Print Page Options
Previous Prev Day Next DayNext

New Testament in a Year

Read the New Testament from start to finish, from Matthew to Revelation.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଲୂକ ଲିଖିତ ସୁସମାଗ୍ଭର 13:1-22

ହୃଦୟ ପରିବର୍ତ୍ତନ କର

13 ସେତେବେଳେ ଯୀଶୁଙ୍କ ପାଖରେ କେତେକ ଲୋକ ଥିଲେ। ଗାଲିଲୀର କେତେକ ଲୋକଙ୍କର ଯାହା ଘଟିଥିଲା, ସେହି ବିଷୟରେ ସେମାନେ ଯୀଶୁଙ୍କୁ କହିଲେ। ସେମାନେ ଉପାସନା କରୁଥିବା ସମୟରେ ପୀଲାତ [a] ସେହି ଲୋକମାନଙ୍କୁ ହତ୍ୟା କରିଥିଲେ, ଓ ବଳିପଶୁମାନଙ୍କ ରକ୍ତ ସହିତ ସେମାନଙ୍କ ରକ୍ତକୁ ମିଶାଇଥିଲେ। ଯୀଶୁ ଉତ୍ତର ଦେଲେ, “ତୁମ୍ଭେମାନେ କ’ଣ ଭାବୁଛ ଯେ ଏହି ଲୋକମାନେ ଗାଲିଲୀର ସବଠାରୁ ଅଧିକ ପାପୀ ଥିଲେ ବୋଲି ସେମାନଙ୍କୁ ଏ ଦଶା ଭୋଗିବାକୁ ପଡ଼ିଲା? ନା, ସେମାନେ ତାହା ନ ଥିଲେ। କିନ୍ତୁ ତୁମ୍ଭେମାନେ ଯଦି ତୁମ୍ଭର ହୃଦୟ ଓ ଜୀବନଯାପନ ପ୍ରଣାଳୀରେ ପରିବର୍ତ୍ତନ ନ ଆଣିବ ତେବେ ତୁମ୍ଭେମାନେ ମଧ୍ୟ ସେହି ଲୋକମାନଙ୍କ ଭଳି ଧ୍ୱଂସ ପାଇଯିବ। ଶୀଲୋହରେ ସେହି ଯେଉଁ ଅଠର ଜଣଙ୍କ ଉପରେ ପ୍ରହରୀଗୃହ ଭାଙ୍ଗି ପଡ଼ିଲା, ତୁମ୍ଭେମାନେ କ’ଣ ଭାବୁଛ ଯେ ସେମାନେ ଯିରୁଶାଲମରେ ରହୁଥିବା ଅନ୍ୟ ଲୋକମାନଙ୍କ ଅପେକ୍ଷା ଅଧିକ ପାପୀ ଥିଲେ? ନା, ସେମାନେ ତା’ ନ ଥିଲେ। ମୁଁ କିନ୍ତୁ ତୁମ୍ଭମାନଙ୍କୁ କହୁଛି ଯେ, ତୁମ୍ଭେମାନେ ଯଦି ତୁମ୍ଭମାନଙ୍କର ହୃଦୟ ଓ ଜୀବନଯାପନ ପ୍ରଣାଳୀରେ ପରିବର୍ତ୍ତନ ନ ଆଣିବ, ତେବେ ତୁମ୍ଭେମାନେ ସବୁ ବିନଷ୍ଟ ହେବ।”

ଅଦରକାରୀ ଗଛ

ଯୀଶୁ ପୁଣି ଏହି ଦୃଷ୍ଟାନ୍ତଟି କହିଲେ, “କୌଣସି ଗୋଟିଏ ଲୋକ ତା ବଗିଗ୍ଭରେ ଡିମ୍ବିରିଗଛଟିଏ ଲଗାଇଥିଲା। ଗଛରେ ଫଳ ଆସିଛି କି ନାହିଁ ତାହା ଦେଖିବାକୁ ସେ ଆସିଥିଲା। କିନ୍ତୁ ଗୋଟିଏ ହେଲେ ଫଳ ପାଇଲା ନାହିଁ। ତେଣୁ ସେ ବଗିଗ୍ଭ ଦାୟିତ୍ୱରେ ଥିବା ଗ୍ଭକରକୁ କହିଲା, “ଦେଖ, ମୁଁ ତିନି ବର୍ଷ ହେଲା ଏ ଡିମ୍ବିରିଗଛରେ ଫଳ ଆସିବ ବୋଲି ଅପେକ୍ଷାକରି ଆସୁଛି। କିନ୍ତୁ ଗୋଟିଏ ହେଲେ ଫଳ ମୁଁ ପାଉ ନାହିଁ। ଏ ଗଛଟା କାଟିଦିଅ, କାହିଁକି ଅଯଥାରେ ସେ ଗଛଟା ମାଟି ଖରାପ କରିବ?’ କିନ୍ତୁ ଗ୍ଭକରଟି କହିଲା, ‘ମାଲିକ, ଆଉ ବର୍ଷକ ପାଇଁ ଏହାକୁ ଛାଡ଼ିଦିଅ। ମୁଁ ଏହାର ଗ୍ଭରିପଟେ ଗାତ ଖୋଳି ଖତସାର ଦେବି। କାଳେ ଆସନ୍ତା ବର୍ଷ ଗଛରେ ଫଳ ଆସି ପାରେ। ଯଦି ଆସନ୍ତା ବର୍ଷ ଗଛରେ ଫଳ ନ ଆସିବ, ତେବେ ତୁମ୍ଭେ ଏହାକୁ କାଟି ଦେଇପାର।’”

ଯୀଶୁ ବିଶ୍ରାମବାରରେ ଜଣେ ସ୍ତ୍ରୀ ଲୋକକୁ ସୁସ୍ଥ କଲେ

10 ଥରେ ଯୀଶୁ ବିଶ୍ରାମବାରରେ ଗୋଟିଏ ଯିହୂଦୀ ସମାଜଗୃହରେ ଉପଦେଶ ଦେଉଥିଲେ। 11 ସେଠାରେ ଏପରି ଗୋଟିଏ ସ୍ତ୍ରୀ ଲୋକ ଥିଲା, ଯାହା ଦେହରେ ଗୋଟିଏ ଭୂତ ପ୍ରବେଶ କରି ରହିଥିଲା। ଭୂତ ସ୍ତ୍ରୀ ଲୋକଟିକୁ ଅଠର ବର୍ଷ ଧରି ପଙ୍ଗୁ କରି ପକାଇଥିଲା। ସେ କୁଜ୍ଜା ହୋଇ ନଇଁ ଯାଉଥିଲା। ସେ ଜମା ସିଧା ଠିଆ ହୋଇ ପାରୁ ନ ଥିଲା। 12 ଯୀଶୁ ତାକୁ ଡାକି ପାଖରେ ଦେଖି କହିଲେ, “ହେ ନାରୀ ତୁମ୍ଭର ପୀଡ଼ିତା ଅବସ୍ଥା ବର୍ତ୍ତମାନ ଗ୍ଭଲିଯାଇଛି।” 13 ଯୀଶୁ ନିଜ ହାତ ସ୍ତ୍ରୀ ଲୋକଟି ଉପରେ ରଖିଲେ। ତା’ପରେ ସ୍ତ୍ରୀ ଲୋକଟି ସିଧା ଠିଆ ହେବାକୁ ସକ୍ଷମ ହେଲା। ସେ ପରମେଶ୍ୱରଙ୍କ ସ୍ତୁତି କଲା।

14 ଯୀଶୁ ବିଶ୍ରାମବାରରେ ସ୍ତ୍ରୀ ଲୋକଟିକୁ ସୁସ୍ଥ କରି ଦେବାରୁ ଯିହୂଦୀ ପ୍ରାର୍ଥନାଗୃହର ନେତା ରାଗିଗଲେ। ନେତା ଜଣକ ଲୋକମାନଙ୍କୁ କହିଲେ, “ସପ୍ତାହରେ କାମ କରିବାକୁ ଛଅ ଦିନ ରହିଛି। ତେଣୁ ତୁମ୍ଭେମାନେ ସୁସ୍ଥ ହେବା ପାଇଁ ସେ ଭିତରୁ କୌଣସି ଦିନ ଆସ। ବିଶ୍ରାମବାରରେ କେବେ ହେଲେ ସୁସ୍ଥ ହେବା ପାଇଁ ଆସ ନାହିଁ।”

15 ପ୍ରଭୁ ଯୀଶୁ ଉତ୍ତର ଦେଲେ, “ତୁମ୍ଭେମାନେ କପଟୀ। ତୁମ୍ଭେମାନେ ପ୍ରତିଦିନ ଏପରିକି ବିଶ୍ରାମବାରରେ ମଧ୍ୟ ତୁମ୍ଭମାନଙ୍କର କାମ କରୁଥିବା ପଶୁଙ୍କୁ ଖୋଲି ପାଣି ପିଆଇ ଥାଅ। 16 ଏହି ଯେଉଁ ସ୍ତ୍ରୀ ଲୋକଟିକୁ ମୁଁ ସୁସ୍ଥ କରିଦେଲି ସେ ଆମ୍ଭର ଜଣେ ଯିହୂଦୀ ଭଉଣୀ [b] ଶୟତାନ ତାକୁ ଅଠର ବର୍ଷ ହେଲା ବାନ୍ଧି ରଖିଥିଲା, ବିଶ୍ରାମବାରରେ ସେଥିରୁ ସେ ମୁକ୍ତ ହେବା କ’ଣ ଉଚିତ୍ ନୁହେଁ?” 17 ଯୀଶୁ ଏ କଥା କହିବା ବେଳେ ଯେଉଁସବୁ ଲୋକେ ତାହାଙ୍କୁ ସମାଲୋଚନା କରୁଥିଲେ, ସେମାନେ ଲଜ୍ଜିତ ହେଲେ। ଯୀଶୁ ଯେଉଁସବୁ ଆଶ୍ଚର୍ଯ୍ୟ କାର୍ଯ୍ୟମାନ କଲେ, ତାକୁ ଦେଖି ସବୁ ଲୋକ ଖୁସୀ ହେଲେ।

ପରମେଶ୍ୱରଙ୍କ ରାଜ୍ୟ କି ଭଳି(A)

18 ଯୀଶୁ କହିଲେ, “ପରମେଶ୍ୱରଙ୍କ ରାଜ୍ୟ କିଭଳି? ମୁଁ ଏହାକୁ କାହା ସହିତ ତୁଳନା କରି ପାରିବି? 19 ପରମେଶ୍ୱରଙ୍କ ରାଜ୍ୟ ଗୋଟିଏ ସୋରିଷଦାନା ଭଳି। ଜଣେ ଲୋକ ସେ ସୋରିଷ ମଞ୍ଜିଟି ତା’ ବଗିଗ୍ଭରେ ବୁଣେ। ମଞ୍ଜିଟିରୁ ଗଜା ବାହାରି ଗଛ ହୁଏ। ପକ୍ଷୀମାନେ ଏହାର ଡାଳରେ ବସା ବାନ୍ଧନ୍ତି।”

20 ଯୀଶୁ ପୁଣି କହିଲେ, “ମୁଁ ପରମେଶ୍ୱରଙ୍କ ରାଜ୍ୟ କାହା ସହିତ ତୁଳନା କରି ପାରିବି? 21 ଏହା ଖମୀର ଭଳି। ଜଣେ ସ୍ତ୍ରୀ ଲୋକ ରୋଟୀ ତିଆରି କରିବା ପାଇଁ ଗୋଟିଏ ବଡ଼ ପାତ୍ରରେ ଥିବା ଅଟା ସହିତ ଖମୀର ମିଶାଏ। ଖମୀର ସମସ୍ତ ଦଳାଅଟାକୁ ଫୁଲାଇ ଦିଏ।”

ଅଣଓସାରିଆ ଦ୍ୱାର(B)

22 ଯୀଶୁ ପ୍ରତ୍ୟେକ ନଗର ଓ ଗ୍ରାମରେ ଉପଦେଶ ଦେଉଥିଲେ। ସେ ଯାତ୍ରା କରୁ କରୁ ଯିରୁଶାଲମ ଆଡ଼କୁ ଯାଉଥିଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center