Print Page Options
Previous Prev Day Next DayNext

New Testament in a Year

Read the New Testament from start to finish, from Matthew to Revelation.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ମାଥିଉ ଲିଖିତ ସୁସମାଗ୍ଭର 13:31-58

ଯୀଶୁ ଅନେକ ଦୃଷ୍ଟାନ୍ତ ଦ୍ୱାରା ଶିକ୍ଷା ଦେଲେ(A)

31 ତା’ପରେ ଯୀଶୁ ସେହି ଲୋକମାନଙ୍କୁ ଆଉ ଗୋଟିଏ ଦୃଷ୍ଟାନ୍ତ କହିଲେ: “ସ୍ୱର୍ଗରାଜ୍ୟ ଗୋଟିଏ ସୋରିଷ ଦାନା ଭଳି। ଜଣେ ତାକୁ ନେଇ ତା’ କ୍ଷେତରେ ଲଗାଏ. 32 ସେ ବୀଜ ଅନ୍ୟ ବୀଜ ତୁଳନାରେ ସବୁଠାରୁ ଛୋଟ ଥାଏ, କିନ୍ତୁ ତାହା ଯେତେବେଳେ ବଡ଼ ହୁଏ, ସେତେବେଳେ ବଗିଗ୍ଭରେ ସମସ୍ତ ଗ୍ଭରା ଅପେକ୍ଷା ବଡ଼ ହୋଇଯାଏ। ତାହା ଗଛରେ ପରିଣତ ହୁଏ। ଆକାଶର ପକ୍ଷୀମାନେ ଆସି ଏହି ଗଛର ଶାଖାରେ ବସା ବାନ୍ଧି ଆଶ୍ରୟ ନିଅନ୍ତି।”

33 ତା’ପରେ ଯୀଶୁ ଲୋକମାନଙ୍କୁ ଆଉ ଗୋଟିଏ କାହାଣୀ କହିଲେ: “ସ୍ୱର୍ଗରାଜ୍ୟ ଖମୀର ଭଳି। ଜଣେ ସ୍ତ୍ରୀଲୋକ ଗୋଟିଏ ବଡ଼ ପାତ୍ରରେ ଥିବା ଅଟାରେ ଖମୀର ମିଶାଇଲା। ସବୁତକ ରୋଟୀ ଫୁଲିବାରେ ଖମୀର କାମ ଦେଲା।”

34 ଯୀଶୁ ସବୁକିଛି କାହାଣୀ ମାଧ୍ୟମରେ କହୁଥିଲେ। ବାସ୍ତବରେ ସେ ସେମାନଙ୍କୁ କାହାଣୀ ମାଧ୍ୟମ ଛଡ଼ା କିଛି କହୁ ନ ଥିଲେ। 35 ପରମେଶ୍ୱର ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତାଙ୍କ ମାଧ୍ୟମରେ ଯାହା କହିଥିଲେ, ତାହା ପୂର୍ଣ୍ଣ ହେବା ପାଇଁ ଏହା ହେଉଥିଲା। ପରମେଶ୍ୱର କହିଥିଲେ:

“ମୁଁ କାହାଣୀ ଦ୍ୱାରା କଥା କହିବି।
    ସୃଷ୍ଟିର ଆଦି କାଳରୁ ଯେଉଁସବୁ କଥା ଗୋପନୀୟ ହୋଇ ରହିଛି, ସେଗୁଡ଼ିକ ମୁଁ ପ୍ରକାଶ କରିବି।”(B)

ଗହମ ଓ ବାଳୁଙ୍ଗା ଦୃଷ୍ଟାନ୍ତର ବ୍ୟାଖ୍ୟା

36 ତା’ପରେ ଯୀଶୁ ଲୋକମାନଙ୍କୁ ପଠେଇ ଦେଇ ଘରକୁ ଗଲେ। ତାହାଙ୍କ ପାଖରେ ତାହାଙ୍କ ଶିଷ୍ୟମାନେ ପହଞ୍ଚି କହିଲେ, “ଆମ୍ଭକୁ କ୍ଷେତର ବାଳୁଙ୍ଗା ଦୃଷ୍ଟାନ୍ତର ଅର୍ଥ ବୁଝାଇ ଦିଅ।”

37 ଯୀଶୁ କହିଲେ, “ଯେଉଁ ଲୋକ ଜଣକ କ୍ଷେତରେ ଭଲ ବୀଜ ବୁଣିଲେ, ସେ ହେଉଛନ୍ତି ମନୁଷ୍ୟପୁତ୍ର [a] 38 ପୃଥିବୀ ହେଉଛି କ୍ଷେତ। ସ୍ୱର୍ଗରାଜ୍ୟରେ ଥିବା ପରମେଶ୍ୱରଙ୍କ ସମସ୍ତ ସନ୍ତାନ ହେଲେ ଭଲ ବୀଜ, ବାଳୁଙ୍ଗାର ଅର୍ଥ ଶୟତାନର ଅନୁଚର। 39 ଯେଉଁ ଶତ୍ରୁ ଜଣକ ବାଳୁଙ୍ଗା ବୁଣି ଦେଇଥିଲା, ସେ ହେଉଛି ଶୟତାନ। ଫସଲ କାଟିବା ସମୟ ହେଉଛି ଜଗତର ଅନ୍ତିମ ସମୟ ଏବଂ ‌‌କଟାଳୀ ହେଉଛନ୍ତି ସ୍ୱର୍ଗଦୂତମାନେ।

40 “ଯେପରି ବାଳୁଙ୍ଗାକୁ ଏକାଠି କରାହେଲା ଓ ନିଆଁରେ ପୋଡ଼ି ଦିଆଗଲା, ଠିକ୍ ସେହିପରି ଅବସ୍ଥା ଜଗତର ଅନ୍ତିମ ସମୟରେ ହେବ। 41 ମନୁଷ୍ୟପୁତ୍ର ତାହାଙ୍କ ସ୍ୱର୍ଗଦୂତଙ୍କୁ ପଠାଇବେ, ସେମାନେ ତାହାଙ୍କ ରାଜ୍ୟର ସମସ୍ତ ପାପୀ ଓ ପାପପାଇଁ ପ୍ରବର୍ତ୍ତାଉଥିବା ସମସ୍ତ ଲୋକଙ୍କୁ ଏକାଠି କରି ରାଜ୍ୟ ବାହାରକୁ ନେଇଯିବେ। 42 ସ୍ୱର୍ଗଦୂତମାନେ ସେହି ଲୋକମାନଙ୍କୁ ଜଳୁଥିବା ଅଗ୍ନିକୁଣ୍ଡ ଭିତରକୁ ଫିଙ୍ଗି ଦେବେ। ସେଠାରେ ସେମାନେ କାନ୍ଦି କାନ୍ଦି ଓ ଯନ୍ତ୍ରଣାରେ ଦାନ୍ତ କାମୁଡ଼ି ରହିବେ। 43 ଯେତେବେଳେ ଧାର୍ମିକ ଲୋକମାନେ ସୂର୍ଯ୍ୟ ଭଳି ପ୍ରକାଶମାନ ହେବେ। ସେମାନେ ତାହାଙ୍କ ପରମପିତାଙ୍କ ରାଜ୍ୟରେ ରହିବେ। ଯେଉଁମାନେ ଶୁଣି ପାରିବ, ଶୁଣ।

ଧନଭଣ୍ଡାର ଓ ମୋତିର ଦୃଷ୍ଟାନ୍ତ

44 “ସ୍ୱର୍ଗରାଜ୍ୟ ଜମିରେ ପୋତା ହୋଇଥିବା ଧନଭଣ୍ଡାର ଭଳି। ଦିନେ ଜଣେ ଲୋକ ଗୋଟିଏ ଧନର ଭଣ୍ଡାର ପାଇଲା ଓ ପୁଣି ଆଉ ଥରେ ସେହି ଧନକୁ ଜମି ଭିତରେ ପୋତି ଦେଲା। ସେ ବହୁତ ଖୁସୀ ହୋଇଗଲା। ସେ ସେଠାରୁ ଯାଇ ତା’ ପାଖରେ ଯାହାସବୁ ଥିଲା, ସବୁତକ ବିକି ସେହି ଜମିଟି କିଣିଲା।

45 “ସ୍ୱର୍ଗରାଜ୍ୟ ମଧ୍ୟ ଭଲ ମୋତି ଖୋଜୁଥିବା ଗୋଟିଏ ବେପାରୀ ଭଳି। 46 ଦିନେ ସେ ଅତ୍ୟନ୍ତ ମୂଲ୍ୟବାନ୍ ମୋତିଟିଏ ପାଇଗଲା, ସେ ଯାଇ ତା’ର ସମସ୍ତ ସମ୍ପତ୍ତି ବିକି ଅମୂଲ୍ୟ ମୋତିଟି କିଣିଲା।

ମାଛଧରା ଜାଲର ଦୃଷ୍ଟାନ୍ତ

47 “ସ୍ୱର୍ଗରାଜ୍ୟ ମଧ୍ୟ ହ୍ରଦରେ ଫିଙ୍ଗା ଯାଇଥିବା ଗୋଟିଏ ଜାଲ ଭଳି। ସେଥିରେ ବିଭିନ୍ନ ପ୍ରକାରର ମାଛ ଧରା ପଡ଼ିଲେ। 48 ଯେତେବେଳେ ଜାଲଟି ମାଛରେ ଭର୍ତ୍ତି ହୋଇଗଲା, କେଉଟମାନେ ଜାଲକୁ, କୂଳକୁ ଟାଣି ଆଣିଲେ। ସେମାନେ ବସିପଡ଼ି ଭଲ ଭଲ ମାଛ ବାଛି ଟୋକେଇରେ ଭର୍ତ୍ତି କଲେ ଓ ଖରାପ ମାଛତକ ଫୋପାଡ଼ି ଦେଲେ। 49 ସଂସାର ଶେଷ ହେବା ବେଳେ ଏହିଭଳି ଘଟିବ। ସ୍ୱର୍ଗଦୂତମାନେ ଆସିବେ। ସେମାନେ ଧାର୍ମିକ ଲୋକଙ୍କ ଭିତରୁ ପାପୀ ଲୋକଙ୍କୁ ଅଲଗା କରିଦେବେ। 50 ସ୍ୱର୍ଗଦୂତମାନେ ଖରାପ ଓ ଦୁଷ୍ଟ ଲୋକମାନଙ୍କୁ ଅଗ୍ନିକୁଣ୍ଡ ଭିତରକୁ ଫିଙ୍ଗି ଦେବେ। ସେଠାରେ ସେମାନେ କେବଳ କାନ୍ଦି କାନ୍ଦି ଓ ଯନ୍ତ୍ରଣାରେ ଦାନ୍ତ କାମୁଡ଼ି ରହିବେ।”

51 ଯୀଶୁ ନିଜ ଶିଷ୍ୟମାନଙ୍କୁ ପଗ୍ଭରିଲେ, “ତୁମ୍ଭେ ଏ ସବୁର ଅର୍ଥ ବୁଝି ପାରୁଛ?”

ଶିଷ୍ୟମାନେ କହିଲେ, “ହଁ, ଆମ୍ଭେମାନେ ବୁଝିପାରୁଛୁ।”

52 ତା’ପରେ ଯୀଶୁ କହିଲେ, “ସ୍ୱର୍ଗରାଜ୍ୟ ବିଷୟରେ ଜାଣିଥିବା ପ୍ରତ୍ୟେକ ଧର୍ମଶାସ୍ତ୍ରୀ ଜଣେ ଘରମାଲିକ ଭଳି, ଯେ କି ଭଣ୍ଡାରରେ ଥିବା ତାହାଙ୍କ ନୂଆ ଓ ପୁରୁଣା ଉଭୟ ପଦାର୍ଥ ବାହାରକରି ଆଣନ୍ତି।”

ଯୀଶୁ ନିଜ ଜାଗାକୁ ଫେରି ଆସିଲେ(C)

53 ଯୀଶୁ ଏହିସବୁ ଦୃଷ୍ଟାନ୍ତ କହିସାରିଲା ପରେ ସେ ସ୍ଥାନ ଛାଡ଼ି ଗ୍ଭଲିଗଲେ। 54 ସେ ଯେଉଁଠି ପ୍ରତିପାଳିତ ହୋଇଥିଲେ ସେଠାକୁ ଗଲେ। ସେଠାରେ ଯିହୂଦୀ ସମାଜଗୃହରେ ଉପଦେଶ ଦେବା ଆରମ୍ଭ କରିଦେଲେ, ଯାହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ ଏବଂ କହିଲେ, “ଆଶ୍ଚର୍ଯ୍ୟକାର୍ଯ୍ୟ କରିବା ପାଇଁ ଏ ଲୋକ କେଉଁଠାରୁ ଜ୍ଞାନ ଓ ଶକ୍ତି ପାଇଲା? 55 ଏ ତ ସେହି ବଢ଼େଇର ପୁଅ। ତାହାଙ୍କର ମାଙ୍କ ନାମ ତ ମରିୟମ ଏବଂ ଯାକୁବ, ଯୋଷେଫ, ଶିମୋନ ଓ ଯିହୂଦା ତ ଏହାର ଭାଇମାନେ। 56 ତା’ର ସବୁ ଭଉଣୀମାନେ ତ ଆମ୍ଭ ସହିତ ଏଠାରେ ଅଛନ୍ତି। ତେବେ ଏସବୁ କହିବା ପାଇଁ ଜ୍ଞାନ ଓ ଶକ୍ତି ସେ କେଉଁଠାରୁ ପାଇଲା?” 57 ସେହି ଲୋକମାନେ ଯୀଶୁଙ୍କୁ ସ୍ୱୀକାର କଲେ ନାହିଁ।

ଯୀଶୁ ସେ ଲୋକମାନଙ୍କୁ କହିଲେ, “ଜଣେ ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତାଙ୍କୁ ଲୋକେ ସମ୍ମାନ ଦିଅନ୍ତି, କିନ୍ତୁ ନିଜ ସହରରେ ଓ ତାହାଙ୍କ ନିଜ ପରିବାରରେ ଜଣେ ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତା ସମ୍ମାନ ପାଏ ନାହିଁ।” 58 ସେଠାକାର ଲୋକେ ଯୀଶୁଙ୍କ ଉପରେ ବିଶ୍ୱାସ କରି ପାରିଲେ ନାହିଁ, ତେଣୁ ଯୀଶୁ ସେଠାରେ ଅଧିକ ଆଶ୍ଚର୍ଯ୍ୟ କାର୍ଯ୍ୟ କଲେ ନାହିଁ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center