Print Page Options
Previous Prev Day Next DayNext

New Testament in a Year

Read the New Testament from start to finish, from Matthew to Revelation.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ମାର୍କ ଲିଖିତ ସୁସମାଗ୍ଭର 14:27-53

ଯୀଶୁଙ୍କ ଅନୁସରଣକାରୀ ସମସ୍ତେ ତାଙ୍କୁ ଛାଡ଼ିବେ(A)

27 ଯୀଶୁ ଶିଷ୍ୟମାନଙ୍କୁ କହିଲେ, “ତୁମ୍ଭେମାନେ ସମସ୍ତେ ତୁମ୍ଭମାନଙ୍କର ବିଶ୍ୱାସ ହରେଇ ବସିବ। ଏହା ଶାସ୍ତ୍ରରେ ଲେଖା ଅଛି:

‘ମୁଁ ମେଷପାଳକଙ୍କୁ ମାରି ଦେବି,
    ତହିଁରେ ମେଣ୍ଢାମାନେ ଏଣେ ତେଣେ ପଳେଇଯିବେ।’ (B)

28 କିନ୍ତୁ ମୁଁ ମୃତ୍ୟୁ ପରେ ପୁନରୁ‌ତ୍‌ଥିତ ହେବି। ତା’ପରେ ମୁଁ ଗାଲିଲୀକୁ ଯିବି। ତୁମ୍ଭେମାନେ ସେଠାକୁ ଯିବା ପୂର୍ବରୁ ମୁଁ ସେଠାରେ ଥିବି।”

29 ପିତର କହିଲେ, “ଅନ୍ୟ ସମସ୍ତ ଶିଷ୍ୟ ହୁଏତ ସେମାନଙ୍କ ବିଶ୍ୱାସ ହରେଇ ପାରନ୍ତି। କିନ୍ତୁ ମୁଁ ମୋର ବିଶ୍ୱାସ କଦାପି ହରେଇବି ନାହିଁ।”

30 ଯୀଶୁ ଉତ୍ତର ଦେଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି, ଆଜି ରାତିରେ କୁକୁଡ଼ା ଦ୍ୱିତୀୟ ଥର ଡାକିବା ପୂର୍ବରୁ ତୁମ୍ଭେ ମୋତେ ଚିହ୍ନି ନାହଁ ବୋଲି ତିନିଥର କହିବ।”

31 ଏ କଥା ଶୁଣି ପିତର ଆହୁରି ଜୋର୍ ଦେଇ କହିଲେ, “ମୋତେ ତୁମ୍ଭ ସହିତ ମରିବାକୁ ପଡ଼ିଲେ ସୁଦ୍ଧା ମୁଁ ତୁମ୍ଭକୁ ଚିହ୍ନି ନାହିଁ ବୋଲି କଦାପି କହିବି ନାହିଁ।” ଅନ୍ୟ ସମସ୍ତ ଶିଷ୍ୟ ମଧ୍ୟ ସେହି ଏକା କଥା କହିଲେ।

ଯୀଶୁ ଏକାକୀ ପ୍ରାର୍ଥନା କରନ୍ତି(C)

32 ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଗେ‌ଥ୍‌ଶିମାନୀ ନାମକ ଗୋଟିଏ ସ୍ଥାନକୁ ଆସିଲେ। ଯୀଶୁ ଶିଷ୍ୟମାନଙ୍କୁ କହିଲେ, “ମୁଁ ପ୍ରାର୍ଥନା କରୁଥିବା ପର୍ଯ୍ୟନ୍ତ ତୁମ୍ଭେମାନେ ଏଠାରେ ବସ।” 33 ସେ ପିତର, ଯାକୁବ ଓ ଯୋହନଙ୍କୁ ତାହାଙ୍କ ସହିତ ଆସିବାକୁ କହିଲେ। ତା’ପରେ ଯୀଶୁ ଅତ୍ୟଧିକ ବିଚଳିତ ଓ ଦୁଃଖରେ ପୂର୍ଣ୍ଣ ହେବାକୁ ଲାଗିଲେ, 34 ଯୀଶୁ, ପିତର, ଯାକୁବ ଓ ଯୋହନଙ୍କୁ କହିଲେ, “ମୋର ହୃଦୟ ଦୁଃଖରେ ଭାଙ୍ଗି ପଡ଼ୁଛି। ମୁଁ ପ୍ରାଣ ବାହାରି ଯିବା ବେଳ ଭଳି ଦୁଃଖ ଅନୁଭବ କରୁଛି। ଏଠାରେ ଅପେକ୍ଷା କରି ରୁହ ଓ ଜାଗ୍ରତ ମଧ୍ୟ ରୁହ।”

35 ଯୀଶୁ ସେମାନଙ୍କଠାରୁ ଅଳ୍ପ ଦୂରକୁ ଗ୍ଭଲି କରି ଗଲେ। ତା’ପରେ ଯୀଶୁ ଭୂମିରେ ପଡ଼ିଗଲେ ଓ ପ୍ରାର୍ଥନା କଲେ ଯେ ଯଦି ସମ୍ଭବ ହୁଏ, ତେବେ ଏ ଯନ୍ତ୍ରଣାର ମୂହୂର୍ତ୍ତଟି ମୋ’ ପାଖରୁ ଘୁଞ୍ଚିଯାଉ।” 36 ସେ କହିଲେ, “ ଆ‌ବ୍‌‌‌‌ବା [a] ହେ ପରମପିତା ତୁମ୍ଭ ପାଇଁ ସବୁକିଛି ସମ୍ଭବ। ମୋ’ଠାରୁ ଯନ୍ତ୍ରଣାର ଏହି ଗିନାଟି [b]କୁ ଦୂରେଇ ଦିଅ। ତଥାପି ଯାହା ତୁମ୍ଭର ଇଚ୍ଛା, ତାହା କର। କିନ୍ତୁ ମୋ’ ଇଚ୍ଛାରେ କିଛି ନୁହେଁ।”

37 ତା’ପରେ ଯୀଶୁ ତାହାଙ୍କର ଶିଷ୍ୟମାନଙ୍କ ପାଖକୁ ଫେରି ଆସିଲେ। ସେ ସେମାନଙ୍କୁ ଶୋଇପଡ଼ିଥିବାର ଦେଖିଲେ। ସେ ପିତରଙ୍କୁ କହିଲେ, “ଶିମୋନ, ତୁମ୍ଭେ ଶୋଇପଡ଼ିଲ? ତୁମ୍ଭେ ଘଣ୍ଟାଏ ପାଇଁ ଚେଇଁ ରହି ପାରିଲ ନାହିଁ? 38 ଜାଗି ରୁହ ଓ ପ୍ରାର୍ଥନା କର ଯେ, ତୁମ୍ଭେମାନେ ଯେପରି ପରୀକ୍ଷାରେ ନ ପଡ଼। ଯାହା ଠିକ୍, ତୁମ୍ଭର ଆତ୍ମା ତାହା କରିବାକୁ ଗ୍ଭହୁଁଛି, କିନ୍ତୁ ତୁମ୍ଭର ଶରୀର ଦୁର୍ବଳ।”

39 ପୁଣି ଯୀଶୁ ଫେରିଗଲେ ଓ ସେହିଭଳି କହି ପ୍ରାର୍ଥନା କଲେ। 40 ତା’ପରେ ସେ ଶିଷ୍ୟମାନଙ୍କ ପାଖକୁ ପୁଣି ଫେରି ଆସିଲେ ଓ ଦେଖିଲେ ଯେ, ସେମାନେ ପୁଣି ଶୋଇପଡ଼ିଛନ୍ତି। ସେମାନଙ୍କ ଆଖି ନିଦରେ ମାଡ଼ି ପଡ଼ୁଥିଲା। ଶିଷ୍ୟମାନେ ଜାଣି ପାରୁ ନ ଥିଲେ ଯେ, ସେମାନେ ଯୀଶୁଙ୍କୁ କ’ଣ ଉତ୍ତର ଦେବେ।

41 ଯୀଶୁ ତୃତୀୟଥର ପ୍ରାର୍ଥନା ସାରିବା ପରେ ଶିଷ୍ୟମାନଙ୍କ ପାଖକୁ ପୁଣି ଫେରି ଆସିଲେ ଏବଂ କହିଲେ, “ଏବେ ମଧ୍ୟ ତୁମ୍ଭେମାନେ ଶୋଇ ବିଶ୍ରାମ ନେଉଛ? ଯଥେଷ୍ଟ ସମୟ ହେଲାଣି। ବର୍ତ୍ତମାନ ମନୁଷ୍ୟପୁତ୍ରଙ୍କୁ ପାପୀମାନଙ୍କ ହାତରେ ଧରେଇ ଦିଆଯିବାର ସମୟ ଆସି ପହଞ୍ଚି ଗଲା। 42 ଠିଆ ହୁଅ। ଆମ୍ଭେମାନେ ଏଥର ଯିବା। ଦେଖ, ମୋତେ ବିଶ୍ୱାସଘାତକତା କରି ଧରେଇ ଦେବା ଲୋକ ଏବେ ଆସୁଛି।”

ଯୀଶୁ ବନ୍ଦୀ ହେଲେ(D)

43 ଯୀଶୁ ଏହି କଥା କହୁଥିବା ସମୟରେ ଯିହୂଦା ଆସି ସେଠାରେ ପହଞ୍ଚିଲା। ସେ ବାରଜଣ ପ୍ରେରିତଙ୍କ ମଧ୍ୟରେ ଜଣେ ଥିଲା। ତା ସାଙ୍ଗରେ ଅନେକ ଲୋକ ଥିଲେ। ସେହି ଲୋକମାନଙ୍କୁ ପ୍ରଧାନଯାଜକ, ଧର୍ମଶାସ୍ତ୍ରୀ ଓ ପ୍ରାଚୀନ ଯିହୂଦୀ ନେତାମାନେ ପଠାଇଥିଲେ। ଯିହୂଦା ଓ ସେହି ଲୋକମାନେ ହାତରେ ଖଣ୍ଡା ଓ ଠେଙ୍ଗା ଧରିଥିଲେ।

44 ବିଶ୍ୱାସଘାତକ ଯିହୂଦା ସେହି ଲୋକମାନଙ୍କୁ ଯୀଶୁଙ୍କୁ ଚିହ୍ନେଇ ଦେବା ପାଇଁ ଗୋଟିଏ ସଙ୍କେତ ଦେଇଥିଲା। ସେ କହିଥିଲା: “ଯେଉଁ ଲୋକକୁ ମୁଁ ଚୁମ୍ବନ ଦେବି, ସେ ହେଉଛନ୍ତି ଯୀଶୁ। ତୁମ୍ଭେମାନେ ତାହାଙ୍କୁ ବନ୍ଦୀ କରିବ ଓ ସାବଧାନରେ ଦୂରକୁ ନେଇଯିବ।” 45 ଯିହୂଦା ଯୀଶୁଙ୍କ ପାଖକୁ ଯାଇ କହିଲା, “ଗୁରୁ!” ତା’ପରେ ଯିହୂଦା ଯୀଶୁଙ୍କୁ ଚୁମ୍ବନ କଲା। 46 ଏହି ସମୟରେ ଲୋକମାନେ ଯୀଶୁଙ୍କୁ ଧରି ବନ୍ଦୀ କରି ନେଲେ। 47 ଯୀଶୁଙ୍କ ପାଖରେ ଠିଆ ହୋଇଥିବା ଜଣେ ଶିଷ୍ୟ ତା’ର ଖଣ୍ଡା ବାହାର କରି ମହାଯାଜକଙ୍କର ଜଣେ ଗ୍ଭକର ଉପରେ ଆଘାତ କଲା। ସେହି ଗ୍ଭକରର କାନ କଟିଗଲା।

48 ଯୀଶୁ ସେହି ଲୋକମାନଙ୍କୁ କହିଲେ, “ମୁଁ କ’ଣ ଜଣେ ଅପରାଧୀ ଯେ, ତୁମ୍ଭେମାନେ ଖଣ୍ଡା ଓ ଠେଙ୍ଗା ନେଇ ମୋତେ ଧରି ନେବାକୁ ଆସିଛ? 49 ପ୍ରତିଦିନ ମନ୍ଦିରରେ ଶିକ୍ଷା ଦେବା ସମୟରେ ମୁଁ ତୁମ୍ଭମାନଙ୍କ ସହିତ ଥିଲି। କିନ୍ତୁ ସେତେବେଳେ ତୁମ୍ଭେମାନେ ମୋତେ ବନ୍ଦୀ କରି ନ ଥିଲ। କିନ୍ତୁ ଶାସ୍ତ୍ରରେ ଯାହା ଲେଖା ଯାଇଛି ତାହା ଯେପରି ସତ୍ୟ ହୁଏ ସେଥି ନିମନ୍ତେ ଏଭଳି ଘଟୁଛି।” 50 ତା’ପରେ ଯୀଶୁଙ୍କ ଶିଷ୍ୟମାନେ ତାହାଙ୍କୁ ଛାଡ଼ି ଦୌଡ଼ି ପଳାଇଲେ।

51 ଜଣେ ଯୁବକ ଯୀଶୁଙ୍କୁ ଅନୁସରଣ କରୁଥିଲା। ସେ କେବଳ ଖଣ୍ଡିଏ ସରୁ ରେଶମ ଲୁଗା ପିନ୍ଧିଥିଲା। ସେହି ଲୋକମାନେ ଯୁବକକୁ ଧରିବାକୁ ଚେଷ୍ଟା କଲେ। 52 ସେ ଲୁଗାକୁ ଖସାଇ ଦେଲା ଓ ଉଲଗ୍ନ ହୋଇ ଦୌଡ଼ି ପଳାଇଲା।

ଯିହୂଦୀ ନେତାଙ୍କ ଆଗରେ ଯୀଶୁଙ୍କ ବିଗ୍ଭର(E)

53 ସେହି ଲୋକମାନେ ଯୀଶୁଙ୍କୁ ମହାଯାଜକଙ୍କ ପାଖକୁ ନେଇଗଲେ। ସମସ୍ତ ପ୍ରଧାନଯାଜକ, ପ୍ରାଚୀନ ନେତାଗଣ ଓ ଧର୍ମଶାସ୍ତ୍ରୀମାନେ ଏକତ୍ରିତ ହେଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center