Print Page Options
Previous Prev Day Next DayNext

New Testament in a Year

Read the New Testament from start to finish, from Matthew to Revelation.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ମାର୍କ ଲିଖିତ ସୁସମାଗ୍ଭର 3:20-35

ଯୀଶୁଙ୍କ ଦେହରେ ଦୁଷ୍ଟାତ୍ମା ରହିଛି ବୋଲି କେତେକ କହିଲେ

(ମାଥିଉ 12:22-32; ଲୂକ 11:14-23; 12:10)

20 ତା'ପରେ ଯୀଶୁ ଘରକୁ ଫେରିଗଲେ। ସେଠାରେ ମଧ୍ୟ ଅନେକ ଲୋକ ଜମା ହୋଇଗଲେ। ସେଠାରେ ଏତେ ଲୋକ ଥିଲେ ଯେ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଖାଇ ମଧ୍ୟ ପାରିଲେ ନାହିଁ। 21 ଯୀଶୁଙ୍କ ପରିବାରର ଲୋକେ ଏସବୁ ଶୁଣିଲେ। ସେମାନେ ଯୀଶୁଙ୍କୁ ଆଣିବାକୁ ଗଲେ। କାରଣ ଲୋକେ କୁହାକୁହି ହେଉଥିଲେ ଯେ, ଯୀଶୁଙ୍କ ମତିଭ୍ରମ ହେଲାଣି।

22 ଯିରୁଶାଲମରୁ ଆସିଥିବା ଧର୍ମଶାସ୍ତ୍ରୀମାନେ କହିଲେ, “ଯୀଶୁଙ୍କ ଦେହରେ ବା‌ଲ୍‌ଜିବୂଲ୍ ପଶି ଯାଇଛି। ସେଥି ଯୋଗୁଁ ଯୀଶୁ ଭୂତମାନଙ୍କ ମୁଖିଆଙ୍କର ଶକ୍ତି ସାହାଯ୍ୟରେ ଭୂତମାନଙ୍କୁ ତଡ଼ି ଦେଉଛନ୍ତି।”

23 ତେଣୁ ଯୀଶୁ ସେମାନଙ୍କୁ ପାଖକୁ ଡାକିଲେ ଏବଂ ଦୃଷ୍ଟାନ୍ତ ମାଧ୍ୟମରେ ସେମାନଙ୍କୁ ବୁଝାଇଲେ, “ଶୟତାନ କିପରି ଶୟତାନକୁ ତଡ଼ି ଦେଇ ପାରିବ?” 24 ଯଦି କୌଣସି ରାଜ୍ୟ ନିଜ ଭିତରେ ଯୁଦ୍ଧ କରେ ତେବେ ତାହା ଆଉ ତିଷ୍ଠି ରହି ପାରିବ ନାହିଁ। 25 ଯଦି କୌଣସି ପରିବାର ନିଜ ଭିତରେ ଭାଗ ଭାଗ ହୋଇ ଯାଏ, ତେବେ ସେ ପରିବାର ତିଷ୍ଠି ରହି ପାରିବ ନାହିଁ। 26 ସେହିଭଳି ଯଦି ଜଣେ ଶୟତାନ ବିଭାଜିତ ହୋଇ ନିଜ ବିରୁଦ୍ଧରେ ଲଢ଼େଇ କରେ, ତେବେ ସେ ମଧ୍ୟ ତିଷ୍ଠି ରହି ପାରିବ ନାହିଁ ବରଂ ତାହାର ଅନ୍ତ ହୋଇଯିବ।

27 “ଯଦି ଜଣେ ଲୋକ ଗୋଟିଏ ଶକ୍ତିଶାଳୀ ଲୋକର ଘରେ ପଶି ତା'ର ସମ୍ପତ୍ତି ଲୁଟି ନେବାକୁ ଗ୍ଭହିଁବ, ତେବେ ପ୍ରଥମେ ସେ ଶକ୍ତିଶାଳୀ ଲୋକଟିକୁ ବାନ୍ଧିବା ଦରକାର। ତା'ପରେ ସେ ଶକ୍ତିଶାଳୀ ଲୋକଟିର ଘର ଲୁଟି କରି ସବୁ ଜିନିଷ ନେଇ ଯାଇପାରିବ।

28 “ମୁଁ ତୁମ୍ଭକୁ ସତ୍ୟ କହୁଛି, ଲୋକେ ଯେଉଁସବୁ ପାପ କରୁଛନ୍ତି, ସେଗୁଡ଼ିକୁ କ୍ଷମା କରି ଦିଆ ଯାଇ ପାରିବ। ଲୋକେ ପରମେଶ୍ୱରଙ୍କ ବିରୁଦ୍ଧରେ ଯେତେସବୁ ଖରାପ କଥା କହୁଛନ୍ତି, ସେସବୁକୁ ମଧ୍ୟ କ୍ଷମା କରି ଦିଆଯାଇ ପାରିବ। 29 କିନ୍ତୁ ପବିତ୍ରଆତ୍ମାଙ୍କ ବିରୁଦ୍ଧରେ ଯେଉଁ ଲୋକ କିଛି କହିବ, ତାହାକୁ କେବେ ହେଲେ କ୍ଷମା ମିଳିବ ନାହିଁ। ସେ ସବୁବେଳେ ସେହି ପାପର ଦୋଷୀ ହେବ।”

30 ଧର୍ମଶାସ୍ତ୍ରୀମାନେ ଯୀଶୁଙ୍କଠାରେ ଦୁଷ୍ଟାତ୍ମା ଅଛି ବୋଲି କହିଥିବାରୁ, ଯୀଶୁ ଏସବୁ କହିଲେ।

ଯୀଶୁଙ୍କ ଅନୁସରଣକାରୀମାନେ, ତାହାଙ୍କର ପ୍ରକୃତ ପରିବାର

(ମାଥିଉ 12:46-50; ଲୂକ 8:19-21)

31 ତା'ପରେ ଯୀଶୁଙ୍କ ମା ଓ ଭାଇମାନେ ସେଠାକୁ ଆସିଲେ। ସେମାନେ ବାହାରେ ଠିଆ ହେଲେ ଓ ଗୋଟିଏ ଲୋକକୁ ଯୀଶୁଙ୍କୁ ବାହାରକୁ ଆସିବା ପାଇଁ ଡକାଇ ପଠେଇଲେ। 32 ସେତେବେଳେ ଯୀଶୁଙ୍କ ଗ୍ଭରିପଟେ ଲୋକମାନେ ଘରେ ବସିଥିଲେ। ସେମାନେ ତାହାଙ୍କୁ କହିଲେ, “ତୁମ୍ଭ ମା ଓ ଭାଇମାନେ ତୁମ୍ଭକୁ ବାହାରେ ଅପେକ୍ଷା କରିଛନ୍ତି।”

33 ଯୀଶୁ ପଗ୍ଭରିଲେ, “କିଏ ମୋର ମା? କେଉଁମାନେ ମୋର ଭାଇ?” 34 ତା'ପରେ ଯୀଶୁ ତାହାଙ୍କ ଗ୍ଭରି ପାଖରେ ବସିଥିବା ଲୋକମାନଙ୍କ ଆଡ଼େ ଗ୍ଭହିଁଲେ। ସେ କହିଲେ, “ଏ ଲୋକମାନେ ମୋର ମା ଓ ଭାଇ। 35 ଯେଉଁମାନେ ପରମେଶ୍ୱରଙ୍କ ଇଚ୍ଛାକୁ କାର୍ଯ୍ୟକାରୀ କରନ୍ତି, ସେମାନେ ହିଁ ମୋର ଭାଇ, ଭଉଣୀ ଓ ମା।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center