New Testament in a Year
28 ତେଣୁ ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ ମନୁଷ୍ୟପୁତ୍ରଙ୍କୁ ଊର୍ଦ୍ଧ୍ୱକୁ(ବଧକରିବାକୁ) ଉଠାଇବ। ସେତେବେଳେ ମୁଁ ଯେ ସେହି ବ୍ୟକ୍ତି ତାହା ତୁମ୍ଭେ ବୁଝି ପାରିବ। ମୁଁ ନିଜେ ଯାହା କରୁଛି, ଏସବୁ ମୋ’ ନିଜ ଅଧିକାରରୁ କରୁ ନାହିଁ, ପରମପିତା ମୋତେ ଯାହା ଶିକ୍ଷା ଦେଇଛନ୍ତି ସେହି କଥା ଯେ କେବଳ ମୁଁ କହୁଛି, ଏହା ତୁମ୍ଭେ ପରେ ଜାଣି ପାରିବ। 29 ମୋତେ ଯିଏ (ପରମେଶ୍ୱର) ପଠାଇଛନ୍ତି, ସେ ମୋ’ ସହିତ ଅଛନ୍ତି। ତାହାଙ୍କ ସନ୍ତୋଷଜନକ କାର୍ଯ୍ୟ ମୁଁ ସର୍ବଦା କରେ। ତେଣୁ ସେ ମୋତେ ଏକୁଟିଆ କରି ଛାଡ଼ି ନାହାନ୍ତି।” 30 ଯୀଶୁ ଏ କଥା କହିଲା ବେଳେ ତାହାଙ୍କୁ ଅନେକ ଲୋକ ବିଶ୍ୱାସ କଲେ।
ପାପରୁ ମୁକ୍ତି ପାଇବା ବିଷୟରେ ଯୀଶୁ କହିଲେ
31 ଯୀଶୁ ତାହାଙ୍କୁ ବିଶ୍ୱାସ କରୁଥିବା ଯିହୂଦୀମାନଙ୍କୁ କହିଲେ, “ଯଦି ତୁମ୍ଭେ ମୋର ଶିକ୍ଷା ସବୁବେଳେ ମାନି ଚଳିବ, ତେବେ ତୁମ୍ଭେ ମୋର ପ୍ରକୃତ ଶିଷ୍ୟ ହେବ। 32 ତୁମ୍ଭେ ସତ୍ୟକୁ ଜାଣିବ ଓ ସେହି ସତ୍ୟ ତୁମ୍ଭକୁ ମୁକ୍ତ କରିବ।”
33 ଯିହୂଦୀମାନେ ଉତ୍ତର ଦେଲେ, “ଆମ୍ଭେମାନେ ଅବ୍ରହାମଙ୍କ ବଂଶଧର। ଆମ୍ଭେ କେବେ ହେଲେ କ୍ରୀତଦାସ ହୋଇ ନାହୁଁ। ତେଣୁ ତୁମ୍ଭେ କାହିଁକି କହୁଛ ଯେ ଆମ୍ଭେ ମୁକ୍ତ ହେବୁ?”
34 ଯୀଶୁ ଉତ୍ତର ଦେଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି। ପ୍ରତ୍ୟେକ ପାପ କରୁଥିବା ଲୋକ ହେଉଛି ଜଣେ କ୍ରୀତଦାସ। ପାପ ତା’ର ପ୍ରଭୁ। 35 ଜଣେ କ୍ରୀତଦାସ ଗୋଟିଏ ପରିବାରରେ ସର୍ବଦା ରହେ ନାହିଁ। କିନ୍ତୁ ଜଣେ ପୁତ୍ର ଗୋଟିଏ ପରିବାରଭୁକ୍ତ ହୋଇ ସବୁବେଳେ ରୁହେ। 36 ତେଣୁ ଯଦି ସେହି ପୁତ୍ର ତୁମ୍ଭକୁ ମୁକ୍ତି ଦିଅନ୍ତି, ତେବେ ତୁମ୍ଭେ ପ୍ରକୃତରେ ମୁକ୍ତି ପାଇବ। 37 ମୁଁ ଜାଣେ ଯେ, ତୁମ୍ଭେ ଅବ୍ରହାମଙ୍କ ବଂଶଧର। କିନ୍ତୁ ତୁମ୍ଭେ ମୋତେ ହତ୍ୟା କରିବାକୁ ଗ୍ଭହଁ, ଯେହେତୁ ତୁମ୍ଭେ ମୋର ଉପଦେଶ ଗ୍ରହଣ କରିବା ପାଇଁ ଗ୍ଭହଁ ନାହିଁ। 38 ମୋତେ ପରମପିତା ଯାହା ଦେଖାଇଛନ୍ତି, ତାହା ମୁଁ ତୁମ୍ଭକୁ କହୁଛି। କିନ୍ତୁ ତୁମ୍ଭେମାନେ ତୁମ୍ଭ ପିତା ଯାହା କହିଛନ୍ତି ତାହା କରୁଛ।”
39 ଯିହୂଦୀମାନେ କହିଲେ, “ଅବ୍ରହାମ ଆମ୍ଭମାନଙ୍କର ପିତା।”
ଯୀଶୁ କହିଲେ, “ଯଦି ତୁମ୍ଭେ ପ୍ରକୃତରେ ଅବ୍ରହାମଙ୍କ ସନ୍ତାନ, ତେବେ ତୁମ୍ଭେମାନେ ଅବ୍ରହାମ କରିଥିବା କାର୍ଯ୍ୟମାନ କରିବ। 40 ମୁଁ ତୁମ୍ଭକୁ ପରମେଶ୍ୱରଙ୍କଠାରୁ ଶୁଣିଥିବା ସତ୍ୟ କଥା କହୁଛି। କିନ୍ତୁ ତୁମ୍ଭେମାନେ ମୋତେ ହତ୍ୟା କରିବା ପାଇଁ ଚେଷ୍ଟା କରୁଛ। ଅବ୍ରହାମ କିନ୍ତୁ ସେହିପରି କିଛି କରି ନ ଥିଲେ। 41 ତୁମ୍ଭେ ସବୁ ତୁମ୍ଭର ନିଜ ପିତା କରିଥିବା କାର୍ଯ୍ୟ ଗୁଡ଼ିକ କରୁଛ।”
କିନ୍ତୁ ଯିହୂଦୀମାନେ କହିଲେ, “ଆମ୍ଭେ ସେ ଭଳି ସନ୍ତାନ ନୋହୁଁ, ଯେଉଁମାନେ ତାହାଙ୍କ ପିତାଙ୍କ ପରିଚୟ ଜାଣନ୍ତି ନାହିଁ। ପରମେଶ୍ୱର ଆମ୍ଭର ପରମପିତା। ସେ ଆମ୍ଭର ଏକମାତ୍ର ପରମପିତା।”
42 ଯୀଶୁ ସେହି ଯିହୂଦୀମାନଙ୍କୁ କହିଲେ, “ଯଦି ପରମେଶ୍ୱର ପ୍ରକୃତରେ ତୁମ୍ଭର ପରମପିତା, ତେବେ ତୁମ୍ଭେ ମୋତେ ଭଲ ପାଇବା ଉଚିତ୍। ମୁଁ ପରମେଶ୍ୱରଙ୍କ ପାଖରୁ ଆସିଛି ଓ ବର୍ତ୍ତମାନ ମୁଁ ଏଠାରେ ଅଛି। ମୁଁ ମୋ’ କ୍ଷମତା ଅନୁସାରେ ଆସି ନାହିଁ। ପରମେଶ୍ୱର ମୋତେ ଏଠାକୁ ପଠାଇଛନ୍ତି। 43 ମୁଁ ଯାହାସବୁ କହୁଛି, ତାହା ତୁମ୍ଭେ ବୁଝି ପାରୁ ନାହଁ। ଏହାର କାରଣ ହେଲା ତୁମ୍ଭେ ମୋ’ ଉପଦେଶ ଗ୍ରହଣ କରି ପାରୁ ନାହଁ। 44 ଶୟତାନ ହେଉଛି ତୁମ୍ଭର ପିତା। ତୁମ୍ଭେ ତାହାର ଅଟ। ତୁମ୍ଭେ ତା’ର ଇଚ୍ଛା ଅନୁସାରେ କାର୍ଯ୍ୟ କରୁଛ। ପ୍ରଥମରୁ ସେ ଜଣେ ଖୁନି। ସେ ସର୍ବଦା ସତ୍ୟର ବିରୁଦ୍ଧ। ତା’ ଭିତରେ କୌଣସି ସତ୍ୟତା ନାହିଁ। ସେ ତା’ର ସ୍ୱଭାବରୁ ମିଛୁଆ। ସେ ମିଥ୍ୟାବାଦୀ, ସେ ମିଥ୍ୟାର ଜନ୍ମଦାତା।
45 “ମୁଁ ସତ୍ୟ କହେ। ସେଥିପାଇଁ ତୁମ୍ଭେ ମୋତେ ବିଶ୍ୱାସ କରୁ ନାହଁ। 46 ତୁମ୍ଭମାନଙ୍କ ମଧ୍ୟରୁ କେହି ଜଣେ ଏ କଥା ପ୍ରମାଣ କରି ପାରିବ ଯେ, ମୁଁ ପାପ ପାଇଁ ଦୋଷୀ? ଯଦି ମୁଁ ସତ୍ୟ କହେ, ତେବେ ମୋତେ କାହିଁକି ବିଶ୍ୱାସ କରୁ ନାହଁ? 47 ଯେଉଁ ଲୋକ ପରମେଶ୍ୱରଙ୍କର, ସେ ପରମେଶ୍ୱର ଯାହା କହନ୍ତି ଗ୍ରହଣ କରେ। କିନ୍ତୁ ତୁମ୍ଭେ ପରମେଶ୍ୱରଙ୍କ କଥା ଗ୍ରହଣ କରୁ ନାହଁ, କାରଣ ତୁମ୍ଭେ ପରମେଶ୍ୱରଙ୍କର ନୁହଁ।”
ଯୀଶୁ ନିଜ ବିଷୟରେ ଓ ଅବ୍ରହାମଙ୍କ ବିଷୟରେ କହିଲେ
48 ଯିହୂଦୀମାନେ ଉତ୍ତର ଦେଲେ, “ଆମ୍ଭେମାନେ କହୁଛୁ, ତୁମ୍ଭେ ଜଣେ ଶମିରୋଣୀୟ। ତୁମ୍ଭ ଭିତରେ ଗୋଟିଏ ଭୂତ ରହିଛି ଓ ସେ ତୁମ୍ଭକୁ ପାଗଳ କରି ଦେଇଛି। ଆମ୍ଭର ଏହି କଥା କ’ଣ ଠିକ୍ ନୁହେଁ କି?”
49 ଯୀଶୁ ଉତ୍ତର ଦେଲେ, “ମୋ’ ଭିତରେ ଭୂତ ନାହିଁ। ମୁଁ ମୋ’ ପରମପିତାଙ୍କୁ ସମ୍ମାନ ଦିଏ। କିନ୍ତୁ ତୁମ୍ଭେ ମୋତେ ସମ୍ମାନ ଦେଉ ନାହଁ। 50 ମୁଁ ନିଜେ ସମ୍ମାନ ପାଇବା ପାଇଁ ଚେଷ୍ଟା କରୁ ନାହିଁ। ମାତ୍ର ଜଣେ ଅଛନ୍ତି, ଯିଏ ମୋ’ ନିମନ୍ତେ ସମ୍ମାନ ଇଚ୍ଛା କରନ୍ତି। ସେ ହେଉଛନ୍ତି ବିଗ୍ଭରକର୍ତ୍ତା। 51 ମୁଁ ତୁମ୍ଭକୁ ସତ୍ୟ କହୁଛି, ଯଦି କେହି ମୋ’ ଉପଦେଶ ମାନେ, ତେବେ ସେ ଲୋକ କେବେ ମରିବ ନାହିଁ।”
52 ଯିହୂଦୀମାନେ ଯୀଶୁଙ୍କୁ କହିଲେ, “ଆମ୍ଭେ ବର୍ତ୍ତମାନ ଜାଣିଲୁ ଯେ, ତୁମ୍ଭ ଭିତରେ ଗୋଟିଏ ଭୂତ ଅଛି। ଏପରିକି ଅବ୍ରହାମ ମରିଥିଲେ ଓ ଭବିଷ୍ୟଦ୍ବକ୍ତାମାନେ ମଧ୍ୟ ମରିଥିଲେ। କିନ୍ତୁ ତୁମ୍ଭେ କହୁଛ, ‘ମୋ’ ଉପଦେଶ ମାନିବା ଲୋକ କଦାପି ମରିବ ନାହିଁ।’ 53 ତୁମ୍ଭେ କ’ଣ ଭାବୁଛ ଯେ ତୁମ୍ଭେ ଆମ୍ଭ ପିତା ଅବ୍ରହାମଙ୍କଠାରୁ ମହାନ୍? ଅବ୍ରହାମ ତ’ ମରିଗଲେ ଓ ଭବିଷ୍ୟଦ୍ବକ୍ତାମାନେ ମଧ୍ୟ ମରିଗଲେ। ତୁମ୍ଭେ ନିଜକୁ କିଏ ବୋଲି ଭାବୁଛ?”
54 ଯୀଶୁ ଉତ୍ତର ଦେଲେ, “ଯଦି ମୁଁ ନିଜକୁ ସମ୍ମାନ ଦିଅନ୍ତି, ତେବେ ସେ ସମ୍ମାନର କିଛି ମୂଲ୍ୟ ନାହିଁ। ମୋତେ ଯିଏ ସମ୍ମାନ ଦିଅନ୍ତି, ସେ ମୋର ପରିମପିତା। ଏବଂ ତୁମ୍ଭେମାନେ କହୁଛ, ସେ ତୁମ୍ଭର ପରମେଶ୍ୱର। 55 କିନ୍ତୁ ତୁମ୍ଭେ ତାହାଙ୍କୁ ପ୍ରକୃତରେ ଜାଣି ନାହଁ। ମୁଁ ତାହାଙ୍କୁ ଜାଣେ। ଯଦି ମୁଁ କହେ ଯେ, ମୁଁ ତାହାଙ୍କୁ ଜାଣେ ନାହିଁ, ତେବେ ମୁଁ ତୁମ୍ଭମାନଙ୍କ ଭଳି ମିଥ୍ୟାବାଦୀ ହେବି। କିନ୍ତୁ ମୁଁ ତାହାଙ୍କୁ ଅବଶ୍ୟ ଜାଣେ, ସେ ଯାହା କହନ୍ତି ମୁଁ ସେଗୁଡ଼ିକ ପାଳନ କରେ। 56 ମୋର ଆଗମନ ଦେଖି ପାରିବେ ବୋଲି ଆଶାକରି ତୁମ୍ଭ ପିତା ଅବ୍ରହାମ ବହୁତ ଖୁସୀ ହୋଇଥିଲେ। ସେ ସେହି ଦିନଟି ଦେଖିଲେ ଓ ଖୁସୀ ହେଲେ।”
57 ଯିହୂଦୀମାନେ ଯୀଶୁଙ୍କୁ କହିଲେ, “କ’ଣ ତୁମ୍ଭେ ଅବ୍ରହାମଙ୍କୁ କଦାପି ଦେଖି ନାହଁ! ତୁମ୍ଭର ବୟସ ତ ପଗ୍ଭଶ ବର୍ଷ ବି ନୁହେଁ।”
58 ଯୀଶୁ ଉତ୍ତର ଦେଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି, ଅବ୍ରହାମଙ୍କ ଜନ୍ମ ପୂର୍ବରୁ, ମୁଁ ନିଜେ ଅଛି।” 59 ଯୀଶୁ ଏ କଥା କହିବା ବେଳେ ଲୋକମାନେ ତାହାଙ୍କୁ ମାରିବା ପାଇଁ ପଥର ଉଠେଇଲେ। ମାତ୍ର ସେ ଲୁଚି ଗଲେ ଓ ପରେ ମନ୍ଦିର ପରିସରରୁ ବାହାରି ଗ୍ଭଲିଗଲେ।
2010 by World Bible Translation Center