Print Page Options
Previous Prev Day Next DayNext

New Testament in a Year

Read the New Testament from start to finish, from Matthew to Revelation.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଯୋହନ ଲିଖିତ ସୁସମାଗ୍ଭର 10:1-23

ମେଷପାଳକ ଓ ତା’ର ମେଷ

10 ଯୀଶୁ କହିଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି, ଯଦି କୌଣସି ଲୋକ ମେଷଶାଳରେ ପ୍ରବେଶ କରେ, ତେବେ ସେ ଦ୍ୱାର ବାଟେ ଯିବା ଉଚିତ୍। ଯଦି ସେ ଅନ୍ୟ ବାଟ ଚଢ଼ି ଭିତରକୁ ଯାଏ, ତେବେ ସେ ଗ୍ଭେର। ସେ ନିଶ୍ଚୟ ମେଷ ଗ୍ଭେରି କରିବା ପାଇଁ ଚେଷ୍ଟା କରୁଛି। କିନ୍ତୁ ଯେଉଁ ଲୋକ ମେଷମାନଙ୍କର ଯତ୍ନ ନିଏ, ସେ ଫାଟକ ଭିତର ଦେଇ ଯାଏ। ସେ ହିଁ ମେଷପାଳକ। ଫାଟକ ଜଗୁଆଳୀ ମେଷପାଳକ ପାଇଁ ଫାଟକ ଖୋଲେ। ମେଷମାନେ ମେଷପାଳକର କଥା ଶୁଣନ୍ତି। ମେଷପାଳକ ତା’ର ମେଣ୍ଢାକୁ ନାମଧରି ଡାକେ ଓ ବାହାରେ ଚରାଏ। ସେ ସବୁ ମେଷମାନଙ୍କୁ ବାହାରକୁ ଆଣେ, ସେମାନଙ୍କ ଆଗେ ଆଗେ ଗ୍ଭଲେ ଓ ମେଷମାନେ ତାହାର ଅନୁସରଣ କରନ୍ତି, କାରଣ ମେଷମାନେ ତା’ର ସ୍ୱର ଜାଣନ୍ତି। କିନ୍ତୁ ମେଷମାନେ ଅପରିଚିତ ଲୋକର ଅନୁସରଣ କରନ୍ତି ନାହିଁ। ସେମାନେ ତା’ ପାଖରୁ ଦୌଡ଼ି ପଳାନ୍ତି, କାରଣ ସେମାନେ ଅପରିଚିତ ଲୋକର ସ୍ୱର ଚିହ୍ନନ୍ତି ନାହିଁ।”

ଯୀଶୁ ଲୋକମାନଙ୍କୁ ଏହି କାହାଣୀ କହିଲେ। କିନ୍ତୁ ଲୋକମାନେ ତାହାଙ୍କ ଏହି କାହାଣୀର ଅର୍ଥ ବୁଝି ପାରିଲେ ନାହିଁ।

ଯୀଶୁ ଉତ୍ତମ ମେଷପାଳକ

ତେଣୁ ଯୀଶୁ ଆଉଥରେ କହିଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି, ମୁଁ ହେଉଛି ମେଷମାନଙ୍କ ଫାଟକ। ମୋ’ ପୂର୍ବରୁ ଯେଉଁ ଲୋକମାନେ ଆସିଥିଲେ, ସେମାନେ ଗ୍ଭେର ଓ ଡକାୟତ। ମେଷମାନେ ସେମାନଙ୍କ କଥା ଶୁଣିଲେ ନାହିଁ। ମୁଁ ଫାଟକ। ଯେଉଁ ବ୍ୟକ୍ତି ମୋ’ (ଫାଟକ) ଦେଇ ପ୍ରବେଶ କରେ, ସେ ରକ୍ଷା ପାଇବ। ସେହି ଲୋକ ଭିତରକୁ ଆସିପାରିବ ଓ ବାହାରକୁ ଯାଇ ପାରିବ। ତା’ର ଯାହା ଦରକାର, ସେ ସବୁ ପାଇବ। 10 ଜଣେ ଗ୍ଭେର ଗ୍ଭେରି, ହତ୍ୟା ଓ ନଷ୍ଟ କରିବା ପାଇଁ ଆସେ। କିନ୍ତୁ ମୁଁ ସେମାନଙ୍କୁ ପୂର୍ଣ୍ଣ ଓ ଉତ୍ତମ ଜୀବନ ଦେବା ପାଇଁ ଆସିଛି।

11 “ମୁଁ ଉତ୍ତମ ମେଷପାଳକ। ଉତ୍ତମ ମେଷପାଳକ ମେଷମାନଙ୍କ ପାଇଁ ତା’ର ଜୀବନ ଦିଏ। 12 ମେଷ ରଖିବା ପାଇଁ ଯେଉଁ ମୂଲିଆକୁ ରଖାଯାଇଛି, ସେ ଲୋକ ମେଷପାଳକଠାରୁ ଭିନ୍ନ। ମେଷଗୁଡ଼ିକ ମୂଲିଆର ନୁହନ୍ତି। ତେଣୁ ସେ ଗଧିଆ ଆସିବା ଦେଖିଲେ ମେଷମାନଙ୍କୁ ଏକୁଟିଆ ଛାଡ଼ି ଦୌଡ଼ି ପଳାଏ। ତା’ପରେ ଗଧିଆ ମେଷମାନଙ୍କ ଉପରକୁ କୁଦାମାରେ ଓ ସେମାନଙ୍କୁ ଛିନ୍ନଭିନ୍ନ କରି ଦିଏ। 13 ସେ ଲୋକଟି ଦୌଡ଼ି ପଳାଏ, କାରଣ ସେ ମୂଲିଆ। ସେ ପ୍ରକୃତରେ ମେଷମାନଙ୍କର ଯତ୍ନ ନିଏ ନାହିଁ।

14 “ମୁଁ ମେଷପାଳକ ଯିଏ କି ମେଷମାନଙ୍କର ଯତ୍ନ ନିଏ। ମୁଁ ମୋର ମେଣ୍ଢାକୁ ଜାଣେ ଯେପରି, ପରମପିତା ମୋତେ ଜାଣନ୍ତି। 15 ମୁଁ ଯେପରି ପରମପିତାଙ୍କୁ ଜାଣେ, ସେହିପରି ମୋର ମେଷମାନେ ମୋତେ ଜାଣନ୍ତି। ମୁଁ ଏ ମେଷମାନଙ୍କ ପାଇଁ ଜୀବନ ଦିଏ। 16 ମୋର ଅନ୍ୟ ମେଷମାନେ ମଧ୍ୟ ଅଛନ୍ତି। ସେମାନେ ଏହି ପଲରେ ନାହାନ୍ତି। ମୁଁ ସେମାନଙ୍କୁ ମଧ୍ୟ ଆଣିବି। ସେମାନେ ମୋର ସ୍ୱର ଶୁଣିବେ। ଭବିଷ୍ୟତରେ ଗୋଟିଏ ପଲ ହେବ ଓ ସେ ପଲର ଜଣେ ମେଷପାଳକ ହେବେ। 17 ପରମପିତା ମୋତେ ପ୍ରେମ କରନ୍ତି କାରଣ ମୁଁ ମୋ’ ଜୀବନ ଦିଏ। ମୁଁ ଜୀବନ ଦିଏ, ଯେହେତୁ ମୁଁ ପୁନର୍ବାର ସେହି ଜୀବନ ଲାଭ କରିପାରେ। 18 ମୋ’ଠାରୁ କେହି ମୋ’ ଜୀବନ ନେଇ ପାରିବ ନାହିଁ। ମୁଁ ସ୍ୱେଚ୍ଛାରେ ମୋ’ ଜୀବନ ଦିଏ। ମୋର ଜୀବନ ଦେବାର ଅଧିକାର ଅଛି। ଏବଂ ମୋର ପୁନର୍ବାର ଜୀବନ ଫେରି ପାଇବାର ମଧ୍ୟ ଅଧିକାର ରହିଛି। ଏହି କଥା ମୋତେ ପରମପିତା କହିଛନ୍ତି।”

19 ଯୀଶୁଙ୍କର ଉକ୍ତ ସମସ୍ତ କଥା ଶୁଣିବା ପରେ ଯିହୂଦୀମାନଙ୍କ ମଧ୍ୟରେ ପୂନର୍ବାର ଭିନ୍ନ ମତ ପ୍ରକାଶ ପାଇଲା। 20 ସେମାନଙ୍କ ମଧ୍ୟରୁ ଅନେକ ଯିହୂଦୀ କହିଲେ, “ଜଣେ ଭୂତ ତା’ ଭିତରକୁ ଆସିଛି ଓ ତାହାଙ୍କୁ ପାଗଳ କରିଦେଇଛି। ଏ ଭଳି ଲୋକର କଥା ଶୁଣି ଲାଭ ନାହିଁ।”

21 କିନ୍ତୁ ଅନ୍ୟ ଯିହୂଦୀମାନେ କହିଲେ, “ନିଜ ଭିତରେ ଭୂତ ରହିଥିବା ଜଣେ ଲୋକ ଏଭଳି କଥା କହେ ନାହିଁ। ଗୋଟିଏ ଭୂତ କ’ଣ କେବେ ଅନ୍ଧ ଲୋକର ଆଖି ଭଲ କରି ଦେଇ ପାରିବ? ନା!”

ଯୀଶୁଙ୍କ ବିରୁଦ୍ଧରେ ଯିହୂଦୀମାନେ

22 ସେତେବେଳେ ଶୀତଋତୁ। ଯିରୁଶାଲମରେ ‘ମନ୍ଦିର ପ୍ରତିଷ୍ଠା’ ପର୍ବ ପଡ଼ିଲା। 23 ଯୀଶୁ ମନ୍ଦିରରେ ଶଲୋମନଙ୍କର ମଣ୍ଡପରେ ବୁଲୁ ଥିଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center