New Testament in a Year
ଯୀଶୁ ଗୋଟିଏ ପକ୍ଷାଘାତ ରୋଗୀକୁ ସୁସ୍ଥ କଲେ(A)
17 ଦିନେ ଯୀଶୁ ଲୋକମାନଙ୍କୁ ଉପଦେଶ ଦେଉଥିଲେ। ସେଠାରେ ଫାରୂଶୀ ଓ ଯିହୂଦୀ ଧର୍ମଶାସ୍ତ୍ରୀମାନେ ମଧ୍ୟ ବସିଥିଲେ। ସେମାନେ ଗାଲିଲୀର ପ୍ରତ୍ୟେକ ନଗରରୁ, ଯିହୂଦା ତଥା ଯିରୁଶାଲମରୁ ଆସିଥିଲେ। ପ୍ରଭୁ ଲୋକଙ୍କୁ ସୁସ୍ଥ କରି ଦେବା ପାଇଁ ଯୀଶୁଙ୍କୁ ଶକ୍ତି ଦେଉଥିଲେ। 18 ସେତିକିବେଳେ କେତେକ ଲୋକ ଗୋଟିଏ ପକ୍ଷାଘାତ ରୋଗୀକୁ ଖଟରେ ବୋହିକରି ଯୀଶୁଙ୍କ ପାଖକୁ ଆଣିଲେ। ସେମାନେ ରୋଗୀଟିକୁ ଭିତରକୁ ଆଣି ଯୀଶୁଙ୍କ ଆଗରେ ରଖିବା ପାଇଁ ଚେଷ୍ଟା କଲେ। 19 କିନ୍ତୁ ସେଠାରେ ଏତେ ଲୋକ ଥିଲେ ଯେ ସେମାନେ ଯୀଶୁଙ୍କ ପାଖକୁ ଯିବାକୁ ବାଟ ପାଇଲେ ନାହିଁ। ତେଣୁ ସେମାନେ ଛାତ ଉପରକୁ ଗ୍ଭଲିଗଲେ। ଛାତରୁ ଛପର କିଛି ବାହାର କରି କଣାଟିଏ କଲେ। ସେମାନେ ସେହି କଣା ବାଟେ ପକ୍ଷାଘାତ ରୋଗୀଟିକୁ ଖଟ ସହିତ ଯୀଶୁଙ୍କ ସାମନାକୁ ଖସେଇ ଦେଲେ। 20 ସେହି ଲୋକମାନଙ୍କର ବିଶ୍ୱାସ ଦେଖି ଯୀଶୁ ସେହି ରୋଗୀଟିକୁ କହିଲେ, “ବନ୍ଧୁ! ତୁମ୍ଭର ପାପକ୍ଷମା କରି ଦିଆଗଲା।”
21 ଯିହୂଦୀ ଧର୍ମଶାସ୍ତ୍ରୀ ଓ ଫାରୂଶୀମାନେ ଭାବିବାକୁ ଲାଗିଲେ, “ଏ ଲୋକ କିଏ? ଏ ପରମେଶ୍ୱରଙ୍କୁ ଅପମାନ କରୁଛି। କେବଳ ପରମେଶ୍ୱର ପାପକ୍ଷମା କରିପାରନ୍ତି?”
22 କିନ୍ତୁ ଯୀଶୁ ଜାଣପାରିଲେ ଯେ ସେମାନେ କ’ଣ ଭାବୁଛନ୍ତି। ସେ କହିଲେ, “ତୁମ୍ଭେମାନେ ମନ ଭିତରେ ଏଭଳି ବିଗ୍ଭର କାହିଁକି ଆଣୁଛ? 23 କଅଣ କହିବା ସରଳ? ପକ୍ଷାଘାତ ରୋଗୀଟିକୁ କହିବା ଯେ ‘ତୁମ୍ଭ ପାପକ୍ଷମା କରି ଦିଆଗଲା’ ନା ଏ କଥା କହିବା ଯେ ଉଠ ଓ ଗ୍ଭଲ?’ 24 ମୁଁ କିନ୍ତୁ ତୁମ୍ଭମାନଙ୍କୁ ଦେଖାଇ ଦେବି ଯେ, ମନୁଷ୍ୟପୁତ୍ରଙ୍କର ପାପକ୍ଷମା କରିବାର ଶକ୍ତି ଅଛି।” ତେଣୁ ସେ ପକ୍ଷାଘାତ ରୋଗୀଟିକୁ କହିଲେ, “ମୁଁ ତୁମ୍ଭକୁ କହୁଛି: ଠିଆ ହୁଅ। ତୁମ୍ଭର ବିଛଣା ଧର ଓ ଘରକୁ ଯାଅ।”
25 ସେ ତତ୍କ୍ଷଣାତ୍ ସେମାନଙ୍କ ସାମନାରେ ଉଠି ଠିଆ ହେଲା। ଯେଉଁ ବିଛଣା ଉପରେ ସେ ଶୋଇଥିଲା, ତାହା ଧରି ପରମେଶ୍ୱରଙ୍କ ସ୍ତୁତିଗାନ କରି ନିଜ ଘରକୁ ଗ୍ଭଲିଗଲା। 26 ସେଠାରେ ଯେଉଁମାନେ ଉପସ୍ଥିତ ଥିଲେ, ସେମାନେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇ ପରମେଶ୍ୱରଙ୍କ ଗୁଣଗାନ କରିବାକୁ ଲାଗିଲେ। ପରମେଶ୍ୱରଙ୍କ ଶକ୍ତି ଦେଖି ସେମାନଙ୍କ ହୃଦୟ ଭକ୍ତିରେ ଭରିଗଲା। ସେମାନେ କହି ଉଠିଲେ, “ଆଜି ଆମ୍ଭେମାନେ ବିସ୍ମୟ ଜନକ ଘଟଣାମାନ ଦେଖିଛୁ।”
ଲେବୀ ଯୀଶୁଙ୍କୁ ଅନୁସରଣ କଲେ(B)
27 ଏହା ପରେ ଯୀଶୁ ସେଠାରୁ ଗ୍ଭଲିଗଲେ। ସେ କରଆଦାୟ କରାଯାଉଥିବା କାର୍ଯ୍ୟାଳୟରେ ଲେବୀ ନାମକ ଜଣେ କରଆଦାୟକାରୀଙ୍କୁ ବସିଥିବାର ଦେଖିଲେ। ଯୀଶୁ ତାହାଙ୍କୁ କହିଲେ, “ମୋର ଅନୁସରଣ କର!” 28 ଲେବୀ ଉଠି ପଡ଼ିଲେ। ସେ ସବୁକିଛି ପରିତ୍ୟାଗ କରି ଯୀଶୁଙ୍କୁ ଅନୁସରଣ କଲେ।
29 ଲେବୀ ଯୀଶୁଙ୍କ ସମ୍ମାନାର୍ଥେ ନିଜ ଘରେ ଗୋଟିଏ ବଡ଼ ଭୋଜି ଦେଲେ। ଅନେକ କରଆଦାୟକାରୀ ଓ ଅନ୍ୟ କେତେକ ଲୋକ ମଧ୍ୟ ଯୀଶୁଙ୍କ ସହ ଏକତ୍ର ଭୋଜନ କରୁଥିଲେ। 30 ତେଣୁ ଫାରୂଶୀ ଓ ଯିହୂଦୀଶାସ୍ତ୍ରୀମାନେ ଯୀଶୁଙ୍କ ଶିଷ୍ୟମାନଙ୍କ ଆଗରେ ଅଭିଯୋଗ କଲେ, “ତୁମ୍ଭେମାନେ କରଆଦାୟକାରୀ ଓ ପାପୀମାନଙ୍କ ସହିତ କାହିଁକି ଏକାଠି ଖିଆପିଆ କରୁଛ?”
31 ଯୀଶୁ ସେମାନଙ୍କୁ କହିଲେ, “ସୁସ୍ଥ ଲୋକମାନଙ୍କ ପାଇଁ ଡାକ୍ତରର ଆବଶ୍ୟକତା ନାହିଁ। କିନ୍ତୁ ଅସୁସ୍ଥ ଲୋକମାନଙ୍କ ପାଇଁ ଡାକ୍ତରର ଆବଶ୍ୟକତା ରହିଛି। 32 ମୁଁ ଧାର୍ମିକ ଲୋକମାନଙ୍କ ପରିବର୍ତ୍ତନ ସକାଶେ ଆସି ନାହିଁ। ମୁଁ ପାପୀମାନଙ୍କ ପାଇଁ ଆସିଛି। ସେମାନେ ନିଜ ନିଜ ହୃଦୟ ଓ ଜୀବନ ପରିବର୍ତ୍ତନ କରନ୍ତୁ।”
ଉପବାସ ସମନ୍ଧରେ ଯୀଶୁଙ୍କ ଉତ୍ତର(C)
33 ସେମାନେ ଯୀଶୁଙ୍କୁ କହିଲେ, “ଯୋହନଙ୍କ ଶିଷ୍ୟମାନେ ଅଧିକାଂଶ ଥର ଉପବାସ ଓ ପ୍ରାର୍ଥନା କରନ୍ତି। ଫାରୂଶୀମାନଙ୍କ ଶିଷ୍ୟମାନେ ସେହିପରି କରନ୍ତି। କିନ୍ତୁ ତୁମ୍ଭର ଶିଷ୍ୟମାନେ ସବୁବେଳେ ଖିଆପିଆ କରୁଛନ୍ତି।”
34 ଯୀଶୁ ସେମାନଙ୍କୁ କହିଲେ, “ବର, ବରଯାତ୍ରୀ ସହିତ ଥିବା ପର୍ଯ୍ୟନ୍ତ ତୁମ୍ଭେ କ’ଣ ବରଯାତ୍ରୀମାନଙ୍କୁ ଉପବାସରେ ରଖି ପାରିବ? 35 କିନ୍ତୁ ସମୟ ଆସିବ, ଯେତେବେଳେ ସେମାନଙ୍କ ପାଖରୁ ବରକୁ ଛଡ଼ାଇ ନିଆଯିବ। ସେତେବେଳେ ସେମାନେ ଉପବାସ କରିବେ।”
36 ଯୀଶୁ ସେମାନଙ୍କୁ ଆଉ ଗୋଟିଏ ଦୃଷ୍ଟାନ୍ତ କହିଲେ: “ଜଣେ ଲୋକ ଗୋଟିଏ ପୁରୁଣା ଗ୍ଭଦରରେ ତାଳି ପକାଇବାକୁ କୌଣସି ନୂଆ ଗ୍ଭଦରରୁ ଖଣ୍ଡେ ଚିରିପକାଏ ନାହିଁ। ଯେଉଁ ଲୋକ ଏଭଳି କରେ, ତା’ର ନୂଆ ଗ୍ଭଦରଟିତ ନଷ୍ଟ ହୋଇଯାଏ ପୁଣି ନୂଆ ଗ୍ଭଦରରୁ ଚିରା ହୋଇଥିବା ତାଳି ପୁରୁଣା ଗ୍ଭଦର ସାଙ୍ଗରେ ମିଶେ ନାହିଁ। 37 କୌଣସି ଲୋକ ପୁରୁଣା ଚମଡ଼ା ଥଳିଗୁଡ଼ିକରେ ନୂଆ ଦ୍ରାକ୍ଷାରସ ଢାଳେ ନାହିଁ। ଯଦି ସେ ଏପରି କରେ ତେବେ ନୂଆ ଦ୍ରାକ୍ଷାରସ ପୁରୁଣା ଚମଡ଼ା ଥଳିଗୁଡ଼ିକୁ ଚିରିଦେବ। ଦ୍ରାକ୍ଷାରସ ଢାଳି ହୋଇଯିବ ଓ ଥଳିଗୁଡ଼ିକ ନଷ୍ଟ ହୋଇଯିବ। 38 ତେଣୁ ଲୋକେ ସଦାବେଳେ ନୂଆ ଦ୍ରାକ୍ଷାରସ ନୂଆ ଚମଡ଼ା ଥଳିରେ ରଖଥା’ନ୍ତି। 39 ପୁରୁଣା ଦ୍ରାକ୍ଷାରସ ପିଇ ସାରି କୌଣସି ଲୋକ କେବେ ହେଲେ ନୂଆ ଦ୍ରାକ୍ଷାରସ ପିଇବାକୁ ଇଚ୍ଛା କରେ ନାହିଁ। କାରଣ ସେ କହେ, “ପୁରୁଣା ଦ୍ରାକ୍ଷାରସ ସୁଆଦ।”
2010 by World Bible Translation Center