Print Page Options
Previous Prev Day Next DayNext

New Testament in a Year

Read the New Testament from start to finish, from Matthew to Revelation.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 5

ତା’ପରେ ମୁଁ ସିଂହାସନରେ ବସିଥିବା ସେହି ବ୍ୟକ୍ତିଙ୍କର ଦକ୍ଷିଣ ହସ୍ତରେ ଗୋଟିଏ ଚର୍ମପତ୍ର [a] ଥିବାର ଦେଖିଲି। ସେହି ଚର୍ମପତ୍ରଟିର ଉଭୟ ପଟେ ଲେଖା ହୋଇଥିଲା। ସେହି ଚର୍ମପତ୍ରଟି ସାତୋଟି ମୁଦ୍ରାରେ ବନ୍ଦ କରାଯାଇଥିଲା। ମୁଁ ଜଣେ ମହାଶକ୍ତିଶାଳୀ ଦୂତଙ୍କୁ ଦେଖିଲି। ସେ ଉଚ୍ଚ ସ୍ୱରରେ କହିଲେ, “ଏହି ଚର୍ମପତ୍ରର ମୁଦ୍ରା ଭାଙ୍ଗି ତାହା ଫିଟାଇବା ନିମନ୍ତେ କିଏ ଯୋଗ୍ୟ ଅଟନ୍ତି?” କିନ୍ତୁ ସେହି ଚର୍ମପତ୍ରକୁ ଫିଟାଇବାକୁ ଓ ତା’ଭିତର ଦେଖିବାକୁ ସ୍ୱର୍ଗ, ମର୍ତ୍ତ୍ୟ ବା ପାତାଳରେ କାହାରି ସାଧ୍ୟ ନ ଥିଲା। ତେଣୁ ମୁଁ ଆକୁଳ ଭାବରେ କାନ୍ଦିବାକୁ ଲାଗିଲି, କାରଣ ସେହି ଚର୍ମପତ୍ରକୁ ଫିଟାଇବା ପାଇଁ କିମ୍ବା ଦେଖିବା ପାଇଁ ସେଠାରେ କେହି ସକ୍ଷମ ନ ଥିଲେ। କିନ୍ତୁ ସେହି ପ୍ରାଚୀନମାନଙ୍କ ମଧ୍ୟରୁ ଜଣେ ମୋତେ କହିଲେ, “କାନ୍ଦ ନାହିଁ! ଯିହୂଦା ବଂଶଜାତ ସିଂହ (ଖ୍ରୀଷ୍ଟ) ଏହି କାର୍ଯ୍ୟ କରିବାକୁ ବିଜୟୀ ହୋଇଛନ୍ତି। ସେ ଦାଉଦଙ୍କ ବଂଶଧର। ସେ ଏହି ଚର୍ମପତ୍ର ଓ ଏହାର ସାତୋଟି ମୁଦ୍ରା ଫିଟାଇବାକୁ ସକ୍ଷମ ଅଟନ୍ତି।”

ସେତେବେଳେ ମୁଁ ସିଂହାସନର ମଝିରେ ଜଣେ ମେଷଶାବକଙ୍କୁ ଦେଖିଲି। ତାହାଙ୍କ ଗ୍ଭରିପାଖେ ଗ୍ଭରୋଟି ଜୀବିତ ପ୍ରାଣୀ ଓ ପ୍ରାଚୀନମାନେ ଘେରି ରହିଥିଲେ। ବଳି ଦିଆଯାଇଥିବା ପରି ସେ ଦେଖା ଯାଉଥିଲେ। ତାହାଙ୍କର ସାତୋଟି ଶିଙ୍ଗ ଓ ସାତୋଟି ଚକ୍ଷୁ ଥିଲା, ଏହି ସାତୋଟି ଚକ୍ଷୁ ପରମେଶ୍ୱରଙ୍କର ସାତୋଟି ଆତ୍ମା, ଯାହାଙ୍କୁ ପୃଥିବୀର ଗ୍ଭରିଆଡ଼େ ପ୍ରେରିତ କରାଯାଇଥିଲା।

ସେହି ମେଷଶାବକ ସିଂହାସନରେ ବସିଥିବା ବ୍ୟକ୍ତିଙ୍କ ପାଖକୁ ଯାଇ ତାହାଙ୍କ ଦକ୍ଷିଣହସ୍ତରୁ ଚର୍ମପତ୍ର ନେଲେ। ସେ ଚର୍ମପତ୍ରକୁ ଗ୍ରହଣ କରିବାପରେ, ଗ୍ଭରିଜୀବିତ ପ୍ରାଣୀ ଓ ଚବିଶଜଣ ପ୍ରାଚୀନ ତାହାଙ୍କ ସମ୍ମୁଖରେ ନଇଁପଡ଼ି ପ୍ରଣାମ କଲେ। ସେମାନେ ପ୍ରତ୍ୟେକ ଗୋଟିଏ ଗୋଟିଏ ବୀଣା ଧରି ଥିଲେ। ସେମାନେ ସୁଗନ୍ଧିତ ଧୂପର ସୁନାର ପାତ୍ର ମଧ୍ୟ ଧରିଥିଲେ। ସେହି ସୁଗନ୍ଧିତ ଧୂପପାତ୍ରଗୁଡ଼ିକ ହେଉଛି, ପରମେଶ୍ୱରଙ୍କ ପବିତ୍ର ଲୋକମାନଙ୍କର ପ୍ରାର୍ଥନା। ସେମାନେ ମେଷଶାବକଙ୍କ ପାଇଁ ଗୋଟିଏ ନୂତନ ଗୀତ ଗାନ କଲେ:

“ତୁମ୍ଭେ ଚର୍ମପତ୍ର ଗ୍ରହଣ କରିବାକୁ
    ଏବଂ ମୁଦ୍ରା ଖୋଲିବାକୁ ଯୋଗ୍ୟ ଅଟ,
କାରଣ ତୁମ୍ଭେ ହତ ହୋଇଥିଲ;
    ଏବଂ ତୁମ୍ଭର ରକ୍ତରେ ପ୍ରତ୍ୟେକ ଗୋଷ୍ଠୀ, ଭାଷା, ବଂଶ ଓ ଜାତି ମଧ୍ୟରୁ ପରମେଶ୍ୱରଙ୍କ ପାଇଁ ଲୋକମାନଙ୍କୁ କିଣିଥିଲ
10 ତୁମ୍ଭେ ଏହି ଲୋକମାନଙ୍କୁ ଗୋଟିଏ ସାମ୍ରାଜ୍ୟ ସ୍ୱରୂପ, ଓ ଆମ୍ଭମାନଙ୍କର ପରମେଶ୍ୱରଙ୍କ ପାଇଁ ଯାଜକଗଣ କରିଅଛ।
    ସେମାନେ ଏ ପୃଥିବୀ ଉପରେ ରାଜତ୍ୱ କରିବେ।”

11 ତା’ପରେ ମୁଁ ଦେଖିଲି ଓ ଅନେକ ସ୍ୱର୍ଗଦୂତଙ୍କର ସ୍ୱର ଶୁଣିଲି। ସ୍ୱର୍ଗଦୂତମାନେ ସିଂହାସନ, ଜୀବିତ ପ୍ରାଣୀ ଓ ପ୍ରାଚୀନମାନଙ୍କ ଗ୍ଭରିପାଖରେ ଥିଲେ। ମୁଁ ହଜାର ହଜାର ସ୍ୱର୍ଗଦୂତଙ୍କୁ ଦେଖିଲି। ସେଠାରେ 10,000ର 10,000 ଗୁଣ ସ୍ୱର୍ଗଦୂତ ଥିଲେ। 12 ସେମାନେ ଉଚ୍ଚ ସ୍ୱରରେ ଏହା କହୁଥିଲେ:

“ମେଷଶାବକ
    ଯେ ବଳିକୃତ ଥିଲେ,
ସେ କ୍ଷମତା, ଧନ, ପ୍ରଜ୍ଞା, ଶକ୍ତି, ସମ୍ମାନ, ମହିମା
    ଓ ପ୍ରଶଂସା ପାଇବାକୁ ଯୋଗ୍ୟ।”

13 ତା’ପରେ ମୁଁ ସ୍ୱର୍ଗ, ମର୍ତ୍ତ୍ୟ, ପାତାଳ ଓ ସମୁଦ୍ରର ସମସ୍ତ ପ୍ରାଣୀଙ୍କୁ ଏହା କହିବାର ଶୁଣିଲି:

“ଯେ ସିଂହାସନରେ ବସିଛନ୍ତି,
    ତାହାଙ୍କର ଓ ମେଷଶାବକଙ୍କର ପ୍ରଶଂସା, ଗୌରବ, ସମ୍ମାନ ଓ କ୍ଷମତା ଯୁଗେ ଯୁଗେ ହେଉ।”

14 ଗ୍ଭରି ଜଣ ଜୀବିତ ପ୍ରାଣୀ କହିଲେ, “ଆମେନ୍!” ଏବଂ ଚବିଶ ଜଣ ପ୍ରାଚୀନ ବ୍ୟକ୍ତି ନଇଁପଡ଼ି ତାହାଙ୍କୁ ପ୍ରଣାମ କଲେ ଓ ଉପାସନା କଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center