New Testament in a Year
ପୋଖରୀ ପାଖରେ ଯୀଶୁ ଜଣେ ଲୋକକୁ ସୁସ୍ଥ କଲେ
5 ଏହା ପରେ ଯୀଶୁ ଯିହୂଦୀମାନଙ୍କର ଗୋଟିଏ ବିଶେଷ ପର୍ବ ଥିବାରୁ ସେ ଯିରୁଶାଲମକୁ ଗଲେ। 2 ଯିରୁଶାଲମରେ ପାଞ୍ଚୋଟି ମଣ୍ଡପ ଥିବା ଗୋଟିଏ ପୋଖରୀ ଥିଲା। ଯିହୂଦୀ ଭାଷାରେ ଏହାକୁ ବେଥ୍ସଦା ବା ଦୟାଗୃହ କହନ୍ତି। ଏହା ମେଷଦ୍ୱାର ପାଖରେ ଥିଲା। 3 ବହୁତ ଅସୁସ୍ଥ ଲୋକେ ପୋଖରୀ ପାଖ ମଣ୍ଡପ ଗୁଡ଼ିକରେ ପଡ଼ି ରହୁଥିଲେ। ସେମାନଙ୍କ ମଧ୍ୟରୁ କେତେକ ଅନ୍ଧ, ଛୋଟା ଓ ପକ୍ଷାଘାତଗ୍ରସ୍ତ ରୋଗୀ ଥିଲେ। 4 [a] ଏହାର କାରଣ, ଜଣେ ସ୍ୱର୍ଗଦୂତ ବେଳେବେଳ ଆସି ପୋଖରୀର ପାଣିକୁ ହଲାଉଥିଲେ। ସେତେବେଳେ ଯେଉଁ ରୋଗୀ ପ୍ରଥମେ ପାଣି ଭିତରକୁ ଯାଉଥିଲା, ସେ ସୁସ୍ଥ ହୋଇ ଯାଉଥିଲା। 5 ସେଠାରେ ଜଣେ ଲୋକ ପଡ଼ିରହିଥିଲା, ସେ ବିଗତ 38 ବର୍ଷଧରି ରୋଗଗ୍ରସ୍ତ ଥିଲା। 6 ଯୀଶୁ ସେହି ଲୋକକୁ ସେଠାରେ ପଡ଼ି ରହିଥିବା ଦେଖିଲେ। ସେ ଜାଣିଲେ ଯେ, ସେ ଲୋକଟି ବହୁତ ବର୍ଷ ହେଲାଣି ରୋଗରେ ପଡ଼ିଛି। ତେଣୁ ଯୀଶୁ ତାକୁ ପଗ୍ଭରିଲେ, “ତୁମ୍ଭେ କ’ଣ ସୁସ୍ଥ ହେବାକୁ ଗ୍ଭହଁ?”
7 ସେ ରୋଗୀଟି ଉତ୍ତର ଦେଲା, “ମହାଶୟ, ପାଣି ହଲିବା ସମୟରେ ପାଣି ଭିତରକୁ ଯିବାରେ ସାହାଯ୍ୟ କରିବା ପାଇଁ ମୋର କେହି ଲୋକ ନାହାନ୍ତି। ମୁଁ ପ୍ରଥମେ ପାଣି ଭିତରକୁ ଯିବା ପାଇଁ ଚେଷ୍ଟା କଲାବେଳେ ଅନ୍ୟ ଜଣେ ମୋ’ ପୂର୍ବରୁ ପାଣି ଭିତରକୁ ଗ୍ଭଲିଯାଆନ୍ତି।”
8 ତା’ପରେ ଯୀଶୁ କହିଲେ, “ଠିଆ ହୁଅ। ତୁମ୍ଭର ବିଛଣା ଉଠାଇ ଗ୍ଭଲ।” 9 ସଙ୍ଗେ ସଙ୍ଗେ ଲୋକଟି ସୁସ୍ଥ ହୋଇଗଲା। ସେ ତା’ ବିଛଣା ଉଠେଇ ଗ୍ଭଲିବାକୁ ଆରମ୍ଭ କଲା।
ଏହି ଘଟଣା ବିଶ୍ରାମବାରର ଦିନ ହୋଇଥିଲା। 10 ତେଣୁ ଯିହୂଦୀମାନେ ସୁସ୍ଥ ହୋଇଥିବା ଲୋକକୁ କହିଲେ, “ଆଜି ବିଶ୍ରାମବାର। ବିଶ୍ରାମବାରରେ ତୁମ୍ଭେ ବିଛଣା ବୋହି ନେଇ ଯିବା ଆମ୍ଭର ନିୟମ ବିରୁଦ୍ଧ କାର୍ଯ୍ୟ।”
11 କିନ୍ତୁ ଲୋକଟି କହିଲା, “ମୋତେ ଯିଏ ସୁସ୍ଥ କଲେ, ସେ ମୋତେ କହିଲେ ‘ତୁମ୍ଭର ବିଛଣା ନିଅ ଓ ଗ୍ଭଲ।’”
12 ଯିହୂଦୀମାନେ ସେ ଲୋକକୁ ପଗ୍ଭରିଲେ, “ଯିଏ ତୁମ୍ଭକୁ ଆଜି ବିଛଣା ଉଠେଇ ଗ୍ଭଲିବାକୁ କହିଲା, ସେ କିଏ?”
13 କିନ୍ତୁ ସୁସ୍ଥ ହୋଇଥିବା ଲୋକଟି, ସେ ବ୍ୟକ୍ତିଟି କିଏ ତାହା ଜାଣି ନ ଥିଲା। ସେହି ଜାଗାରେ ବହୁତ ଲୋକଥିଲେ ଓ ଯୀଶୁ ସେଠାରୁ ଗ୍ଭଲି ଯାଇଥିଲେ।
14 ପରେ ଯୀଶୁ ସେହି ଲୋକକୁ ମନ୍ଦିର ପରିସରରେ ଦେଖିଲେ। ସେ ତାକୁ କହିଲେ, “ଦେଖ, ତୁମ୍ଭେ ବର୍ତ୍ତମାନ ସୁସ୍ଥ ହୋଇ ଯାଇଛ। ତେଣୁ ତୁମ୍ଭେ ଆଉ ପାପ କର ନାହିଁ। ଯଦି ତୁମ୍ଭେ ପାପ କରିବ, ତେବେ ତୁମ୍ଭର ଏହାଠାରୁ ଅଧିକ କ୍ଷତି ହୋଇପାରେ।”
15 ତା’ପରେ ଲୋକଟି ସେହି ଯିହୂଦୀମାନଙ୍କ ପାଖକୁ ଗଲା। ସେ ସେମାନଙ୍କୁ କହିଲା ଯେ ଯୀଶୁ ତାକୁ ସୁସ୍ଥ କରିଛନ୍ତି।
16 ଯୀଶୁ ବିଶ୍ରାମବାରରେ ଏହିସବୁ (ସୁସ୍ଥ) କାର୍ଯ୍ୟ କରୁଥିଲେ। ତେଣୁ ଯିହୂଦୀମାନେ ଯୀଶୁଙ୍କ ପ୍ରତି ଖରାପ ବ୍ୟବହାର କରିବା ଆରମ୍ଭ କଲେ। 17 କିନ୍ତୁ ଯୀଶୁ ଯିହୂଦୀମାନଙ୍କୁ କହିଲେ, “ମୋର ପିତା ସର୍ବଦା କାର୍ଯ୍ୟରତ, ଅତଏବ ମୁଁ ମଧ୍ୟ କାର୍ଯ୍ୟ କରେ।”
18 ଏଥିପାଇଁ ଯିହୂଦୀ ନେତାମାନେ ତାହାଙ୍କୁ ହତ୍ୟା କରିବା ପାଇଁ ଆହୁରି ଅଧିକ ଚେଷ୍ଟା କଲେ। ଯିହୂଦୀମାନେ କହିଲେ, “ପ୍ରଥମେ ଯୀଶୁ ବିଶ୍ରାମବାରର ନିୟମ ଭାଙ୍ଗିଲେ। ତା’ପରେ ସେ ପରମେଶ୍ୱରଙ୍କୁ ନିଜର ପିତା ବୋଲି କହିଲେ। ସେ ନିଜକୁ ପରମେଶ୍ୱରଙ୍କ ସହିତ ସମାନ କଲେ।”
ଯୀଶୁଙ୍କଠାରେ ପରମେଶ୍ୱରଙ୍କ ଶକ୍ତି ଅଛି
19 କିନ୍ତୁ ଯୀଶୁ କହିଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି, ପୁତ୍ର ଏକାକୀ କିଛି କରି ପାରନ୍ତି ନାହିଁ। ଯାହା ତାହାଙ୍କ ପିତା କରୁଥିବା ପୁତ୍ର ଦେଖନ୍ତି, ସେ ତାହା ହିଁ କରନ୍ତି କାରଣ ପିତା ଯାହା କରନ୍ତି ପୁତ୍ର ମଧ୍ୟ ସେହିସବୁ କରନ୍ତି। 20 ପିତା ପୁତ୍ରକୁ ପ୍ରେମ କରନ୍ତି। ପିତା ନିଜେ କରିଥିବା ପ୍ରତ୍ୟେକ କାର୍ଯ୍ୟ ପୁତ୍ରକୁ ଦେଖାନ୍ତି। ଏହି ରୋଗୀଟି ସୁସ୍ଥ ହୋଇଗଲା। ଆଉ ତୁମ୍ଭେମାନେ ଯେପରି ଆଶ୍ଚର୍ଯ୍ୟାନ୍ୱିତ ହୁଅ, ଏ ନିମନ୍ତେ ପିତା ପୁତ୍ରଙ୍କୁ ଏହାଠାରୁ ଆହୁରି ମହତ୍ କର୍ମ ଦେଖାଇବେ। 21 ପରମପିତା ମୃତ ଲୋକଙ୍କୁ ଉଠାନ୍ତି ଓ ସେମାନଙ୍କୁ ଜୀବନ ଦାନ କରନ୍ତି। ଠିକ୍ ସେହିପରି ପୁତ୍ର ମଧ୍ୟ ନିଜ ଇଚ୍ଛାନୁସାରେ ଲୋକଙ୍କୁ ଜୀବନ ଦାନ କରନ୍ତି।
22 “ପିତା କାହାର ବିଗ୍ଭର କରନ୍ତି ନାହିଁ। କିନ୍ତୁ ସେ ପୁତ୍ରଙ୍କୁ ବିଗ୍ଭର କରିବାର ସମସ୍ତ କ୍ଷମତା ଅର୍ପଣ କରିଛନ୍ତି। 23 ଈଶ୍ୱର ଏହା କଲେ କାରଣ ସମସ୍ତେ ପିତାଙ୍କୁ ଯେପରି ସମ୍ମାନ ଦେଉଛନ୍ତି, ସେହିପରି ପୁତ୍ରଙ୍କୁ ମଧ୍ୟ ସମ୍ମାନ ଦେବେ। ଯଦି କୌଣସି ଲୋକ ପୁତ୍ରକୁ ସମ୍ମାନ ଦିଏ ନାହିଁ, ତେବେ ସେ ପିତାଙ୍କୁ ମଧ୍ୟ ସମ୍ମାନ ଦିଏ ନାହିଁ। ପିତା ପୁତ୍ରକୁ ପଠାଇଛନ୍ତି।
24 “ମୁଁ ତୁମ୍ଭକୁ ସତ୍ୟ କହୁଛି ଯେ, ଯଦି କୌଣସି ବ୍ୟକ୍ତି ମୋର କହିବା କଥା ଶୁଣେ ଓ ମୋତେ ଯିଏ ପଠାଇଛନ୍ତି ତାହାଙ୍କଠାରେ ବିଶ୍ୱାସ କରେ, ତେବେ ସେ ବ୍ୟକ୍ତି ଅନନ୍ତ ଜୀବନ ଲାଭ କରିଅଛି। ସେ ବ୍ୟକ୍ତି ଦୋଷୀ ବୋଲି ବିଗ୍ଭରିତ ହେବ ନାହିଁ। ସେ ମୃତ୍ୟୁକୁ ପାର ହୋଇ ଜୀବନ ଭିତରେ ପ୍ରବେଶ କରି ସାରିଛି।
2010 by World Bible Translation Center