Old/New Testament
27 କାଲି ଯାହା ଘଟିବ, ସେଥିପ୍ରତି ତୁମ୍ଭେ ଦର୍ପ କର ନାହିଁ। କାରଣ ତୁମ୍ଭେ ଜାଣ ନାହିଁ କାଲି କ’ଣ ଘଟିବାକୁ ଯାଉଛି।
2 ନିଜକୁ ପ୍ରଶଂସା କର ନାହିଁ, ଅନ୍ୟମାନେ ତୁମ୍ଭକୁ ପ୍ରଶଂସା କରନ୍ତୁ।
3 ପଥର ଭାରୀ ଅଟେ ମାତ୍ର ବାଲି ପ୍ରବଳ ଅଟେ। ଅଜ୍ଞାନୀ ଦ୍ୱାରା ଯେଉଁ ସମସ୍ୟା ଆସେ ତାହା ଅନ୍ୟ ଅପେକ୍ଷା ବହୁତ ଶକ୍ତିଶାଳୀ ଅଟେ।
4 କଠୋର ହୃଦୟ ଓ କ୍ରୋଧ ପ୍ରଳୟଙ୍କାରୀ, କେହି ଅନ୍ତର୍ଜ୍ୱାଳା ଆଗରେ ଠିଆ ହୋଇ ପାରିବ ନାହିଁ।
5 ଗୁପ୍ତ ପ୍ରେମଠାରୁ ପ୍ରକାଶିତ ଅନୁଯୋଗ ଭଲ।
6 ଗୋଟିଏ ସାଙ୍ଗଠାରୁ କର୍କଷ ଶବ୍ଦସବୁ ତା’ର ବିଶ୍ୱସନୀୟତାଠାରୁ ଅଙ୍କୁରୀତ ହୁଏ। କିନ୍ତୁ ଶତ୍ରୁମାନଙ୍କର ଚୁମ୍ବନକୁ ଭରସା କରାଯାଇ ପାରିବ ନାହିଁ।
7 ତୃପ୍ତ ପ୍ରାଣୀ ମହୁକୁ ଘୃଣା କରେ। ମାତ୍ର କ୍ଷୁଧାର୍ତ୍ତ ମନୁଷ୍ୟକୁ କୌଣସି ତିକ୍ତ ଦ୍ରବ୍ୟସବୁ ମିଷ୍ଟ ଲାଗେ।
8 ଯେଉଁ ଲୋକ ଆପଣା ସ୍ଥାନ ଛାଡ଼ି ଭ୍ରମଣ କରେ, ସେ ବସାହରା ଭ୍ରମଣକାରୀ ପକ୍ଷୀର ତୁଲ୍ୟ ଅଟେ।
9 ତୈଳ ଓ ସୁଗନ୍ଧିତ ଧୂପ ମନକୁ ଆହ୍ଲାଦିତ କରେ। ମନର ମନ୍ତ୍ରଣାରୁ ଜାତ ମନ୍ତ୍ରର ମିଷ୍ଟତା ତଦ୍ରୂପ କରେ।
10 ନିଜର ବନ୍ଧୁକୁ ଓ ପିତାର ବନ୍ଧୁକୁ ତ୍ୟାଗ କର ନାହିଁ। ତୁମ୍ଭର ବିପଦ ଦିନରେ ଆପଣା ଭାଇର ଗୃହକୁ ଯାଅ ନାହିଁ। ଦୂରସ୍ଥ ଭାଇଠାରୁ ନିକଟସ୍ଥ ପଡ଼ୋଶୀ ଭଲ।
11 ହେ ମୋର ପୁତ୍ର, ଜ୍ଞାନବାନ୍ ହୁଅ, ମୋର ମନକୁ ଆହ୍ଲାଦିତ କର, ତହିଁରେ ମୁଁ ଆପଣା ନିନ୍ଦକକୁ ଉତ୍ତର ଦେଇ ପାରିବି।
12 ଚତୁର ଲୋକ ବିପଦ ଦେଖି ଆପଣାକୁ ଲୁଗ୍ଭଏ। ମାତ୍ର ଅସତର୍କ ଲୋକ ଆଗ ବଢ଼ି ଶାସ୍ତି ପାଏ।
13 ଅପରିଚିତ ଲୋକ ପାଇଁ ଯେ ଲଗା ହୁଏ, ତାହାର ବସ୍ତ୍ର ନିଅ। ପୁଣି ପରସ୍ତ୍ରୀ ପାଇଁ ଯେ ଜାମିନ ହୁଏ, ତାହାକୁ ବନ୍ଧକ ରଖ।
14 ଜଣେ ଯିଏ “ଅତି ପ୍ରଭାତରୁ” ଆପଣାର ପଡ଼ୋଶୀକୁ ଆଶୀର୍ବାଦ କରେ, ତାର ପଡ଼ୋଶୀ ଏହାକୁ ଆଶୀର୍ବାଦ ବଦଳରେ ଅଭିଶାପ ଭାବେ ଗ୍ରହଣ କରେ।
15 ଭାରୀ ବୃଷ୍ଟି ଦିନରେ ଅବିରତ ବିନ୍ଦୁପାତ ଓ କଳିହୁଡ଼ୀ ସ୍ତ୍ରୀ ଏହି ଦୁଇଜଣ ଏକ ପ୍ରକାର ଅଟନ୍ତି।
16 ତାକୁ କଳି କରିବାରୁ କ୍ଷାନ୍ତ କରିବା ଅର୍ଥ ବାୟୁକୁ ବନ୍ଦ କରିବା ପାଇଁ ଚେଷ୍ଟା କରିବା ପରି ଅଟେ କିମ୍ବା କାହାରି ହାତରେ ତୈଳ ଧାରଣ କରିବା ପାଇଁ ଚେଷ୍ଟା କରିବା ପରି ଅଟେ।
17 ଯେପରି ଲୁହା ଲୁହାକୁ ଧାର କରେ, ସେପରି ବନ୍ଧୁ ତା’ର ବନ୍ଧୁତ୍ୱର ମନକୁ ତୀକ୍ଷ୍ଣ କରେ।
18 ଯିଏ କି ଡିମ୍ବିରି ବୃକ୍ଷ ରକ୍ଷା କରେ, ସେ ତହିଁର ଫଳ ଖାଏ। ପୁଣି ଯେ ଆପଣା ପ୍ରଭୁ ପ୍ରତି ଅନୁଯୋଗୀ ଥାଏ, ସେ ସମ୍ମାନ ପାଏ।
19 ପାଣି ଭିତରକୁ ଦେଖ ଏବଂ ତୁମ୍ଭେ ତୁମ୍ଭର ନିଜର ମୁହଁ ଦେଖିବ। ତୁମ୍ଭର ହୃଦୟକୁ ଦେଖ ଏବଂ ତୁମ୍ଭେ ପ୍ରକୃତ ନିଜକୁ ଦେଖିବ।
20 ଯେପରି କବର ଓ ବିନାଶସ୍ଥାନ କେବେ ହେଁ ତୃପ୍ତ ନୁହେଁ, ସେହିପରି ମଧ୍ୟ ମନୁଷ୍ୟର ଚକ୍ଷୁ କେତେବେଳେ ତୃପ୍ତ ନୁହେଁ।
21 କୋୟିରେ ରୂପା, ଉହ୍ମେଇରେ ସୁନା, ପ୍ରଶଂସାରେ ମନୁଷ୍ୟ ପରୀକ୍ଷିତ ହୁଏ।
22 ତୁମ୍ଭେ ଗହମ ସହିତ ଅଜ୍ଞାନକୁ ଢିଙ୍କିରେ କୁଟିଲେ ହେଁ ତା’ର ଅଜ୍ଞାନତା ଛାଡ଼ିବ ନାହିଁ।
23 ତୁମ୍ଭେ ଆପଣା ମେଷପଲର ଅବସ୍ଥା ଜାଣିବା ପାଇଁ ଯତ୍ନବାନ୍ ହୁଅ। ପୁଣି ଆପଣା ପଶୁପଲ ବିଷୟରେ ଉତ୍ତମରୂପେ ମନୋଯୋଗ କର। 24 ସମ୍ପତ୍ତି ସର୍ବଦା ସ୍ଥାୟୀ ନୁହେଁ। ମୁକୁଟ ମଧ୍ୟ ପୁରୁଷାନୁକ୍ରମେ ରହେ ନାହିଁ। 25 ଘାସ କଟା ହେଲେ କଅଁଳ ଘାସ ଜନ୍ମେ। ଆଉ ପର୍ବତମାନରୁ ତୃଣ ସଂଗୃହୀତ ହୁଏ। 26 ମେଷ ଛୁଆମାନେ ତୁମ୍ଭର ବସ୍ତ୍ର ଦେବେ। ମାତ୍ର ଛେଳି ତୁମ୍ଭ କ୍ଷେତ୍ରର ମୂଲ୍ୟ ସ୍ୱରୂପ ଅଟେ। 27 ଛେଳି ଦୁଧ ତୁମ୍ଭ ପାଇଁ ଓ ତୁମ୍ଭ ପରିବାର ପାଇଁ ଯଥେଷ୍ଟ ହେବ ଏବଂ ତୁମ୍ଭ ଦାସୀମାନଙ୍କ ଭକ୍ଷ୍ୟ ଉପଜୀବିକା ହେବ।
28 ଦୁଷ୍ଟ ଲୋକମାନେ ସବୁକୁ ଭୟ କରନ୍ତି। ମାତ୍ର ଧାର୍ମିକ ଲୋକମାନେ ସିଂହପରି ଆତ୍ମନିର୍ଭରଶୀଳ ହୁଅନ୍ତି।
2 ଯଦି ଏକ ଦେଶର ଲୋକମାନେ କାହାକୁ ମାନିବେ ନାହିଁ, ତେବେ ସେ ଦେଶର ଅଧିକ ଅଧିପତିମାନେ ସୃଷ୍ଟି ହୁଅନ୍ତି। ମାତ୍ର ସେମାନେ ଖୁବ୍ କମ୍ ସମୟ ପାଇଁ ଶାସନ କରନ୍ତି। କିନ୍ତୁ ଦେଶର ଧାର୍ମିକ ଶାସନକର୍ତ୍ତା ଥିଲେ, ସେ ଅଧିକ ଦିନ ଶାସନ କରିବେ।
3 ଯଦି ଶାସକ ଦରିଦ୍ରମାନଙ୍କୁ ଶୋଷଣ କରନ୍ତି, ସେହି ରାଜା ପ୍ଳାବନକାରୀ ବୃଷ୍ଟି ପରି।
4 ବ୍ୟବସ୍ଥା ତ୍ୟାଗକାରୀମାନେ ଦୁଷ୍ଟମାନଙ୍କୁ ପ୍ରଶଂସା କରନ୍ତି। ମାତ୍ର ଆଜ୍ଞାପାଳିକା ଲୋକମାନେ ସେମାନଙ୍କୁ ବିରୋଧ କରନ୍ତି।
5 ମନ୍ଦ ଲୋକମାନେ ନ୍ୟାୟ ବୁଝନ୍ତି ନାହିଁ। ମାତ୍ର ସଦାପ୍ରଭୁଙ୍କ ଅନ୍ୱେଷଣକାରୀମାନେ ଏହି ବିଷୟକୁ ଭଲରେ ବୁଝନ୍ତି।
6 ଜଣେ ଗରିବ ଲୋକ ଯିଏ ଦୋଷହୀନ ଭାବରେ ଜୀବନଯାପନ କରେ, ସେ ସେହି ଧନୀ ଲୋକଠାରୁ ଉତ୍ତମ ଯାହାର ପଥ କୁପଥଗାମୀ ହୋଇଛି।
7 ଯେଉଁ ଲୋକ ବ୍ୟବସ୍ଥା ମାନେ, ସେ ବୁଦ୍ଧିମାନ ପୁତ୍ର ପୁଣି ଯେ ଭୋକିଲାମାନଙ୍କର ସଙ୍ଗୀ ହୁଏ, ସେ ଆପଣା ପିତାକୁ ଲଜ୍ଜା ଦିଏ।
8 ଯେଉଁମାନେ ସୁଧ ଓ ବୁଦ୍ଧିଦ୍ୱାରା ଆପଣା ସମ୍ପତ୍ତି ବୃଦ୍ଧି କରନ୍ତି, ସେମାନେ ଦୀନହୀନ ପାଇଁ ଦୟା କରିବା ପାଇଁ ତାହା ସଞ୍ଚୟ କରନ୍ତି।
9 ଯେଉଁ ଲୋକ କିଛି ଶିକ୍ଷା ଶୁଣିବା ପୂର୍ବରୁ ଆପଣା କର୍ଣ୍ଣ ବନ୍ଦ କରିଦିଏ, ତାହାର ପ୍ରାର୍ଥନା ହିଁ ଘୃଣାର ବିଷୟ ହୁଏ।
10 ଯେଉଁ ଲୋକ ସରଳ ଲୋକଙ୍କୁ ମନ୍ଦ ପଥରେ ଯିବାକୁ ଭୁଲାଏ। ସେ ନିଜେ ଗାତରେ ପଡ଼ିବ। କିନ୍ତୁ ନିରୀହ ଲୋକମାନେ ଉତ୍ତମ ଜିନିଷର ଅଧିକାରୀ ହେବେ।
11 ଧନବାନ ଆପଣା ଦୃଷ୍ଟିରେ ଜ୍ଞାନବାନ। ମାତ୍ର ବୁଦ୍ଧିମାନ ଦୀନହୀନ ଲୋକ ତାହାର ପରିଚୟ ନିଏ।
12 ଧାର୍ମିକମାନେ ଜୟ କଲେ ମହା ଗୌରବ ହୁଏ। ମାତ୍ର ଦୁଷ୍ଟମାନଙ୍କର ଉନ୍ନତି ହେଲେ, ଲୋକେ ଆପଣାକୁ ଲୁଗ୍ଭନ୍ତି।
13 ଯେ ଆପଣା ଅଧର୍ମ ଆଚ୍ଛାଦନ କରେ, ସେ ମଙ୍ଗଳ ପାଏ ନାହିଁ। ମାତ୍ର ଯେଉଁ ଲୋକ ତାହା ସ୍ୱୀକାର କରି ତାକୁ ପରିତ୍ୟାଗ କରେ, ସେ ଦୟା ପାଇବ।
14 ଯେଉଁ ଲୋକ ସର୍ବଦା ଭୟ ରଖେ, ସେ ଧନ୍ୟ, ମାତ୍ର ଯେ ଆପଣା ମନକୁ କଠିନ କରେ, ସେ ଆପଦରେ ପଡ଼ିବ।
15 ଯେମନ୍ତ ଗର୍ଜନକାରୀ ସିଂହ ଓ ଭ୍ରମଣକାରୀ ଭଲ୍ଲୁକ, ଠିକ୍ ସେହିପରି ଦୀନହୀନ ପ୍ରଜାଙ୍କ ଉପରେ ଦୁଷ୍ଟ ଶାସନକର୍ତ୍ତା ଅଟନ୍ତି।
16 ଯେଉଁ ଅଧ୍ୟକ୍ଷ ବୁଦ୍ଧିହୀନ, ସେ ମଧ୍ୟ ଆଜି ଉପଦ୍ରବୀ ହୁଏ। ମାତ୍ର ଯେ ଲୋଭକୁ ଘୃଣା କରେ, ସେ ଆପଣା ଦିନ ବଢ଼ାଇବ।
17 ଯେଉଁ ଲୋକ କୌଣସି ଲୋକର ରକ୍ତରେ ଭାରଗ୍ରସ୍ତ ହୁଏ, ସେ ଗର୍ତ୍ତ ପର୍ଯ୍ୟନ୍ତ ପଳାଇବ। ତାକୁ କେହି ଅଟକାଇବେ ନାହିଁ।
18 ସେହି ଜଣେ ଯିଏ ନିର୍ଦ୍ଦୋଷ ଭାବରେ ଜୀବନଯାପନ କରେ, ସେ ନିଜକୁ ରକ୍ଷା କରେ। କିନ୍ତୁ ଜଣେ ଯିଏ ତା’ର ନିଜ ପଥକୁ ବିପଥରେ ନିଏ ସେ ଅକସ୍ମାତ୍ ପଡ଼ିଯିବ।
19 ଆପଣା ଭୂମିକୁ ଯେ ଚଷେ, ସେ ଯଥେଷ୍ଟ ଆହାର ପାଇବ। ଯେଉଁ ଲୋକ ଅସାର ଲୋକର ଅନୁଗାମୀ ହେବ, ତାହାର ଯଥେଷ୍ଟ ଦରିଦ୍ରତା ପାଇବ।
20 ବିଶ୍ୱସ୍ତ ଲୋକ ଆଶୀର୍ବାଦରେ ବର୍ଦ୍ଧିଷ୍ଣୁ ହେବ। ମାତ୍ର ଯେ ଧନବାନ ହେବାକୁ ଅତି ଉଦ୍ୟମ କରେ, ସେ ନିଶ୍ଚିତ ଦଣ୍ଡିତ ହେବ।
21 ଜଣେ ବିଗ୍ଭରକ ଜଣକର ମୁହଁ ଦେଖି ବିଗ୍ଭର କରିବା ଉଚିତ୍ ନୁହେଁ, କିଅବା ଲାଞ୍ଚ ନେଇ ବିଗ୍ଭର କରିବା ଉଚିତ୍ ନୁହେଁ।
22 କୃପଣ ମନୁଷ୍ୟ ଧନୀ ହେବାକୁ ବ୍ୟଗ୍ର। ମାତ୍ର ତାହାକୁ ଦାରିଦ୍ର୍ୟ ଗ୍ରାସ କରିବ ବୋଲି ସେ ଜାଣେ ନାହିଁ।
23 ମୁହଁରେ ଗ୍ଭଟୁବାକ୍ୟ କହିବା ଲୋକ ଅପେକ୍ଷା ମନୁଷ୍ୟକୁ ଅନୁଯୋଗ କରିବା ଲୋକ ଶେଷରେ ଅଧିକ ଅନୁଗ୍ରହ ପାଏ।
24 ଯେ ଆପଣା ମାତା କି ପିତାଙ୍କର ଧନ ଅପହରଣ କରି କହେ, “ଏଥିରେ କିଛି ଅଧର୍ମ ନାହିଁ,” ସେ ସଂହାରକର ସଙ୍ଗୀ ଅଟେ।
25 ଜଣେ ଲୋଭି ମନୁଷ୍ୟ କଳହ ସୃଷ୍ଟି କରେ। କିନ୍ତୁ ସେହି ମନୁଷ୍ୟ ଯିଏ ସଦାପ୍ରଭୁଙ୍କ ଉପରେ ବିଶ୍ୱାସ ରଖେ ସେ ଉନ୍ନତି କରିବ।
26 ଯେଉଁ ଲୋକ ନିଜ ବଳ ଉପରେ ବିଶ୍ୱାସ ରଖେ ସେ ମୂର୍ଖ। କିନ୍ତୁ ସେ ଯିଏ ଜ୍ଞାନରେ ଗ୍ଭଲେ, ବିପର୍ଯ୍ୟୟରୁ ରକ୍ଷା ପାଇବ।
27 ଯେ ଦରିଦ୍ରକୁ ଦାନ କରେ, ତାର ଅଭାବ ହେବ ନାହିଁ। ମାତ୍ର ଯେ ଆପଣା ଆଖି ବନ୍ଦ କରେ, ସେ ଅନେକ ଅଭିଶାପ ପାଇବ।
28 ଦୁଷ୍ଟମାନେ ଉନ୍ନୀତ ହେଲେ, ଲୋକେ ଆପଣାମାନଙ୍କୁ ଲୁଗ୍ଭନ୍ତି। ମାତ୍ର ସେମାନେ ବିନଷ୍ଟ ହେଲେ, ଧାର୍ମିକଗଣ ବର୍ଦ୍ଧିଷ୍ଣୁ ହୁଅନ୍ତି।
29 ଯେଉଁ ଲୋକ ଥରକୁଥର, ଅନୁଯୋଗ ପାଇ ମଧ୍ୟ ଆପଣା ଗ୍ରୀବା ଶକ୍ତ କରେ, ସେ ପ୍ରତିକାର ବିନା ଶୀଘ୍ର ବିନାଶ ହେବ।
2 ଧାର୍ମିକମାନେ ବର୍ଦ୍ଧିଷ୍ଣୁ ହେଲେ, ଲୋକମାନେ ଆନନ୍ଦ କରନ୍ତି। ମାତ୍ର ଦୁଷ୍ଟମାନେ କର୍ତ୍ତୃତ୍ୱ ପାଇଲେ, ଲୋକମାନେ ଆର୍ତ୍ତସ୍ୱର କରନ୍ତି।
3 ଯେଉଁ ପୁତ୍ର ଜ୍ଞାନକୁ ସ୍ନେହ କରେ, ସେ ଆପଣା ପିତାକୁ ଖୁସୀ ରଖେ। ମାତ୍ର ଯେ ବେଶ୍ୟାମାନଙ୍କଠାରେ ଅନୁରକ୍ତ, ସେ ଆପଣା ସମ୍ପତ୍ତି ଉଡ଼ାଇ ଦିଏ।
4 ରାଜା ସୁବିଗ୍ଭର ଦ୍ୱାରା ତାଙ୍କର ଦେଶକୁ ପ୍ରତିଷ୍ଠିତ କରେ। କିନ୍ତୁ ଜଣେ ଯିଏ ଲାଞ୍ଚକୁ ଭଲପାଏ, ସେ ଏହାକୁ ଧ୍ୱଂସ କରେ।
5 ଯେଉଁ ଲୋକ ଆପଣା ପ୍ରତିବାସୀର ଗ୍ଭଟୁବାଦ କରେ, ସେ ତା’ର ପାଦ ପାଇଁ ଫାନ୍ଦ ବିଛାଏ।
6 ମନ୍ଦ ଲୋକର ଅଧର୍ମରେ ଫାନ୍ଦ ଥାଏ, ମାତ୍ର ଧାର୍ମିକ ଗାନ ଓ ଆନନ୍ଦ କରେ।
7 ଧାର୍ମିକ ଲୋକ ଦରିଦ୍ର ଲୋକର ନ୍ୟାୟ ପାଇଁ ଯତ୍ନବାନ୍ ଥା’ନ୍ତି। ମାତ୍ର ତାହା ଜାଣିବା ପାଇଁ ମୂର୍ଖ ଲୋକର ବୁଦ୍ଧି ନାହିଁ।
8 ନିନ୍ଦକ ମନୁଷ୍ୟ ନଗରରେ ଅସୁବିଧା ପ୍ରଜ୍ୱଳିତ କରନ୍ତି। କିନ୍ତୁ ଜ୍ଞାନୀ ମନୁଷ୍ୟମାନେ କ୍ରୋଧକୁ ଶାନ୍ତ କରନ୍ତି।
9 ଯେତେବେଳେ ଜଣେ ଜ୍ଞାନୀ ମୂର୍ଖ ସାଙ୍ଗରେ ବିଗ୍ଭରାଳୟକୁ ଯାଏ, ମୂର୍ଖ ଲୋକ ରାଗି ଯାଏ ଏବଂ ଯୁକ୍ତି କରେ ଏବଂ ସେଠାରେ ବିବାଦର ସମ୍ପୂର୍ଣ୍ଣ ସମାପ୍ତି ନ ଥାଏ।
10 ରକ୍ତପାତ ପ୍ରିୟ ଲୋକମାନେ, ସିଦ୍ଧ ବ୍ୟକ୍ତିକୁ ଘୃଣା କରନ୍ତି। କିନ୍ତୁ ନ୍ୟାୟବାନ ଲୋକ ତା’ର ଜୀବନକୁ ରକ୍ଷା କରେ।
11 ମୂର୍ଖ ଆପଣାର ସବୁ କ୍ରୋଧ ପ୍ରକାଶ କରେ। ମାତ୍ର ଜ୍ଞାନୀ ତାହା ସମ୍ଭାଳି କ୍ଷାନ୍ତକରେ।
12 ଶାସନକର୍ତ୍ତା ଯଦି ମିଥ୍ୟାକୁ ଶୁଣନ୍ତି, ତେବେ ତାଙ୍କର ସମସ୍ତ ଅଧିକାରୀ ଦୁର୍ନୀତିଗ୍ରସ୍ତ ହେବେ।
13 ଦରିଦ୍ର ଓ ଉପଦ୍ରବୀ ଏକତ୍ର ମିଳନ୍ତି, ସଦାପ୍ରଭୁ ଉଭୟର ଚକ୍ଷୁ ଦୀପ୍ତିମାନ କରନ୍ତି।
14 ଯେଉଁ ରାଜା ବିଶ୍ୱସ୍ତ ରୂପେ ଦୀନହୀନମାନଙ୍କର ବିଗ୍ଭର କରେ ତାହାର ସିଂହାସନ ସଦାକାଳ ପାଇଁ ସୁସ୍ଥିର ହେବ।
15 ବାଡ଼ି ଓ ଅନୁଯୋଗ ଜ୍ଞାନ ଦିଏ। ମାତ୍ର ପିଲାକୁ ତା’ର ଇଚ୍ଛାରେ ଛାଡ଼ି ଦେଲେ, ସେ ତା’ର ମାତାକୁ ଲଜ୍ଜା ଦିଏ।
16 ଦୁଷ୍ଟ ଲୋକମାନେ ବର୍ଦ୍ଧିଷ୍ଣୁ ହେଲେ, ଅଧର୍ମ ବଢ଼େ। ମାତ୍ର ଧାର୍ମିକମାନେ ସେମାନଙ୍କର ନିପାତ ଦେଖିବେ।
17 ଯଦି ତୁମ୍ଭେ ତୁମ୍ଭର ପୁତ୍ରକୁ ଅନୁଶାସନ କର, ସେ ତୁମ୍ଭକୁ ଶାନ୍ତି ଆଣି ଦେବ ଏବଂ ତୁମ୍ଭର ପ୍ରାଣକୁ ଆନନ୍ଦ ଆଣିଦେବ।
18 ଯଦି ଏକ ଜାତି ପରମେଶ୍ୱରଙ୍କର ପ୍ରକାଶିତବାକ୍ୟ ଦ୍ୱାରା ନ ଗ୍ଭଲେ, ଲୋକମାନେ ବିଶୃଙ୍ଖଳିତ ହୁଅନ୍ତି। କିନ୍ତୁ ଯେଉଁ ଲୋକ ପରମେଶ୍ୱରଙ୍କର ନିୟମ ମାନି ଚଳେ, ସେ ଆଶୀର୍ବାଦ ପାଏ।
19 ମାତ୍ର କଥାରେ ସେବକକୁ ସଂଶୋଧିତ କରାଯାଇ ପାରିବ ନାହିଁ, କାରଣ ଯଦିଓ ସେ ବୁଝେ ସେ ପ୍ରତିକ୍ରିୟା କରେ ନାହିଁ।
20 ଯଦି ଜଣେ କିଛି ଚିନ୍ତା ନ କରି କିଛି କହେ, ତା’ ପ୍ରତି ଭରସା ରଖ ନାହିଁ। ତା ଅପେକ୍ଷା ମୂର୍ଖ ଲୋକଠାରେ ଭରସା ରଖିଲେ ଭଲ।
21 ଯଦି ତୁମ୍ଭେ ତୁମ୍ଭ ସେବକକୁ ତା’ର ବାଲ୍ୟକାଳରୁ ଅଧିକ ପ୍ରଶ୍ରୟ ଦିଅ, ସେ ଜିଦ୍ଖୋର୍ ସେବକ ହୋଇଯିବ।
22 ରାଗିଲୋକ ସର୍ବଦା ବିଶୃଙ୍ଖଳା ବାତାବରଣ ସୃଷ୍ଟି କରନ୍ତି। ରାଗି ଲୋକମାନେ କେତେକ ପାପ କରିବସନ୍ତି।
23 ଯଦି ଜଣେ ଲୋକ ଗର୍ବୀ ତେବେ ତାହା ତାକୁ ଧ୍ୱଂସ କରିବ। ଯଦି ଜଣେ ଲୋକ ବିନମ୍ର, ତେବେ ସମ୍ମାନ ପାଇବ।
24 ଗ୍ଭେରର ଭାଗୀଦାର ଆପଣା ପ୍ରାଣକୁ ଘୃଣା କରେ। ଯଦି ସେ ବିଗ୍ଭରାଳୟରେ ବାଧ୍ୟ ହୁଏ କହିବାକୁ, ତେବେ ସେ ସତ୍ୟ କହିବାକୁ ବହୁତ ଭୟ କରିବ।
25 ଲୋକଭୟ ଫାନ୍ଦଜନକ, ମାତ୍ର ସଦାପ୍ରଭୁଙ୍କଠାରେ ଯେ ନିର୍ଭର ରଖେ, ସେ ସୁରକ୍ଷିତ ହେବ।
26 ଅନେକ ଶାସନକର୍ତ୍ତାର ପାଖରୁ ନ୍ୟାୟ ପାଇଁ ଇଚ୍ଛା କରନ୍ତି। ମାତ୍ର ମନୁଷ୍ୟର ପ୍ରକୃତ ବିଗ୍ଭର ସଦାପ୍ରଭୁଙ୍କଠାରୁ ଆସିଥାଏ।
27 ଅଧର୍ମକାରୀ ଲୋକ ଧାର୍ମିକର ଘୃଣାର ବିଷୟ, ପୁଣି ସରଳ ପଥଗାମୀ ଦୁଷ୍ଟ ଲୋକର ଘୃଣା ବିଷୟ ହୁଏ।
ପାଉଲ ନିଜ ସେବାକାର୍ଯ୍ୟର ପକ୍ଷସମର୍ଥନ କଲେ
10 ମୁଁ ପାଉଲ, ଖ୍ରୀଷ୍ଟଙ୍କ ପରି ମୁଁ ମୃଦୁଭାବରେ ତୁମ୍ଭମାନଙ୍କୁ ନିବେଦନ କରେ। କେତେକ ଲୋକ କୁହନ୍ତି, ମୁଁ ତୁମ୍ଭ ମଧ୍ୟରେ ଥିଲାବେଳେ ନମ୍ର ଥାଏ କିନ୍ତୁ ଦୂରରେ ଥିଲାବେଳେ ସାହସୀ ବା ନିର୍ଭୟ ଅଟେ। 2 ମୁଁ ତୁମ୍ଭମାନଙ୍କୁ ଅନୁନୟ କରେ ଯେ, ଯେତେବେଳେ ମୁଁ ତୁମ୍ଭମାନଙ୍କ ସହିତ ଅଛି, ସେତେବେଳେ ସେଭଳି ସାହସିକତା ଦେଖାଇବାକୁ ମୋ’ ଉପରେ ଗ୍ଭପ ପକାଇବ ନାହିଁ। ଯେଉଁମାନେ ଭାବନ୍ତି ଯେ ଆମ୍ଭେ ଜାଗତିକ ଜୀବନଯାପନ କରୁଛୁ ମୁଁ ସେମାନଙ୍କ ପ୍ରତି ସାହସୀ ହେବି। 3 ଆମ୍ଭେ ମଧ୍ୟ ଜଗତରେ ରହୁଛୁ। କିନ୍ତୁ ଆମ୍ଭ ଜାଗତିକ ଲୋକଙ୍କ ଭଳି ସଂଗ୍ରାମ କରୁ ନାହୁଁ। 4 ଆମ୍ଭେ ଯେଉଁ ଅସ୍ତ୍ରଗୁଡ଼ିକ ସାହାଯ୍ୟରେ ସଂଗ୍ରାମ କରୁ ସେଗୁଡ଼ିକ ଜାଗତୀକ ଅସ୍ତ୍ରଶସ୍ତ୍ର ନୁହେଁ। ଆମ୍ଭର ଅସ୍ତ୍ରଶସ୍ତ୍ରରେ ପରମେଶ୍ୱରଙ୍କ ଶକ୍ତି ନିହିତ ଅଛି। ଏହି ଅସ୍ତ୍ରଶସ୍ତ୍ର ଗୁଡ଼ିକ ଶତ୍ରୁର ଶକ୍ତିଶାଳୀ ସ୍ଥାନ ଗୁଡ଼ିକ ନଷ୍ଟ କରିପାରେ। ଏହି ଅସ୍ତ୍ରଶସ୍ତ୍ର ଗୁଡ଼ିକ ସାହାଯ୍ୟରେ ଆମ୍ଭେ ଲୋକଙ୍କ ସମସ୍ତ ଯୁକ୍ତି ଓ ପରମେଶ୍ୱରଙ୍କ ଜ୍ଞାନ ବିରୁଦ୍ଧରେ ଉଠୁଥିବା ପ୍ରତ୍ୟେକ ଗର୍ବର କଥା ଖଣ୍ଡନ କରୁ। 5 ଆମ୍ଭେ ପ୍ରତ୍ୟେକ ପ୍ରକାରର ଚିନ୍ତାଧାରାକୁ ଖ୍ରୀଷ୍ଟଙ୍କ ନିୟନ୍ତ୍ରଣାଧୀନ କରୁ ଓ ତାଙ୍କର ଆଜ୍ଞାକାରୀ ହେବା ପାଇଁ ବାଧ୍ୟ କରୁ। ଆମ୍ଭେ ପ୍ରତ୍ୟେକ ପ୍ରକାରର ଚିନ୍ତାଧାରାକୁ ଖ୍ରୀଷ୍ଟଙ୍କ ନିୟନ୍ତ୍ରଣାଧୀନ କରୁ ଓ ତାଙ୍କର ଆଜ୍ଞାକାରୀ ହେବା ପାଇଁ ବାଧ୍ୟ କରୁ। 6 ଯେଉଁ ଲୋକ ପୂର୍ଣ୍ଣ ଭାବରେ ଯୀଶୁଙ୍କୁ ମାନେ ନାହିଁ ଆମ୍ଭେ ତାହାଙ୍କୁ ଦଣ୍ଡ ଦେବା ପାଇଁ ପ୍ରସ୍ତୁତ ଅଛୁ। କିନ୍ତୁ ପ୍ରଥମରେ ଆମ୍ଭେ ଇଚ୍ଛା କରୁ ଯେ ତୁମ୍ଭେମାନେ ପୂର୍ଣ୍ଣଭାବରେ ତାହାଙ୍କୁ ମାନ।
7 ତୁମ୍ଭମାନଙ୍କ ଆଗରେ ଥିବା ତଥ୍ୟ ଗୁଡ଼ିକୁ ଦେଖ। ଯଦି ଜଣେ ନିଶ୍ଚିତ ଭାବରେ ଅନୁଭବ କରେ ଯେ, ସେ ଖ୍ରୀଷ୍ଟଙ୍କର ଅଟେ, ତାହାହେଲେ ସେ ଏହା ମଧ୍ୟ ଜାଣି ରଖିବା ଉଚିତ୍ ଯେ ଆମ୍ଭେ ମଧ୍ୟ ତାହାରି ଭଳି ସମ ଭାବରେ ଖ୍ରୀଷ୍ଟଙ୍କର ଅଟୁ। 8 ଏହା ସତ୍ୟ ଯେ ମୁଁ ପ୍ରଭୁଙ୍କ ଦ୍ୱାରା ପ୍ରଦତ୍ତ ଅଧିକାର ବିଷୟରେ ଅତ୍ୟଧିକ ଗର୍ବର କଥା କହେ, କିନ୍ତୁ ସେ ଆମ୍ଭକୁ ଏହି ଅଧିକାର ତୁମ୍ଭମାନଙ୍କର ବିନାଶ ପାଇଁ ନୁହେଁ, ମାତ୍ର ତୁମ୍ଭମାନଙ୍କୁ ଆଧ୍ୟାତ୍ମିକ ଭାବରେ ଶକ୍ତିଶାଳୀ କରିବା ପାଇଁ ପ୍ରଦାନ କରିଛନ୍ତି। 9 ଏହି ଗର୍ବୋକ୍ତି ପାଇଁ ମୁଁ ଲଜ୍ଜା ବୋଧ କରେ ନାହିଁ। ମୁଁ ମୋ’ ପତ୍ରଗୁଡ଼ିକ ମାଧ୍ୟମରେ ତୁମ୍ଭମାନଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରୁଛି ବୋଲି ତୁମ୍ଭେମାନେ ଭାବ ନାହିଁ। 10 କେତେକ ଲୋକ କୁହନ୍ତି “ପାଉଲଙ୍କ ପତ୍ରଗୁଡ଼ିକ ଶକ୍ତିସମ୍ପନ୍ନ ଓ ମହତ୍ତ୍ୱପୂର୍ଣ୍ଣ କିନ୍ତୁ ଯେତେବେଳେ ସେ ଆମ୍ଭ ସହିତ ଥା’ନ୍ତି ସେ ଦୁର୍ବଳ ଓ ତାଙ୍କର କଥା ଗୁଡ଼ିକ ଏତେ ପ୍ରଭାବଶାଳୀ ହୁଏ ନାହିଁ।” 11 ଏଭଳି କହିବା ଲୋକ ଜାଣି ରଖିବା ଉଚିତ୍ ଯେ: ଆମ୍ଭେ ତୁମ୍ଭମାନଙ୍କ ସହିତ ଏବେ ନାହୁଁ, ଅତଏବ ଆମ୍ଭେ ଏହି କଥା ଗୁଡ଼ିକ ପତ୍ରରେ ଲେଖିଛୁ। କିନ୍ତୁ ଯେତେବେଳେ ଆମ୍ଭେ ତୁମ୍ଭମାନଙ୍କ ପାଖକୁ ଯିବୁ ଆମ୍ଭେ ଦେଖାଇ ଦେବୁ ଯେ, ଆମ୍ଭ ପତ୍ରଟି ଯେଉଁ ଶକ୍ତି ଧାରଣ କରିଛି ସେହି ସମାନ ଶକ୍ତି ଆମ୍ଭେ ଧାରଣ କରିଛୁ।
12 ଯେଉଁମାନେ ନିଜକୁ ବହୁତ ବଡ଼ ମନେ କରୁଛନ୍ତି, ସେହି ଲୋକମାନଙ୍କ ସହିତ ସମାନ ସ୍ତରରେ ନିଜକୁ ସ୍ଥାପନ କରିବା ପାଇଁ ବା ତୁଳନା କରିବା ପାଇଁ ଆମ୍ଭେ ସାହସ କରୁ ନାହୁଁ। ସେମାନେ ନିଜକୁ ତୁଳନାର ମାନଦଣ୍ଡ ଭଳି ବ୍ୟବହାର କରି ଅନ୍ୟକୁ ନିଜ ସହ ତୁଳନା କରନ୍ତି ଓ ବିଗ୍ଭର କରନ୍ତି, ଏତଦ୍ଦ୍ୱାରା ସେମାନେ ଯେ କେତେ ମୂର୍ଖ, ଜଣାପଡ଼େ।
13 ଆମ୍ଭକୁ ଯେଉଁ କାର୍ଯ୍ୟ ଦିଆଯାଇଛି, ତହିଁର ସୀମାଲଙ୍ଘନ କରି କଦାପି ଗର୍ବର କଥା କହିବୁ ନାହିଁ। ପରମେଶ୍ୱରଙ୍କ ପ୍ରଦତ୍ତ କାମ ପାଇଁ ଆମ୍ଭେ ନିଜେ ଗର୍ବ ଅନୁଭବ କରିବୁ। ଏହି କାମ ତୁମ୍ଭମାନଙ୍କ ସହିତ ଆମ୍ଭର କାମକୁ ମଧ୍ୟ ଅନ୍ତର୍ଭୁକ୍ତ କରେ। 14 ଆମ୍ଭେ ଅଧିକ ଗର୍ବ କରୁ ନାହୁଁ। ଆମ୍ଭେ ତୁମ୍ଭମାନଙ୍କ ପାଖକୁ ନ ଆସି ଥିଲେ ଆମ୍ଭେ ମିଛଟାରେ ଅତ୍ୟଧିକ ପ୍ରଶଂସା ନେଇଥା’ନ୍ତୁ। କିନ୍ତୁ ବାସ୍ତବିକତା ଆମ୍ଭେମାନେ ଖ୍ରୀଷ୍ଟଙ୍କର ସୁସମାଗ୍ଭର ସହିତ ତୁମ୍ଭମାନଙ୍କ ପାଖରେ ପହଞ୍ଚିଛୁ। 15 ଆମ୍ଭେ ଅନ୍ୟମାନଙ୍କ ଦ୍ୱାରା କରା ଯାଇଥିବା କାମ ପାଇଁ ନୁହେଁ, କିନ୍ତୁ କେବଳ ନିଜେ କରିଥିବା କାମ ପାଇଁ ଗର୍ବ କରୁଛୁ। ଆମ୍ଭେ ଆଶା କରୁ ଯେ, ତୁମ୍ଭମାନଙ୍କର ବିଶ୍ୱାସ ବଢ଼ିବା ସହିତ ଆମ୍ଭ କାମ ବ୍ୟାପକ ଭାବରେ ବଢ଼ିବାରେ ତୁମ୍ଭେମାନେ ସାହାଯ୍ୟ କରିବ। 16 ଆମ୍ଭେ ଇଚ୍ଛା କରୁ ଯେପରି ତୁମ୍ଭମାନଙ୍କ ସହରର ସୀମା ବାହାର ସ୍ଥାନମାନଙ୍କରେ ମଧ୍ୟ ଆମ୍ଭେ ସୁସମାଗ୍ଭର ପ୍ରଗ୍ଭର କରି ପାରିବୁ। ଅନ୍ୟ କୌଣସି ସ୍ଥାନରେ ଆଉ କାହା ଦ୍ୱାରା ଯେଉଁ କାମ ହୋଇ ସାରିଛି, ସେହି କାମରେ ଆମ୍ଭେ ଗର୍ବ କରୁ ନାହୁଁ। 17 ଯେପରି ଶାସ୍ତ୍ର କୁହେ: “ଯଦି କିଏ ଗର୍ବ କରିବାକୁ ଇଚ୍ଛା କରେ, ସେ କେବଳ ପ୍ରଭୁଙ୍କଠାରେ ଗର୍ବ କରିବା ଉଚିତ୍।” [a] 18 କାରଣ ଯେଉଁ ଲୋକ, ପ୍ରଭୁଙ୍କଦ୍ୱାରା ଭଲ ବୋଲି ଗୃହୀତ ହୁଏ, ସେହି ଲୋକ ଭଲ ବୋଲି ସ୍ୱୀକୃତ ହୁଏ, କିନ୍ତୁ ଯିଏ ନିଜେ ନିଜକୁ ଭଲ ବୋଲି ମନେ କରେ, ସେ ଲୋକ ଭଲ ବୋଲି ସ୍ୱୀକୃତ ହୁଏ ନାହିଁ।
2010 by World Bible Translation Center