New Testament in a Year
24 ଯିହୂଦୀମାନେ ଯୀଶୁଙ୍କ ଗ୍ଭରିପାଖେ ଘେରିଗଲେ। ସେମାନେ ପଗ୍ଭରିଲେ, “ତୁମ୍ଭେ କେତେ ସମୟ ପର୍ଯ୍ୟନ୍ତ ନିଜ ବିଷୟରେ ଆମ୍ଭକୁ ସନ୍ଦେହରେ ରଖିବ? ଯଦି ତୁମ୍ଭେ ନିଜେ ଖ୍ରୀଷ୍ଟ, ତେବେ ଆମ୍ଭକୁ ସ୍ପଷ୍ଟ ଭାବରେ କୁହ।”
25 ଯୀଶୁ ଉତ୍ତର ଦେଲେ, “ମୁଁ ତୁମ୍ଭକୁ କହି ସାରିଛି କିନ୍ତୁ ତୁମ୍ଭେ ବିଶ୍ୱାସ କରୁ ନାହଁ। ମୁଁ ମୋର ପରମପିତାଙ୍କ ନାମରେ ଅନେକ ଆଶ୍ଚର୍ଯ୍ୟକାର୍ଯ୍ୟ କରିଛି। ସେହି ଆଶ୍ଚର୍ଯ୍ୟକାର୍ଯ୍ୟ ସବୁ ଦର୍ଶାଏ ଯେ, ମୁଁ କିଏ। 26 କିନ୍ତୁ ତୁମ୍ଭେ ବିଶ୍ୱାସ କରୁ ନାହଁ, କାରଣ ତୁମ୍ଭେ ମୋର ମେଷ ନୁହଁ। 27 ମୋ’ ସ୍ୱର ମୋ’ ମେଷମାନେ ଶୁଣନ୍ତି। ମୁଁ ସେମାନଙ୍କୁ ଜାଣେ ଓ ସେମାନେ ମୋତେ ଅନୁସରଣ କରନ୍ତି। 28 ମୁଁ ନିଜ ମେଷମାନଙ୍କୁ ଅନନ୍ତ ଜୀବନ ଦିଏ। ସେମାନେ କଦାପି ମରିବେ ନାହିଁ। ସେମାନଙ୍କୁ ମୋ’ ହାତରୁ କେହି ଛଡ଼େଇ ନେଇ ପାରିବେ ନାହିଁ। 29 ମୋ’ ପରମପିତା ମୋତେ ମୋର ମେଷମାନଙ୍କୁ ଦେଇଛନ୍ତି। ସେ ସମସ୍ତଙ୍କଠାରୁ ମହାନ୍। ମୋ’ ପରମପିତାଙ୍କ ହାତରୁ କୌଣସି ଲୋକ ମୋ’ ମେଷ ଗ୍ଭେରି କରି ପାରିବ ନାହିଁ। 30 ପରମପିତା ଓ ମୁଁ ଏକ।”
31 ଯିହୂଦୀମାନେ ଯୀଶୁଙ୍କୁ ମାରିବା ପାଇଁ ପୁଣି ପଥର ଉଠେଇଲେ। 32 କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, “ମୁଁ ପରମପିତାଙ୍କ ନିର୍ଦ୍ଦେଶ ଅନୁସାରେ ବହୁତ ଆଶ୍ଚର୍ଯ୍ୟ କାର୍ଯ୍ୟ କରିସାରିଛି। ତୁମ୍ଭେ ସେସବୁ ଦେଖିଛ। ତେବେ କେଉଁ ଭଲ କାର୍ଯ୍ୟ ହେତୁ ତୁମ୍ଭେ ମୋତେ ହତ୍ୟା କରିବା ପାଇଁ ଚେଷ୍ଟା କରୁଛ?”
33 ଯିହୂଦୀମାନେ ଉତ୍ତର ଦେଲେ, “ଆମ୍ଭେ ତୁମ୍ଭକୁ କୌଣସି ଆଶ୍ଚର୍ଯ୍ୟ କାର୍ଯ୍ୟ କରିଥିବାରୁ ମାରୁ ନାହୁଁ। କିନ୍ତୁ ତୁମ୍ଭେ ଯାହା କହୁଛ, ତାହା ପରମେଶ୍ୱରଙ୍କ ବିରୁଦ୍ଧରେ କହୁଛ। ତୁମ୍ଭେ ଜଣେ ମନୁଷ୍ୟ ମାତ୍ର, କିନ୍ତୁ ତୁମ୍ଭେ ନିଜକୁ ପରମେଶ୍ୱର ସହିତ ସମାନ ବୋଲି କହୁଛ। ସେଥିପାଇଁ ଆମ୍ଭେ ତୁମ୍ଭକୁ ପଥରରେ ମାରି ଦେବା ପାଇଁ ଗ୍ଭହୁଁଛୁ।”
34 ଯୀଶୁ ଉତ୍ତର ଦେଲେ, “ତୁମ୍ଭ ବ୍ୟବସ୍ଥାରେ ଏହା ଲେଖା ଅଛି, ‘ଆମ୍ଭେ କହିଲୁ, ତୁମ୍ଭେମାନେ ଈଶ୍ୱରଗଣ।’ [a] 35 ଏହି ଧର୍ମଶାସ୍ତ୍ର କୁହେ ଯେ ଯେଉଁମାନେ ପରମେଶ୍ୱରଙ୍କର ବାର୍ତ୍ତା ଗ୍ରହଣ କରନ୍ତି, ସେମାନେ ଈଶ୍ୱରଗଣ। ଆଉ ଶାସ୍ତ୍ରର ବାକ୍ୟ ସର୍ବଦା ସତ୍ୟ। 36 ତେବେ ତୁମ୍ଭେ କାହିଁକି କହୁଛ ଯେ, ମୁଁ ଯାହା କହୁଛି ପରମେଶ୍ୱରଙ୍କ ବିରୁଦ୍ଧରେ କହୁଛି। କାରଣ ମୁଁ କହିଛି, ‘ମୁଁ ପରମେଶ୍ୱରଙ୍କର ପୁତ୍ର।’ ମୋତେ ପରମେଶ୍ୱର ବାଛିଛନ୍ତି ଓ ଏ ଜଗତକୁ ପଠାଇଛନ୍ତି।’ 37 ମୋର ପରମପିତା ଯାହା କରନ୍ତି, ମୁଁ ଯଦି ତାହା କରେ ନାହିଁ, ତେବେ ମୁଁ ଯାହା କୁହେ ତାହା ବିଶ୍ୱାସ କର ନାହିଁ। 38 କିନ୍ତୁ ଯଦି ମୋର ପରମପିତା ଯାହା କରନ୍ତି, ମୁଁ ତାହା କରୁଥାଏ, ତେବେ ତୁମ୍ଭେ ମୋ’ କାର୍ଯ୍ୟଗୁଡ଼ିକରେ ବିଶ୍ୱାସ ରଖିବା ଉଚିତ୍। ତୁମ୍ଭେ ମୋ’ଠାରେ ବିଶ୍ୱାସ ନ କଲେ ମଧ୍ୟ ମୋ’ କାର୍ଯ୍ୟରେ ବିଶ୍ୱାସ କରିବା ଉଚିତ୍। ତେବେ ତୁମ୍ଭେ ଜାଣି ପାରିବ ଓ ବୁଝି ପାରିବ ଯେ ପରମପିତା ମୋ’ଠାରେ ଅଛନ୍ତି ଓ ମୁଁ ତାହାଙ୍କଠାରେ ଅଛି।”
39 ଯିହୂଦୀମାନେ ଯୀଶୁଙ୍କୁ ଧରିବା ପାଇଁ ପୁଣି ଥରେ ଚେଷ୍ଟା କଲେ, କିନ୍ତୁ ସେ ସେମାନଙ୍କ ହାତରୁ ଖସିଗଲେ।
40 ତା’ପରେ ଯୀଶୁ ଯର୍ଦ୍ଦନ ନଦୀର ଅପର ପାର୍ଶ୍ୱରେ ପହଞ୍ଚିଲେ। ଯୋହନ ପ୍ରଥମେ ଯେଉଁଠାରେ ବାପ୍ତିସ୍ମ ଦେଉଥିଲେ, ସେ ସେହି ସ୍ଥାନକୁ ଆସିଲେ ଓ ସେଠାରେ ରହିଲେ। 41 ତାହାଙ୍କ ପାଖକୁ ଅନେକ ଲୋକ ଆସିଲେ। ଲୋକମାନେ କହିଲେ, “ଯୋହନ ଯଦ୍ୟପି କୌଣସି ଆଶ୍ଚର୍ଯ୍ୟ କାର୍ଯ୍ୟ କରି ନ ଥିଲେ, କିନ୍ତୁ ସେ ଏହି ଲୋକ ବିଷୟରେ ଯାହା କହିଥିଲେ, ତାହା ସବୁ ସତ୍ୟ।” 42 ସେଠାରେ ଯୀଶୁଙ୍କୁ ଅନେକ ଲୋକ ବିଶ୍ୱାସ କଲେ।
2010 by World Bible Translation Center