New Testament in a Year
51 ଯେଉଁ ଲୋକମାନେ ଯୀଶୁଙ୍କ ସହିତ ଥିଲେ, ସେମାନଙ୍କ ଭିତରୁ ଜଣେ ଶିଷ୍ୟ ତା’ର ଖଣ୍ଡା ବାହାର କରି ମହାଯାଜକଙ୍କ ଗ୍ଭକରକୁ ସେଥିରେ ଆଘାତ କଲା, ଫଳରେ ଗ୍ଭକରର କାନ କଟିଗଲା।
52 ଯୀଶୁ ସେହି ଲୋକକୁ କହିଲେ, “ତୁମ୍ଭ ଖଣ୍ଡାକୁ ଖୋଳ ଭିତରେ ରଖ। ଯେଉଁ ଲୋକମାନେ ଖଣ୍ଡା ବ୍ୟବହାର କରନ୍ତି. ସେମାନଙ୍କୁ ଖଣ୍ଡା ଦ୍ୱାରା ହତ୍ୟା କରା ଯାଇଥାଏ। 53 ତୁମ୍ଭେ କ’ଣ ଜାଣି ନାହଁ ଯେ ମୁଁ ମୋର ପରମପିତାଙ୍କୁ ମାଗିଲେ ସେ ସଙ୍ଗେ ସଙ୍ଗେ ମୋତେ ବାରଟି ସେନାବାହିନୀରୁ ଅଧିକ ଯୋଗେଇବେ। 54 କିନ୍ତୁ ମୁଁ ତା’ କଲେ ଧର୍ମଶାସ୍ତ୍ର କିପରି ସମ୍ପୂର୍ଣ୍ଣ ହେବ? ସବୁକଥା ଏହିଭଳି ଭାବରେ ଘଟିବ ବୋଲି ଶାସ୍ତ୍ରରେ ଲେଖା ଅଛି।”
55 ତା’ପରେ ଯୀଶୁ ଲୋକମାନଙ୍କୁ କହିଲେ, “ତୁମ୍ଭେସବୁ ଖଣ୍ଡା ଓ ଠେଙ୍ଗା ନେଇ ମୋତେ ବନ୍ଦୀ କରିବା ପାଇଁ ଏପରି ଭାବରେ ଆସିଛ, ସତେ ଯେପରି ମୁଁ ଗୋଟିଏ ଅପରାଧୀ। ମୁଁ ସବୁଦିନ ମନ୍ଦିର ପରିସରରେ ବସି ଲୋକମାନଙ୍କୁ ଉପଦେଶ ଦେଉଥିଲି। ସେତେବେଳେ ତୁମ୍ଭେ ମୋତେ ବନ୍ଦୀ କରିଲ ନାହିଁ। 56 କିନ୍ତୁ ଭବିଷ୍ୟଦ୍ବକ୍ତାମାନେ ଯେଉଁଭଳି ଲେଖିଥିଲେ, ସେହିଭଳି ହେବା ପାଇଁ ଏହିସବୁ କଥା ଘଟିଲା,” ତା’ପରେ ସମସ୍ତ ଶିଷ୍ୟମାନେ ଯୀଶୁଙ୍କୁ ଛାଡ଼ି ପଳାଇଗଲେ।
ଯିହୂଦୀନେତାମାନଙ୍କ ସମ୍ମୁଖରେ ଯୀଶୁଙ୍କୁ ହାଜର କରାଗଲା(A)
57 ଯେଉଁ ଲୋକମାନେ ଯୀଶୁଙ୍କୁ ବନ୍ଦୀ କରି ନେଇଥିଲେ, ସେମାନେ ତାହାଙ୍କୁ ମହାଯାଜକ କୟାଫାଙ୍କ ଘରକୁ ନେଇଗଲେ। ସେଠାରେ ଧର୍ମଶାସ୍ତ୍ରୀ ଓ ପ୍ରାଚୀନ ନେତାମାନେ ଏକାଠି ଜମା ହୋଇଥିଲେ। 58 ପିତର ଅଳ୍ପ ଦୂରରେ ରହି ମହାଯାଜକଙ୍କ ଅଗଣା ପର୍ଯ୍ୟନ୍ତ ଯୀଶୁଙ୍କ ପଛେ ପଛେ ଗଲେ। ଯୀଶୁଙ୍କର ପରିଣାମ କ’ଣ ହେବ, ତାହା ଦେଖିବା ପାଇଁ ସେ ଭିତରକୁ ଯାଇ ପ୍ରହରୀମାନଙ୍କ ମଧ୍ୟରେ ବସିପଡ଼ିଲେ।
59 ଯୀଶୁଙ୍କୁ ଯେପରି ମୃତ୍ୟୁଦଣ୍ଡ ଦେଇ ପାରିବେ, ସେଥିପାଇଁ ପ୍ରଧାନଯାଜକ ଓ ସମ୍ପୂର୍ଣ୍ଣ ଯିହୂଦୀ ମହାସଭା ଯୀଶୁଙ୍କ ବିରୁଦ୍ଧରେ କିଛି ମିଛ ଅଭିଯୋଗ ଖୋଜି ବାହାର କରିବାକୁ ଚେଷ୍ଟା କଲେ। 60 କିନ୍ତୁ ଯଦିଓ ଅନେକ ମିଛ ସାକ୍ଷୀ ଆଗକୁ ଆସି ମିଛରେ ସାକ୍ଷ୍ୟ ଦେଲେ, ତଥାପି ମହାସଭା ଯୀଶୁଙ୍କୁ ମୃତ୍ୟୁଦଣ୍ଡ ଦେବା ପାଇଁ ପ୍ରକୃତ କାରଣ ପାଇ ପାରିଲା ନାହିଁ। ଶେଷରେ ଦୁଇଜଣ ଲୋକ ଆଗରୁ ବାହାରି ଆସି କହିଲେ, 61 “ଏହି ଲୋକ କହିଛନ୍ତି, ‘ମୁଁ ପରମେଶ୍ୱରଙ୍କ ମନ୍ଦିର ଧ୍ୱଂସ କରିପାରେ ଓ ପୁଣି ଏହାକୁ ତିନି ଦିନ ମଧ୍ୟରେ ତିଆରି କରି ଦେଇପାରେ।’”
62 ତା’ପରେ ମହାଯାଜକ ଠିଆ ହେଲେ ଓ ଯୀଶୁଙ୍କୁ ପଗ୍ଭରିଲେ, “ଏ ଲୋକମାନେ ତୁମ୍ଭ ବିରୁଦ୍ଧରେ ଯାହା ଅଭିଯୋଗ କଲେ ତା’ର ତୁମ୍ଭେ କିଛି ଉତ୍ତର ଦେବ କି? ଏ ଲୋକମାନେ କ’ଣ ସତ୍ୟ କହୁଛନ୍ତି?” 63 ଯୀଶୁ କିନ୍ତୁ ଚୁପ୍ ରହିଲେ।
ପୁଣି ଥରେ ମହାଯାଜକ ତାହାଙ୍କୁ ପଗ୍ଭରିଲେ, “ମୁଁ ତୁମ୍ଭକୁ ଜୀବିତ ପରମେଶ୍ୱରଙ୍କ ନାମରେ ଶପଥ କରାଉଛି, ତୁମ୍ଭେ ଆମ୍ଭକୁ କୁହ, ତୁମ୍ଭେ କ’ଣ ଖ୍ରୀଷ୍ଟ, ପରମେଶ୍ୱରଙ୍କ ପୁତ୍ର?”
64 ଯୀଶୁ କହିଲେ, “ହଁ, ମୁଁ ପରମେଶ୍ୱରଙ୍କ ପୁତ୍ର ଖ୍ରୀଷ୍ଟ। କିନ୍ତୁ ମୁଁ ତୁମ୍ଭକୁ କହି ରଖୁଛି ଯେ, ତୁମ୍ଭେ ଭବିଷ୍ୟତରେ ମନୁଷ୍ୟପୁତ୍ରଙ୍କୁ ସେହି ସର୍ବଶକ୍ତିମାନ ପରମେଶ୍ୱରଙ୍କ ଡାହାଣ ପଟେ ବସିଥିବାର ଓ ଆକାଶର ମେଘମାଳାରେ ଆସୁଥିବାର ଦେଖିବ।”
65 ମହାଯାଜକ ଏ କଥା ଶୁଣି ବହୁତ ରାଗିଗଲେ ଓ ସେ ତାହାଙ୍କ ନିଜ ପୋଷାକ ଚିରି ପକେଇଲେ ଓ ସେ କହିଲେ, “ଏ ଯେଉଁସବୁ କଥା କହିଲେ, ତା’ ଦ୍ୱାରା ପରମେଶ୍ୱରଙ୍କର ନିନ୍ଦା ହୋଇଛି। ଆମ୍ଭର ଆଉ କୌଣସି ସାକ୍ଷୀ ଦରକାର ନାହିଁ। ତୁମ୍ଭେମାନେ ପରମେଶ୍ୱରଙ୍କର ନିନ୍ଦା ଶୁଣିଛ। ତୁମ୍ଭେମାନେ ତେବେ କ’ଣ ଭାବୁଛ?” 66 ସେମାନେ କହିଲେ,
“ସେ ଅପରାଧୀ, ତାହାଙ୍କର ମୃତ୍ୟୁ ହେବା ଉଚିତ୍।”
67 ତା’ପରେ ସେଠାରେ ଥିବା ଲୋକମାନେ ଯୀଶୁଙ୍କ ମୁହଁ ଉପରେ ଛେପ ପକାଇଲେ, ବିଧା ମାରିଲେ। କେତେକ ଲୋକ ଗ୍ଭପୁଡ଼ା ମାରିଲେ। 68 ସେମାନେ କହିଲେ, “ହେ ଖ୍ରୀଷ୍ଟ! ତୁମ୍ଭେ ଯଦି ଜଣେ ଭବିଷ୍ୟଦ୍ବକ୍ତା ତେବେ କୁହ, ତୁମ୍ଭକୁ କିଏ ମାରିଲା?”
ଯୀଶୁଙ୍କୁ ଜାଣନ୍ତି ବୋଲି ସ୍ୱୀକାର କରିବାକୁ ପିତର ଭୟ କଲେ(B)
69 ସେହି ସମୟରେ ପିତର ପ୍ରାଙ୍ଗଣ ମଧ୍ୟରେ ବସିଥିଲେ, ଜଣେ ଦାସୀ ପିତରଙ୍କ ପାଖକୁ ଆସିଲା। ସେ କହିଲା, “ତୁମ୍ଭେ ମଧ୍ୟ ଗାଲିଲୀର ଯୀଶୁଙ୍କ ସହିତ ଥିଲ।”
70 କିନ୍ତୁ ପିତର ଏ କଥା ସମସ୍ତଙ୍କ ଆଗରେ ଅସ୍ୱୀକାର କଲେ। ସେ କହିଲେ, “ତୁମ୍ଭେ କେଉଁ ବିଷୟରେ କହୁଛ ତାହା ମୁଁ ଜାଣେ ନାହିଁ।”
71 ତା’ପରେ ସେ ଅଗଣାରୁ ବାହାରି ଆସିଲେ। ଫାଟକ ପାଖରେ ଆଉଜଣେ ଦାସୀ ତାହାଙ୍କୁ ଦେଖି ପକାଇ ସେଠାରେ ଥିବା ସମସ୍ତ ଲୋକଙ୍କୁ କହିଲା, “ଏ ଲୋକ ନାଜରିତୀୟ ଯୀଶୁଙ୍କ ସହିତ ଥିଲା।”
72 ପୁଣି ଥରେ ପିତର ଅସ୍ୱୀକାର କରିଦେଲେ। ସେ କହିଲେ, “ମୁଁ ପରମେଶ୍ୱରଙ୍କ ନାମରେ ପ୍ରତିଜ୍ଞା କରି କହୁଛି ଯେ ମୁଁ ସେ ଲୋକକୁ ଜାଣେ ନାହିଁ।”
73 କିଛି ସମୟ ପରେ ସେଠାରେ ଠିଆ ହୋଇଥିବା ଲୋକମାନେ ପିତରଙ୍କ ପାଖକୁ ଆସି ତାହାଙ୍କୁ କହିଲେ, “ଆମ୍ଭେ ଜାଣୁ ତୁମ୍ଭେ ନିଶ୍ଚୟ ତାହାଙ୍କର ଶିଷ୍ୟମାନଙ୍କ ମଧ୍ୟରୁ ଜଣେ। ଏ କଥା ତୁମ୍ଭ କହିବା ଢଙ୍ଗରୁ ଜଣା ପଡ଼ୁଛି।”
74 ପିତର ନିଜକୁ ଧିକ୍କାର କରି ରାଣ ପକାଇ କହିଲେ, “ମୁଁ ସେ ଲୋକଙ୍କୁ ଜାଣେ ନାହିଁ।” ସେତିକିବେଳେ କୁକୁଡ଼ା ଡାକିଲା। 75 ଏବେ ପିତରଙ୍କର, ଯୀଶୁ କହିଥିବା କଥା ମନେ ପଡ଼ିଲା। ଯୀଶୁ କହିଥିଲେ, “କୁକୁଡ଼ା ଡାକିବା ପୂର୍ବରୁ ତୁମ୍ଭେ ମୋତେ ଜାଣି ନାହଁ ବୋଲି ତିନିଥର ଅସ୍ୱୀକାର କରିବ।” ପିତର ବାହାରକୁ ବାହାରିଯାଇ ବ୍ୟାକୁଳ ହୋଇ କାନ୍ଦିବାକୁ ଲାଗିଲେ।
2010 by World Bible Translation Center