Print Page Options
Previous Prev Day Next DayNext

New Testament in a Year

Read the New Testament from start to finish, from Matthew to Revelation.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ମାଥିଉ ଲିଖିତ ସୁସମାଗ୍ଭର 12:1-23

ଯୀଶୁ ବିଶ୍ରାମ ଦିନର ପ୍ରଭୁ(A)

12 ପ୍ରାୟ ସେହି ସମୟରେ ଯୀଶୁ ବିଶ୍ରାମ ଦିବସ [a]ରେ ଶସ୍ୟକ୍ଷେତ୍ର ଦେଇ ଯାଉଥିଲେ। ଯୀଶୁଙ୍କ ଶିଷ୍ୟମାନେ ତାହାଙ୍କ ସହିତ ଥିଲେ, ତାହାଙ୍କର ଶିଷ୍ୟମାନଙ୍କୁ ଭୋକ ଲାଗିଲା। ସେମାନେ କେତେକ ଗହମ କେଣ୍ଡା ଛିଣ୍ଡେଇ ଖାଇବାକୁ ଲାଗିଲେ। ଫାରୂଶୀମାନେ ଏହା ଦେଖି ଯୀଶୁଙ୍କୁ କହିଲେ, “ଦେଖ, ତୁମ୍ଭର ଶିଷ୍ୟମାନେ ବିଶ୍ରାମ ଦିବସରେ ଏଭଳି ଯାହା କରୁଛନ୍ତି, ତାହା ମୋଶାଙ୍କ ବ୍ୟବସ୍ଥାର ବିରୋଧୀ।”

ଏହା ଶୁଣି ଯୀଶୁ ସେମାନଙ୍କୁ କହିଲେ, “ଦାଉଦ ଓ ତାହାଙ୍କ ସାଙ୍ଗରେ ଥିବା ଲୋକେ, ଭୋକ ଲାଗିବା ବେଳେ କ’ଣ କରିଥିଲେ, ସେ ବିଷୟରେ ତୁମ୍ଭେ କ’ଣ ପଢ଼ି ନାହଁ? ସେ ପରମେଶ୍ୱରଙ୍କ ଘରେ ପ୍ରବେଶ କରିଥିଲେ ଓ ପରମେଶ୍ୱରଙ୍କୁ ଅର୍ପଣ କରାଯାଇଥିବା ପବିତ୍ର ରୋଟୀ ସେ ଓ ତାହାଙ୍କ ସହିତ ଥିବା ଲୋକମାନେ ଖାଇଦେଇଥିଲେ। ମୋଶାଙ୍କ ବ୍ୟବସ୍ଥା ଅନୁସାରେ ଦାଉଦ ଓ ତାହାଙ୍କ ସାଥୀମାନଙ୍କର ଏହା ଖାଇବା ଅଧିକାର ନ ଥିଲା। କାରଣ କେବଳ ଯାଜକମାନଙ୍କୁ ତାହା ଖାଇବା ପାଇଁ ଅନୁମତି ଦିଆଯାଇଥାଏ। ତୁମ୍ଭେ ମୋଶାଙ୍କ ବ୍ୟବସ୍ଥାରେ କ’ଣ ପଢ଼ି ନାହଁ ଯେ ବିଶ୍ରାମ ଦିବସରେ ଯାଜକମାନେ ପ୍ରଭୁଙ୍କ ମନ୍ଦିରରେ ବିଶ୍ରାମ ଦିବସର ନୀତିନିୟମ ଉଲ୍ଲଙ୍ଘନ କରନ୍ତି? ସେ ଘଟଣାରେ ତାହାଙ୍କର କେହି କିଛି ଦୋଷ ଧରନ୍ତି ନାହିଁ। କିନ୍ତୁ ମୁଁ ତୁମ୍ଭକୁ କହୁଛି, ଏଠାରେ ଏଭଳି କିଛି ବିଷୟ ଅଛି, ଯାହା ମନ୍ଦିରଠାରୁ ମହାନ୍। ଶାସ୍ତ୍ରକହେ, ‘ମୁଁ ଲୋକମାନଙ୍କ ମଧ୍ୟରେ ଦୟା ଗ୍ଭହେଁ, କିନ୍ତୁ ପଶୁବଳି ଗ୍ଭହେଁ ନାହିଁ।’ [b] ତୁମ୍ଭେ ପ୍ରକୃତରେ ଏହାର ଅର୍ଥ ବୁଝି ନାହଁ। ଯଦି ବୁଝି ଥାଆନ୍ତ, ତେବେ ଏହି ନିର୍ଦ୍ଦୋଷ ଲୋକମାନଙ୍କୁ ନିନ୍ଦା କରନ୍ତ ନାହିଁ।

“ମନୁଷ୍ୟପୁତ୍ର [c] ବିଶ୍ରାମ ଦିବସର ପ୍ରଭୁ ଅଟନ୍ତି।”

ଯୀଶୁ ଗୋଟିଏ ଲୋକର ଅଚଳ ହାତଟି ସୁସ୍ଥ କଲେ(B)

ଯୀଶୁ ସେଠାରୁ ଯାଇ ସେମାନଙ୍କର ପ୍ରାର୍ଥନାଗୃହରେ ପ୍ରବେଶ କଲେ। 10 ସେଠାରେ ଥିବା ଗୋଟିଏ ଲୋକର ହାତ ଶୁଖି ଯାଇଥିଲା। ସେଠାରେ ଥିବା କେତେକ ଯିହୂଦୀ ଯୀଶୁଙ୍କ ଉପରେ ଦୋଷାରୋପ କରିବା ପାଇଁ ସୁଯୋଗ ଖୋଜୁଥିଲେ। ସେମାନେ ତାହାଙ୍କୁ ପଗ୍ଭରିଲେ, “ମୋଶାଙ୍କ ନିୟମ ଅନୁସାରେ ବିଶ୍ରାମ ଦିବସରେ କାହାରିକୁ ଭଲ କରିଦେବା କ’ଣ ବିଧିସଙ୍ଗତ?”

11 ଯୀଶୁ କହିଲେ, “ମନେକର ତୁମ୍ଭର କାହାରି ଗୋଟିଏ ମେଷ ଅଛି ଓ ସେହି ମେଷ ବିଶ୍ରାମ ଦିବସରେ ଖାଲ ଭିତରେ ଖସି ପଡ଼ିଲା। ତୁମ୍ଭେ କ’ଣ ତାକୁ ଖାଲରୁ ବାହାର କରି ଆଣିବ ନାହିଁ? 12 ମଣିଷତ ନିଶ୍ଚିତ ଭାବରେ ଗୋଟିଏ ମେଣ୍ଢାଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ। ତେଣୁ ମୋଶାଙ୍କ ବ୍ୟବସ୍ଥା ବିଶ୍ରାମ ଦିବସରେ ଭଲ କାମ କରିବାକୁ ଅନୁମତି ଦେଇଥାଏ।”

13 ତା’ପରେ ଯୀଶୁ ସେହି ଲୋକଟିକୁ କହିଲେ, “ତୁମ୍ଭ ହାତ ମୋତେ ଦେଖାଅ।” ଲୋକଟି ଯୀଶୁଙ୍କୁ ହାତ ଦେଖାଇବା ପାଇଁ ଆଗକୁ ବଢ଼େଇ ଦେଲା। ତା’ର ସେହି ଶୁଖି ଯାଇଥିବା ହାତଟି ସମ୍ପୂର୍ଣ୍ଣ ଭଲ ହୋଇଗଲା। ଏହି ହାତଟି ତା’ର ଅନ୍ୟ ହାତ ଭଳି ହୋଇଗଲା। 14 କିନ୍ତୁ ଫାରୂଶୀମାନେ ସେଠାରୁ ବାହାରି ଗଲେ। ଯୀଶୁଙ୍କୁ ଜୀବନରେ ମାରିଦେବା ପାଇଁ ସେମାନେ ଯୋଜନା କଲେ।

ପରମେଶ୍ୱରଙ୍କ ମନୋନୀତ ସେବକ: ଯୀଶୁ

15 ଯୀଶୁ ଏ କଥା ଜାଣିପାରି ସେ ଜାଗା ଛାଡ଼ି ଗ୍ଭଲିଗଲେ। ବହୁତ ଲୋକ ତାହାଙ୍କୁ ଅନୁସରଣ କଲେ। ଯୀଶୁ ସମସ୍ତ ରୋଗୀଙ୍କୁ ସୁସ୍ଥ କରିଦେଲେ। 16 କିନ୍ତୁ ଯୀଶୁ ସେମାନଙ୍କୁ ଚେତାବନୀ ଦେଇ କହିଲେ, ଏ କଥା କାହାରି ଆଗରେ ପ୍ରକାଶ କରିବ ନାହିଁ। 17 ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତା ଯିଶାଇୟଙ୍କ ମାଧ୍ୟମରେ ପରମେଶ୍ୱର ଯାହା କହିଥିଲେ, ସେଗୁଡ଼ିକ ପୂର୍ଣ୍ଣ ହେବା ପାଇଁ ଯୀଶୁ ଏହା କଲେ। ଯିଶାଇୟ କହିଥିଲେ,

18 “ଏ ମୋର ସେବକ।
    ମୁଁ ତାହାଙ୍କୁ ବାଛିଛି।
ମୁଁ ତାହାଙ୍କୁ ଭଲ ପାଏ।
    ମୁଁ ତାହାଙ୍କ ଉପରେ ଖୁସୀ।
ମୋର ଆତ୍ମା ମୁଁ ତାହାଙ୍କଠାରେ ରଖିବି।
    ସେ ଜାତିମାନଙ୍କ ଭିତରେ ନ୍ୟାୟ ଘୋଷଣା କରିବେ।
19 ସେ ଯୁକ୍ତି କରିବେ ନାହିଁ କି ପାଟିତୁଣ୍ଡ କରିବେ ନାହିଁ।
    ଲୋକେ ଗଳିରେ ତାହାଙ୍କ କଥା ଶୁଣିବେ ନାହିଁ।
20 ନଇଁ ପଡ଼ିଥିବା ଛେଗ୍ଭନଳର କାଣ୍ଡଟି ସେ ଭାଙ୍ଗିବେ ନାହିଁ
    କି ଲିଭି ଆସୁଥିବା ଦୀପଟିକୁ ସେ ଲିଭେଇବେ ନାହିଁ।
ନ୍ୟାୟର ବିଜୟ ନ ହେବା ପର୍ଯ୍ୟନ୍ତ ସେ ଅଟଳ ରହିବେ।
21     ସେଥିରେ ସବୁ ଲୋକେ ତାହାଙ୍କ ଉପରେ ଭରସା ରଖିବେ।”(C)

ଯୀଶୁଙ୍କଠାରେ ପରମେଶ୍ୱରଙ୍କର ଶକ୍ତି ନିହିତ ଅଛି(D)

22 ତା’ପରେ ଲୋକେ ଯୀଶୁଙ୍କ ପାଖକୁ ଗୋଟିଏ ଲୋକକୁ ଆଣିଲେ। ସେ ଲୋକଟି ଅନ୍ଧ ଥିଲା, ତା ଦେହରେ ଗୋଟିଏ ଭୂତ ପଶି ଥିବାରୁ ସେ ମୂକ ହୋଇଯାଇଥିଲା। ଯୀଶୁ ଲୋକଟିକୁ ସୁସ୍ଥ କରିଦେଲେ, ଫଳରେ ଲୋକଟି କଥା କହି ପାରିଲା ଓ ଦେଖି ପାରିଲା। 23 ଜମା ହୋଇଥିବା ଲୋକେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ, ସେମାନେ କୁହାକୁହି ହେଲେ, “ଆମ୍ଭ ପାଖକୁ ପରମେଶ୍ୱର ଯାହାଙ୍କୁ ପଠାଇବେ ବୋଲି ପ୍ରତିଜ୍ଞା କରିଥିଲେ, ଏ ହୁଏତ ସେହି ଦାଉଦଙ୍କ ପୁତ୍ର ଅଟନ୍ତି?”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center