Print Page Options
Previous Prev Day Next DayNext

New Testament in a Year

Read the New Testament from start to finish, from Matthew to Revelation.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ମାର୍କ ଲିଖିତ ସୁସମାଗ୍ଭର 13:21-37

21 “ସେହି ଦିନମାନଙ୍କରେ କେତେକ ଲୋକ ତୁମ୍ଭମାନଙ୍କୁ କହି ପାରନ୍ତି ଯେ, ‘ଦେଖ ଏଠାରେ ଯୀଶୁ ଅଛନ୍ତି’ କିମ୍ବା’ ଦେଖ ସେଠାରେ ସେ ଅଛନ୍ତି’ ତୁମ୍ଭେ କିନ୍ତୁ ସେମାନଙ୍କୁ ବିଶ୍ୱାସ କରିବ ନାହିଁ। 22 ଭଣ୍ଡ ଖ୍ରୀଷ୍ଟ ଓ ଭଣ୍ଡ ଭବିଷ୍ୟ‌ଦ୍‌ବକ୍ତାମାନେ ଦେଖାଦେବେ ସେମାନେ ଅ‌ଦ୍‌ଭୂତ କାମ ଓ ଆଶ୍ଚର୍ଯ୍ୟକାର୍ଯ୍ୟ କରିବେ। ସମ୍ଭବ ହେଲେ, ପରମେଶ୍ୱର ବାଛିଥିବା ଲୋକମାନଙ୍କୁ ସେମାନେ ପ୍ରତାରଣା କରିବା ପାଇଁ ଚେଷ୍ଟା କରିବେ। 23 ତେଣୁ ସାବଧାନ ରହିବ। ଏ ସବୁ ଘଟିବାର ଯଥେଷ୍ଟ ପୂର୍ବରୁ ମୁଁ ତୁମ୍ଭମାନଙ୍କୁ ଚେତେଇ ଦେଉଛି।

24 “ସେହି ଦିନମାନଙ୍କରେ ଏହି ବଡ଼ ବିପଦର ସମୟ ଗ୍ଭଲି ଗଲାପରେ

‘ସୂର୍ଯ୍ୟ ସମ୍ପୂର୍ଣ୍ଣ ଅନ୍ଧକାରମୟ ହୋଇଯିବ,
    ଚନ୍ଦ୍ର ତା’ର ଆଲୋକ ଦେବ ନାହିଁ।
25 ଆକାଶରୁ ତାରାମାନେ ଖସି ପଡ଼ିବେ,
    ଆକାଶରେ ନକ୍ଷତ୍ର ମଣ୍ଡଳର ମହାଶକ୍ତିଗୁଡ଼ିକ ଦୋହଲି ଯିବ।’ (A)

26 “ସେତେବେଳେ ଲୋକେ ମନୁଷ୍ୟପୁତ୍ରଙ୍କୁ ମହାଶକ୍ତି ଓ ମହିମା ସହିତ ମେଘମାଳା ମଧ୍ୟରେ ଆସିବାର ଦେଖିବେ। 27 ମନୁଷ୍ୟପୁତ୍ର ପୃଥିବୀର ଗ୍ଭରି ଆଡ଼କୁ ତାହାଙ୍କ ସ୍ୱର୍ଗ ଦୂତମାନଙ୍କୁ ପଠାଇବେ। ସେମାନେ ତାହାଙ୍କ ଦ୍ୱାରା ବଛା ଯାଇଥିବା ଲୋକଙ୍କୁ ପୃଥିବୀର ପ୍ରତ୍ୟେକ ସ୍ଥାନରୁ ଆଣି ଏକାଠି କରିବେ।

28 “ଡିମ୍ବିରିଗଛ ଆମ୍ଭକୁ ଗୋଟିଏ ଶିକ୍ଷା ଦିଏ। ଯେତେବେଳେ ଡିମ୍ବିରିଗଛର ଡାଳଗୁଡ଼ିକ ଶାଗୁଆ ଓ ନରମ ପଡ଼ିଯାଏ ଏବଂ ନୂଆ ପତ୍ର କଅଁଳିବାକୁ ଆରମ୍ଭ କରେ, ସେତେବେଳେ ତୁମ୍ଭେମାନେ ଜାଣି ପାର ଯେ ଗ୍ରୀଷ୍ମଋତୁ ପାଖେଇ ଗଲାଣି। 29 ମୁଁ ତୁମ୍ଭକୁ ଯାହା କହିଲି, ଠିକ୍ ତାହା ଏହିପରି ଘଟିବ। ତୁମ୍ଭେମାନେ ଯେତେବେଳେ ଏହିଭଳି ସବୁ ଘଟିବାର ଦେଖିବ, ସେତେବେଳେ ବୁଝ ଯେ, ‘ସେହି ସମୟ’ [a] ନିକଟରେ ଆସି ପହଞ୍ଚିଗଲାଣି। 30 ମୁଁ ତୁମ୍ଭକୁ ସତ୍ୟ କହୁଛି। ଏହି ପିଢ଼ିର ଲୋକେ ବଞ୍ଚିଥିବା ସମୟରେ ହିଁ ଏସବୁ ଘଟଣା ଘଟିବ। 31 ପୃଥିବୀ ଓ ଆକାଶ ନଷ୍ଟ ହୋଇଯିବ, କିନ୍ତୁ ମୋ’ କହିଥିବା ବାକ୍ୟ କେବେ ହେଲେ ନଷ୍ଟ ହେବ ନାହିଁ।

32 “ସେହି ଦିନ ବା ସେହି ସମୟ ବିଷୟରେ କାହାରିକୁ କିଛି ଜଣା ନାହିଁ। ସ୍ୱର୍ଗଦୂତ ବା ମନୁଷ୍ୟପୁତ୍ର କେହି କିଛି ଜାଣନ୍ତି ନାହିଁ। କେବଳ ଏ କଥା ପରମପିତା ପରମେଶ୍ୱର ଜାଣନ୍ତି। 33 ସାବଧାନ, ସଦାବେଳେ ପ୍ରସ୍ତୁତ ରୁହ। କାରଣ ସେ ସମୟ କେତେବେଳେ ପହଞ୍ଚିବ, ତାହା ତୁମ୍ଭେମାନେ ଜାଣି ନାହଁ।

34 “ଏହା ଏହିଭଳି ଘଟଣା, ଯେପରି ଜଣେ ବ୍ୟକ୍ତି କୌଣସି ସ୍ଥାନକୁ ଯାତ୍ରା କଲାବେଳେ ଗ୍ଭକରମାନଙ୍କ ଉପରେ ନିଜ ଘରର ଦାୟିତ୍ୱ ଛାଡ଼ି ଦେଇଯାଏ ଓ ପ୍ରତ୍ୟେକ ଗ୍ଭକରକୁ ତା’ର ନିର୍ଦ୍ଦିଷ୍ଟ କାମ ଦେଇଥାଏ ଏବଂ ଦ୍ୱାରପାଳକକୁ ସଦାବେଳେ ପ୍ରସ୍ତୁତ ହୋଇ ରହିବାକୁ ଆଦେଶ ଦେଇଥାଏ। 35 ଏଣୁ ତୁମ୍ଭେମାନେ ମଧ୍ୟ ସର୍ବଦା ପ୍ରସ୍ତୁତ ହୋଇ ରୁହ। କାରଣ ତୁମ୍ଭେ ଜାଣ ନାହିଁ, ଘରର ମାଲିକ କେତେବେଳେ ଆସି ପହଞ୍ଚି ଯିବେ। ସନ୍ଧ୍ୟାବେଳେ, ଅଧରାତିରେ, ପାହାନ୍ତିଆରେ ବା ସକାଳେ, କୌଣସି ସମୟରେ ସେ ଆସି ଯାଇ ପାରନ୍ତି। 36 ସେ ଖୁବ୍ ଶୀଘ୍ର ମଧ୍ୟ ଆସି ଯାଇ ପାରନ୍ତି। ତୁମ୍ଭେ ଯଦି ସର୍ବଦା ପ୍ରସ୍ତୁତ ଥିବ, ତେବେ ସେ ତୁମ୍ଭକୁ କଦାପି ଶୋଇଥିବା ଅବସ୍ଥାରେ ଦେଖି ପାରିବେ ନାହିଁ। 37 ମୁଁ ତୁମ୍ଭକୁ ଯାହା କହୁଛି, ସମସ୍ତଙ୍କୁ ସେହି ଏକା କଥା କହୁଛି ଯେ, ସର୍ବଦା ପ୍ରସ୍ତୁତ ରୁହ।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center