୁଙ୍କ ଶରୀର ଅଟେ। 21 ପରମେଶ୍ୱରଙ୍କ ଘରକୁ ଶାସନ କରୁଥିବା ଭଳି ଆମ୍ଭର ମଧ୍ୟ ଜଣେ ମହାଯାଜକ ଅଛନ୍ତି। 22 ଆମ୍ଭର ଦେହ ଶୁଦ୍ଧ ଜଳରେ ସ୍ନାନ କରିଛି। ଅତଏବ ପରମେଶ୍ୱରଙ୍କ ପାଖକୁ ସତ୍ୟନିଷ୍ଠା ହୃଦୟରେ ଆସ। ଆମ୍ଭ ବିଶ୍ୱାସ ହେତୁ ଆମ୍ଭେ ନିଶ୍ଚିତତା ଅନୁଭବ କରିବା ଉଚିତ୍। 23 ଆମ୍ଭର ଭରସାକୁ ଦୃଢ଼ ଭାବରେ ଧରି ରଖ। ଆମ୍ଭେ ନିଜର ଭରସାକୁ ଲୋକମାନଙ୍କ ଆଗରେ ବ୍ୟକ୍ତ କରିବାକୁ ରୋକିବା ଉଚିତ୍ ନୁହେଁ। ସେ ଯାହା ପ୍ରତିଜ୍ଞା କଲେ, ତାହା କରିବେ ବୋଲି ଆମ୍ଭେ ପରମେଶ୍ୱରଙ୍କଠାରେ ବିଶ୍ୱାସ କରି ପାରିବା।

ପରସ୍ପରକୁ ସାହାଯ୍ୟ କର, ଦୃଢ଼ ହୁଅ

24 ଆମ୍ଭେ ପରସ୍ପର ବିଷୟରେ ଚିନ୍ତା କରିବା ଏବଂ ପରସ୍ପରକୁ ଭଲ ପାଇବା ଓ ଭଲ କାମ କରିବା ପାଇଁ ଉତ୍ସାହିତ କରିବା ଉଚିତ୍। 25 କିଛି ଲୋକ ଯେପରି ମଣ୍ଡଳୀ ଉପାସନା ପରିତ୍ୟାଗ କରନ୍ତି, ଆମ୍ଭେ ସେହିପରି ଏକାଠି ମିଳିତ ହେବା ବନ୍ଦ କରିବା ଉଚିତ୍ ନୁହେଁ। ତା’ ପରିବର୍ତ୍ତେ, ସେହି ଦିନଟି ନିକଟତର ହେଉଛି ଦେଖି ଆମ୍ଭେମାନେ ଏକାଠି ମିଳିତ ହୋଇ ପରସ୍ପରକୁ ଅଧିକ ଉତ୍ସାହିତ କରିବା ଉଚିତ୍।

ଖ୍ରୀଷ୍ଟଙ୍କଠାରୁ ମୁହଁ ବୁଲାଇ ନିଅ ନାହିଁ

26 ସତ୍ୟକୁ ଜାଣିଲା ପରେ ମଧ୍ୟ ଯଦି ଆମ୍ଭେ ପାପକାମ କରି ଗ୍ଭଲିବା ପାଇଁ ଇଚ୍ଛା କରିବା, ତା’ହେଲେ ସିଦ୍ଧାନ୍ତ ନେଉ, ପାପ ହରଣ କରିବା ପାଇଁ ଆଉ କୌଣସି ବଳିଦାନ ନାହିଁ। 27 ଆମ୍ଭେ ଯଦି ପାପ କରି ଗ୍ଭଲିଥିବା, ତା’ହେଲେ ଆମ୍ଭେ ନିଶ୍ଚିତ ଯେ, ଆମ୍ଭ ପାଇଁ ବିଗ୍ଭରର ଭୟଙ୍କର ଆଶଙ୍କା ରହିଛି, ଓ ପରମେଶ୍ୱରଙ୍କ ବିରୋଧୀ ଜୀବନଯାପନ କରୁଥିବା ଲୋକମାନଙ୍କୁ ଗ୍ରାସ କରିବାକୁ ଥିବା ଭୟଙ୍କର ଅଗ୍ନି ଆମ୍ଭ ପାଇଁ ରହିଛି। 28 ଯେଉଁ ଲୋକ ମୋଶାଙ୍କ ବ୍ୟବସ୍ଥା ମାନିବାକୁ ମନା କଲା, ତାହାକୁ ଦୋଷୀ ପ୍ରମାଣିତ କରିବା ଲାଗି ଦୁଇ ବା ତିନି ଜଣ ସାକ୍ଷୀ ଆବଶ୍ୟକ ଥିଲେ। କ୍ଷମା ଦିଆ ନ ଯାଇ, ତାହାକୁ ବଧ କରାଯାଉଥିଲା। 29 ତା’ହେଲେ ଯେଉଁ ଲୋକ ପରମେଶ୍ୱରଙ୍କ ପୁତ୍ର ପ୍ରତି ଘୃଣା ପ୍ରଦର୍ଶିତ କରେ, ତା’ ପାଇଁ କ’ଣ ଦଣ୍ଡବିଧାନ ହେବା ଉଚିତ୍? ଏହା ନିଶ୍ଚିତ ଯେ ତା’ର ଦଣ୍ଡ ଅଧିକ ଖରାପ ପ୍ରକାରର ହେବ। ନୂତନ ନିୟମ ଆରମ୍ଭ କରି ଥିବା ରକ୍ତ ପ୍ରତି ଯେଉଁ ଲୋକ ଅସମ୍ମାନଭାବ ପ୍ରଦର୍ଶିତ କରିଛି, ଓ ଅନୁଗ୍ରହର ଆତ୍ମା ପ୍ରତି ଘୃଣାଭାବ ପ୍ରଦର୍ଶିତ କରିଛି, ସେହି ଲୋକର ଦଣ୍ଡ ଅଧିକ ଖରାପ ପ୍ରକାରର ହେବ କାରଣ ସେହି ରକ୍ତ ସେହି ଲୋକକୁ ଥରେ ପବିତ୍ର କରିଥିଲା। 30 ଆମ୍ଭେ ଜାଣୁ ଯେ, ପରମେଶ୍ୱର କହିଥିଲେ: “ମନ୍ଦ କାମ କରିଥିବା ଲୋକଙ୍କୁ ମୁଁ ଦଣ୍ଡ ଦେବି, ମୁଁ ତାହାଙ୍କୁ ପ୍ରତିଦାନ ଦେବି।” [a] ପରମେଶ୍ୱର ଆହୁରି ମଧ୍ୟ କହିଥିଲେ: “ପ୍ରଭୁ ତାହାଙ୍କ ଲୋକଙ୍କର ବିଗ୍ଭର କରିବେ।” [b] 31 ଜୀବିତ ପରମେଶ୍ୱରଙ୍କ ହାତରେ ଜଣେ ପାପୀ ପଡ଼ିଯିବା, ଗୋଟିଏ ଭୟଙ୍କର କଥା।

ଗ୍ରହଣ କରିଥିବା ସାହସ ଓ ଆନନ୍ଦକୁ ଛାଡ଼ ନାହିଁ

32 ପ୍ରଥମଥର ସତ୍ୟ ଜାଣିବା ଦିନଗୁଡ଼ିକୁ ମନେ ପକାଅ। ଅନେକ ପ୍ରକାରର ଯାତନା ସହିତ ତୁମ୍ଭେମାନ ସଂଘର୍ଷ କରିଥିଲ, କିନ୍ତୁ ତୁମ୍ଭେମାନେ ଦୃଢ଼ ରହିଥିଲ। 33 ସେତେବେଳେ ଲୋକେ ତୁମ୍ଭମାନଙ୍କୁ ଘୃଣାପୂର୍ଣ୍ଣ କଥାମାନ କହିଥିଲେ, ଓ ଅନେକ ଲୋକଙ୍କ ଆଗରେ ତୁମ୍ଭମାନଙ୍କୁ ଅପଦସ୍ତ କରିଥିଲେ। ବେଳେବେଳେ ଏହିଭଳି ଖରାପ ବ୍ୟବହାର ମଧ୍ୟଦେଇ ଗତି କରୁଥିବା ଲୋକଙ୍କୁ ତୁମ୍ଭେମାନେ ସାହାଯ୍ୟ କଲ। 34 ଯେଉଁମାନେ ବନ୍ଦୀଘରେ ରଖା ଯାଇଥିଲେ, ସେମାନଙ୍କର ଅସୁବିଧାଗୁଡ଼ିକରେ ତୁମ୍ଭେମାନେ ଭାଗନେଲ, ଓ ସେମାନଙ୍କୁ ସାହାଯ୍ୟ କଲ। ତୁମ୍ଭମାନଙ୍କର ଧନ-ସମ୍ପତ୍ତି ସବୁ ତୁମ୍ଭମାନଙ୍କଠାରୁ ନେଇ ଯିବା ପରେ ମଧ୍ୟ ତୁମ୍ଭେମାନେ ଆନନ୍ଦରେ ଥିଲ। ତୁମ୍ଭେମାନେ ଆନନ୍ଦରେ ରହିଥିଲ, କାରଣ ଜାଣିଥିଲ ଯେ ତୁମ୍ଭମାନଙ୍କ ପାଖରେ ଯାହାକିଛି ଅଛି ତାହା ଅତ୍ୟଧିକ ଭଲ। ଏବଂ ତାହା ସବୁଦିନ ପାଇଁ ରହିବ।

35 ଅତଏବ ପୂର୍ବରୁ ଥିବା ସାହସ ତୁମ୍ଭେମାନେ ହରାଅ ନାହିଁ। ତୁମ୍ଭମାନଙ୍କର ସାହସ ପାଇଁ ତୁମ୍ଭେମାନେ ପ୍ରଚୁର ମାତ୍ରାରେ ପୁରସ୍କାର ପାଇବ। 36 ତୁମ୍ଭେମାନେ ଧୈର୍ଯ୍ୟବାନ ହେବା ଦରକାର। ପରମେଶ୍ୱର ଯାହା ଇଚ୍ଛା କରନ୍ତି, ସେହିସବୁ କାମ କରି ସାରିଲା ପରେ, ସେ ଯାହା ପ୍ରତିଜ୍ଞା କରିଛନ୍ତି, ସେ ସବୁ ତୁମ୍ଭେମାନେ ପାଇବ। 37 ଆଜି ଅଳ୍ପ ସମୟରେ,

“ଯାହାଙ୍କ ଆସିବା କଥା ସେ ଆସିବେ,
    ତାହାଙ୍କର ଡେରି ହେବ ନାହିଁ।
38 ଯେଉଁ ଲୋକ ମୋ’ ସହିତ ଧାର୍ମିକ,
    ତା’ର ବିଶ୍ୱାସ ହେତୁ ସେ ଜୀବିତ ରହିବ।
କିନ୍ତୁ ଯଦି ସେ ଲୋକ ଭୟରେ ମୁହଁ ମୋଡ଼େ,
    ମୁଁ ତା’ ଉପରେ ପ୍ରସନ୍ନ ହେବି ନାହିଁ।” (A)

39 କିନ୍ତୁ ଆମ୍ଭେ ସେହି ଲୋକମାନଙ୍କ ପରି ନୋହୁଁ ଯେଉଁମାନେ ବିମୁଖ ହୁଅନ୍ତି ଓ ହଜିଯାଆନ୍ତି। ଯେଉଁମାନଙ୍କର ବିଶ୍ୱାସ ରହିଛି, ଓ ଉଦ୍ଧାର ପାଇଛନ୍ତି ଆମ୍ଭେ ସେମାନଙ୍କ ଭଳି ଅଟୁ।

Oriya Bible: Easy-to-Read Version (ERV-OR)

2010 by World Bible Translation Center