New Testament in a Year
ପରମେଶ୍ୱର ନିଜ ପୁତ୍ରଙ୍କୁ ପଠାଇଲେ(A)
12 ଯୀଶୁ ଦୃଷ୍ଟାନ୍ତ ମାଧ୍ୟମରେ ଲୋକମାନଙ୍କୁ ଶିକ୍ଷା ଦେଲେ; ସେ କହିଲେ, “ଜଣେ ଲୋକ ଗୋଟିଏ ଦ୍ରାକ୍ଷାକ୍ଷେତ୍ର ଲଗାଇଲା। ତାହାର ଗ୍ଭରିପଟେ ପାଚେରୀ କରିଦେଲା। ଦ୍ରାକ୍ଷାରସ ସଂଗ୍ରହ [a] କରିବା ପାଇଁ ଗୋଟିଏ କୁଣ୍ଡ ତିଆରି କଲା। ସେ ପ୍ରହରୀ ଗୃହଟି ମଧ୍ୟ ତିଆରି କଲା। ସେ କେତେକ କୃଷକଙ୍କୁ ସେହି ବଗିଗ୍ଭକୁ ଭାଗରେ ଦେଲା, ତା’ପରେ ସେ ପରିଭ୍ରମଣ ଉଦ୍ଦେଶ୍ୟରେ ସେ ସ୍ଥାନ ଛାଡ଼ି ଗ୍ଭଲିଗଲା।
2 “ପରେ ଯେତେବେଳେ ଦ୍ରାକ୍ଷା ତୋଳିବା ବେଳ ଆସିଲା, ସେତେବେଳେ ସେ ତାହାଙ୍କର ଜଣେ ଗ୍ଭକରକୁ ଦ୍ରାକ୍ଷାରୁ ତାହାଙ୍କର ନିଜ ଭାଗ ଆଣିବା ପାଇଁ କୃଷକମାନଙ୍କ ପାଖକୁ ପଠାଇଲା। 3 କିନ୍ତୁ କୃଷକମାନେ ଗ୍ଭକରଟିକୁ ଧରି ପ୍ରହାର କଲେ ଓ ତାକୁ କିଛି ନ ଦେଇ ଘୋଉଡ଼େଇ ଦେଲେ। 4 ତା’ପରେ ସେହି ଲୋକଟି ଆଉ ଜଣେ ଗ୍ଭକରକୁ ସେମାନଙ୍କ ପାଖକୁ ପଠାଇଲା। ସେମାନେ ଏହି ଗ୍ଭକରର ମୁଣ୍ଡକୁ ପିଟିଲେ ଓ ତାକୁ ଅପମାନ ଦେଲେ। 5 ତା’ପରେ ସେ ଆଉ ଜଣେ ଗ୍ଭକରକୁ ପଠାଇଲା। କୃଷକମାନେ ଏହି ଗ୍ଭକରଟିକୁ ଜୀବନରେ ମାରିଦେଲେ। ସେ ଲୋକଟି ଆଉ ଅଧିକ ଗ୍ଭକରଙ୍କୁ ପଠାଇଲା, କିନ୍ତୁ କୃଷକମାନେ କେତେକଙ୍କୁ ପିଟିଲେ ଓ ଅନ୍ୟ କେତେଙ୍କୁ ଜୀବନରେ ମାରିଦେଲେ।
6 “ଲୋକଟି ପାଖରେ କୃଷକମାନଙ୍କ ପାଖକୁ ପାଠାଇବା ପାଇଁ ଆଉ ଜଣେ ମାତ୍ର ବାକି ଥିଲା। ସେ ଜଣକ ତାହାର ପୁଅ। ସେହି ଲୋକଟି ପୁଅକୁ ଖୁବ୍ ଭଲ ପାଉଥିଲା। କିନ୍ତୁ ସେ କୃଷକମାନଙ୍କ ପାଖକୁ ପୁଅକୁ ପଠାଇବାକୁ ସ୍ଥିର କଲା। କାରଣ କୃଷକମାନଙ୍କ ପାଖକୁ ପଠାଇବା ପାଇଁ ପୁଅ ହିଁ ଶେଷ ବ୍ୟକ୍ତି ଥିଲା। ସେ କହିଲା, ‘କୃଷକମାନେ ମୋର ପୁଅକୁ ନିଶ୍ଚୟ ସମ୍ମାନ ଦେବେ।’
7 “କିନ୍ତୁ କୃଷକମାନେ କୁହାକୁହି ହେଲେ, ‘ଏହି ଲୋକଟି ବଗିଗ୍ଭ ମାଲିକର ପୁଅ। ବଗିଗ୍ଭର ସେ ଉତ୍ତରାଧିକାରୀ। ଆମ୍ଭେମାନେ ତାକୁ ମାରିଦେଲେ ବଗିଗ୍ଭଟି ଆମ୍ଭର ହୋଇଯିବ’। 8 ତେଣୁ କୃଷକମାନେ ମାଲିକର ପୁଅକୁ ଧରି ନେଇ ଜୀବନରେ ମାରିଦେଲେ ଓ ଦ୍ରାକ୍ଷାକ୍ଷେତ୍ର ବାହାରକୁ ଫିଙ୍ଗିଦେଲେ।
9 “ଏବେ ଦ୍ରାକ୍ଷାକ୍ଷେତ୍ରର ମାଲିକ କ’ଣ କରିବ? ସେ ଆସି ସେହି କୃଷକମାନଙ୍କୁ ମାରି ପକାଇବ ଓ ଦ୍ରାକ୍ଷାକ୍ଷେତ୍ରକୁ ଅନ୍ୟ କୃଷକମାନଙ୍କୁ ଦେଇଦେବ। 10 ତୁମ୍ଭେମାନେ କ’ଣ ଏହି ଶାସ୍ତ୍ର ପଢ଼ି ନାହଁ?
“ଯେଉଁ ପଥରକୁ କାରିଗରମାନେ ଅଦରକାରୀ ମନେ କଲେ, ସେହି ପଥର
‘କିନ୍ତୁ କୋଣର ପ୍ରଧାନ ମୂଳଦୁଆ ପଥର [b] ହୋଇଗଲା।
11 ପ୍ରଭୁ ତାହା କଲେ,
ଏବଂ ଏହା ଆମ୍ଭ ପାଇଁ ଆଶ୍ଚର୍ଯ୍ୟଜନକ।’”(B)
12 ଏହି ଯିହୂଦୀନେତାମାନେ ଯୀଶୁଙ୍କ ଦୃଷ୍ଟାନ୍ତ ଶୁଣିଲେ। ଏହା ସେମାନଙ୍କ ଉଦ୍ଦେଶ୍ୟରେ ଥିଲା ବୋଲି ସେମାନେ ଜାଣି ପାରିଲେ। ତେଣୁ ଯୀଶୁଙ୍କୁ ବନ୍ଦୀ କରିବା ପାଇଁ ସେମାନେ ଉପାୟ ଖୋଜି ବସିଲେ। କିନ୍ତୁ ସେମାନେ ଲୋକମାନଙ୍କୁ ଭୟ କରୁଥିଲେ। ତେଣୁ ସେମାନେ ଯୀଶୁଙ୍କୁ ଛାଡ଼ି ଗ୍ଭଲିଗଲେ।
ଯୀଶୁଙ୍କୁ ଫାନ୍ଦରେ ପକାଇବାକୁ ଯିହୂଦୀ ନେତାମାନଙ୍କ ଚକ୍ରାନ୍ତ(C)
13 ପରେ ଯିହୂଦୀ ନେତାମାନେ କେତେକ ଫାରୂଶୀ ଓ ହେରୋଦୀୟମାନଙ୍କୁ ଯୀଶୁଙ୍କ ପାଖକୁ ପଠାଇଲେ। ସେମାନେ ଯୀଶୁଙ୍କ ଭୁଲ୍ ଧରି ଫାନ୍ଦରେ ପକାଇବାକୁ ଗ୍ଭହୁଁଥିଲେ। 14 ଫାରୂଶୀ ଓ ହେରୋଦୀୟମାନେ ଯୀଶୁଙ୍କ ପାଖକୁ ଯାଇ କହିଲେ, “ଗୁରୁ, ଆମ୍ଭେମାନେ ଜାଣିଛୁ ଯେ, ତୁମ୍ଭେ ବହୁତ ଭଲ ଲୋକ। ଅନ୍ୟମାନେ ତୁମ୍ଭ ବିଷୟରେ କ’ଣ ଭାବୁଛନ୍ତି, ସେଥିପାଇଁ ତୁମ୍ଭେ କେବେ ଚିନ୍ତା କର ନାହିଁ। ସବୁ ଲୋକ ତୁମ୍ଭ ପାଇଁ ସମାନ। ତୁମ୍ଭେ ପରମେଶ୍ୱର ଗ୍ଭହୁଁଥିବା ଜୀବନର ମାର୍ଗ ବିଷୟରେ ଠିକ୍ ଉପଦେଶ ଦେଉଛ। ଆମ୍ଭମାନଙ୍କୁ କୁହ, କାଇସରଙ୍କୁ କର ଦେବା ଉଚିତ୍ କି ନୁହେଁ?”
15 ଯୀଶୁ ସେମାନଙ୍କ ଗ୍ଭଲ୍ବାଜି ବୁଝିଗଲେ। ସେ ସେମାନଙ୍କୁ ପଗ୍ଭରିଲେ, “ତୁମ୍ଭେମାନେ ମୋତେ ଭଲ କଥା କହି କାହିଁକି ଫାନ୍ଦରେ ପକାଇବାକୁ ଚେଷ୍ଟା କରୁଛ? ମୋ’ ପାଖକୁ ରୂପାଟଙ୍କାଟିଏ ଆଣ, ମୁଁ ତାକୁ ଦେଖେ।” 16 ସେମାନେ ରୂପାଟଙ୍କାଟିଏ ନେଇ ଆସିଲେ। ଯୀଶୁ ସେମାନଙ୍କୁ ପଗ୍ଭରିଲେ, “ମୁଦ୍ରାଟି ଉପରେ କାହାର ଛବି ଅଙ୍କିତ ହୋଇଛି? ତା’ ଉପରେ କାହାର ନାମ ଲେଖା ଯାଇଛି?” ସେମାନେ କହିଲେ, “ଏହା କାଇସରଙ୍କ ଛବି ଓ କାଇସରଙ୍କ ନାମ।”
17 ତା’ପରେ ଯୀଶୁ ସେମାନଙ୍କୁ କହିଲେ, “ଯାହା କାଇସରଙ୍କର, ତାହା କାଇସରଙ୍କୁ ଦିଅ ଓ ଯାହା ପରମେଶ୍ୱରଙ୍କର, ତାହା ପରମେଶ୍ୱରଙ୍କୁ ଦିଅ।” ଏହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ।
ଯୀଶୁଙ୍କୁ ଫାନ୍ଦରେ ପକାଇବାକୁ କେତେକ ସାଦ୍ଦୂକୀଙ୍କର ଚକ୍ରାନ୍ତ(D)
18 ତା’ପରେ କେତେକ ସାଦ୍ଦୂକୀ ତାହାଙ୍କ ପାଖକୁ ଆସିଲେ। ସାଦ୍ଦୂକୀମାନେ ଦାବୀ କରନ୍ତି ଯେ, ମଣିଷ ମୃତ୍ୟୁପରେ ପୁନରୁତ୍ଥାନ ହେବ ନାହିଁ। 19 ସେମାନେ କହିଲେ, “ଗୁରୁ, ମୋଶା ଆମ୍ଭମାନଙ୍କ ପାଇଁ ଲେଖିଛନ୍ତି ଯେ, ଯଦି କୌଣସି ବିବାହିତ ଲୋକ ପିଲାପିଲି ନ ଥାଇ ମରି ଯାଏ, ତେବେ ତା’ର ଭାଇ ସେହି ସ୍ତ୍ରୀଟିକୁ ବିବାହ କରିବା ଉଚିତ୍। ତା’ହେଲେ ସେହି ମୃତ ଭାଇଟି ପାଇଁ ବଂଶ ବୃଦ୍ଧି କରି ପାରିବ। 20 ଥରେ ସାତ ଭାଇ ଥିଲେ। ସବୁଠାରୁ ବଡ଼ ଭାଇ ବିବାହ କଲା। କିନ୍ତୁ କୌଣସି ପିଲାପିଲି ନ ଥାଇ ସେ ମରିଗଲା। 21 ତେଣୁ ଦ୍ୱିତୀୟ ଭାଇ ସେ ସ୍ତ୍ରୀଟିକୁ ବିବାହ କଲା। ସେ ମଧ୍ୟ କୌଣସି ପିଲାପିଲି ନ ଥାଇ ମରିଗଲା। ତୃତୀୟ ଭାଇ ପ୍ରତି ମଧ୍ୟ ତାହା ଘଟିଲା। 22 ସାତ ଜଣ ଭାଇ ସେହି ସ୍ତ୍ରୀ ଲୋକକୁ ଜଣକ ପରେ ଜଣେ ବିବାହ କଲେ ଓ ଶେଷରେ ମରିଗଲେ। ସେମାନଙ୍କ ମଧ୍ୟରୁ କାହାରି ହେଲେ କୌଣସି ପିଲାପିଲି ନ ଥିଲେ। ଶେଷରେ ସେହି ସ୍ତ୍ରୀଟି ମଧ୍ୟ ମରିଗଲା। 23 କିନ୍ତୁ ସାତ ଭାଇଯାକ ତାକୁ ବିବାହ କରିଥିଲେ। ତେବେ ପୁନରୁତ୍ଥାନ ସମୟରେ, ସେହି ସ୍ତ୍ରୀଟି କାହାର ପତ୍ନୀ ହେବ?”
24 ଯୀଶୁ କହିଲେ, “ସବୁ ଶାସ୍ତ୍ର କ’ଣ କହେ, ପରମେଶ୍ୱରଙ୍କ ଶକ୍ତି ବିଷୟରେ ତାହା ତୁମ୍ଭେମାନେ ଜାଣି ନାହଁ କି? ତେଣୁ ତୁମ୍ଭେମାନେ ଭ୍ରମରେ ପଡ଼ିଥାଅ। 25 ଲୋକମାନେ ଯେତେବେଳେ ମୃତ୍ୟୁରୁ ପୁନରୁତ୍ଥାନ ହେବେ ସେତେବେଳେ କୌଣସି ବିବାହ ହେବ ନାହିଁ ସେମାନେ କେହି କାହାରିକୁ ବିବାହ କରିବେ ନାହିଁ, ବରଂ ପ୍ରତ୍ୟେକ ସ୍ୱର୍ଗଦୂତଙ୍କ ଭଳି ହୋଇଯିବେ। 26 ପୁନରୁତ୍ଥିତ ଲୋକଙ୍କ ବିଷୟରେ ତୁମ୍ଭେମାନେ କ’ଣ ମୋଶାଙ୍କ ପୁସ୍ତକରେ ଲିଖିତ ବୁଦାବୃତ୍ତାନ୍ତଟି ପଢ଼ି ନାହଁ? ସେଥିରେ ପରମେଶ୍ୱର ମୋଶାଙ୍କୁ କହିଛନ୍ତି, ‘ମୁଁ ଅବ୍ରହାମଙ୍କ ପରମେଶ୍ୱର, ଇସ୍ହାକର ପରମେଶ୍ୱର, ଯାକୁବର ପରମେଶ୍ୱର’। [c] 27 ଯଦି ପରମେଶ୍ୱର କହିଛନ୍ତି ଯେ, ସେ ସେମାନଙ୍କର ପରମେଶ୍ୱର, ତେବେ ପ୍ରକୃତରେ ଏ ଲୋକମାନେ ମୃତ ନୁହନ୍ତି। କାରଣ ସେ ମୃତମାନଙ୍କର ପରମେଶ୍ୱର ନୁହନ୍ତି ବରଂ ସେ ଜୀବିତମାନଙ୍କର ପରମେଶ୍ୱର। ହେ ସାଦ୍ଦୂକୀମାନେ, ତୁମ୍ଭେମାନେ ବଡ଼ ଭ୍ରମରେ ପଡ଼ିଛ।”
2010 by World Bible Translation Center