New Testament in a Year
19 ଲୋକମାନଙ୍କର ବିଗ୍ଭର ଏହି ବିଷୟ ଦ୍ୱାରା ହୁଏ: ସେହି ଆଲୋକ ଜଗତକୁ ଆସିଲେ, କିନ୍ତୁ ଲୋକେ ସେହି ଆଲୋକ ଗ୍ଭହିଁଲେ ନାହିଁ, ସେମାନେ ଅନ୍ଧକାର ଗ୍ଭହିଁଲେ, କାରଣ ସେମାନେ ମନ୍ଦକାର୍ଯ୍ୟରେ ରତଥିଲେ। 20 ମନ୍ଦକାର୍ଯ୍ୟ କରୁଥିବା ପ୍ରତ୍ୟେକ ଲୋକ ଆଲୋକକୁ ଘୃଣା କରେ। ସେ କେବେ ଆଲୋକକୁ ଆସିବ ନାହିଁ କାରଣ ଆଲୋକ ତା’ର କୃତ ସମସ୍ତ ମନ୍ଦକାର୍ଯ୍ୟ ଗୁଡ଼ିକୁ ଦେଖାଇ ଦେବ। 21 କିନ୍ତୁ ଯେଉଁ ଲୋକ ସତ୍ୟପଥ ଅନୁସରଣ କରେ, ସେ ଆଲୋକ ନିକଟକୁ ଆସେ। ତା’ପରେ ଆଲୋକ ସ୍ପଷ୍ଟ ଦେଖାଇ ଦେବ ଯେ ସେ ଲୋକ ଯେଉଁ କାର୍ଯ୍ୟ କରିଛି ତାହା ସେ ପରମେଶ୍ୱରଙ୍କ ମାଧ୍ୟମରେ କରିଛି। [a]
ଯୀଶୁ ଏବଂ ବାପ୍ତିଜକ ଯୋହନ
22 ଏହା ପରେ ଯୀଶୁ ଓ ତାହାଙ୍କର ଶିଷ୍ୟମାନେ ଯିହୂଦା ଅଞ୍ଚଳକୁ ଗଲେ। ସେଠାରେ ଯୀଶୁ ତାହାଙ୍କ ଶିଷ୍ୟମାନଙ୍କ ସହିତ ରହି ଲୋକଙ୍କୁ ବାପ୍ତିସ୍ମ [b] ଦେଲେ। 23 ଯୋହନ ମଧ୍ୟ ଏନୋନ ଗ୍ରାମରେ ଲୋକମାନଙ୍କୁ ବାପ୍ତିଜିତ ଦେଉଥିଲେ। ଏନୋନ ଶାଲମ ନଗର ନିକଟବର୍ତ୍ତୀ। ସେଠାରେ ପ୍ରଚୁର ଜଳ ଥିବାରୁ ଯୋହନ ସେଠାରେ ବାପ୍ତିସ୍ମ ଦେଉଥିଲେ। ଲୋକମାନେ ସେଠାକୁ ବାପ୍ତିଜିତ ହେବା ପାଇଁ ଯାଉଥିଲେ। 24 ଯୋହନ କାରାଗାରରେ ବନ୍ଦୀ ହେବା ପୂର୍ବରୁ ଏସବୁ ଘଟିଥିଲା।
25 ଯୋହନଙ୍କର କେତେକ ଶିଷ୍ୟଙ୍କର ସହିତ ଜଣେ ଯିହୂଦୀଙ୍କର ଯୁକ୍ତିତର୍କ ହେଲା। ସେମାନେ ତାହାଙ୍କ ସହିତ ଧର୍ମସଂକ୍ରାନ୍ତୀୟ ଶୁଚିକରଣ ବିଷୟରେ ତର୍କ କରୁଥିଲେ। 26 ତେଣୁ ଶିଷ୍ୟମାନେ ଆସି ଯୋହନଙ୍କୁ କହିଲେ, “ହେ ଗୁରୁ, ତୁମ୍ଭ ସହିତ ଯର୍ଦ୍ଦନ ନଦୀର ଆର ପାରିରେ ଯେଉଁ ଲୋକ ଥିଲେ, ତାହାଙ୍କୁ ମନେ ପକାଅ। ତୁମ୍ଭେ ସେହି ଲୋକ ବିଷୟରେ ଲୋକମାନଙ୍କୁ କହିଥିଲ। ସେହି ଲୋକ ବାପ୍ତିସ୍ମ ଦେଉଛନ୍ତି ଓ ଅନେକ ଲୋକ ତାହାଙ୍କ ପାଖକୁ ଯାଉଛନ୍ତି।”
27 ଯୋହନ ଉତ୍ତର ଦେଲେ, “ପରମେଶ୍ୱର ଗୋଟିଏ ଲୋକକୁ ଯାହା ଦିଅନ୍ତି, ସେ କେବଳ ସେତିକି ପାଏ। 28 ତୁମ୍ଭେମାନେ ନିଜେ ମୋର କହିବା ଶୁଣିଛ ଯେ ‘ମୁଁ ଖ୍ରୀଷ୍ଟ ନୁହେଁ। ତାହାଙ୍କ ପାଇଁ ପଥ ତିଆରି କରିବା ଉଦ୍ଦେଶ୍ୟରେ ଈଶ୍ୱର ମୋତେ ପଠାଇଛନ୍ତି।’ 29 କନ୍ୟା କେବଳ ବରର। ବରକୁ ସାହାଯ୍ୟ କରୁଥିବା ବନ୍ଧୁ ବର ଆସିବା ପର୍ଯ୍ୟନ୍ତ ଶୁଣେ ଓ ଅପେକ୍ଷା କରେ। ବରର ସ୍ୱର ଶୁଣି ସେହି ବନ୍ଧୁ ବହୁତ ଖୁସୀ ହୁଏ। ମୁଁ ଏବେ ସେହିଭଳି ଆନନ୍ଦ ପାଉଛି। ଏହା ମୋର ଆନନ୍ଦର ସମୟ। 30 ଯୀଶୁଙ୍କର ଅବଶ୍ୟ ବୃଦ୍ଧି ହେଉ। ଏବଂ ମୋର ପ୍ରୟୋଜନୀୟତା ଅବଶ୍ୟ କମି ଯାଉ।
ସ୍ୱର୍ଗରୁ ଆସିବା ଜଣେ ବ୍ୟକ୍ତି
31 “ସ୍ୱର୍ଗରୁ ଆସିଥିବା ବ୍ୟକ୍ତି ଅନ୍ୟ ଲୋକମାନଙ୍କ ଅପେକ୍ଷା ଶ୍ରେଷ୍ଠ। ପୃଥିବୀରୁ ଆସିଥିବା ବ୍ୟକ୍ତି ପୃଥିବୀର ଅଟନ୍ତି। ସେହି ବ୍ୟକ୍ତି ପୃଥିବୀରେ ଥିବା ବସ୍ତୁ ବିଷୟରେ କହନ୍ତି। କିନ୍ତୁ ଯେଉଁ ବ୍ୟକ୍ତି ସ୍ୱର୍ଗରୁ ଆସନ୍ତି, ସେ ଅନ୍ୟ ସମସ୍ତଙ୍କଠାରୁ ଶ୍ରଷ୍ଠେ। 32 ସେ ଯାହା ଦେଖିଛନ୍ତି ଓ ଶୁଣିଛନ୍ତି ସେହି ବିଷୟରେ କହନ୍ତି। କିନ୍ତୁ ସେ କହିଥିବା କଥା ସବୁ ଲୋକେ ଗ୍ରହଣ କରନ୍ତି ନାହିଁ। 33 ସେ କହୁଥିବା କଥା ଗୁଡ଼ିକୁ ଯେଉଁ ଲୋକ ଗ୍ରହଣ କରେ, ସେ ପ୍ରମାଣ ଦିଏ ଯେ ପରମେଶ୍ୱର ଯାହା କହନ୍ତି ତାହା ସତ୍ୟ। 34 ପରମେଶ୍ୱର ତାହାଙ୍କୁ ପଠାଇଛନ୍ତି। ପରମେଶ୍ୱର ଯାହା କହିଥା’ନ୍ତି, ସେ ତାହା କହନ୍ତି। ପରମେଶ୍ୱର ସମ୍ପୂର୍ଣ୍ଣଭାବେ ତାହାଙ୍କୁ ପବିତ୍ରଆତ୍ମା ପ୍ରଦାନ କରିଛନ୍ତି। 35 ପରମପିତା ପୁତ୍ରଙ୍କୁ ଭଲ ପାଆନ୍ତି। ସେ ତାହାଙ୍କୁ ସମସ୍ତ ବିଷୟର ଉପରେ କ୍ଷମତା ପ୍ରଦାନ କରିଛନ୍ତି। 36 ପୁତ୍ରଙ୍କୁ ବିଶ୍ୱାସ କରୁଥିବା ଲୋକ ଅନନ୍ତ ଜୀବନ ପାଆନ୍ତି। କିନ୍ତୁ ପୁତ୍ରଙ୍କୁ ଅବଜ୍ଞା କରୁଥିବା ଲୋକ କଦାପି ଅନନ୍ତ ଜୀବନ ଲାଭ କରିବ ନାହିଁ। ସେହି ଲୋକମାନଙ୍କ ଉପରେ ପରମେଶ୍ୱରଙ୍କର କ୍ରୋଧ ରହିବ।”
2010 by World Bible Translation Center