Print Page Options
Previous Prev Day Next DayNext

New Testament in a Year

Read the New Testament from start to finish, from Matthew to Revelation.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ମାଥିଉ ଲିଖିତ ସୁସମାଗ୍ଭର 20:1-16

ଯୀଶୁ ଶ୍ରମିକମାନଙ୍କର କାହାଣୀ କହିଲେ

20 “ସ୍ୱର୍ଗରାଜ୍ୟ ଜଣେ ଜମିଦାରଙ୍କ ଭଳି। ଜମିଦାରଙ୍କର କେତେକ ଦ୍ରାକ୍ଷା ବଗିଗ୍ଭ ଥିଲା। ଦିନେ ବଡ଼ି ସକାଳୁ ସେ ତାହାଙ୍କ ଦ୍ରାକ୍ଷାବଗିଗ୍ଭରେ କାମ କରିବା ପାଇଁ ଅନ୍ୟ କେତେକ ଶ୍ରମିକ ଆଣିବାକୁ ବାହାରିଗଲେ। ସେ ଶ୍ରମିକମାନଙ୍କୁ ସେଦିନ କାମ କରିବା ବାବଦରେ ଗୋଟିଏ ଗୋଟିଏ ରୌପ୍ୟ ମୁଦ୍ରା ଦେବା ପାଇଁ ରାଜି ହେଲେ। ତା’ପରେ ସେ ଶ୍ରମିକମାନଙ୍କୁ ବଗିଗ୍ଭକୁ କାମ କରିବାକୁ ପଠାଇଦେଲେ।

“ପ୍ରାୟ ନଅଟା ବେଳେ ସେ ବଜାର ଆଡ଼କୁ ଗଲେ ଓ ସେଠାରେ କେତେକ ଶ୍ରମିକଙ୍କୁ ଠିଆ ହୋଇଥିବାର ଦେଖିଲେ। ସେମାନଙ୍କ ପାଖରେ କିଛି କାମ ନ ଥିଲା। ତେଣୁ ସେ ସେମାନଙ୍କୁ କହିଲେ, ‘ତୁମ୍ଭେମାନେ ଯଦି ଯାଇ ମୋ’ ଦ୍ରାକ୍ଷାବଗିଗ୍ଭରେ କାମ କରିବ, ତେବେ ତୁମ୍ଭର ଯାହା ଉଚିତ୍ ପ୍ରାପ୍ୟ ହେବ, ମୁଁ ତୁମ୍ଭକୁ ତାହା ଦେବି।’ ତେଣୁ ସେମାନେ ମଧ୍ୟ ଦ୍ରାକ୍ଷାବଗିଗ୍ଭକୁ କାମ କରିବାକୁ ଗଲେ।

“ପୁଣି ପ୍ରାୟ ବାରଟା ବେଳେ ଓ ଆଉଥରେ ପ୍ରାୟ ତିନିଟା ବେଳେ ସେ ଘରୁ ଯାଇ ପୂର୍ବଭଳି ଆଉ କେତେକ ଶ୍ରମିକଙ୍କୁ ଆଣିଲେ। ପ୍ରାୟ ପାଞ୍ଚଟା ବେଳେ ସେ ଘରୁ ଯାଇ ବଜାରରେ ଦେଖିଲେ ଯେ କେତେକ ଲୋକ ଠିଆ ହୋଇଛନ୍ତି। ସେ ସେମାନଙ୍କୁ ପଗ୍ଭରିଲେ, ‘ତୁମ୍ଭେମାନେ ଦିନସାରା କିଛି କାମ ନ କରି ଏଠାରେ ଏମିତି କାହିଁକି ଠିଆ ହୋଇଛ?’

“ସେମାନେ କହିଲେ, ‘ଆମ୍ଭକୁ କେହି ମଜୁରୀ ଦେଇ କାମ କରିବାକୁ ଡାକି ନାହାନ୍ତି।’

“ଜମିଦାର ଜଣକ ସେମାନଙ୍କୁ କହିଲେ, ‘ତୁମ୍ଭେମାନେ ମଧ୍ୟ ଯାଇ ମୋର ଦ୍ରାକ୍ଷାବଗିଗ୍ଭରେ କାମ କର।’

“ସନ୍ଧ୍ୟା ହେବାରୁ ଦ୍ରାକ୍ଷାବଗିଗ୍ଭର ଜମିଦାର ତାହାଙ୍କ ଗୁମାସ୍ତାଙ୍କୁ ଡାକି କହିଲେ, ‘ଶ୍ରମିକମାନଙ୍କୁ ଡାକ। ମୁଁ ଯେଉଁମାନଙ୍କୁ ଶେଷରେ କାମରେ ଲଗାଇଲି ସେହି ଶ୍ରମିକମାନଙ୍କଠାରୁ ପ୍ରଥମେ ମଜୁରୀ ଦେବା ଆରମ୍ଭ କର। ସର୍ବ ଶେଷରେ ପ୍ରଥମେ କାମକୁ ଆସିଥିବା ଶ୍ରମିକମାନଙ୍କୁ ମଜୁରୀ ଦିଅ।’

“ଯେଉଁମାନେ ପାଞ୍ଚଟା ବେଳେ ଆସିଥିଲେ, ସେମାନେ ମଜୁରୀ ନେବାକୁ ଆସିଲେ। ପ୍ରତ୍ୟେକ ଶ୍ରମିକ ଗୋଟିଏ କରି ରୌପ୍ୟମୁଦ୍ରା ପାଇଲେ। 10 ଯେତେବେଳେ ଆଗ ଆସିଥିବା ଶ୍ରମିକମାନେ ଆସିଲେ, ସେମାନେ ଭାବିଥିଲେ ଯେ ସେମାନଙ୍କୁ କିଛି ଅଧିକ ମିଳିବ। କିନ୍ତୁ ସେମାନେ ମଧ୍ୟ ପ୍ରତ୍ୟେକ ଗୋଟିଏ କରି ରୌପ୍ୟମୁଦ୍ରା ପାଇଲେ। 11 ସେମାନେ ଗୋଟିଏ ଗୋଟିଏ ରୌପ୍ୟମୁଦ୍ରା ନେଇସାରି ଜମିଦାରଙ୍କ ଆଗରେ ଯାଇ ଏ ବିଷୟରେ ଅଭିଯୋଗ କଲେ। 12 ସେମାନେ କହିଲେ, ‘ଶେଷରେ ଆସିଥିବା ଶ୍ରମିକମାନେ ମାତ୍ର ଗୋଟିଏ ଘଣ୍ଟା କାମ କରିଛନ୍ତି। ଆମ୍ଭେ ଖରାରେ ଦିନସାରା କଠିନ ପରିଶ୍ରମ କରିଛୁ। କିନ୍ତୁ ଆପଣ ସେମାନଙ୍କୁ ଯେତିକି ମଜୁରୀ ଦେଲେ, ଆମ୍ଭକୁ ମଧ୍ୟ ସେତିକି ମଜୁରୀ ଦେଲେ!’

13 “ଜମିଦାର ସେହି ଶ୍ରମିକମାନଙ୍କ ଭିତରୁ ଜଣକୁ କହିଲେ, ‘ବନ୍ଧୁ, ମୁଁ ତୁମ୍ଭ ପ୍ରତି ଅନ୍ୟାୟ କରି ନାହିଁ। ତୁମ୍ଭେ ଗୋଟିଏ ଗୋଟିଏ ରୌପ୍ୟମୁଦ୍ରା ନେଇ କାମ କରିବ ବୋଲି ମୋ’ ସାଙ୍ଗରେ ରାଜି ହୋଇ ନ ଥିଲ କି? 14 ଯାହା ତୁମ୍ଭର ପ୍ରାପ୍ୟ ତାହା ନେଇ ଘରକୁ ଯାଅ। ମୁଁ ତୁମ୍ଭମାନଙ୍କୁ ଯେତିକି ଦେଇଛି, ଶେଷରେ ଆସିଥିବା ଶ୍ରମିକକୁ ସେତିକି ଲେଖାଏଁ ଦେବାକୁ ଗ୍ଭହୁଁଛି। 15 ମୋ’ ଧନକୁ ମୋର ଯେଭଳି ଇଚ୍ଛା ହେବ, ସେଭଳି ଖର୍ଚ୍ଚ କରିବାର ଅଧିକାର କ’ଣ ମୋର ନାହିଁ? ବା ମୁଁ ଏହି ଲୋକଙ୍କ ପାଇଁ ଉଦାର ବୋଲି କ’ଣ ତୁମ୍ଭେ ଈର୍ଷା କରୁଛ କି?’

16 “ଏହିଭଳି ଭାବରେ ବର୍ତ୍ତମାନ ଯେଉଁ ଲୋକ ସର୍ବଶେଷରେ ଅଛନ୍ତି, ଭବିଷ୍ୟତରେ ସେମାନେ ପ୍ରଥମ ସ୍ଥାନ ପାଇବେ। ଏବଂ ଯେଉଁ ଲୋକମାନେ ବର୍ତ୍ତମାନ ପ୍ରଥମ ସ୍ଥାନରେ ଅଛନ୍ତି, ସେମାନେ ଭବିଷ୍ୟତରେ ଶେଷ ସ୍ଥାନ ପାଇବେ।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center