Print Page Options
Previous Prev Day Next DayNext

Old/New Testament

Each day includes a passage from both the Old Testament and New Testament.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ହିତୋପଦେଶ 10-12

ଶଲୋମନଙ୍କର ହିତୋପଦେଶ

10 ଏଗୁଡ଼ିକ ହେଉଛି ଶଲୋମନଙ୍କ ହିତୋପଦେଶ।

ଜ୍ଞାନୀ ପୁତ୍ର ପିତାକୁ ଆନନ୍ଦିତ କରେ। କିନ୍ତୁ ମୂର୍ଖ ପୁତ୍ର ତା’ର ମାତାର ଦୁଃଖ ବଢ଼ାଏ।

ଯଦି ଜଣେ କୁକର୍ମ କରି ଧନ ଅର୍ଜ୍ଜନ କରେ, ତେବେ ତାହା କାର୍ଯ୍ୟରେ ଲାଗେ ନାହିଁ। ଧାର୍ମିକତା ମୃତ୍ୟୁରୁ ରକ୍ଷା କରେ।

ସଦାପ୍ରଭୁ ଧାର୍ମିକମାନଙ୍କର ଯତ୍ନ ନିଅନ୍ତି। ସେ ଆବଶ୍ୟକ ପରିମାରଣର ଖାଦ୍ୟ ଯୋଗନ୍ତି। କିନ୍ତୁ ସଦାପ୍ରଭୁ ଦୁଷ୍ଟମାନଙ୍କର କାମନା କ୍ଷୁର୍ଣ୍ଣ କରନ୍ତି।

ଅଳସୁଆ ଦରିଦ୍ର ହେବ; ପରିଶ୍ରମୀ ଲୋକ ଧନୀ ହେବ।

ବୁଦ୍ଧିମାନ ଲୋକ ଉତ୍ତମ ସମୟରେ ଶସ୍ୟ ସଂଗ୍ରହ କରେ, କିନ୍ତୁ ଯେଉଁ ବ୍ୟକ୍ତି ଏହି ସମୟରେ ଶୋଇପଡ଼େ, ତାହା ଲଜ୍ଜାଜନକ।

ଧାର୍ମିକର ମସ୍ତକରେ ଆଶୀର୍ବାଦ ବର୍ଷେ, ମାତ୍ର ଦୁଷ୍ଟର ମୁଖ ଦୌରାତ୍ମ୍ୟରେ ପରିପୂର୍ଣ୍ଣ ହୁଏ।

ଧାର୍ମିକ ଲୋକମାନେ ଆଦର ସହକାରେ ମନେ ରଖନ୍ତି କିନ୍ତୁ ଦୁଷ୍ଟ ବ୍ୟକ୍ତିର ନାମ ଦୁର୍ଗନ୍ଧ ବାସନା ପରି ହୁଏ।

ଜ୍ଞାନୀ ଲୋକ ଆଜ୍ଞାସବୁ ମାନେ କିନ୍ତୁ ମୂର୍ଖ ଲୋକ ଯୁକ୍ତି କରେ ଓ ନିଜକୁ ବିପର୍ଯ୍ୟୟ ଆଡ଼କୁ ଟାଣିନିଏ।

ଜଣେ ସଚ୍ଚୋଟ ବ୍ୟକ୍ତି ରକ୍ଷା ପାଏ, କିନ୍ତୁ ଦୁଷ୍ଟ ଲୋକ ଧରା ପଡ଼ିଯାଏ।

10 ଜଣେ ଯିଏ ସତ୍ୟକୁ ଲୁଗ୍ଭଏ, ସେ ଅସୁବିଧାର କାରଣ ଅଟେ। ଜଣେ ଯିଏ ଖୋଲାଖୋଲି ଭାବରେ କଥା କୁହେ, ଶାନ୍ତି ବିରାଜିତ କରେ। [a]

11 ଧାର୍ମିକ ଲୋକର ମୁଖ ଜୀବନର ନିର୍ଝର, କିନ୍ତୁ ଦୁଷ୍ଟ ଲୋକର ମୁଖ ଦୌରାତ୍ମ୍ୟ ବଢ଼ାଏ।

12 ହିଂସା କଳି ଆଣେ, କିନ୍ତୁ ପ୍ରେମ ସବୁ ଅଧର୍ମକୁ କ୍ଷମା କରେ।

13 ବୁଦ୍ଧିମାନ୍ ଲୋକମାନଙ୍କର ଓଷ୍ଠରେ ଜ୍ଞାନ ଥାଏ, ମାତ୍ର ନିର୍ବୋଧର ପିଠି ପାଇଁ ବାଡ଼ି।

14 ଜ୍ଞାନୀମାନେ ଜ୍ଞାନ ସଞ୍ଚୟ କରନ୍ତି, କିନ୍ତୁ ନିର୍ବୋଧର ମୁଖ ବିନାଶକୁ ନିମନ୍ତ୍ରଣ କରେ।

15 ଧନୀ ଲୋକର ଧନ ତା’ର ଦୃଢ଼ ନଗର ସଦୃଶ, କିନ୍ତୁ ଦରିଦ୍ର ଲୋକମାନଙ୍କର ଦରିଦ୍ରତା ସେମାନଙ୍କର ବିନାଶ ଆଣେ।

16 ଧାର୍ମିକର ପରିଶ୍ରମ ପୁଣ୍ୟଜନକ, ପୁଣି ଅଧାର୍ମିକର ଆୟ ପାପଜନକ।

17 ଯେଉଁ ବ୍ୟକ୍ତି ଉପଦେଶ ଶୁଣେ, ସେ ଜୀବନ ପଥରେ ଆଗେଇ ଗ୍ଭଲେ, କିନ୍ତୁ ଯେଉଁ ବ୍ୟକ୍ତି ଅନୁଯୋଗ ତ୍ୟାଗ କରେ, ସେ ଲୋକମାନଙ୍କୁ କୁପଥରେ ନିଏ।

18 ଯେ ହିଂସା ଆଚରଣ କରେ, ତା’ର ଓଷ୍ଠାଧର ମିଥ୍ୟାବାଦୀ, ପୁଣି ଯେ ଅପବାଦ ରଚନା କରେ ସେ ଅଜ୍ଞାନ।

19 ବହୁ ବାକ୍ୟରେ ଅଧର୍ମର ଅଭାବ ନ ଥାଏ, ମାତ୍ର ଯେ ଆପଣା ଓଷ୍ଠାଧରକୁ ଦମନ କରେ, ସେ ବୁଦ୍ଧିମାନ୍।

20 ଧାର୍ମିକ ପୁରୁଷମାନଙ୍କର ବାକ୍ୟଗୁଡ଼ିକ ମନୋନୀତ ରୂପାତୁଲ୍ୟ, କିନ୍ତୁ ଦୁଷ୍ଟଲୋକମାନଙ୍କର ଚିନ୍ତାର ମୂଲ୍ୟ ନ ଥାଏ।

21 ଧାର୍ମିକର ଓଷ୍ଠାଧର, ଅନେକଙ୍କୁ ପ୍ରତିପାଳନ କରେ। ମାତ୍ର ଅଜ୍ଞାନୀମାନେ ନିର୍ବୋଧତା କାରଣରୁ ମୃତ୍ୟୁବରଣ କରନ୍ତି।

22 ସଦାପ୍ରଭୁଙ୍କ ଆଶୀର୍ବାଦ ଧନବାନ୍ କରେ, ପୁଣି ତାହା ଦୁଃଖ ନିବାରଣ କରେ।

23 କୁକର୍ମ କରିବା ନିର୍ବୋଧର ଆନନ୍ଦ, ସେହିପରି ଜ୍ଞାନ ବୁଦ୍ଧିମାନ୍ ପୁରୁଷର।

24 ଦୁଷ୍ଟ ଲୋକ ଯାହା ଭୟ କରେ, ତାହା ହିଁ ତାକୁ ଘଟେ। ମାତ୍ର ଧାର୍ମିକର ମନୋବାଞ୍ଛା ତାକୁ ଦିଆଯାଇଥାଏ।

25 ଯେତେବେଳେ ଘୂର୍ଣ୍ଣିବାୟୁ ବହେ, ଦୁଷ୍ଟ ଲୋକ ଅନ୍ତର୍ଦ୍ଧାନ ହୋଇଯିବ। କିନ୍ତୁ ଧାର୍ମିକ ପୁରୁଷ ଅନନ୍ତକାଳସ୍ଥାୟୀ ସ୍ୱରୂପ ରହେ।

26 ଯେପରି ଦନ୍ତକୁ କଟୁରସ ଓ ଚକ୍ଷୁକୁ ଧୂଆଁ ସେହିପରି ଆପଣା ପ୍ରେରକମାନଙ୍କ ପ୍ରତି ଅଳସୁଆ,

27 ସଦାପ୍ରଭୁଙ୍କ ବିଷୟକ ଭୟର ଦିନ ବଢ଼ାଏ! ମାତ୍ର ଦୁଷ୍ଟର ବର୍ଷ ଶେଷ କରାଯିବ।

28 ଧାର୍ମିକ ଲୋକମାନେ ଆଶା କରୁଥିବା ଆନନ୍ଦ ଆଣିଦିଏ, କିନ୍ତୁ ଦୁଷ୍ଟ ଲୋକମାନଙ୍କର ଆଶା ଧ୍ୱଂସ ପାଇବ।

29 ସଦାପ୍ରଭୁ ଧାର୍ମିକ ଲୋକମାନଙ୍କୁ ସୁରକ୍ଷା କରନ୍ତି, ମାତ୍ର କୁକର୍ମକାରୀମାନଙ୍କୁ ସେ ବିନାଶ କରନ୍ତି।

30 ଧାର୍ମିକ ଲୋକମାନେ ନିରାପଦରେ ରହିବେ, କିନ୍ତୁ ଦୁଷ୍ଟ ଲୋକମାନଙ୍କୁ ଦେଶରୁ ବାହାର କରି ଦିଆଯିବ।

31 ଧାର୍ମିକର ମୁଖ ଜ୍ଞାନ ଜନ୍ମାଏ, ମାତ୍ର କୁଟିଳବାଦୀର ଜିହ୍ୱା ଉଚ୍ଛିନ୍ନ ହେବ।

32 ଧାର୍ମିକ ଲୋକମାନେ କ’ଣ କହିବାକୁ ହେବ ଜାଣନ୍ତି, କିନ୍ତୁ ଦୁଷ୍ଟଗଣ କହନ୍ତି ଯାହା ଅସୁବିଧାରେ ପକାଏ।

11 ସଦାପ୍ରଭୁ ମିଥ୍ୟାର ନିକିତିକୁ ଘୃଣା କରନ୍ତି। କିନ୍ତୁ ସେ ସଠିକ୍ ଓଜନକୁ ଭଲ ପାଆନ୍ତି।

ଗର୍ବ ଲଜ୍ଜା ଆଣେ, କିନ୍ତୁ ନମ୍ରତା ଜ୍ଞାନ ଆଣେ।

ସତ୍ୟପ୍ରିୟ ଲୋକମାନଙ୍କର ସରଳତା ସେମାନଙ୍କୁ ପଥ ଦେଖାଇବ, କିନ୍ତୁ ବିଶ୍ୱାସଘାତ ଲୋକମାନଙ୍କ କୁଟିଳାଚରଣ ସେମାନଙ୍କୁ ନାଶ କରିବ।

ପ୍ରଭୁଙ୍କ କ୍ରୋଧର ଦିନରେ ଧନ ନିଷ୍ଫଳ ଅଟେ, ମାତ୍ର ଧାର୍ମିକତା ମୃତ୍ୟୁରୁ ରକ୍ଷା ପାଇବ।

ସତ୍ୟପ୍ରିୟ ଲୋକମାନଙ୍କର ଧାର୍ମିକତା ତାହାର ପଥ ପ୍ରଦର୍ଶକ ହେବ। କିନ୍ତୁ ଦୁଷ୍ଟର ଦରଜା ସେମାନଙ୍କ ଦୁଷ୍ଟତା ଦ୍ୱାରା ଧ୍ୱଂସ ହେବ।

ସତ୍ୟପ୍ରିୟ ଲୋକମାନଙ୍କର ଧାର୍ମିକତା ସେମାନଙ୍କୁ ଉଦ୍ଧାର କରେ। କିନ୍ତୁ ବିଶ୍ୱାସଘାତକ ଲୋକ ସେମାନଙ୍କ ଅଭିଳାଷ ଦ୍ୱାରା ଧରା ପଡ଼ିବେ।

ଯେତେବେଳେ ଦୁଷ୍ଟ ମରେ ତାହାର ଭରସା ନଷ୍ଟ ହୁଏ ଓ ଅଧାର୍ମିକମାନଙ୍କର ଆଶା ଧ୍ୱଂସ ହୁଏ।

ଜଣେ ଧାର୍ମିକ ମନୁଷ୍ୟ ସମସ୍ୟାରୁ ରକ୍ଷା ପାଏ ଏବଂ ତା ବଦଳରେ ଏହା ଦୁଷ୍ଟ ମନୁଷ୍ୟ ଉପରକୁ ଆସେ।

ଜଣେ ଦୁଷ୍ଟ ମନୁଷ୍ୟ ତା’ର କୁବାକ୍ୟଗୁଡ଼ିକରେ ତା’ର କୁମୁଖରେ ପ୍ରତିବାସୀକୁ ନାଶ କରେ। କିନ୍ତୁ ଧାର୍ମିକ ଲୋକମାନେ ସେମାନଙ୍କର ଜ୍ଞାନର ସହିତ ସେମାନଙ୍କୁ ରକ୍ଷା କରନ୍ତି।

10 ଧାର୍ମିକର ମଙ୍ଗଳ ହେଲେ, ନଗର ଆନନ୍ଦ କରେ। ମାତ୍ର ଦୁଷ୍ଟର ବିନାଶ ହେଲେ ଜୟଧ୍ୱନି ହୁଏ।

11 ନିଷ୍ଠାପର ଲୋକମାନେ ଆଶୀର୍ବାଦ କରନ୍ତି ଯେତେବେଳେ ଗୋଟିଏ ନଗର ଉତ୍ପନ୍ନ ହୁଏ, କିନ୍ତୁ ଦୁଷ୍ଟ ଲୋକମାନଙ୍କର କଥାଗୁଡ଼ିକ ଏହାର ବିନାଶ ଆଣେ।

12 ଯିଏ ଆପଣାର ପ୍ରତିବାସୀକୁ ତାଛଲ୍ୟ ମନୋଭାବ ଦେଖାଏ, ସେ ନିର୍ବୋଧ। କିନ୍ତୁ ଜଣେ ବୁଦ୍ଧିମାନ୍ ଚୁପ୍ ହୋଇ ରହେ।

13 କାରଣ କୁତ୍ସାରଟନାକାରୀ ଯେଉଁଆଡ଼େ ସେ ଯାଏ ବିଶ୍ୱାସରେ ବିଶ୍ୱାସଘାତକତା କରେ। କିନ୍ତୁ ଜଣେ ବିଶ୍ୱସନୀୟ ଲୋକ ଗୁପ୍ତକଥା ଲୁଗ୍ଭଇ ରଖେ।

14 ଗୋଟିଏ ଜାତି ଠିକ୍ ଦେଖାଶୁଣା ଅଭାବ ଯୋଗୁଁ ଧ୍ୱଂସ ହୋଇଥାଏ, କିନ୍ତୁ ବହୁତ ଉପଦେଷ୍ଟାମାନଙ୍କ ଦ୍ୱାରା ସଫଳତା ଆସିଥାଏ।

15 ଅଜଣା ଲୋକ ପାଇଁ ଯେ ଲଗା ହୁଏ, ସେ ଅବଶ୍ୟ କ୍ଳେଶ ପାଏ। ମାତ୍ର ଲଗା ହେବାକୁ ଯେ ଘୃଣା କରେ ସେ ନିରାପଦ ଥାଏ।

16 ଅନୁଗ୍ରହ ସ୍ତ୍ରୀ ଗୌରବ ଧରି ରଖେ, ପୁଣି ଦୁଷ୍ଟ ଲୋକେ ସମ୍ପତ୍ତି ଧରି ରଖନ୍ତି।

17 ଦୟାଳୁ ଲୋକ ଆପଣା ପ୍ରାଣର ହିତ କରେ। ମାତ୍ର ଯେ ନିର୍ଦ୍ଦୟ ସେ ଆପଣା ଶରୀରକୁ ଦୁଃଖ ଦିଏ।

18 ଦୁଷ୍ଟଲୋକ ମିଥ୍ୟା ଉପାର୍ଜନ କରେ। ମାତ୍ର ଯେ ଧର୍ମବୀଜ ବୁଣେ ତାହାର ନିଶ୍ଚିତ ପୁରସ୍କାର ଅଛି।

19 ଯେଉଁ ଲୋକ ଧାର୍ମିକତାରେ ଅଟଳ ଥାଏ, ସେ ବଞ୍ଚି ରହିବ, ମାତ୍ର ଯିଏ କୁକର୍ମର ପଛରେ ଯାଏ, ସେ ଆପଣାର ମୃତ୍ୟୁ ଘଟାଇବ।

20 ଜଣେ ପ୍ରବଞ୍ଚକ ମନୁଷ୍ୟ ସଦାପ୍ରଭୁଙ୍କ ଦ୍ୱାରା ଘୃଣିତ ହୁଏ, କିନ୍ତୁ ଯିଏ ନିଷ୍ଠାପର ଜୀବନଯାପନ କରେ, ପ୍ରଭୁ ତାକୁ ଭଲ ପାଆନ୍ତି।

21 ଏହା ନିଶ୍ଚିତ ସତ୍ୟ ଯେ ଦୁଷ୍ଟ ଲୋକମାନେ ଦଣ୍ଡ ପାଇବେ ଏବଂ ଧାର୍ମିକମାନେ ମୁକ୍ତି ପାଇବେ।

22 ଯଦି ଜଣେ ସ୍ତ୍ରୀ ସୁନ୍ଦର, କିନ୍ତୁ ସେ ଦୁଷ୍ଟ ଏହା ଠିକ୍ ସେହିପରି ଯେପରି ଘୁଷୁରିର ଥୋମଣିରେ ସୁବର୍ଣ୍ଣ ଥାଏ।

23 ଧାର୍ମିକମାନଙ୍କର ବାଞ୍ଛାର ଫଳ କେବଳ ମଙ୍ଗଳ, ମାତ୍ର ଦୁଷ୍ଟମାନଙ୍କ ଭରସାର ଫଳ କ୍ରୋଧ ଅଟେ।

24 କେହି କେହି ଦାନ କରି ଆହୁରି ଧନ ବଢ଼ାନ୍ତି। ପୁଣି କେହି କେହି ଉଚିତ୍ ବ୍ୟୟ ଅସ୍ୱୀକାର କଲେ ହେଁ ତହିଁରୁ କେବଳ ଅଭାବ ଜନ୍ମେ।

25 ଯେଉଁମାନେ ଅନ୍ୟମାନଙ୍କୁ ଆଶୀର୍ବାଦ କରନ୍ତି, ସେମାନେ ଉନ୍ନତି କରିବେ ଏବଂ ସେ ଯିଏ ଅନ୍ୟମାନଙ୍କର ଶୋଷ ମେଣ୍ଟାଏ ତା’ର ଶୋଷ ମେଣ୍ଟା ହେବ।

26 ଜଣେ ବ୍ୟକ୍ତି ଯିଏ ତା’ର ଶସ୍ୟ ବିକ୍ରୀ କରିବାକୁ ମନ କରେ, [b] ତାହାକୁ ଲୋକମାନେ ଅଭିଶାପ ଦେବେ। କିନ୍ତୁ ଯେକେହି ଶସ୍ୟ ବିକ୍ରୟ କରେ ଇଚ୍ଛା ଏବଂ ନ୍ୟାୟ ସହିତ ତା’ର ମସ୍ତକକୁ ଆଶୀର୍ବାଦ ମିଳେ।

27 ଯେଉଁ ବ୍ୟକ୍ତି ଯତ୍ନରେ ହିତ ଚେଷ୍ଟା କରେ, ସେ ଅନୁଗ୍ରହ ପାଏ। ପୁଣି ଯେ ଅନ୍ୟର ମନ୍ଦ କରିବାକୁ ଗ୍ଭହେଁ, ତା’ ପ୍ରତି ସେହିପରି ଘଟେ।

28 ଆପଣା ଧନରେ ଯେ ନିର୍ଭର ରଖେ, ସେ ସତେଜ ପତ୍ରପରି ବଞ୍ଚେ। ମାତ୍ର ଧାର୍ମିକ ଲୋକ ସତେଜ ପତ୍ରପରି ପ୍ରଫୁଲ୍ଲ ହେବ।

29 ଜଣେ ଯିଏ ଆପଣା ପରିବାରକୁ ସମସ୍ୟାର କାରଣ ହୁଏ, କିଛି ଅଧିକାର ପାଏ ନାହିଁ। ପୁଣି ସେ ଜଣେ ଅଜ୍ଞାନୀ ବିଜ୍ଞ ବ୍ୟକ୍ତିର ଦାସ ହେବ।

30 ଧାର୍ମିକ ବ୍ୟକ୍ତିର ଫଳ ଜୀବନଦାୟକ ବୃକ୍ଷ ଅଟେ। ଜଣେ ଯିଏ ଜ୍ଞାନୀ [c] ଲୋକମାନଙ୍କର ଜୀବନ ଲାଭ କରେ।

31 ଭଲ ଲୋକମାନେ ପୃଥିବୀରେ ପୁରସ୍କୃତ ହେବେ, ଦୁଷ୍ଟ ପାପୀଗଣ ତାଙ୍କର ପାପ ଭୋଗ କରିବେ।

12 ଯଦି ଜଣେ ଜ୍ଞାନୀ ହେବାକୁ ଗ୍ଭହେଁ, ସେ ତା’ର ଭୁଲକୁ ଠିକ୍ କରିବାକୁ ଭଲ ପାଏ। ଯେଉଁ ଲୋକ ଅନୁଯୋଗ ଘୃଣା କରେ ସେ ମୂର୍ଖ।

ସ‌‌‌ତ୍‌‌‌ଲୋକ ସଦାପ୍ରଭୁଙ୍କଠାରୁ ଅନୁଗ୍ରହ ପା’ନ୍ତି। କିନ୍ତୁ ଯେଉଁ ବ୍ୟକ୍ତି କୁପଥ କଳ୍ପନା କରେ, ସେ ଭ୍ରଷ୍ଟ ହେବ।

କୁପଥ ଦ୍ୱାରା କେହି ସୁରକ୍ଷିତ ହେବ ନାହିଁ। କିନ୍ତୁ ଧାର୍ମିକ ଲୋକମାନେ ନିରାପଦରେ ରହିବେ।

ଗୁଣବତୀ ସ୍ତ୍ରୀ ଆପଣା ସ୍ୱାମୀର ମୁକୁଟ ସ୍ୱରୂପ। ଲଜ୍ଜାଦାୟୀନୀ ସ୍ତ୍ରୀ ତା’ର ହାଡ଼ ସବୁର କ୍ଷୟ ସ୍ୱରୂପ।

ଧାର୍ମିକମାନଙ୍କର ଯୋଜନାସବୁ ଯଥାର୍ଥ, କିନ୍ତୁ ଦୁଷ୍ଟ ଲୋକମାନଙ୍କର ଉପଦେଶ ପ୍ରବଞ୍ଚନାପୂର୍ଣ୍ଣ।

ଦୁଷ୍ଟମାନେ ରକ୍ତପାତ କରିବାକୁ ସେମାନଙ୍କର ଶବ୍ଦଗୁଡ଼ିକ ବ୍ୟବହାର କରନ୍ତି। କିନ୍ତୁ ନିଷ୍ଠାପର ଲୋକମାନଙ୍କର ଶବ୍ଦଗୁଡ଼ିକ ଅନ୍ୟ ଲୋକମାନଙ୍କୁ ବିପର୍ଯ୍ୟୟରୁ ରକ୍ଷା କରନ୍ତି।

ଦୁଷ୍ଟମାନେ ସମ୍ପୂର୍ଣ୍ଣ ଭାବେ ବିନାଶ ହୁଅନ୍ତି। ସେମାନଙ୍କ ସତ୍ତା ଲୋପ ପାଏ। ମାତ୍ର ଧାର୍ମିକମାନେ ମରିଗଲେ ମଧ୍ୟ ସେମାନେ ସ୍ମୃତିରେ ହିଁ ରହନ୍ତି।

ସେ କହୁଥିବା ଜ୍ଞାନ କଥା ପାଇଁ ମନୁଷ୍ୟ ପ୍ରଶଂସିତ ହେବ। କିନ୍ତୁ ସେହି ମନୁଷ୍ୟ ଯାହାର ହୃଦୟ ଦୁଷ୍ଟ ଓ ଜି‌‌‌ଦ୍‌‌‌ଖୋର ତାକୁ ଲୋକମାନେ ତୁଚ୍ଛ ବୋଲି ଭାବିବେ।

ଯେଉଁ ଲୋକ ତୁଚ୍ଛୀକୃତ ଆଉ ଯାହାର ଦାସ ଅଛି, ସେ ଅନ୍ୟମାନଙ୍କଠାରୁ ଶ୍ରେଷ୍ଠ, ଯିଏ ନିଜକୁ ମହତ୍ତ୍ୱ ବୋଲି ଛଳନା କରେ, କିନ୍ତୁ ତା’ ପାଖରେ ଯଥେଷ୍ଟ ଖାଦ୍ୟ ନ ଥାଏ।

10 ଧାର୍ମିକ ଲୋକମାନେ ଆପଣା ପଶୁର ଦରକାରକୁ ଅତି ଯତ୍ନ ସହକାରେ କରନ୍ତି, ମାତ୍ର ଦୁଷ୍ଟ ଲୋକମାନେ ନିର୍ଦ୍ଦୟ ଅଟନ୍ତି।

11 ଯେଉଁ ଲୋକ ଆପଣା ଭୂମି ଚଷେ, ସେ ଯଥେଷ୍ଟ ଆହାର ପାଇବ। ମାତ୍ର ଯେ ବୃଥା ଅଭିମାନରେ ପ୍ରବୃତ୍ତ ହୁଏ, ସେ ବୁଦ୍ଧିହୀନ।

12 ଦୁଷ୍ଟ ଲୋକମାନେ କୁକର୍ମକାରୀ ଲୋକମାନଙ୍କର ଫାନ୍ଦକୁ ଆଦରି ନିଅନ୍ତି। ମାତ୍ର ଧାର୍ମିକର ମୂଳ ଫଳଦାୟକ ଅଟେ।

13 ଦୁଷ୍ଟର ଓଷ୍ଠରେ ଅଧର୍ମର ଫଳ ଥାଏ। ମାତ୍ର ଧାର୍ମିକମାନେ ଦୁଃଖରୁ ଉଦ୍ଧାର ପାଇବେ।

14 ମନୁଷ୍ୟ ଆପଣା ମୁଖର ଫଳ ଦ୍ୱାରା ମଙ୍ଗଳରେ ପରିତୃପ୍ତ ହେବ। ଏବଂ ସେ ହସ୍ତକୃତ କର୍ମଫଳ ତାହାକୁ ଭୋଗ କରିବାକୁ ହେବ।

15 ଅଜ୍ଞାନର ପଥ ତା’ର ନିଜ ଦୃଷ୍ଟିରେ ଯଥାର୍ଥ ମାତ୍ର ଜ୍ଞାନବାନମାନେ ପରାମର୍ଶ ଶୁଣନ୍ତି।

16 ଅଜ୍ଞାନର ବିରକ୍ତି ହଠାତ୍ ପ୍ରକାଶ ପାଏ; କିନ୍ତୁ ବିଜ୍ଞ ମନୁଷ୍ୟ ଅପମାନକୁ ଉପେକ୍ଷା କରେ।

17 ସତ୍ୟବାଦୀମାନେ ନ୍ୟାୟପୂର୍ଣ୍ଣ କଥା କହନ୍ତି। ମାତ୍ର ମିଥ୍ୟାସାକ୍ଷୀମାନେ ପ୍ରବଞ୍ଚନା ପ୍ରକାଶ କରନ୍ତି।

18 ଯେଉଁ ଲୋକମାନେ କୌଣସି ଚିନ୍ତା ନ କରି କହନ୍ତି, ସେମାନଙ୍କର ଶବ୍ଦଗୁଡ଼ିକ ଦ୍ୱିଶାଣିତ ‌‌ଖ‌ଡ଼୍‌ଗ ପରି ଆଘାତ କରେ। ମାତ୍ର ଜ୍ଞାନୀ ଲୋକର କଥା ଉପଶମ ଆଣେ।

19 ମିଥ୍ୟାବାଦୀର କଥା କେବଳ ଅଳ୍ପକ୍ଷଣ ନିମନ୍ତେ ତିଷ୍ଠେ, କିନ୍ତୁ ସତ୍ୟତାପୂର୍ଣ୍ଣ ଶବ୍ଦଗୁଡ଼ିକ ଚିରଦିନ ରହେ।

20 ଅନିଷ୍ଟ ଚିନ୍ତାକାରୀର ହୃଦୟରେ ପ୍ରବଞ୍ଚନା ଥାଏ। ମାତ୍ର ଶାନ୍ତି ପରାମର୍ଶଦାତାମାନଙ୍କର ହୃଦୟ ଆନନ୍ଦପ୍ରଦ ହୁଏ।

21 ଧାର୍ମିକ ପ୍ରତି କୌଣସି ବିପର୍ଯ୍ୟୟ ଘଟିବ ନାହିଁ, ମାତ୍ର ଦୁଷ୍ଟ ଲୋକମାନଙ୍କର ବହୁତ ସମସ୍ୟା ହେବ।

22 ମିଥ୍ୟାବାଦୀର ଶବ୍ଦଗୁଡ଼ିକ ସଦାପ୍ରଭୁଙ୍କ ଦ୍ୱାରା ଘୃଣିତ ଅଟେ। ମାତ୍ର ଯେଉଁମାନେ ସତ୍ୟ କୁହନ୍ତି, ସେମାନେ ତାଙ୍କର ସୁଖକର ଲୋକମାନେ ଅଟନ୍ତି।

23 ଚତୁର ଲୋକ ଜ୍ଞାନ ଆହରଣ କରେ। ମାତ୍ର ମୂର୍ଖମାନଙ୍କର ମନ ଅଜ୍ଞାନତା ପ୍ରକାଶ କରେ।

24 ଜଣେ କର୍ମଶୀଳଙ୍କ ହସ୍ତ କର୍ତ୍ତୃତ୍ୱ କରିବ, ମାତ୍ର ଅଳସୁଆଲୋକ ଦାସ ହେବ।

25 ମନୁଷ୍ୟର ମନୋବ୍ୟଥା ମନକୁ ନତ କରେ। ମାତ୍ର ମଙ୍ଗଳର ବାକ୍ୟ ତାହାର ହରଷ ଜନ୍ମାଏ।

26 ଧାର୍ମିକ ଲୋକ ଆପଣା ପ୍ରତିବାସୀର ଠିକ୍ ପଥ ପ୍ରଦର୍ଶକ, ମାତ୍ର ଦୁଷ୍ଟମାନଙ୍କ ପଥ ସେମାନଙ୍କୁ ଭୁଲାଏ।

27 ଅଳସୁଆ ମୃଗୟାରେ ଧରିଲା ପଶୁକୁ ପାକ କରେ ନାହିଁ। ମାତ୍ର ମନୁଷ୍ୟମାନଙ୍କର ବହୁମୂଲ୍ୟ ସମ୍ପତ୍ତି ପରିଶ୍ରମର ପକ୍ଷରେ ରହେ।

28 ଧାର୍ମିକତା ରୂପ ପଥରେ ଜୀବନ ଥାଏ। ପୁଣି ତହିଁର ଗମନ ମାର୍ଗରେ ମୃତ୍ୟୁ ନ ଥାଏ।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 4

ମାଟିପାତ୍ର ଭିତରେ ଆଧ୍ୟାତ୍ମିକ ଧନ

ପରମେଶ୍ୱର ଅନୁଗ୍ରହ କରି ଆମ୍ଭମାନଙ୍କୁ ଏହି ସେବା କାର୍ଯ୍ୟ ଦେଇଛନ୍ତି, ସେଥିପାଇଁ ଆମ୍ଭେ ଏହାକୁ ଛାଡ଼ିବା ନାହିଁ। ଆମ୍ଭେ ଲଜ୍ଜାପୂର୍ଣ୍ଣ ଓ ଗୁପ୍ତ କାର୍ଯ୍ୟଗୁଡ଼ିକୁ ଛାଡ଼ି ଦେଇଛୁ। ଆମ୍ଭେ କପଟ କରୁ ନାହୁଁ, ପରମେଶ୍ୱରଙ୍କ ବାକ୍ୟରେ ପରିବର୍ତ୍ତନ କରୁ ନାହୁଁ, ବରଂ ଆମ୍ଭେ ସତ୍ୟକୁ ସରଳ ଭାବରେ ପ୍ରକାଶ କରୁଛୁ। ଏହା ଦ୍ୱାରା ଲୋକମାନଙ୍କଠାରେ ଆମ୍ଭେ ନିଜର ବ୍ୟକ୍ତିତ୍ୱ ପ୍ରତିପାଦନ କରୁଛୁ, ଯାହାଦ୍ୱାରା ସମସ୍ତେ ନିଜ ହୃଦୟରେ ଜାଣି ପାରିବେ ଯେ, ପରମେଶ୍ୱରଙ୍କ ସମ୍ମୁଖରେ ଆମ୍ଭେମାନେ ସତ୍ୟ ବାକ୍ୟ ପ୍ରଗ୍ଭର କରୁଅଛୁ। ସୁସମାଗ୍ଭର ଯଦି ଆଚ୍ଛାଦିତ ହୋଇଥାଏ, ତେବେ ସେହି ଆଚ୍ଛାଦନ କେବଳ ସେହିମାନଙ୍କ ପାଇଁ ଯେଉଁମାନେ ବିନାଶ ମାର୍ଗରେ ରହିଛନ୍ତି। ଅବିଶ୍ୱାସୀମାନଙ୍କ ମନକୁ ଜଗତପତି ଶୟତାନ ଅନ୍ଧ କରି ଦେଇଛି। ତେଣୁ ସେମାନେ ଖ୍ରୀଷ୍ଟଙ୍କର ସୁସମାଗ୍ଭରର ଆଲୋକ ଦେଖି ପାରନ୍ତି ନାହିଁ। ଯୀଶୁ ଖ୍ରୀଷ୍ଟ ହେଉଛନ୍ତି ପରମେଶ୍ୱରଙ୍କ ସାକ୍ଷାତ ପ୍ରତିରୂପ। ଆମ୍ଭେ ନିଜର ପ୍ରଗ୍ଭର କରୁ ନାହୁଁ, କିନ୍ତୁ ଯୀଶୁ ଖ୍ରୀଷ୍ଟଙ୍କୁ ପ୍ରଭୁ ରୂପେ ପ୍ରଗ୍ଭର କରୁଛୁ। ନିଜ ବିଷୟରେ ଆମ୍ଭେ କହୁ ଯେ, ଯୀଶୁଙ୍କ ପାଇଁ ଆମ୍ଭେ ତୁମ୍ଭମାନଙ୍କ ସେବକ। ଥରେ ପରମେଶ୍ୱର କହିଲେ: ‘‘ଅନ୍ଧକାର ମଧ୍ୟରୁ ଆଲୋକ ପ୍ରକାଶିତ ହେବ।” ସେହି ପରମେଶ୍ୱର ଆମ୍ଭମାନଙ୍କ ହୃଦୟରେ ତାହାଙ୍କର ଆଲୋକ ଦେଖାଇଛନ୍ତି। ଯୀଶୁ ଖ୍ରୀଷ୍ଟଙ୍କ ମୁହଁରେ ପରମେଶ୍ୱରଙ୍କ ଯେଉଁ ଗୌରବମୟ ଆଲୋକ ଦେଖିବାକୁ ମିଳେ ସେହି ଆଲୋକ ସେ ଆମକୁ ଦେଲେ।

ଆମ୍ଭେ ପରମେଶ୍ୱରଙ୍କଠାରୁ ଏହି ଧନ ପାଇଅଛୁ। ଆମ୍ଭେ ମାଟିପାତ୍ର ସଦୃଶ କେବଳ ଏହି ଭଣ୍ଡାରକୁ ଧରିଛୁ। ଏହା ପ୍ରମାଣିତ କରେ ଯେ, ଏହି ଆଶ୍ଚର୍ଯ୍ୟ ଶକ୍ତି ଆମ୍ଭର ନୁହେଁ, ତାହା ପରମେଶ୍ୱରଙ୍କର ଅଟେ। ଆମ୍ଭ ଚତୁର୍ଦ୍ଦିଗରୁ ସମସ୍ୟା ଆମକୁ ଗ୍ଭପି ପକାଇଛି, କିନ୍ତୁ ଆମ୍ଭେ ହାରି ଯାଇ ନାହୁଁ। ଅନେକ ସମୟରେ କ’ଣ କରିବାକୁ ହେବ ତାହା ଆମ୍ଭେ ଜାଣି ପାରୁ ନାହୁଁ। ଆମ୍ଭେ ନିର୍ଯ୍ୟାତିତ ହେଉଛୁ, କିନ୍ତୁ ପରମେଶ୍ୱର ଆମ୍ଭକୁ ଛାଡ଼ିଦିଅନ୍ତି ନାହିଁ। ଆମ୍ଭେ କେତେ ଥର ଆଘାତ ପାଇଛୁ, କିନ୍ତୁ ବିନଷ୍ଟ ହୋଇ ନାହୁଁ। 10 ଯୀଶୁ ଖ୍ରୀଷ୍ଟଙ୍କ ପରି ଆମ୍ଭ ଶରୀର ସର୍ବଦା ମୃତ୍ୟୁର ସମ୍ମୁଖୀନ ଯେପରିକି ତାହାଙ୍କର ଜୀବନ ମଧ୍ୟ ଆମ୍ଭ ଭିତରେ ପ୍ରକାଶିତ ହେବ। 11 ଆମ୍ଭେ ଜୀବିତ, କିନ୍ତୁ ଯୀଶୁଙ୍କ ହେତୁ ଆମ୍ଭେ ସର୍ବଦା ମୃତ୍ୟୁ ସଙ୍କଟର ସମ୍ମୁଖୀନ ହେଉଛୁ। ଯଦ୍ଦ୍ୱାରା ଯୀଶୁଙ୍କ ଜୀବନ ଆମ୍ଭର ମରଣଶୀଳ ଶରୀର ମଧ୍ୟରେ ସ୍ପଷ୍ଟ ଭାବରେ ଦେଖି ପାରିବା। 12 ଅତଏବ ଆମ୍ଭ ଭିତରେ ମୃତ୍ୟୁ ଓ ତୁମ୍ଭମାନଙ୍କ ଭିତରେ ଜୀବନ ସକ୍ରିୟ ଅଟେ।

13 ଶାସ୍ତ୍ରରେ ଲେଖାଅଛି: “ମୁଁ ବିଶ୍ୱାସ କଲି, ଏଣୁ ସ୍ପଷ୍ଟ କହିଲି।” [a] ଆମ୍ଭର ବିଶ୍ୱାସ ମଧ୍ୟ ସେହିଭଳି ଅଟେ। ଆମ୍ଭେ ବିଶ୍ୱାସ କରୁ, ସେଥିପାଇଁ ଆମ୍ଭେ କହୁ। 14 କାରଣ ଆମ୍ଭେ ଜାଣୁ ଯେ, ଯେଉଁ ପରମେଶ୍ୱର ଯୀଶୁଙ୍କୁ ମୃତ୍ୟୁର ପୁନରୁ‌ତ୍‌‌ଥିତ କଲେ, ସେ ଆମ୍ଭକୁ ମଧ୍ୟ ଯୀଶୁଙ୍କ ସହ ପୁନରୁ‌ତ୍‌‌ଥିତ କରିବେ। 15 ସେ ଆମ୍ଭକୁ ମଧ୍ୟ ତୁମ୍ଭମାନଙ୍କ ସହିତ ନିଜ ସମ୍ମୁଖରେ ଠିଆ କରିବେ। ଏହି ବିଷୟକୁ ତୁମ୍ଭମାନଙ୍କ ପାଇଁ କରା ଯାଉଛି। ଏହା ଦ୍ୱାରା ଅନେକ ଲୋକ ଯେପରି ପରମେଶ୍ୱରଙ୍କ ଅନୁଗ୍ରହ ପାଇ ପାରିବେ। ପରମେଶ୍ୱରଙ୍କ ମହିମା ନିମନ୍ତେ ତାହାଙ୍କୁ ଅଧିକରୁ ଅଧିକ ଧନ୍ୟବାଦ ଅର୍ପଣ କରାଯିବ।

ବିଶ୍ୱାସରେ ଜୀବନ କାଟିବା

16 ସେଥିପାଇଁ ଆମ୍ଭେ କେବେ ହେଲେ ନିରାଶ ନ ହେଉ, ଯଦିଓ ଆମ୍ଭର ବାହ୍ୟିକ ଶରୀର କ୍ଷୀଣ ହୋଇ ଯାଉଛି, କିନ୍ତୁ ଆମ୍ଭର ଅନ୍ତରସ୍ଥ ଆତ୍ମା ଦିନକୁ ଦିନ ନୂତନରୁ ଅତି ନୂତନ ହୋଇ ଯାଉଅଛି। 17 ବର୍ତ୍ତମାନ ଆମ୍ଭେ ସମ୍ମୁଖୀନ ହେଉଥିବା ଛୋଟ ଛୋଟ କ୍ଷଣିକ ଅସୁବିଧାଗୁଡ଼ିକ ଆମ୍ଭ ପାଇଁ ଏକ ଅତୁଳନୀୟ, ଉତ୍କୃଷ୍ଟ ଓ ଅନନ୍ତ ମହିମା ଉତ୍ପନ୍ନ କରୁଛି। ଏହି ଅତୁଳନୀୟ ମହିମା ଅସୁବିଧାଗୁଡ଼ିକ ତୁଳନାରେ ଅତି ମହାନ୍। 18 ଆମ୍ଭର ଆଖି ଦୃଶ୍ୟ ବିଷୟ ଗୁଡ଼ିକ ଉପରେ ନ ରହି, ଅଦୃଶ୍ୟ ବିଷୟ ଉପରେ କେନ୍ଦ୍ରୀଭୂତ ହେଉ। କାରଣ ଯାହା ଆମ୍ଭକୁ ଦେଖା ଯାଉଛି, ତାହା ଅସ୍ଥାୟୀ, ଓ ଯାହା ଅଦୃଶ୍ୟ, ତାହା ସମ୍ପୂର୍ଣ୍ଣ ଚିରସ୍ଥାୟୀ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center