New Testament in a Year
ଯୀଶୁ ଜଣେ ରାଜା ଭଳି ଯିରୁଶାଲମରେ ପ୍ରବେଶ କଲେ(A)
11 ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଯିରୁଶାଲମର ନିକଟବର୍ତ୍ତୀ ହେଲେ। ସେମାନେ ଜୀତପର୍ବତ ପାଖ ବେଥ୍ଫାଗୀ ଓ ବେଥନୀୟା ସହରରେ ପହଞ୍ଚିଲେ। ଯୀଶୁ ନିଜ ଶିଷ୍ୟମାନଙ୍କ ଭିତରୁ ଦୁଇଜଣକୁ ଏହା କହି ପଠାଇଲେ, 2 “ଆଗରେ ଦେଖାଯାଉଥିବା ଗାଆଁକୁ ଯାଅ। ଗାଁଆ ଭିତରେ ପ୍ରବେଶ କରିବା ମାତ୍ରେ ତୁମ୍ଭେମାନେ ଗୋଟିଏ ଗଧଛୁଆ ବନ୍ଧା ହୋଇଥିବାର ଦେଖିବ। ସେହି ଗଧ ଛୁଆ ଉପରେ କେହି ଏ ପର୍ଯ୍ୟନ୍ତ ଚଢ଼ି ନାହାନ୍ତି। ତାକୁ ଖୋଲି ମୋ’ ପାଖକୁ ନେଇ ଆସ। 3 ଯଦି କୌଣସି ଲୋକ ତୁମ୍ଭମାନଙ୍କୁ ଗଧଛୁଆକୁ କାହିଁକି ନେଇ ଯାଉଛ ବୋଲି ପଗ୍ଭରେ, ତେବେ ତୁମ୍ଭେମାନେ ତାହାକୁ କହିବ, ‘ପ୍ରଭୁଙ୍କର ଏହା ଦରକାର ଅଛି। ତା’ପରେ ତାହାକୁ ଶୀଘ୍ର ଫେରାଇ ଦେବେ।’”
4 ସେମାନେ ଗ୍ଭଲିଗଲେ। ସେମାନେ ଗୋଟିଏ ଦ୍ୱାର ପାଖ ଦାଣ୍ଡରେ ଏକ ଗଧଛୁଆକୁ ବନ୍ଧା ହୋଇଥିବାର ଦେଖିଲେ। ସେମାନେ ତାହାକୁ ଖୋଲିଦେଲେ। 5 କେତେକ ଲୋକ ସେଠାରେ ଠିଆ ହୋଇଥିଲେ। ସେମାନେ ଏହା ଦେଖି ପଗ୍ଭରିଲେ, “ତୁମ୍ଭେମାନେ ଏ ଗଧଛୁଆକୁ କାହିଁକି ଖୋଲୁଛ?” 6 ଶିଷ୍ୟମାନଙ୍କୁ ଯୀଶୁ ଯାହା କହିବା ପାଇଁ କହିଥିଲେ, ଶିଷ୍ୟମାନେ ଲୋକମାନଙ୍କୁ ତାହା କହିଲେ। ତା’ପରେ ଲୋକମାନେ ଗଧଛୁଆ ସହ ସେମାନଙ୍କୁ ଛାଡ଼ିଦେଲେ।
7 ଶିଷ୍ୟମାନେ ଗଧକୁ ଯୀଶୁଙ୍କ ପାଖକୁ ଆଣିଲେ ଓ ଗଧ ପିଠି ଉପରେ ନିଜ ଲୁଗା ପକାଇ ଦେଲେ। ଯୀଶୁ ତା’ ଉପରେ ବସିଲେ। 8 ଅନେକ ଲୋକ ଯୀଶୁଙ୍କ ପାଇଁ ସେମାନଙ୍କ ଲୁଗା ରାସ୍ତାରେ ବିଛେଇ ଦେଲେ। ଅନ୍ୟମାନେ ଡାଳ କାଟି ଆଣି ରାସ୍ତାରେ ବିଛେଇ ଦେଲେ। 9 କେତେକ ଲୋକ ଯୀଶୁଙ୍କ ଆଗେ ଆଗେ ଯାଉଥିଲେ ଓ ଅନ୍ୟ କେତେକ ତାହାଙ୍କ ପଛେ ପଛେ ଯାଉଥାଲେ। ସମସ୍ତେ ପାଟି କରି କହୁଥିଲେ,
10 “ଆମ୍ଭର ପିତା ଦାଉଦଙ୍କର ଆଗାମୀ ରାଜ୍ୟ ଧନ୍ୟ,
ସ୍ୱର୍ଗରେ ରହୁଥିବା ପରମ ପିତା ହେଉଛନ୍ତି ଧନ୍ୟ।”
11 ଯୀଶୁ ଯିରୁଶାଲମ ଆସି ମନ୍ଦିର [b] ଭିତରେ ପ୍ରବେଶ କଲେ। ଯୀଶୁ ମନ୍ଦିରରେ ପ୍ରତ୍ୟେକ ବିଷୟ ପ୍ରତି ଦୃଷ୍ଟି ପକାଇଲେ। ସେତେବେଳକୁ ବହୁତ ଡେରି ହୋଇଯାଇଥିଲା। ତେଣୁ ଯୀଶୁ ବାରଜଣ ପ୍ରେରିତଙ୍କ ସହିତ ବେଥନୀୟାକୁ ଗ୍ଭଲିଗଲେ।
ଯୀଶୁ କହିଲେ ଡିମ୍ବିରି ବୃକ୍ଷଟି ମରିଯିବ(C)
12 ତହିଁ ଆରଦିନ ଯେତେବେଳେ ସେମାନେ ବେଥନୀୟାରୁ ବାହାରୁଥିଲେ, ତାହାଙ୍କୁ ବହୁତ ଭୋକ ଲାଗିଲା। 13 ଯୀଶୁ ପତ୍ରରେ ପରିପୂର୍ଣ୍ଣ ଗୋଟିଏ ଡିମ୍ବିରିଗଛ ଦେଖିଲେ। ଗଛରେ କିଛି ଡିମ୍ବିରି ଫଳ ଥିବ ଭାବି ସେ ଗଛ ମୂଳକୁ ଗଲେ। କିନ୍ତୁ ସେଠାରେ ପହଞ୍ଚି ସେ ଗଛରେ ଗୋଟିଏ ହେଲେ ଡିମ୍ବିରି ଫଳ ପାଇଲେ ନାହିଁ। ଗଛରେ ପତ୍ର ଛଡ଼ା ଆଉ କିଛି ନ ଥିଲା। ଏହା ଡିମ୍ବିରି ଫଳ ଫଳିବା ଋତୁ ନ ଥିଲା। 14 ତେଣୁ ଯୀଶୁ ଗଛଟିକୁ କହିଲେ, “ଲୋକେ ତୁମ୍ଭର ଫଳ ଆଉ ଏଣିକି କେବେ ହେଲେ ଖାଇବେ ନାହିଁ।” ଶିଷ୍ୟମାନେ ଯୀଶୁଙ୍କର ଏହି କଥା ଶୁଣିଲେ।
ଯୀଶୁଙ୍କର ମନ୍ଦିରରେ ପ୍ରବେଶ(D)
15 ତା’ପରେ ସେ ଯିରୁଶାଲମକୁ ଗଲେ। ଯୀଶୁ ମନ୍ଦିରରେ ପ୍ରବେଶ କଲାମାତ୍ରେ ସେଠାରେ କିଣାବିକା କରୁଥିବା ଲୋକମାନଙ୍କୁ ବାହାରକୁ ତଡ଼ି ଦେବାକୁ ଲାଗିଲେ। ସେ ବିଭିନ୍ନ ପ୍ରକାର ମୁଦ୍ରା ବିନିମୟ କରୁଥିବା ଲୋକଙ୍କ ମେଜ ଓଲଟେଇ ଦେଲେ। ଯେଉଁମାନେ କପୋତ ବିକୁଥିଲେ ସେମାନଙ୍କର ମେଜସବୁ ମଧ୍ୟ ସେ ଓଲଟେଇ ଦେଲେ। 16 ସେ ମଧ୍ୟ କାହାରିକୁ ମନ୍ଦିର ପରିସରରୁ କିଛି ହେଲେ ନେଇ ଯିବାକୁ ଅନୁମତି ଦେଲେ ନାହିଁ। 17 ତା’ପରେ ସେ ସେମାନଙ୍କୁ ଉପଦେଶ ଦେଇ କହିଲେ, “ଶାସ୍ତ୍ରରେ ଏ କଥା ଲେଖା ଅଛି ଯେ, ‘ମୋ’ ଘରକୁ ସବୁ ଜାତିର ଲୋକମାନଙ୍କ ପାଇଁ ପ୍ରାର୍ଥନା ଘର କୁହାଯିବ। [c] କିନ୍ତୁ ତୁମ୍ଭେମାନେ ତ ତାକୁ ଗ୍ଭେର ମାନଙ୍କର ଆଶ୍ରୟ ସ୍ଥଳରେ ପରିଣତ କରି ଦେଉଛ’ [d]
18 ପ୍ରଧାନଯାଜକ ଓ ଧର୍ମଯାଜକମାନେ ଏ କଥା ଶୁଣିଲେ। ସେମାନେ ଯୀଶୁଙ୍କୁ ମାରିବା ପାଇଁ ବାଟ ଖୋଜିଲେ। କିନ୍ତୁ ସେଠାରେ ଜମା ହୋଇଥିବା ସବୁ ଲୋକେ ଯୀଶୁଙ୍କ ଉପଦେଶ ଶୁଣି ବିସ୍ମିତ ହୋଇଯାଇଥିବାରୁ ଧର୍ମଯାଜକମାନେ ଯୀଶୁଙ୍କୁ ଡରିଗଲେ।
2010 by World Bible Translation Center