Print Page Options
Previous Prev Day Next DayNext

New Testament in a Year

Read the New Testament from start to finish, from Matthew to Revelation.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଲୂକ ଲିଖିତ ସୁସମାଗ୍ଭର 5:1-16

ପିତର, ଯାକୁବ ଓ ଯୋହନ ଯୀଶୁଙ୍କୁ ଅନୁସରଣ କଲେ(A)

ଯୀଶୁ ଗିନେସରତ ହ୍ରଦ କୂଳରେ ଠିଆ ହୋଇଥିଲେ। ତାହାଙ୍କ ଗ୍ଭରିପଟେ ଘେରିଯାଇ ଠିଆ ହେବାକୁ ଲୋକମାନେ ଠେଲାପେଲା ହେଉଥିଲେ। ସେମାନେ ତାହାଙ୍କଠାରୁ ପରମେଶ୍ୱରଙ୍କ ଉପଦେଶ ବାଣୀ ଶୁଣିବାକୁ ଗ୍ଭହୁଁଥିଲେ। ଯୀଶୁ ହ୍ରଦ କୂଳରେ ଦୁଇଟି ଡଙ୍ଗା ଥୁଆ ହୋଇଥିବାର ଦେଖିଲେ। କେଉଟମାନେ ସେହି ଡଙ୍ଗାରୁ ଓହ୍ଲେଇ ତାହାଙ୍କ ଜାଲ ଧୋଉଥିଲେ। ଯୀଶୁ ସେଥିରୁ ଗୋଟିଏ ଡଙ୍ଗାରେ ଚଢ଼ିଗଲେ। ସେ ଡଙ୍ଗାଟି ଶିମୋନ [a]ଙ୍କର ଥିଲା। ଯୀଶୁ ଡଙ୍ଗାଟିକୁ କୂଳଠାରୁ ଅଳ୍ପ ଟିକିଏ ଭିତହକୁ ନେବାକୁ ଶିମୋନଙ୍କୁ କହିଲେ। ତା’ପରେ ସେ ଡଙ୍ଗାଟିରେ ବସି ପଡ଼ିଲେ ଓ ସେହି ଡଙ୍ଗା ଉପରେ ଥାଇ ଲୋକମାନଙ୍କୁ ଉପଦେଶ ଦେବାକୁ ଲାଗିଲେ।

ଉପଦେଶ ଦେଇ ସାରିବା ପରେ ଯୀଶୁ ଶିମୋନଙ୍କୁ କହିଲେ, “ଡଙ୍ଗାକୁ ଗଭୀର ଜଳକୁ ନେଇ ଗ୍ଭଲ। ପାଣିରେ ତୁମ୍ଭେ ସମସ୍ତେ ଯଦି ତୁମ୍ଭମାନଙ୍କର ଜାଲ ପକେଇବ, ତେବେ କିଛି ମାଛ ଧରିବ।”

ଶିମୋନ କହିଲେ, “ପ୍ରଭୁ, ମାଛ ଧରିବା ପାଇଁ ଆମ୍ଭେମାନେ ରାତିସାରା କଠିନ ପରିଶ୍ରମ କଲୁ, ମାତ୍ର କିଛି ହେଲେ ପାଇଲୁ ନାହିଁ। ଏବେ ତୁମ୍ଭେ ଜାଲ ପକାଇବାକୁ କହୁଛ। ତେଣୁ ମୁଁ ଜାଲ ପକାଇବି।” କେଉଟମାନେ ସେମାନଙ୍କର ଜାଲ ପାଣିରେ ପକେଇଲେ। ତାହାଙ୍କର ଜାଲସବୁ ଏତେ ମାଛରେ ବୋଝେଇ ହୋଇଗଲା ଯେ ଜାଲସବୁ ଛିଣ୍ଡି ଯିବାକୁ ଲାଗିଲା। ସେମାନେ ସାହାଯ୍ୟ ନିମନ୍ତେ ଅନ୍ୟ ଡଙ୍ଗାରେ ଥିବା ତାହାଙ୍କର ଅଂଶୀଦାରମାନଙ୍କୁ ଡାକିଲେ। ସାଙ୍ଗମାନେ ଆସିଲେ। ଦୁଇଟି ଯାକ ଡଙ୍ଗା ମାଛରେ ଏତେ ଭର୍ତ୍ତି ହୋଇଗଲା ଯେ ଡଙ୍ଗା ଦୁଇଟି ପ୍ରାୟ ବୁଡ଼ିଯିବାକୁ ଲାଗିଲା।

8-9 ଶିମୋନ ପିତର ଏବଂ ସମସ୍ତ କେଉଟମାନେ ଏତେ ଗୁଡ଼ିଏ ମାଛ ଧରି ପାରିଥିବାରୁ ଆଶ୍ଚର୍ଯ୍ୟ ହୋଇଗଲେ। ଶିମୋନ ପିତର ଏହା ଦେଖି ଯୀଶୁଙ୍କ ପାଦତଳେ ପଡ଼ିଯାଇ କହିଲେ, “ହେ ପ୍ରଭୁ! ତୁମ୍ଭେ ମୋ’ ପାଖରୁ ଗ୍ଭଲିଯାଅ। ମୁଁ ଜଣେ ପାପୀ ମଣିଷ।” 10 ଜେବଦୀଙ୍କ ଦୁଇ ପୁଅ ଯାକୁବ ଓ ଯୋହନ ମଧ୍ୟ ସେହିଭଳି ଆଶ୍ଚର୍ଯ୍ୟ ହୋଇଗଲେ। ସେମାନେ ଶିମୋନଙ୍କ ସାଙ୍ଗରେ ଏକାଠି କାମ କରୁଥିଲେ।

ଯୀଶୁ ଶିମୋନଙ୍କୁ କହିଲେ, “ଭୟ କର ନାହିଁ। ବର୍ତ୍ତମାନଠାରୁ ତୁମ୍ଭେମାନେ ମାଛ ବଦଳରେ ମଣିଷକୁ ସଂଗ୍ରହ କରିବା କାମ କରିବ।”

11 ତା’ପରେ ସେମାନେ ସେମାନଙ୍କର ଡଙ୍ଗାଗୁଡ଼ିକୁ କୂଳକୁ ଆଣିଲେ। ସେମାନେ ସବୁକିଛି ତ୍ୟାଗ କରିଦେଇ ଯୀଶୁଙ୍କ ଅନୁଗମନ କଲେ।

ଯୀଶୁ ଗୋଟିଏ କୁଷ୍ଠ ରୋଗୀକୁ ସୁସ୍ଥ କଲେ(B)

12 ଥରେ ଯୀଶୁ ଗୋଟିଏ ନଗରରେ ଥିଲେ। ସେଠାରେ ଦେହସାରା କୁଷ୍ଠ ହୋଇ ଯାଇଥିବା ଲୋକଟିଏ ରହୁଥିଲା। ଯେତେବେଳେ ସେ ଯୀଶୁଙ୍କୁ ଦେଖିଲା, ତାହାଙ୍କୁ ପ୍ରଣାମ କରି ଅନୁରୋଧ କଲା, “ହେ ପ୍ରଭୁ! ମୋତେ ସୁସ୍ଥ କରିଦିଅ। ମୁଁ ଜାଣେ ଯେ ତୁମ୍ଭେ ଇଚ୍ଛା କଲେ ମୋତେ ସୁସ୍ଥ କରିଦେଇ ପାରିବ।”

13 ଯୀଶୁ ହାତ ବଢ଼େଇ ସେହି ଲୋକଟିକୁ ଛୁଇଁ କରି କହିଲେ, “ମୁଁ ଇଚ୍ଛା କରୁଅଛି ତୁମ୍ଭେ ସୁସ୍ଥ ହୋଇ ଯାଅ।” ତ‌ତ୍‌କ୍ଷଣାତ୍ ତାହାଙ୍କଠାରୁ କୁଷ୍ଠରୋଗ ଦୂର ହୋଇଗଲା। 14 ଯୀଶୁ ତାହାକୁ ଆଦେଶ ଦେଲେ, “ଏବେ ଯାହା ଘଟିଲା, ସେ କଥା କାହାରିକୁ କୁହ ନାହିଁ। କିନ୍ତୁ ଯାଜକଙ୍କ ପାଖକୁ ଯାଅ। ନିଜ ଦେହ ତାହାଙ୍କୁ ଦେଖାଅ। ତୁମ୍ଭେ ସୁସ୍ଥ ହୋଇଯାଇଥିବା ଯୋଗୁଁ ମୋଶାଙ୍କ ଆଦେଶ ଅନୁସାରେ ପରମେଶ୍ୱରଙ୍କ ନିକଟରେ ବଳି ଉତ୍ସର୍ଗ କର। ଏହା ଲୋକଙ୍କୁ ଦେଖେଇଦେବ ଯେ ତୁମ୍ଭେ ସୁସ୍ଥ ହୋଇ ଯାଇଛ।”

15 କିନ୍ତୁ ଯୀଶୁଙ୍କ ବିଷୟରେ ଖବର ଆହୁରି ଅଧିକରୁ ଅଧିକ ବ୍ୟାପିଗଲା। ଅନେକ ଲୋକ ଉପଦେଶ ଶୁଣିବାକୁ ଓ ରୋଗରୁ ସୁସ୍ଥ ହେବାକୁ ତାହାଙ୍କ ପାଖକୁ ଆସୁଥିଲେ। 16 କିନ୍ତୁ ଯୀଶୁ ପ୍ରାର୍ଥନା କରିବା ପାଇଁ ଅଧିକାଂଶ ସମୟରେ କୌଣସି ନିର୍ଜନ ସ୍ଥାନକୁ ଗ୍ଭଲି ଯାଉଥିଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center