Print Page Options
Previous Prev Day Next DayNext

New Testament in a Year

Read the New Testament from start to finish, from Matthew to Revelation.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଯୋହନ ଲିଖିତ ସୁସମାଗ୍ଭର 11:30-57

30 ଯୀଶୁ ସେହି ସମୟ ପର୍ଯ୍ୟନ୍ତ ଗ୍ରାମକୁ ଆସି ନ ଥିଲେ। ମାର୍ଥା ତାହାଙ୍କୁ ଯେଉଁ ସ୍ଥାନରେ ଦେଖିଥିଲେ, ସେ ପର୍ଯ୍ୟନ୍ତ ସେ ସେହିଠାରେ ଥିଲେ। 31 ଯିହୂଦୀମାନେ ମରିୟମଙ୍କ ସହିତ ଘରେ ଥିଲେ। ସେମାନେ ତାହାଙ୍କୁ ସାନ୍ତ୍ୱନା ଦେଉଥିଲେ। ସେମାନେ ମରିୟମଙ୍କୁ ହଠାତ୍ ଠିଆ ହୋଇ ତରବରରେ ବାହାରକୁ ଯିବା ଦେଖିଲେ। ସେମାନେ ଭାବିଲେ ବୋଧେ ସେ ଲାଜାରଙ୍କ କବର ପାଖକୁ କାନ୍ଦିବାକୁ ଯାଉଛନ୍ତି। ତେଣୁ ସେମାନେ ତାହାଙ୍କ ପଛେ ପଛେ ଗଲେ। 32 ମରିୟମ ଯୀଶୁ ରହିଥିବା ସ୍ଥାନକୁ ଗଲେ। ଯୀଶୁଙ୍କୁ ଦେଖି ସେ ତାହାଙ୍କ ପାଦ ତଳେ ପଡ଼ିଗଲେ। ମରିୟମ କହିଲେ, “ପ୍ରଭୁ, ଆପଣ ଯଦି ଏଠାରେ ଥାଆନ୍ତେ ତେବେ ମୋ’ ଭାଇ ମରି ନ ଥା’ନ୍ତା।”

33 ଯୀଶୁ ମରିୟମକୁ କାନ୍ଦିବାର ଦେଖିଲେ। ସେ ଯିହୂଦୀମାନଙ୍କୁ ତାହାଙ୍କ ସହିତ ଆସିବାର ଦେଖିଲେ। ସେମାନେ ମଧ୍ୟ କାନ୍ଦୁଥିଲେ। ଯୀଶୁ ବହୁତ ଦୁଃଖ ଅନୁଭବ କଲେ ଓ ଅନ୍ତରରେ ଅତ୍ୟଧିକ ବ୍ୟଥା ଅନୁଭବ କଲେ। 34 ଯୀଶୁ କହିଲେ, “ତୁମ୍ଭେ ଲାଜାରଙ୍କୁ କେଉଁଠାରେ ରଖିଛ?”

ସେମାନେ କହିଲେ, “ପ୍ରଭୁ ଆସି ଦେଖନ୍ତୁ।”

35 ଯୀଶୁ କାନ୍ଦିଲେ।

36 ଯିହୂଦୀମାନେ କହିଲେ, “ଦେଖ, ଯୀଶୁ ଲାଜାରଙ୍କୁ କେତେ ସ୍ନେହ କରୁଥିଲେ।”

37 କିନ୍ତୁ କେତେକ ଯିହୂଦୀ କହିଲେ, “ଯୀଶୁ ଅନ୍ଧ ଲୋକଟିର ଆଖି ଭଲ କରିଦେଇଥିଲେ। ତେବେ ସେ ଲାଜାରଙ୍କୁ ମରଣ ମୁଖରୁ ବଞ୍ଚେଇ ରଖିବା ପାଇଁ କାହିଁକି କିଛି କରି ପାରିଲେ ନାହିଁ।”

ଯୀଶୁ ମୃତ ଲାଜାରଙ୍କୁ ଜୀବନ ଦେଲେ

38 ଯୀଶୁ ପୁଣି ବହୁତ ବ୍ୟତିବ୍ୟସ୍ତ ହେଲେ। ସେ ଲାଜାରଙ୍କ କବର ନିକଟକୁ ଆସିଲେ। ତାହା ଗୋଟିଏ ଗୁହା ଥିଲା ଓ ତା ମୁହଁରେ ଗୋଟିଏ ବଡ଼ ପଥର ଘୋଡ଼େଇ ଦିଆଯାଇଥିଲା। 39 ଯୀଶୁ କହିଲେ, “ଏ ପଥରକୁ ଘୁଞ୍ଚାଇ ଦିଅ।”

ମାର୍ଥା କହିଲେ, “ପ୍ରଭୁ ସେ ମରିବାର ଗ୍ଭରି ଦିନ ହୋଇଗଲାଣି। ତେଣୁ ବଡ଼ ଦୁର୍ଗନ୍ଧ ହେଉଥିବ।” ମାର୍ଥା ମୃତ ଲୋକର ଭଉଣୀ ଥିଲେ।

40 ଯୀଶୁ ତାହାଙ୍କୁ କହିଲେ, “ମୁଁ ତୁମ୍ଭକୁ ଯାହା କହିଥିଲି, ତାହା ମନେପକାଅ। ମୁଁ ତୁମ୍ଭକୁ କହିଥିଲି, ଯଦି ତୁମ୍ଭେ ବିଶ୍ୱାସ କରିବ ତେବେ ପରମେଶ୍ୱରଙ୍କର ଗୌରବ ଦେଖି ପାରିବ।”

41 ତେଣୁ ସେମାନେ ପଥର ବାହାର କଲେ। ତା’ପରେ ଯୀଶୁ ଊର୍ଦ୍ଧ୍ୱକୁ ଗ୍ଭହିଁ କହିଲେ, “ହେ ପରମପିତା, ତୁମ୍ଭକୁ ଧନ୍ୟବାଦ ଦେଉଅଛି, କାରଣ ତୁମ୍ଭେ ମୋ’ କଥା ଶୁଣିଛ। 42 ମୁଁ ଜାଣେ ଯେ, ତୁମ୍ଭେ ସବୁବେଳେ ମୋ’ କଥା ଶୁଣ। ମାତ୍ର ତୁମ୍ଭେ ମୋତେ ପଠାଇଛ ବୋଲି ଏଠାରେ ଠିଆ ହୋଇଥିବା ଲୋକମାନେ ଯେପରି ବିଶ୍ୱାସ କରିବେ, ସେଥିପାଇଁ ମୁଁ ଏହା କହିଲି।” 43 ଏହା ପରେ ଯୀଶୁ ଉଚ୍ଚ ସ୍ୱରରେ ଡାକିଲେ, “ଲାଜାର, ବାହାରି ଆସ।” 44 ମୃତ ଲୋକଟି ବାହାରି ଆସିଲା। ତାହାଙ୍କର ହାତ ଗୋଡ଼ରେ ଖଣ୍ଡ ଖଣ୍ଡ କନା ଗୁଡ଼େଇ ହୋଇଥିଲା। ତାହାଙ୍କ ମୁହଁରେ ଗୋଟିଏ ରୁମାଲ ବନ୍ଧା ହୋଇଥିଲା।

ଯୀଶୁ ଲୋକମାନଙ୍କୁ କହିଲେ, “କନାଗୁଡ଼ିକ କାଢ଼ି ନିଅ ଓ ତାହାଙ୍କୁ ଯିବାକୁ ଦିଅ।”

ଯୀଶୁଙ୍କୁ ମାରିବା ପାଇଁ ଯିହୂଦୀ ନେତାମାନଙ୍କର ଯୋଜନା(A)

45 ସେଠାରେ ମରିୟମଙ୍କୁ ଦେଖା କରିବା ନିମନ୍ତେ ଅନେକ ଯିହୂଦୀ ଆସିଥିଲେ। ସେମାନେ ସମସ୍ତେ ଯୀଶୁଙ୍କର କାର୍ଯ୍ୟ ଦେଖିଲେ। ସେମାନଙ୍କ ଭିତରୁ ଅନେକ ଯିହୂଦୀ ତାହାଙ୍କୁ ବିଶ୍ୱାସ କଲେ। 46 କିନ୍ତୁ କେତେକ ଯିହୂଦୀ ଫାରୂଶୀମାନଙ୍କ ପାଖକୁ ଫେରିଗଲେ। ସେମାନେ ଫାରୂଶୀମାନଙ୍କୁ ଯୀଶୁ କରିଥିବା କାର୍ଯ୍ୟ ବର୍ଣ୍ଣନା କଲେ। 47 ତା’ପରେ ମୁଖ୍ୟ ଯାଜକ ଓ ଫାରୂଶୀମାନେ ଯିହୂଦୀ ପରିଷଦର ଗୋଟିଏ ସଭା ଡାକିଲେ। ସେମାନେ କହିଲେ, “ଆମ୍ଭର କ’ଣ କରିବା ଉଚିତ୍? ଏହି ଲୋକ ବହୁତ ଆଶ୍ଚର୍ଯ୍ୟ କାର୍ଯ୍ୟ କରୁଛି। 48 ଯଦି ଆମ୍ଭେ ତାକୁ ଏଭଳି କାର୍ଯ୍ୟ କରିବା ପାଇଁ ଛାଡ଼ିଦେବା, ତାହାକୁ ସମସ୍ତେ ବିଶ୍ୱାସ କରିବେ। ତା’ପରେ ରୋମୀୟମାନେ ଆସି ଆମ ମନ୍ଦିର ଓ ଆମ୍ଭ ଜାତି ଉଭୟକୁ ନଷ୍ଟ କରିଦେବେ।”

49 ସେମାନଙ୍କ ମଧ୍ୟରୁ କୟାଫା ନାମକ ଜଣେ ବ୍ୟକ୍ତି ଥିଲେ। ସେ ସେହି ବର୍ଷପାଇଁ ମହାଯାଜକ ଥିଲେ। କୟାଫା କହିଲେ, “ତୁମ୍ଭେ ସବୁକିଛି ଜାଣି ନାହଁ। 50 ସମଗ୍ର ଜାତି ଧ୍ୱଂସ ପାଇବା ଅପେକ୍ଷା ଜଣେ ଲୋକ ଜନସାଧାରଣଙ୍କ ପାଇଁ ମରିବା ଉତ୍ତମ। କିନ୍ତୁ ତୁମ୍ଭେ ତାହା ଅନୁଭବ କରୁ ନାହଁ।”

51 ‌କୟାଫା ନିଜେ ସେହି କଥା ଭାବି ପାରି ନ ଥିଲେ। ଯେ ସେ ବାସ୍ତବରେ ଭବିଷ୍ୟ‌‌‌ଦ୍‌‌‌ବାଣୀ କରିଥିଲେ, ଯୀଶୁ ଯିହୂଦୀୟ ଜାତି ପାଇଁ ପ୍ରାଣ ଦେବେ। 52 ହଁ, ଯୀଶୁ ଯିହୂଦୀ ଲୋକମାନଙ୍କ ପାଇଁ ନିଜ ଜୀବନ ଦେବେ। କିନ୍ତୁ ସେ ପରମେଶ୍ୱରଙ୍କ ଅନ୍ୟ ସନ୍ତାନମାନଙ୍କ ପାଇଁ ମଧ୍ୟ ଜୀବନ ଦେବେ, ଯେଉଁମାନେ ଜଗତର ଗ୍ଭରିଆଡ଼େ ଛିନ୍ନଭିନ୍ନ ହୋଇ ରହିଛନ୍ତି। ସେମାନଙ୍କୁ ଏକାଠି କରିବା ପାଇଁ ଓ ସମସ୍ତଙ୍କୁ ଏକ କରିବା ପାଇଁ ଯୀଶୁ ମୃତ୍ୟୁ ଭୋଗ କରିବେ।

53 ସେହି ଦିନଠାରୁ ଯିହୂଦୀନେତାମାନେ ଯୀଶୁଙ୍କୁ ହତ୍ୟା କରିବା ପାଇଁ ଯୋଜନା କଲେ। 54 ତେଣୁ ଯୀଶୁ ଯିହୂଦୀମାନଙ୍କ ମଧ୍ୟରେ ଖୋଲାଖୋଲି ଭାବରେ ଯାତ୍ରା କରିବା ବନ୍ଦ କରିଦେଲେ। ସେ ଯିରୁଶାଲମ ଛାଡ଼ି ମରୁଭୂମି ପାଖଥିବା ଗୋଟିଏ ସ୍ଥାନକୁ ଗ୍ଭଲିଗଲେ। ସେହି ସହରର ନାମ ଏଫ୍ରୟିମ । ସେ ସେଠାରେ ନିଜ ଶିଷ୍ୟମାନଙ୍କ ସହିତ ରହିଲେ।

55 ଯିହୂଦୀମାନଙ୍କର ପବିତ୍ର ନିସ୍ତାରପର୍ବର ସମୟ ପାଖେଇ ଆସିଲା। ଅନେକ ଲୋକ ନିସ୍ତାରପର୍ବ ପୂର୍ବରୁ ଗ୍ରାମାଞ୍ଚଳରୁ କିଛି ଦିନ ଆଗରୁ ଯିରୁଶାଲମରେ ଆସି ପହଞ୍ଚିଲେ, ସେମାନେ ପର୍ବ ପାଇଁ ନିଜକୁ ପବିତ୍ର କରିବା ଉଦ୍ଦେଶ୍ୟରେ ବିଶେଷ କର୍ମ କରିବାକୁ ଗଲେ। 56 ସେମାନେ ଯୀଶୁଙ୍କୁ ଖୋଜିଲେ। ସେମାନେ ମନ୍ଦିର ପରିସରରେ ପରସ୍ପରକୁ ପଗ୍ଭରିଲେ, “ସେ କ’ଣ ନିସ୍ତାରପର୍ବକୁ ଆସୁଛନ୍ତି? ତୁମ୍ଭେ କ’ଣ ଭାବୁଛ?” 57 କିନ୍ତୁ ମହାଯାଜକ ଓ ଫାରୂଶୀମାନେ ଯୀଶୁଙ୍କ ସମ୍ବନ୍ଧରେ ଗୋଟିଏ ବିଶେଷ ଆଦେଶ ଦେଇଥିଲେ। ସେମାନେ ଘୋଷଣା କରିଥିଲେ ଯେ, ଯୀଶୁ କେଉଁଠାରେ ଅଛନ୍ତି ଏହା ଜାଣିଥିବା ବ୍ୟକ୍ତି ସଙ୍ଗେ ସଙ୍ଗେ ସେମାନଙ୍କୁ ଜଣାଇବ। ତେବେ ମୁଖ୍ୟ ଯାଜକ ଓ ଫାରୂଶୀମାନେ ଯୀଶୁଙ୍କୁ ବନ୍ଦୀ କରି ପାରିବେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center