New Testament in a Year
ଜଣେ ଶମିରୋଣୀୟା ସ୍ତ୍ରୀ ସହିତ ଯୀଶୁଙ୍କର କଥାବାର୍ତ୍ତା
4 ଯୋହନଙ୍କ ଅପେକ୍ଷା ଯୀଶୁ ଅଧିକ ଶିଷ୍ୟ କରୁଥିବାର ଓ ବାପ୍ତିଜିତ ଦେଉଥିବାର ଖବର ଫାରୂଶୀମାନେ ଶୁଣିଲେ। 2 କିନ୍ତୁ ଯୀଶୁ ପ୍ରକୃତରେ ଲୋକମାନଙ୍କୁ ବାପ୍ତିସ୍ମ ଦେଉ ନ ଥିଲେ। ତାହାଙ୍କ ଶିଷ୍ୟମାନେ ତାହାଙ୍କ ପାଇଁ ଲୋକଙ୍କୁ ବାପ୍ତିସ୍ମ ଦେଉଥିଲେ। ଯୀଶୁ ଜାଣିଥିଲେ ଯେ ଫାରୂଶୀମାନେ ତାହାଙ୍କ ସମ୍ବନ୍ଧରେ ଶୁଣିଛନ୍ତି। 3 ତେଣୁ ସେ ସେତେବେଳେ ଯିହୂଦା ପ୍ରଦେଶ ଛାଡ଼ି ପୁଣି ଥରେ ଗାଲିଲୀକୁ ଗ୍ଭଲିଗଲେ। 4 ଯୀଶୁ ଗାଲିଲୀ ଗଲାବେଳେ ତାହାଙ୍କୁ ଶମିରୋଣ ଅଞ୍ଚଳ ବାଟ ଦେଇ ଯିବାକୁ ହେଲା।
5 ଯୀଶୁ ଶମିରୋଣର ସୁଖାରରେ ଆସି ପହଞ୍ଚିଲେ। ଏହି ନଗରଟି ଯାକୁବ ତାହାଙ୍କ ପୁତ୍ର ଯୋଷେଫଙ୍କୁ ଦେଇଥିବା ଜମି ପାଖରେ ଥିଲା। 6 ଯାକୁବଙ୍କ କୂଅ ସେଠାରେ ଥିଲା। ଯୀଶୁ ଗ୍ଭଲି ଗ୍ଭଲି କ୍ଳାନ୍ତ ହୋଇ ପଡ଼ିଥିଲେ। ତେଣୁ ସେ କୂଅ ପାଖରେ ବସି ପଡ଼ିଲେ। ଏହା ମଧ୍ୟାହ୍ନ ସମୟ ଥିଲା। 7 ସେତିକିବେଳେ ଜଣେ ଶମିରୋଣୀୟା ସ୍ତ୍ରୀ ସେହି କୂଅରୁ ପାଣି ନେବା ପାଇଁ ଆସିଲା। ଯୀଶୁ ତାକୁ କହିଲେ, “ମୋତେ ଦୟାକରି ମୁନ୍ଦେ ପାଣି ପିଇବାକୁ ଦିଅ।” 8 ସେ ସମୟରେ ତାହାଙ୍କ ଶିଷ୍ୟମାନେ କିଛି ଖାଦ୍ୟ କିଣିବା ପାଇଁ ନଗରକୁ ଯାଇଥିଲେ।
9 ସେହି ଶମିରୋଣୀୟା ସ୍ତ୍ରୀ ଜଣକ ତାହାଙ୍କୁ କହିଲା, “ମୁଁ ଆଶ୍ଚର୍ଯ୍ୟ ହେଉଛି ଯେ, ଆପଣ ମୋତେ ପାଣି ପିଇବାକୁ ମାଗୁଛନ୍ତି। ଆପଣ ଜଣେ ଯିହୂଦୀ ଓ ମୁଁ ଜଣେ ଶମିରୋଣୀୟା ସ୍ତ୍ରୀ।” ଯିହୂଦୀମାନେ ଶମିରୋଣୀୟଙ୍କ ସହିତ ବନ୍ଧୁତା କରନ୍ତି ନାହିଁ।
10 ଯୀଶୁ ଉତ୍ତର ଦେଲେ, “ତୁମ୍ଭେ ପରମେଶ୍ୱର ଦେଉଥିବା ଜିନିଷ ବିଷୟରେ ଜାଣି ନାହଁ। ତୁମ୍ଭକୁ ଜଳ ମାଗୁଥିବା ବ୍ୟକ୍ତି, ଅର୍ଥାତ ମୁଁ କିଏ ତାହା ମଧ୍ୟ ତୁମ୍ଭେ ଜାଣି ନାହଁ। ତୁମ୍ଭେ ଯଦି ଏସବୁ କଥା ଜାଣିଥା’ନ୍ତ ତେବେ ତୁମ୍ଭେ ମୋତେ ମାଗନ୍ତ ଓ ମୁଁ ତୁମ୍ଭକୁ ଜୀବନ୍ତ ଜଳ ଦିଅନ୍ତି।”
11 ସେହି ସ୍ତ୍ରୀଲୋକଟି କହିଲା, “ମହାଶୟ, ଆପଣ କେଉଁଠାରୁ ସେହି ଜୀବନ୍ତ ଜଳ ପାଇବେ? କୂଅତ ଅତି ଗଭୀର ଓ ପାଣି କାଢ଼ିବା ପାଇଁ ଆପଣଙ୍କ ପାଖରେ କିଛି ନାହିଁ। 12 ଆପଣ କ’ଣ ଆମ ପୂର୍ବପୁରୁଷ ଯାକୁବଙ୍କଠାରୁ ଶ୍ରେଷ୍ଠ? ଯାକୁବ ହିଁ ଆମ୍ଭକୁ ଏହି କୂଅ ଦେଇଥିଲେ। ସେ ନିଜେ ଏହି କୂଅରୁ ଜଳ ପିଉଥିଲେ, ତାହାଙ୍କର ପୁତ୍ରମାନେ ଓ ସବୁ ପଶୁମାନେ ମଧ୍ୟ ଏହି କୂଅରୁ ଜଳ ପିଉଥିଲେ।”
13 ଯୀଶୁ ଉତ୍ତର ଦେଲେ, “ପ୍ରତ୍ୟେକ ଲୋକ ଏହି ଜଳ ପାନ କରିବା ପରେ ପୁଣି ତୃଷାର୍ତ୍ତ ହେବ। 14 କିନ୍ତୁ ମୁଁ ଯେଉଁ ଜଳ ପିଇବାକୁ ଦେବି, ତାହା ଯେଉଁ ଲୋକ ପିଇବ ସେ କଦାପି ତୃଷାର୍ତ୍ତ ହେବ ନାହିଁ। ମୁଁ ତାହାଙ୍କୁ ଯେଉଁ ଜଳ ଦେବି, ତାହା ଅନନ୍ତ ଜୀବନ ଜଳର ଝର ସ୍ୱରୁପେ ସର୍ବଦା ପ୍ରବାହିତ ହେବ।”
15 ସେ ସ୍ତ୍ରୀଲୋକଟି ଯୀଶୁଙ୍କୁ କହିଲା, “ମହାଶୟ, ମୋତେ ସେହି ଜଳ ଦିଅନ୍ତୁ। ମୁଁ ଆଉ ଯେପରି ଆଉ କେବେ ତୃଷାର୍ତ୍ତ ହେବି ନାହିଁ। ମୋତେ ଏଠାକୁ ଆଉ କେବେ ଜଳ ନେବା ପାଇଁ ଆସିବାକୁ ପଡ଼ିବ ନାହିଁ।”
16 ଯୀଶୁ ତାକୁ କହିଲେ, “ଯାଅ, ତୁମ୍ଭ ସ୍ୱାମୀଙ୍କୁ ଡାକି ଏଠାକୁ ଆସ।”
17 ସ୍ତ୍ରୀଲୋକଟି କହିଲା, “କିନ୍ତୁ ମୋର ସ୍ୱାମୀ ନାହିଁ।”
ଯୀଶୁ କହିଲେ, “ଠିକ୍ କଥା କହିଛ ତୁମ୍ଭର ସ୍ୱାମୀ ନାହିଁ। 18 ପ୍ରକୃତରେ ତୁମ୍ଭର ପାଞ୍ଚ ଜଣ ସ୍ୱାମୀ ଥିଲେ। ତୁମ୍ଭେ ବର୍ତ୍ତମାନ ଯେଉଁ ଲୋକ ସହିତ ରହିଛ, ସେ ତୁମ୍ଭର ସ୍ୱାମୀ ନୁହେଁ। ତୁମ୍ଭେ ମୋତେ ସତ୍ୟ କହିଲ।”
19 ସ୍ତ୍ରୀଲୋକଟି କହିଲା, “ମହାଶୟ, ମୁଁ ଜାଣିପାରୁଛି, ଆପଣ ଜଣେ ଭବିଷ୍ୟଦ୍ବକ୍ତା। 20 ଆମ୍ଭର ପିତୃପୁରୁଷମାନେ ଏହି ପର୍ବତରେ ଉପାସନା କରୁଥିଲେ। କିନ୍ତୁ ଯିହୂଦୀମାନେ କୁହନ୍ତି ଯେ ଯିରୁଶାଲମ ହେଉଛି ଉପାସନା କରିବା ନିମନ୍ତେ ଯଥାର୍ଥ ସ୍ଥାନ।”
21 ଯୀଶୁ ତାହାକୁ କହିଲେ, “ହେ ନାରୀ, ମୋତେ ବିଶ୍ୱାସ କର। ଏପରି ସମୟ ଆସୁଛି ଯେତେବେଳେ ତୁମ୍ଭେମାନେ ପରମପିତାଙ୍କର ଉପାସନା ଏ ପର୍ବତରେ କି ଯିରୁଶାଲମରେ କରିବ ନାହିଁ। 22 ତୁମ୍ଭେ ଶମିରୋଣୀୟମାନେ କିଛି ନ ଜାଣି ନ ବୁଝି ଉପାସନା କର। କିନ୍ତୁ ଆମ୍ଭେ ଯିହୂଦୀମାନେ କାହାକୁ ଉପାସନା କରୁ, ସବୁ ଜାଣୁ। ଯିହୂଦୀମାନଙ୍କଠାରୁ ପରିତ୍ରାଣ ଏ ଜଗତକୁ ଆସେ। 23 ଏପରି ସମୟ ଆସୁଛି, ଯେତେବେଳେ ପ୍ରକୃତ ଉପାସକମାନେ ପରମପିତାଙ୍କୁ ଆତ୍ମା ଓ ସତ୍ୟରେ ଉପାସନା କରିବେ। ସେହି ସମୟ ବର୍ତ୍ତମାନ ଉପସ୍ଥିତ। ସେହିଭଳି ଲୋକମାନଙ୍କୁ, ପରମପିତା ନିଜର ଉପାସକ ରୂପେ ଗ୍ରହଣ କରିବାକୁ ଗ୍ଭହାନ୍ତି। 24 ପରମେଶ୍ୱର ହିଁ ଆତ୍ମା। ତେଣୁ ପରମେଶ୍ୱରଙ୍କ ଉପାସନା କରୁଥିବା ଲୋକମାନେ ଆତ୍ମା ଓ ସତ୍ୟ ସହିତ ତାହାଙ୍କର ଉପାସନା କରିବା ଉଚିତ୍।”
25 ସେହି ସ୍ତ୍ରୀଲୋକଟି କହିଲା, “ମୁଁ ଜାଣେ ଯେ ମଶୀହ ଆସୁଛନ୍ତି।” “ଯେତେବେଳେ ମଶୀହ ଆସିବେ, ସେତେବେଳେ ସେ ଆମ୍ଭମାନଙ୍କୁ ସବୁ କଥା ବୁଝାଇ ଦେବେ।”
26 ଯୀଶୁ ତାହାକୁ କହିଲେ, “ଯେଉଁ ଲୋକ ବର୍ତ୍ତମାନ ତୁମ୍ଭ ସହିତ କଥାବାର୍ତ୍ତା କରୁଛି। ସେ ନିଜେ ମଶୀହ ଅଟେ।”
27 ସେହି ସମୟରେ ଯୀଶୁଙ୍କର ଶିଷ୍ୟମାନେ ନଗରରୁ ଫେରିଲେ। ସେମାନେ ଯୀଶୁଙ୍କୁ ଗୋଟିଏ ସ୍ତ୍ରୀଲୋକ ସହିତ କଥା ହେବା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। କିନ୍ତୁ କେହି ତାହାଙ୍କୁ ଏପରି କିଛି ପ୍ରଶ୍ନ ପଗ୍ଭରିଲେ ନାହିଁ, “ତୁମ୍ଭେ କ’ଣ ଗ୍ଭହଁ?” କିମ୍ବା “ତୁମ୍ଭେ କାହିଁକି ତା’ ସହିତ କଥାବାର୍ତ୍ତା ହେଉଛ?”
28 ତା’ପରେ ସେ ସ୍ତ୍ରୀଲୋକ ତା କଳସୀ ପାଣି ଛାଡ଼ି ନଗରକୁ ଗ୍ଭଲିଗଲା। ସେଠାରେ ପହଞ୍ଚି ସେ ଲୋକମାନଙ୍କୁ କହିଲା, 29 “ମୁଁ ଯାହାକିଛି କରିଛି, ପ୍ରତ୍ୟେକ କଥା ମୋତେ ଜଣେ ଲୋକ କହିଦେଲେ। ତୁମ୍ଭେ ସେହି ଲୋକକୁ ଦେଖିବ ଆସ। ସେ ବୋଧେ ଖ୍ରୀଷ୍ଟ ହୋଇ ପାରନ୍ତି।” 30 ତେଣୁ ଲୋକମାନେ ନଗର ଛାଡ଼ି ଯୀଶୁଙ୍କୁ ଦେଖିବାକୁ ଗଲେ।
2010 by World Bible Translation Center