New Testament in a Year
ଅଣଯିହୂଦୀ ବିଶ୍ୱାସୀମାନଙ୍କୁ ପତ୍ର
22 ଏହା ପରେ ପ୍ରେରିତ, ପ୍ରାଚୀନ ଓ ସମଗ୍ର ମଣ୍ଡଳୀ ସେମାନଙ୍କ ମଧ୍ୟରୁ କେତେକ ଲୋକଙ୍କୁ ବାଛିଲେ। ସେମାନ ପାଉଲ ଓ ବର୍ଣ୍ଣବ୍ବାଙ୍କ ସହିତ ସେମାନଙ୍କୁ ଆନ୍ତିୟଖିଆକୁ ପଠାଇବା ପାଇଁ ସ୍ଥିର କଲେ। ସେମାନେ ଯିହୂଦା ଯାହାଙ୍କର ଅନ୍ୟ ନାମ ଥିଲା, ବର୍ଣ୍ଣବ୍ବା ଓ ଶୀଲାଙ୍କୁ ବାଛିଲେ। ଏହିମାନେ ଭାଇମାନଙ୍କ ମଧ୍ୟରେ ନେତା ଥିଲେ। 23 ସେମାନେ ତାହାଙ୍କ ହାତରେ ଏହି ଚିଠିଟି ଦେଲେ:
ଆନ୍ତିୟଖିଆ, ସୁରିଆ, କିଲିକିଆସ୍ଥ ଅନ୍ୟଜାତୀୟ ବିଶ୍ୱାସୀ ଭାଇମାନଙ୍କୁ
ପ୍ରେରିତ, ପ୍ରାଚୀନ ଓ ଅନ୍ୟ ଭାଇମାନଙ୍କର ନମସ୍କାର।
24 ଆମ୍ଭେ ଶୁଣିଲୁ ଯେ ଆମ୍ଭ ଭିତରୁ କେତେକ ଲୋକ ଆମ୍ଭଠାରୁ ଆଦେଶ ନ ପାଇ ତୁମ୍ଭମାନଙ୍କୁ ସେମାନଙ୍କ କଥା ଦ୍ୱାରା ଅସୁବିଧାରେ ପକାଇଛନ୍ତି ଓ ତୁମ୍ଭମାନଙ୍କୁ ବ୍ୟତିବ୍ୟସ୍ତ କରୁଛନ୍ତି। 25 ସେଥିପାଇଁ ଆମ୍ଭେ ଏକମତ ଓ ସ୍ଥିର ହୋଇ କେତେକ ଲୋକଙ୍କୁ ବାଛିଛୁ। ଆମ୍ଭେ ସେମାନଙ୍କୁ ଆମ୍ଭର ପ୍ରିୟ ବର୍ଣ୍ଣବ୍ବା ଓ ପାଉଲଙ୍କ ସହିତ ପଠାଇବୁ। 26 ବର୍ଣ୍ଣବ୍ବା ଓ ପାଉଲ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମ ପାଇଁ ସେମାନଙ୍କର ଜୀବନକୁ ଉତ୍ସର୍ଗ କରିଛନ୍ତି। 27 ସେଥିପାଇଁ ଆମ୍ଭେ ଯିହୂଦା ଓ ଶୀଲାଙ୍କୁ ତୁମ୍ଭମାନଙ୍କ ପାଖକୁ ପଠାଇଲୁ। ସେମାନେ ତୁମ୍ଭମାନଙ୍କୁ ମୌଖିକ ଭାବେ ମଧ୍ୟ ଏହିସବୁ କଥା କହିବେ। 28 ପବିତ୍ରଆତ୍ମା ଓ ଆମ୍ଭମାନଙ୍କୁ ଏହା ଉଚିତ୍ ମନେ ହେଲା ଯେ, ତୁମ୍ଭେମାନେ ଏହି କେତୋଟି ବିଷୟ ଛଡ଼ା ଆଉ ଅଧିକ ବୋଝରେ ଭାରାକ୍ରାନ୍ତ ହେବା ଠିକ୍ ନୁହେଁ। ତେଣୁ ଏହି କେତୋଟି ଆବଶ୍ୟକୀୟ ବିଷୟ ଗୁଡ଼ିକ ତୁମ୍ଭେମାନେ କରିବ:
29 ତୁମ୍ଭେମାନେ ମୂର୍ତ୍ତିଗୁଡ଼ିକ ନିକଟରେ ସମର୍ପିତ ଖାଦ୍ୟ ଖାଇବ ନାହିଁ।
ତୁମ୍ଭେମାନେ ରକ୍ତ ଖାଇବ ନାହିଁ। ତଣ୍ଟି ଚିପି ମରାଯାଇଥିବା ପଶୁମାନଙ୍କୁ ତୁମ୍ଭେମାନେ ଖାଇବ ନାହିଁ।
ତୁମ୍ଭେମାନେ ଯୌନ ପାପସବୁ କରିବ ନାହିଁ।
ଯଦି ତୁମ୍ଭେମାନେ ଏସବୁ ଜିନିଷଠାରୁ ନିଜକୁ ଅଲଗା ରଖିବ, ତେବେ ତୁମ୍ଭେମାନେ ଉତ୍ତମ କାର୍ଯ୍ୟ କରିବ।
ବିଦାୟ।
30 ତା’ପରେ ବର୍ଣ୍ଣବ୍ବା, ପାଉଲ, ଯିହୂଦା ଓ ଶୀଲା ଯିରୁଶାଲମରୁ ଆନ୍ତିୟଖିଆକୁ ଯାତ୍ରା କଲେ। ସେଠାରେ ସେମାନେ ଏକାଠି ହୋଇଥିବା ବିଶ୍ୱାସୀମାନଙ୍କୁ ପତ୍ର ଦେଲେ। । 31 ଆନ୍ତିୟଖିଆର ବିଶ୍ୱାସୀମାନେ ଏ ପତ୍ର ପଢ଼ି ଆନନ୍ଦିତ ହେଲେ। କାରଣ ଏହା ସେମାନଙ୍କୁ ଅନ୍ୟନ୍ତ ଉତ୍ସାହିତ କରିଥିଲା। 32 ଯିହୂଦା ଓ ଶୀଲା ଦୁହେଁ ମଧ୍ୟ ଭାବବାଦୀ ଥିଲେ। ସେମାନେ ଭାଇମାନଙ୍କୁ ଉତ୍ସାହ ଦେଇ ଅନେକ କଥା କହିଲେ ଓ ସେମାନଙ୍କୁ ଶକ୍ତିଯୁକ୍ତ କଲେ। 33 ସେଠାରେ କିଛି ଦିନ ରହିବାପରେ ଯେଉଁମାନେ ସେମାନଙ୍କୁ ପଠାଇଥିଲେ, ଯିରୁଶାଲମର ସେହି ଭାଇମାନଙ୍କ ପାଖକୁ ଫେରି ଯିବା ପାଇଁ ଶାନ୍ତିରେ ବିଦାୟ ଦେଲେ। 34 [a]
35 କିନ୍ତୁ ପାଉଲ ଓ ବର୍ଣ୍ଣବ୍ବା ଆନ୍ତିୟଖିଆରେ ରହିଲେ ଏବଂ ଅନ୍ୟମାନଙ୍କ ସହିତ ସେମାନେ ଲୋକମାନଙ୍କୁ ପ୍ରଭୁଙ୍କର ବାକ୍ୟ ଶିକ୍ଷା ଦେଲେ ଏବଂ ସୁସମାଗ୍ଭର ପ୍ରଗ୍ଭର କଲେ।
ପାଉଲ ଓ ବର୍ଣ୍ଣବ୍ବା ଅଲଗା ହୋଇଗଲେ
36 ପାଉଲ କିଛି ଦିନ ପରେ ବର୍ଣ୍ଣବ୍ବାଙ୍କୁ କହିଲେ, “ଗ୍ଭଲ, ଆମ୍ଭେମାନେ ଫେରିବା ଆଉ ଆମ୍ଭେମାନେ ପ୍ରଭୁଙ୍କର ବାକ୍ୟ ଯେଉଁ ପ୍ରତ୍ୟେକ ସହରରେ ପ୍ରଗ୍ଭର କରିଛୁ, ସେହିସବୁ ସହରକୁ ଯାଇ ଆମ୍ଭ ଭାଇମାନଙ୍କୁ ଦେଖିବା, ଆଉ ସେମାନଙ୍କ ଭଲମନ୍ଦ ବୁଝିବା।”
37 ବର୍ଣ୍ଣବ୍ବା ସେମାନଙ୍କ ସହିତ ମାର୍କ ନାମରେ ପରିଚିତ ଯୋହନଙ୍କୁ ନେବା ପାଇଁ ଗ୍ଭହିଁଲେ। 38 କିନ୍ତୁ ପାଉଲ ତାହାଙ୍କୁ ସାଙ୍ଗରେ ନ ନେବା ପାଇଁ ଜୋର୍ଦେଲେ, କାରଣ ସେ ପୂର୍ବରୁ ପଂଫୂଲିଆରେ ସେମାନଙ୍କ ସହିତ ଏହି କାର୍ଯ୍ୟରେ ସାଙ୍ଗରେ ନ ରହି ସେମାନଙ୍କୁ ତ୍ୟାଗ କରି ଗ୍ଭଲି ଆସିଥିଲେ। 39 ଏଥିପାଇଁ ସେମାନଙ୍କ ମଧ୍ୟରେ ଘୋର ମତଭେଦ ହେଲା। ଏହା ଫଳରେ, ପାଉଲ ଓ ବର୍ଣ୍ଣବ୍ବା ପରସ୍ପରଠାରୁ ଅଲଗା ହୋଇଗଲେ। ବର୍ଣ୍ଣବ୍ବା ମାର୍କଙ୍କୁ ନେଇ ଜଳ ପଥରେ କୂପ୍ର ଉପଦ୍ୱୀପକୁ ଗ୍ଭଲିଗଲେ।
40 ପାଉଲ ଶୀଲାଙ୍କୁ ତାହାଙ୍କ ସହିତ ନେବା ପାଇଁ ବାଛିଲେ। ଆନ୍ତିୟଖିଆରେ ଭାଇମାନେ ପାଉଲଙ୍କୁ ପ୍ରଭୁଙ୍କ ଅନୁଗ୍ରହ ଓ ତତ୍ତ୍ୱାବଧାନରେ ସମର୍ପଣ କରି ବିଦାୟ ଦେଲେ। 41 ପାଉଲ ଓ ଶୀଲା ସିରିଆ ଓ କିଲିକିୟା ଦେଶ ଦେଇ ଗଲେ ଓ ମଣ୍ଡଳୀଗୁଡ଼ିକୁ ଶକ୍ତିଶାଳୀ ହେବା ପାଇଁ ସାହାଯ୍ୟ କଲେ।
2010 by World Bible Translation Center