Print Page Options
Previous Prev Day Next DayNext

New Testament in a Year

Read the New Testament from start to finish, from Matthew to Revelation.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ମାଥିଉ ଲିଖିତ ସୁସମାଗ୍ଭର 23:1-22

ଯୀଶୁଙ୍କର ଯିହୂଦୀ ଧର୍ମ ନେତାଙ୍କୁ ସମାଲୋଚନା

(ମାର୍କ 12:38-40; ଲୂକ 11:37-52; 20:45-47)

23 ତା'ପରେ ଯୀଶୁ ଜନସମୂହ ଓ ତାହାଙ୍କ ଶିଷ୍ୟମାନଙ୍କୁ କହିଲେ, “ଧର୍ମଶାସ୍ତ୍ରୀମାନେ ଓ ଫାରୂଶୀମାନେ ମୋଶାଙ୍କ ବ୍ୟବସ୍ଥାର ବ୍ୟାଖ୍ୟା କରିବାର ଅଧିକାର ପାଇଛନ୍ତି। ତେଣୁ ସେମାନେ ଯାହାସବୁ କହୁଛନ୍ତି, ତାହା ତୁମ୍ଭେ ମାନିବା ଉଚିତ୍। ତୁମ୍ଭକୁ ସେମାନେ ଯାହାସବୁ କରିବାକୁ କହୁଛନ୍ତି, ତୁମ୍ଭେ ତାହା କରିବା ଉଚିତ୍। କିନ୍ତୁ ସେମାନେ ଯାହାସବୁ କରୁଛନ୍ତି, ତୁମ୍ଭେ ତାହା କର ନାହିଁ। କାରଣ ସେମାନେ ଯାହାସବୁ କହନ୍ତି, ନିଜେ ତାକୁ କାର୍ଯ୍ୟରେ କେବେ କରନ୍ତି ନାହିଁ। ମାନିବା ପାଇଁ କଠିନ ହେଲେ ମଧ୍ୟ ସେମାନେ ଲୋକମାନଙ୍କ ପାଇଁ କଡ଼ାକଡ଼ି ନିୟମ ତିଆରି କରନ୍ତି। ସେହି ନିୟମଗୁଡ଼ିକ ମାନିବା ପାଇଁ ସେମାନେ ଲୋକଙ୍କୁ ବାଧ୍ୟ କରନ୍ତି। କିନ୍ତୁ ସେମାନେ ନିଜେ କେବେ ହେଲେ ସେହି ନିୟମମାନଙ୍କ ମଧ୍ୟରୁ ଗୋଟିଏ ହେଲେ ଅନୁସରଣ କରିବାକୁ ଚେଷ୍ଟା କରନ୍ତି ନାହିଁ।

“କେବଳ ଅନ୍ୟ ଲୋକଙ୍କୁ ଦେଖେଇ ହେବା ପାଇଁ ଯାହାକିଛି ଭଲ କାମ, ତାହା ସେମାନେ କରନ୍ତି। ନିଜକୁ ଧାର୍ମିକ ଦେଖେଇ ହେବା ପାଇଁ ପ୍ରକୃତରେ ସେମାନେ ବଡ଼ବଡ଼ କବଚ ପିନ୍ଧିଥା’ନ୍ତି ଓ ନିଜର ସ୍ୱତନ୍ତ୍ର ପ୍ରାର୍ଥନା ପୋଷାକକୁ ବହୁତ ଲମ୍ବା କରିଥା’ନ୍ତି। ଭୋଜିମାନଙ୍କରେ ମହତ୍ତ୍ୱପୂର୍ଣ୍ଣ ଆସନମାନ ଓ ଧର୍ମସଭାମାନଙ୍କରେ ମହତ୍ତ୍ୱପୂର୍ଣ୍ଣ ଆସନମାନ ପାଇବାକୁ ସେମାନେ ଭଲ ପାଆନ୍ତି। ସେମାନେ ବଜାର ସ୍ଥାନମାନଙ୍କରେ ଲୋକମାନଙ୍କର ନମସ୍କାର ପ୍ରତିଦାନ କରିବାକୁ ଭଲ ପାଆନ୍ତି। ସେମାନେ ଗ୍ଭହାନ୍ତି ଯେ ଲୋକେ ତାହାଙ୍କୁ ‘ରା‌‌‌‌‌ବ୍‌‌‌‌‌ବୀ’[a] ବୋଲି ଡାକନ୍ତୁ।

“କିନ୍ତୁ ତୁମ୍ଭ ଭିତରୁ କେହି ନିଜକୁ ‘ରା‌‌‌‌‌ବ୍‌‌‌‌‌ବୀ’ କହିବ ନାହିଁ। ତୁମ୍ଭେ ସମସ୍ତେ ଭାଇଭଉଣୀ। ତୁମ୍ଭ ସମସ୍ତଙ୍କର ଜଣେ ମାତ୍ର ଗୁରୁ ଅଛନ୍ତି। “ଏ ସଂସାରରେ କାହାରିକୁ ‘ପରମପିତା’ ବୋଲି ସମ୍ବୋଧନ କର ନାହିଁ। ତୁମ୍ଭର ଜଣେ ମାତ୍ର ପରମପିତା ଯେ କି ସ୍ୱର୍ଗରେ ରହୁଛନ୍ତି। 10 ତୁମ୍ଭେ ନିଜକୁ ‘ମାଲିକ’ ବୋଲି କହିବ ନାହିଁ। କାରଣ ତୁମ୍ଭର କେବଳ ଜଣେ ମାତ୍ର ମାଲିକ, ସେ ହେଉଛନ୍ତି ଯୀଶୁ। 11 ଯେଉଁ ଲୋକ ଗ୍ଭକର ଭଳି ତୁମ୍ଭର ସେବା କରିବ, ସେ ଲୋକ ତୁମ୍ଭମାନଙ୍କ ମଧ୍ୟରେ ସବୁଠାରୁ ବଡ଼ ହେବ। 12 ଯେଉଁ ଲୋକ ନିଜକୁ ଅନ୍ୟ ଲୋକଙ୍କ ଅପେକ୍ଷା ଉଚ୍ଚ କରିବ, ତାକୁ ନତ କରାଯିବ। ଯେଉଁ ଲୋକ ନିଜକୁ ନତ କରିବ, ତାକୁ ମହାନ କରାଯିବ।

13 “ରେ କପଟୀ ଧର୍ମଶାସ୍ତ୍ରୀମାନେ ଓ ଫାରୂଶୀମାନେ! ତୁମ୍ଭକୁ ଧିକ୍! ତୁମ୍ଭେମାନେ ଲୋକମାନଙ୍କ ପାଇଁ ସ୍ୱର୍ଗରାଜ୍ୟର ଦ୍ୱାର ବନ୍ଦ କରି ଦେଉଛ। ତୁମ୍ଭେମାନେ ନିଜେ ତ ପ୍ରବେଶ କରି ପାରୁ ନାହଁ, ତା’ ଛଡ଼ା ଯେଉଁ ଲୋକମାନେ ପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି, ସେମାନଙ୍କୁ ମଧ୍ୟ ତୁମ୍ଭେମାନେ ଅଟକେଇ ଦେଉଛ। 14 [b]

15 “ରେ କପଟୀ ଧର୍ମଶାସ୍ତ୍ରୀ ଓ ଫାରୂଶୀମାନେ! ହାୟ! ତୁମ୍ଭର ମାର୍ଗ ଅନୁସରଣ କରିବା ପାଇଁ ଲୋକ ଖୋଜି ପାଇବା ପାଇଁ ତୁମ୍ଭେ ବିଭିନ୍ନ ଦେଶ ଓ ସମୁଦ୍ର ପାରି ହୋଇ ଗ୍ଭଲିଯାଉଛ। ଯେତେବେଳେ ସେଭଳି ଲୋକଟିଏ ପାଇ ଯାଉଛ ସେତେବେଳେ ତାକୁ ତୁମ୍ଭେ ତୁମ୍ଭଠାରୁ ଅଧିକ ଖରାପ କରିପକାଉଛ। ତୁମ୍ଭେ ସବୁ ଏତେ ଖରାପ ଯେ ତୁମ୍ଭେ କେବଳ ନର୍କର ଅଧିକାରୀ ହେବ।

16 “ରେ ଅନ୍ଧ ମାର୍ଗଦର୍ଶକଗଣ! ତୁମ୍ଭକୁ ଧିକ୍! ତୁମ୍ଭେ କହିଥାଅ, ଯଦି କେହି ଲୋକ ଉପାସନା ମନ୍ଦିର ନାମରେ ରାଣ ପକାଇ ଶପଥ କରିଥାଏ, ତେବେ ତାକୁ ସେହି ଶପଥ ରଖିବା ଦରକାର ନାହିଁ। କିନ୍ତୁ ଯେଉଁ ଲୋକ ଉପାସନା ମନ୍ଦିରର ସୁନା ନାମରେ ରାଣ ପକାଇ ଶପଥ କରେ, ତେବେ ସେ ନିଶ୍ଚୟ ସେହି ଶପଥ ରକ୍ଷା କରିବ’। 17 ତୁମ୍ଭେମାନେ ଅନ୍ଧ ଓ ମୂର୍ଖ! ଅଧିକ ବଡ଼ କିଏ? ସୁନା ନା ମନ୍ଦିର? ମନ୍ଦିର ସେହି ସୁନାକୁ ପବିତ୍ର କରିଥାଏ। ତେଣୁ ମନ୍ଦିର ଅଧିକ ବଡ଼।

18 “ତୁମ୍ଭେମାନେ କହିଥାଅ, ‘ଯଦି କେହି ବେଦୀନାମରେ ଶପଥ ନିଏ, ତେବେ ତା'ର କୌଣସି ଅର୍ଥ ନାହିଁ। କିନ୍ତୁ ଯଦି ଜଣେ ବେଦୀ ଉପରେ ରଖାଯାଇଥିବା ଉପହାର ନାମରେ ଶପଥ ନିଏ, ତେବେ ତାକୁ ନିଶ୍ଚିତ ଭାବରେ ରକ୍ଷା କରିବାକୁ ପଡ଼ିବ’। 19 ତୁମ୍ଭେମାନେ ଅନ୍ଧ। ତୁମ୍ଭେ କିଛି ବୁଝି ନାହଁ। ବଡ଼ କିଏ? ବେଦୀ ନା ଉପହାର? ବେଦୀ ଉପହାରକୁ ପବିତ୍ର କରିଥାଏ। ତେଣୁ ବେଦୀ ବଡ଼। 20 “ଏଣୁ ଯଦି କେହି ବେଦୀ ନାମରେ ଶପଥ କରେ, ତେବେ ସେ ବେଦୀ ସହିତ ବେଦୀ ଉପରେ ଯାହା ରଖାଯାଇଥାଏ, ସେ ସମସ୍ତଙ୍କ ନାମରେ ଶପଥ କରିଥାଏ। 21 ଯେଉଁ ଲୋକ ମନ୍ଦିର ନାମରେ ଶପଥ କରେ, ସେ ମନ୍ଦିର ଭିତରେ ଜଣେ ଯିଏ ଅଛନ୍ତି, ତାହାଙ୍କ ନାମରେ ଶପଥ ନେଇଥାଏ। 22 ଏବଂ ଯେଉଁ ଲୋକ ସ୍ୱର୍ଗ ନାମରେ ଶପଥ ନେଇଥାଏ, ସେ ପରମେଶ୍ୱରଙ୍କ ସିଂହାସନ ସହିତ ସେହି ସିଂହାସନ ଉପରେ ଯିଏ ବିରାଜମାନ, ତାହାଙ୍କ ନାମରେ ମଧ୍ୟ ଶପଥ ନେଇଥାଏ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center